Odia Medium Class 7 Science Chapter 17 Abarjanara Parichalana ( ଆବର୍ଜନାର ପରିଚାଳନା ) Notes

Language : Odia

LRNR provides this material totally free

Odia Medium Class 7 Science Chapter 17 Abarjanara Parichalana ( ଆବର୍ଜନାର ପରିଚାଳନା ) Notes

ଆବର୍ଜନାର ପରିଚାଳନା




·    ଯେଉଁ ବସ୍ତୁ କିମ୍ବା ପଦାର୍ଥକୁ ଆମେ ଫୋପାଡି ଦେଇଥାଉ | କୌଣସି କାର୍ଯ୍ୟରେ ଆସିନଥାଏ ତାହାକୁ ଆବର୍ଜନା କୁହାଯାଏ |


·    ଆବର୍ଜନା ସାଧାରଣତଃ ତିନି ପ୍ରକାରର – ଗ୍ୟାସୀୟ , କଠିନ ଓ ତରଳ |


·    ଗ୍ୟାସୀୟ ଆବର୍ଜନା ଗାଡି ମଟର, କଳକାରଖାନା ଇତ୍ୟାଦିରୁ ବାହାରିଥାଏ | ଏହା ବାୟୁ ପ୍ରଦୂଷଣ କରିଥାଏ |


·    ବିଭିନ୍ନ ପ୍ରକାରର ଗୃହୋପକରଣ ଯଥା – ହାଣ୍ଡି, ମାଠିଆ, କାଚ, ପ୍ଲାଷ୍ଟିକରେ ତିଆରି ଜିନିଷପତ୍ର ବିଭିନ୍ନ ଅବ୍ୟବହୃତ ଯନ୍ତ୍ରାଂଶ, କୋଠାବାଡି ନିର୍ମାଣ ପଦାର୍ଥ ସ୍ଥାନରେ ପକାଇ ଦେଇଥାଉ | ଏହା କଠିନ ଆବର୍ଜନା ସୃଷ୍ଟି କରିଥାଏ |


·    ଦୂଷିତ ଜଳ, ବିଭିନ୍ନ ପ୍ରକାରର କଳକାରଖାନାରୁ ନିର୍ଗତ ଜଳ ଇତ୍ୟାଦି ତରଳ ଆବର୍ଜନା |



ବିଶୁଦ୍ଧ ଜଳ :-


·    ଆମେ ସମସ୍ତେ ବିଶୁଦ୍ଧ ଜଳକୁ ପାନୀୟ ରୂପେ ବ୍ୟବହାର କରୁ |


·    ବିଶୁଦ୍ଧ ଜଳର ଆବଶ୍ୟକତାକୁ ଅନୁଭବ କରିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ୨୦୦୫ ମସିହାରୁ ମାର୍ଚ୍ଚ ୨୨ ତାରିଖରୁ ଆମେ “ବିଶ୍ଵ ଜଳ ଦିବସ” ରୂପେ ପାଳନ କରି ଆସୁଛେ |


·    ତରଳ ଆବର୍ଜନାର କାରକଗୁଡିକ ଜଳସହିତ ମିଶି ଏହାକୁ ଦୂଷିତ କରିଥାଏ | ବିଭିନ୍ନ କାରଣରୁ ଜଳର ପ୍ରଦୂଷଣ ହୋଇଥାଏ |


·    ଯଥା – ଶିଳ୍ପଜନିତ, କୃଷି ସମ୍ପର୍କିତ, ଗୃହକାର୍ଯ୍ୟ ଜନିତ |


·    ଜଳକୁ ବିଶୁଦ୍ଧ କରିବା ଅର୍ଥ, ଜଳକୁ ବ୍ୟବହାର କରିବା ପୂର୍ବରୁ ସେଥିରେ ମିଶିଥିବା ସମସ୍ତ ଆବର୍ଜନାକୁ ନିଷ୍କାସିତ କରିବା | ଅପଚୟିତ ଜଳର ଏହି ପ୍ରକ୍ରିୟାକୁ ଜଳ ଆବର୍ଜନାର ଉପଚାର କୁହାଯାଏ |



ଆବର୍ଜନା ମିଶ୍ରିତ ଜଳ :-


·    ଆବର୍ଜନା ମିଶ୍ରିତ ଜଳକୁ ଅପଚୟିତ ଜଳ କୁହାଯାଏ |


·    ଜୈବିକ ପଦାର୍ଥ – ମନୁଷ୍ୟର ମଳ, ପଶୁପକ୍ଷୀଙ୍କ ମଇଳା, ଅପରିଷ୍କାର ତୈଳଜାତୀୟ ପଦାର୍ଥ, ପଲିଥିନ, ପୋକମରା ଔଷଧ, ପରିବାପତ୍ରର ଚୋପା ଇତ୍ୟାଦି |


·    ଅଜୈବିକ ପଦାର୍ଥ – ମାଟି, ଗୋଡି, ପାଉଁଶ, ଭଙ୍ଗାକାଚ ଇତ୍ୟାଦି |


·    ପୋଷକ – ନାଇଟ୍ରୋଜେନ, ଫସଫରସ, ପୋଟାସିୟମ ଇତ୍ୟାଦି ଧାତୁର ଯୌଗିକରୁ ପ୍ରସ୍ତୁତ ସାର |


·    ବୀଜାଣୁ – ହଇଜା ଓ ଆନ୍ତ୍ରିକଜ୍ଵର ସୃଷ୍ଟି କରୁଥିବା ବୀଜାଣୁ |



ଦୂଷିତ ଜଳର ଉପଚାର :-


·    ଦୂଷିତ ଜଳରୁ ଆବର୍ଜନା କାରକଗୁଡିକୁ ଅଲଗା କରି ବ୍ୟବହାର ଯୋଗ୍ୟ କରାଇବାକୁ ଦୂଷିତ ଜଳର ଉପଚାର କରିବା କୁହାଯାଏ |


ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଆମର କର୍ତ୍ତବ୍ୟ :-


·    ସାଧାରଣତଃ ମନୁଷ୍ୟ ଦ୍ଵାରା ହିଁ ଅଧିକ ଆବର୍ଜନା ସୃଷ୍ଟି ହୋଇଥାଏ | କିନ୍ତୁ ଆମେ ଚେଷ୍ଟାକଲେ ଆମଦ୍ଵାରା ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାର ଆବର୍ଜନାର ପରିମାଣକୁ କମ୍ କରିପାରିବା |


·    ଇଉକାଲିପଟାସ ଗଛ, ନାଳ ନର୍ଦ୍ଦମା ପାଖରେ ଲଗାଇବା ଉଚିତ୍ | କାରଣ ଏହା ସବୁଠାରୁ ଅଧିକ ପରିମାଣରେ ଅପରିଷ୍କାର ଜଳ ଅତିଶୀଘ୍ର ଶୋଷଣ କରିପାରେ ଏବଂ ପରିଷ୍କାର ବାଷ୍ପ ବାୟୁମଣ୍ଡଳକୁ ଛାଡ଼ିଥାଏ |

ଆବର୍ଜନା ନିଷ୍କାସନର ଉତ୍ତମ ମାର୍ଗ : -


·    ନଳାରେ ଅଦରକାରୀ ତୈଳ ଜାତୀୟ ପଦାର୍ଥ ତେଲ , ଘିଅ ଇତ୍ୟାଦି ପକାଅ ନାହିଁ | ଏହା ଅନେକ ଅଣୁଜୀବଙ୍କୁ ମାରିଦିଏ, ଯେଉଁମାନେ ଜଳକୁ ପରିଷ୍କାର ରଖିବାରେ ସାହାଯ୍ୟ କରନ୍ତି |


·    ଘରେ ବ୍ୟବହାର କରୁଥିବା ପଲିଥିନ୍ , ଛିଣ୍ଡାକନା , ତୁଳା, ଭଙ୍ଗା କଣ୍ଢେଇ ଇତ୍ୟାଦିକୁ ନଳାରେ ନ ପକାଇ ଡଷ୍ଟବିନରେ ପକାଇବ | ନଳାରେ ପକାଇଲେ ନଳା ବନ୍ଦ ହୋଇଯିବ |


·    ସହଜରେ ମାଟି ମିଶିଯାଉଥିବା ପଦାର୍ଥ ପାଇଁ “ସବୁଜ ରଙ୍ଗ” ମାଟିରେ ନ ମିଶୁଥିବା ପଦାର୍ଥ ପାଇଁ “ଲାଲ୍ ରଙ୍ଗ” ର ଡଷ୍ଟବିନ୍ ଉଭୟ ଘରେ ଓ ବିଦ୍ୟାଳୟରେ ବ୍ୟବହାର କରିବ |


ପାଇଖାନାର ବ୍ୟବହାର : -


·    ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ସମସ୍ତଙ୍କୁ ସ୍ଵଚ୍ଛ ପାଇଖାନାରେ ମଳତ୍ୟାଗ କରିବା ଉଚିତ୍ | ଏଥିପାଇଁ ସମସ୍ତଙ୍କୁ ସଚେତନ କରାଇବା ଆବଶ୍ୟକ |


ସର୍ବସାଧାରଣ ସ୍ଥାନର ପରିମଳ ବ୍ୟବସ୍ଥା : -


·    ଆମ ଅଞ୍ଚଳରେ ଆମେ କେତେଗୁଡିଏ ପର୍ବପର୍ବାଣି ଓ ମେଳା ମହୋତ୍ସବ ପାଳନ କରିଥାଉ | ସେଠାରେ ଲୋକ ରୁଣ୍ଡ ହୁଅନ୍ତି |


·    ସେହିପରି ହାଟବଜାର, ରେଳଷ୍ଟେସନ, ବସଷ୍ଟାଣ୍ଡ, ଡାକ୍ତରଖାନା ଓ ବିମାନଘାଟୀରେ ଅନେକ ଲୋକ ଭିଡ ଜମାଇ ଥାଆନ୍ତି | ତେଣୁ ଏଠାରେ ଅଧିକ ପରିମାଣରେ ଆବର୍ଜନା ସୃଷ୍ଟି ହୋଇଥାଏ |


. ଏ ସବୁର ଉପଯୁକ୍ତ ନିଷ୍କାସନ ଓ ବିଶୋଧନ ଏକାନ୍ତ ଆବଶ୍ୟକ | ଏହା ଣ କଲେ ଚାରିଆଡେ ମହାମାରୀ ରୋଗ ବ୍ୟାପିଯିବାର ଅନେକ ସମ୍ଭାବନା ଅଛି |


ପରିଷ୍କାର, ପରିଛନ୍ନତା ଓ ରୋଗ : -


·    ଅସ୍ଵାସ୍ଥ୍ୟକର ପରିବେଶ ଓ ଦୂଷିତ ଜଳ ସମସ୍ତ ରୋଗର ପ୍ରଧାନ କାରଣ |


·    ଖୋଲାଜାଗା ବା ପଡିଆରେ ମଳତ୍ୟାଗ କଲେ ତାହା ବର୍ଷା ପାଣିରେ ଧୋଇହୋଇ ନଦୀ, ପୋଖରୀ, ଓ କେନାଲ ପାଣିରେ ମିଶେ | ସେଥିରେ ଥିବା ନାନା ପ୍ରକାର ରୋଗଜୀବାଣୁ , କୃମି , କୃମିର ଅଣ୍ଡା, ନାନା ବିଷାକ୍ତ ପଦାର୍ଥ ଜଳକୁ ଦୂଷିତ କରେ |


·    ଦୂଷିତ ଜଳକୁ ପିଲେ ଏବଂ ସେଥିରେ ଗାଧୋଇଲେ ଆମେ ହଇଜା, ଆମାଶୟ, କାଚୁକୁଣ୍ଡିଆ ଓ ଯାଦୁ ଇତ୍ୟାଦି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଉ |


ବ୍ୟବହୃତ ଜଳର ନିଷ୍କାସନ ଓ ପୁନଃ ବ୍ୟବହାର : -


·    ବ୍ୟବହୃତ ଜଳକୁ ଗୋଟିଏ ଜାଗାରେ ଜମିବାକୁ ନ ଦେଇ ସୋକପିଟ୍ ମାଧ୍ୟମରେ ଦୂରକୁ ଛାଡିଦେବା ବା ଗଛମୂଳରେ ଦେବା |


·    କୂଅ ଓ ନଳକୂଅ ପାଖରେ ମାଟି ପକାଇ ବା ସିମେଣ୍ଟ ଚଟାଣ କରି ଉଚ୍ଚା କରିବା |


·    ରୋଷେଇ ଘରୁ, ଗାଧୁଆ ଘରୁ ଆସୁଥିବା ଜଳକୁ ଅନ୍ୟ ଆଡକୁ ନ ଛାଡି ସୋକପିଟ୍ ରେ ନିର୍ଦ୍ଦିଷ୍ଟ ଜାଗାକୁ ଛାଡିବା |


·    ସହରାଞ୍ଚଳରେ ବ୍ୟବହାର ଜଳକୁ ଏଣେତେଣେ ନଛାଡି ମୁଖ୍ୟ ନାଳକୁ ଛାଡିବା |


·    ଘରର ବ୍ୟବହୃତ ଜଳକୁ ନାଳି କାଟି ବାଡିବାଗିଚାରେ ଥିବା ଫଳଫୁଲ ଗଛମୂଳକୁ ଛାଡିବା |


ଅପଚୟିତ ଜଳର ପୁନହଚକ୍ରଣ ଏବଂ ପୁନଃ ବିନିଯୋଗ :-


·    ଆଜିକାଲି ଅପଚୟିତ ଜଳକୁ ବିଭିନ୍ନ ପ୍ରକ୍ରିୟାରେ ପୁନଃ ବ୍ୟବହାର ଉପଯୋଗୀ କରାଯାଇ ପାରୁଛି |


·    ଯେପରି ଭୁବନେଶ୍ୱର ବିଡିଏ ନୌକା ପାର୍କରୁ ବିଭିନ୍ନ ନଳାରେ ଆସୁଥିବା ଆବର୍ଜନା ପୂର୍ଣ୍ଣ ନର୍ଦ୍ଦମା ଜଳକୁ ପରିଷ୍କାର କରି ଏକ କୃତ୍ରିମ ହ୍ରଦ କରାଯାଇଛି |


·    ଏହି ହ୍ରଦରେ ନୌକା ବିହାର ଓ ଅନ୍ୟାନ୍ୟ ଜଳ କ୍ରିଡା କରାଯାଇପାରୁଛି |


ସହରରେ ଦୂଷିତ ଜଳର ଉପଚାର : -


·    ଜୈବିକ, ଭୌତିକ ଓ ରାସାୟନିକ ପ୍ରକ୍ରିୟାରେ ଦୂଷିତଜଳକୁ ବିଭିନ୍ନ ଉପଚାର କରାଯାଇ ସେଥିରେ ଥିବା ଅଦରକାରୀ ଭୌତିକ, ରାସାୟନିକ ଓ ଜୈବିକ ପଦାର୍ଥଗୁଡିକର ପରିବର୍ତ୍ତନ କରାଯାଇଥାଏ |


·    ଜଳକୁ ବାରସ୍କ୍ରିନ୍ ମଧ୍ୟଦେଇ ପ୍ରବାହିତ କରାଇ ପ୍ରବାହିତ ହେବା ସମୟରେ ସେଥିରେ ଥିବା କାଠି, କୁଟା , ପ୍ଲାଷ୍ଟିକ୍ , ତୁଳା ଇତ୍ୟାଦି ଅଲଗା ହୋଇଯାଏ |


·    ତାପରେ ଜଳ ଆଉ ଏକ ଟ୍ୟାଙ୍କକୁ ଯାଏ, ଯେଉଁଠାରେ ଜଳରେ ଥିବା ବାଲି, ଗୋଡି ସବୁ ତଳେ ବସିଯାଏ |


·    ତାପରେ ଜଳଗୋଟେ ବଡ ଟାଙ୍କିରେ ରହେ | ସେଠାରେ ବାଲି ଓ ଗୋଡି ତଳକୁ ରହିଯାଏ ଓ ଗୋଟେ କୋରଣା ଦ୍ଵାରା ବାହାରିଯାଏ | ଏହାକୁ ପଙ୍କ କୁହାଯାଏ |


·    ଜଳରେ ଭାସୁଥିବା କଠିନ ପଦାର୍ଥ, ଗାଡ଼ିରୁ ବାହାରୁଥିବା ତେଲ ଇତ୍ୟାଦିକୁ ଅଲଗା କରି ବ୍ୟବହାର କରିଦିଏ | ଏହାପରେ ଜଳ ପରିଷ୍କାର ଦେଖାଯାଏ |


·    ପରିଷ୍କାର ଜଳକୁ ଜୀବାଣୁମୁକ୍ତ କରିବା ପାଇଁ ସେଥିରେ କ୍ଳୋରିନ୍ କିମ୍ବା ଓଜୋନ୍ ଦ୍ଵାରା ବ୍ୟବହାର ଯୋଗ୍ୟ କରାଯାଏ l

Ratings
No reviews yet, be the first one to review the product.