- SCHOOL BOARDS
- BSE/CHSE ODISHA
- CLASS 7
- SCIENCE
- Odia Medium Class 7 Science Chapter 17 Abarjanara Parichalana ( ଆବର୍ଜନାର ପରିଚାଳନା ) Question & Answer

Odia Medium Class 7 Science Chapter 17 Abarjanara Parichalana ( ଆବର୍ଜନାର ପରିଚାଳନା ) Question & Answer

Language : Odia
LRNR provides this material totally free
Odia Medium Class 7 Science Chapter 17 Abarjanara Parichalana ( ଆବର୍ଜନାର ପରିଚାଳନା ) Question & Answer
ଆବର୍ଜନାର ପରିଚାଳନା
1. ଶୂନ୍ୟସ୍ଥାନ ପୂରଣ କର |
a) ଜଳରେ ଦୂଷିତ ପଦାର୍ଥ ମିଶିଥିଲେ ତାକୁ ଦୂଷିତ ଜଳ କୁହାଯାଏ |
b) ଦୂଷିତ ଜଳକୁ ବିଶୁଦ୍ଧ କରିବା ପାଇଁ କ୍ଳୋରିନ୍ ବଟିକା ଏବଂ ଓଜୋନ ଗ୍ୟାସ୍ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ |
c) ହଇଜା, ଆନ୍ତ୍ରିକ ଜ୍ଵର , କାମଳ କୁ ଜଳ ବାହିତ ରୋଗ କୁହାଯାଏ |
d) ଦୂଷିତ ଜଳର ଉପଚାର ଫଳରେ ପଟୁମାଟି ଓ ଜୈବିକ ଗ୍ୟାସ ବାହାରେ |
e) ନଦୀଗୁଡିକ ପଲିଥିନ ଓ ଛିଣ୍ଡାକନା ପାଇଁ ଜାମ୍ ହୋଇଯାଏ |
f) ଘରୁ ବାହାରୁଥିବା ଦୂଷିତଜଳକୁ ଅପଚୟିତ ଜଳ କୁହାଯାଏ |
g) ଦୂଷିତ ଜଳର ଉପଚାର ପ୍ଳାଣ୍ଟ ରେ ଦେଖାଯାଏ |
2. କାରଣ ଲେଖ |
a) ନଳାରେ ରନ୍ଧାତେଲ କିମ୍ବା ପୋଡା ମୋବିଲ୍ ଇତ୍ୟାଦି ପକାଇବା ଉଚିତ୍ ନୁହେଁ |
ନଳାରେ ରନ୍ଧା ତେଲ କିମ୍ବା ପୋଡା ମୋବିଲ୍ ଆଦି ପକାଇଲେ ମାଟିର ଜଳ ଶୋଷଣରେ ବାଧା ସୃଷ୍ଟି କରେ | ମାଟିର ଉପରସ୍ତରରେ ଏଗୁଡିକ ଲାଗି ରହିଯାଆନ୍ତି |
b) କଠିନ ଆବର୍ଜନା ଯଥା ତୁଳା, କଣ୍ଢେଇ, ପ୍ଲାଷ୍ଟିକ୍, ଜରି ଇତ୍ୟାଦି ନଳାରେ ନ ପକାଇ ଡଷ୍ଟବିନ୍ ରେ ପକାଇବା ଉଚିତ୍ |
କଠିନ ଆବର୍ଜନା ଯଥା – ତୁଳା, କଣ୍ଢେଇ, ପ୍ଲାଷ୍ଟିକ୍ , ଜରି ଆଦି ନଳାରେ ପକାଇଲେ ଏଗୁଡିକ ନଳା ବନ୍ଦ କରିଦିଅନ୍ତି ଫଳରେ ଦୂଷିତ ଜଳ ନିଷ୍କାସିତ ହୋଇ ନପାରି ଜମିଯାଏ |
c) ଦୂଷିତଜଳ ପ୍ରବାହିତ ସ୍ଥାନରେ ଇଉକାଲିପଟାସ୍ ଗଛ ଲଗାଇବା ଆବଶ୍ୟକ |
ଇଉକାଲିପଟାସ୍ ଗଛ ଅଧିକ ପରିମାଣର ଅପରିଷ୍କାର ଜଳ ଅତିଶୀଘ୍ର ଶୋଷଣ କରି ପରିଷ୍କାର ବାଷ୍ପ ବାୟୁମଣ୍ଡଳକୁ ଛାଡ଼ିଥାଏ ତେଣୁ ଦୂଷିତ ଜଳ ପ୍ରବାହିତ ସ୍ଥାନରେ ଇଉକାଲିପଟାସ୍ ଗଛ ଲଗାଇବା ଆବଶ୍ୟକ |d) ଦୂଷିତ ଜଳର ଉପଚାର ସମୟରେ ପ୍ରଥମେ ବାରସ୍କ୍ରିନ୍ ଦେଇ ଛଡ଼ାଯାଏ |
ପ୍ରଥମେ ଦୂଷିତ ଜଳ ବାରସ୍କ୍ରିନ୍ ମଧ୍ୟଦେଇ ପ୍ରବାହିତ ହେବା ସମୟରେ ସେଥିରେ ଥିବା କାଠି, କୁଟା , ପ୍ଲାଷ୍ଟିକ୍ , ଜାରି , ତୁଳା , ଚିରାକନା ଆଦି ଛାଣି ହୋଇ ରହିଯାଏ |
e) ଖୋଲା ପଡିଆରେ ଝାଡା ପରିଶ୍ରା କରିବା ମହାମାରୀର କାରଣ |
ଖୋଲା ପଡିଆରେ ଝାଡା ପରିଶ୍ରା କରିବା ଦ୍ଵାରା ସେଗୁଡିକ ବର୍ଷା ଜଳରେ ଧୋଇ ହୋଇ ନଦୀ, ପୋଖରୀ ଓ କେନାଲରେ ମିଶେ | ସେଥିରେ ଥିବା ନାନା ପ୍ରକାର ରୋଗ ଜୀବାଣୁ କୃମି , କୃମିର ଅଣ୍ଡା ଆଦି ନାନା ବିଷାକ୍ତ ପଦାର୍ଥ ଜଳକୁ ଦୂଷିତ କରେ | ଏହି ଦୂଷିତ ଜଳକୁ ପିଇଲେ, ସେଥିରେ ଗାଧୋଇଲେ ମହାମାରୀ ରୋଗ ହେବାର ସମ୍ଭାବନା ଥାଏ |
3.
a) ପରିଷ୍କାର ପରିଚ୍ଛନ୍ନତା ଓ ରୋଗ ମଧ୍ୟରେ ସମ୍ପର୍କ କ’ଣ ?
· ପଡିଆରେ, ନଦୀକୂଳରେ , ରେଳଧାରଣରେ, ରାସ୍ତାକଡରେ, ପାଣିଭିତରେ ମଳତ୍ୟାଗ କଲେ ଜଳ ଦୂଷିତ ହୋଇ ହଇଜା, ଟାଇଫଏଡ଼୍ , ଜଣ୍ଡିସ୍ , ଚର୍ମରୋଗ ଆଦି ରୋଗ କରାଏ l
· ଖାଲି ପାଦରେ ଝାଡା ଗଲେ ମଳରେ ଥିବା କୃମି ପାଦର ଚର୍ମ ଦେଇ ଶରୀର ମଧ୍ୟକୁ ପ୍ରବେଶ କରି ନାନା ପ୍ରକାର ରୋଗ ସୃଷ୍ଟି କରନ୍ତି |
b) ଜଣେ ନାଗରିକ ହିସାବରେ ପରିମଳ ବ୍ୟବସ୍ଥା ପାଇଁ ତୁମର କର୍ତ୍ତବ୍ୟ କ’ଣ ?
· ମନୁଷ୍ୟ ମାନଙ୍କ ଦ୍ଵାରା ଅଧିକ ଆବର୍ଜନା ସୃଷ୍ଟି ହୋଇଥାଏ | କିନ୍ତୁ ଆମେ ଚେଷ୍ଟା କଲେ ଆବର୍ଜନାର ପରିମାଣ କମାଇ ଦେଇ ପାରିବା |
· ନାଳରୁ ବାହାରୁଥିବା ଦୁର୍ଗନ୍ଧ ବିରକ୍ତିକର | ଏଥିରେ ପାଣି ଥିବାରୁ ମାଛି, ମଶା ବଂଶବିସ୍ତାର କରି ପରିବେଶକୁ ଅସ୍ଵସ୍ଥ୍ୟକର କରି ଦିଅନ୍ତି | ତେଣୁ ନଳାଗୁଡିକ ଘୋଡଣି ଦେଇ ବନ୍ଦ କରାଇବା ଆବଶ୍ୟକ |
c) ଦୂଷିତ ଜଳର ପୁନଃ ବ୍ୟବହାର ପାଇଁ ତୁମେ ବିଦ୍ୟାଳୟରେ କ’ଣ କ’ଣ କରିପାରିବ ?
· ଆମ ଶ୍ରେଣୀ ପିଲା ଓ ଉପର ଶ୍ରେଣୀ ପିଲାଙ୍କ ସହାୟତାରେ ଶିକ୍ଷକଙ୍କ ଉପସ୍ଥିତିରେ ବିଦ୍ୟାଳୟ ହତାର ଏକ ପରିତ୍ୟକ୍ତ ସ୍ଥାନରେ ସୋପିତ୍ , ତିଆରି କରି ନଳାଦ୍ଵାରା ସୋପିକୁ ସଂଯୋଗ କରିବୁ |
· ବଗିଚାରେ ବିଭିନ୍ନ ଗଛ ଲଗାଇ ଏଥିରେ ପାଣି ଦେବା ପାଇଁ ଏହି ନଳାରୁ ସଂଯୋଗ କରି ନଳା ତିଆରି କରିବୁ ଯେପରି ବଳକା ଜଳଗୁଡିକୁ ଗଛ ପାଇପାରିବ |
d) ବିଦ୍ୟାଳୟ ପରିବେଶରେ ଶ୍ରେଣୀ କୋଠରୀରୁ ବାହାରୁଥିବା ଆବର୍ଜନା ନିଷ୍କାସନ ପାଇଁ କ’ଣ କରିବ ?
· ଶ୍ରେଣୀଗୃହରୁ ବାହାରୁଥିବା କଠିନ ଆବର୍ଜନାଗୁଡିକ ପକାଇବା ପାଇଁ ଏକ ଡଷ୍ଟବିନ୍ ତିଆରି କରିବୁ | ଡଷ୍ଟବିନ୍ ଗୁଡିକ ପରିତ୍ୟକ୍ତ ପ୍ଲାଷ୍ଟିକ୍ ବାଲଟିରେ ମଧ୍ୟ କରାଯାଇ ପାରିବ |
· ଡଷ୍ଟବିନ୍ ଗୁଡିକ ପୁରିଗଲେ ଏଗୁଡିକ ଗତଖୋଳି ପୋତି ଦେବା ବନ୍ଦୋବସ୍ତ କରିବୁ |
e) ତୁମେ ବିଦ୍ୟାଳୟର ଶୌଚାଳୟ/ପାଇଖାନାର ସଦୁପଯୋଗ ପାଇଁ କ’ଣ ସବୁ କରିବ ?
· ଚପଲ ପିନ୍ଧି ପାଇଖାନା ଯିବ |
· ମଳତ୍ୟାଗ ପରେ ସାବୁନ୍ ରେ ହାତ ଧୋଇବ |
· ପାଇଖାନାରେ ମଳତ୍ୟାଗ ପୂର୍ବରୁ ଓ ପରେ ପାଣି ଢାଳିବ |
· ପାଇଖାନାରେ ବାଲଟି , ମଗ, ସାବୁନ ଓ ପାଣି ରଖିବ |
4. ଟିପ୍ପଣୀ ଲେଖ |
a) ଦୂଷିତ ଜଳ :-
· ଆବର୍ଜନା ମିଶ୍ରିତ ଜଳକୁ ଦୂଷିତ ଜଳ କହନ୍ତି | ଘର ନାଳରେ ବୋହି ଯାଉଥିବା ଜଳ, ସହରରେ ପାଇଖାନା ଓ ଗାଧୁଆ ଘରୁ ବାହାରୁଥିବା ଜଳ,ଡାକ୍ତରଖାନା ନଳାରୁ ନିର୍ଗତ ଜଳ, ବିଦ୍ୟାଳୟ ନଳାରୁ ବାହାରୁଥିବା ଜଳ, ରାସ୍ତାର ଦୁଇପଟେ ଥିବା ନଳାର ଜଳ ବର୍ଷାଦ୍ଵାରା ଧୋଇ ହୋଇ ଯାଉଥିବା ଜଳ ଓ ବର୍ଷା ଫଳରେ ଛାତରୁ ବୋହି ହୋଇଯାଉଥିବା ଜଳ ଦୂଷିତ ଜଳର ଅନ୍ତର୍ଭୁକ୍ତ |
b) ଜୈବିକ ଗ୍ୟାସ :-
· ଦୂଷିତ ଜଳରେ ମନୁଷ୍ୟର ମଳ,ପଶୁପକ୍ଷୀଙ୍କ ମଳ ଅପରିଷ୍କୃତ ତୈଳ ଜାତୀୟ ପଦାର୍ଥ, ପଲିଥିନ, ପୋକମରା ଔଷଧ ଓ ପରିବାପତ୍ରର ଚୋପା ଆଦି ଜୈବିକ ପଦାର୍ଥ ଥାଏ | ଏଗୁଡିକ ଅପଘଟକ ମାନଙ୍କ ଦ୍ଵାରା ବିଘଟିତ ହୋଇ ମିଥେନ୍ ଆଦି ଗ୍ୟାସ୍ ଉତ୍ପନ୍ନ ହୁଏ | ଏଗୁଡ଼ିକୁ ଜୈବିକ ଗ୍ୟାସ୍ କହନ୍ତି |
c) ଜଳର ଉପଚାର :-
· ବର୍ଜ୍ୟବସ୍ତୁର ପୁନରୁଦ୍ଧାର ପରେ ଜଳରେ କେତେକ ଅନିଷ୍ଟକାରୀ ପଦାର୍ଥକୁ ବିଭିନ୍ନ ଉପଚାର ଦ୍ଵାରା ନଷ୍ଟ କରାଯାଏ |
· ଦିଲ୍ଲୀ ନଗରୀରେ ଆବର୍ଜନା ଉପଚାର କାରଖାନାରୁ ଜୈବିକ ଗ୍ୟାସ୍ ଉତ୍ପନ୍ନ କରି ରୋଷେଇ କାର୍ଯ୍ୟରେ ବିନିଯୋଗ କରାଯାଉଛି |
d) ଖୋଲାନଳାର ଅପକାରିତା : -
· ଖୋଲା ନଳାରେ ଉଡି ଏଣୁ ତେଣୁ ପତ୍ର ଡାଳ ଆଦି ପଡି ଜଳ ନିଷ୍କାସନକୁ ବନ୍ଦ କରିଦିଏ |
· ଖୋଲା ନଳାରେ ବୀଜାଣୁଗୁଡିକ ଅପଘଟନ କଲାପରେ ନିର୍ଗତ ଦୁର୍ଗନ୍ଧ ବାଷ୍ପ ପରିବେଶ ପ୍ରଦୂଷଣ କରେ |
· ଖୋଲା ନଳାରେ ମଶା ମାଛି ବଂଶବୃଦ୍ଧି କରି ବିଭିନ୍ନ ରୋଗର ପ୍ରସାର କରିଥାଆନ୍ତି |
5. ଅପଚୟିତ ଜଳରେ ଥିବା ବିଭିନ୍ନ ଉପାଦାନରୁ ୨ ଟି ଲେଖାଏଁ ଉଦାହରଣ ଲେଖ |
· ଜୈବିକ ପଦାର୍ଥ – ଅପରିଷ୍କାର ତୈଳ ଜାତୀୟ ପଦାର୍ଥ, ଜୀବର ମଳ
· ପୋଷକ – ନାଇଟ୍ରୋଜେନ୍ , ପୋଟାସିୟମ୍
· ଅଜୈବିକ ପଦାର୍ଥ – ମାଟି, ଗୋଡି
· ରାସାୟନିକ ପଦାର୍ଥ – ସୀସା , ଆର୍ସେନିକ୍ ଆଦି ଧାତୁ
· ଅଣୁଜୀବ – ହଇଜା ବୀଜାଣୁ , ଆନ୍ତ୍ରିକ ଜ୍ଵର ବୀଜାଣୁ
6. ପଲିଥିନ ଓ ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥର ବ୍ୟବହାର ପରେ ଏଣେତେଣେ ନ ଫିଙ୍ଗି ଫୋଡିବାଦ୍ୱାରା ପରିବେଶର କ’ଣ କ୍ଷତି ହୁଏ ?
· ପଲିଥିନ୍ ଓ ପ୍ଲାଷ୍ଟିକ୍ କୁ ପୋଡ଼ିଲେ ପ୍ରଚୁର ପରିମାଣରେ ମିଥେନ୍ ଓ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ବାୟୁ ପ୍ରଦୂଷଣର ଅନ୍ୟତମ କାରଣ ହୋଇଥାଏ |
· ଏହାର ପାଉଁଶ ମଧ୍ୟ ମୃତ୍ତିକା ପ୍ରଦୂଷଣ କରେ |
7. ଆଜିକାଲି ଦେଖାଯାଉଥିବା “ରାସ୍ତାରୋକ” ବେଳେ ରାସ୍ତା ମଝିରେ ଟାୟାର କରାଯାଉଛି | ଏହାଦ୍ଵାରା ବାୟୁମଣ୍ଡଳ ଉପରେ କି ପ୍ରଭାବ ପଡେ ?
· ଟାୟାରଗୁଡିକ ନାଇଲନ୍ ତଂତୁରୁ ପ୍ରସ୍ତୁତ କରାଯାଇଥାଏ | ଏହାକୁ ପୋଡ଼ିଲେ ଦୁର୍ଗନ୍ଧ ହୁଏ ଏବଂ ଦୂଷିତ ବାଷ୍ପ ନିର୍ଗତ ହୋଇ ପରିବେଶ ପ୍ରଦୂଷଣ କରେ |
· ଏହା ଜାଲିସାରିବା ପରେ ସଙ୍କୁଚିତ ହୋଇ କଠିନ କଣ୍ଡି ସୃଷ୍ଟି ହୁଏ ତାହା ମୃତ୍ତିକାର ଯେଉଁ ସ୍ଥାନରେ ପଡିବ ମୃତ୍ତିକା ପ୍ରଦୂଷଣ କରିବ |
8. ପୁରୁଣା ଓ ବ୍ୟବହାର ହୋଇସାରିଥିବା ଟାଏରଗୁଡିକ ସାଧାରଣତଃ ଆମେ ଅବ୍ୟବହୃତ ଜାଗାରେ ଫୋପାଡି ଦେଇଥାଉ | ଏଥିଯୋଗୁଁ ଯେଉଁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୁଏ ଲେଖ |
· ପୁରୁଣା ଓ ଅବ୍ୟବହୃତ ଟାୟାରଗୁଡିକ ଜୈବ ଅବକ୍ଷୟ ଅଯୋଗ୍ୟ | ତେଣୁ ଏଗୁଡ଼ିକୁ ମୃତ୍ତିକାସ୍ର ବ୍ୟାକ୍ଟେରିଆ ନଷ୍ଟ କରିପାରନ୍ତି ନାହିଁ |
· ଏଗୁଡିକ ମୃତ୍ତିକାରେ ପଡିରହି ମୃତ୍ତିକା ପ୍ରଦୂଷଣ କରେ | ବର୍ଷାଜଳ ମାଟିର ତଳସ୍ତରକୁ ଯିବାରେ ଏଗୁଡିକ ଅବରୋଧ କରିବା ଫଳରେ ଭୂତଳ ଜଳସ୍ତର କମିବାରେ ଏହ ସହାୟକ ହୋଇଥାଏ |
9. ଅଣୁଜୀବମାନେ ଶୁଖିଲା ପତ୍ର ସହିତ ପ୍ରତିକ୍ରିୟା କରି କ’ଣ ସୃଷ୍ଟି କରନ୍ତି ?
a) ବାଲି
b) ଛତୁ
c) ହ୍ୟୁମସ୍
d) କାଠ
10. କଟକ ଓ ଭୁବନେଶ୍ୱର ଭଳି ବଡବଡ ସହରରୁ ନିର୍ଗତ ବହୁ ପରିମାଣରେ ବାହିତ ମଳକୁ ସଦୁପଯୋଗ କରିବା ପାଇଁ ଦୁଇଟି ଉପାୟ ଲେଖ |
· ବାହିତ ମଳକୁ କମ୍ପୋଷ୍ଟ କରି ଖତ ରୂପେ ବ୍ୟବହାର କରାଯାଇ ପାରିବ |
· ବାହିତମଳକୁ ଏକ ଟାଙ୍କିରେ ରଖୁ ବୀଜାଣୁମାନଙ୍କ ଦ୍ଵାରା ଅପଘଟନ କରାଇ ନିର୍ଗତ ଗ୍ୟାସ୍ କୁ ଜାଳେଣି ଓ ବିଜୁଳି ଉତ୍ପାଦନରେ ବ୍ୟବହାର କରାଯାଇପାରିବ l
Truly Indian Brand