Odia Medium Class 7 Science Chapter 5 Posana ( ପୋଷଣ ) Question & Answer

Sonali Ma'am avatar
Sonali Ma'am

Language : Odia

LRNR provides this material totally free

Odia Medium Class 7 Science Chapter 5 Posana ( ପୋଷଣ ) Question & Answer

ପୋଷଣ



1.   ଆମେ ଖାଉଥିବା ଖାଦ୍ୟରେ ଥିବା ଉପାଦାନଗୁଡିକର ନାମ ଲେଖ |


·    ଆମେ ଖାଉଥିବା ଖାଦ୍ୟରେ ଥିବା ଉପାଦାନମାନଙ୍କ ନାମ ହେଲା – ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଜୀବସାର ଓ ଜଳ |



2.   “ଜୀବଜଗତ କାମ କରିବା ପାଇଁ ଶକ୍ତି ସୂର୍ଯ୍ୟଙ୍କଠାରୁ ହିଁ ପାଇଥାନ୍ତି |” ଏହା କାହିଁକି ସତ କାରଣ ସହ ଦର୍ଶାଅ |


·    ସବୁଜ ଉଦ୍ଭିଦ ସୌରଶକ୍ତିର ଉପସ୍ଥିତିରେ ଅଙ୍ଗାରକାମ୍ଳ ଓ ଜଳର ସଂଯୋଗ ଘଟାଇ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରେ | ଏହି ଶ୍ଵେତସାରକୁ ଉଦ୍ଭିଦ ତଥା ପ୍ରାଣୀମାନେ ଖାଦ୍ୟରୂପେ ବ୍ୟବହାର କରନ୍ତି | ପ୍ରାଣୀମାନେ ଖାଦ୍ୟରୁ ଶକ୍ତି ପାଆନ୍ତି | ତେଣୁ ଜୀବଜଗତ କାମ କରିବା ପାଇଁ ସୂର୍ଯ୍ୟଙ୍କଠାରୁ ଶକ୍ତି ପାଇଥାନ୍ତି |



3.   ସ୍ଵଭୋଜୀ ଓ ପରଭୋଜୀ ପ୍ରତ୍ୟେକରୁ ୩ଟି ଉଦାହରଣ ଦିଅ |


·    ସ୍ଵଭୋଜୀ – ବରଗଛ, ଶୈବାଳ, ଆମ୍ବଗଛ


·    ପରଭୋଜୀ – କବକ, ନିର୍ମୂଳୀ, ଅପଘଟକ ବୀଜାଣୁ



4.   ତୁମେ ମଣିଷକୁ ସ୍ଵଭୋଜୀ, ପରଭୋଜୀ ଓ ମୃତୋପଜୀବୀ ମଧ୍ୟରୁ କେଉଁ ଶ୍ରେଣୀରେ ରଖିବ ଓ କାହିଁକି ଲେଖ ?


·    ମଣିଷ ପରଭୋଜୀ କାରଣ ମନୁଷ୍ୟ ଖାଦ୍ୟ ଗ୍ରହଣ ପାଇଁ ଉଦ୍ଭିଦ ଓ ଅନ୍ୟପ୍ରାଣୀ ଉପରେ ନିର୍ଭର କରେ |



5.   ନିଜ ଖାତାରେ ନିମ୍ନ ସାରଣୀ ପରି ଏକ ସାରଣୀ ତିଆରି କର ଓ ସାରଣୀରେ ଖାଲିସ୍ଥାନ ପୂରଣ କର |


a)   ପରାଜୀବୀ :-


କାହାକୁ କହନ୍ତି – ଯେଉଁମାନେ ଅନ୍ୟ ଉଦ୍ଭିଦ ଓ ପ୍ରାଣୀଠାରୁ ଖାଦ୍ୟ ସଂଗ୍ରହ କରନ୍ତି |


ଉଦାହରଣ – ନିର୍ମୂଳୀ


କେଉଁଠୁ ଖାଦ୍ୟ ପାଆନ୍ତି – ଅନ୍ୟ ଗଛର କାଣ୍ଡରୁ


b)   ମୃତୋପଜୀବୀ :-


କାହାକୁ କହନ୍ତି – ମୃତ ପ୍ରାଣୀ ଓ ଉଦ୍ଭିଦଠାରୁ ଯେଉଁମାନେ ଖାଦ୍ୟ ସଂଗ୍ରହ କରନ୍ତି |


ଉଦାହରଣ – ଛତୁ


କେଉଁଠୁ ଖାଦ୍ୟ ପାଆନ୍ତି – ମୃତ ଉଦ୍ଭିଦ ଓ ପ୍ରାଣୀର ଶରୀରର


c)   ସହଜୀବୀ :-


କାହାକୁ କହନ୍ତି – ଆଶ୍ରୟ ଓ ପୋଷଣ ପାଇଁ ମିଳିମିଶି ରହିବାକୁ ସହଜୀବୀ କହନ୍ତି |


ଉଦାହରଣ – ଲାଇକେନ |


କେଉଁଠାରୁ ଖାଦ୍ୟ ପାଆନ୍ତି – ଶୈବାଳ ଠାରୁ |



6.   ପ୍ରତ୍ୟେକ ପାଇଁ ଗୋଟିଏ ଉଦାହରଣ ଦିଅ |


a)   ଉଭୟ ସ୍ଵଭୋଜୀ ଓ ପରଭୋଜୀ ଭାବେ ପୋଷଣ ସଂଗ୍ରହ କରୁଥିବା ଉଦ୍ଭିଦ – କମଣ୍ଡଳୁ


b)   ଯବକ୍ଷାରଜାନ ବିବନ୍ଧନରେ ଡାଲି ଜାତୀୟ ଗଛକୁ ସାହାଯ୍ୟ କରୁଥିବା ବୀଜାଣୁ – ରାଇଜୋବିୟମ |


c)   ସୂର୍ଯ୍ୟାଲୋକରୁ ଶକ୍ତି ସଂଗ୍ରହ ପାଇଁ ପାତ୍ରରେ ଥିବା କଣିକା – ହରିତ କଣିକା |



7.   ତାଲିକାରେ ଥିବା ଶବ୍ଦ ମଧ୍ୟରୁ ଠିକଟି ବାଛି ଶୂନ୍ୟସ୍ଥାନ ପୂରଣ କର |


a)   କୀଟପତଙ୍ଗମାନଙ୍କୁ ଖାଇଯାଉଥିବା ଉଦ୍ଭିଦ ହେଉଛି କମଣ୍ଡଳୁ |(ନିର୍ମୂଳୀ, ଶୈବାଳ, କମଣ୍ଡଳୁ, ଛତୁ)


b)   ଶୈବାଳ ଓ କବକ ମଧ୍ୟରେ ସହଜୀବୀ ଅବସ୍ଥା ଲାଇକେନ ରେ ଦେଖାଯାଏ | (ଫିମ୍ପି, ଡାଲିଜାତୀୟ, ପେନସିଲିୟମ, ଲାଇକେନ)



8.   ପତ୍ରରେ ଶ୍ଵେତସାର ଖାଦ୍ୟ ପ୍ରସ୍ତୁତି ପାଇଁ ଯେଉଁଗୁଡିକ ଆବଶ୍ୟକ ନିମ୍ନ ତାଲିକାରୁ ବାଛି ଲେଖ |


·    ବାୟୁ, ଯବକ୍ଷାରଜାନ, ଜଳ, ପ୍ରୋଟିନ, ଅଙ୍ଗାରକାମ୍ଳ , ସୂର୍ଯ୍ୟାଲୋକ, ଅମ୍ଳଜାନ |


·    ଜଳ, ଅଙ୍ଗାରକାମ୍ଳ ,ସୂର୍ଯ୍ୟାଲୋକ |



9.   ନିମ୍ନରେ ପରିପାକ ବିଭାଗର ବିଭିନ୍ନ ଅଙ୍ଗର ନାମ ଲେଖାଯାଇଛି | ଖାଦ୍ୟ ଖାଇଲେ କେଉଁ ଅଙ୍ଗରୁ କେଉଁ ଅଙ୍ଗକୁ ଯାଇଥାଏ, କ୍ରମରେ ଲେଖ |

·    ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ଖାଦ୍ୟନଳୀ, ନିଗଳ, ବୃହତନ୍ତ୍ର, ଗ୍ରହଣୀ, ମଳଦ୍ଵାର,ମୁଖଗହ୍ଵର, ମଳକୋଷ୍ଠ |


·    ମୁଖଗହ୍ଵର→ ନିଗଳ → ଖାଦ୍ୟନଳୀ→ ପାକସ୍ଥଳୀ→ ଗ୍ରହଣୀ →କ୍ଷୁଦ୍ରାନ୍ତ୍ର →ବୃହତନ୍ତ୍ର → ମଳକୋଷ୍ଠ→ମଳଦ୍ଵାର |


 

10. ଶୂନ୍ୟସ୍ଥାନ ପୂରଣ କର |


a)   ପରିପାକ ତନ୍ତ୍ରର ସବୁଠାରୁ ବଡ ଆକାର ଅଂଶର ନାମ ପାକସ୍ଥଳୀ ଅଟେ |


b)   ପରିପାକ ତନ୍ତ୍ରର ସବୁଠାରୁ ଲମ୍ବା ଅଙ୍ଗର ନାମ କ୍ଷୁଦ୍ରାନ୍ତ୍ର ଅଟେ |


c)   ପାକସ୍ଥଳୀରୁ ପାଚକରସ, ଲବଣାମ୍ଲଲାଳ ରସ କ୍ଷରିତ ହୋଇଥାଏ |


d)   କ୍ଷୁଦ୍ରାନ୍ତ୍ରର ଅନ୍ତଃ ଆବରଣରେ ଆଙ୍ଗୁଳି ପରି ଉଠିଥିବା ଅଂଶକୁ ଭିଲ୍ଲି କୁହାଯାଏ |


e)   ଆମିବାର ହଜମ କାର୍ଯ୍ୟ ରସାଧନୀରେ ହୋଇଥାଏ |



11. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବା ଦୁଇଟି ଧାଡିରେ ଦିଅ |


a)   ପିତ୍ତରସ କେଉଁଠାରୁ କ୍ଷରିତ ହୋଇଥାଏ ଏବଂ ଏହା କେଉଁ ପ୍ରକାର ଖାଦ୍ୟ ହଜମରେ ସାହାଯ୍ୟ କରେ ?


ପିତ୍ତରସ ପିତ୍ତକୋଷରୁ କ୍ଷରିତ ହୋଇଥାଏ | ଏହା ଚର୍ବି ଜାତୀୟ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ |


b)   ବିଦ୍ୟାଳୟର କ୍ରୀଡ଼ା ପ୍ରତିଯୋଗୀତାରେ ଭାଗ ନେଇଥିବା ପିଲାମାନଙ୍କୁ ଗଲୁକୋଯ ଦିଆଯାଏ | କାରଣ କ’ଣ ?


·    ଗ୍ଲୁକୋଜ ସିଧାସଳଖ ରକ୍ତରେ ମିଶେ | ଗଲୁକୋଯ ଜାରିତ ହେଲେ ଶକ୍ତି ମିଳେ | ତେଣୁ କ୍ରିଡା ପ୍ରତିଯୋଗୀତାରେ ଭାଗ ନେଉଥିବା ପିଲାମାନଙ୍କୁ ଗଲୁକୋଯ ଖାଇବାକୁ ଦିଆଯାଏ |


c)   ଶାଗ ସହଜରେ ହଜମ ହୁଏ ନାହିଁ ବୋଲି କହନ୍ତି, ଏହାର କାରଣ କ’ଣ ?


·    ମନୁଷ୍ୟର ଖାଦ୍ୟନଳୀରେ ସିକମ ନ ଥାଏ | ତେଣୁ ସେଲ୍ୟୁଲୋଜଯୁକ୍ତ ଖାଦ୍ୟ ଆମ ଶରୀରରେ ସହଜରେ ହଜମ ହୁଏ ନାହିଁ | ତେଣୁ ଶାଗ ସହଜରେ ହଜମ ହୁଏ ନାହିଁ |


d)   ଅଗ୍ନାଶୟ କେଉଁ ଅଂଶରେ ଥାଏ ? ଏହାର କାର୍ଯ୍ୟ କ’ଣ ?


·    ପାକସ୍ଥଳୀରେ ଠିକ ତଳକୁ ଘିଅ ରଙ୍ଗର ଗ୍ରନ୍ଥି ଅଛି | ଏହାକୁ ଅଗ୍ନାଶୟ କୁହନ୍ତି |


·    ଶ୍ଵେତସାର, ସ୍ନେହସାର,ପୁଷ୍ଟିସାର ଜାତୀୟ ଖାଦ୍ୟ ହଜମ କରିବାରେ ଅଗ୍ନାଶୟ ରସ ସାହାଯ୍ୟ କରେ |



12. ‘କ’ ସ୍ତମ୍ଭରେ ଦିଆଯାଇଥିବା ପରିପାକତନ୍ତ୍ରର ଅଂଶଗୁଡିକର ନାମ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ କାର୍ଯ୍ୟକୁ ଯୋଡି ଲେଖ |


‘କ’                 ‘ଖ’


ଲାଳଗ୍ରନ୍ଥି        ଲାଳ ଅଂଶ କ୍ଷରଣ


ପାକସ୍ଥଳୀ       ପାଚକ ରସ


ଯକୃତ         ପିତ୍ତରସ କ୍ଷରଣ


କ୍ଷୁଦ୍ରାନ୍ତ୍ର         ହଜମ କ୍ରିୟା ଶେଷ


ବୃହତନ୍ତ୍ର        ଜଳ ଶୋଷଣ



13. ଶରୀରର କେଉଁ କେଉଁ ଅଂଶରେ ନିମ୍ନଲିଖିତ ଖାଦ୍ୟଗୁଡିକ ହଜମ ହୋଇଥାଏ ଲେଖ |


a)   ଶ୍ଵେତସାର ଜାତୀୟ ଖାଦ୍ୟ – ପାଟି, କ୍ଷୁଦ୍ରାନ୍ତ୍ର


b)   ପୁଷ୍ଟିସାର ଜାତୀୟ ଖାଦ୍ୟ – ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର


c)   ଚର୍ବିଜାତୀୟ ଖାଦ୍ୟ – ଗ୍ରହଣୀ, କ୍ଷୁଦ୍ରାନ୍ତ୍ର


d)   ସମସ୍ତ ଖାଦ୍ୟସାର – କ୍ଷୁଦ୍ରାନ୍ତ୍ର



14. ପରିପାକ ବିଭାଗର ବିଭିନ୍ନ ଅଂଶର ନାମ ଚିତ୍ରରେ ଦର୍ଶାଅ |


a)   ମୁଖ ଗହ୍ଵର

b)   ଖାଦ୍ୟନଳୀ

c)   ପାକସ୍ଥଳୀ

d)   କ୍ଷୁଦ୍ରାନ୍ତ୍ର

e)   ବୃହତନ୍ତ୍ର

f)   ମଳକୋଷ୍ଠ

g)   ମଳଦ୍ଵାର



15. କହିଲେ କ’ଣ ବୁଝ ?


a)   ହଜମ କ୍ରିୟା –


ଖାଦ୍ୟର ସରଳୀକରଣକୁ ହଜମକ୍ରିୟା କୁହାଯାଏ |


b)   ଖାଦ୍ୟ ଗ୍ରହଣ –


ଖାଦ୍ୟ ଖାଇବାକୁ ଖାଦ୍ୟ ଗ୍ରହଣ କୁହାଯାଏ |


c)   ଆତ୍ମିକରଣ –


ଭିଲିର ଉପସ୍ଥିତି ଯୋଗୁଁ ରକ୍ତକୈଶିକ ନଳୀଦ୍ଵାରା ଶୋଷିତ ଖାଦ୍ୟସାର ଶରୀରର ବିଭିନ୍ନ ଅଂଶକୁ ଯାଏ, ତାହାକୁ ଆତ୍ମିକରଣ କୁହାଯାଏ |


d)   ଖାଦ୍ୟ ନିଷ୍କାସନ :-


ଖାଦ୍ୟର ଖଦଡ଼ା ଅଂଶ ମଳଦ୍ଵାର ଦେଇ ବାହାରକୁ ନିଷ୍କାସିତ ହୁଏ


e)   ଦୁଧ ଦାନ୍ତ :-


ପିଲାମାନଙ୍କର ପ୍ରଥମ ଦାନ୍ତକୁ ଦୁଧଦାନ୍ତ କୁହାଯାଏ | ଏହା ଅସ୍ଥାୟୀ |


f)   ସ୍ଥାୟୀ ଦାନ୍ତ :-


ଦୁଧଦାନ୍ତ ପଡିବା ପରେ ସେଠାରେ ଉଠିବା ଦାନ୍ତକୁ ସ୍ଥାୟୀ ଦାନ୍ତ କୁହାଯାଏ |


g)   ପାକୁଳି କରିବା :-


ରୋମନ୍ଥନ ପ୍ରାଣୀମାନେ ଖାଇଥିବା ଖାଦ୍ୟକୁ ରୁମେନରୁ ପାଟିକୁ ଆଣି ଚୋବେଇ ଚୋବେଇ ଖାଇଥାନ୍ତି | ଏହାକୁ ପାକୁଳି କରିବା କୁହାଯାଏ |


16. କାରଣ ଦର୍ଶାଅ |


a)   ଖାଇବା ପରେ ଦାନ୍ତ ଓ ପାଟି ସଫା କରିବା |


·    ଖାଇବା ପରେ ପାଟି ଭିତରେ ଓ ଦାନ୍ତରେ ଲାଗିଥିବା ଖାଦ୍ୟକୁ କେତେକ କ୍ଷତିକାରକ ବ୍ୟାକ୍ଟେରିଆ ପଚାଇ ଅମ୍ଳ ସୃଷ୍ଟି କରନ୍ତି, ତାହା ଦାନ୍ତକୁ ନଷ୍ଟ କରିଥାଏ | ତେଣୁ ଖାଇବା ପରେ ଦାନ୍ତ ଓ ପାଟିକୁ ସଫା କରିବା ଆବଶ୍ୟକ |


b)   ଖାଦ୍ୟ ଖାଇବା ସମୟରେ କଥାବାର୍ତ୍ତା କରିବା ଉଚିତ ନୁହେଁ |


·    ଖାଦ୍ୟ ଖାଇବା ବେଳେ କଥାବାର୍ତ୍ତା କଲେ ବେଳେବେଳେ ଖାଦ୍ୟ ଶ୍ଵାସନଳୀ ମଧ୍ୟରେ ପ୍ରବେଶ କରେ ; ଫଳରେ କଷ ହୁଏ | ତେଣୁ ଖାଦ୍ୟ ଖାଇବା ବେଳେ କଥାବାର୍ତ୍ତା କରିବା ଅନୁଚିତ୍ |


c)   ମନୁଷ୍ୟ ସେଲ୍ୟୁଲୋଜ ଜାତୀୟ ଖାଦ୍ୟ ସହଜରେ ହଜମ କରିପାରେ ନାହିଁ |


·    ମନୁଷ୍ୟର ସିକମ ନ ଥିବାରୁ ସେଲ୍ୟୁଲୋଜ ଜାତୀୟ ଖାଦ୍ୟ ସହଜରେ ହଜମ ହୁଏ ନାହିଁ | ସେଲ୍ୟୁଲୋଜ ଜାତୀୟ ଖାଦ୍ୟ ସିକମ ମଧ୍ୟରେ ବ୍ୟାକ୍ଟେରିଆ ଦ୍ୱାରା ହଜମ ହୋଇପାରେ |


d)   ଝାଡ଼ା ରୋଗୀକୁ ଅବହେଳା କରିବା ଉଚିତ ନୁହେଁ |


·    ଖାଦ୍ୟ ହଜମ ନ ହେଲେ କିମ୍ବା ବିଷାକ୍ତ ହେଲେ ଝାଡ଼ା ରୋଗ ହୋଇଥାଏ | ଝାଡ଼ା ହେଲେ ରୋଗୀ ଶରୀରରୁ ଜଳୀୟ ଅଂଶ କମିଯାଏ | ତେଣୁ ଝାଡ଼ା ରୋଗୀଙ୍କୁ ଅବହେଳା କରିବା ଉଚିତ ନୁହେଁ | ଅବହେଳା ଫଳରେ ରୋଗୀ ମଧ୍ୟ ମୃତ୍ୟୁ ମୁଖରେ ପଡିପାରେe)   ଖାଦ୍ୟକୁ ଆସ୍ତେ ଆସ୍ତେ ଚୋବାଇ ଖାଇବା |


·    ଖାଦ୍ୟକୁ ଆସ୍ତେ ଆସ୍ତେ ଚୋବାଇ ଖାଇଲେ ଖାଦ୍ୟ ସହଜରେ ଗୁଣ୍ଡ ହୋଇଥାଏ ଏବଂ ହଜମ ପ୍ରକ୍ରିୟା ସହଜରେ ହୋଇପାରେ |


f)   ମଣିଷ ଶରୀରରେ ଯଦି ଅଗ୍ନାଶୟ ନଥାନ୍ତା, ତେବେ କ’ଣ ହୋଇଥାନ୍ତା ?


  •    ମନୁଷ୍ୟ ଶରୀରରେ ଅଗ୍ନାଶୟ ନଥିଲେ ଅଗ୍ନାଶୟ ରସ କ୍ଷରଣ ହୋଇପାରନ୍ତା ନାହିଁ | ଫଳରେ ଶ୍ଵେତସାର, ସ୍ନେହସାର ଓ ପୁଷ୍ଟିସାର ଯୁକ୍ତ ଖାଦ୍ୟ ସରଳୀକରଣ ହୋଇପାରନ୍ତା ନାହିଁ | ତେଣୁ ଖାଦ୍ୟ ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୁଅନ୍ତା l
Ratings
No reviews yet, be the first one to review the product.