Odia Medium Class 7 Science Chapter 6 Tapa O Tapa Sancharana (ତାପ ଓ ତାପ ସଞ୍ଚରଣ) Question & Answer

Language : Odia

LRNR provides this material totally free

Odia Medium Class 7 Science Chapter 6 Tapa O Tapa Sancharana (ତାପ ଓ ତାପ ସଞ୍ଚରଣ) Question & Answer

ତାପ ଓ ତାପ ସଞ୍ଚରଣ




1.   ଗୋଟିଏ ଷ୍ଟିଲ ବା ଆଲୁମିନିୟମର ଡେକ୍ଚିରେ ପାଣି ନେଇ ଚୁଲ୍ଲୀରେ ବସାଇ ପାଣିକୁ ଗରମ କଲେ ଏ କ୍ଷେତ୍ରରେ ତାପ ସଂଚରଣର କେଉଁ କେଉଁ ପ୍ରକ୍ରିୟା କ୍ରିୟାଶୀଳ ହୋଇଥାଏ ଲେଖ ଏବଂ ବୁଝାଅ |


·    ପ୍ରଥମେ ଷ୍ଟିଲ୍ ବା ଆଲୁମିନିୟମ୍ ଡେକଚି ପରିବହନ ପ୍ରଣାଳୀରେ ଉତ୍ତପ୍ତ ହୁଏ | ଷ୍ଟିଲ୍ ବା ଡେକଚିର ଯେଉଁ ଅଣୁଗୁଡିକ ଅଗ୍ନି ସଂସ୍ପର୍ଶରେ ଆସନ୍ତି ସେମାନେ ତାପ ଗ୍ରହଣ କରିବା ଫଳରେ ସେମାନଙ୍କର ଯାନ୍ତ୍ରିକ ଶକ୍ତି ବୃଦ୍ଧି ପାଏ |


. ତେଣୁ ଏହି ଅଣୁଗୁଡିକ ବିସ୍ଥାପିତ ନ ହୋ ତାଙ୍କର ମାଧ୍ୟ ସ୍ଥାନରେ ରହି ଅଧିକ ବେଗରେ କମ୍ପିତ ହୁଅନ୍ତି | ଏହି କମ୍ପକରତ ଅଣୁ ସେମାନଙ୍କ ପାଖ ଅନୁକୁ କିଛି କମ୍ପନ ସଞ୍ଚରଣ କରନ୍ତି | ଫଳରେ ସମଗ୍ର ଡେକଚିଟି ଉତ୍ତପ୍ତ ହୁଏ |


·    ଡେକଚି ମଧ୍ୟସ୍ଥ ପାଣି ପରିଚାଳନା ପଦ୍ଧତିରେ ଉତ୍ତପ୍ତ ହୁଏ | ଡେକଚି ମଧ୍ୟସ୍ଥ ଜଳ ଅନୁଗୁଡିକ ଡେକଚିରୁ ତାପ ଗ୍ରହଣ କରି ଉତ୍ତପ୍ତ ହୁଅନ୍ତି | ଫଳରେ ସେମାନଙ୍କ ଆୟତନ ବଢେ ଓ ସାନ୍ଦ୍ରତା କମେ |


. ତେଣୁ ସେ ଅଣୁ ଗୁଡିକ ହାଲୁକା ହୋଇ ଉପରକୁ ଉଠେ | ଉପରୁ ଓଜନିଆ ଥଣ୍ଡା ଅଣୁ ସେ ସ୍ଥାନ ପୂରଣ କରିବା ପାଇଁ ନିମ୍ନକୁ ଖସନ୍ତି ଓ ପରମୁହୁର୍ତ୍ତରେ ତାପ ଗ୍ରହଣ କରି ଉପରକୁ ଉଠନ୍ତି | ଏହିପରି ଭାବେ ସମଗ୍ର ଜଳ ଉତ୍ତପ୍ତ ହୋଇଥାଏ |



2.   ଯଦି ତାପ ସଂଚରଣ ପାଇଁ ପରିବହନ ଓ ପରିଚାଳନା ଉପାୟ ପ୍ରକୃତିରେ ନ ଥାନ୍ତା ତେବେ ଆମର କ’ଣ କ’ଣ ଅସୁବିଧା ଓ ସୁବିଧା ହୁଅନ୍ତା | ପ୍ରତ୍ୟେକଋ ତିନୋଟି ଲେଖାଏଁ ଉଦାହରଣ ଦିଅ |


ଅସୁବିଧା –


·    ରୋଷେଇ କରି ଖାଇବା ସମ୍ଭବପର ହେଉ ନ ଥାନ୍ତା |


·    ପବନ ଚଳାଚଳ ହୋଇପାରନ୍ତା ନାହିଁ |


·    ଜଳଚକ୍ର ସମ୍ଭବପର ହୁଅନ୍ତା ନାହିଁ ତେଣୁ ବର୍ଷା ମଧ୍ୟ ହୁଅନ୍ତା ନାହିଁ |


ସୁବିଧା –


·    ଘୂର୍ଣ୍ଣିବାତ୍ୟା ହୁଅନ୍ତା ନାହିଁ, ଘୂର୍ଣ୍ଣିବାତ୍ୟା ଆମର ଅନେକ କ୍ଷୟକ୍ଷତି କରେ |


·    ଖଣ୍ଡିଆଭୂତ ଓ ଝଡତୋଫାନ ମଧ୍ୟ ସମ୍ଭବପର ହୁଅନ୍ତା ନାହିଁ |


·    ଗ୍ରୀଷ୍ମଦିନେ ଅଂଶୁଘାତ ହେବାର ଭୟ ନଥାନ୍ତା |



3.   ଗ୍ରୀଷ୍ମ ଋତୁରେ ଖରାବେଳେ କଳାକନା ନା ଧଳାକନାରେ ତିଆରି ଛତା ବ୍ୟବହାର କରିବା ଉପଯୁକ୍ତ ହେବ, ବୁଝାଅ |


·    ଗ୍ରୀଷ୍ମଋତୁରେ ଖରାବେଳେ କଳାକନା ତିଆରି ଛତା ବ୍ୟବହାର କଲେ ଏହା ତାପମାତ୍ରାକୁ ଶୋଷିନିଏ | କିନ୍ତୁ କିଛି ସମୟ ପରେ ଏହା ଶୋଷିତ ତାପକୁ ବିକିରଣ କରେ |


. ତେଣୁ ଆମକୁ ଗରମ ଅନୁଭୂତ ହୁଏ | ଧଳାକନା ତିଆରି ଛତା ବ୍ୟବହାର କଲେ ତାହା ସୂର୍ଯ୍ୟକିରଣକୁ ପ୍ରତିଫଳନ କରିଦିଏ ତେଣୁ ଶୀଘ୍ର ତାତିଯାଏ ନାହିଁ | ତେଣୁ ଧଳାକନା ଛତା ବ୍ୟବହାର କରିବା ଭଲ |



4.   ଜ୍ଵର ତାପମାନ ଯନ୍ତ୍ର ଓ ପରୀକ୍ଷାଗାର ତାପମାନ ଯନ୍ତ୍ରରେ ଥିବା ଦୁଇଟି ସାମଞ୍ଜସ୍ୟ –


·    ଉଭୟ ତାପମାତ୍ରା ମାପିବାରେ ବ୍ୟବହାର କରାଯାଏ |


·    ଉଭୟ ତାପମାନ ଯନ୍ତ୍ରରେ ପାରଦକୁ ତାପମାନୀୟ ପଦାର୍ଥ ରୂପେ ବ୍ୟବହାର କରାଯାଏ |


ଦୁଇଟି ପାର୍ଥକ୍ୟ : -


· ଜ୍ଵର ତାପମାନଯନ୍ତ୍ର : -


·    ଏହାର ଲମ୍ବ ପ୍ରାୟ ୧୦ ସେ.ମି. |


·     ତାପମାନ ଯନ୍ତ୍ରକୁ କାଖ ତଳେ ବା ଜିଭ ତଳେ ୨ – ୩ ମିନିଟ୍ ରଖି ପଦାକୁ ଆଣି ଶରୀରର ତାପମାତ୍ରା ମାପି ହୁଏ |


· ପରୀକ୍ଷାଗାର ତାପମାନ ଯନ୍ତ୍ର : -


·    ଏହାର ଲମ୍ବ ପ୍ରାୟ ୩୦ ସେ ମି |


·    ଏହି ତାପମାନ ଯନ୍ତ୍ରକୁ ବାହାରକୁ ଆଣିଲେ ପାରଦ ସ୍ତମ୍ଭର ଉଚ୍ଚତା କମିଯାଏ ତେଣୁ ତାପମାତ୍ରା ଜାଣି ହୁଏ ନାହିଁ କେବଳ ବସ୍ତୁ ସହ ଲାଗି କରି ଥିବାବେଳେ ତାହା ବସ୍ତୁର ଉଷ୍ମତା ମାପିଥାଏ |



5.   ଶୀତଦିନେ ତୁମକୁ ଗୋଟିଏ ମୋଟା କମ୍ବଳ ବା ଦୁଇଟି ପତଳା କମ୍ବଳ ଯୋଖି ଘୋଡ଼ି ହେବାକୁ ବିକଳ୍ପ ଦିଆଗଲା | ତୁମେ କେଉଁଟି ଓ କାହିଁକି ବାଛିବ ଲେଖ |



·    ମୋଟା କମ୍ବଳକୁ ଶୀତଦିନେ ବ୍ୟବହାର କରିବା ପାଇଁ ବାଛିବୁ | ମୋଟା କମ୍ବଳଟି ତାପ କୁପରିବାହୀ | ଶୀତଦିନେ ଶରୀରର ତାପମାତ୍ରା ପରିବେଶର ତାପମାତ୍ରାଠାରୁ ଅଧିକ | ମୋଟା କମ୍ବଳଟି ଶରୀରର ତାପକୁ ପରିବେଶକୁ ସଞ୍ଚରିତ ହେବାକୁ ଦିଏ ନାହିଁ | ଏହା ବ୍ୟତୀତ ଏହା ମଧ୍ୟରେ ଥିବା ବାୟୁ କଣିକାଗୁଡିକ ମଧ୍ୟ ତାପ କୁପରିବାହୀ |


·    ମାତ୍ର ଦୁଇଟି ପତଳା କମ୍ବଳ ମଧ୍ୟରେ କିଛି ବାୟୁ କଣିକା ଥାଏ | ଏହି ବାୟୁକଣିକା ଗୁଡିକ ତାପ କୁପରିବାହୀ ନୁହନ୍ତି | ତେଣୁ ପଟଳାକମ୍ବଳ ଦୁଇଟିରେ ତାପ ସଞ୍ଚରିତ ହୋଇଯିବ | ତେଣୁ କିଛି ସମଯପରେ ଶୀତ ଅନୁଭୂତ ହେବ |



6.   ବହିରେ ଦିଆଯାଇଥିବା ଉଦାହରଣ ବ୍ୟତୀତ ତାପ ସୁପରିବାହୀ ଓ ତାପ କୁପରିବାହୀ ଦୁଇଟି ଲେଖାଏଁ ପଦାର୍ଥର ନାମ ଲେଖ |


·    ତାପ ସୁପରିବାହୀ ପଦାର୍ଥ – କଂସା , ପିତ୍ତଳ


·    ତାପ କୁପରିବାହୀ ପଦାର୍ଥ – କାଚ , ରବର



7.   ଶୂନ୍ୟସ୍ଥାନ ପୂରଣ କର |


a)   ଗୋଟିଏ ବସ୍ତୁର ତାପୀୟ ଅବସ୍ଥା ବସ୍ତୁର ତାପମାତ୍ରା ସୂଚାଇ ଥାଏ |


b)   ଟକ୍ ଟକ୍ ଫୁଟୁଥିବା ପାଣିର ତାପମାତ୍ରା ଜ୍ଵର ତାପମାନ ଯନ୍ତ୍ର ଦ୍ଵାରା ମପା ଯାଇପାରିବ ନାହିଁ |


c)   ବିକିରଣ ଉପାଯରେ ତାପ ସଂଚରଣ ପାଇଁ କୌଣସି ମାଧ୍ୟମ ଦରକାର ହୁଏ ନାହିଁ |


d)   କଳା ରଙ୍ଗର ପୋଷାକ ଧଳା ରଙ୍ଗର ପୋଷାକ ତୁଳନାରେ ଅଧିକ ତାପ ଅବଶୋଷଣ କରିପାରେ |


e)   ଗୋଟିଏ ଷ୍ଟିଲ ଚାମଚ ଗରମ ପାଣିରେ ବୁଡାଇଲେ ଉଭୟଙ୍କ ତାପମାତ୍ରା ସମାନ ହେଲାଯାଏଁ ତାପ ପାଣିରୁ ଚାମଚକୁ ପ୍ରବାହିତ ହେବ |


f)   ରାତିରେ ସ୍ଥଳ ସମୀର ସକ୍ରିୟ ହୋଇଥାଏ |


g)   ଗାଢ ରଙ୍ଗର ପୋଷାକ ଶୀତ ଋତୁରେ ପିନ୍ଧାଯାଏ |


h)   ଦିନରେ ସମୁଦ୍ର ସମୀର ସକ୍ରିୟ ହୋଇଥାଏ |


i)    ତାପ ପରିବହନ ପ୍ରକ୍ରିୟାର ପ୍ରଭାବରେ ଡେଭିଙ୍କ ନିରାପଦ ବତୀ ଏକ ଉଦାହରଣ ଅଟେ |



8.   ଗୋଟିଏ ପ୍ଲାଷ୍ଟିକ୍ ଚାମଚ ଆଇସକ୍ରିମ କପରେ ପୁରାଇଲେ ତାର ଅନ୍ୟ ପ୍ରାନ୍ତଟି |


a)   ମୋତେ ଶୀତଳ ହେବ ନାହିଁ |


b)   ପରିବହନ ପ୍ରକ୍ରିୟା ଯୋଗୁଁ ଶୀତଳ ହୋଇଯିବ |


c)   ପରିଚଳନ ପ୍ରକ୍ରିୟା ଶୀତଳ ହୋଇଯିବ |


d)   ବିକିରଣ ପ୍ରକ୍ରିୟା ଯୋଗୁଁ ଶୀତଳ ହୋଇଯିବ |



9.   ଷ୍ଟେନଲେସ ଷ୍ଟିଲ୍ ପାନ୍ ର ତଳ ପୃଷ୍ଠ ସାଧାରଣତଃ ତମବାରେ ତିଆରି କରାଯାଇଥାଏ, କାରଣ


a)   ତମ୍ବାରେ ତିଆରି ତଳପୃଷ୍ଠ ପାନ୍ ର ସ୍ଥାୟୀତ୍ଵ ବଢାଇଥାଏ |


b)   ପାନ୍ ଟି ରଙ୍ଗିନ୍ ଓ ସୁନ୍ଦର ଦେଖାଯାଏ |


c)   ତମ୍ବା ଏକ ସୁପରିବାହୀ |


d)   ଷ୍ଟେନଲେନ୍ ଷ୍ଟିଲ୍ ଅପେକ୍ଷା ତମ୍ବାର ପୃଷ୍ଠ ସହଜରେ ସଫା କରିହୁଏ |



10. ଯେଉଁ ଜାଗାରେ ଭୀଷଣ ଖରା ହୁଏ ସେଠି କୋଠା ଘରର ବାହାର କାନ୍ଥକୁ ଧଳାରଙ୍ଗ କରଯାଏ କାହିଁକି ? ବୁଝାଅ |


·    କୋଠାଘରର ବାହାରକୁ ଧଳାରଙ୍ଗରେ ରଙ୍ଗାଇବା ଦ୍ଵାରା ତାହା ସୂର୍ଯ୍ୟକିରଣକୁ ପ୍ରତିଫଳନ କରାଇ ଦିଏ ତେଣୁ ତାହା ତାପ ଅବଶୋଷଣ କରେ ନାହିଁ | ତେଣୁ ଘର ଭିତରକୁ ତାହା ତାପ ବିକିରଣ କରିପାରେ ନାହିଁ ଫଳରେ ଘର ଭିତର ଥଣ୍ଡା ରହେ |



11. ମରୁଭୂମିର ଅଧିବାସୀମାନେ କାହିଁକି ସାଧାରଣତଃ ଧଳା ପୋଷାକ ପିନ୍ଧିଥାନ୍ତି ଓ ମୁଣ୍ଡରେ ଧଳା ପଗଡି ବାନ୍ଧିଥାନ୍ତି ? ବୁଝାଅ |


·    ମରୁଭୂମିରେ ଅତ୍ୟଧିକ ତାପ ଅନୁଭୂତ ହୁଏ | ତେଣୁ ସେଠାରେ ଅଧିକ ଗରମ ହୋଇଥାଏ | ଧଳା ରଙ୍ଗ କମ୍ ତାପ ଅବଶୋଷଣ କରୁଥିବାରୁ ଧଳା ପୋଷାକ ପିନ୍ଧିଲେ ଦେହକୁ ଆରାମ ଲାଗେ | ତେଣୁ ମରୁଭୂମିର ଅଧିବାସୀମାନେ ଧଳା ପୋଷାକ ପିନ୍ଧିଥାନ୍ତି ଓ ମୁଣ୍ଡରେ ଧଳା ପଗଡି ବାନ୍ଧିଥାନ୍ତି |



12. ପୃଷ୍ଠା ୮୧ ରେ ପ୍ରଶ୍ନ ୧୧ ଥିବା ପରୀକ୍ଷାକୁ ବିଶ୍ଳେଷଣ କରି କହିପାରିବ କି କାଗଜ ସୁପରିବାହୀ ନା କୁପରିବାହୀ |


·    କାଗଜ ତାପ କୁପରିବାହୀ ଅଟେ |

Ratings
No reviews yet, be the first one to review the product.