Odia Medium Class 7 Science Chapter 8 Soil [ ମାଟି (ମୃତ୍ତିକା) ] Question & Answer

Sonali Ma'am

Language : Odia

LRNR provides this material totally free

Odia Medium Class 7 Science Chapter 8 Soil [ ମାଟି (ମୃତ୍ତିକା) ] Question & Answer

ମାଟି (ମୃତ୍ତିକା)


1.   ସର୍ବାଧିକ ଜଳ ଧାରଣ କ୍ଷମତା ଥିବା ମାଟି କେଉଁଟି ?


a)   ବାଲିଆ ମାଟି

b)   କାଦୁଆ ମାଟି

c)   ଦୋରସା ମାଟି

d)   ମଟାଳ ମାଟି


2.   ଉର୍ବର ମାଟିର ଉପର ସ୍ତରରେ କେଉଁଟି ଥାଏ ?


a)   ପଥର

b)   ଗୋଡି

c)   ବାଲି

d)   ହ୍ୟୁମସ୍



3.   ‘କ’ ସ୍ତମ୍ଭରେ ଥିବା ଶବ୍ଦ ସହିତ ସମ୍ପର୍କିତ ‘ଖ’ ସ୍ତମ୍ଭର ଶବ୍ଦକୁ ସଂଯୋଗ କର |


  ‘କ’         ‘ଖ’


ପ୍ରଥମ ସ୍ତର   ହ୍ୟୁମସ୍ ଅଧିକ


ଦ୍ଵିତୀୟ ସ୍ତର   ଜିଆର ଗାତ


ତୃତୀୟ ସ୍ତର   ଲବଣର ପରିମାଣ ବେଶୀ


ଚତୁର୍ଥ ସ୍ତର   ପଥର ଗୋଡି ସଂଖ୍ୟା ବେଶୀ



4.   ମାଟିର କିପରି ସୃଷ୍ଟି ହୁଏ ବର୍ଣ୍ଣନା କର |


·    ଦିନରେ ଭୂପୃଷ୍ଠର ତାପମାତ୍ରା ବଢେ ଓ ରାତିରେ କ୍ରମେ ଫଳରେ ଶିଳାର ପ୍ରସାରଣ ଓ ସଂକୋଚନ ହୋଇଥାଏ |


. ଗ୍ରୀଷ୍ମ ଋତୁରେ ଶିଳାର ଅଧିକ ପ୍ରସାରଣ ଓ ଶୀତ ଋତୁରେ ଶିଳାର ସଂକୋଚନ ହୋଇଥାଏ | ଦିନରାତି ଓ ଋତୁପରିବର୍ତ୍ତନ ହେତୁ, ତେଣୁ ଶିଳାରେ ଫାଟ ସୃଷ୍ଟି ହୁଏ |


·    ବର୍ଷାଜଳ, ବାୟୁ ଜଳସ୍ରୋତ ଓ ଉଦ୍ଭିଦର ଚେର ଏହି ଫାଟ ମଧ୍ୟରେ ପଶି ଶିଳା ଗୁଡିକଊ ଫଟାଇ ଛୋଟ ଛୋଟ ଖଣ୍ଡରେ ପରିଣତ କରେ |


·    ବର୍ଷାଜଳ ଓ ନଦୀ ସ୍ରୋତରେ ଛୋଟ ଛୋଟ ଖଣ୍ଡ ଶିଳା ଉଚ୍ଚରୁ ନିମ୍ନକୁ ଗଡ଼ିଗଡ଼ି ଗଲାବେଳେ ଚୂର୍ଣ୍ଣ ହୋଇ ଛୋଟ ଛୋଟ ଖଣ୍ଡ ଓ ବାଲି ସୃଷ୍ଟି କରେ l


·    ବାଲି, କାଦୁଅ , ଜୈବ ପଦାର୍ଥ ଓ ଶିଳାରେ ଥିବା ଲବଣ ମିଶି ମାଟି ସୃଷ୍ଟି ହୁଏ |



5.   ବାଲିଆ, ଦୋରସା, ମଟାଳ ମାଟିର ଗଠନ ଓ ବିଶେଷତା ଲେଖ |


ବାଲିଆମାଟି :-


·    ଏଥିରେ ବାୟୁ ସହଜରେ ପ୍ରବେଶ କରିପାରେ ଏବଂ ଜଳ ନିଷ୍କାସନ ଶୀଘ୍ର ହୋଇପାରେ |

·    ଏହି ମାଟି ଶୁଷ୍କ ଓ ହାଲୁକା |


ଦୋରସା ମାଟି :-


·    ବାଲିଆମାଟି ଓ କାଦୁଆମାଟିରେ ମିଶ୍ରଣରେ ଦୋରସା ମାଟି ଗଠିତ ହୋଇଥାଏ |

·    ଉଦ୍ଭିଦ ବଢିବାପାଇଁ ଏହି ମାଟି ଉତ୍କୃଷ୍ଟ |


ମଟାଳମାଟି :-


·    ସମପରିମାଣର ବାଲିଆ, କାଦୁଅ ଓ ପଟୁମାଟିର ମିଶ୍ରଣରେ ମଟାଳମାଟି ସୃଷ୍ଟି ହୁଏ |



6.   ମାଟିର ପରିଚିତ୍ରଣ କରି ସ୍ତର ଦର୍ଶାଅ |


·    ଉପର ମାଟିର ସ୍ତର ଖତ (humus)ରେ ପୂର୍ଣ୍ଣ, ନରମ ଓ ଛିଦ୍ରଯୁକ୍ତ ଅଟେ | ଏଥିରେ ଜଳ ମଧ୍ୟ ରହିଥାଏ | ଏହା ପିମ୍ପୁଡି, ଜନ୍ଦା, ଉଈ, ଜିଆ, ଉଦ୍ଭିଦର ଚେର ଓ ଅଣୁଜୀବମାନଙ୍କ ବାସସ୍ଥାନ |


·    ଦ୍ଵିତୀୟ ସ୍ତରରେ କମ୍ ହ୍ୟୁମସ୍ ଓ ଅଧିକ ଖଣିଜ ଲବଣ ଥାଏ | ଏହା ଶକ୍ତ ଓ ସଂକୋଚିତ |


·    ତୃତୀୟ ସ୍ତରରେ ଛୋଟ ଗରଡା ଓ ପଥର ଖଣ୍ଡ ରହିଥାଏ |


·    ଶେଷରେ କଠିନ ଶିଳାସ୍ତର ରହିଥାଏ |



7.   ମୃତ୍ତିକା ଅବକ୍ଷୟର ଚାରିଗୋଟି କୁପରିଣତି ଲେଖ |


·    ମୃତ୍ତିକାର ଅବକ୍ଷୟ ଘଟିଲେ ଜୀବମାନେ ବଞ୍ଚିବାପାଇଁ, ଖାଦ୍ଯ ପାଇବା କଷ୍ଟକର ହୋଇପଡିବ |


·    ମୃତ୍ତିକା ଅବକ୍ଷୟ ଘଟିଲେ ଗଛଗୁଡିକ ଉପଯୁକ୍ତ ପୁଷ୍ଟି ପାଇପାରିବେ ନାହିଁ |


·    ମାଟି ଉର୍ବରତା ହରାଇ ଚାଷ ଅନୁପଯୋଗୀ ହେବ |


·    ଭୂକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ଅଧିକ ହେବ |



8.   ମୃତ୍ତିକା ସଂରକ୍ଷଣ କିପରି କରାଯାଇପାରିବ ଲେଖ |


·    ବୃକ୍ଷରୋପଣ କରିବାଦ୍ୱାରା |


·    ଗୋଟିଏ ଜମିରେ ବହୁବର୍ଷ ଧରି ପ୍ରାଣୀମାନେ ଚରିବା ବନ୍ଦ କରିବା ଦ୍ଵାରା |


·    ଜମିକୁ ହଳ କରିବାବେଳେ ଢାଲୁର ବିପରୀତ ଦିଗରୁ ଶିଆର କରିବା ଦ୍ଵାରା |


·    ପାହାଡ଼ରୁ ବହିଆସିଥିବା ସୁରଣାଳ ସବୁକୁ ମଝିରେ ମଝିରେ ପଥର ପକାଇ ଅବରୋଧ କରିବା ଦ୍ଵାରା |


·    ନଦୀ ଓ ସମୁଦ୍ରକୂଳରେ ପଥରବନ୍ଧ କରିବାଦ୍ଵାରା |



9.   ଇଟା ବ୍ୟବହାର କରି ଘର ତିଆରି କରିବାଦ୍ୱାରା ଆମର ପରୋକ୍ଷରେ କି ପ୍ରକାର କ୍ଷତି ହେଉଛି ଲେଖ |


·    କଞ୍ଚାଇଟା ତିଆରି କରିବା ପାଇଁ ମାଟି ଆବଶ୍ୟକ | ଇଟା ମାଟିରେ ପକାଇବା ଦ୍ଵାରା ମୃତ୍ତିକା ଅବକ୍ଷୟ ହେଉଛି |


·    ଜମିର ଉପରମାଟି କ୍ଷୟହେତୁ ଜମିର ଉର୍ବରତା କମିଯାଏ |


·    ଇଟା ପୋଡାବେଳେ ନିର୍ଗତ ଗ୍ୟାସ୍ ପରିବେଶକୁ ପ୍ରଦୂଷିତ କରେ |


·    ଇଟା ବୋହିନେବା ପରେ ଏହାର ଅବଶେଷ ଜମିର ଉର୍ବରତା ନଷ୍ଟ କରେ |



10. ତୁମ ବାଡିରେ ତୁମା ମା’ ଶିମ୍ବ, ଭେଣ୍ଡି ଓ କଲରା ଗଛ ଲଗାଇଛନ୍ତି ଓ ସେଥିରେ ଭଲ ଫଳ ଧରୁଛି | ତେଣୁ ତୁମର ବାଡ଼ିର ମାଟି କେଉଁ ପ୍ରକାର ମାଟି ହୋଇଥିବ ଲେଖ |


. ଶିମ୍ବ, କଲରା ଆଦି ପନିପରିବା ଚାଷ ପାଇଁ ଦୋରସା ମାଟି ଉତ୍କୃଷ୍ଟ | ତେଣୁ ବାଡ଼ିର ମାଟି ଦୋରସା ମାଟି ହୋଇଥିବ |

Ratings
No reviews yet, be the first one to review the product.