Odia Medium Class 8 Geography Chapter-2 Bhu-Sambala (ଭୂ – ସମ୍ବଳ)Notes

Language : Odia

LRNR provides this material totally free

Odia Medium Class 8 Geography Chapter-2 Bhu-Sambala (ଭୂ – ସମ୍ବଳ) Notes

ଭୂ – ସମ୍ବଳ


·    ଭୂମି ଏକ ମୌଳିକ ପ୍ରାକୃତିକ ସମ୍ବଳ ତଥା ଗୁରୁତ୍ଵପୂର୍ଣ୍ଣ ସମ୍ବଳରୂପେ ପରିଚିତ |


·    ଭୂମିର ପ୍ରକୃତି, ମୃତ୍ତିକାର ଗୁଣ, ଜଳର ସୁଉଚ୍ଚତା , ପ୍ରାକୃତିକ ଉଦ୍ଭିଦ ଓ ମନୁଷ୍ୟର କାର୍ଯ୍ୟଧାରରେ ଥିବା ପାର୍ଥକ୍ୟ ଯୋଗୁଁ ମଣିଷର ଜୀବନଧାରଣ ପ୍ରଣାଳୀରେ ପାର୍ଥକ୍ୟ ଦେଖାଯାଏ |


·    ଭୂ – ସମ୍ବଳ ବିତରଣ


·    ଭୂ – ପୃଷ୍ଠ ସ୍ଥଳଭାଗ ଓ ଜଳଭାଗକୁ ନେଇ ଗଠିତ | ସ୍ଥଳଭାଗ ଏକ ମୁଖ୍ୟ ପ୍ରାକୃତିକ ସମ୍ବଳ | ଏହା ପୃଥିବୀର ପୃଷ୍ଠର ମୋଟ କ୍ଷେତ୍ରଫଳର ଶତକଡା 29 ଭାଗ |


·    ସ୍ଥଳଭାଗ ସାତଗୋଟି ମହାଦେଶକୁ ନେଇ ଗଠିତ | ସେଗୁଡିକ ହେଲା – ଏସିଆ, ଇଉରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆଣ୍ଟର୍କାଟିକା |


·    ଆଣ୍ଟର୍କାଟିକା ମହାଦେଶ ସର୍ବଦା ହିମାଚ୍ଛାଦିତ ରହିଥିବାରୁ ତାହା ମନୁଷ୍ୟ ବାସୋପଯୋଗୀ ନୁହେଁ |


ଭୂ – ସମ୍ବଳର ପ୍ରକାର ଭେଦ:


ଉଚ୍ଚତା ଦୃଷ୍ଟିରୁ ଭୂଭାଗରୁ ତିନି ଭାଗରେ ବିଭକ୍ତ କରାଯାଏ , ଯଥା:-


·    ଅଧିକା ଉଚ୍ଚତା ବିଶିଷ୍ଟ ପାହାଡ ଓ ପର୍ବତଗୁଡିକୁ ନେଇ ଗଠିତ ମାଳଭୂମି


·    ଅଳ୍ପ ଉଚ୍ଚନୀଚ ହୋଇଥିବା ବୀସ୍ତିର୍ଣ୍ଣ ପଥୁରିଆ ଅଞ୍ଚଳକୁ ନେଇ ଗଠିତ ମାଳଭୂମି |


·    ସମୁଦ୍ର ପତ୍ତନରୁ ଅଳ୍ପ ଉଚ୍ଚରେ ଥିବା ସମାନ ଉଚ୍ଚତା ବିଶିଷ୍ଟ ଅଞ୍ଚଳକୁ ନେଇ ଗଠିତ ସମତଳ ଭୂମି |


·    ଏସିଆର ହିମାଳୟ, ଇଉରୋପର ଆଲପସ, ଉତ୍ତର ଆମରିକାର ରକି, ଦକ୍ଷିଣ ଆମେରିକାର ଆଣ୍ଡିଜ ପର୍ବତମାଳରେ ପୃଥିବୀର ମୁଖ୍ୟ ପାର୍ବତ୍ୟ ଭୂମିଗୁଡିକ ଅବସ୍ଥିତ |


·    ଏସିଆର ତିବ୍ଦତ, ଗୋବୀ, ଇଉରୋପର ସ୍କାଣ୍ଡିନେଭିଆ, ଉତ୍ତର ଆମେରିକାର କାନାଡିଆନ ସିଲଡ, ଦକ୍ଷିଣ ଆମେରିକାର ବ୍ରାଜିଲ ଓ ପାଟଗୋନିଆ ପୃଥିବୀର ମୁଖ୍ୟ ମାଳଭୂମି ଭାବେ ପରିଚିତ | ଭାରତର ହିମାଳୟ, ଆରବଳୀ, ବିନ୍ଧ୍ୟ, ପୂର୍ବଘାଟ ଓ ପଶ୍ଚିମ ଘାଟ ଅଞ୍ଚଳଗୁଡିକ ମାଳଭୂମିରୁପେ ରହିଅଛି |


ଭୂ – ବ୍ୟବହାର :


·    ମନୁଷ୍ୟ ତା’ର ଜୀବନ ଜୀବିକା ପାଇଁ ବାସସ୍ଥାନ, କୃଷି କାର୍ଯ୍ୟ, ପଶୁପାଳନ, ଗମନାଗମନ ପଥ ନିର୍ମାଣ, ବନୀକରଣ, ଖଣିଜ ଉତ୍ତୋଳନ, କାରଖାନା ଓ ବାଣିଜ୍ୟ କେନ୍ଦ୍ର ସ୍ଥାପନ ଆଦି କାର୍ଯ୍ୟରେ ଭୂମିର ବ୍ୟବହାର କରିବାକୁ ଭୂ – ବ୍ୟବହାର କୁହାଯାଏ |


·    ଭୂମିର ବ୍ୟବହାର ଦୁଇ ପ୍ରକାର ଅବସ୍ଥା ଉପରେ ନିର୍ଭର କରିଥାଏ, ଯଥା – ପ୍ରାକୃତିକ ଅବସ୍ଥା |

 

ମୃତ୍ତିକା :


·    ଉନ୍ମୁକ୍ତ ଶିଳା ଉତ୍ତାପର ପର୍ଯ୍ୟାୟ କ୍ରମିକ ହ୍ରାସବୃଦ୍ଧି, କାରକର ପ୍ରଭାବ ଉଦ୍ଭିଦ, ପ୍ରାଣୀ ଓ ମନୁଷ୍ୟମାନଙ୍କର ଖଣ୍ଡ ବିଖଣ୍ଡିତ ହୋଇ କ୍ଷୁଦ୍ର କ୍ଷୁଦ୍ର ରେଣୁରେ ପରିଣତ ହେବା ପ୍ରକ୍ରିୟାକୁ ଚୂର୍ଣ୍ଣୀଭବନ କୁହାଯାଏ |


·    ମାଟିର ଅନ୍ୟ ନାମ ମୃତ୍ତିକା | ମୃତ୍ତିକା ଶିଳା ବା ପଥରକୁ ସୃଷ୍ଟି ହୋଇଥାଏ |


·    ବିଭିନ୍ନ ଶିଳାର କଶ୍ୟଜାତ ସୂକ୍ଷ୍ମ ରେଣୁଗୁଡିକ ଜଳ, ବାୟୁ, କ୍ଷୟଜାତ ଜୈବାଂଶ ଓ ଖଣିଜ ସହିତ ମିଶି ଭୂମିର ଉପରି ଭାଗରେ ଯେଉଁ ପଟ୍କା ଆସ୍ତରଣ ସୃଷ୍ଟି କରେ, ତାହାକୁ ମୃତ୍ତିକା କୁହାଯାଏ |


ମୃତ୍ତିକାର ଶ୍ରେଣୀ ବିଭାଗ:


·    ଗଠନ ଶୈଳୀ ଦୃଷ୍ଟିରୁ ମୃତ୍ତିକା ଦୁଇଭାଗରେ ବିଭକ୍ତ ଯଥା : - ପରିବାହିତ ମୃତ୍ତିକା ଓ ଅବଶିଷ୍ଟ ମୃତ୍ତିକା


·    ଶିଳା କ୍ଷୟ ହେବା ପରେ କ୍ଷୟଜାତ ପ୍ରାକୃତିକ ଶକ୍ତି ଦ୍ୱାରା ପରିବାହିତ ହୋଇ ଅନ୍ୟତ୍ର ସଞ୍ଚିତ ହେବାଦ୍ୱାରା ଯେଉଁ ମୃତ୍ତିକା ସୃଷ୍ଟି ହୁଏ, ତାହାକୁ ପରିବାହିତ ମୃତ୍ତିକା କୁହାଯାଏ | ଉଦାହରଣ – ପଟୁମାଟି


·    ଶିଳାକ୍ଷୟ ହେବା ପରେ କ୍ଷୟଜାତ ଶିଳାରାଶି ସେହିସ୍ଥାନରେ ଜମା ହୋଇ ଯେଉଁ ମୃତ୍ତିକା ସୃଷ୍ଟି ହୁଏ ତାହାକୁ ଅବଶିଷ୍ଟ ମୃତ୍ତିକା କୁହାଯାଏ | ଉଦାହରଣ – କଳାମାଟି (କୃଷ୍ଣ ମୃତ୍ତିକା)


ମୃତ୍ତିକାର ବିତରଣ : -


·    ଭୁପ୍ରକୃତି, ଜଳବାୟୁ ଓ ପ୍ରାକୃତିକ ଉଦ୍ଭିଦ ପୃଥିବୀର ସବୁ ଅଞ୍ଚଳରେ ସମାନ ହୋଇନଥିବାରୁ ପୃଥିବୀର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ଗୁଣ ମାନ ଓ ରଙ୍ଗର ମୃତ୍ତିକା ଦେଖାଯାଏ |


ମୃତ୍ତିକାର ସଂରକ୍ଷଣ :-


·    ବୃଷ୍ଟି, ବନ୍ୟା, ଜଳପ୍ରବାହ ଓ ଭୂସ୍ଖଳନ ଆଦି ପ୍ରାକୃତିକ କାରଣ ଏବଂ ଜଙ୍ଗଲ କ୍ଷୟ, ଅତ୍ୟଧିକ ଚାରଣ, ରାସାୟନିକ ସାର ଓ କୀଟନାଶକ ଦ୍ରବ୍ୟର ବ୍ୟବହାର ଖଣିଜ ଉତ୍ତୋଳନ ପାଇଁ ଖଣି ଖନନ ଆଦି ମାନବୀୟ କାରଣ ଯୋଗୁଁ ମୃତ୍ତିକା କ୍ଷୟ ହୋଇଥାଏ |


·    ସର୍ବୋପରି ମୃତ୍ତିକା କ୍ଷୟର କୁପରିମାଣ ଓ ମୃତ୍ତିକା ସଂରକ୍ଷଣର ଗୁରୁତ୍ୱ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରାଗଲେ ମୃତ୍ତିକା କ୍ଷୟ ହ୍ରାସ କରାଯାଇପାରିବ |

ଜଳ ସମ୍ବଳ

ଜଳ ସମ୍ବଳ ଓ ଏହାର ବିତରଣ


·    ଜଳ ଏକ ନବୀକରଣ ଯୋଗ୍ୟ ଗୁରୁତ୍ଵପୂର୍ଣ୍ଣ ସମ୍ବଳ |


·    ପୃଥିବୀ ପୃଷ୍ଠରେ ଶତକଡା ୭୧ ଭାଗ ଜଳ ଓ ୨୯ ଭାଗ ସ୍ଥଳଭାଗ ଦ୍ୱାରା ଆବୃତ |ତେଣୁ ପୃଥିବୀକୁ ଏକ ଜଳୀୟ ଗ୍ରହ ବୋଲି କୁହାଯାଏ |


·    ପୃଥିବୀରେ ମିଳୁଥିବା ସମସ୍ତ ଜଳର ଶତକଡା ମାତ୍ର ୨.୭ ଭାଗ ମଧୁର ଜଳ | ଏହାର ଶତକଡା ୭୦ ଭାଗ ଆଣ୍ଟର୍କାଟିକା, ଗ୍ରୀନଲାଣ୍ଡ ଓ ଉଚ୍ଚ ପର୍ବତ ଶିଖରମାନଙ୍କରେ ବରଫ ଆକାରରେ ରହିଅଛି |


ଜଳର ବ୍ୟବହାର

·    ଜଳ ମୁଖ୍ୟତଃ କୃଷିକାର୍ଯ୍ୟ, ମନୁଷ୍ୟର ଆବଶ୍ୟକତା ପୂରଣ ଓ ଘରୋଇ ବ୍ୟବହାର ଏବଂ ଶିଳ୍ପ ଓ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପାଇଁ ଦରକାର ହୋଇଥାଏ |


·    ଜଳପଠାରେ ଯାତ୍ରୀ ଓ ମାଲପରିବହନ ମଧ୍ୟ ହୋଇଥାଏ |


ଜଳାଭାବ :

·    ଜନସଂଖ୍ୟା ବୃଦ୍ଧି ସହ ମନୁଷ୍ୟର ଜୀବନଧାରଣ ମାନରେ ଉନ୍ନତି ହେତୁ ମନୁଷ୍ୟର ବ୍ୟବହାର ଉପଯୋଗୀ ଜଳର ଚାହିଦା ବଢି ବଢି ଚାଲିଛି |


·    ଚାହିଦା ଠାରୁ ଯୋଗାଣ କମ୍ ହେବାରୁ ଜଳାଭାବ ଦେଖାଯାଉଛି |


·    ଜଳ ପ୍ରଦୂଷଣ ମଧ୍ୟ ଏହି ନିଅଣ୍ଟିଆ ପରିସ୍ଥିତିକୁ ଅଧିକ ମାତ୍ରାରେ ବୃଦ୍ଧି କରାଉଛି |


ଜଳ ସମ୍ବଳର ସଂରକ୍ଷଣ


·    ଅପରିଷ୍କାର ଜଳ, କଳାକାରଖାନା , ଡାକ୍ତରଖାନା ଓ ସହରାଞ୍ଚଳ ନାଳନର୍ଦ୍ଦମାର ଜଳକୁ ପରିଷ୍କୃତ ନ କରି ଜଳ ପ୍ରବାହରେ ମିଶିବାକୁ ଦିଆଯିବା ଅନୁଚିତ |


·    ମୃତ ବ୍ୟକ୍ତି କିମ୍ବା ପ୍ରାଣୀର ଶବକୁ ନଦୀ, ନାଳ ଆଦିର ପ୍ରବାହ ଜଳରେ ପକାଇବା ଅନୁଚିତ |


·    ଜଳ ଅମଳ ପ୍ରକଳ୍ପଦ୍ୱାରା ବୃଷ୍ଟିଜଳକୁ ସଂଗ୍ରହ ଶୁଷ୍କରୁତୁରେ ବ୍ୟବହାର କରିବାପାଇଁ ସାଇତି ରଖିବା ଆବଶ୍ୟକ |


ପ୍ରାକୃତିକ ଉଦ୍ଭିଦ :

·    ମନୁଷ୍ୟର ବିନା ସାହାଯ୍ୟରେ ଆପେ ଆପେ ଜନ୍ମି ବଢୁଥିବା ବୃକ୍ଷ, ଲତା ଓ ତୃଣ ଆଦିକୁ ପ୍ରାକୃତିକ ଉଦ୍ଭିଦ କୁହାଯାଏ |


ବ୍ୟବହାର

·    ପ୍ରାକୃତିକ ଉଦ୍ଭିଦ ମନୁଷ୍ୟକୁ ବିଭିନ୍ନ ଭାବରେ ସାହାଯ୍ୟ କରିଥାନ୍ତି |


·    ବୃକ୍ଷ ମନୁଷ୍ୟକୁ କାଠ ଯୋଗାଏ ଓ ପ୍ରାଣୀମାନଙ୍କୁ ଆଶ୍ରୟ ଦିଏ | ଉଦ୍ଭିଦ ଫସଲ ଉତ୍ପନ୍ନ ପାଇଁ ଆବଶ୍ୟକ ହେଉଥିବା ମୂଲ୍ୟବାନ ମୃତ୍ତିକାକୁ ଅବକ୍ଷୟ ରକ୍ଷା କରେ ଓ ଭୁଗର୍ଭସ୍ଥ ଜଳ ସଞ୍ଚାୟରେ ସାହାଯ୍ୟ କରେ |


ବନ୍ୟପ୍ରାଣୀ

·    ପଶୁ,ପକ୍ଷୀ, କୀଟପତଙ୍ଗ, ଜଳଚର ଜୀବମାନଙ୍କୁ ବନ୍ୟପ୍ରାଣୀ ରୂପେ ଗଣନା କରାଯାଏ |


·    ଏମାନଙ୍କ ଠାରେ ଆମେ ଦୁଗ୍ଧ, ମାଂସ, ଚମଡା, ପଶମ, ମହୁ ଆଦି ପାଉ |


·    ପକ୍ଷୀମାନେ ମଧ୍ୟ କୀଟପତଙ୍ଗ, ପଶୁପକ୍ଷୀ ଓ ମନୁଷ୍ୟ ମାନଙ୍କର ଶବଗୁଡିକ ଖାଇ ପରିବେଶକୁ ସଫା ରଖନ୍ତି |


ପ୍ରାକୃତିକ ଉଦ୍ଭିଦର ବିତରଣ :

·    ଆଲୋକ, ଉତ୍ତାପ ଓ ଆର୍ଦ୍ରତାକୁ ଭିତ୍ତିକରି ପୃଥିବୀର ବିଭିନ୍ନ ଅଞ୍ଚଳରେ ଚାରି ଶ୍ରେଣୀର ଉଦ୍ଭିଦ ଦେଖାଯାଏ : ଯଥା


a)  ଅରଣ୍ୟ

b)  ତୃଣଭୂମି

c)  କଣ୍ଟାବନ

d)  ତୁନ୍ଦ୍ରା  


·    ପତ୍ର ଝଡା ଦେବା ଦୃଷ୍ଟି କୋଣରୁ ବିଚାର କଲେ ଜଙ୍ଗଲ ଦୁଇ ଶ୍ରେଣୀର ଯଥା


a)  ଚିରହରିତ

b)  ପର୍ଣ୍ଣମୋଚୀ


ବନ୍ୟଜନ୍ତୁ ବିତରଣ


·    ଜଙ୍ଗଲରେ ମୁକ୍ତ ଭାବରେ ବିତରଣ କରି ବାସ କରୁଥିବା ପଶୁ, ପକ୍ଷୀ, କୀଟ, ପତଙ୍ଗ ଓ ସରୀସୃପ ଆଦିକୁ ବନ୍ୟପ୍ରାଣୀ କୁହାଯାଏ |


·    ୟାହାର ଦୃଷ୍ଟିରୁ ବିଚାର କରି ବନ୍ୟପ୍ରାଣୀ ତିନି ଶ୍ରେଣୀରେ ବିଭକ୍ତ :


·    ତୃଣଭୋଜୀ ପ୍ରାଣୀ : ହାତୀ, ସମ୍ବର , ମୃଗ, ହରିଣ,


·    ମାଂସପେଶୀ ପ୍ରାଣୀ: ବାଘ, ସିଂହ



·    ଉଭୟ ଭୋଜୀ ପ୍ରାଣୀ : ବିଲୁଆ, ଭାଲୁ

Ratings
No reviews yet, be the first one to review the product.