Odia Medium Class 8 Geography Chapter-2 Bhu-Sambala (ଭୂ – ସମ୍ବଳ) Questions & Answer

Language : Odia

LRNR provides this material totally free

Odia Medium Class 8 Geography Chapter-2 Bhu-Sambala (ଭୂ – ସମ୍ବଳ) Questions & Answer

ଭୂ – ସମ୍ବଳ


1.   ଭୂମିକୁ ଏକ ଗୁରୁତ୍ବପୂର୍ଣ୍ଣ ସମ୍ଭବ ବୋଲି କାହିଁକି କୁହାଯାଏ ?


a)   ମନୁଷ୍ୟ ତା’ର ଜୀବନଜୀବିକା ପାଇଁ ଭୂ –ସମ୍ବଳକୁ ବିଭିନ୍ନ ଭାବରେ ବ୍ୟବହାର କରିଥାଏ |


b)   ବସତି ସ୍ଥାପନ, କୃଷିକାର୍ଯ୍ୟ, ପଶୁପାଳନ, ଗମନାଗମନ ପଥନିର୍ମାଣ, ବନୀକରଣ, ଖଣିଜ ଉତ୍ତୋଳନ, କାରଖାନା ଓ ବାଣିଜ୍ୟ କେନ୍ଦ୍ର ସ୍ଥାପନ ଆଦି କାର୍ଯ୍ୟରେ ଭୂମି ବ୍ୟବହାର କରାଯାଇଥାଏ |


c)   ଏହା ସମସ୍ତ ଉଦ୍ଭିଦ ଓ ପ୍ରାଣୀମାନଙ୍କୁ ଅନୁକୂଳ ପରିବେଶ ଯୋଗାଇଥାଏ |


d)   ଭୂମିରୁ ମିଳୁଥିବା ଖଣିଜ ପଦାର୍ଥଗୁଡିକ ବିଭିନ୍ନ ଶିଳ୍ପାନୁଷ୍ଠାନରେ କଞ୍ଚାମାଲ ଭାବରେ ବ୍ୟବହୃତ ହୋଇଥାଏ |


e)   ଭୂମି ବ୍ୟତିରେକ ଜୀବଜଗତ ତିଷ୍ଠିବା ସମ୍ଭବ ନୁହେଁ | ତେଣୁ ଭୂମିକୁ ଏକ ଗୁରୁତ୍ବପୂର୍ଣ୍ଣ ସମ୍ବଳ ବୋଲି କୁହାଯାଏ |

 

3.   ପୃଥିବୀରେ ଥିବା ଜଳର ମୋଟ ପରିମାଣ ସର୍ବଦା ସମାନ ରହିଥାଏ | ଏହା କିପରି ସମ୍ଭବ ହୁଏ ଚିତ୍ର ସହ ବୁଝାଅ |

 

 a)   ଜଳ ବାଷ୍ପୀଭବନ ପ୍ରକ୍ରିୟାରେ ସମୁଦ୍ର ପୃଷ୍ଠରୁ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ମିଶେ |


b)   ସେଠାରେ ଘନିଭବନ ପ୍ରକ୍ରିୟାରେ ଜଳବିନ୍ଦୁରେ ଓ ମେଘରେ ପରିଣତ ହୁଏ ଏବଂ ବୃଷ୍ଟିପାତ, ହିମପାତ ରୂପରେ ଭୂପୃଷ୍ଠରେ ଜଳଭାଗ ଓ ସ୍ଥଳଭାଗ ଉପରେ ପଡେ |


c)   ବୃଷ୍ଟି ଆକାରରେ ସ୍ଥଳଭାଗ ଉପରେ ପଡୁଥିବା ଜଳର କିଛି ଅଂଶ ଭୂତଳ ମଧ୍ୟକୁ ପ୍ରବେଶ କରି ସେଠାରେ ଭୁଗର୍ଭସ୍ଥ ଜଳ ରୂପେ ସଞ୍ଚିତ ହୁଏ |


d)   ଅବଶିଷ୍ଟ ଅଂଶ ଝରଣା, ନଦୀ, ନାଳ ଆକାରରେ ପ୍ରବାହିତ ହୋଇ ପୁନର୍ବାର ସମୁଦ୍ରରେ ମିଶେ | ଏହାକୁ ଜଳପ୍ରବାହ କୁହାଯାଏ |


e)   ଜଳସାଗର ପୃଷ୍ଠରୁ ବାୟୁମଣ୍ଡଳ, ବାୟୁମଣ୍ଡଳରୁ ଭୂପୃଷ୍ଠ ଓ ଭୂପୃଷ୍ଠରୁ ପୁନର୍ବାର ସାଗରରେ ମିଶିବା ପ୍ରକ୍ରିୟା ଚକ୍ରାକାରରେ ଘଟିଥାଏ |

ତେଣୁ ପୃଥିବୀରେ ଥିବା ମୋଟ ଜଳର ପରିମାଣ ସର୍ବଦା ସମାନ ଥାଏ |


4.   ପ୍ରାକୃତିକ ଉଦ୍ଭିଦ ମନୁଷ୍ୟର କି କି ଆବଶ୍ୟକତା ପୂରଣ କରିବାରେ ବ୍ୟବହୃତ ଲେଖ |


a)   ପ୍ରାକୃତିକ ଉଦ୍ଭିଦ ମନୁଷ୍ୟର ବିଭିନ୍ନ ଆବଶ୍ୟକତା ପୂରଣ କରିଥାଏ ;ଯଥା –


b)   ବୃକ୍ଷ ମନୁଷ୍ୟକୁ କାଠ ଯୋଗେ ଓ ପ୍ରାଣୀମାନଙ୍କୁ ଆଶ୍ରୟ ଦିଏ |


c)   ମନୁଷ୍ୟ ବଞ୍ଚିବା ପାଇଁ ଆବଶ୍ୟକ କରୁଥିବା ଅମ୍ଳଜାନ ଉଦ୍ଭିଦ ପ୍ରସ୍ତୁତ କରେ |


d)   ମନୁଷ୍ୟ ଫସଲ ଉତ୍ପନ୍ନ ହେବାପାଇଁ ଆବଶ୍ୟକ ମୂଲ୍ୟବାନ ମୃତ୍ତିକାକୁ ଅବକ୍ଷୟରୁ ରକ୍ଷାକରେ ଓ ଭୁଗର୍ଭସ୍ଥ ଜଳ ସଞ୍ଚିବାରେ ସାହାଯ୍ୟ କରେ |


e)   ଅରଣ୍ୟରେ ଥିବା ବୃକ୍ଷଲତାକୁ ଆମେ ଫଳ, ମଞ୍ଜି, କ୍ଷାର, ଅଠା, ଔଷଧୀୟ ପଦାର୍ଥ ଓ କାଗଜ ପାଇଥାଉ |


f)   ଉଦ୍ଭିଦ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଆମର ଆବଶ୍ୟକତା ମେଣ୍ଟାଇବାରେ ସାହାଯ୍ୟ କରିଥାଏ |


5.   ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକ ଆଲୋଚନା କର |


a)   ବିଭିନ୍ନ ବନ୍ୟଜନ୍ତୁ ଗୁଡିକୁ ସେମାନଙ୍କର ଚମଡା, ମାଂସ, ଦାନ୍ତ, ଶିଙ୍ଗ ଆଦିର ବେପାର ପାଇଁ ମରାଯାଉଛି କିମ୍ବା ଅପହରଣ କରାଯାଉଛି |ଏହିସବୁ ଅନୈତିକ କାର୍ଯ୍ୟ ବନ୍ଦ କରିବାପାଇଁ ଜନସଚେତନତା ବୃଦ୍ଧି କଲେ ସେମାନଙ୍କର ସଂରକ୍ଷଣ ହୋଇପାରିବ |


b)   ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଆମ ଦେଶରେ 1972 ମସିହାଠାରୁ ‘ବନ୍ୟପ୍ରାଣୀ ବୋର୍ଡ’ ଗଠନ କରାଯାଇଛି |


c)   ଦେଶର ବିଭିନ୍ନ ଅଞ୍ଚଳର କେତେଗୁଡିଏ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ପ୍ରକଳ୍ପ, କୁମ୍ଭୀର ପ୍ରକଳ୍ପ ଓ ପକ୍ଷିବିହାର ଆଦି ସ୍ଥାପନ କରାଯାଅଛି | ଫଳରେ ବନ୍ୟଜନ୍ତୁ ବାସ କରିବାପାଇଁ ସୁରକ୍ଷିତ ପ୍ରାକୃତିକ ପରିବେଶ ପାଇଁ ସେମାନଙ୍କ ବଂଶବୃଦ୍ଧି କରିପାରିଛନ୍ତି |


d)   ସାମାଜିକ ବନୀକରଣ, ବନମହୋତ୍ସବ ଆଦି ଗୋଷ୍ଠୀ ସଚେତନତା ଶିବିରମାନ ଆୟୋଜନ କରାଯାଇ ସେଥିରେ ଯୁବଶକ୍ତି ଓ ଛାତ୍ରଛାତ୍ରୀମାନଙ୍କୁ ସଂଶ୍ଳିଷ୍ଟ କରାଯିବାଦ୍ୱାରା ଜୈବ ସଂରକ୍ଷଣ ପ୍ରତି ଲୋକମାନଙ୍କ ମନରେ ଅଧିକ ଆଗ୍ରହ ସୃଷ୍ଟି ହେଉଛି |


6.   ତୁମ ଘରେ ଶକ୍ତି ସଂରକ୍ଷଣ ପାଇଁ ଗ୍ରହଣଯୋଗ୍ୟ ପଦକ୍ଷେପ ଲେଖ |


a)   କୌଣସି କାର୍ଯ୍ୟ ଉପଲକ୍ଷେ ଅଳ୍ପଦୂରକୁ ଯିବାର ଥିଲେ ଯାନ୍ତ୍ରିକ ଗାଡି ବ୍ୟବହାର ନ କରି ସାଇକେଲ ବ୍ୟବହାର କରିବା |

b)   ଘରର ପ୍ରତ୍ଯେକ ବିଦ୍ୟୁତ୍ ପଏଣ୍ଟରେ ବଲବ ଲଗାଇଲେ ଅଳ୍ପ ବିଦ୍ୟୁତ୍ ଖର୍ଚ୍ଚରେ ଅଧିକ ଆଲୋକ ମିଳିବ |

c)   ରୋଷେଇ ସମୟରେ ରୋଷେଇ ପାତ୍ରରେ ଘୋଡଣୀ ବ୍ୟବହାର କରିବା |

d)   କୋଠରୀରୁ ବାହାରିବାବେଳେ କୋଠରୀର ସମସ୍ତ ବିଦ୍ୟୁତ୍ ସୁଇଚ ବନ୍ଦ କରିବା |

e)   ଗ୍ୟାସ୍ ଚୁଲା, ବିଦ୍ୟୁତ୍ ହିଟର, କିରାସିନି ଷ୍ଟୋଭରେ ରୋଷେଇ କରୁଥିଲେ ରୋଷେଇ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରି ରୋଷେଇ ଆରମ୍ଭ କରିବା |


7.   ଭୂବ୍ୟବହାରର ଚାରିଗୋଟି ପ୍ରାକୃତିକ ନିୟାମକର ନାମ ଲେଖ |


ଭୂବ୍ୟବହାରର ଚାରିଗୋଟି ପ୍ରାକୃତିକ ନିୟାମକ ହେଲା – ଭୁପ୍ରକୃତି, ମୃତ୍ତିକାର ଗୁଣ, ଜଳବାୟୁ ଓ ଜଳର ସୁଲଭତା |


8.   ମୃତ୍ତିକା ଯେଉଁ ପ୍ରାଥମିକ ଶିଳାରୁ ସୃଷ୍ଟି ହୁଏ ସେହି ପ୍ରାଥମିକ ଶିଳା ମୃତ୍ତିକାର କେଉଁକେଉଁ ଗୁଣକୁ ପ୍ରବାହିତ କରେ ଲେଖ |


ମୃତ୍ତିକା ଯେଉଁ ପ୍ରାଥମିକ ଶିଳାରୁ ସୃଷ୍ଟି ହୁଏ, ସେହି ପ୍ରାଥମିକ ଶିଳା ମୃତ୍ତିକାର ବିନ୍ୟାସ, ରାସାୟନିକ ଗୁଣ, ଅନ୍ତର୍ନିହିତ ଖଣିଜ ଓ ଭେଦ୍ୟତାକୁ    ପ୍ରବାହିତ କରିଥାଏ |


9.   ଜଳ ସଂରକ୍ଷଣ ପାଇଁ ଚାରିଗୋଟି ପଦକ୍ଷେପ ନିର୍ଣ୍ଣୟ କର |


a)   ଜଳ ସଂରକ୍ଷଣ ପାଇଁ ଚାରିଗୋଟି ପଦକ୍ଷେପ ହେଉଛି –


b)   ‘ଜଳ ଅମଳ ପ୍ରକଳ୍ପ’ ଦ୍ୱାରା ବୃଷ୍ଟିଜଳକୁ ସଂଗ୍ରହ କରି ଶୁଷ୍କ ଋତୁରେ ବ୍ୟବହାର ପାଇଁ ସାଇତି ରଖିବା |


c)   ବୃଷ୍ଟି କ୍ଷେତ୍ରରେ ବୁନ୍ଦା ଜଳସେଚନ ଓ ଛିଞ୍ଚା ଜଳସେଚନ ପ୍ରଣାଳୀ ଅନୁସରଣ କରି ଜଳସେଚନରେ ବ୍ୟବହୃତ ହେଉଥିବା ସେଚ ଜଳର ପରିମାଣକୁ ହ୍ରାସ କରିବା |


d)   ନଦୀବନ୍ଧରେ ଆନିକଟ, ବ୍ୟାରେଜ, ଡ୍ୟାମ ତିଆରି କରି ବର୍ଷା ଦ୍ୱାରା ସମୁଦ୍ରକୁ ନିଷ୍କାସିତ ହେଉଥିବା ବିପୁଳ ପରିମାଣର ଜଳକୁ ନିୟନ୍ତ୍ରିତ କରିବା |


e)   ଭୂ –ଗର୍ଭରେ ସଞ୍ଚିତ ଜଳର ଅନାବଶ୍ୟକ ଓ ମାତ୍ରାଧିକ ବ୍ୟବହାର ଓ ଅପଚୟ ବନ୍ଦ କରି ସଞ୍ଚିତ ଜଳର ପରିମାଣ ବୃଦ୍ଧି କରିବା |


10. ସ୍ୱଳ୍ପ ବୃଷ୍ଟି ହେଉଥିବା ଶୁଷ୍କ ଅଞ୍ଚଳର  ଗୁଡିକର ବିଶେଷତ୍ୱ ଲେଖ |


a)   ସ୍ୱଳ୍ପ ବୃଷ୍ଟି ହେଉଥିବା ଅଞ୍ଚଳରେ ନିକୃଷ୍ଟ ବୃକ୍ଷ ଦେଖାଯାଏ |

b)   ଅଧିକ ଜଳୀୟବାଷ୍ପ ତ୍ୟାଗରୁ ରକ୍ଷା ପାଇବାପାଇଁ ପତ୍ରପୃଷ୍ଠ ଚିକ୍କଣ ଓ ପତ୍ରଗୁଡିକ ମୋଟା ଏବଂ କାନ୍ତଯୁକ୍ତ ହୋଇଥାଏ |

c)   ବନ୍ୟପ୍ରାଣୀ ବିଲୋପର ଚାରିଗୋଟି ପ୍ରାକୃତିକ କରଣ ଲେଖ |

d)   ବନ୍ୟପ୍ରାଣୀ ବିଲୋପର ଚାରିଗୋଟି ପ୍ରାକୃତିକ କାରଣ ହେଲା – ଅରଣ୍ୟ କ୍ଷୟ, ମୃତ୍ତିକା କ୍ଷୟ, ସାମୁଦ୍ରିକ ବାତ୍ୟା, ନିର୍ମାଣ ଶିଳ୍ପ |

e)   ଅଧିକ ପ୍ରାକୃତିକ ଗ୍ୟାସ୍ ଗଚ୍ଛିତ ଥିବା ଦୁଇଟି ଅଞ୍ଚଳର ନାମ ଲେଖ |

f)   ଅଧିକ ପ୍ରାକୃତିକ ଗ୍ୟାସ ଗଚ୍ଛିତ ଥିବା ଦୁଇଟି ଅଞ୍ଚଳ ହେଉଛି –

g)   ଭାରତର ଜୈସଲମୀର ଏବଂ କୃଷ୍ଣା ଓ ଗୋଦାବରୀ ତ୍ରିକୋଣଭୂମି |


11.  ଗୋଟିଏ ବାକ୍ୟରେ ଉତ୍ତର ଲେଖ |


a)   ମଫସଲ ଅଞ୍ଚଳରେ ଆଦୃତ ହେଲାଭଳି ଦୁଇଟି ଶକ୍ତି ଉତ୍ସର ନାମ ଲେଖ |

ବାୟୋଗ୍ୟାସ, ସୌରଶକ୍ତି


b)   କେଉଁଟି ଭୂବ୍ୟବହାରର ମାନବୀୟ ନିୟାମକ ନୁହେଁ ?

ଖଣିଜ


c)   ମୃତ୍ତିକାସ୍ତରର ବହଳତା କେଉଁ ନିୟାମକ ଦ୍ୱାରା ପ୍ରବାହିତ ହୋଇଥାଏ |

ଗଠନ ସମୟର ଅବଧି


d)   ପୃଥିବୀରେ ଥିବା ମଧୁର ଜଳର ଶତକଡା କେତେ ଭାଗ ମନୁଷ୍ୟ ବ୍ୟବହାର ପାଇଁ ଉପଯୁକ୍ତ |

ଏକ


e)   ଫୁଲରେ ପରାଗ ସଙ୍ଗମ ପାଇଁ କିଏ ମୁଖ୍ୟ ଭାବରେ ଦାୟୀ ?

ମହୁମାଛି


f)   କେଉଁ ଖଣିଜପିଣ୍ଡରୁ ଆଲୁମିନିୟମ ମିଳେ ?

ବକ୍ସାଇଟ


g)   ପୁଗା ଉପତ୍ୟକା କେଉଁଠାରେ ଅବସ୍ଥିତ ?

ଲଦାଖ


h)   କେଉଁ ରାଜ୍ୟରେ ଅଭ୍ର ଖଣି ନାହିଁ ?

କର୍ଣ୍ଣାଟକ


12. ‘କ’ସ୍ତମ୍ଭ        ‘ଖ’ସ୍ତମ୍ଭ

ଭୂ ଅବକ୍ଷୟ ନିରୋଧ ନିୟନ୍ତ୍ରିତ ପଶୁଚାରଣ

ପଥର ବନ୍ଧ       ମୃତ୍ତିକାକ୍ଷୟ ନିରୋଧ

ଗଡାଣିଆ ଭୂମି     ସୋପାନ ଚାଷ

ସାମାଜିକ ବନୀକରଣ ଜନ ସଚେତନତା

କୃଷ୍ଣ ସୁବର୍ଣ୍ଣ      କୋଇଲା


13. ପାର୍ଥକ୍ୟ ଦର୍ଶାଅ


a)   ପାର୍ବତ୍ୟ ଭୂମି ଓ ସମତଳ ଭୂମି


ପାର୍ବତ୍ୟ ଭୂମି

·    ଅଧିକ ଉଚ୍ଚତା ବିଶିଷ୍ଟ ପାହାଡ ଓ ପର୍ବତଗୁଡିକ ପାର୍ବତ୍ୟ ଭୂମି କୁହାଯାଏ |

·    ଏସିଆର ହିମାଳୟ, ଇଉରୋପର ଆଲପସ, ଉତ୍ତର ଆମେରିକାର କୁଜି ଓ ଦକ୍ଷିଣ ଆମେରିକାର ଆଣ୍ଡିଜ,ପର୍ବତମାଳାରେ ପୃଥିବୀର ମୁଖ୍ୟ ପାର୍ବତ୍ୟ ଭୂମି ଗୁଡିକ ଅବସ୍ଥିତ |


ସମତଳ ଭୂମି

·    ସମୁଦ୍ର ପତ୍ତନ ଠାରୁ ଅଳ୍ପ ଦୂରରେ ଥିବା ପ୍ରାୟ ସମାନ ଉଚ୍ଚତା ବିଶିଷ୍ଟ ଅଞ୍ଚଳକୁ ସମତାଳଭୂମି କୁହାଯାଏ |

·    ଏସିଆର ସାଇବେରିଆ, ଉତ୍ତର ଆମେରିକାର କେନ୍ଦ୍ରୀୟ ସମତଳଭୂମି, ଆଫ୍ରିକାର ନୀଳନଦୀ, କଙ୍ଗୋନଦୀ ଅବବାହିକାରେ ପୃଥିବୀର ମୁଖ୍ୟ ସମତଳଭୂମି ଗୁଡିକ ଅବସ୍ଥିତ |


b)   ପରିବାହିତ ମୃତ୍ତିକା ଓ ଅବକ୍ଷିପ୍ତ ମୃତ୍ତିକା


ପରିବାହିତ ମୃତ୍ତିକା


·    ଶିଳା କ୍ଷୟ ହେବା ପରେ କ୍ଷୟଜାତ ପ୍ରାକୃତିକ ଶକ୍ତିଦ୍ଵାରା ପରିବାହିତ ହୋଇ ଅନ୍ୟତ୍ର ସଞ୍ଚିତ ହେବାଦ୍ୱାରା ଯେଉଁ ମୃତ୍ତିକା ସୃଷ୍ଟି ହୁଏ, ତାହାକୁ ପରିବାହିତ ମୃତ୍ତିକା କୁହାଯାଏ |

·    ଏହି ମୃତ୍ତିକା ଯେଉଁ ସ୍ଥାନରେ ସୃଷ୍ଟି ହୁଏ, ସେହି ସ୍ଥାନର ଅନ୍ତର୍ଭୂମି ସହିତ ତାହାର କିଛି ସାମଞ୍ଜସ୍ୟ ନଥାଏ | ଉଦାହରଣ –ପଟୁମାଟି |

ଅବକ୍ଷିପ୍ତ ମୃତ୍ତିକା

·    ଶିଳାକ୍ଷୟ ହେବା ପରେ କ୍ଷୟଜାତ ଶୀଳାରାଶି ସେହି ସ୍ଥାନରେ ଜମା ହୋଇ ଯେଉଁ ମୃତ୍ତିକା ସୃଷ୍ଟି ହୁଏ, ତାହାକୁ ଅବକ୍ଷିପ୍ତ ମୃତ୍ତିକା କୁହାଯାଏ |

·    ଏହି ମୃତ୍ତିକା ଯେଉଁ ସ୍ଥାନରେ ସୃଷ୍ଟି ହୁଏ, ସେହି ସ୍ଥାନରେ ଅନ୍ତର୍ଭୂମି ସହିତ ତାହାର ସାମଞ୍ଜସ୍ୟ ଥାଏ | ଉଦାହରଣ – କଳାମାଟି (କୃଷ୍ଣ ମୃତ୍ତିକା)


c)   ଚିରହରିତ ଅରଣ୍ୟ ଓ ପର୍ଣ୍ଣମୋଚୀ ଅରଣ୍ୟ


ଚିରହରିତ ଅରଣ୍ୟ :


·    ଅତି ବୃଷ୍ଟି ହେଉଥିବା ଅଞ୍ଚଳରେ ଚିରହରିତ ଅରଣ୍ୟ | ଏହି ଅରଣ୍ୟର ବୃକ୍ଷଗୁଡ଼ିକର ପତ୍ର ସବୁଜ |·    ବର୍ଷାର କୌଣସି ନିର୍ଦ୍ଧିଷ୍ଟ ସମୟରେ ସେମାନେ ପତ୍ରଝଡା ଦିଅନ୍ତି ନାହିଁ |


·    ଏହି ଅରଣ୍ୟରେ ଆବୁଲସ, ମେହଗାନି, ରବର ଇତ୍ୟାଦି ବୃକ୍ଷ ଦେଖାଯାଏ |


ପର୍ଣ୍ଣମୋଚୀ ଅରଣ୍ୟ


·    ଉଭୟ ଗୋଲାର୍ଦ୍ଧରେ 5 ରୁ 25 ଅକ୍ଷାଂଶ ମଧ୍ୟରେ ଋତୁକାଳୀନ ବୃଷ୍ଟିପାତ ହେଉଥିବାରୁ ପର୍ଣ୍ଣମୋଚୀ ଅରଣ୍ୟ ଦେଖାଯାଏ |

·    ଏପ୍ରକାର ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଏକ ନିର୍ଦ୍ଧିଷ୍ଟ ସମୟରେ ପତ୍ରଝଡା ଦିଅନ୍ତି |·    ଏହି ଅରଣ୍ୟରେ ଶାଳ, ପିଆଶାଳ, ଶିଶୁ, ବାଉଁଶ ଆଦି ବୃକ୍ଷ ଦେଖାଯାଏ |


d)   ଜୈବମଣ୍ଡଳ ଓ ବାରିମଣ୍ଡଳ


ଜୈବମଣ୍ଡଳ


·    ଅଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳର ମିଳନ ସ୍ଥଳରେ ଥିବା ସଂକୀର୍ଣ୍ଣ ଅଞ୍ଚଳ ଯେଉଁଠାରେ ପ୍ରାକୃତିକ ଉଦ୍ଭିଦ ଓ ବନ୍ୟପ୍ରାଣୀମାନେ ରହିଥାନ୍ତି, ତାହାକୁ ଜୈବମଣ୍ଡଳ କୁହାଯାଏ |

·    ଜୈବମଣ୍ଡଳ ସୁରକ୍ଷିତ ରହିଲେ ପ୍ରାକୃତିକ ଉଦ୍ଭିଦ ଓ ବନ୍ୟପ୍ରାଣୀ ମାନଙ୍କର ବଂଶବୃଦ୍ଧି ଓ ସହାବସ୍ଥାନରେ ଉନ୍ନତି ଘଟେ | ଏହାଦ୍ବାରା ପରିବେଶର ଭରସମୟା ରକ୍ଷା ହୁଏ |


ବାରିମଣ୍ଡଳ

·    ଜଳଦ୍ଵାରା ଆବୃତ ପୃଥିବୀର 71 ଭାଗ ଅଂଶକୁ ବାରିମଣ୍ଡଳ କୁହାଯାଏ | ଏଥିରୁ ମାତ୍ର 2. 7 ଭାଗ ମଧୁର ଜଳ |

·    ବାରିମଣ୍ଡଳର ଅଧିକାଂଶ ଭାଗ ଏତେ ପ୍ରଦୂଷଣଦ୍ୱାରା ଆକ୍ରାନ୍ତ | ଜଳଚକ୍ର ଦ୍ୱାରା ପୃଥିବୀରେ ଜଳର ପରିମାଣ ସମାନ ରହେ |


e)   ଧାତବ ଖଣିଜ ଓ ଅଧାତବା ଖଣିଜ


ଧାତବ ଖଣିଜ

·    ଯେଉଁ ଖଣିଜରେ ଧାତୁ ଥାଏ, ତାହାକୁ ଧାତବ ଖଣିଜ କୁହାଯାଏ |

·    ଲୌହପିଣ୍ଡ, ବକସାଇଟ, ମାଙ୍ଗାନିଜ ପିଣ୍ଡ ଆଦି ଧାତବ ଖଣିଜର ଅନ୍ତର୍ଗତ |

ଅଧାତବ ଖଣିଜ

·    ଧାତୁ ନଥିବା ଖଣିଜକୁ ଅଧାତବ ଖଣିଜ କୁହାଯାଏ |

·    ଚୂନପଥର, ଅଭ୍ର, ଜିପସମ ଆଦି ଅଧାତବ ଖଣିଜର ଅନ୍ତର୍ଗତ |


f)   ଖଣିଜ ଓ ଖଣିଜପିଣ୍ଡ


ଖଣିଜ

·    ମନୁଷ୍ୟର ବିନା ସାହାଯ୍ୟରେ ପ୍ରାକୃତିକ ଅବସ୍ଥାରେ ସ୍ଥିତ ଏକ ନିର୍ଦ୍ଦିଷ୍ଟ ରାସାୟନିକ ମିଶ୍ରଣଯୁକ୍ତ ବସ୍ତୁକୁ ‘ଖଣିଜ’ କୁହାଯାଏ |

·    ଖଣିଜଗୁଡିକୁ ସେମାନଙ୍କ ଭୌତିକ ଗୁଣଦ୍ୱାରା ଚିହ୍ନି ହୁଏ |

ଖଣିଜ ପିଣ୍ଡ

·    ଯେଉଁ ଶିଳାରେ ଖଣିଜ ମିଶି ରହିଥାଏ ତାହାକୁ ଖଣିଜପିଣ୍ଡ କୁହାଯାଏ |

·    ଶିଳାରେ ଯେଉଁ ଖଣିଜର ଅନୁପାତ ଅଧିକ ଥାଏ, ତାହାକୁ ସେହି ଖଣିଜର ଖଣିଜପିଣ୍ଡ ନାମରେ ନାମିତ କରାଯାଏ |


g)   ପାରମ୍ପରିକ ଶକ୍ତି ଓ ଅଣପାରମ୍ପରିକ ଶକ୍ତି


ପରିବାହିତ ମୃତ୍ତିକା

·    ଯେଉଁ ଶକ୍ତି ବହୁକାଳ ଧରି ସାଧାରଣ ଭାବରେ ବ୍ଯବହୃତ ହୋଇ ଆସୁଛି ; ଯଥା –ଜାଳେଣୀ କାଠ, ଖଣିଜ ତୈଳ, ଜଳବିଦ୍ୟୁତ ଶକ୍ତି ଓ ପ୍ରାକୃତିକ ଗ୍ୟାସକୁ ପାରମ୍ପରିକ ଶକ୍ତି କୁହାଯାଏ |

·    ପାରମ୍ପରିକ ଶକ୍ତିର ଉତ୍ସଗୁଡିକ ପରିବେଶ ପ୍ରଦୂଷଣକାରୀ |

ଅଣପାରମ୍ପରିକ ଶକ୍ତି

·    ଆଧୁନିକ ଯୁଗରେ ପାରମ୍ପାରିକ ଶକ୍ତି ଉତ୍ସର ବହୁଳ ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାବହୃତ ସୌର ଶକ୍ତି, ପବନ ଶକ୍ତି, ଜୁଆର ଶକ୍ତି ଆଦିକୁ ଅଣପାରମ୍ପରିକ ଶକ୍ତି କୁହାଯାଏ |

·    ଅଣପାରମ୍ପରିକ ଶକ୍ତିର ଉତ୍ସଗୁଡିକ ପରିବେଶ ପ୍ରଦୂଷଣ କାରୀ ନୁହନ୍ତି |


h)   ପ୍ରାକୃତିକ ଗ୍ୟାସ ଓ ବାୟୋଗ୍ୟାସ


ପ୍ରାକୃତିକ ଗ୍ୟାସ:

·    ପେଟ୍ରୋଲିୟମ ସହ ମିଶି ଭୂଗର୍ଭର ସ୍ତରୀୟ ଶିଳା ମଧ୍ୟରେ ସଞ୍ଚିତ ଥାଏ |

·    ପେଟ୍ରୋଲିୟମ ନିଷ୍କାସନ ସମୟରେ ଅଶୋଧିତ ତୈଳ ସହ ଏହାକୁ ସ୍ଵତ୍ଵନ୍ତ୍ର ନଳକୂପ ସାହାଯ୍ୟରେ ଭୂଗର୍ଭରୁ ବାହାକୁ ଅଣାଯାଏ |

·    ଏହା ପାରମ୍ପାରିକ ଶକ୍ତିର ଏକ ଉତ୍ସ ରୂପେ ବ୍ୟବହୃତ ହୁଏ |


ବାୟୋଗ୍ୟାସ :

·    ଜୈବିକ ବର୍ଜ୍ୟବସ୍ତୁ : ଯଥା, ଗୋବର , ମୃତ ଉଦ୍ଭିଦ, ପ୍ରାଣୀମାନଙ୍କ ଅଂଶଗୁଡିକ ଏକ କୁଣ୍ଡରେ ବ୍ୟାକ୍ଟେରିଆ ପଚାଇ ସେଥିରୁ ମିଥେନ ଓ ଅଙ୍ଗାରକାମ୍ଳ ମିଶ୍ରିତ ବାୟୋଗ୍ୟାସ ଉତ୍ପନ୍ନ କରାଯାଏ |


·    ଏହା ଅଣପାରମ୍ପରିକ ଶକ୍ତିର ଏକ ଉତ୍ସ |


i)    ଭାରତର ରେଖାଙ୍କିତ ମାନଚିତ୍ରରେ ଦର୍ଶାଅ | ଚନ୍ଦକା ହାତୀ ଅଭୟାରଣ୍ୟ


a.   ବମ୍ବେ ହାଇ

b.   କାର୍ବେଟ୍ ଜାତୀୟ ଅରଣ୍ୟ

c.   କାଜିରଙ୍ଗା ଜାତୀୟ ଅରଣ୍ୟ

d.   ଗୀର ଜାତୀୟ ଅରଣ୍ୟ

e.   କଳ୍ପକମ ପରମାଣୁ ଶକ୍ତି କେନ୍ଦ୍ର

f.    ରାଣାପ୍ରତାପ ସାଗର

g.   ନଇଗା


14. କାରଣ ଦର୍ଶାଅ |


a)   ନଦୀ ଉପତ୍ୟକା ସମତଳ ଭୂମିଗୁଡିକ ଉର୍ବର |


·    ନଦୀ ଉପତ୍ୟକା ସମତଳ ଭୂମିଗୁଡିକରେ ମୃତ୍ତିକାର ସ୍ତର ବହଳ ଓ ଜଳ ଧାରଣ କ୍ଷମତା ଅଧିକ |

·    ତେଣୁ ସେଗୁଡିକ ଉର୍ବର ଓ କୃଷି ଉପଯୋଗୀ |


b)   ପରିବାହିତ ମୃତ୍ତିକାର ଅନ୍ତଃଭୂମି ସହିତ ସାମଞ୍ଜସ୍ୟ ନଥାଏ |


·    ଶିଳା କ୍ଷୟ ହେବାପରେ କ୍ଷୟଜାତ ପ୍ରାକୃତିକ ଶକ୍ତିଦ୍ଵାରା ପରିବାହିତ ହୋଇ ଅନ୍ୟତ୍ର ସଞ୍ଚିତ ହେବାଦ୍ୱାରା ପରିବାହିତ ମୃତ୍ତିକା ସୃଷ୍ଟି ହୁଏ |

·    ଏହି ମୃତ୍ତିକା ପରିବାହିତ ହୋଇ ଆସିଥିବାରୁ ଯେଉଁ ସ୍ଥାନରେ ସୃଷ୍ଟି ହୁଏ, ସେହି ସ୍ଥାନର ଅନ୍ତଃଭୂମି ସହିତ ତାହାର କୌଣସି ସାମଞ୍ଜସ୍ୟ ନଥାଏ |


c)   ମନୁଷ୍ୟ ବ୍ୟବହାରଯୋଗୀ ଜଳ ପୃଥିବୀର ଏକ ମୁଲ୍ୟବାନ ସମ୍ବଳ |


·    ପୃଥିବୀର ଶତକଡା 71 ଭାଗ ଜଳ ହୋଇଥିଲେ ହେଁ ତାହାର ମାତ୍ର ଶତକଡା 2 . 7 ଭାଗ ମଧୁର ଜଳ | ପୁନଶ୍ଚ ସମୁଦାୟ ମଧୁର ଜଳର ଶତକଡା 1 ଭାଗ ମନୁଷ୍ୟ ବ୍ୟବହାରରେ ଲାଗିଥାଏ |

·    ଏହା ସାଧାରଣତଃ ଭୁଗର୍ଭସ୍ଥ ଜଳ ରୂପେ ଭୂତଳରେ, ଭୂପୃଷ୍ଠ ଜଳରୂପେ ନଦୀ, ହ୍ରଦମାନଙ୍କରେ ଓ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ଥାଏ | ତେଣୁ ଏହା ପୃଥିବୀର ଏକ ମୁଲ୍ୟବାନ ସମ୍ବଳ |


d)   ଅଳ୍ପବୃଷ୍ଟି ହେଉଥିବା ଶୁଷ୍କ ଅଞ୍ଚଳରେ ଉଦ୍ଭିଦର ପତ୍ରଗୁଡିକ କଣ୍ଟାଯୁକ୍ତ |


·    ଅଳ୍ପବୃଷ୍ଟି ହେଉଥିବା ଶୁଷ୍କ ଅଞ୍ଚଳରେ ଉଦ୍ଭିଦଗୁଡିକ ଅଧିକ ଜଳୀୟବାଷ୍ପ ତ୍ୟାଗରୁ ନିଜରୁ ରକ୍ଷାକରିବା ପାଇଁ ସେଗୁଡ଼ିକର ପତ୍ରଗୁଡିକ ଚିକ୍କଣ ମୋଟା ଓ କଣ୍ଟାଯୁକ୍ତ ହୋଇଥାଏ |

e)   ମୁଦ୍ରା ପ୍ରଚଳନରେ ତମ୍ବା ପରିବର୍ତ୍ତେ ବ୍ରୋଞ୍ଜ ଧାତୁ ବ୍ୟବହାର କରାଯାଏ |


·    ମୁଦ୍ରା ପ୍ରଚଳନରେ ତମ୍ବା ପରିବର୍ତ୍ତେ ବ୍ରୋଞ୍ଜ ବ୍ୟବହାର ହୋଇଥାଏ |

·    କାରଣ ତମ୍ବା ଧାତୁ ସ୍ଵଚ୍ଛ ପରିମାଣରେ ମିଳୁଥିବାରୁ ଏପରି କରିବା ଦ୍ୱାରା ଧାତୁର ସଂରକ୍ଷଣ ହୋଇଥାଏ |


f)   କୋଇଲାକୁ ପୋଡା ସୂର୍ଯ୍ୟାଲୋକ ବୋଲି କୁହାଯାଏ |


·    ପୃଥିବୀ ଗର୍ଭରେ ପୋତି ହୋଇ ସୃଷ୍ଟି ହେଉଥିବାରୁ କୋଇଲାକୁ ପୋତା ସୂର୍ଯ୍ୟାଲୋକ କୁହାଯାଏ |


g)   ମଫସଲ ଅଞ୍ଚଳରେ ବାୟୋଗ୍ୟାସ ଜାଳେଣି ଅଧିକ ଲୋକପ୍ରିୟ |

·    ମଫସଲ ଅଞ୍ଚଳରେ ବାୟୋଗ୍ୟାସ ଜାଳେଣି ପାଇଁ କୌଣସି ମୂଲ୍ୟ ଦେବାକୁ ପଡି ନ ଥାଏ |

·    ତେଣୁ ମଫସଲ ଅଞ୍ଚଳରେ ଏହା ଅଧିକ ଲୋକପ୍ରିୟ |




Ratings
No reviews yet, be the first one to review the product.