Odia Medium Class 8 Geography Chapter-3 Krushi (କୃଷି) Question & Answer

Sugyani Panigrahi MA'AM avatar
Sugyani Panigrahi MA'AM

Language : Odia

LRNR provides this material totally free

Odia Medium Class 8 Geography Chapter-3 Krushi (କୃଷି) Question & Answer 

କୃଷି


1.   ନିମ୍ନଲିଖିତ ପ୍ରତ୍ୟେକ ପ୍ରଶ୍ନର ପ୍ରାୟ ୫୦ଟି ଶବ୍ଦରେ ଉତ୍ତର ଦିଅ |


a)   କୃଷି କାହାକୁ କୁହାଯାଏ ? ଚାରିଗୋଟି କୃଷିର ଉଦାହରଣ ଦିଅ |


କୃଷି ଅତି ପୁରାତନ | ଭୂମିକୁ କର୍ଷଣ କରି ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ କରିବା ପ୍ରକ୍ରିୟାକୁ କୃଷି କୁହାଯାଏ |

ପୃଥିବୀର ଲୋକସଂଖ୍ୟାର ଶତକଡା ୬୫ ଭାଗ ଓ ଭାରତର ଲୋକସଂଖ୍ୟାର ପ୍ରାୟ ଦୁଇ – ତୃତୀୟାଂଶ ଲୋକ କୃଷିକୁ ଜୀବିକା ରୂପେ ଗ୍ରହଣ କରିଛନ୍ତି |

ଚାରିଗୋଟି କୃଷିର ଉଦାହରଣ –ପଶୁପାଳନ, ମତ୍ସ୍ୟ ଚାଷ, ମହୁଚାଷ, ରେଶମକୀଟ ପାଳନ


b)   କୃଷି କାର୍ଯ୍ୟକୁ ପ୍ରଭାବିତ କରୁଥିବା ଉପାଦାନ ଗୁଡିକ ଉଲ୍ଲେଖ କର |


କୃଷିକାର୍ଯ୍ୟ ପାଇଁ ଉପଯୁକ୍ତ ପରିବେଶ ଦରକାର |


କୃଷିକାର୍ଯ୍ୟକୁ ସୌରତାପ, ବୃଷ୍ଟିପାତ, ଭୂମିର ଗଠନ, ଉପଯୋଗୀ ମୃତ୍ତିକା ଇତ୍ୟାଦି ପ୍ରାକୃତିକ ନିବେଶ ପ୍ରଭାବିତ କରିଥାଏ |

ଶ୍ରମ, ବିହନ, କୃଷି ଯନ୍ତ୍ରପାତି, ରାସାୟନିକ ସାର, କୀଟନାଶକ, ଜଳସେଚନ, ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ଇତ୍ୟାଦି ମାନନୀୟ ନିବେଶ ମଧ୍ୟ କୃଷିକାର୍ଯ୍ୟକୁ ପ୍ରଭାବିତ କରିଥାଏ |


ଏହି ଦୁଇ ନିବେଶ ବ୍ୟତୀତ ଜମିର ମାଲିକାନା, ଆର୍ଥିକ ବିକାଶ, କୃଷିନୀତି କୃଷିର ମାନବୃଦ୍ଧି ପାଇଁ ସହାୟକ ହୋଇଥାଏ |


c)   ସ୍ଥାନାନ୍ତରିତ କୃଷିର ବିଶେଷତ୍ଵ କ’ଣ ? ଭାରତର ତିନିଗୋଟି ସ୍ଥାନାନ୍ତରିତ କୃଷିର ନାମ ଓ ସେଗୁଡିକ କେଉଁ କେଉଁ ରାଜ୍ୟରେ କରାଯାଇଥାଏ ଲେଖ |


ସ୍ଥାନାନ୍ତରିତ କୃଷିରେ ଜଙ୍ଗଲର କିଛି ଅଂଶ ପ୍ରଥମେ ସଫା କରି ଓ ବୃକ୍ଷର ପ୍ରତ୍ଯେକ ଅଂଶକୁ ପୋଡି ଏହାର ପାଊଁଶକୁ ଜମିରେ ମିଶାଇ ଜମିର ଉର୍ବରତା ବୃଦ୍ଧି କରି କୃଷିକାର୍ଯ୍ୟ କରାଯାଏ |


ଏହି ଜମିରେ ଦୁଇ ତିନିବର୍ଷ ଚାଷ କରିବାଦ୍ୱାରା ଜମିର ଉର୍ବରତା କମିଯିବାରୁ ଏହି ଚାଷଜମିକୁ ତ୍ୟାଗକରି ଜଙ୍ଗଲର ଅନ୍ୟ ଅଂଶକୁ ପୋଡି ଚାଷ କରାଯାଏ | ଏହିପରି କୃଷିକାର୍ଯ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେଉଥିବାରୁ ଏହା ସ୍ଥାନାନ୍ତରିତ କୃଷି କୁହାଯାଏ |


ଜଙ୍ଗଲ କାଟି ଓ ପୋଡି ଜମିରେ ଚାଷ କରାଯାଉଥିବାରୁ ଏହାକୁ କର୍ଷଣ ଓ ଦହନ କୃଷି କୁହାଯାଏ |


ଭାରତର ତିନିଗୋଟି ସ୍ଥାନାନ୍ତରିତ କୃଷିର ନାମ ହେଲା – ଝୁମ, ପୁନମ ଓ ପୋଡ଼ୁ |ଉତ୍ତର – ପୂର୍ବ ଭାରତରେ ଝୁମ, କେରଳରେ ପୁନମ ଓ ଓଡ଼ିଶାର ପାହାଡିଆ ମାଳ ଅଞ୍ଚଳରେ ପୋଡୁଚାଷ କରାଯାଇଥାଏ |


d)   ରୋପଣ କୃଷି କାହାକୁ କହନ୍ତି ? ଦୁଇଟି ରୋପଣ କୃଷିର ନାମ ଉଲ୍ଲେଖ କର |


ଫସଲ ରୋପଣଦ୍ୱାରା କରାଯାଉଥିବା କୃଷିକୁ ରୋପଣ କୃଷି କୁହାଯାଏ |


କ୍ରାନ୍ତି ମଣ୍ଡଳର ବିସ୍ତୃତ ଅଞ୍ଚଳରେ ଏହି କୃଷି କରାଯାଏ |


ରୋପଣ କୃଷି ଏକ ବାଣିଜ୍ୟଭିତ୍ତିକ ବା ଅର୍ଥକାରୀ କୃଷି ହୋଇଥିବାରୁ ଏଥିପାଇଁ ଅଧିକ ପୁଞ୍ଜି, ବିସ୍ତୃତ ଭୂମି ଓ ଅଧିକ ଶ୍ରମିକ ଆବଶ୍ୟକ ହୋଇଥାଏ |


ଚାହା ଓ ରବର ଦୁଇଟି ରୋପଣ କୃଷିର ଉଦାହରଣ |


e)   ଦୁଇଟି ତନ୍ତୁ ଜାତୀୟ ଫସଲର ନାମ ଲେଖ | କେଉଁ ପ୍ରାକୃତିକ ପରିବେଶରେ ସେହି ଫସଲଗୁଡିକ ଭଲହୁଏ ଲେଖ |


ଦୁଇଟି ତନ୍ତୁ ଜାତୀୟ ଫସଲର ନାମ ହେଉଛି କପା ଓ ଝୋଟ |


କପା ଚାଷ ପାଇଁ ଅଧିକ ଉତ୍ତାପ, ଅଧିକ ବୃଷ୍ଟିପାତ ଓ ଉତ୍ତମ ଜଳସେଚନ ଆବଶ୍ୟକ | ପଟୁ ପଙ୍କ ଓ ଜୈବସାର ଥିବା ମୃତ୍ତିକା କପାଚାଷ ପାଇଁ ଉପଯୋଗୀ | କ୍ରାନ୍ତିୟ ଓ ଉପକ୍ରାନ୍ତିୟ ଅଞ୍ଚଳରେ କପାଚାଷ ଭଲ ହୁଏ |


ଝୋଟଚାଷ ପାଇଁ ଉର୍ବର ପଟୁ ମୃତ୍ତିକା, ଆର୍ଦ୍ର ଜଳବାୟୁ,ଅତ୍ୟଧିକ ବୃଷ୍ଟିପାତ ଆବଶ୍ୟକ | କ୍ରାନ୍ତିୟ ଅଞ୍ଚଳରେ ଝୋଟ ଚାଷ ଭଲହୁଏ |


2.   ସଂକ୍ଷେପରେ ଲେଖ |


a)   ମିଶ୍ରିତ କୃଷି


ଖାଦ୍ୟଶସ୍ୟ, ପଶୁ ଖାଦ୍ୟ ଉତ୍ପାଦନ ସହ ପଶୁପାଳନରୁ ମିଶ୍ରିତ କୃଷି କୁହାଯାଏ |

ଏହି କୃଷି କ୍ରାନ୍ତିୟ ଜଳବାୟୁ ଅଞ୍ଚଳ ଯଥା :- ଏସିଆର ଥାଇଲାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବଭାଗ, ଦକ୍ଷିଣ ଆଫ୍ରିକା, ନିଉଜିଲାଣ୍ଡ , ଅଷ୍ଟ୍ରେଲିଆର ଦକ୍ଷିଣ – ପୂର୍ବାଂଶ, ଇଉରୋପ ଓ ଦକ୍ଷିଣ ଆମେରିକାର ଅର୍ଜେଣ୍ଟିନାରେ କରାଯାଇଥାଏ |


b)   ଉଦ୍ୟାନ କୃଷି


ସହର ଓ ବଡବଡ ନଗରରେ ବାସ କରୁଥିବା ଲୋକମାନଙ୍କର ଆବଶ୍ୟକତା ପୂରଣ ପାଇଁ ତାହାର ଚତୁଃପାର୍ଶ୍ଵରେ ପନିପରିବା ଓ ଫଳଫୁଲ ଆଦି ଚାଷକୁ ଉଦ୍ୟାନ କୃଷି କହନ୍ତି |

ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ଚାଷ ବିଶେଷ ଭାବରେ କରାଯାଏ |


c)   ସଘନ ପ୍ରୟୋଜନଭିତ୍ତିକ କୃଷି


ଉର୍ବର ମୃତ୍ତିକା ଓ ଅନୁକୂଳ ଜଳବାୟୁରେ ଛୋଟ ଛୋଟ ଜମିରେ ଉନ୍ନତ ବିହନ, ନିୟମିତ ଜଳସେଚନ, ନିର୍ଦ୍ଧିଷ୍ଟ ପରିମାଣରେ ସାର ପ୍ରୟୋଗ କରି ଅଧିକ ଶ୍ରମିକ ଦ୍ୱାରା ଚାଷ କରି ଅଧିକ ଫସଲ ଉତ୍ପାଦନକୁ ସଘନ ପ୍ରୟୋଜନଭିତ୍ତିକ କୃଷି କୁହାଯାଏ |

ଦକ୍ଷିଣ, ଦକ୍ଷିଣ – ପୂର୍ବ ଏସିଆ ଓ ପୂର୍ବ ଏସିଆର ମୌସୁମୀ ଅଞ୍ଚଳରେ, ପଶ୍ଚିମ ଇଉରୋପ ଓ ଭୂମଧ୍ୟସାଗରୀୟ ଅଞ୍ଚଳରେ ସଘନ ପ୍ରୟୋଜନଭିତ୍ତିକ କୃଷି ବିଶେଷଭାବେ କରାଯାଏ |


3.   ଭୌଗଳିକ କାରଣ ଦର୍ଶାଅ |


a)   ଆସାମରେ ଚାହାଚାଷ ହୁଏ |


ଆସାମରେ ଅଧିକ ବୃଷ୍ଟିପାତ ହୁଏ | ଏହାର ଉଷ୍ଣ ଆର୍ଦ୍ର ଜଳବାୟୁ ଚାହାଚାଷ ପାଇଁ ଉପଯୋଗୀ |

ଆସାମର ପାହାଡିଆ ଗଡାଣିଆ ଅଞ୍ଚଳ ମଧ୍ୟ ଚାହାଚାଷ ପାଇଁ ଅନୁକୂଳ |

ଏସବୁ ଭୌଗୋଳିକ କାରଣ ଯୋଗୁଁ ଆସାମରେ ଅଧିକ ଚାହାଚାଷ କରାଯାଏ |


b)   ଧାନ ଏକ କ୍ରାନ୍ତିମଣ୍ଡଳୀୟ ଫସଲ |


ଧାନ ଫସଲ ପାଇଁ ଅଧିକ ଉତ୍ତାପ, ଅଧିକ ଆର୍ଦ୍ରତା ଓ ଅଧିକ ବୃଷ୍ଟିପାତ ଆବଶ୍ୟକ ହୋଇଥାଏ |

ଧାନଚାଷ ନଦୀ ଉପତ୍ୟକା ତ୍ରିକୋଣଭୂମି ଅଞ୍ଚଳ, ମଟକ, ପଟୁ ଓ ଦୋରସା ମାଟିରେ ଭଲ ହୁଏ |

କ୍ରାନ୍ତିୟ ଓ ଉପକ୍ରାନ୍ତିୟ ଅଞ୍ଚଳରେ ଧାନଚାଷ ପାଇଁ ଉପଯୋଗୀ ଜଳବାୟୁ ଓ ମୃତ୍ତିକା ଉପଲବ୍ଧ ହେଉଥିବାରୁ ଏଠାରେ ଅଧିକ ଧାନଚାଷ ହୁଏ | ତେଣୁ ଧାନ ଏକ କ୍ରାନ୍ତିମଣ୍ଡଳୀୟ ଫସଲ |


c)   ଇଜିପ୍ଟ ଏକ ପ୍ରମୁଖ ତୁଳା ରପ୍ତାନୀକାରୀ ଦେଶ |


ଉର୍ବର ପଟୁମାଟି, ଯଥେଷ୍ଟ ସାର ପ୍ରୟୋଗ, ଉତ୍ତମ ଜଳସେଚନ ବ୍ୟବସ୍ଥା ଓ ସରକାରୀ ସହାୟତାର ସୁଯୋଗ ହେତୁ ଇଜିପ୍ଟରେ ଅଧିକ କପାଚାଷ କରାଯାଏ |

ତେଣୁ ଇଜିପ୍ଟ ଏକ ପ୍ରମୁଖ ତୁଳା ରପ୍ତାନୀକାରୀ ଦେଶ |


4.   ପାର୍ଥକ୍ୟ ଦର୍ଶାଅ |


a)   ପ୍ରାଥମିକ ପ୍ରକ୍ରିୟା ଓ ତୃତୀୟକ ପ୍ରକ୍ରିୟା


ପ୍ରାଥମିକ ପ୍ରକ୍ରିୟା

ପ୍ରାକୃତିକ ପରିବେଶରୁ ବିଭିନ୍ନ ଦ୍ରବ୍ୟ ସଂଗ୍ରହ ; ଯଥା – ଜମିରୁ ଶସ୍ୟ ଉତ୍ପାଦନ, ନଦୀ, ଜଳାଶୟ ଓ ସମୁଦ୍ରରୁ ମତ୍ସ୍ୟ ସଂଗ୍ରହ, ଜଙ୍ଗଲରୁ କାଠ, ବାଉଁଶ, ଫଳ, ଝୁଣା, ମହୁ ଆଦି ଦ୍ରବ୍ୟ ସଂଗ୍ରହ, ଖଣିରୁ ଧାତୁ ଉତ୍ତୋଳନ, ପଶୁପାଳନ ଇତ୍ୟାଦି କାର୍ଯ୍ୟଗୁଡିକ ପ୍ରାଥମିକ ପ୍ରକ୍ରିୟାର ଅନ୍ତର୍ଭୁକ୍ତ |


ତୃତୀୟକ ପ୍ରକ୍ରିୟା

ଧାନକୁ ଚାଉଳରେ ପରିଣତ କରି ଶଗଡ ବା ଟ୍ରକ ଇତ୍ୟାଦି ପରିବହନ ସେବା ଜରିଆରେ ଅନ୍ୟସ୍ଥାନକୁ ପଠାଇବା କାର୍ଯ୍ୟ ତୃତୀୟକ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ | ସେହିପରି ବ୍ୟାଙ୍କ, ବୀମା, ବାଣିଜ୍ୟ, ଟେଲିଫୋନ, ବିଦ୍ୟୁତଶକ୍ତି ଯୋଗାଣ ଆଦି କାର୍ଯ୍ୟଗୁଡିକ ତୃତୀୟକ ପ୍ରକ୍ରିୟା ଅନ୍ତର୍ଭୁକ୍ତ |


b)   ପ୍ରୟୋଜନଭିତ୍ତିକ କୃଷି ଓ ବାଣିଜ୍ୟଭିତ୍ତିକ କୃଷି


କୃଷକ ତା’ର ପରିବାରର ଦୈନନ୍ଦିନ ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ କରୁଥିବା କୃଷିକୁ ପ୍ରୟୋଜନଭିତ୍ତିକ କୃଷି କୁହାଯାଏ |

ଭାରତ, ଚୀନ ପ୍ରଭୃତି ରାଷ୍ଟ୍ରରେ ପାରମ୍ପରିକ ପୁରାତନ ପଦ୍ଧତିରେ ଏହି ପ୍ରକାର ଚାଷ କରାଯାଏ |


ବାଣିଜ୍ୟଭିତ୍ତିକ କୃଷି

ବିଭିନ୍ନ ସ୍ଥାନ ବା ଦେଶ ମଧ୍ୟରେ କୃଷି ଉତ୍ପାଦିତ ଦ୍ରବ୍ୟର ବାଣିଜ୍ୟ ବା ବିନିମୟର କାର୍ଯ୍ୟ କରାଯିବା ଉଦ୍ଦେଶ୍ୟରେ କରାଯାଇଥିବା କୃଷିକୁ ବାଣିଜ୍ୟଭିତ୍ତିକ କୃଷି କୁହାଯାଏ |


ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଇଉକ୍ରେନ୍, ଋଷିଆ, ଆର୍ଜେଣ୍ଟିନା,ଅଷ୍ଟ୍ରେଲିଆ ପ୍ରଭୃତି ଦେଶମାନଙ୍କରେ ଏହି ପ୍ରକାର କୃଷି ବ୍ୟାପକ ଭାବରେ କରାଯାଏ |


c)   ଶୁଷ୍କ କୃଷି ଓ ଆର୍ଦ୍ର କୃଷି


୫୦ ସେ. ମି. ରୁ କମ୍ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ କରଯାଉଥିବା କୃଷିକୁ ଶୁଷ୍କ କୃଷି କୁହାଯାଏ | ଏହି ଅଞ୍ଚଳରେ ମାଟି ଭିତରକୁ କୃଷିଜଳ ପ୍ରବେଶ କରିବା ପାଇଁ ଜମିକୁ ଗଭୀର ଭାବେ ଚାଷ କରାଯାଇଥାଏ ଏବଂ ଜମିରେ ଅଧିକ ଜଳ ରହିବା ପାଇଁ ଜମିକୁ ଛୋଟ ଛୋଟ କିଆରିରେ ବିଭକ୍ତ କରାଯାଏ |

ଯଅ, ମାଣ୍ଡିଆ, ବାଜରା ଇତ୍ୟାଦି ଫସଲ ଏ ଅଞ୍ଚଳରେ ଚାଷ କରାଯାଏ |

ଆର୍ଦ୍ର କୃଷି

୫୦ ସେ. ମି. ରୁ ଅଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ କରାଯାଉଥିବା କୃଷିକୁ ଆର୍ଦ୍ର କୃଷି କୁହାଯାଏ | କ୍ରାନ୍ତିୟ ଅଞ୍ଚଳରେ ଆର୍ଦ୍ର କୃଷି କରାଯାଏ |

ଧାନ, ନଳିତା ଆଦି ଫସଲ ଏହି ଅଞ୍ଚଳରେ କରାଯାଏ |


5.   ସଂକ୍ଷେପରେ ଉତ୍ତର ଦିଅ |


a)   ଝୋଟ ଉତ୍ପାଦନ କରୁଥିବା ଦୁଇଟି ଦେଶର ନାମ ଲେଖ |

ଭାରତ ଓ ବାଂଲାଦେଶ |


b)   ପୃଥିବୀରେ କପା ଚାଷରେ ଅଗ୍ରଣ୍ୟ ଥିବା ଚାରିଗୋଟି ଦେଶର ନାମ ଉଲ୍ଲେଖ କର |

ଚୀନ, ବ୍ରାଜିଲ, ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା |


c)   ବାଜରା ଫସଲ ପାଇଁ ଆବଶ୍ୟକ ହେଉଥିବା ମୃତ୍ତିକା ଓ ଜଳବାୟୁର ବିବରଣୀ ଦିଅ |

ବାଜରା ଫସଲ ପାଇଁ ଅନୁର୍ବର ମୃତ୍ତିକା ଆବଶ୍ୟକ | ଏହି ଫସଲ ପାଇଁ ୨୭ ରୁ ୩୨ ସେଲସିୟସ ତାପମାତ୍ରା, ୩୦ ସେ. ମି. ରୁ ୧୨୦    ସେ. ମି. ବୃଷ୍ଟିପାତ ଆବଶ୍ୟକ |


6.   କେଉଁଟି ଉଦ୍ୟାନ କୃଷି ?

ପନିପରିବା ଚାଷ


7.   କେଉଁଟି ମୁଖ୍ୟ କଫି ଉତ୍ପାଦନକାରୀ ଦେଶ ?

ବ୍ରାଜିଲ


8.   କେଉଁ ଚାଷଟି ଅନ୍ୟମାନଙ୍କଠାରୁ ଭିନ୍ନ ?

କପା


9.   ପ୍ରାଥମିକ, ଦ୍ଵିତୀୟକ ଓ ତୃତୀୟକ କାର୍ଯ୍ୟ ସମ୍ପର୍କିତ ଶବ୍ଦଗୁଡିକ ନିମ୍ନ ତାଲିକାରୁ ଠିକରୂପେ ସଜାଅ |

 

ପ୍ରାଥମିକ ଦ୍ଵିତୀୟକ ତୃତୀୟକ

ଶିକ୍ଷକ


ଦୁଗ୍ଧ ବିକାଳି

ଧର୍ମଯାଜକ

ଡାକବାଲା

ମହାଜନ

ମହାକାଶଚାରୀ

କମ୍ପ୍ୟୁଟର ଇଞ୍ଜିନିୟର

ଫୁଲ ଚାଷୀ ଟୋକେଇ ବୁଣାକାର

ମହୁ ଚାଷୀ ଦିଆସିଲି

କେଉଟ କାରଖାନା

ମାଳୀ

କୁମ୍ଭୀର

Ratings
No reviews yet, be the first one to review the product.