• SCHOOL BOARDS
  • BSE/CHSE ODISHA
  • CLASS 8
  • HISTORY
  • ପ୍ରଥମ ଅଧ୍ୟାୟ : ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter - 1 - Bharatare Company Sasana Pratistha - Establishment of Company in India - Odia Medium Class 8th History - Notes

ପ୍ରଥମ ଅଧ୍ୟାୟ : ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter - 1 - Bharatare Company Sasana Pratistha - Establishment of Company in India - Odia Medium Class 8th History - Notes

Language : Odia

ପ୍ରଥମ ଅଧ୍ୟାୟ -ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

LRNR provides this material totally free

ପ୍ରଥମ ଅଧ୍ୟାୟ

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

ବ୍ରିଟିଶ ଶାସନ ପ୍ରତିଷ୍ଠା ପୂର୍ବରୁ ଭାରତର ରାଜନୈତିକ ଅବସ୍ଥା :

  • ଭାରତବର୍ଷର ରାଜନୈତିକ ଇତିହାସରେ ପରିବର୍ତ୍ତନ ଏକ ଗତାନୁଗତିକ ପ୍ରକ୍ରିୟା ଅଟେ | ମଧ୍ୟଯୁଗୀୟ ରାଜନୈତିକ ଦୃଶ୍ୟପଟରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠାତା ଭାବରେ ବାବରଙ୍କର  ଆବିର୍ଭାବ ହୋଇଥିଲା |ଏହି ମୋଗଲ ସାମ୍ରାଜ୍ୟ ଆଉରଙ୍ଗଜେବଙ୍କ ମୃତ୍ୟୁ ପରେ ମଧ୍ୟ ଦୀର୍ଘ ଦେଢ଼ଶହ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା |
  • ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ମୋଗଲ ସାମ୍ରାଜ୍ୟର ପତନ ବିଭାଜନ ଏବଂ ଦ୍ଵିତୀୟାର୍ଦ୍ଧରେ ପାଶ୍ଚାତ୍ୟ ଶକ୍ତିମାନଙ୍କ ଉତ୍ଥାନ ହେଲା | ଏଥି  ସହିତ ଭାରତରେ ଆଧୁନିକ ଯୁଗର ଆରମ୍ଭ ହେଲା |
  • ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ସମୟରେ ମରହଟ୍ଟା, ଶିଖ୍ ଜାଠମାନେ ମୋଗଲ ସମ୍ରାଟମାନେ ଶାସନ କ୍ଷେତ୍ରରେ ବିଦ୍ରୋହ କରିଥିଲେ | ମୋଗଲ ସାମ୍ରାଜ୍ୟର ଦୁର୍ବଳତାର ସୁଯୋଗ ନେଇ ଅମୀର ବା ସମ୍ଭ୍ରାନ୍ତମାନେ ନିଜର ସ୍ଵାର୍ଥ ପାଇଁ ଦୁରାନୀ , ଇରାନୀ ଓ ହିନ୍ଦୁସ୍ତାନୀ ପ୍ରଭୃତି ଦଳରେ ବିଭକ୍ତ ହୋଇ ମୋଗଲ ଦରବାରକୁ ଦୁର୍ବଳ କରି ରାଜନୈତିକ ଫାଇଦା ହାସଲ କଲେ |
  • ଦାକ୍ଷିଣାତ୍ୟ ସୁବା ନିଜାମ-ଉଲ-ମୁଲ୍କ୍ଙ୍କ ଚେଷ୍ଟାରେ ସ୍ଵାଧୀନତା ଲାଭ କରିଥିଲା | ସେ ମୋଗଲ ସୈନ୍ୟବାହିନୀର ଉଚ୍ଚପଦବୀରେ ରହି “କୁଲି ଖାଁ” ଉପାଧି ପାଇଥିଲେ | ମୋଗଲ ଶାସକଙ୍କ ଦ୍ଵାରା ସେ ଦାକ୍ଷିଣାତ୍ୟର ଗଭର୍ଣ୍ଣର ରୂପେ ନିଯୁକ୍ତି ପାଇଥିଲେ | ପରବର୍ତ୍ତୀ ସମୟରେ ମୋଗଲ ସମ୍ରାଟ ହାଇଦ୍ରାବାଦର ଶାସକ ମୁବାରିଜ ଖାଁଙ୍କୁ ଦାକ୍ଷିଣାତ୍ୟ ପଠାଇଲେ | ନିଜାମ-ଉଲ-ମୁଲ୍କ୍ ମୁବାରିଜ ଖାଁଙ୍କୁ ହତ୍ୟାକରି “ଅସଫ୍ ଜାହ” ଉପାଧି ଗ୍ରହଣ କରି ସ୍ଵାଧୀନ ଭାବରେ ଦାକ୍ଷିଣାତ୍ୟରେ ଶାସନ କଲେ | ତାଙ୍କ ମୃତ୍ୟୁପରେ ଇଉରୋପୀୟ କମ୍ପାନୀଗୁଡ଼ିକ ଏହି ସୁବାର ରାଜନୀତିରେ ହସ୍ତକ୍ଷେପ କରିଥିଲେ
  • ମୋଗଲ ସାମ୍ରାଜ୍ୟର ପ୍ରଦେଶଗୁଡ଼ିକୁସୁବା କୁହାଯାଉଥିଲାସୁବାର ଶାସକଙ୍କୁ ସୁବାଦର କୁହାଯାଉଥିଲା
  • ଅଯୋଧ୍ୟାରସୁବା ଅଯୋଧ୍ୟା,ବନାରସ (ବାରଣାସୀ), ଆଲ୍ଲାହାବାଦ କାନପୁରକୁ ନେଇ ଗଠିତ ହୋଇଥିଲା | ସାଦତ୍ ଖାଁ ଏହାର ସୁବାଦାର ଥିଲେ | ସେ ଦିଲ୍ଲୀର ୱାଜିର (ପ୍ରଧାନମନ୍ତ୍ରୀ) ହୋଇଥିଲେ । 
  • ତାଙ୍କ ପରେ ତାଙ୍କ ପୁତ୍ର ସୁଜାଉଦୌଲା ଅଯୋଧ୍ୟାର ନବାବ ହେଲେ | ସେ ଉତ୍ତର ଭାରତ ରାଜନୀତିରେ ପ୍ରଭାବ ବିସ୍ତାର କରିଥିଲେ |
  • ଦିଲ୍ଲୀର ଉତ୍ତରରେ ଲାହୋର ମୁଲତାନ ମୋଗଲ ଶାସନାଧୀନ ଥିଲା | ମୋଗଲ ସାମ୍ରାଜ୍ୟର ଆଭ୍ୟନ୍ତରୀଣ ବିଶୃଙ୍ଖଳାର ସୁଯୋଗ ନେଇ ପାରସ୍ୟର ରାଜା ନାଦିର ଶାହ ୧୭୩୯ ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କଲେ |
  • ସେ ଲାହୋର ଅଧିକାର କରି ଦିଲ୍ଲୀ ଅଭିମୁଖେ ଅଗ୍ରସର ହେଲେ | ପାନିପଥଠାରୁ କିଛି ଦୂରରେ କର୍ଣ୍ଣାଲଠାରେ ମୋଗଲ ସେନା ତାଙ୍କୁ ପ୍ରତିରୋଧ କଲେ | ନାଦିରଶାହ ମୋଗଲ ସେନାଙ୍କୁ ପରାସ୍ତକରି ପରାଜିତ ମୋଗଲ ସମ୍ରାଟ ମହମ୍ମଦ ଶାହଙ୍କୁ ନେଇ ଦିଲ୍ଲୀ ନଗରୀରେ ପ୍ରବେଶ କଲେ |
  • ଅବଶେଷରେ ଦିଲ୍ଲୀକୁ ଲୁଣ୍ଠନକରି ଶାହାଜାହାନଙ୍କ ନିର୍ମିତ ମୟୂରସିଂହାସନ ଏବଂ କୋହିନୂର ହୀରା, ହସ୍ତୀ ଅଶ୍ଵଗୁଡ଼ିକୁ ସଙ୍ଗରେ ନେଇ ପାରସ୍ୟ ଫେରିଗଲେ |
  • ଔରଙ୍ଗଜେବଙ୍କ ମୃତ୍ୟୁପରେ ରାଜପୁତମାନେ ମେୱାର (ଉଦୟପୁର), ମାରୱାର (ଯୋଧପୁର) ଅମ୍ବର (ଜୟପୁର) ନାମକ ସ୍ଵାଧୀନ ରାଜ୍ୟ ଗଠନ କଲେ |
  • ଗୁରୁଗୋବିନ୍ଦ ସିଂହ ଶିଖମାନଙ୍କୁ ସଙ୍ଗଠିତ କରି ଏକ ଲଢୁଆଗୋଷ୍ଠୀ ଗଠନ କରିଥିଲେ । ତାଙ୍କପରେ ବାନ୍ଦା ବାହାଦୁର ଶିଖମାନଙ୍କ ନେତୃତ୍ଵ ନେଇ ଲାହୋର ଅଧିକାର କରିଥିଲେ ଶିଖମାନେ ଝେଲମ ଠାରୁ ସତଲେଜ୍ ନଦୀ ପର୍ଯ୍ୟନ୍ତ ବ୍ୟାପିଥିବା ଭୂଖଣ୍ଡକୁ ନିଜର ଅଧୀନକୁ ଆଣିଥିଲେ, କିନ୍ତୁ କୌଣସି ରାଜ୍ୟ ଗଠନ କରିବାକୁ ସକ୍ଷମ ହୋଇ ନ ଥିଲେ | ଶିଖ୍ ମାନେ ବାରଗୋଟି ସଂଘରେ ସଂଗଠିତ ହୋଇଥିଲେ | ପ୍ରତ୍ୟେକ ସଙ୍ଘକୁ “ମିସଲ୍” କୁହାଯାଉଥିଲା |
  • ଆଫଗାନୀ ରାଜା ଅହମ୍ମଦଶାହ ଅବଦଲ୍ଲୀ  ଏହି ମିସଲଲ୍ ଗୁଡିକୁ ଧ୍ଵଂସ କରିବାକୁ ଚେଷ୍ଟାକରି ବିଫଳ ହୋଇ ସ୍ଵଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ |
  • ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗକୁ ମହାରାଜା ରଞ୍ଜିତ ସିଂହ ଏହି ମିସଲ୍ ଗୁଡିକୁ ଏକତ୍ରିତ କରି ଏକ ଶକ୍ତିଶାଳୀ ରାଜ୍ୟ ଗଠନ କରିଥିଲେ |
  • ରଙ୍ଗଜେବଙ୍କ ସମୟରେ ଶିବାଜୀ ମରହଟ୍ଟା ଶକ୍ତିକୁ ଏକତ୍ରିତ କରି ମରହଟ୍ଟା ରାଜ୍ୟଗଠନ କରିଥିଲେ | ତାଙ୍କ ପରେ ତାଙ୍କ ପୁତ୍ର ଶମ୍ଭୁଜୀଙ୍କୁ ମୋଗଲ ହତ୍ୟାକଲେ ଓ ତାଙ୍କ ପୁତ୍ର ଶାହୁଜୀଙ୍କୁ ବନ୍ଦୀ କରି ରଖିଥିଲେ | ଔରଙ୍ଗଜେବଙ୍କ ପରେ ମରହଟ୍ଟାମାନେ ଶକ୍ତିଶାଳୀ ହୋଇ ଆହୁରି ଶାହୁଜୀଙ୍କୁ କାରାଗାରରୁ ମୁକ୍ତକଲେ ଏବଂ ଶିବାଜୀଙ୍କ ଦ୍ୱିତୀୟପୁତ୍ର ରାଜାରାମଙ୍କୁ ରାଜା କରାଇଲେ |
  • ମରହଟ୍ଟା ରାଜ୍ୟ ଅଧିକାର ପାଇଁ ତାରାବାଈ ଓ ଶାହୁଜୀ ମଧ୍ୟରେ ଗୃହଯୁଦ୍ଧ ଲାଗିଥିଲା | ଶାହୁଜୀ ତାଙ୍କ ବିଶ୍ଵସ୍ଥ ପେଶୱା ବାଲାଜୀ ବିଶ୍ଵନାଥଙ୍କ ସହାୟତାରେ ସିଂହାସନ ଅଧିକାର କଲେ ।
  • ବାଲାଜୀଙ୍କ ପରେ ପ୍ରଥମ ବାଜିରାଓ ମରହଟ୍ଟାମାନଙ୍କର ଶାସକ ହେଲେ | ତାଙ୍କ ପରେ ମରହଟ୍ଟା ଶକ୍ତି ଦୁର୍ବଳ ହୋଇପଡ଼ିଲା |
  • ଆଫଗାନର ରାଜା ଅହମ୍ମଦଶାହ ଅବଦଲୀ ମରହଟ୍ଟା ରାଜ୍ୟ ଆକ୍ରମଣ କଲେ | ୧୭୬୧ ଖ୍ରୀଷ୍ଟାବ୍ଦରେ ତୃତୀୟ ପାନିପଥ ଯୁଦ୍ଧରେ ମରହଟ୍ଟାମାନେ ପରାସ୍ତ ହେଲେ 

ଭାରତରେ କମ୍ପାନୀ ଶାସନର ଭିତ୍ତିସ୍ଥାପନ :

  • ପ୍ରାଚୀନଯୁଗରୁ ଭାରତ ସହିତ ୟୁରୋପୀୟ ଦେଶମାନଙ୍କର ବାଣିଜ୍ୟ କାରବାର ସ୍ଥଳପଥ ଓ ଜଳପଥ ମାଧ୍ୟମରେ ଚାଲିଥିଲା | ଆରବୀୟ ବଣିକମାନେ ଭାରତରୁ ଜିନିଷ କିଣିନେଇ ରୋମ୍ ର ବନିକମାନଙ୍କୁ ବିକ୍ରି କରୁଥିଲେ |
  • କନ୍‌ଷ୍ଟାଣ୍ଟିନୋପ୍‌ଲ୍‌ ଦେଇ ୟୁରୋପ ସହିତ ବାଣିଜ୍ୟ କାରବାର ଚାଲୁଥିଲା | ୧୪୫୩ ଖ୍ରୀଷ୍ଟାବ୍ଦରେ ତୁର୍କୀମାନେ କନଷ୍ଟାଣ୍ଟିନୋପ୍‌ଲ୍ ଅଧିକାର କଲାପରେ ଭାରତ ଓ ୟୁରୋପ ମଧ୍ୟରେ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହେଲା | ପର୍ତ୍ତୁଗୀଜମାନେ ପ୍ରଥମେ ଭାରତକୁ ଆସି ୟୁରୋପୀୟମାନଙ୍କ ଉଦ୍ଦେଶ୍ୟ ସଫଳ କରିଥିଲେ |
  • ପର୍ତ୍ତୁଗୀଜ :
  • ୧୪୯୮ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ାଗାମା ଉତ୍ତମାଶା ଅନ୍ତରୀପ ପାର ହୋଇ ଭାରତର ପଶ୍ଚିମ ଉପକୂଳସ୍ଥ କାଲିକଟ୍ (କୋଝିକୋଡ଼) ଠାରେ ପହଞ୍ଚିଲେ |
  • ଭାସ୍କୋଡ଼ାଗାମା ହିନ୍ଦୁରାଜା ଜାମୋରିନ୍‌ଙ୍କ ଦରବାରରେ ପହଞ୍ଚି ପର୍ତ୍ତୁଗୀଜମାନଙ୍କୁ ବାଣିଜ୍ୟ କରିବାକୁ ଅନୁମତି ଦେବାପାଇଁ ଅନୁରୋଧ କରିଥିଲେ | ରାଜା ତାଙ୍କ ଅନୁରୋଧ ରକ୍ଷାକରି ପର୍ତ୍ତୁଗୀଜମାନଙ୍କୁ ବାଣିଜ୍ୟ କରିବାର ଅନୁମତି ଦେଇଥିଲେ | ଫଳରେ ପର୍ତ୍ତୁଗୀଜମାନେ ଭାରତରେ ବାଣିଜ୍ୟ କୋଠି ପ୍ରତିଷ୍ଠା କରିଥିଲେ | ଭାରତର ଗୋଆ, ଡାମନ, ଡିଉ, ସାଲସେଟ୍ ବେସିନ, ବମ୍ବେ (ମୁମ୍ବାଇ) ଏବଂ ବଙ୍ଗ ଦେଶର ହୁଗୁଳି ପ୍ରଭୃତି ସ୍ଥାନରେ ବାଣିଜ୍ୟ କୋଠି ନିର୍ମାଣ କରି ଭାରତରେ ପର୍ତ୍ତୁଗୀଜ ଉପନିବେଶ ସ୍ଥାପନ କରିଥିଲେ | ଭାରତରେ ପର୍ତ୍ତୁଗୀଜର ଗଭର୍ଣ୍ଣର ଭାବେ ଆଲବୁକର୍କ ନିଯୁକ୍ତ ହୋଇଥିଲେ | ଭାରତୀୟମାନଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଇ ଖ୍ରୀଷ୍ଟଧର୍ମର ପ୍ରସାର କରାଇଲେ | ଫଳରେ ମୋଗଲ ସମ୍ରାଟମାନେ ସେମାନଙ୍କୁ ବାଧା ଦେଇଥିଲେ | ୧୯୬୧ ମସିହା ପର୍ଯ୍ୟନ୍ତ ଗୋଆ, ଡାମନ, ଡିଉ ସେମାନଙ୍କ ଅଧୀନରେ ଥିଲା |
  • ଓଲନ୍ଦାଜ :
  • ଷୋଡ଼ଶ ଶତାବ୍ଦୀର ଶେଷଭାଗରେ ହଲାଣ୍ଡ (ବର୍ତ୍ତମାନର ନେଦରଲାଣ୍ଡ)ର ଅଧିବାସୀ ଡଚ୍ ବା ଓଲନ୍ଦାଜମାନେ ଭାରତ ସହିତ ବାଣିଜ୍ୟ କରି ପ୍ରୟାସ କରି ନୌଯାତ୍ରା ଆରମ୍ଭ କରିଥିଲେ ।
  • ୧୬୦୨ ଖ୍ରୀଷ୍ଟାବ୍ଦରେ ସେମାନେ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରିଥିଲେ | ସେମାନେ ପର୍ତ୍ତୁଗୀଜମାନଙ୍କ ସହ ସଂଘର୍ଷ କରି ସେମାନଙ୍କର ଅନେକ  ବାଣିଜ୍ୟ କୋଠିକୁ ଦଖଲ କଲେ |ଗୁଜୁରାଟ, କରମଣ୍ଡଳ ଉପକୂଳ, ବଙ୍ଗଦେଶ, ବାଲେଶ୍ଵର, କୋଚିନ୍ ଆଦି ସ୍ଥାନରେ ବାଣିଜ୍ୟ କୋଠି ସ୍ଥାପନ କଲେ |
  • ଭାରତରେ ଏକଚାଟିଆ ବ୍ୟବସାୟ କରି ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ଚେଷ୍ଟା କଲାବେଳେ ଇଂରେଜମାନଙ୍କ ସହିତ ସେମାନଙ୍କର ସଂଘର୍ଷ ହୋଇଥିଲା । ଶେଷରେ ଇଂରେଜମାନଙ୍କଠାରୁ ପରାସ୍ତ ହୋଇ ଭାରତରୁ ବିଦାୟନେଇ ଇଣ୍ଡୋନେସିଆର ଜାଭା ସୁମାତ୍ରା ଅଞ୍ଚଳକୁ ବାଣିଜ୍ୟ କରିବାକୁ ପଳାଇ ଗଲେ |
  • ଦିନାମାର :
  • ଡେନମାର୍କର ଅଧିବାସୀ ଡେନ୍ସଙ୍କୁ ଓଡ଼ିଆରେ ଦିନାମାର କୁହାଯାଏ | ସେମାନେ ବଙ୍ଗଦେଶର ଶ୍ରୀରାମପୁରଠାରେ ବାଣିଜ୍ୟ କୋଠି ପ୍ରତିଷ୍ଠା କରିଥିଲେ ଏବଂ ପରେ ଇଂରେଜମାନଙ୍କୁ ସେମାନଙ୍କ ବାଣିଜ୍ୟ କୋଠି ବିକ୍ରୟ କରି ଭାରତରୁ ବିଦାୟ ନେଇଥିଲେ ।
  • ବ୍ରିଟିଶ୍ ଇଷ୍ଟ୍ଇଣ୍ଡିଆ କମ୍ପାନୀ :
  • ୧୬୦୦ ଖ୍ରୀଷ୍ଟାବ୍ଦରେ ରାଣୀ ଇଂଲଣ୍ଡର ଦଳେ ବଣିକ ଓ ନାବିକ ପ୍ରାଚ୍ୟ ଦେଶ ସହିତ ବାଣିଜ୍ୟ କରିବାକୁ ଏକ ସନନ୍ଦ ପ୍ରଦାନ କରିଥିଲେ | ରାଣୀଙ୍କ ସନନ୍ଦ ପାଇଥବା କମ୍ପାନୀ “ବ୍ରିଟିଶ ଇଷ୍ଟଇଣ୍ଡିଆ” ନାମରେ ନାମିତ ହୋଇଥିଲା |୧୬୦୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍ସ କମ୍ପାନୀର କ୍ୟାପଟେନ ହକିନସ୍‌ଙ୍କୁ ଜାହାଙ୍ଗୀରଙ୍କ ଦରବାରକୁ ପଠାଇଥିଲେ | ହକିନସ୍‌ଙ୍କ ଅନୁରୋଧ କ୍ରମେ ଜାହାଙ୍ଗୀର ଇଂରେଜମାନଙ୍କୁ ସୁରତଠାରେ ଏକ ସ୍ଥାୟୀ ବସତି ସ୍ଥାପନ କରିବାପାଇଁ ଆଦେଶ ପତ୍ର ଦେଇଥିଲେ|
  • ୧୬୧୫ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ରାଜଦୂତ ସାର ଟମାସ୍‌ ରୋ ଜାହାଙ୍ଗୀରଙ୍କ ଦରବାରକୁ ଆସି ଜାହାଙ୍ଗୀରଙ୍କ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲେ | ଇଂରେଜ କମ୍ପାନୀ ଭାରତର ପୂର୍ବ ଓ ପଶ୍ଚିମ ଉପକୂଳ ତଥା ଦେଶର ଦୂରବର୍ତ୍ତୀ ସ୍ଥାନ ମାନଙ୍କରେ ବାଣିଜ୍ୟ କୋଠି ନିର୍ମାଣ କରିଥିଲେ | ସେଗୁଡ଼ିକ ମଧ୍ୟରେ ମସଲିପଟ୍ଟମ୍, ମହାନଦୀ ମୁହାଣସ୍ଥିତ ହରିପୁର, ବାଲେଶ୍ଵର, ହୁଗୁଳୀ, ପାଟଣା ଓ କାଶିମବଜାର ପ୍ରଭୃତି ଉଲ୍ଲେଖ ଯୋଗ୍ୟ |
  • ୧୬୩୯  ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ମାନ୍ଦ୍ରାଜଠାରେ ଫୋର୍ଟସେଣ୍ଟଜର୍ଜ ନାମକ ବାଣିଜ୍ୟ କେନ୍ଦ୍ର ନିର୍ମାଣ କରିଥିଲେ |ଏହା ବର୍ତ୍ତମାନର ତାମିଲନାଡୁର ଚେନ୍ନାଇଠାରେ ଅବସ୍ଥିତ | ଦ୍ଵିତୀୟ ଚାଲର୍ସ ବମ୍ବେ ଇଷ୍ଟଇଣ୍ଡିଆ କମ୍ପାନୀର ଏଠାରେ ବାଣିଜ୍ୟ କୋଠି ୧୬୬୮ ରେ ଗଢିଉଠିଥିଲା |
  • ୧୬୯୦ ଖ୍ରୀଷ୍ଟାବ୍ଦରେ ଇଷ୍ଟଇଣ୍ଡିଆ କମ୍ପାନୀ ବଙ୍ଗରେ ହୁଗୁଳୀ ନଦୀ କୂଳରେ “ଫୋର୍ଟ ଉଇଲିୟମ ଦୁର୍ଗ”  ନିର୍ମାଣ କଲେ |

ଫରାସୀ ଇଷ୍ଟ୍ ଇଣ୍ଡିଆ କମ୍ପାନୀ :

  • ଫ୍ରାନ୍ସର ସମ୍ରାଟ ଚତୁର୍ଦ୍ଦଶଲୁଇଙ୍କ ମନ୍ତ୍ରୀ କୋଲବର୍ଟଙ୍କ ପୃଷ୍ଠପୋଷକତାରେ ୧୬୬୪ ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ।
  • ମୋଗଲ ସମ୍ରାଟ ରଙ୍ଗଜେବଙ୍କ ଅନୁମତି ପାଇ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ସୁରତଠାରେ ବାଣିଜ୍ୟ କୋଠି ନିର୍ମାଣ କରିଥିଲେ | ପରେ ମସିଲିପଟ୍ଟମ୍, ପଣ୍ଡିଚେରୀ (ପୁଡୁଚେରି) ଓ ବଙ୍ଗଳାର ଚନ୍ଦନନଗରଠାରେ ବାଣିଜ୍ୟ କୋଠି ନିର୍ମାଣ କଲେ | ଫରାସୀର ବିଚକ୍ଷଣ ରାଜନୀତିଜ୍ଞ ଡ୍ୟୁପ୍ଲେ ଚନ୍ଦନନଗରର ଶାସନକର୍ତ୍ତା ରୂପେ ନିଯୁକ୍ତ ହେଲେ |

ବଣିକ ଗୋଷ୍ଠୀ ସଂଘର୍ଷ :

  • ଭାରତରେ ବାଣିଜ୍ୟ କରିବା ଓ ରାଜ୍ୟ ବିସ୍ତାର କରିବା ପାଇଁ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା  | ଏହି ସଂଘର୍ଷ କର୍ଣ୍ଣାଟକ ରାଜ୍ୟରୁ ଆରମ୍ଭ ହୋଇଥିଲା | ଇଂରେଜମାନଙ୍କ ବାଣିଜ୍ୟ ଦୁର୍ଗ ମାନ୍ଦ୍ରାଜ (ଚେନ୍ନାଇ) ଓ ଫରାସୀମାନଙ୍କ ଦୁର୍ଗ ପଣ୍ଡିଚେରୀ (ପୁଡୁଚେରି)ରେ ଅବସ୍ଥିତ ଥିଲା | ଦାକ୍ଷିଣାତ୍ୟରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଉଭୟ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହେଲେ |

ପ୍ରଥମ କର୍ଣ୍ଣାଟ ସମର (୧୭୪୦-୧୭୪୮):

  • ଅଷ୍ଟ୍ରିଆର ଉତ୍ତରାଧିକାର ସଂକ୍ରାନ୍ତ ଯୁଦ୍ଧ ଇଉରୋପରେ ସଂଗଠିତ ଇଂରେଜ ଓ ଫରାସୀ ଦୁଇ ବିପରୀତ ପକ୍ଷ  ଯୁଦ୍ଧର ପ୍ରଭାବ ଭାରତରେ ପ୍ରତିଫଳିତ ହୋଇଥିଲା |
  • ଇଂରେଜମାନେ ପ୍ରଥମେ ଫରାସୀମାନଙ୍କ ଦୁର୍ଗ ପଣ୍ଡିଚେରୀ (ପୁଡୁଚେରି) ଆକ୍ରମଣ କଲେ | ଫଳରେ ଡ୍ୟୁପ୍ଲେଙ୍କ ନେତୃତ୍ୱରେ ଫରାସୀ ସେନାବାହିନୀ ଇଂରେଜମାନଙ୍କ ଦୁର୍ଗ ମାନ୍ଦ୍ରାଜ (ଚେନ୍ନାଇ) ଆକ୍ରମଣ କରି ମାନ୍ଦ୍ରାଜ ଦଖଲ କଲେ |
  • ଏହି ସମୟରେ ୟୁରୋପରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଶାନ୍ତିଚୁକ୍ତି ହୋଇଥିଲା ଫଳରେ ସଂଘର୍ଷ ବନ୍ଦ ହେଲା ଏବଂ ଡ୍ୟୁପ୍ଲେ ଇଂରେଜମାନଙ୍କ ମାନ୍ଦ୍ରାଜ (ଚେନ୍ନାଇ) ଫେରାଇ ଦେଲେ |

ଦ୍ଵିତୀୟ କର୍ଣ୍ଣାଟ ସମର (୧୭୫୦-୧୭୫୪) :

  • ଶାନ୍ତିଚୁକ୍ତି ଅନୁଯାୟୀ ଭାରତରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଶତ୍ରୁତାର ଅବସାନ ହୋଇଥିଲେ ମଧ୍ୟ ହାଇଦ୍ରାବାଦ ଓ କର୍ଣ୍ଣାଟକର ନବାବ  ପଦପାଇଁ ପୁଣି ସଂଘର୍ଷରେ ଅବତୀର୍ଣ୍ଣ ହୋଇଥିଲେ | କର୍ଣ୍ଣାଟକର ନବାବ ପଦ ପାଇଁ ଇଂରେଜମାନେ ଅନୱାରଙ୍କୁ ସମର୍ଥନ କରୁଥିବାବେଳେ ଫରାସୀମାନେ ଚନ୍ଦାସାହେବଙ୍କୁ ସମର୍ଥନ କରୁଥିଲେ | ଫଳରେ ଯୁଦ୍ଧ ଆରମ୍ଭ ହେଲା | ଯୁଦ୍ଧରେ ଅନୱାରଉଦ୍ଦିନ ପରାସ୍ତ ଓ ନିହତ ହେଲେ | ଚନ୍ଦାସାହେବ କର୍ଣ୍ଣାଟକର ନବାବ ହେଲେ | ହାଇଦ୍ରାବାଦର ସିଂହାସନ ପାଇଁ ନିଜାମଙ୍କ ପୁତ୍ର ନାସିରଜଙ୍ଗ ଓ ନାତି ମୁଜାଫରଜଙ୍ଗ ମଧ୍ୟରେ କନ୍ଦଳ ଲାଗିଥିଲା |ଇଂରେଜମାନେ ନାସିରଜଙ୍ଗଙ୍କୁ ଓ ଫରାସୀମାନେ ମୁଜାଫରଜଙ୍ଗଙ୍କୁ ସମର୍ଥନ କରି ଯୁଦ୍ଧରେ ଅବତୀର୍ଣ୍ଣ ହେଲେ | ଫରାସୀ ଗଭର୍ଣ୍ଣର  ଡ୍ୟୁପ୍ଲେଙ୍କ ଷଡ଼ଯନ୍ତ୍ରରେ ନାସିରଜଙ୍ଗ ପରାସ୍ତ ଓ ନିହତ ହେଲେ | ମୁଜାଫରଜଙ୍ଗ ହାଇଦ୍ରାବାଦର ନିଜାମ ହେଲେ | ଫଳରେ ଭାରତରେ ଫରାସୀ ଶକ୍ତି ବୃଦ୍ଧି ପାଇଲା | ଏହି ସମୟରେ ଇଂରେଜର ଚତୁର ବିଚକ୍ଷଣ ଯୁବକ କ୍ଲାଇବ୍  ଇଂରେଜ ସେନାବାହିନୀର ପରିଚାଳନା ଦାୟିତ୍ୱ ନେଇ କର୍ଣ୍ଣାଟକର ରାଜଧାନୀ ଆର୍କଟ ଅଧିକାର କଲେ | ଅନୱାରଉଦ୍ଦିନଙ୍କ ପୁତ୍ର ମହମ୍ମଦ ଅଲ୍ଲୀଙ୍କୁ କର୍ଣ୍ଣାଟକର ନବାବ କରାଇଲେ | ଏହି ସମୟରେ ଫ୍ରାନ୍ସର ସରକାର ଡ୍ୟୁପ୍ଲେଙ୍କୁ ଫ୍ରାନ୍ସକୁ ଫେରାଇ ନେଲେ | ଫଳରେ ଫରାସୀମାନଙ୍କ କ୍ଷମତା ଭାରତରୁ ଲୋପ ପାଇଲା | 

ତୃତୀୟ କର୍ଣ୍ଣାଟ ସମର (୧୭୫୮)

  • ୧୭୫୬ ଖ୍ରୀଷ୍ଟାବ୍ଦରେ ଇଉରୋପରେ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ସପ୍ତବର୍ଷୀୟ ଯୁଦ୍ଧ ଲାଗିଲା |  ଏହାର ପ୍ରତିକ୍ରିୟା ଭାରତରେ ପ୍ରତିଫଳିତ ହେଲା | ଇଂରେଜ ସେନାଧ୍ୟକ୍ଷ କ୍ଲାଇବ୍ ୧୭୫୭ ଖ୍ରୀଷ୍ଟାବ୍ଦରେ ଫରାସୀ ବାଣିଜ୍ୟ କୋଠି ଚନ୍ଦନନଗର ଅଧିକାର କଲେ | 
  • ଫରାସୀ ସରକାର ଯୁଦ୍ଧ ପାଇଁ କାଉଣ୍ଟ ଡି ଲାଲୀଙ୍କୁ ଭାରତକୁ ପଠାଇଲେ | କାଉଣ୍ଟ ଡି ଲାଲୀ ୧୭୫୮ଖ୍ରୀଷ୍ଟାବ୍ଦରେ ସେଣ୍ଟ ଡେଭିଡ ଦୁର୍ଗ ଅଧୁକାର କଲେ | 
  • ୧୭୬୦ ଖ୍ରୀଷ୍ଟାବ୍ଦରେ ଇଂରେଜ ସେନାପତି ଆୟାର କୁଟ ୱାଣ୍ଡିୱାସ ଯୁଦ୍ଧରେ ଡି ଲାଲୀଙ୍କୁ ପରାସ୍ତ କଲେ | ପଣ୍ଡିଚେରୀ ଓ ମାହେ ଇଂରେଜ ଦ୍ଵାରା ଅଧିକୃତ ହେଲା |
  • ୧୭୬୩ ଖ୍ରୀଷ୍ଟାବ୍ଦରେ ୟୁରୋପରେ ସପ୍ତବର୍ଷ ଯୁଦ୍ଧର ସମାପ୍ତି ଘଟିବାରୁ ଫରାସୀମାନେ ସନ୍ଧି ସର୍ତ୍ତ ଅନୁଯାୟୀ ସେମାନଙ୍କ ଉପନିବେଶ ସବୁ ଫେରିପାଇଲେ | କର୍ଣ୍ଣାଟ ସମର ପରେ ଇଂରେଜମାନେ ଅଧିକ  ଶକ୍ତିଶାଳୀ ହୋଇ ବଙ୍ଗଦେଶରେ କ୍ଷମତା ବିସ୍ତାର ପାଇଁ ପ୍ରୟାସ କଲେ |

ଭାରତୀୟ ଶାସକ ମାନଙ୍କ ସହିତ ସାମ୍ରାଜ୍ୟ ବିସ୍ତାର ପାଇଁ ସଂଘର୍ଷ :

  • ଆଲିବର୍ଦ୍ଦି ଖାଁ ୧୭୪୦ ଖ୍ରୀଷ୍ଟାବ୍ଦରେ ନିଜକୁ ବଙ୍ଗଳାର ନବାବ ବୋଲି ଘୋଷଣା କଲେ | ୧୭୫୬ ପର୍ଯ୍ୟନ୍ତ ସେ ବଙ୍ଗ , ବିହାର, ଓ ଓଡ଼ିଶାର ଶାସନ କର୍ତ୍ତା ହୋଇଥିଲେ | ଆଲିବର୍ଦ୍ଦି ଖାଁଙ୍କ ୧୭୫୬ ଅପ୍ରେଲ ୯ ତାରିଖରେ ମୃତ୍ୟୁ ପରେ ସିରାଜଉଦ୍ଦୌଲା ବଙ୍ଗର ନବାବ ହେଲେ |
  • ଇଂରେଜମାନେ ସିରାଜଉଦ୍ଦୌଲାଙ୍କ ବିନା ଅନୁମତିରେ କଲିକତାରେ ନିଜର ବାଣିଜ୍ୟ ସୁବିଧା ପାଇଁ ଦୁର୍ଗ ନିର୍ମାଣ କରୁଥିଲେ ଏହା ଦେଖି ୧୭୫୭ ରେ ସିରାଜଉଦ୍ଦୌଲା ଆକ୍ରମଣ କଲେ | ଆକ୍ରମଣରେ ଇଂରେଜ ଗଭର୍ଣ୍ଣର ଡ୍ରେକ ଓ ଡ୍ରେକ ଙ୍କ ଅନୁଗାମୀ ନଦୀ ପାର ହୋଇ ପଳାଇଲେ |
  • ନୂତନ ଗଭର୍ଣ୍ଣର ରୂପେ ଆସିଥିବା ହୋଲୱେଲ  ଓ କେତେଜଣଙ୍କୁ ଜୁନ୍ ୨୫ ୧୭୫୬ ଫୋର୍ଟ ଉଇଲିୟମ ଦୁର୍ଗ ମଧ୍ୟରେ ୧୮ ଫୁଟ ଲମ୍ବ ଓ ୧୪ ଫୁଟ ୧୦ ଇଞ୍ଚ ପ୍ରସ୍ଥ ବିଶିଷ୍ଟ ଏକ ଅନ୍ଧକାର କୋଠରୀ ମଧ୍ୟରେ ୧୪୬ ଜଣଙ୍କୁ ଇଂରେଜମାନଙ୍କୁ ବନ୍ଦୀ କରି ରଖିଥିଲେ | ଉତ୍ତାପ ଓ ଶ୍ଵାସରୁଦ୍ଧରେ ୧୨୩ ଜଣଙ୍କର ମୃତ୍ୟୁ ହୋଇଥିଲା | ଏହାକୁ ଇଂରେଜମାନେ “ଅନ୍ଧକୂପ” ନାମରେ ନାମିତ କରିଥିଲେ |

ପଲାସୀ ଯୁଦ୍ଧ

  • ଇଂରେଜ ଓ ସିରାଜଉଦ୍ଦୌଲାଙ୍କ ମଧ୍ୟରେ ହୋଇଥିବା ସନ୍ଧିକୁ ସିରାଜ୍ ଅବମାନନା କରିଥିବା ଅଭିଯୋଗ କରି ରବର୍ଟ କ୍ଲାଇବ୍ ନବାବ୍ ଙ୍କ ବିରୁଦ୍ଧରେ ସୈନ୍ୟ ଚାଳନା କରିଥିଲେ |
  • ଭାଗିରଥୀ ନଦୀ କୂଳରେ ପଲାସୀ ନାମକ ସ୍ଥାନରେ ୧୭୫୭ ଜୁନ ୨୩ ତାରିଖ ଦିନ ସିରାଜଉଦ୍ଦୌଲା କ୍ଲାଇବ୍ ଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା |
  • ଯୁଦ୍ଧରେ ମୀରଜାଫର୍  ଓ ରାୟଦୁର୍ଲଭ ବିଶ୍ଵାସଘାତକତା କଲେ | ସେମାନେ ଯୁଦ୍ଧ ନ କରି ନୀରବ ରହିଲେ | ସିରାଜ୍ ଏହି ଯୁଦ୍ଧରେ ପରାସ୍ତ ହେଲେ | ମୀରଜାଫର୍ ଙ୍କ ପୁତ୍ର ମିରନ୍ ବନ୍ଦୀଶାଳାରେ ସିରାଜ୍ ଙ୍କୁ ହତ୍ୟା କଲେ | ଯୁଦ୍ଧ ପରେ ଇଂରେଜମାନେ
  • ମୀରଜାଫର୍ ଙ୍କୁ ବଙ୍ଗରେ ନବାବ୍ କରାଇଲେ |

ମୀରଜାଫର୍ : 

  • ମୀରଜାଫର୍ ବଙ୍ଗରେ ନବାବ୍ ହେଲା ପରେ କ୍ଲାଇବ୍ ଓ ଅନ୍ୟାନ୍ୟ ଇଂରେଜ କର୍ମଚାରୀମାନଙ୍କୁ ପ୍ରଚୁର ଅର୍ଥ ପ୍ରଦାନ କରିଥିଲେ | ଇଂରେଜମାନଙ୍କୁ ଚବିଶ ପ୍ରଗଣା ଅଞ୍ଚଳକୁ ଜମିଦାରୀ ରୂପେ ଦେଇଥିଲେ | ଏହି ସମୟରେ କ୍ଲାଇବ୍ ଇଂଲଣ୍ଡକୁ ଫେରିଗଲେ | ଇଂରେଜମାନେ ଅଧିକ ବିଶୃଙ୍ଖଳିତ ହୋଇ ଅଧିକ ଅର୍ଥ ଲୋଭରେ ମୀରଜାଫର୍ ଙ୍କୁ ସିଂହାସନରୁ ବିତାଡିତ କରି ତାଙ୍କ ଜାମାତା ମୀରକାଶିମ୍ ଙ୍କୁ ସିଂହାସନରେ ବସାଇଲେ |

ମୀରକାଶିମ୍ : 

  • ମୀରକାଶିମ୍ ନବାବ୍ ହେଲା ପରେ ଇଂରେଜମାନଙ୍କଠାରୁ ଦୂରରେ ରହି ଶାସନ କରିବା ପାଇଁ ସେ ନିଜ ରାଜଧାନୀ ମୁର୍ଶିଦାବାଦ ଠାରୁ ମୁଙ୍ଗେରକୁ ନେଇଥିଲେ | ମୀରକାଶିମ ଭାରତୀୟ ବଣିକମାନଙ୍କ ଉପରୁ ବାଣିଜ୍ୟ କର ଛାଡ କରିଦେଲେ |

ବକସାର୍ ଯୁଦ୍ଧ :

  • ୧୭୬୪ ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କ ବିରୋଧରେ ବଙ୍ଗର ନବାବ ମୀରକାଶିମ୍ , ଅଯୋଧ୍ୟାର ନବାବ ସୁଜାଉଦ୍ଦୌଲା ଓ ମୋଗଲ ସମ୍ରାଟ ଶାହାଆଲମ୍ ମିଳିତ ହୋଇ ବକସାର୍ ନାମକ ସ୍ଥାନରେ ଇଂରେଜ ବିରୁଦ୍ଧରେ ଯୁଦ୍ଧକଲେ | ଏହି ଯୁଦ୍ଧରେ ଇଂରେଜମାନେ ବିଜୟୀ ହେଲେ |

ଦ୍ଵେତ ଶାସନ :

  • ବକସାର୍ ଯୁଦ୍ଧପରେ ଇଂରେଜମାନେ ବଙ୍ଗର ପ୍ରକୃତ ଶାସକ ହେଲେ | କ୍ଲାଇବ୍ ବଙ୍ଗର ଶାସନ ବ୍ୟବସ୍ଥାକୁ ଦୁଇ ଭାଗରେ ବିଭକ୍ତ କରାଇଦେଲେ | ବଙ୍ଗର ନବାବଙ୍କ ହାତରେ ଶାସନ ଓ ବିଚାର ବିଭାଗ ରହିଲା | କମ୍ପାନୀ ହାତରେ ସାମରିକ ଓ ରାଜସ୍ୱ ଆଦାୟ ଦାୟିତ୍ଵ ରଖାଗଲା | ଏହାକୁ ଦ୍ଵୈତ ଶାସନ କୁହାଯାଏ | ଦ୍ଵୈତ ଶାସନ ଦ୍ଵାରା ଶାସନଗତ ବିଶୃଙ୍ଖଳା ଦେଖାଗଲା |୧୭୭୧ ରେ ଦ୍ଵେତ ଶାସନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଥିଲା |
  • ପଲାସୀ ଯୁଦ୍ଧ ଓ ବକସାର୍ ଯୁଦ୍ଧ ପରେ ଭାରତରେ ଇଂରେଜ ମାନଙ୍କର କ୍ଷମତା ବୃଦ୍ଧି ପାଇଲା | ଦାକ୍ଷିଣାତ୍ୟରେ ନିଜର କ୍ଷମତା ବୃଦ୍ଧି ପାଇଁ ପ୍ରୟାସ କଲେ |

ପ୍ରଥମ ମହୀଶୂର ସମର :

  • ଦାକ୍ଷିଣାତ୍ୟରେ ମହୀଶୂର ଏକ ସ୍ଵାଧୀନ  ରାଜ୍ୟଥିଲା । ୧୭୬୧ ଖ୍ରୀଷ୍ଟାବ୍ଦରେ ହାଇଦର ଅଲ୍ଲୀ ଏହାର ଶାସକଥିଲେ | ମରହଟ୍ଟା ଓ ହାଇଦ୍ରାବାଦର ନିଜାମ, ଇଂରେଜମାନଙ୍କ ସହିତ ମିଶି ହାଇଦର୍‌ ଅଲ୍ଲୀଙ୍କ ବିରୁଦ୍ଧରେ ୧୭୬୭ ଖ୍ରୀଷ୍ଟାବ୍ଦରେ ଯୁଦ୍ଧ ଘୋଷଣା କଲେ | ଏହି ଯୁଦ୍ଧରେ ହାଇଦର୍ ଅଲ୍ଲୀ ମିଳିତ ବାହିନୀକୁ ପରାସ୍ତ କଲେ | ଫଳରେ ୧୭୬୯ ଖ୍ରୀଷ୍ଟାବ୍ଦରେ ଇଂରେଜ ବାଧ୍ୟହୋଇ ହାଇଦର୍ ଅଲ୍ଲୀଙ୍କ ସହ ସନ୍ଧି କଲେ |

ଦ୍ଵିତୀୟ ମହୀଶୂର ସମର :

  • ହାଇଦର୍‌ ଅଲ୍ଲୀ କର୍ଣ୍ଣାଟକ ଆକ୍ରମଣ କରିବା ସମୟରେ ଇଂଲଣ୍ଡର କର୍ଣ୍ଣେଲ ବେରିଂ ଇଂରେଜ ସୈନ୍ୟ ନେଇ ହାଇଦର୍‌ଙ୍କୁ ପ୍ରତିରୋଧ କଲେ | ହାଇଦର୍‌ଙ୍କ ପୁତ୍ର ଟିପୁ ସୁଲତାନ୍ କର୍ଣ୍ଣେଲ ବେରିଂଙ୍କୁ ପରାସ୍ତ କରି ଆର୍କଟ ଅଧିକାର କଲେ |
  • ଇଂରେଜମାନେ ହାଇଦର୍‌ଙ୍କ ରାଜ୍ୟରେ ଅବସ୍ଥିତ ମାହେ ନାମକ ଫରାସୀ ବାଣିଜ୍ୟ କୋଠିକୁ ଦଖଲ କରିବାରୁ ହାଇଦର୍ ଅଲ୍ଲୀ ଓ ଇଂରେଜମାନଙ୍କ ମଧ୍ୟରେ ଯୁଦ୍ଧ ହେଲା | ଯୁଦ୍ଧ ଚାଲିଥିବା ସମୟରେ ୧୭୮୨ ଖ୍ରୀଷ୍ଟାବ୍ଦରେ ହାଇଦର୍ ଅଲ୍ଲୀ ପ୍ରାଣତ୍ୟାଗ କଲେ ମାତ୍ର ଟିପୁ ସୁଲତାନ ଇଂରେଜ ବିରୁଦ୍ଧରେ ଯୁଦ୍ଧ ଚାଲୁରଖିଲେ | 
  • ଟିପୁ ଇଂରେଜ ସୈନ୍ୟବାହିନୀର ବ୍ରିଗେଡ଼ିୟର ମାଥ୍ୟୁସ୍  ଓ ତାଙ୍କ ସୈନ୍ୟମାନଙ୍କୁ ବନ୍ଦୀ କଲେ | ଇଂରେଜ ଓ ଟିପୁଙ୍କ ମଧ୍ୟରେ ଏକ ଶାନ୍ତି ଚୁକ୍ତି  ଅନୁସାରେ ଉଭୟ ପକ୍ଷ ଯୁଦ୍ଧ ସମୟରେ ହରାଇଥିବା ରାଜ୍ୟ ଫେରିପାଇଲେ |

ତୃତୀୟ ମହୀଶୂର ସମର  :

  • ଟିପୁସୁଲତାନଙ୍କ ଶକ୍ତି ଓ କ୍ଷମତା ଦେଖ୍ ନିଜାମ୍ ଓ ମରହଟ୍ଟାମାନେ ଭୟକରି ଇଂରେଜ ସହିତ ମେଣ୍ଟ କଲେ | ୧୭୯୦ ଖ୍ରୀଷ୍ଟାବ୍ଦରେ ଟିପୁ ଇଂରେଜମାନଙ୍କ ତ୍ରିବାଙ୍କୁଡ ଆକ୍ରମଣ କରିବାରୁ ଇଂରେଜମାନେ ଟିପୁଙ୍କ ବିରୁଦ୍ଧରେ ଯୁଦ୍ଧକଲେ | କର୍ଣ୍ଣୱାଲିସ୍ ଟିପୁଙ୍କ ଶ୍ରୀରଙ୍ଗା ପଟ୍ଟନମ୍ ଅଧିକାର କଲେ | 
  • ଯାହା ଫଳରେ ଟିପୁ ଇଂରେଜମାନଙ୍କ ସହ ଏକ ସନ୍ଧି କଲେ ତାକୁ ଶ୍ରୀରଙ୍ଗା ପଟ୍ଟନମ୍ ସନ୍ଧି କୁହାଗଲା | ସନ୍ଧିର ସର୍ତ୍ତ ଅନୁଯାୟୀ ଟିପୁ ନିଜ ରାଜ୍ୟର ଅର୍ଦ୍ଧେକ ଅଂଶ ଇଂରେଜ, ମରହଟ୍ଟା ଓ ନିଜାମକୁ ଛାଡିଦେଲେ |

ଚତୁର୍ଥ ମହୀଶୂର ସମର :

  • ଟିପୁ ନିଜ ପରାଜୟର ପ୍ରତିଶୋଧ ନେବା ପାଇଁ ନିଜର ସୈନ୍ୟବାହିନୀକୁ ଫରାସୀ ମାନଙ୍କଦ୍ଵାରା ତାଲିମ ଦେଇ ଅଧିକ ଶକ୍ତିଶାଳୀ କରାଇଥିଲେ | ୧୭୯୯ ଖ୍ରୀଷ୍ଟାବ୍ଦରେ ଇଂରେଜ ଗଭର୍ଣ୍ଣର ୱେଲସଲି ମରହଟ୍ଟା ଓ ନିଜାମଙ୍କ ସହିତ ମିଶି ଟିପୁଙ୍କ ରାଜ୍ୟକୁ ଆକ୍ରମଣ କଲେ | ଏହି ଯୁଦ୍ଧରେ ଟିପୁ ନିହତ ହେଲେ |
  • ଟିପୁଙ୍କ ନିଜର ଅସାଧାରଣ ବିରତ୍ଵ ଓ ସାହସିକତା ପାଇଁ ସେ “ ମହୀଶୂର ବାଘ” ନାମରେ ପରିଚିତ |
  • ମହିଶୂର ରାଜ୍ୟ ତିନି ଭାଗରେ ବିଭକ୍ତ ହେଲା | ଦକ୍ଷିଣ – ପଶ୍ଚିମ ଜିଲ୍ଲାଗୁଡିକ ଇଂରେଜମାନଙ୍କର ଅଧିକାର ହେଲା | ଉତ୍ତର – ପୂର୍ବର କେତେକ ଜିଲ୍ଲା ନିଜାମାଙ୍କ ରାଜ୍ୟରେ ମିଶିଲା | ମରହଟ୍ଟାମାନେ ମହୀଶୂର ରାଜ୍ୟର ଉତ୍ତର – ପଶ୍ଚିମ ଅଂଶରୁ କିଛି ପାଇଲେ |

ସାମନ୍ତ ସନ୍ଧି ପ୍ରଥା

  • ଭାରତୀୟ ରାଜ୍ୟଗୁଡିକ ଉପରେ ଇଂରେଜମାନଙ୍କ ପ୍ରଭାବ ବିସ୍ତାର କରିବା ନିମନ୍ତେ ୱେଲେସଲି ଏକ ପ୍ରଥା ପ୍ରଚଳନ କଲେ | ତାହାକୁ ସାମନ୍ତ ସନ୍ଧି ବା ଅଧୀନତାମୂଳକ ମିତ୍ରତା କୁହାଯାଏ |
  • ଏହି ସନ୍ଧିର ସର୍ତ୍ତ ଅନୁଯାୟୀ : ଯେଉଁ ଦେଶୀୟ ରାଜ୍ୟଗୁଡିକର ରାଜା ଏହାକୁ ଗ୍ରହଣ କରିବେ ସେମାନେ ଇଂରେଜମାନଙ୍କ ମିତ୍ରହୋଇ ଅଧୀନତା ସ୍ଵୀକାର କରିବେ |
  • ସେମାନେ ଇଂରେଜମାନଙ୍କ ଅନୁମତି ନନେଇ କୌଣସି ଦେଶୀୟ କିମ୍ବା ବିଦେଶୀ ଶକ୍ତି ସହିତ ସମ୍ପର୍କ ରଖିପାରିବେ ନାହିଁ |
  • ସାମନ୍ତ ସନ୍ଧି ଗ୍ରହଣ କରିଥିବା ରାଜ୍ୟ ନିଜ ଖର୍ଚ୍ଚରେ ଦଳେ ଇଂରେଜ ସୈନ୍ୟକୁ ନିଜ ରାଜ୍ୟରେ ରଖିବେ |
  • ସୈନ୍ୟମାନଙ୍କ ଖର୍ଚ୍ଚ ଦେବାକୁ ଅସମର୍ଥ ହେଲେ, ସେହି ଖର୍ଚ୍ଚ ବାବଦକୁ ନିଜ ରାଜ୍ୟରୁ ଏକ ଅଂଶ ଇଂରେଜମାନଙ୍କୁ ଦେବେ |
  • ପ୍ରଥମେ ହାଇଦ୍ରାବାଦର ନିଜାମ୍ ଏହି ସନ୍ଧି ଗ୍ରହଣ କଲେ, ପରେ ଅଯୋଧ୍ୟା ନବାବ ସନ୍ଧି ଗ୍ରହଣ କରି ନିଜ ରାଜ୍ୟର ଏକ ଅଂଶ ଇଂରେଜମାନଙ୍କୁ ଦେଇଥିଲେ |

ରାଜ୍ୟସ୍ୱତ୍ୱ ଲୋପନୀତି

  • ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲ୍ ହାଉସୀ ଜଣେ ସାମ୍ରାଜ୍ୟବାଦୀ ଶାସକ ଥିଲେ | ଭାରତରେ ଇଂରେଜମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ଏକ ନୂତନ ପନ୍ଥା ପ୍ରୟୋଗ କଲେ | ତାହା ରାଜ୍ୟସ୍ୱତ୍ୱ ଲୋପନୀତି ପରଚିତ |
  • କୌଣସି ଦେଶୀୟ ରାଜ୍ୟର ରାଜା ଅପୁତ୍ରିକ ଥିଲେ ପୋଷ୍ୟପୁତ୍ର ଗ୍ରହଣ କରୁଥିଲେ | ରାଜାଙ୍କ ମୃତ୍ୟୁପରେ ପୋଷ୍ୟପୁତ୍ର ତାଙ୍କର ଉତ୍ତରାଧିକାରୀ ରୂପେ ରାଜା ହେଉଥିଲେ |
  • କିନ୍ତୁ ଏହି ନୀତି ଅନୁସାରେ କୌଣସି ଅପୁତ୍ରିକ ରାଜା ପୋଷ୍ୟପୁତ୍ର ଗ୍ରହଣ କରି ପାରିବେ ନାହିଁ ବୋଲି ବ୍ୟବସ୍ଥା ରହିଲା | ତାଙ୍କ ମୃତ୍ୟୁପରେ ତାଙ୍କ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହେବାର ବ୍ୟବସ୍ଥା ରହିଲା |
  • ଏହି ନୀତି ଅନୁସାରେ ସତାରା, ଝାନ୍ସୀ , ନାଗପୁର, ସମ୍ବଲପୁର, ଜୈତପୁର ପ୍ରଭୃତି ଦେଶୀୟ ରାଜ୍ୟଗୁଡିକ ଇଂରେଜ ସାମ୍ରାଜ୍ୟଭୁକ୍ତ ହୋଇଥିଲା |

ଶାସନ ବ୍ୟବସ୍ଥା :

  • ନିୟାମକ ଆଇନ – ଇଂରେଜ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ବାଣିଜ୍ୟ କରିବା ସଙ୍ଗେ ସଙ୍ଗେ ଭାରତରେ ରାଜ୍ୟ ବିସ୍ତାର କରି ମନଇଚ୍ଛା ଶାସନ କଲେ | ୧୭୭୩ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲର୍ଡ ନର୍ଥ ଭାରତର କମ୍ପାନୀ ଶାସନକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନ ପାର୍ଲାମେଣ୍ଟରେ ଗୃହୀତ କରାଇନେଲେ | ତାହାକୁ ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନ କୁହାଯାଏ | ଏଥିରେ ଉଲ୍ଲେଖ ଥିଲା ଯେ
  • ବଙ୍ଗର ଗଭର୍ଣ୍ଣର ଇଂରେଜ ଶାସିତ ସମସ୍ତ ଅଞ୍ଚଳର ଗଭର୍ଣ୍ଣର ଜେନେରାଲ ବା ବଡ଼ଲାଟ ହେବେ |
  • ବମ୍ବେ ଓ ମାନ୍ଦ୍ରାଜର ଗଭର୍ଣ୍ଣର ତାଙ୍କ ଅଧୀନରେ ରହି କାର୍ଯ୍ୟ କରିବେ  |
  • ବଡ଼ଲାଟଙ୍କୁ ଶାସନ କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ଚାରିଜଣ ସଭ୍ୟଙ୍କୁ ନେଇ ଗୋଟିଏ ଶାସନ ପରିଷଦ ବା କାଉନସିଲ ଗଠିତ ହେବ ଏବଂ ପ୍ରତ୍ୟେକ ସଭ୍ୟ ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ପାଇବେ |
  • ଏହି ଆଇନ ଅନୁଯାୟୀ ଇଂରେଜ କର୍ମାଚାରୀଙ୍କ ଦୋଷତ୍ରୁଟିର ବିଚାର କରିବା ପାଇଁ କଲିକତା ଠାରେ ଏକ ସୁପ୍ରିମକୋର୍ଟ ସ୍ଥାପନ କରାଗଲା ଏବ ଭାରତ ଶାସନର ସମସ୍ତ ଖବର ବିଲାତ ପାର୍ଲାମେଣ୍ଟକୁ ଜଣାଇବା ପାଇଁ କମ୍ପାନୀକୁ ବାଧ୍ୟ କରାଗଲା |

ପିଟ୍ ଙ୍କ ଭାରତ ଶାସନ ଆଇନ – ୧୭୮୪

  • ନିୟାମକ ଆଇନ୍ ରେ କେତେକ ଦୋଷତ୍ରୁଟି ରହିଯାଇଥିଲା | ତାର ସୁଯୋଗରେ ୱାରେନ୍ ହେଷ୍ଟିଙ୍ଗସ୍ ଭାରତରେ ମନଇଚ୍ଛା ଶାସନ ଚଳାଇଲେ | ସେହି ତ୍ରୁଟିକୁ ସୁଧାରିବା ପାଇଁ ବିଲାତ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଉଇଲିୟମ୍ ପିଟ୍ ସାହେବ ଏକ ଆଇନ କଲେ | ତାହା ପିଟ୍ ଙ୍କ ଭାରତ ଶାସନ ଆଇନ୍ ନାମରେ ନାମିତ | 
  • ଏହି ଆଇନ ଅନୁଯାୟୀ ବିଲାଟରେ ବୋର୍ଡ ଅଫ୍ କଣ୍ଟ୍ରୋଲ ବା ନିୟନ୍ତ୍ରଣ ପରିଷଦ ଗଠନ କରାଗଲା | ବିଲାତର ମନ୍ତ୍ରୀ ପରିଷଦରୁ ଜଣକୁ ତାହାର ସଭାପତି ରୂପେ ନିଯୁକ୍ତ କରାଗଲା |  ଏହି ବୋର୍ଡ ଅଫ୍ କଣ୍ଟ୍ରୋଲ୍ ହାତରେ ଭାରତ ଶାସନର ସର୍ବୋଚ୍ଚ କ୍ଷମତା ରହିଲା | 
  • ଏହି ସଭାରେ ତିନିଜଣ ସଭ୍ଯ ରହିଲେ | ବମ୍ବେ, ମାନ୍ଦ୍ରାଜର ଗଭର୍ଣ୍ଣରଙ୍କ ଉପରେ ଗଭର୍ଣ୍ଣର ଜେନେରାଲ୍ ଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ରହିଲା | ଏହି ଆଇନ୍ ଦ୍ଵାରା ଇଂରେଜ ସରକାର ଇଷ୍ଟଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲେ |
Ratings
No reviews yet, be the first one to review the product.