- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chaper 5 Coal and Petroleum ( କୋଇଲା ଓ ପେଟ୍ରୋଲିୟମ ) Question & Answer

Odia Medium Class 8 Science Chaper 5 Coal and Petroleum ( କୋଇଲା ଓ ପେଟ୍ରୋଲିୟମ ) Question & Answer

Language : Odia
LRNR provides this material totally free
Odia Medium Class 8 Science Chaper 5 Coal and Petroleum ( କୋଇଲା ଓ ପେଟ୍ରୋଲିୟମ ) Question & Answer
କୋଇଲା ଓ ପେଟ୍ରୋଲିୟମ
ଶୂନ୍ୟସ୍ଥାନ ପୂରଣ ପାଇଁ ଆବଶ୍ୟକୀୟ ଶବ୍ଦ ବା ଶବ୍ଦପୁଞ୍ଜକୁ ଲେଖ |
1. ପ୍ରକୃତିରେ ଉଦ୍ଭିଦ ର ଅନ୍ତର୍ଧୂମ ପାତନର ଉତ୍ପାଦ ହେଉଛି କୋଇଲା |
2. ଅମ୍ଳଜାନ ର ଅନୁପସ୍ଥିତିରେ ସଂଘଟିତ ପାତନ ପ୍ରକ୍ରିୟାକୁ ଅନ୍ତର୍ଧୂମ ପାତନ କୁହାଯାଏ |
3. ଅତୀତରେ ପକ୍କାରାସ୍ତା ତିଆରିରେ ପିଚୁ ବ୍ୟବହାର କରାଯାଉଥିଲା ଯାହାକି କୋଇଲାର ଏକ ଉତ୍ପାଦ |
4. ବର୍ତ୍ତମାନ ପକ୍କାରାସ୍ତା ତିଆରିରେ ବିଟୁମେନ୍ ବ୍ୟବହାର କରାଯାଉଛି ଯାହାକି ପେଟ୍ରୋଲିୟମ ର ଏକ ଉତ୍ପାଦ |
ଠିକ୍ ଉତ୍ତର ବାଛି ଲେଖ |
5. କୋଇଲାର ଅନ୍ତର୍ଧୂମ ପାତନରୁ କେତୋଟି ଗ୍ୟାସୀୟ ପଦାର୍ଥ ମିଳିଥାଏ ?
i. 1
ii. 2
iii. 3
iv. 4
6. କେଉଁଟି ପେଟ୍ରୋଲିୟମ୍ ର ଏକ ଉତ୍ପାଦ ନୁହେଁ ?
i. ପେଟ୍ରୋଲ
ii. ମହମ
iii. ବିଟୁମେନ୍
iv. କୋକ୍
7. ଭୂତଳ ନଳଦ୍ଵାରା କେଉଁ ଦୁଇଟି ଗ୍ୟାସ୍ ବିତରଣ ହୋଇଥାଏ ?
i. LPG ଓ CNG
ii. ପ୍ରାକୃତିକ ଗ୍ୟାସ ଓ CNG
iii. କୋଲଗ୍ୟାସ୍ ଓ ପ୍ରାକୃତିକ ଗ୍ୟାସ୍
iv. ପ୍ରାକୃତିକ ଗ୍ୟାସ୍ ଓ LPG
8. ପେଟ୍ରୋଲିୟମ୍ ର ଆଂଶିକ ପାତନରୁ କେତୋଟି ଇନ୍ଧନ ମିଳିଥାଏ ?
i. 2 ଟି
ii. 3 ଟି
iii. 4 ଟି
iv. ଅନେକ
9. ଓଡ଼ିଶାର କେଉଁ କେଉଁ ଜିଲ୍ଲାର କେଉଁ କେଉଁ ସ୍ଥାନରେ କୋଇଲା ଖଣି ଅଛି , ଲେଖ |
ଉତ୍ତର : ଓଡ଼ିଶାର ଅନୁଗୁଳ ର ତାଳଚେର , ବୌଦ୍ଧ ର ରାମପୁର ଏବଂ ସୁନ୍ଦରଗଡର ଇବ ଠାରେ କୋଇଲା ଖଣି ଅଛି |
10. ତାପଜ ବିଦ୍ୟୁତ୍ କେନ୍ଦ୍ର ଯୋଗୁଁ ପରିବେଶ କିଭଳି ଭାବେ ପ୍ରଦୂଷିତ ହୋଇଥାଏ , ବୁଝାଅ |
ଉତ୍ତର : ତାପଜ ବିଦ୍ୟୁତ୍ କେନ୍ଦ୍ର ମାନଙ୍କରେ ଟରବାଇନ୍ ଘୂରାଇବା ପାଇଁ ଜଳକୁ ଉତ୍ତପ୍ତ କରିବାକୁ ପଡେ | ଏଥିପାଇଁ କୋଇଲା ଆବଶ୍ୟକ ହୋଇଥାଏ |
କୋଇଲା ଜଳିଲେ ପ୍ରଚୁର ପରିମାଣରେ କାର୍ବନଡାଇଅକ୍ସାଇଡ୍ ଓ କାର୍ବନ ମନୋଅକ୍ସାଇଡ୍ ସୃଷ୍ଟି ହୁଏ ଯାହା ବାୟୁ ପ୍ରଦୂଷଣ କରେ |
11. ତାପଜ ବିଦ୍ୟୁତ୍ କେନ୍ଦ୍ର ଦ୍ଵାରା ପରିବେଶ ପ୍ରଦୂଷଣ ହେଉଥିଲେ ମଧ୍ୟ ବର୍ଷକୁ ବର୍ଷ ଏଗୁଡିକର ସଂଖ୍ୟା ବଢିବାରେ ଲାଗିଛି , ଏହାର କାରଣ କ’ଣ ଆଲୋଚନା କର |
ଉତ୍ତର : ଆମ ଦେଶରେ ଚିରସ୍ରୋତା ନଦୀଗୁଡିକର ଅଭାବ ରହିଛି |
· ଗ୍ରୀଷ୍ମ ଋତୁରେ ଓ ଶୀତ ଋତୁରେ ନଦୀ ଶୁଷ୍କ ଥାଏ |
· ତେଣୁ ଜଳବିଦ୍ୟୁତ୍ କେନ୍ଦ୍ର ରେ ଆବଶ୍ୟକ ପରିମାଣ ବିଦ୍ୟୁତ୍ ଉତ୍ପାଦନ ହୁଏ ନାହିଁ |
· ଫଳରେ ବିଦ୍ୟୁତ୍ ପାଇଁ ତାପଜବିଦ୍ୟୁତ୍ ଉପରେ ନିର୍ଭର କରିବାକୁ ପଡେ, ତେଣୁ ବର୍ଷକୁ ବର୍ଷ ଏହା ବଢି ଚାଲିଛି |
12. ପ୍ରକୃତିରେ କୋଇଲା କିପରି ସୃଷ୍ଟି ହୋଇଛି , ବୁଝାଅ |
· ପ୍ରାୟ 300 ନିୟୁତ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ଅନେକ ବିରାଟକାୟ ଦ୍ରୁମ ଥିବା ଘଞ୍ଚ ଜଙ୍ଗଲ , ବିସ୍ତୀର୍ଣ୍ଣ ସନ୍ତସନ୍ତିଆ ଅଞ୍ଚଳ ଓ ବଡବଡ ନଦୀ ଥିଲା |
· ଭୂଚଳନ , ଭୂମିକମ୍ପ , ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଘଞ୍ଚ ଜଙ୍ଗଲ ଗୁଡିକ ମାଟି ତଳେ ପୋତି ହୋଇଗଲା |
· ବର୍ଷାନୁକ୍ରମେ ମାଟିର ସ୍ତର ବୃଦ୍ଧି ଯୋଗୁଁ ଚାପି ହୋଇଥିବା ମୃତ ଉଦ୍ଭିଦଗୁଡିକ ଉପରେ ଚାପର ମାତ୍ରା କ୍ରମଶଃ ବୃଦ୍ଧି ହେଲା |
· ଭୂ – ଅଭ୍ୟନ୍ତରରେ ଅଧିକ ତାପମାତ୍ରା ଓ ଅମ୍ଳଜାନର ଅଭାବ ଏବଂ ଉପରିସ୍ଥ ମାଟିର ପ୍ରବଳ ଚାପ ଯୋଗୁଁ ପୋତି ହୋଇଯାଇଥିବା ଉଦ୍ଭିଦଗୁଡିକର ଶକ୍ତ ଅଂଶଗୁଡିକ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ କାର୍ବନ ବା ଅଙ୍ଗାରକରେ ପରିଣତ ହେଲା , ଯାହାକୁ କୋଇଲା କୁହାଯାଇଛି |
· ପ୍ରାକୃତିକ ଉପାୟରେ ସଂଘଟିତ ଏହି ରାସାୟନିକ ପ୍ରତିକ୍ରିୟାକୁ ‘କାର୍ବନାଇଜେସନ’ ବା ଅଙ୍ଗାରିଭବନ’ କୁହାଯାଏ |
13. କୋଇଲାର ଅନ୍ତର୍ଧୂମ ପାତନର ଉତ୍ପାଦଗୁଡିକର ନାମ ଲେଖ ଏବଂ ପ୍ରତ୍ୟେକର ଉପଯୋଗିତା ଗୁଡିକ ଲେଖ |
· କୋଇଲାର ଅନ୍ତର୍ଧୂମ ପାତନର ଉତ୍ପାଦଗୁଡିକ ହେଉଛି – କୋକ , କୋଲଗ୍ୟାସ୍ , ଆଲକାତରା ,ଏମୋନିଆ ଗ୍ୟାସ୍ |
କୋକ : -
ଲୁହା ନିଷ୍କାସନରେ ଇନ୍ଧନ ଓ ବିଜାରକ ଭାବେ ବ୍ୟବହାର ହୁଏ |
ଇସ୍ପାତ ପ୍ରସ୍ତୁତରେ ବ୍ୟବହାର କରାଯାଏ |
ବିଭିନ୍ନ ଧାତୁର ଓର ରୁ ଧାତୁ ନିଷ୍କାସନରେ କୋକ ବ୍ୟବହାର କରାଯାଏ |
କୋଲଗ୍ୟାସ୍ : -
ଅତୀତରେ ଆଲୋକର ଉତ୍ସ ରୂପେ ବ୍ୟବହାର ହେଉଥିଲା |
ବର୍ତ୍ତମାନ ଏହାକୁ ତାପଶକ୍ତିର ଉତ୍ସ ରୂପେ ବ୍ୟବହାର କରାଯାଉଛି |
ଆଲକାତରା : -
ଆଂଶିକ ପାତନ ଦ୍ଵାରା ରଙ୍ଗ , ପ୍ଲାଷ୍ଟିକ ,ତନ୍ତୁ , ବିସ୍ଫୋରକ , ଔଷଧ , କୀଟନାଶକ , ଫଟୋଫିଲ୍ମ , ସୁଗନ୍ଧି ଦ୍ରବ୍ୟ ଇତ୍ୟାଦିରେ ବ୍ୟବହାର କରାଯାଏ |
ରାସ୍ତାର ପିଚୁ , କଂକ୍ରିଟ ଛାତରୁ ପାଣି ଗଳୁଥିଲେ ଏହା ବ୍ୟବହାର କରାଯାଏ |
ଆମୋନିଆ : -
ୟୁରିଆ , ଆମୋନିୟମ ସଲଫେଟ , ଆମୋନିୟମ ଫସଫେଟ ଆଦି ରାସାୟନିକ ସାର ପ୍ରସ୍ତୁତ କରାଯାଏ |
14. ପ୍ରକୃତିରେ ପେଟ୍ରୋଲିୟମ କିପରି ପ୍ରସ୍ତୁତ ହୋଇଛି , ବୁଝାଅ |
· ପ୍ରାୟ 400 ନିୟୁତ ବର୍ଷ ପୂର୍ବେ କ୍ଷୁଦ୍ରକାୟ ସାମୁଦ୍ରିକ ଉଦ୍ଭିଦ ଓ ପ୍ରାଣୀ ଗୁଡିକର ମୃତଦେହ ସମୁଦ୍ର ଶଯ୍ୟାରେ ପଡ଼ିରହିଲା ଏବଂ କାଳକ୍ରମେ ସେଗୁଡିକ ଉପରେ ବାଲି , ମାଟି ,ପଟୁ ଆଦିର ସ୍ତର ଜମା ହେଲା |· ଏଭଳି ଭାବେ ହଜାର ହଜାର ବର୍ଷ ମଧ୍ୟରେ ଅନେକ ସ୍ତର ସୃଷ୍ଟି ହେଲା ଅ| ସମୁଦ୍ରର ନିମ୍ନ ଭାଗରେ ତାପମାତ୍ରା ଅଧିକ ଏବଂ ଏହି ସ୍ତରଗୁଡିକ ଉପରେ ହଜାର ହଜାର ମିଟର ଉଚ୍ଚତା ବିଶିଷ୍ଟ ଜଳ ରାଶିର ତପାମାତ୍ରା ମଧ୍ୟ ଅଧିକ |
· ଏତଦ୍ ବ୍ୟତୀତ ସେଠାରେ ଅମଜାନର ଅଭାବ | ଏହି ଅବସ୍ଥାରେ ହଜାର ହଜାର ବର୍ଷ ରହି ବାଲି, ମାଟି, ପଟୁ ଆଦି ଚାପି ହୋଇ ସ୍ତରୀୟ ଶିଳାରେ ପରିଣତ ହେଲା |
· ଏବଂ ଜୀବଗୁଡିକ ଦେହାବଶେଷରୁ କେତେକ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ଉଭୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ସୃଷ୍ଟି ହେଲା |
15. କେଉଁ କାରଣ ଯୋଗୁଁ ମଟର ଯାନଗୁଡିକରେ CNG ବ୍ୟବହାର ହେଉଛି ବୁଝାଅ |
ମଟର ଯାନଗୁଡିକରେ CNG ବ୍ୟବହାର କାରଣ : -
· LPG ବ୍ୟବହାର କଲେ ପ୍ରଦୂଷଣ ହୋଇଥାଏ |
· ମୋଟର ଯାନଗୁଡିକରେ ପେଟ୍ରୋଲ ,ଡିଜେଲ ବ୍ୟବହାର ଯୋଗୁଁ ଅଧିକ ଅଙ୍ଗାରକାମ୍ଳ ନିର୍ଗତ ହୋଇ ବାୟୁ ପ୍ରଦୂଷଣ ହେବ |
· CNG ରେ ପ୍ରଦୂଷଣ ମାତ୍ରା କମ୍ ଯୋଗୁଁ ଏହା ବ୍ୟବହାର କରାଯାଉଛି |
16. ପେଟ୍ରୋଲିୟମ୍ ଗ୍ୟାସକୁ ଲୁହା ଶିଳୀନ୍ଦ୍ରରେ ଭର୍ତ୍ତି କରି ଯୋଗାଇ ଦିଆଯାଉଛି କାହିଁକି , ବୁଝାଅ |
· ପେଟ୍ରୋଲିୟମ୍ ଗ୍ୟାସ୍ ମୁଖ୍ୟତଃ ବ୍ୟୁଟେନ୍ ଗ୍ୟାସ୍ ଅଟେ |
· ଏଥିରେ କମ୍ ପରିମାଣରେ ପ୍ରୋପେନ୍ ଓ ଇଥେନ୍ ଗ୍ୟାସ୍ ଥାଏ |
· ଏହାକୁ ସହଜରେ ତରଳିକୃତ କରାଯାଇପାରୁଛି |
· ରୋଷେଇ ଓ କଳକାରଖାନାରେ ଇନ୍ଧନ ରୂପେ ବ୍ୟବହାର କରାଯାଉଛି |
· ତେଣୁ ଏହାକୁ ନେବା ଆଣିବା ପାଇଁ ଲୁହା ସିଲିଣ୍ଡର ବ୍ୟବହାର କରାଯାଉଛି |
17. ପ୍ରାକୃତିକ ଗ୍ୟାସ୍ କୁ ନଳଦ୍ଵାରା ଯୋଗାଇ ଦିଆଯାଏ କାହିଁକି , ବୁଝାଅ |
· ଏହାକୁ ସହଜରେ ତରଳିକୃତ କରିହୁଏ ନାହିଁ |
· ଅଧିକ ଚାପରେ ସିଲିଣ୍ଡର ରେ ଭର୍ତ୍ତି କଲେ ଫାଟିଯିବାର ସମ୍ଭାବନା ଥାଏ, ତେଣୁ ନଳ ଦ୍ଵାରା ଯୋଗାଇ ଦିଆଯାଏ |
18. କୋଇଲା ସନ୍ଧାନ, ଖନନ , ଆଦି କାର୍ଯ୍ୟ ତଦାରଖ କରୁଥିବା ରାଷ୍ଟ୍ରୀୟ ସଂସ୍ଥାର ପୂରାନାମ ଲେଖ |
Coal India (କୋଲ୍ ଇଣ୍ଡିଆ) |
19. ପେଟ୍ରୋଲିୟମ୍ ର ସନ୍ଧାନ, ଉତ୍ତୋଳନ ଆଦି କାର୍ଯ୍ୟ ତଦାରଖ କରୁଥିବା ସଂସ୍ଥାର ପୂରା ନାମ ଲେଖ |
ତୈଳ ଓ ପ୍ରାକୃତିକ ଗ୍ୟାସ୍ ଆୟୋଗ (ONGC – Oil and Natural Gas Commission) |
Truly Indian Brand