- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chapter 10 Adolescence ( କୈଶୋର ) Question & Answer

Odia Medium Class 8 Science Chapter 10 Adolescence ( କୈଶୋର ) Question & Answer

Language : Odia
LRNR provides this material totally free
Odia Medium Class 8 Science Chapter 10 Adolescence ( କୈଶୋର ) Question & Answer
କୈଶୋର
1. କୈଶୋର ସଂଜ୍ଞା ନିରୂପଣ କର |
· ଜୀବନର ଯେଉଁ ଅବସ୍ଥାରେ ଦ୍ରୁତ ଅଭିବୃଦ୍ଧି ଘଟି ବହୁ ପରିବର୍ତ୍ତନ ସହ ବୟଃ ପ୍ରାପ୍ତ ଅବସ୍ଥା ଆଡକୁ ଗତି କରେ ତାହାକୁ କୈଶୋର କୁହାଯାଏ |
· ଏହା ପ୍ରାୟ 10 – 11 ବର୍ଷ ବଯସରୁ ଆରମ୍ଭ ହୋଇ 18 – 19 ବର୍ଷ ବୟସ ପର୍ଯ୍ୟନ୍ତ ଚାଲୁ ରହିଥାଏ | ଏହାକୁ କୈଶୋର ବା କିଶୋରାବସ୍ଥା କୁହାଯାଏ |
· ଝିଆମାନଙ୍କ ଠାରେ ଏହିସବୁ ପରିବର୍ତ୍ତନ ପ୍ରାୟ ବର୍ଷେ ଆଗରୁ ଦେଖାଯାଏ | ହଠାତ୍ ଉଚ୍ଚତା ବଢିବା , ପୁଅମାନଙ୍କ ନିଶ ଉଠିବା ପରି ବହୁ ଶାରୀରିକ ପରିବର୍ତ୍ତନ ସହ ମାନସିକ ଓ ବୌଦ୍ଧିକ ସ୍ତରରେ ପରିବର୍ତ୍ତନ ଘଟିଥାଏ |
· କିଶୋର କିଶୋରିମାନଙ୍କ ଆଚରଣରେ ମଧ୍ୟ ପୂର୍ବ ଆବସ୍ଥା ତୁଳନାରେ କିଛି ପାର୍ଥକ୍ୟ ଦେଖାଯାଏ |
2. କୈଶୋର ସମୟରେ ଶରୀରରେ ହେଉଥିବା ପରିବର୍ତ୍ତନଗୁଡିକ ଲେଖ |
· ଦ୍ରୁତ ଉଚ୍ଚତା ବୃଦ୍ଧି ହୋଇ ପରେ ଏହାର ହାର କମିଯାଏ |
· ଚିନ୍ତନ ମନନ ଶୈଳୀରେ ପରିବର୍ତ୍ତନ ଦେଖାଯାଏ |
· ହାଡ ଓ ଗୋଡ ଖୁବ୍ ଶୀଘ୍ର ବଢୁଥିବା ବେଳେ ଅନ୍ୟାନ୍ୟ ଅଙ୍ଗର ବୃଦ୍ଧି ମନ୍ଥର ଗତିରେ ହୋଇଥାଏ |
· ଜନନ ଅଙ୍ଗରା ବିକାଶ ଘଟି ଯୁଗ୍ମକ ଉତ୍ପାଦନ ଓ ପରିପକ୍ଵନ ଆଦି ଆରମ୍ଭ ହୁଏ |
· ପୁଅମାନଙ୍କ ସ୍ଵର ପେଟିକା ବୃଦ୍ଧି ପାଇବା ଦ୍ଵାରା ସ୍ଵର କର୍କଶ ହୁଏ |
3. ଠିକ୍ ଉତ୍ତର ବାଛ |
i. କିଶୋର କିଶୋରିମାନେ ନିଜ ଖାଦ୍ୟ ପ୍ରତି ଯତ୍ନ ନେବା ଉଚିତ , କାରଣ –
a) ଉଚିତ ଖାଦ୍ୟ ମସ୍ତିଷ୍କର ବିକାଶ ଘଟାଏ |
b) ଶରୀରରେ ଘଟୁଥିବା ଦ୍ରୁତ ବୃଦ୍ଧି ପାଇଁ ଉପଯୁକ୍ତ ଖାଦ୍ୟ ଆବଶ୍ୟକ |√
c) କିଶୋର କିଶୋରୀ ମାନଙ୍କୁ ସବୁବେଳେ ଭୋକ ହୁଏ |
d) କିଶୋରକିଶୋରୀମାନଙ୍କ ସ୍ଵାଦ ମୁକୁଳ ବେଶ୍ ବିକଶିତ |
ii. କିଶୋରକିଶୋରୀମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟ କ’ଣ ?
a) ଚିପ୍ସ , ନୁଡୁଲ , କେକ୍
b) ରୁଟି , ଡାଲି , ଭାତ √
c) ଭାତ , ନୁଡୁଲ , ବର୍ଗର୍
d) ଭେଜିଟେବୁଲ କଟଲେଟ୍ , ଚିପ୍ସ , ଲେମ୍ବୁରସ
4. ଟିପ୍ପଣୀ ଲେଖ |
a) ଗଳ ଘଣ୍ଟିକା :
· ଯୁବକ୍ରାନ୍ତିରେ ପୁଅଙ୍କ ସ୍ଵରପେଟିକା ବଢେ | ଫଳରେ ସେମାନଙ୍କର କଣ୍ଠ ସାମାନ୍ୟ ଫୁଲି, ଆଗକୁ ବାହାରି ଆସିଥିବା ପରି ଦେଖାଯାଏ | ଏହି ଅଂଶକୁ ଗଳଘଣ୍ଟିକା ବା “ଆଡାମୁଏପଲ୍” କୁହାଯାଏ | କିନ୍ତୁ ଝିଅଙ୍କ ସ୍ଵର ପେଟିକା ଛୋଟ ହୋଇ ରହିଥାଏ ଏବଂ ବାହାରକୁ ପ୍ରାୟ ଦେଖାଯାଏ ନାହିଁ | ଫଳରେ ପୁଅ ଓ ଝିଅଙ୍କ ସ୍ଵରରେ ମଧ୍ୟ ପାର୍ଥକ୍ୟ ରହିଥାଏ | ସାଧାରଣତଃ ପୁଅଙ୍କ ସ୍ଵର କିଛିଟା କର୍କଶ ଓ ଝିଅଙ୍କ ସ୍ଵର ସାଧାରଣତଃ ସୁମଧର ହୋଇଥାଏ |
b) ପୁଅ ନା ଝିଅ ?
· ନିଷିକ୍ତ ସମାୟତ ଡିମ୍ବରେ ଥିବା ଗୁଣସୂତ୍ର ଉପରେ ପୁଅ କି ଝିଅ ହେବ ନିର୍ଭର କରେ |
· ମଣିଷର ଗୁଣସୂତ୍ର ସଂଖ୍ୟା ହେଉଛି 23 ଯୋଡ଼ା | ଏଥିରେ ଗୋଟିଏ ଯୋଡ଼ାକୁ ‘ଲିଙ୍ଗ ଗୁଣସୂତ୍ର’ କୁହାଯାଏ |
· ନାରୀଠାରେ ଏହି ଯୋଡ଼ା ଦୁଇଟି 'X' ଗୁଣସୂତ୍ରକୁ ନେଇ ଏବଂ ପୁରୁଷଠାରେ ଏହା ଗୋଟିଏ 'x' ଓ ଗୋଟିଏ 'y' ଗୁଣସୂତ୍ରକୁ ନେଇ ଗଠିତ, |
· ଅର୍ଥାତ୍ ନାରୀଠାରେ “xx” ଗୁଣସୂତ୍ର ଥିବାସ୍ଥଳେ ପୁରୁଷଠାରେ 'xy' ଗୁଣସୂତ୍ର ଥାଏ | ପ୍ରତ୍ୟେକ ପରିପକ୍ଵ ଡିମ୍ବାଣୁରେ 'x' ଗୁଣସୂତ୍ର ଥିବା ବେଳେକେତେକ ଶୁକ୍ରାଣୁରେ 'X' ଏବଂ ଅବଶିଷ୍ଟ ଶୁକ୍ରାଣୁରେ ‘y ଗୁଣସୂତ୍ର ଥାଏ | ସେ ଦୃଷ୍ଟିରୁ ସବୁ ଡିମ୍ବାଣୁ ଏକା ପ୍ରକାରର କିନ୍ତୁ ଶୁକ୍ରାଣୁ ଦୁଇ ପ୍ରକାରର |
· ‘x’ ଗୁଣସୂତ୍ର ଥିବା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରେ କନ୍ୟା ସନ୍ତାନ ଜାତ ହୁଏ ଏବଂ ‘y’ ଗୁଣସୂତ୍ର ଥିବା ଶୁକ୍ରାଣୁ ଓ 'x' ଗୁଣସୂତ୍ର ଥିବା ଡିମ୍ବାଣୁର ମିଳନରେ ପୁତ୍ର ସନ୍ତାନ ଜାତହୁଏ | ସୁତରାଂ ପୁତ୍ର ସନ୍ତାନ ଜାତ ହେବାକୁ ହେଲେ 'y' ଗୁଣସୂତ୍ର ଯୁକ୍ତ ଶୁକ୍ରାଣୁ ଆବଶ୍ୟକ | ତେଣୁ ସନ୍ତାନର ଲିଙ୍ଗନିର୍ଦ୍ଧାରଣରେ ମା’ର ଭୂମିକା ନାହିଁ । ଏଥିପାଇଁ ପୁରୁଷ ହିଁ ଦାୟୀ |
5. ପୁଅ ଓ ଝିଅଙ୍କ ବୟସ ବୃଦ୍ଧି ସହ ଉଚ୍ଚତା ବୃଦ୍ଧି ଘଟେ | ନିମ୍ନ ଟେବୁଲ୍ ରେ ପୁଅ ଓ ଝିଅଙ୍କ ଉଚ୍ଚତା ଦର୍ଶାଇ ଗୋଟିଏ ଗ୍ରାଫ୍ ପେପର୍ ରେ ଗ୍ରାଫ ଅଙ୍କନ କର | ଏହି ଗ୍ରାଫ୍ ରୁ କି ସିଦ୍ଧାନ୍ତ ନେଇ ହେବ |
. ସିଦ୍ଧାନ୍ତ : 20 ବର୍ଷ ବେଳକୁ ପୁଆମାନଙ୍କ ଉଚ୍ଚତା ଝିଅମାନଙ୍କ ଉଚ୍ଚତା ଠାରୁ ସାମାନ୍ୟ ଅଧିକ ଥାଏ |
Truly Indian Brand