- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chapter 11 Force and Pressure ( ବଳ ଓ ଚାପ ) Question & Answer

Odia Medium Class 8 Science Chapter 11 Force and Pressure ( ବଳ ଓ ଚାପ ) Question & Answer

Language : Odia
LRNR provides this material totally free
Odia Medium Class 8 Science Chapter 11 Force and Pressure ( ବଳ ଓ ଚାପ ) Question & Answer
ବଳ ଓ ଚାପ
1. ନିମ୍ନ ଉକ୍ତିଗୁଡ଼ିକରେ ଶୂନ୍ୟସ୍ଥାନ ପୂରଣ କର |
a) କୂଅରୁ ଟଣା ବଳ ଦ୍ଵାରା ପାଣି କଢ଼ାଯାଏ ।
b) ଏକ ଚାର୍ଜିତ ବସ୍ତୁ ଓ ଅଚାର୍ଜିତ ବସ୍ତୁ ମଧ୍ୟରେ ଆକର୍ଷଣ ବଳ ରହିଥାଏ |
c) ବସ୍ତା ଭର୍ତ୍ତି ଧାନ ଲଦା ହୋଇ ଯାଉଥିବା ଶଗଡ଼କୁ ମାଂସପେଶୀୟ ବଳ ପ୍ରୟୋଗ କରି ଗତିଶୀଳ କରାଯାଏ |
d) ଏକ ଚୁମ୍ବକର ଉତ୍ତର ମେରୁ ଅନ୍ୟ ଏକ ଚୁମ୍ବକର ଉତ୍ତର ମେରୁ ଦ୍ଵାରା ବିକର୍ଷିତ ହୋଇଥାଏ |
e) ଏକକ କ୍ଷେତ୍ରଫଳ ପ୍ରତି ଲମ୍ବଭାବରେ ପ୍ରଯୁକ୍ତ ବଳକୁ ଚାପ କହନ୍ତି |
2. ନିମ୍ନରେ ଦିଆଯାଇଥିବା ପରିସ୍ଥିତି ଗୁଡ଼ିକରେ ବଳର କାରକ ଓ ଯେଉଁ ବସ୍ତୁ ପ୍ରତି ବଳ ପ୍ରୟୋଗ କରାଯାଏ ସେଗୁଡ଼ିକ ଚିହ୍ନାଅ | ପ୍ରତି ପିରସ୍ଥିତିରେ ବଳ ପ୍ରୟୋଗ ଦ୍ଵାରା କ’ଣ ହୁଏ ଲେଖ |
a) ଲେମ୍ବୁରୁ ରସ ବାହାର କରିବା ପାଇଁ ଫାଳେ ଲେମ୍ବୁକୁ ଆଙ୍ଗୁଠିରେ ଧରି ଚିପିବା ବେଳେ |
· ବଳର କାରକ – ଆଙ୍ଗୁଠି
· ଯେଉଁ ବସ୍ତୁ ପ୍ରତି ବଳ ପ୍ରୟୋଗ କରାଯାଏ – ଲେମ୍ବୁଫାଳ
· କ’ଣ ହୁଏ – ଲେମ୍ବୁରସ ବାହାରେ
b) ଟୁଥ୍ପେଷ୍ଟ ଟ୍ୟୁବ୍ରୁ ପେଷ୍ଟ୍ ବାହାର କରିବା ବେଳେ |
· ବଳର କାରକ – ହାତ
· ଯେଉଁ ବସ୍ତୁ ପ୍ରତି ବଳ ପ୍ରୟୋଗ କରାଯାଏ – ଟୁଥ୍ପେଷ୍ଟ ଟ୍ୟୁବ୍
· କ’ଣ ହୁଏ – ପେଷ୍ଟ ବାହାରେ
c) କାନ୍ଥରେ ଥିବା କଣ୍ଟାରୁ ଝୁଲୁଥିବା ସ୍କ୍ରିଙ୍ଗ୍ ରୁ ଓଜନିଆ ବସ୍ତୁଟିଏ ଝୁଲାଇଲେ |
· ବଳର କାରକ – ଓଜନିଆ ବସ୍ତୁ
· ଯେଉଁ ବସ୍ତୁ ପ୍ରତି ବଳ ପ୍ରୟୋଗ କରାଯାଏ – ଝୁଲୁଥିବା ସ୍କ୍ରିଙ୍ଗ୍
· କ’ଣ ହୁଏ – ସ୍କ୍ରିଙ୍ଗ୍ ପ୍ରସାରଣ
d) ଉଚ୍ଚଡିଆଁରେ କିଛି ଉଚ୍ଚତାରେ ରଖାଯାଇଥିବା ସିଧା ଦଣ୍ଡଟିକୁ ଡିଆଁଳି ଅତିକ୍ରମ କରୁଥିବା ବେଳେ |
· ବଳର କାରକ – ପଡିଆ / ଭୂମି
· ଯେଉଁ ବସ୍ତୁ ପ୍ରତି ବଳ ପ୍ରୟୋଗ କରାଯାଏ – ଉଚ୍ଚଡିଆଁ ଡେଉଁଥିବା ଡିଆଁଳି
· କ’ଣ ହୁଏ – ଡିଆଁଳିଟି ଉଚ୍ଚ ଡିଆଁ ଡେଇଁଥାଏ |
3. କମାର ଲାଲ ଉତ୍ତପ୍ତ ଲୁହାକୁ ପିଟି ପିଟି କଟୁରୀଟିଏ ତିଆରି କରେ | ଏଠାରେ ହାତୁଡି ଦ୍ଵାରା ପ୍ରଯୁକ୍ତ ବଳ ସାହାଯ୍ୟରେ ଲୁହାଟିରେ କି ପରିବର୍ତ୍ତନ ସୃଷ୍ଟିହୁଏ ଲେଖ |
· ଏଠାରେ ହାତୁଡି ଦ୍ଵାରା ପ୍ରଯୁକ୍ତ ବଳ ସାହାଯ୍ୟରେ ଲୁହାଟିର ଆକୃତିରେ ପରିବର୍ତ୍ତନ ଘଟେ |
4. ଜଣେ ବ୍ୟକ୍ତି ହାତରେ ପାଣି ବାଲଟିଏ ଭୂମିଠାରୁ କିଛି ଉଚ୍ଚତାରେ ଟେକି ଧରିଛନ୍ତି | ବାଲଟିଟି ଉପରେ କି , କି ବଳ କ୍ରିୟାଶୀଳ ହୁଏ ଲେଖ | ଏହି ବଳମାନଙ୍କ ଦ୍ଵାରା ବାଲଟିର ଗତି ଅବସ୍ଥାରେ ପରିବର୍ତ୍ତନ ହୁଏ କି ? ଆଲୋଚନା କର |
· ବାଲଟି ଓ ବାଲଟି ଉପରେ ଥିବା ପାଣିର ନିମ୍ନମୁଖୀ “ଓଜନ ବଳ” |
· ବ୍ୟକ୍ତିଟିର ମାଂସପେଶୀୟ ବଳ (ଠେଲା ବଳ) | ଏହି ବଳଦ୍ଵୟର ପରିମାଣ ସମାନ ହେତୁ ପରିଣାମୀ ବଳ ଶୂନ ହେଲେ ବସ୍ତୁଟିର ଅବସ୍ଥାରେ ପରିବର୍ତ୍ତନ ହୁଏ ନାହିଁ |
5. ଏକ ଡ୍ରପରରେ ଥିବା କାଚନଳୀର ଗୋଜିଆ ମୁଣ୍ଡଟି ଜଳରେ ବୁଡାଇ , ଏହାର ରବରଟି ଚାପିଲେ କ’ଣ ହୁଏ ଲକ୍ଷ୍ୟ କର ଓ ଲେଖ | ତାପରେ ରବରଟିରୁ ଚାପ ପ୍ରତ୍ୟାହାର କରିନେଲେ କ’ଣ ହୁଏ ଓ କାହିଁକି ସେପରି ହୁଏ , ବୁଝାଅ |
· ଏକ ଡ୍ରପରରେ ଥିବା କାଚନଳୀର ଗୋଜିଆ ମୁଣ୍ଡଟି , ଜଳରେ ବୁଡାଇ ରବରକୁ ଚାପିଲେ ରବର ମଧ୍ୟରେ ଥିବା ବାୟୁ ନିମ୍ନଚାପ ପାଇ ଜଳ ଦେଇ ବାହାରକୁ ବାହାରିଯାଏ | ରବରଟିରୁ ଚାପ ପ୍ରତ୍ୟାହାର କଲେ ଡ୍ରପର ମଧ୍ୟରେ ବାୟୁ ଚାପ କମିଯାଏ | ଫଳରେ ଜଳ ଏହି ସ୍ଥାନ ପୂରଣ କରିବା ପାଇଁ ଉପରକୁ ଉଠିଆସେ କାରଣ ବାହାର ବାୟୁ ଜଳ ଉପରେ ଚାପ ପକାଏ |
6. ଦୈନନ୍ଦିନ ଜୀବନରେ ଠେଲା ବଳ ଓ ଟଣା ବଳ ପ୍ରୟୋଗ ଦ୍ଵାରା ବସ୍ତୁର ଗତି ଅବସ୍ଥାରେ ପରିବର୍ତ୍ତନ ହେଉଥିବାର , ଦୁଇଟି ଲେଖାଏଁ ଉଦାହରଣ ଲେଖ |
· ଟେବୁଲ ଡ୍ରୟାର୍ ଖୋଲାଥିବା ବେଳେ ଏହାକୁ ବନ୍ଦ କରିବାକୁ ଠେଲାବଳ ପ୍ରୟୋଗ କରି ବସ୍ତୁର ଗତି ଅବସ୍ଥାରେ ପରିବର୍ତ୍ତନ କରାଯାଏ |
· ଅର୍ଥାତ ସ୍ଥିର ଥିବା ଡ୍ରୟାର୍ କୁ ଗତିଶୀଳ କରାଯାଏ |
· ଗତିକରି ଆସୁଥିବା ଜଣେ ସାଇକେଲ ଗଢାଳୀକୁ ଠେଲାବଳ ପ୍ରୟୋଗ କରି ସ୍ଥିର ଅବସ୍ଥାକୁ ଅଣାଯାଇପାରେ ଅର୍ଥାତ ତାହାକୁ ଦୁଇ ହାତରେ ରୋକି ଦେଲେ ତାହା ସ୍ଥିର ହୋଇଯାଏ |
· କୂଅରୁ ପାଣି କାଢିବା ବେଳେ ଟଣାବଳ ପ୍ରୟୋଗ କରି ସ୍ଥିରବସ୍ତୁକୁ ଗତିଶୀଳ କରାଯାଏ | ଫୁଲ ତୋଳିବା ବେଳେ ଟଣାବଳ ପ୍ରୟୋଗ କରି ସ୍ଥିର ବସ୍ତୁକୁ ଗତିଶୀଳ କରାଯାଏ |
7. “ବଳ ବସ୍ତୁର ଆକୃତି ପରିବର୍ତ୍ତନ କରିପାରେ” | ଏହାର ଦୁଇଟି ଉଦାହରଣ ଉଲ୍ଲେଖ କର |
· କୁମ୍ଭାର ହାଣ୍ଡି ଗଢିବା ବେଳେ ମାଟିଗୁଡିକ ଚକଟି ମାଟିର ଆକୃତି ପରିବର୍ତ୍ତନ କରି ହାଣ୍ଡି ଗଢିଥାଏ |
· କମାର ଲୁହାକୁ ତତାଇ ଲୁହାଖଣ୍ଡର ଆକୃତି ପରିବର୍ତ୍ତନ କରି ଦାଆ , କୋଡି , କୋଦାଳ ଆଦି ତିଆରି କରିଥାଏ |
8. ନିମ୍ନଲିଖିତ ପ୍ରତ୍ୟେକ ଉଦାହରଣରେ ପ୍ରଯୁକ୍ତ ବଳ ସଂସ୍ପର୍ଶ ବଳ କି ଅସଂସ୍ପର୍ଶ ବଳ , ଲେଖ |
a) ବୁଢୀମା ଛୋଟ ପିଲାଟିକୁ ତେଲ ଘଷୁଛନ୍ତି |
ସଂସ୍ପର୍ଶ ବଳ
b) ଏକ ପାତ୍ରରେ ଥିବା ଶସ୍ୟଦାନାରେ କିଛି ଲୁହାଖଣ୍ଡ ମିଶି ଯାଇଛି ଓ ରାମବାବୁ ଖଣ୍ଡିଏ ଚୁମ୍ବକ ଧରି ସେହି ଲୁହାଖଣ୍ଡ ଗୁଡିକୁ ଅଲଗା କରୁଛନ୍ତି |
ଅସଂସ୍ପର୍ଶ ବଳ
c) ପ୍ଲାଷ୍ଟିକ ପାନିଆରେ ଶୁଖିଲା କେଶ କୁଣ୍ଡାଇବା ପରେ ପାନିଆଟି ଦ୍ଵାରା ପିଲାଟିଏ ଟୁକୁରା କାଗଜ ଗୁଡିକ ଉଠାଇ ଆଣୁଛି |
ଅସଂସ୍ପର୍ଶ ବଳ
d) ତୁମେ ବହିଥାକରୁ ତୁମର ଗଣିତ ବହିଟି ବାହାର କରୁଛ |
ସଂସ୍ପର୍ଶ ବଳ
e) ଜଣେ ବ୍ୟକ୍ତି ରାସ୍ତାରେ ଚାଲି ଚାଲି ଯାଉଛନ୍ତି |
ସଂସ୍ପର୍ଶ ବଳ
f) ପାଚିଲା ଆମ୍ବଟି ଗଛରୁ ଝଡୁଛି |
ଅସଂସ୍ପର୍ଶ ବଳ
9. ଚାପ ଓ ବଳ ମଧ୍ୟରେ ସମ୍ପର୍କଟି ଲେଖ |
ଚାପ – p , ବଳ – f
ପୃଷ୍ଠକ୍ଷେତ୍ରଫଳ – a ହେଲେ , p = f /a
ଯଦି a = 1 ହୁଏ ତେବେ p = f
ଅର୍ଥାତ ଚାପ ହେଉଛି ଏକକ କ୍ଷେତ୍ରଫଳ ଉପରେ ପଡୁଥିବା ବଳ |
10. ସମ କ୍ଷେତ୍ରଫଳ ବିଶିଷ୍ଠ ଦୁଇଟି ପ୍ଲାଷ୍ଟିକ ନଳ A ଓ B ରେ ବଳ ଭର୍ତ୍ତି କରିବାରୁ A ନଳରେ ଜଳର ଉଚ୍ଚତା 20 ସେ. ମି. ଓ B ନଳରେ ସେହି ଉଚ୍ଚତା 15 ସେ. ମି ହେଲା ? କେଉଁ ନଳର ଭୂମି ଉପରେ ଜଳର ଚାପ ଅଧିକ ଓ କାହିଁକି, ବୁଝାଅ |
· A ନଳର ଉଚ୍ଚତା 20 ସେ. ମି.
· B ନଳର ଜଳର ଉଚ୍ଚତା 15 ସେ. ମି.
· ଯେଉଁ ନଳର ଉଚ୍ଚତା ଅଧିକ ତାହାର ଚାପ ଅଧିକ ହେତୁ A ନଳର ଭୂମି ଉପାରେ ଜଳର ଚାପ ଅଧିକ ହେବ |
11. ମୁନ ନଥିବା ପିନ୍ କଣ୍ଟା ଦ୍ଵାରା କିଛି କାଗଜ ଏକାଠି ଗୁନ୍ଥିବା କଷ୍ଟ ହୁଏ କାହିଁକି , ବୁଝାଅ |
· ପିନ୍ କଣ୍ଟାର ମୁନ ଠ ଥିଲେ ପୃଷ୍ଠ କ୍ଷେତ୍ରଫଳ ଅଧିକ ହୁଏ | ଚାପ ଏକ ପରିମେୟ ସଂଖ୍ୟା ଯାହାର ହାର ପୃଷ୍ଠକ୍ଷେତ୍ରଫଳ | ପୃଷ୍ଠକ୍ଷେତ୍ରଫଳ ଅଧିକ ହୁଏ ଚାପ କମ୍ ହୁଏ, ତେଣୁ କାଗଜ ଏକାଠି ଗୁନ୍ଥିବା କଷ୍ଟ ହୁଏ |
12. ଏକ ପ୍ଲାଷ୍ଟିକ ବୋଟଳରେ ଗରମ ପାଣି ରଖି ଏହାର ଠିପିଟି ବନ୍ଦ କରାଗଲା | ପ୍ରାୟ 1 ଘଣ୍ଟା ପରେ ଦେଖାଗଲା ଯେ ବୋତଲଟି ଚେପା ହୋଇଯାଇଛି | ଏହାର କାରଣ ବୁଝାଅ |
· ଗରମ ପାଣି ଥଣ୍ଡା ହେଲେ ଏହାର ଆୟତନ କମେ | ପ୍ଲାଷ୍ଟିକ ବୋତଲ ମଧ୍ୟରେ ବାୟୁର ପରିମାଣ କମିଯିବାରୁ ବାୟୁଚାପ କମିଗଲା |
· ତେଣୁ ବାହାର ବାୟୁର ସର୍ବଦିଗ ଚାପ ବୋତଲ ଉପରେ କାର୍ଯ୍ୟକାରୀ ହେବା ହେତୁ ବୋତଲଟି ଚେପା ହୋଇଗଲା |
13. ଜଣେ ଧନୁର୍ବାରୀ ଲକ୍ଷ୍ୟସ୍ଥଳକୁ ଶର ମାରିବା ପାଇଁ ଧନୁରେ ଶରଟି ରଖି ଗୁଣ ଚଢ଼ାଇଲେ | ଲକ୍ଷ୍ୟ ସ୍ଥିର ରଖ୍ ସେ ଶରଟି ଛାଡ଼ିଲେ | ଶରଟି ଲକ୍ଷ୍ୟସ୍ଥଳ ଆଡ଼କୁ ଗତିଶୀଳ ହେଲା | ଏହି ସୂଚନାକୁ ଆଧାର କରି ବନ୍ଧନୀ ମଧ୍ୟରେ ପ୍ରଦତ୍ତ ଶବ୍ଦମାନଙ୍କ ମଧ୍ୟରୁ ଉପଯୁକ୍ତ ଶବ୍ଦଗୁଡ଼ିକ ବ୍ୟବହାର କରି ଶୂନ୍ୟସ୍ଥାନ ପୂରଣ କର |
(ମାଂସ ପେଶୀୟ, , ସଂସ୍ପର୍ଶ, ଅସଂସ୍ପର୍ଶ, ମାଧ୍ୟାକର୍ଷଣ, ଘର୍ଷଣ, ଆକୃତି, ଆକର୍ଷଣ)
a) ଧନୁଟିରେ ଗୁଣ ଦେବା ପାଇଁ ଧନୁର୍ଦ୍ଧାରୀ ଯେଉଁ ବଳ ପ୍ରୟୋଗ କରନ୍ତି ତାହା ଧନୁଟିର ଆକୃତି ପରିବର୍ତ୍ତନ କରେ |
b) ଧନୁରେ ଗୁଣ ଦେବାବେଳେ ଏଥିରେ ପ୍ରଯୁକ୍ତ ହେଉଥିବା ବଳ ମାଂସପେଶୀୟ, ବଳର ଏକ ଉଦାହରଣ |
c) ଶରଟିର ଗତି ଅବସ୍ଥାରେ ପରିବର୍ତ୍ତନ ପାଇଁ ଏଥିରେ ପ୍ରଯୁକ୍ତ ବଳ ସଂସ୍ପର୍ଶ ବଳର ଏକ ଉଦାହରଣ |
d) ଶରଟି ଲକ୍ଷ୍ୟସ୍ଥଳ ଆଡ଼କୁ ଅଗ୍ରସର ହେଉଥିବାବେଳେ ଏହା ଉପରେ କ୍ରିୟାଶୀଳ ବଳଗୁଡ଼ିକ ମଧ୍ୟରୁ ଗୋଟିଏ ମାଧ୍ୟାକର୍ଷଣ ଯୋଗୁଁ ଅନ୍ୟଟି ଘର୍ଷଣ ଯୋଗୁଁ ସୃଷ୍ଟି ହୋଇଥାଏ ।
14. ଏକ କୃତ୍ରିମ ଉପଗ୍ରହକୁ ଏହାର କକ୍ଷରେ ଅବସ୍ଥାପନ କରିବା ପାଇଁ ଏକ ରକେଟ୍ ସାହାଯ୍ୟରେ ଏହାକୁ ଉପରକୁ ପଠାଗଲା । ରକେଟ୍ ପ୍ରେରଣ କେନ୍ଦ୍ରରୁ ଠିକ୍ ଛାଡ଼ିବାପରେ ରକେଟ୍ ଉପରେ ଯେଉଁ ଦୁଇଟି ବଳ କ୍ରିୟାଶୀଳ ହୁଅନ୍ତି, ସେମାନଙ୍କର ନାମ ଲେଖ ।
· କୃତ୍ରିମ ଉପଗ୍ରହ ଓ ରକେଟ ନିମ୍ନମୁଖୀ ଓଜନ ବଳ ବାୟୁର ଘର୍ଷଣ ବଳ |
15. ଯଦି ଏକ ବସ୍ତୁ ଉପରେ ଦୁଇଟି ବଳ F1 , ଓ F2, ପରସ୍ପରର ବିପରୀତ ଦିଗରେ କ୍ରିୟାଶୀଳ ହୁଅନ୍ତି, ତେବେ ବସ୍ତୁଟି ଉପରେ କେଉଁ ପରିଣାମୀ ବଳ କ୍ରିୟାଶୀଳ ହୋଇଥାଏ ?
ଯଦି ଏକ ବସ୍ତୁ ଉପରେ ଦୁଇଟି ବଳ f1 ଓ f2 ବିପରୀତ ଦିଗ ଉପରେ କ୍ରିୟାଶୀଳ ହୁଅନ୍ତି ତେବେ ବସ୍ତୁ ଉପରେ f1 ଓ f2 ସମାନ |
(F1 = 100 , F2 = 100)
ପରିଣାମୀ ବଳ = F1 – F2 = 100 – 100 = 0
ଯଦି F1 > F2 = (F1 = 100 F2 = 50)
ପରିଣାମୀ ବଳ = F1 – F2 = 100 – 50 = 50
ଯଦି F1 < F2 = (F1 =50 F2 = 100)
ପରିଣାମୀ ବଳ = F1 – F2 = 100 – 50 = 50
16. ଭୂସମାନ୍ତର ଭାବେ ଥିବା ଏକ ବୃତ୍ତାକାର ପଥରେ ଗୋଟିଏ ବସ୍ତୁ ସମବେଗରେ ଘୂରୁଅଛି । ସେହି ବସ୍ତୁ ଉପରେ କିଛି ବଳ କ୍ରିୟାଶୀଳ ହେଉଛି କି ? କାହିଁକି ?
· ଭୂସମାନ୍ତର ଭାବେ ଥିବା ଏକ ବୃତ୍ତାକାର ପଥରେ ଗୋଟିଏ ବସ୍ତୁ ସମବେଗରେ ଘୂରୁଅଛି । ସେହି ବସ୍ତୁ ଉପରେ ମହାକର୍ଷଣ ବଳ ଓ ମାଧ୍ୟାକର୍ଷଣ ଦୁଇଟି ବଳ କ୍ରିୟାଶୀଳ ହେଉଛି | ଏଠାରେ ପୃଥିବୀ ଓ ଘୁରୁଥିବା ବସ୍ତୁର ବାସତ୍ଵ ପରସ୍ପରକୁ ଆକର୍ଷଣ କରନ୍ତି |
· ଏହି ବସ୍ତୁତ୍ଵ ଜନିତ ବଳ ମାଧ୍ୟାକର୍ଷଣ ବଳ |ପୃଥିବୀ ମାଧ୍ୟାକର୍ଷଣ ବଳ ଦ୍ଵାରା ଘୁରୁଥିବାରୁ ବସ୍ତୁକୁ ଆକର୍ଷଣ କରିଥାଏ |
Truly Indian Brand
Truly Indian Brand