- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chapter 13 Sound ( ଧ୍ଵନି ) Question & Answer

Odia Medium Class 8 Science Chapter 13 Sound ( ଧ୍ଵନି ) Question & Answer

Language : Odia
LRNR provides this material totally free
Odia Medium Class 8 Science Chapter 13 Sound ( ଧ୍ଵନି ) Question & Answer
ଧ୍ଵନି
1. ନିମ୍ନୋକ୍ତ ପ୍ରତ୍ୟେକ ଅଂଶ ପାଇଁ ଦିଆ ଯାଇଥିବା ଚରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ ଉତ୍ତରଟି ବାଛି ଲେଖ |
a) ଧ୍ୱନି ଗତି କରିପାରେ ________
i. କେବଳ ଗ୍ୟାସରେ
ii. କେବଳ ତରଳରେ
iii. କେବଳ କଠିନରେ
iv. କଠିନ, ରେଳ ଓ ଗ୍ୟାସୟରେ ।
b) ନିମ୍ନୋକ୍ତ ମଧ୍ୟରୁ କେଉଁଟି ଧୂନିର ଆବୃଦ୍ଧି ଉପରେ ନିର୍ଭର କରେ
i. ଧ୍ୱନି ପ୍ରବଣତା
ii. ଧ୍ୱନିର ତାରତ୍ୱ
iii. ଧ୍ୱନି ର ଗୁଣ
iv. ଧ୍ୱନି ତରଙ୍ଗର ଆୟାମ
2. ନିମ୍ନରେ କେତୋଟି ଉକ୍ତି ଦିଆଯାଇଛି । ଉକ୍ତିଟି ଠିକ୍ ଥିଲେ ‘T’ ଉପରେ ଏବଂ ଉକ୍ତିଟି ଭୁଲ ଥିଲେ ‘F’ ଉପରେ ଠିକ୍ ଚିହ୍ନ ଦିଅ ।
a) ଧ୍ୱନି ଶୂନ୍ୟରେ ଗତି କରିପାରିବ ନାହିଁ । ( T√, F )
b) କମ୍ପିତ ବସ୍ତୁଟି ଏକ ସେକେଣ୍ଡରେ ସୃଷ୍ଟି କରୁଥିବା ପୂର୍ବ ଦୋଳନ ସଂଖ୍ୟାକୁ ତାହାର ଅବର୍ଗକଳ କୁହାଯାଏ । ( T, F√)
c) ଯଦି କମ୍ପନର ଆୟାମ ଅଧିକ ହୁଏ, ତାହାହେଲେ ଧ୍ୱନି କ୍ଷୀଣ ହୋଇଥାଏ । ( T, F√ )
d) ମାନବ କଣ୍ଠପାଇଁ ଶ୍ରବ୍ୟ ଆବୃଦ୍ଧି ପରିସର 20Hz ରୁ 20.000Hz ଅଟେ । ( T√, F )
e) କମ୍ପନ ର ଆବୃରି କମ୍ ହେଲେ, ଧ୍ୱନି କର୍କଶ ହୁଏ । ( T, F√ )
f) ଅଦରକାରୀ ଏବଂ ଶୃତିକଟୁ ଧ୍ଵନିକୁ ସଂଗୀତ କୁହାଯାଏ I (T, F√)
g) ଧ୍ୱନି ପ୍ରଦୂଷଣ ଶ୍ରବଣ ଶକ୍ତିକୁ ନଷ୍ଟ କରେ । (T√ , F)
3. ଶୂନ୍ୟସ୍ଥାନ ପୂରଣ କର ।
a) ଗୋଟିଏ ବସ୍ତୁର ପୂର୍ଣ୍ଣ ଦୋଳନ ପାଇଁ ଯେଉଁ ସମୟ ଲାଗେ ତାହାକୁ ଆବର୍ତ୍ତ କାଳ କହନ୍ତି |
b) ଆବୃତ୍ତିର ଏକକ ହର୍ତ୍ସ ଅଟେ ।
c) ଅଦରକାରୀ ଓ ଶ୍ରୁତି କଟୁଯୁକ୍ତ ଶବ୍ଦକୁ କୋଳାହଳ କହନ୍ତି |
d) ଧ୍ୱନିର କର୍କଶତା କମ୍ପନର ଆବୃତ୍ତି ଦ୍ଵାରା ନିର୍ମିତ ହୁଏ ।
4. ଗୋଟିଏ ଦୋଳକ 2 ସେକେଣ୍ଡରେ 20 ଥର ପୂର୍ଣ୍ଣ ଦୋଳନ କଲେ, ତାହାର ଆବର୍ତ୍ତକାଳ ଏବଂ ଆବୃତ୍ତି ନିର୍ଣ୍ଣୟ କର |
· ଦୋଳକ 2 ସେକେଣ୍ଡରେ 20 ଥର ପୂର୍ଣ୍ଣ ଦୋଳନ କରେ |
· ତାହାର ଆବର୍ତ୍ତ କାଳ = 2/20 = 1/10 = 0.1 ସେକେଣ୍ଡ
· ଆବୃତ୍ତି = 20 / 2 = 10 ହର୍ତ୍ସ
5. ଗୋଟିଏ ମସା ତାହାର ଡେଣା ଦ୍ଵାରା ଏକ ସେକେଣ୍ଡରେ 500 ଥର କଂପନ ସୃଷ୍ଟି କରୁଥିଲେ ତାହାର ଆବର୍ତ୍ତକାଳ କେତେ ?
· ଆବୃତ୍ତି = 500 ହର୍ତ୍ସ (Hz)
· ଆବର୍ତ୍ତ କାଳ = 1/500 = 0.002 ସେକେଣ୍ଡ୍ |
· ତାହାର ଆବର୍ତ୍ତ କାଳ 0.002 ସେକେଣ୍ଡ୍ ଅଟେ |
6. ନିମ୍ନ ବାଦ୍ୟଯନ୍ତ୍ରର କେଉଁ ଅଂଶଟି କଂପିତ ହୋଇ ଧ୍ୱନି ସୃଷ୍ଟି କରେ |
a) ମୃଦଙ୍ଗ : -
ଦୁଇ ପାର୍ଶ୍ଵରେ ଲାଗିଥିବା ଚମଡା ପୃଷ୍ଠତଳକୁ ଆଙ୍ଗୁଳି ଦ୍ଵାରା ଆଘାତ କରାଯାଏ | କିନ୍ତୁ ଧ୍ୱନି କେବଳ ପୃଷ୍ଠତଳର ଚମଡା ଦ୍ଵାରା ସୃଷ୍ଟି ହୁଏ ନାହିଁ | ସମୁଦାୟ ମୃଦଙ୍ଗଟି ଯୋଗୁଁ ଏହା ସମ୍ଭବ ହୁଏ |
b) ସିତାର : -
ଏହାର ତାରକୁ ଟଣାଯାଇ ସେଥିରୁ ଯେଉଁ ଧ୍ୱନି ଶୁଣାଯାଏ ତାହା କେବଳ ସିତାରର ତାର ଦ୍ଵାରା ସୃଷ୍ଟି ହୁଏ ନାହିଁ |
ସୀତାରକୁ ଟାଣିବା ଦ୍ଵାରା ସୀତାରର ସମସ୍ତ ଅଂଶ ଆନ୍ଦୋଳିତ ହୁଏ | ସମୁଦାୟ ଯନ୍ତ୍ରଟି କଂପିତ ହୁଏ ଏବଂ ଆମେ ଧ୍ୱନି ଶୁଣିପାରୁ |
c) ବଂଶୀ : -
ଏଥିରେ ଛିଦ୍ର ଥାଏ | ଏକ ବଂଶୀ ଶବ୍ଦ ସୃଷ୍ଟି କରେ ଯେତେବେଳେ ଯନ୍ତ୍ରର ଏକ ଛିଦ୍ର ଉପରେ ନିର୍ଦ୍ଦେଶିତ ବାୟୁର ସ୍ରୋତ , ଗର୍ତ୍ତରେ ବାୟୁର କମ୍ପନ ସୃଷ୍ଟି କରେ |
7. ତୁମ ଚତୁଃପାର୍ଶ୍ଵରେ ଧ୍ୱନି ପ୍ରଦୂଷଣ ସୃଷ୍ଟି କରୁଥିବା କାରକ ଗୁଡିକର ନାମ ଲେଖ |
· ଗାଡିମଟର କେଁ କାଁ ଶବ୍ଦ , କଳକାରଖାନାର ଯନ୍ତ୍ରପାତିରୁ ନିର୍ଗତ ଘର୍ଘର୍ ନାଦ, ବିଭିନ୍ନ ବିସ୍ଫୋରଣ ଧ୍ୱନି, ଟେଲିଭିଜନ ଓ ରେଡିଓରୁ ନିସୃତ ଉଚ୍ଚ ଶବ୍ଦ , ଗ୍ରାଇଣ୍ଡର୍ ଚାଲୁଥିବା ବେଳେ ନିର୍ଗତ ଶବ୍ଦ , ଶୀତ ତାପ ନିୟନ୍ତ୍ରକ ଯନ୍ତ୍ରରୁ ନିର୍ଗତ ଶବ୍ଦ ଧ୍ୱନି ପ୍ରଦୂଷଣ ସହାୟକ ହୁଅନ୍ତି |
8. ଧ୍ୱନି ପ୍ରଦୂଷଣ ମନୁଷ୍ୟମାନଙ୍କର କିପରି କଷିତ କରେ , ଆଲୋଚନା କର |
· ଉଚ୍ଚ ରକ୍ତଚାପ, ହୃଦରୋଗ ଓ ବିଭିନ୍ନ ପ୍ରକାର ସ୍ନାୟବିକ ରୋଗର କାରଣ ହୋଇପାରେ |
· ମାତ୍ରା ଅଧିକ ଧ୍ଵନିରେ ଜଣେ ବ୍ୟକ୍ତି ସବୁବେଳେ କାର୍ଯ୍ୟ କଲେ ତାହାର ଶ୍ରବଣ ଶକ୍ତି ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ନଷ୍ଟ ହୋଇପାରେ |
9. ଗୋଟିଏ ସ୍ଵରପେଟିକାର ନାମାଙ୍କିତ ଚିତ୍ର କରି ତାହାର କାର୍ଯ୍ୟ ନିଜ ଭାଷାରେ ବର୍ଣ୍ଣନା କର |
· ମନୁଷ୍ୟମାନେ ସ୍ଵରପେଟିକା ସାହାଯ୍ୟରେ ଧ୍ଵନି ସୃଷ୍ଟି କରନ୍ତି | ତୁମ ଗଳାରେ ତୁମର ଆଙ୍ଗୁଳି ରଖ | ଖାଦ୍ୟ ଗିଳୁଥିବା ବେଳେ ଗୋଟିଏ କଠିନ ଉଚ୍ଚ ଅଂଶ ଗତି କରିବା ଭଳି ଜଣାଯିବ | ଏହାକୁ ଶରୀରର ସ୍ଵର ବାକ୍ସ କହନ୍ତି | ଏହା ବାୟୁ ନଳୀର ଉପରି ଭାଗରେ ଥାଏ | ଦୁଇଟି କଣ୍ଠ ରଜ୍ଜୁ ସ୍ଵରପେଟିକାର ଏପାଖରୁ ସେ ପାଖକୁ ଏପରିଭାବେ ଲାଗିରହି ଥାଆନ୍ତି, ଯେପରିକି ସେମାନଙ୍କ ମଧ୍ୟରେ ବାୟୁ ଯିବାପାଇଁ ଏକ ସୂକ୍ଷ୍ମରନ୍ଧ୍ର ଥାଏ | ଫୁସ୍ଫୁସ୍ ଯେତେବେଳେ ବାୟୁକୁ ଏହି ପଥ ଦେଇ ଠେଲେ ସେତେବେଳେ କଣ୍ଠ ରଜ୍ଜୁ କଂପିତ ହୁଏ | ଫଳରେ ଧ୍ଵନି ସୃଷ୍ଟି ହୁଏ | କଣ୍ଠ ରଜ୍ଜୁ ସହ ସଂଯୁକ୍ତ ମାଂସପେଶୀ ଦ୍ଵାରା ଏହି ରଜ୍ଜୁ କେତେବେଳେ ଢ଼ିଲା ଏବଂ ଆଉ କେତେବେଳେ ଟାଣି ହୋଇ ରହେ, ଯେତେବେଳେ କଣ୍ଠ ରଜ୍ଜୁ ଟାଣିହୋଇ ପତଳା ହୋଇଥାଏ ; ସେତେବେଳର
କଣ୍ଠସ୍ଵର, ଏହା ଢ଼ିଲାଥିବାବେଳର କଣ୍ଠସ୍ଵରଠାରୁ ଭିନ୍ନ ହୁଏ |
10. ବିଜୁଳି ଓ ଘଡଘଡି ଆକାଶେୟାର ଏକା ସମୟରେ ଏବଂ ସମାନ ଦୂରତାରେ ଦେଖାଯାଏ | ତାହାହେଲେ କାହିଁକି ବିଜୁଳି ଆଗ ଦେଖାଯାଏ ଏବଂ ଘଡଘଡି ତାହାପରେ ଶୁଣାଯାଏ ?
· ଶବ୍ଦର ଗତି = 343 m/s
· ଆଲୋକର ଗତି = 3 x (10^8) m/s
· ଆଲୋକର ଗତି ଶବ୍ଦର ଗତିଠାରୁ ଅଧିକ | ସେଥିପାଇଁ ବିଜୁଳି ଓ ଘଡଘଡି ଏକ ସମୟରେ ଓ ସମାନ ଦୂରତାରେ ଦେଖାଗଲେ ମଧ୍ୟ ଘଡଘଡି ପରେ ଶୁଣାଯାଏ |
11. ତୁମ ବାପା ଗୋଟିଏ ଘର କ୍ରୟ କରିବାକୁ ଚାହୁଛନ୍ତି | ସେହି ଘର ମଧ୍ୟରୁ ଗୋଟିଏ ମୁଖ୍ୟ ରାସ୍ତାକଡରେ ଏବଂ ଅନ୍ୟଟି ମୁଖ୍ୟ ରାସ୍ତାଠାରୁ ତିନି / ଚାରୋଟି ଘର ଛାଡି ଲେନ୍ (ଗଳି) ରେ ଅବସ୍ଥିତ | ତୁମ ବାପା ପାଇଁ କେଉଁ ଘରଟି କ୍ରୟ କରିବା ଉଚିତ୍ , ତୁମର ଉତ୍ତର ସପକ୍ଷରେ ଯୁକ୍ତି ଗୁଡିକ ଉଲ୍ଲେଖ କର |
· ରାସ୍ତା କଡ଼ରୁ ତିନି ଲେନ୍ ଦୂରରେ ଥିବା ଘର କିଣିବା ଭଲ, କାରଣ ମୁଖ୍ୟ ରାସ୍ତାର ଘର ତୁଳନାରେ ରାସ୍ତା କଡରୁ ତିନି ଲେନ୍ ଦୂରରେ ଥିବା ଘର କମ୍ ଶବ୍ଦ ହେବ | ରାସ୍ତା କଡ଼ରୁ ତିନି ଲେନ ଦୂରରେ ଥିବା ଘର ରାସ୍ତା କଡ଼ରୁ ତିନି ଲେନ ଦୂରରେ ଥିବା ଘର ମୁଖ୍ୟ ରାସ୍ତାର ଘରେ ଯାନବାହନ ଶବ୍ଦ ଦ୍ଵାରା କୋଳାହଳ ହୋଇପାରେ | ଶବ୍ଦର ଉତ୍ସ ଏବଂ ଶ୍ରୋତା ମଧ୍ୟରେ ଦୂରତା ବଢିବା ସହିତ ଶବ୍ଦର ତୀବ୍ରତା କମିଯାଏ | ତେଣୁ ରାସ୍ତା କଡରୁ ତିନି ଲେନ୍ ଦୂରରେ ଥିବା ଘର କିଣିବା ଭଲ |
Truly Indian Brand
Truly Indian Brand