- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chapter 2 Microorganisms : Friend and Foe ( ଅଣୁଜୀବ : ଉପକାରୀ ଓ ଅପକାରୀ ) Question & Answer

Odia Medium Class 8 Science Chapter 2 Microorganisms : Friend and Foe ( ଅଣୁଜୀବ : ଉପକାରୀ ଓ ଅପକାରୀ ) Question & Answer

Language : Odia
LRNR provides this material totally free
Odia Medium Class 8 Science Chapter 2 Microorganisms : Friend and Foe ( ଅଣୁଜୀବ : ଉପକାରୀ ଓ ଅପକାରୀ ) Question & Answer
ଅଣୁଜୀବ : ଉପକାରୀ ଓ ଅପକାରୀ
1. ଶୂନ୍ୟସ୍ଥାନ ପୂରଣ କର |
କ) ଅଣୁଜୀବମାନଙ୍କୁ ଆମେ ଅଣୁବୀକ୍ଷଣ ଯନ୍ତ୍ର ସହାୟତାରେ ଦେଖିପାରୁ |
ଖ) ମାଟିର ଉର୍ବରତା ବୃଦ୍ଧି ପାଇଁ ନୀଳହରିତ୍ ଶୈବାଳ ବାୟୁମଣ୍ଡଳରୁ ସିଧାସଳଖ ଯବକ୍ଷାରଜାନ ବିବନ୍ଧନ କରିଥାଆନ୍ତି |
ଗ) ସୁରାସାର ଇଷ୍ଟ ସହାୟତାରେ ପ୍ରସ୍ତୁତ ହୋଇଥାଏ |
ଘ) ହଇଜା ବୀଜାଣୁ ଦ୍ଵାରା ସୃଷ୍ଟି ହୋଇଥାଏ |
2. ଠିକ ଉତ୍ତର ପାଖରେ ଠିକ୍ ଚିହ୍ନ (√) ଦିଅ |
କ) କ’ଣ ପ୍ରସ୍ତୁତ କରିବା ପାଇଁ ଇଷ୍ଟ ଦରକାର ହୋଇଥାଏ ?
i. ଚିନି
ii. ସୁରାସାର √
iii. ହାଇଡ୍ରୟକ୍ଲୋରିକ୍ ଏସିଡ୍
iv. ଅମ୍ଳଜାନ
ଖ) ନିମ୍ନ ପ୍ରଦତ୍ତ ମଧ୍ୟରୁ କେଉଁଟି ଜୀବଘ୍ନ?
i. ସୋଡିୟମ ବାଇକାର୍ବୋନେଟ
ii. ସ୍ଟ୍ରେପ୍ଟୋମାଇସିନ୍ √
iii. ସୁରାସାର
iv. ଇଷ୍ଟ୍
ଗ) କିଏ ମ୍ୟାଲେରିଆ ଜ୍ଵର ଉପୁଜାଉଥିବା ଆଦିପ୍ରାଣୀର ବାହକ ?
I. ମାଈ ଏନୋଫିଲିସ ମଶା √
II. ଅସରପା
III. ମାଛି
IV. ପ୍ରଜାପତି
ଘ) କିଏ ସଂକ୍ରାମକ ରୋଗର ସବୁଠାରୁ ସାଧାରଣ ବାହକ ?
I. ପିମ୍ପୁଡି
II. ମାଛି √
III. କଙ୍କି
IV. ବୁଢିଆଣୀ
ଙ) ପାଉଁରୁଟି କିମ୍ବା ଇଡଲି ପିଠଉ କାହାଦ୍ୱାରା ଫୁଲିଥାଏ ?
I. ଉତ୍ତାପ
II. ପେଷିବା
III. ଇଷ୍ଟ୍ ଜୀବକୋଷର ବୃଦ୍ଧି √
IV. ଘାଣ୍ଟିବା
ଚ) ଚିନିକୁ ସୁରାସାରରେ ପରିଣତ କରିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
I. ଯବକ୍ଷାରଜାନ ବିବନ୍ଧନ
II. ସଂକ୍ରମଣ
III. କିଣ୍ୱନ √
IV. ସଂଚରଣ
3. “କ” ସ୍ତମ୍ଭରେ ଥିବା ଜୀବମାନଙ୍କୁ “ଖ”ସ୍ତମ୍ଭରେ ଥିବା ସେମାନଙ୍କର ଦୈର୍ଘ୍ୟ ସହ ମିଳାଅ |
“କ” ସ୍ତମ୍ଭ “ଖ” ସ୍ତମ୍ଭ
ବୀଜାଣୁ ହଇଜାର କାରଣ
ରାଇଜୋବିଅମ୍ ଯବକ୍ଷାରଜାନ ବିବନ୍ଧନ
ଲାକ୍ଟୋବାସିଲସ୍ ବସାଦହି ତିଆରି
ଇଷ୍ଟ୍ ପାଉଁରୁଟି ପ୍ରସ୍ତୁତି
ଆଦିପ୍ରାଣୀ ମ୍ୟାଲେରିଆ ଜ୍ଵରର କାରଣ
ଭୂତାଣୁ ଏଡ୍ସ ର କାରଣ
4. ଅଣୁଜୀବମାନଙ୍କୁ ଖାଲି ଆଖିରେ ଦେଖିହେବ କି ? ଯଦି ନାଁ, ତେବେ କାହା ସାହାଯ୍ୟରେ ସେଗୁଡିକୁ ଦେଖିପାରିବା ?
ଉତ୍ତର : ଅଣୁଜୀବମାନଙ୍କୁ ଖାଲି ଆଖିରେ ଦେଖିହୁଏ ନାହିଁ | ଏଗୁଡ଼ିକୁ ମାଇକ୍ରୋସ୍କୋପ୍ ସାହାଯ୍ୟରେ ଦେଖିପାରିବା |
5. ଅଣୁଜୀବମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ପ୍ରଧାନ ଶ୍ରେଣୀଗୁଡିକ କ’ଣ ?
ଉତ୍ତର : ଅଣୁଜୀବମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ପ୍ରଧାନ ଶ୍ରେଣୀଗୁଡିକ ହେଲା –
ବୀଜାଣୁ
ଆଦିପ୍ରାଣୀ
କବକ
ଶୈବାଳ
6. ମାଟିରେ ଯବକ୍ଷାରଜାନ ବ୍ୟବନ୍ଧନ କରୁଥିବା ଅଣୁଜୀବର ନାମ ଲେଖ |
ଉତ୍ତର : ମାଟିରେ ଯବକ୍ଷାରଜାନ ବିବନ୍ଧନ କରୁଥିବା ଅଣୁଜୀବ ହେଲେ କେତେକ ନିର୍ଦ୍ଦିଷ୍ଟ ନୀଳହରିତ୍ ଶୈବାଳ ଏବଂ ବୀଜାଣୁ |
7. ଆମ ପାଇ ଅଣୁଜୀବଗୁଡିକର ଉପକାରିତା ବିଷୟରେ ଦଶଧାଡ଼ିରେ ଲେଖ |
ଅଣୁଜୀବମାନଙ୍କର ଉପକାର : -
i. କ୍ଷୀରରୁ ଦହି, ଦହିରୁ ଛେନା ପ୍ରସ୍ତୁତି ଲାକ୍ଟୋବାସିଲସ୍ ନାମକ ବୀଜାଣୁ ଦ୍ଵାରା ସମ୍ଭବ ହୋଇଥାଏ |
ii. ଇଷ୍ଟ୍ ନାମକ ଅଣୁଜୀବ ପାଉଁରୁଟି ଟିଆରୀରେ ବ୍ୟବହାର କରାଯାଏ |
iii. ରାଇଜୋବିଅମ୍ ନାମକ ବୀଜାଣୁ ଯବକ୍ଷାରଜାନ ବିବନ୍ଧନ କରିଥାଏ |
iv. ବିଜାଣୁମାନେ ଔଷଧ ପ୍ରସ୍ତୁତିରେ ବ୍ଯବହୃତ ହୁଅନ୍ତି |
v. ପେନ୍ସିଲିୟମ୍ ନାମକ ଏକ ପ୍ରକାର କବକରୁ ପେନ୍ସିଲିନ୍ ଇଞ୍ଜେକ୍ସନ ପ୍ରସ୍ତୁତ କରାଯାଇଥାଏ
vi. କେତେକ ଅଣୁଜୀବ ଉଦ୍ଭିଦ ଅପଘଟନରେ ସାହାଯ୍ୟ କରିଥାନ୍ତି
vii. ସୁରାସାର , ମଦ , ଏସିଟିକ୍ ଅମ୍ଳ ଆଦି ରାସାଯନିକ ପଦାର୍ଥ ପ୍ରସ୍ତୁତିରେ ଅଣୁଜୀବ ବ୍ୟବହାର କରାଯାଇଥାଏ |
viii. ଗୃହପାଳିତ ପଶୁ , ପକ୍ଷୀମାନଙ୍କୁ ରୋଗମୁକ୍ତ କରିବା ପାଇ ସେମାନଙ୍କ ଖାଦ୍ଯ ସହ ଖାଇବାକୁ ଯେଉଁ ଜୀବଘ୍ନ ଦିଆଯାଏ ତାହା କେତେକ ଅଣୁଜୀବରୁ ପ୍ରସ୍ତୁତ |
ix. ଚକୁଳି ,ଇଡଲି , କେକ୍ ଆଦି ଖାଦ୍ୟପଦାର୍ଥ ପ୍ରସ୍ତୁତିରେ ଅଣୁଜୀବ ବ୍ୟବହାର କରାଯାଏ |
x. ଅନୁଜୀବମାନେ ଆମର ଅନେକ ଉପକାର ଏବଂ ଅପକାର କରିଥାଆନ୍ତି | ସେମାନଙ୍କ ବିନା ଆମେ ବଞ୍ଚିବା ଅସମ୍ଭବ |
8. ଜୀବଘ୍ନ କ’ଣ ? ଏହାର ବ୍ୟବହାର ପାଇଁ କି କି ସତର୍କତା ନିଆଯାଇଥାଏ ?
ଉତ୍ତର :-
· ଜୀବଘ୍ନ ଅଣୁଜୀବରୁ ପ୍ରସ୍ତୁତ ହୋଇଥାଏ | ଏହାକୁ ସେବନ କଲେ ଶରୀରର ବୃଦ୍ଧି ପାଉଥିବା ରୋଗକାରକ ଅଣୁ ଜୀବମାନେ ମରିଯାନ୍ତି କିମ୍ବା ସେମାନଙ୍କ ବଂଶବୃଦ୍ଧି ପ୍ରତିହତ ହୋଇଥାଏ |
· ବିଭିନ୍ନ ରୋଗର ଚିକିତ୍ସା ପାଇଁ ଏକ ନିର୍ଦ୍ଦିଷ୍ଟ ଅଣୁଜୀବର ବଂଶବୃଦ୍ଧି କରାୟାଇ ସେଥିରୁ ଜୀବଘ୍ନ ପ୍ରସ୍ତୁତ କରାଯାଇଥାଏ |
· କେବଳ ଯୋଗ୍ୟ , ଅନୁଭୂତି ସମ୍ପନ ଡାକ୍ତରଙ୍କ ଉପଦେଶ ଅନୁଯାୟୀ ଜୀବଘ୍ନ ବ୍ୟବହାର କରିବା ଉଚିତ୍ |
· ଡାକ୍ତରଙ୍କ ପରାମର୍ଶ ମାନି ଏହା ସେବନ କରିବା ଆବଶ୍ୟକ |
· କମ୍ , ବେଶୀ ବା ଭୁଲ୍ ମାତ୍ରାରେ ଏହାକୁ ବ୍ୟବହାର କଲେ ଭବିଷ୍ୟତରେ ଏହା ଫଳପ୍ରଦ ହୋଇନଥାଏ |
Truly Indian Brand