Odia Medium Class 8 Science Chapter 4 Metals and Non - metals ( ଧାତୁ ଓ ଅଧାତୁ ) Question & Answer

Language : Odia

LRNR provides this material totally free

Odia Medium Class 8 Science Chapter 4 Metals and Non - metals ( ଧାତୁ ଓ ଅଧାତୁ ) Question & Answer

ଧାତୁ ଓ ଅଧାତୁ



1.    ପ୍ରତ୍ୟେକ ପ୍ରଶ୍ନର ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟିକୁ ଲେଖ |


i.      କେଉଁ ଉକ୍ତିଟି ଠିକ୍ ?


a)    ସବୁ ଧାତୁ ତନ୍ୟ

b)    ସବୁ ଅଧାତୁ ତନ୍ୟ

c)    ସାଧାରଣତଃ ଧାତୁଗୁଡିକ ତନ୍ୟ

d)    କେତେକ ଅଧାତୁ ତନ୍ୟ


ii.      କେଉଁ ଉକ୍ତିଟି ଠିକ୍ ?


a)    ସବୁ ଧାତୁ ବିଦ୍ୟୁତ୍ ପରିବାହୀ

b)    ଆଧିକାଂଶ ଧାତୁ ବିଦ୍ୟୁତ୍ ପରିବାହୀ

c)    ସବୁ ଅଧାତୁ ବିଦ୍ୟୁତ୍ ଅପରିବାହୀ

d)    ଅନେକ ଅଧାତୁ ବିଦ୍ୟୁତ୍ ପରିବାହୀ


iii.      X ଧାତୁ Y ଧାତୁ ଠାରୁ କମ୍ କ୍ରିୟାଶୀଳ ଏବଂ Y ଧାତୁ Z ଧାତୁ ଠାରୁ କମ୍ କ୍ରିୟାଶୀଳ ହୋଇଥିଲେ ନିମ୍ନୋକ୍ତ ମଧ୍ୟରୁ କେଉଁ ଉକ୍ତିଟି ଠିକ୍ ?


a)    X ଧାତୁ Y ଧାତୁର ଲବଣର ଦ୍ରବଣରୁ Y ଧାତୁ ବିସ୍ଥାପିତ କରିପାରିବ |

b)    Y ଧାତୁ Z ଧାତୁ ଲବଣର ଦ୍ରବଣରୁ Z ଧାତୁକୁ ବିସ୍ଥାପିତ କରିପାରିବ |

c)    ଉଭୟ a ଓ b ଠିକ୍

d)    ଉଭୟ a ଓ b ଠିକ୍ ନୁହେଁ


2.    ନିମ୍ନୋକ୍ତ ପ୍ରତ୍ୟେକର ଗୋଟିଏ ଲେଖାଏଁ ଉଦାହରଣ ଲେଖ |


   i.      ଅତ୍ୟନ୍ତ କ୍ରିୟାଶୀଳ ଧାତୁ = Na (ସୋଡିୟମ)

   ii.      ଅତ୍ୟନ୍ତ କ୍ରିୟାଶୀଳ ଅଧାତୁ = ଫ୍ଲୋରିନ୍ (F)

   iii.      ତରଳ ଅବସ୍ଥାରେ ଉପଲବ୍ଧ ଧାତୁ = ପାରଦ (Hg)

   iv.      ତରଳ ଅବସ୍ଥାରେ ଉପଲବ୍ଧ ଅଧାତୁ =ବ୍ରୋମିନ୍ (Br)

   v.      ଉପଧାତୁ = ବୋରନ (B)

   vi.      ଲୁହାଥିବା ଏଲୟ = ଇସ୍ପାତ

  vii.      ଲୁହା ନ ଥିବା ଏଲୟ = ପିତ୍ତଳ

viii.      କୃତ୍ରିମ ମୌଳିକ = ଟେପଟୁନିୟମ୍

    ix.      ମୁକ୍ତ ଅବସ୍ଥାରେ ପ୍ରକୃତିରେ ଉପଲବ୍ଧ ମୌଳିକ = ସୁନା


3.    ତଳ ଉକ୍ତି , ଗୁଡିକର ଶୂନ୍ୟସ୍ଥାନ ପୂରଣ କରି ପୂରା ବାକ୍ୟଟିକୁ ଖାତାରେ ଲେଖ |


        i.      ଧାତୁ + ଅକ୍ସିଜେନ → A

Mg + O 2 → MgO


      ii.      A + ଜଳ →P

Na +H2O → NaOH +H2


    iii.      P ________ ଲିଟମସ୍ କୁ _______ ଲିଟମସ୍ ରେ ପରିଣତ କରେ |

ଅମ୍ଳ ନୀଳ ଲିଟମସ୍ କୁ ଲାଲ୍ ଲିଟମସ୍ ରେ ପରିଣତ କରେ |


    iv.      ଅଧାତୁ + ଅକ୍ସିଜେନ → B

C +O2 →Co2


      v.      B + ଜଳ → Q

Na +H2O→ NaOH + H2


    vi.      Q , _______ ଲିଟମସ୍ କୁ _________ ଲିଟମସ୍ ରେ ପରିଣତ କରେ |

କ୍ଷାର ଲାଲ୍ ଲିଟମସ୍ କୁ ନୀଳ ଲିଟମସ୍ ରେ ପରିଣତ କରେ l


  vii.      Fe +O2 →C

Fe + O2 = Fe2O3


viii.      C +H2O →R

Na +H2O →NaOH + H2


    ix.      Mg + O2 → D

Mg + O2 →MgO


      x.      D + H2O → S

Na + H2O → NaOH + H2



4.    P ଧାତୁର ଲବଣର ଦ୍ରବଣର Q ଧାତୁ ପକାଇବାରୁ Q ଧାତୁର ଲବଣ ସୃଷ୍ଟି ହେଲା | P ଓ Q ମଧ୍ୟରୁ କେଉଁଟି ଅଧିକ ପ୍ରତିକ୍ରିୟା ?


Q + PX → Q+P

Q (ଧାତୁ) + P (ଧାତୁ ଲବଣ)   → Q (ଧାତୁ ଲବଣ) + P (ଧାତୁ)

ଉଦାହରଣ -

CuSO4 (ag)          + Zn (s) →    ZnSO4 (ag) + Cucs

Copper Sulphate      Zinc        Zinc sulphate copper


P (ଧାତୁ ଲବଣ) ର ଦ୍ରବଣରେ Q (ଧାତୁ) ପକାଇବାରୁ Q (ଧାତୁ ଲବଣ) ସୃଷ୍ଟି ହେଲା ଓ P(ଧାତୁ) ବିସ୍ଥାପିତ ହେଲା |


ତେଣୁ ଏଠାରେ Q (ଧାତୁ) ଟି P(ଧାତୁ) କୁ ବିସ୍ଥାପିତ କରି ନିଜେ ସେହି ସ୍ଥାନ ଅଧିକାର କଲା |



5.    ଏକ ଉପଧାତୁର ଅକ୍ସାଇଡ୍ ଜଳୀୟ ଦ୍ରବଣରେ ଲାଲ୍ ଓ ନୀଳ ଲିଟମସ୍ କାଗଜ ପକାଇଲେ କେଉଁଟିର ରଙ୍ଗ ପରିବର୍ତ୍ତନ ହେବ ଲେଖ ଏବଂ ତୁମର ଉତ୍ତରର ବିଜ୍ଞାନସମ୍ମତ କାରଣ ଲେଖ |


ଉତ୍ତର : ଉପଧାତୁ ଗୁଡିକ ହେଲେ : -


·    ବୋରନ୍ (B) , ସିଲିକନ୍ (Si), ଜର୍ମାନିୟମ (Ge), ଆର୍ସେନିକ୍ (As) , ଆଣ୍ଟିମେଣ୍ଟ (Sb), ଟେଲୁରିୟମ (Te ), ପୋଲୋନୀୟମ୍ (Po)


·    ସିଲିକନ୍ ଏକ ଉପଧାତୁ | ଏହା ଅମ୍ଳଜାନ ସହ ପ୍ରତିକ୍ରିୟା କଲେ ସିଲିକନ୍ ଅକ୍ସାଇଡ୍ ସୃଷ୍ଟି ହୁଏ |


·    Si + O2 → SiO2


·    ସିଲିକନ୍ ଅକ୍ସାଇଡ୍ SiO2 ଜଳରେ ଅଦ୍ରବଣୀୟ |


·    ଯଦି କୌଣସି ଉପଧାତୁର ଅକ୍ସାଇଡର ଜଳୀୟ ଦ୍ରବଣ ସମ୍ଭବ ନୁହେଁ , ତେବେ ତାହା ଅମ୍ଳ କୀ କ୍ଷାର ହେବ ନାହିଁ | ତାହା ସାଧାରଣତଃ ନିଉଟ୍ରାଲ |


·    ତେଣୁ ତାହା ଲାଲ୍ ଲିଟମସ୍ ଓ ନୀଳ ଲିଟମସ୍ କାଗଜ କେଉଁଟିର ବି ରଙ୍ଗ ପରିବର୍ତ୍ତନ କରିପାରିବ ନାହିଁ |



6.    ଧାତୁ ଓ ଅଧାତୁ ମଧ୍ୟରେ ତିନୋଟି ଭୌତିକ ପ୍ରକୃତିଭିତ୍ତିକ ପାର୍ଥକ୍ୟ ଲେଖ |


ଧାତୁ : -

·    ଧାତୁ ତାପ ସୁପରିବାହୀ |

·    ଧାତୁ ବିଦ୍ୟୁତ୍ ସୁପରିବାହୀ |

·    କେତେକ ଧାତୁ ନମନୀୟ ଓ ତନ୍ୟ |

·    ଧାତୁଗୁଡିକର ଔଜ୍ଜଲ୍ୟ ଥାଏ |


ଅଧାତୁ : -

·    ଅଧାତୁ ତାପ କୁପରିବାହୀ |

·    ଅଧାତୁ ବିଦ୍ୟୁତ୍ ସୁପରିବାହୀ ଗ୍ରାଫାଇଟ ବ୍ୟତୀତ |

·    ଅଧାତୁ ନମନୀୟ କି ତନ୍ୟ ନୁହଁନ୍ତି |

·    ଅଧାତୁଗୁଡିକର ଔଜ୍ଜଲ୍ୟ ନଥାଏ |



7.    ଧାତୁ ଓ ଅଧାତୁ ମଧ୍ୟରେ ତିନୋଟି ରାସାୟନିକ ପ୍ରକୃତିଭିତ୍ତିକ ପାର୍ଥକ୍ୟ ଲେଖ |


ଧାତୁ :

·    ଯେତେବେଳ ଧାତୁ ବାୟୁରେ ଜଳିଯାଏ , ଧାତୁ ଅମ୍ଳଜାନ ସହିତ ପ୍ରତିକ୍ରିୟା କରି ଧାତୁ ଅକ୍ସାଇଡ୍ ସୃଷ୍ଟି କରେ |

·    ଧାତୁ ଜଳ ସହିତ ପ୍ରତିକ୍ରିୟା କରି, ଧାତୁ ହାଇଡ୍ରକ୍ସାଇଡ୍ ସୃଷ୍ଟି କରେ |

·    ଧାତୁ ଏସିଡ୍ ସହିତ ପ୍ରତିକ୍ରିୟା କରେ, ଲୁଣ ଏବଂ ହାଇଡ୍ରୋଜେନ ଗ୍ୟାସ ସୃଷ୍ଟି ହୁଏ |


ଅଧାତୁ :

·    ଅଧାତୁ ଅମ୍ଳଜାନ ସହିତ ପ୍ରତିକ୍ରିୟା କରି ଅମ୍ଳୀୟ ଅକ୍ସାଇଡ୍ ସୃଷ୍ଟି ହୁଏ |

·    ଅଧାତୁର ଜଳ ସହ ପ୍ରତିକ୍ରିୟା ନ ଥାଏ |

·    ଅଧାତୁର ଅମ୍ଳ ସହ ପ୍ରତିକ୍ରିୟା ନ ଥାଏ |



8.   ମିଶ୍ର ଧାତୁଗୁଡିକର ବିଶେଷତ୍ଵ କ’ଣ ଉଦାହରଣ ଦେଇ ଆଲୋଚନା କର |


ଉତ୍ତର : ଦୁଇ ବା ଦୁଇରୁ ଅଧିକ ମୌଳିକ ନେଇ ବିଭିନ୍ନ ପ୍ରକାର ମିଶ୍ରଧାତୁ ପ୍ରସ୍ତୁତ କରାଯାଏ |


ଯଥା –

ଲୁହା + କାର୍ବନ = ଇସ୍ପାତ

ତମ୍ବା + ଦସ୍ତା = ପିତ୍ତଳ

ତମ୍ବା + ଟିଣ = ବ୍ରୋଞ୍ଜ

ସୀସା + ଟିଣ = ସୋଲଡର୍


    I.      ଏଲୟ ବା ମିଶ୍ରଧାତୁଗୁଡିକ ମୁଖତଃ କଠିନ ପଦାର୍ଥ | ଯଥା – ଇସ୍ପାତ ,ପିତ୍ତଳ , ବ୍ରୋଞ୍ଜ


    II.      ମିଶ୍ରଧାତୁଗୁଡିକରେ ଥିବା ଉପାଦାନଗୁଡିକର ଧର୍ମ ବଜାୟ ରଖିଥାଆନ୍ତି | ପିତ୍ତଳ ଉଭୟ ତମ୍ବା ଓ ଦସ୍ତାର ଗୁଣ ପ୍ରଦର୍ଶନ କରେ |


    III.      ମିଶ୍ରଧାତୁଗୁଡିକର ଗଳନାଙ୍କ ଓ ସ୍ଫୁଟନାଙ୍କ ସେଥିରେ ମିଶିଥିବା ଧାତୁମାନଙ୍କର ଗଳନାଙ୍କ ଓ ସ୍ଫୁଟନାଙ୍କ ଠାରୁ ଭିନ୍ନ | ଯେମିତି ମିଶ୍ରଧାତୁଗୁଡିକର ଗଳନାଙ୍କ ମିଶିଥିବା ଧାତୁଠାରୁ କମ୍ ଅଟେ |

Ratings
No reviews yet, be the first one to review the product.