- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chapter 6 Combustion and Flame ( ଦହନ ଓ ଶିଖା ) Question & Answer

Odia Medium Class 8 Science Chapter 6 Combustion and Flame ( ଦହନ ଓ ଶିଖା ) Question & Answer

Language : Odia
LRNR provides this material totally free
Odia Medium Class 8 Science Chapter 6 Combustion and Flame ( ଦହନ ଓ ଶିଖା ) Question & Answer
ଦହନ ଓ ଶିଖା
1. ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର |
a) ଇଂଧନକୁ ନିଆଁ ଧରାଇବା ପାଇଁ ତାର ପ୍ରଜ୍ଜ୍ଵଳନ ତାପମାତ୍ରା ପର୍ଯ୍ୟନ୍ତ ଉତ୍ତପ୍ତ କରିବାକୁ ପଡେ |
b) ଗୋଟିଏ ଦୀପଶିଖାର 3 ଟି ମଣ୍ଡଳ ଥାଏ |
c) ଶିଖାର ଆଲୋକ ପ୍ରଦାନକାରୀ ମଣ୍ଡଳଟିକୁ ଦୀପ୍ତିମାନ ମଣ୍ଡଳ କୁହାଯାଏ |
d) LPG ର କ୍ୟାଲୋରୀ ମୂଲ୍ୟ 55000 KJ /gm |
2. ବିଜ୍ଞାନ ସମ୍ମତ କାରଣ ଲେଖ |
a) ଶୁଖିଲା କାଠ ଅପେକ୍ଷା ଶୁଖିଲା କାଗଜ ସହଜରେ ନିଆଁ ଧରେ |
ଉତ୍ତର: ଶୁଖିଲା କାଗଜର ପ୍ରଜ୍ଜ୍ଵଳନ ତାପମାତ୍ରା ଶୁଖିଲା କାଠ ଅପେକ୍ଷା କମ୍ , ତେଣୁ ଶୁଖିଲା କାଗଜ ଶୀଘ୍ର ପ୍ରଜ୍ଜ୍ଵଳନ ତାପମାତ୍ରାରେ ପହଞ୍ଚି ଜଳେ |
b) ଉତ୍ତପ୍ତ କଡେଇରେ ଟୋପାଏ ତେଲ ପକାଇଦେଲେ ବେଳେବେଳେ ତେଲରେ ନିଆଁ ଧରିଯାଏ |
ଉତ୍ତର : ଉତ୍ତପ୍ତ କଡେଇରେ ତେଲ ଟୋପାଏ ପକାଇ ଦେଲେ ତେଲ ଦାହ୍ୟବସ୍ତୁ ହୋଇଥିବାରୁ ଓ ଏହା ସଙ୍ଗେ ସଙ୍ଗେ ପ୍ରଜ୍ଜ୍ଵଳନ ତାପମାତ୍ରାରେ ପହଞ୍ଚିଥିବାରୁ ଜଳି ଉଠେ |
c) ଶିଳ୍ପନଗରୀମାନଙ୍କରେ ବେଶୀ ଅମ୍ଳ ବୃଷ୍ଟି ହୋଇଥାଏ |
ଉତ୍ତର : ଶିଳ୍ପନଗରୀମାନଙ୍କରେ ଚିମିନି ଧୂଆଁରେ ଅତ୍ୟଧକ କାର୍ବନ – ଡାଇ – ଅକ୍ସାଇଡ ଓ ସଲଫର – ଡାଇ – ଅକ୍ସାଇଡ ଆଦି ଗ୍ୟାସ୍ ଥାଏ | ଏଗୁଡିକ ବୃଷ୍ଟିଜଳ ସହ ମିଶି ଅମ୍ଳ ସୃଷ୍ଟି କରେ, ତେଣୁ ଶିଳ୍ପନଗରୀ ମାନଙ୍କରେ ବେଶି ଅମ୍ଳ ବୃଷ୍ଟି ହୁଏ |
d) ସାଧାରଣତଃ ମହାଶୂନ୍ୟରେ ଦହନ ସମ୍ଭବପର ନୁହେଁ |
ଉତ୍ତର : ମହାଶୂନ୍ୟରେ ବାୟୁ କିମ୍ବା ଅମ୍ଳଜାନ ନଥାଏ | ତେଣୁ ଏଠାରେ ବାହ୍ୟ ପରିବେଶ ଦହନର ସହାୟକ ହୁଏ ନାହିଁ , ତେଣୁ ଦହନ ସର୍ତ୍ତ ଅନୁସାରେ ଏଠାରେ ଦହନ ସମ୍ଭବପର ନୁହେଁ |
e) ଯାତ୍ରୀବାହୀ ଯାନବାହାନରେ ପେଟ୍ରୋଲ , ଡିଜେଲ , କିରୋସିନି ଇତ୍ୟାଦି ପଦାର୍ଥ ନେବାକୁ ଅନୁମତି ଦିଆଯାଏ ନାହିଁ |
ଉତ୍ତର : ପେଟ୍ରୋଲ , ଡିଜେଲ , କିରୋସିନି ଆଦି ପଦାର୍ଥଗୁଡିକ ପ୍ରଜ୍ଜ୍ଵଳନ ଶୀଳ ପଦାର୍ଥ ଅଟେ | ଏହି ପଦରଥଗୁଡିକର ପ୍ରଜ୍ଜ୍ଵଳନ ତାପମାତ୍ରା ଅତି ନିମ୍ନ ; ଖୁବ୍ ସହଜରେ ଏଗୁଡିକରେ ନିଆଁ ଧରିପାରେ | ତେଣୁ ଯାତ୍ରୀବାହୀ ଯାନବାହାନରେ ପେଟ୍ରୋଲ ,ଡିଜେଲ ଓ କିରୋସିନି ଆଦି ପଦାର୍ଥ ନେବାକୁ ଅନୁମତି ଦିଆଯାଏ ନା ହିଁ |
3. ଦହନ କହିଲେ କ’ଣ ବୁଝ ? ତାରାମାନେ ଦପ୍ ଦପ୍ କରିବା ଏକ ଦହନ କି ?
· ଦହନ ହେଉଛି ଏକ ରାସାୟନିକ ପ୍ରକ୍ରିୟା ଯେଉଁଥିରେ ପଦାର୍ଥଟି ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା ସଂଘଟିତ କରି ତାପ ଓ ସ୍ଥଳ ବିଶେଷ ଆଲୋକ ସୃଷ୍ଟି କରେ |
· ତାରାମାନେ ଦପ୍ ଦପ୍ କରିବା ଫଳରେ ତାପ ଓ ଆଲୋକ ସୃଷ୍ଟି ହୁଏ , ମାତ୍ର ଏଠାରେ ରାସାୟନିକ ପ୍ରକ୍ରିୟା ସଂଘଟିତ ହୁଏ ନାହିଁ | ତେଣୁ ଏହା ଦହନ ନୁହେଁ |
4. ଦହନ ସଂଘଟିତ ହେବା ପାଇଁ କେଉଁ କେଉଁ କାରକ ଆବଶ୍ୟକ ?
· ଦହନ ସଂଘଟିତ ହେବା ପାଇଁ –
· ପଦାର୍ଥଟି ଦାହ୍ୟ ପଦାର୍ଥ ହୋଇଥିବା ଆବଶ୍ୟକ
· ପଦାର୍ଥଟି ପ୍ରଜ୍ଜ୍ଵଳନ ତାପମାତ୍ରାରେ ପହଞ୍ଚିଥିବା ଆବଶ୍ୟକ |
· ବାହ୍ୟ ପରିବେଶ ଦହନର ସହାୟକ ହେଉଥିବା ଉଚିତ୍ |
5. ଲୁହାରେ କଳଙ୍କି ଲାଗିବା ଏକ ଦହନ | କାହିଁକି ?
· ଲୁହାରେ କଳଙ୍କି ଲାଗିବା ଫଳରେ ଲୁହା ବାୟୁରେ ଥିବା ଅମ୍ଳଜାନ ସହ ମିଶି ଲୌହ ଅକ୍ସାଇଡ ସୃଷ୍ଟି କରେ | ଏହା ଏକ ରାସାୟନିକ ପ୍ରତିକ୍ରିୟା | ଏଠାରେ ଆଖିଦୃଶିଆ ତ୍ୟାପ ଓ ଆଲୋକ ସୃଷ୍ଟି ହୁଏ ନାହିଁ | ତେଣୁ ଏହା ମୃଦୁ ଦହନର ଅନ୍ତର୍ଭୁକ୍ତ |
6. ଇନ୍ଧନର କ୍ୟାଲୋରୀ ମୂଲ୍ୟ କହିଲେ କ’ଣ ବୁଝ ଲେଖ | ଏହାର ଏକକ କ’ଣ ? ଏହାର ଗୁରୁତ୍ଵ ଆଲୋଚନା କର |
· ଏକ କିଲୋଗ୍ରାମ୍ ଇନ୍ଧନର ସମ୍ପୂର୍ଣ୍ଣ ଦହନରୁ ଯେତିକି ପରିମାଣର ତାପ ମିଳେ ତାକୁ ଇନ୍ଧନର କ୍ୟାଲୋରୀ ମୂଲ୍ୟ କୁହାଯାଏ | ଏହାର ଏକକ କିଲୋଜୁଲ୍ / କିଲୋଗ୍ରାମ | ଏହାର ଅନ୍ୟାନ୍ୟ ଏକକ ଗୁଡିକ KJ/ଗ୍ରାମ୍ ,ଜୁଲ/ଗ୍ରାମ୍ , ଜୁଲ୍ /କି. ଗ୍ରା , କ୍ୟାଲୋରୀ /ଗ୍ରାମ୍ ଓ କିଲୋକ୍ୟାଲୋରୀ / ଗ୍ରାମ ଇତ୍ୟାଦି |
· ଆମେ କୌଣସି ପଦାର୍ଥକୁ ଉତ୍ତପ୍ତ କରିବାକୁ କେଉଁ ପ୍ରକାର ଇନ୍ଧନ କେତେ ପରିମାଣରେ ଆବଶ୍ୟକ, ଇଂଧନର କ୍ୟାଲୋରୀ ମୂଳୀରୁ ଜାଣିହୁଏ | ଏହାଛଡା ଉତ୍କୃଷ୍ଟ ଇନ୍ଧନଗୁଡିକୁ ଚିହ୍ନି ହୁଏ |
7. LPG ର ଦହନ ଓ କାଠର ଦହନ ମଧ୍ୟରେ କି ପାର୍ଥକ୍ୟ ଅଛି ?
LPG ର ଦହନ : -
· LPG ର କ୍ୟାଲୋରୀ ମୂଲ୍ୟ 55000 Kj/kg | ଏଣୁ 1 kg LPG ଦହନରୁ 55000 KJ ତାପଶକ୍ତି ମିଳେ |
· LPG ର ପ୍ରଜ୍ଜ୍ଵଳନ ତାପମାତ୍ରା କମ୍ ହେତୁ ଏହା ଅତି ଶୀଘ୍ର ଜଳେ |
· LPG ର ଦହନରେ ବେଶୀ କାର୍ବନ୍ କଣିକା ବାହାରେ ନାହିଁ , ତେଣୁ ଆଜମା , ବ୍ରୋଙ୍କାଇଟିସ୍ ଓ ଯକ୍ଷ୍ମା ଆଦି ରୋଗ ସୃଷ୍ଟି ହେବାର ସମ୍ଭାବନା କମିଯାଏ |
· LPG ର ଦହନରୁ ବେଶୀ କାର୍ବନ ମନୋକ୍ସାଇଡ ନିର୍ଗତ ହେବାର ସମ୍ଭାବନା କମ୍ ଥାଏ |
କାଠର ଦହନ : -
· କାଠର କ୍ୟାଲୋରୀ ମୂଲ୍ୟ 17000 – 22000 KJ/Kg | ଏଣୁ 1 Kg କାଠ ଦହନରୁ 17000 ଋ 22000 KJ ତାପଶକ୍ତି ମିଳେ |
· କାଠର ପ୍ରଜ୍ଜ୍ଵଳନ ତାପମାତ୍ରା କମ୍ ହେତୁ ଏହା ବିଳମ୍ବରେ ଜଳେ |
· କାଠର ଦହନରେ ଅଧିକ କାର୍ବନ କଣିକା ନିର୍ଗତ ହୁଏ, ଫଳରେ ଆଜମା , ବ୍ରୋଙ୍କାଇଟିସ୍ ଓ ଯକ୍ଷ୍ମା ଆଦି ରୋଗ ସୃଷ୍ଟିର ଆଶଙ୍କା ଥାଏ |
8. CNG ର ବ୍ୟବହାର କାହିଁକି ଅପେକ୍ଷାକୃତ ପରିବେଶ ଉପଯୋଗୀ ?
· CNG ର ଦହନରେ ଅପେକ୍ଷାକୃତ କମ୍ କ୍ଷତିକାରକ ପଦାର୍ଥ ଉତ୍ପନ୍ନ ହୋଇଥାଏ | ତେଣୁ ଏହାର ଦହନରେ ଅପେକ୍ଷାକୃତ କମ୍ ପ୍ରଦୂଷଣ ହୁଏ | ତେଣୁ CNG ର ବ୍ୟବହାର ଅପେକ୍ଷାକୃତ ପରିବେଶ ଉପଯୋଗୀ |
9. 4.5 kg ଇନ୍ଧନର ସମପୂର୍ଣ୍ଣ ଦହନରୁ 180,000 KJ ତାପ ମିଳେ | ସେହି ଇନ୍ଧନର କ୍ୟାଲୋରୀମୂଲ୍ୟ ନିର୍ଣ୍ଣୟ କର |
· 4.5 Kg ଇନ୍ଧନର ସମ୍ପୂର୍ଣ୍ଣ ଦହନରୁ 180000 KJ ତାପ ମିଳେ |
· 1 kg ଇନ୍ଧନରୁ ସମ୍ପୂର୍ଣ୍ଣ ଦହନରୁ = 180000/45 KJ = 40000 KJ
· ଇନ୍ଧନର କ୍ୟାଲୋରୀ ମୂଲ୍ୟ 40000 KJ / କି. ଗ୍ରା. |
10. ଗୋଟିଏ ଆଦର୍ଶ ଇନ୍ଧନର ଲକ୍ଷଣଗୁଡିକ ଲେଖ |
I. ଇନ୍ଧନ ଜାଳିଲେ ବେଶି ପାଉଁଶ , ବିଷାକ୍ତ ଗ୍ୟାସ୍ ବା ବର୍ଜ୍ୟବସ୍ତୁ ମିଳୁ ନ ଥିବ |
II. ସୁବିଧାରେ ସଞ୍ଚିତ କରାଯାଇପାରୁଥିବ |
III. ସହଜରେ ସ୍ଥାନାନ୍ତରଣ କରିହେଉଥିବ |
IV. ଶସ୍ତା ଓ ସୁବିଧାରେ ମିଳିପାରୁଥିବ |
V. ଇନ୍ଧନର ଉଚ୍ଚ କ୍ୟାଲୋରୀ ମୂଲ୍ୟ ଥିବ |
VI. ଦହନକୁ ନିୟନ୍ତ୍ରଣ କରାଯାଇପାରୁଥିବ |
11. “ଦହନ ପାଇଁ ବାୟୁ ଆବଶ୍ୟକ” – ଗୋଟିଏ ସରଳ ପରୀକ୍ଷା ଦ୍ଵାରା ବୁଝାଅ |
· ଆବଶ୍ୟକ ଉପକରଣ – ଏକ ମହମବତୀ , ଟେବୁଲ , ଏକ କାଚ ଗ୍ଲାସ |
· ସଜ୍ଜୀକରଣ – ଟେବୁଲ ଉପରେ ଏକ ମହମବତୀ ଜାଳ | ମହମବତୀ ଜଳିଲେ ଏହା ଉପରେ କାଚଗ୍ଲାସଟିକୁ ଓଲଟାଇ ରଖ |
· ପର୍ଯ୍ୟବେକ୍ଷଣ – ଅଳ୍ପକିଛି ସମୟ ମହାମବତୀଟି ଜଳି ଲିଭିଯିବ |
· କାଚଗ୍ଲାସ ମଧ୍ୟରେ ଯେତିକି ବାୟୁ ଥିଲା ତାହା ଅଳ୍ପ ସମୟ ପାଇଁ ଦହନରେ ସହାୟକ ହେଲା | କାଚଗ୍ଲାସ୍ ମଧ୍ୟରୁ ଅମ୍ଳଜାନ ସରିଯିବା ହେତୁ ମହମବତୀଟି ଲିଭିଗଲା |
· ସିଦ୍ଧାନ୍ତ : - “ଦହନ ପାଇଁ ବାୟୁ ଆବଶ୍ୟକ |”
12. ଦହନ ଜନିତ ପ୍ରଦୂଷଣର ଏକ ସଂକ୍ଷିପ୍ତ ବିବରଣୀ ଲେଖ |
I. କାଠ, କୋଇଲା , ଗୋବର ଘସି ଭଳି ଇନ୍ଧନର ଦହନରେ କାର୍ବନ କଣିକା ନିର୍ଗତ ହୁଏ, ଫଳରେ ଶ୍ଵାସଜନିତ ରୋଗ ; ଯଥା – ଯକ୍ଷ୍ମା, ଆଜମା , ବ୍ରୋଙ୍କାଇଟିସ୍ ଆଦି ରୋଗ ସୃଷ୍ଟି କରେ |
II. କାଠ , କୋଇଲା , ଗୋବର ଘସି ଭଳି ଇନ୍ଧନର ଅସମ୍ପୂର୍ଣ୍ଣ ଦହନରୁ ନିର୍ଗତ କାର୍ବନ ମନୋକ୍ସାଇଡ୍ ପରି ବିଷାକ୍ତ ଗ୍ୟାସ୍ ପରିବେଶକୁ ପ୍ରଦୂଷିତ କରେ |
III. ଅଧିକାଂଶ ଇନ୍ଧନର ସମ୍ପୂର୍ଣ୍ଣ ଦହନରୁ ନିର୍ଗତ କାର୍ବନ ଡାଇ – ଅକ୍ସାଇଡ୍ ସବୁଜ ଘର ପ୍ରଭାବ ସୃଷ୍ଟି କରେ, ଫଳରେ ପାର୍ଥିବ ଉଷ୍ମତା ବୃଦ୍ଧି ଘଟିବ | ଏହାର କୁପ୍ରଭାବ ସମଗ୍ର ମାନବସମାଜ ଉପରେ ପଡିବ |
IV. ଜୀବାଶ୍ମ ଇନ୍ଧନ ଦହନରୁ ନିର୍ଗତ ସଲଫର୍ ଡାଇଅକ୍ସାଇଡ ଗ୍ୟାସ୍ ଅମ୍ଳବୃଷ୍ଟିର କାରଣ ହୁଏ | ଫଳରେ କୋଠାବାଡି , ଭାସ୍କର୍ଯ୍ୟ , ସ୍ମୃତିଫଳକ , ଫସଲ ଓ ମୃତ୍ତିକା ପ୍ରତି ବିପଦ ସୃଷ୍ଟି କରେ |
V. ଇନ୍ଧନଗୁଡିକର ଦହନରୁ ନିର୍ଗତ ଗ୍ୟାସ୍ କୁହୁଡି ସହ ମିଶି ସ୍ମଗ୍ ସୃଷ୍ଟି କରେ, ଯାହାକି ଜୀବଜଗତ ପ୍ରତି ବିପଦ ସୃଷ୍ଟି କରେ |
13. ପେଟ୍ରୋଲ୍ ପମ୍ପରେ “ଧୂମ୍ରପାନ ନିଷେଧ” ଲେଖାଯାଇଛି କାହିଁକି ?
· ପେଟ୍ରୋଲ ଏକ ଜାଳେଣୀ ବା ଇନ୍ଧନ | ଏହାର ପ୍ରଜ୍ଜ୍ଵଳନ ତାପମାତ୍ରା ଅତି ନିମ୍ନ ସହଜରେ ଏଥିରେ ନିଆଁ ଧରିଯାଇଥାଏ | ତେଣୁ ପେଟ୍ରୋଲ୍ ପମ୍ପ ନିକଟରେ ନିଆଁ ବିପଦ ସୃଷ୍ଟି କରିବାର ସମ୍ଭାବନା ଦୃଷ୍ଟିରୁ ସେଠାରେ ଧୂମ୍ରପାନ ନିଷେଧ” ଲେଖାଯାଇଥାଏ |
14. ତିନୋଟି ସଙ୍କେତ କେଉଁ କେଉଁ ସ୍ଥାନରେ ଦେଖିବାକୁ ମିଳେ ଓ କାହିଁକି ?
a) ଅତି ପ୍ରଜ୍ଜ୍ଵଳନ ପଦାର୍ଥ – ନିଆଁ ଜଳୁଥିବା ସ୍ଥାନରେ ଦେଖାଯାଏ |
b) ଦିଆସିଲି ଜଳାଇବା ମନା – ଏହା ଗ୍ୟାସ୍ ସିଲିଣ୍ଡର ଓ ପେଟ୍ରୋଲ୍ ପମ୍ପରେ ଦେଖାଯାଏ |
c) ବିପଦ – ଇଲେକଟ୍ରିକ ଟ୍ରାନ୍ସଫରମର ଆଦି ସ୍ଥାନରେ ଦେଖାଯାଏ |
Truly Indian Brand