- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chapter 8 Cell - Structure and Function ( କୋଷ – ଗଠନ ଓ କାର୍ଯ୍ୟ ) Question & Answer

Odia Medium Class 8 Science Chapter 8 Cell - Structure and Function ( କୋଷ – ଗଠନ ଓ କାର୍ଯ୍ୟ ) Question & Answer

Language : Odia
LRNR provides this material totally free
Odia Medium Class 8 Science Chapter 8 Cell - Structure and Function ( କୋଷ – ଗଠନ ଓ କାର୍ଯ୍ୟ ) Question & Answer
କୋଷ – ଗଠନ ଓ କାର୍ଯ୍ୟ
1. ନିମ୍ନରେ ଥିବା ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର |
(ଆଦିପ୍ରରସ , କୋଷଭିତ୍ତି , କୂଟପାଦ , ଓଟପକ୍ଷୀର ଅଣ୍ଡା , ନିନ୍ୟଷ୍ଟି , ଜିନ , ପ୍ରାକନ୍ୟଷ୍ଟିୟ କୋଷ)
a) ନ୍ୟଷ୍ଟି ମଧ୍ୟରେ ଥିବା ଗୋଲାକାର ଅଂଶକୁ ନିନ୍ୟଷ୍ଟି କୁହାଯାଏ |
b) ଏମିବା ଶରୀରରୁ ବାହାରୁଥିବା ଆବରଣକୁ କୂଟପାଦ କୁହାଯାଏ |
c) ଉଦ୍ଭିଦ କୋଷର ବାହାର ଆବରଣକୁ କୋଷଭିତ୍ତି କୁହାଯାଏ |
d) ଜୀବନ୍ତ କୋଷ ଆଦିପ୍ରରସ ଦ୍ଵାରା ଗଠିତ |
e) ପ୍ରକୃତିରେ ଦେଖାଯାଉଥିବା ବୃହତ୍ତମ କୋଷ ହେଉଛି ଓଟପକ୍ଷୀର ଅଣ୍ଡା |
f) ଯେଉଁ କୋଷରେ ନ୍ୟଷ୍ଟିର ନ୍ୟଷ୍ଟିଝିଲ୍ଲୀ ନାହିଁ ତାହାକୁ ପ୍ରାକନ୍ୟଷ୍ଟିୟ କୋଷ କୁହାଯାଏ |
g) ବଂଶଗତିର ଏକକ ଜିନକୁ କୁହାଯାଏ |
2. ଠିକ୍ ଥିଲେ ଠିକ୍ , ଭୁଲ ଥିଲେ ଭୁଲ ଲେଖ |
a) ଏକକୋଷୀ ଜୀବମାନଙ୍କ ଶରୀର ଗୋଟିଏ କୋଷରେ ଗଢା |√
b) ପେଶୀୟ କୋଷଗୁଡିକ ଶାଖାପ୍ରଶାଖା ବିଶିଷ୍ଟ | X
c) ଗୋଟିଏ ଜୀବର ଜୀବନ୍ତ ମୌଳିକ ଏକକ ହେଉଛି ଅଙ୍ଗପ୍ରତ୍ୟଙ୍ଗ | X
d) ଏମିବା ଶରୀର ବିଷମାକାର | √
e) ସିଝା ଅଣ୍ଡାର ଥିବା ଧଳା ପଦାର୍ଥ ପୀତକ ଅଟେ | X
3. ପ୍ରତ୍ୟେକରୁ ଦୁଇଟି ଉଦାହରଣ ଦିଅ |
a) ପ୍ରାକନ୍ୟଷ୍ଟିୟ କୋଷ - ବୀଜାଣୁ , ନିଳହରିତ ଶୈବାଳ
b) ସୁନ୍ୟଷ୍ଟିୟ କୋଷ - ପ୍ରାଣୀକୋଷ , ଉଦ୍ଭିଦ କୋଷ
4. ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ |
a) ପ୍ରୋଟୋପ୍ଲାଜମ କହିଲେ କ’ଣ ବୁଝ ?
· ଏକ ଜୀବନ୍ତ କୋଷରେ ଥିବା ସମସ୍ତ ପଦାର୍ଥକୁ ଆଦିପ୍ରରସ ବା ପ୍ରୋଟୋପ୍ଲାଜମ କହନ୍ତି | ଏହା କୋଷଜୀବକ ଓ ନ୍ୟଷ୍ଟିକୁ ନେଇ ଗଠିତ |
b) କୋଷଝିଲ୍ଲୀର କାର୍ଯ୍ୟ କ’ଣ ?
· କୋଷଝିଲ୍ଲୀ କୋଷକୁ ଏକ ନିର୍ଦ୍ଧିଷ୍ଟ ଆକୃତି ପ୍ରଦାନ କରେ | କୋଷଝିଲ୍ଲୀ ଛିଦ୍ରଯୁକ୍ତ ହେତୁ କୋଷ ବାହାରକୁ ଓ କୋଷ ଭିତରକୁ ବିଭିନ୍ନ ପଦାର୍ଥ ଆଦାନ ପ୍ରଦାନ କରିବାରେ ସାହାଯ୍ୟ କରେ |
c) ଜିନକୁ କିଏ ବହନ କରେ ?
· ଜିନକୁ ଗୁଣସୁତ୍ର ବହନ କରେ |
d) କୋଷଭିତ୍ତି କାହାକୁ କହନ୍ତି ?
କୋଷଭିତ୍ତି ଉଦ୍ଭିଦ କୋଷର ଏକ ଅତିରିକ୍ତ କୋଷ ଆବରଣ | ଏହା ବୀଜାଣୁ କୋଷରେ ମଧ୍ୟ ଥାଏ |
5. ସଂକ୍ଷେପରେ ବର୍ଣ୍ଣନା କର |
କୋଷଜୀବକ : -
· ଏହା ଜେଲି ଭଳି ଏବଂ କୋଷଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ରହିଅଛି |
· ଏଥିରେ ବିଭିନ୍ନ ପ୍ରକାର କୋଷ ଅଙ୍ଗିକା ଦେଖାଯାଆନ୍ତି |
· କୋଷଅଙ୍ଗିକା ଗୁଡିକ ହେଉଛି ମାଇଟୋକଣ୍ଡ୍ରିଆ , ଗଲଜିବଡି ଓ ରାଇବୋଜୋମ୍ ଇତ୍ୟାଦି |
ନ୍ୟଷ୍ଟି : -
· ନ୍ୟଷ୍ଟି ଗୋଲାକାର ଓ କୋଷର କେନ୍ଦ୍ରରେ ଅବସ୍ଥିତ |
· ନ୍ୟଷ୍ଟି ଜୀବକୋଷର ମୁଖ୍ୟ ଅଂଶ |
· ନ୍ୟଷ୍ଟିଟି କୋଷଜୀବକଠାରୁ ନ୍ୟଷ୍ଟିଝିଲ୍ଲୀ ଦ୍ଵାରା ପୃଥିକ ହୋଇଥାଏ |
· ନ୍ୟଷ୍ଟିରେ ନିନ୍ୟଷ୍ଟି ଓ ଗୁଣସୁତ୍ର ଥାଏ |
ଗୁଣସୁତ୍ର : -
· ଗୁଣସୁତ୍ର ନ୍ୟଷ୍ଟି ମଧ୍ୟରେ ଥାଏ |
· ନ୍ୟଷ୍ଟି ମଧ୍ୟରେ ସୂତା ଭଳି ଥିବା ଅଂଶକୁ ଗୁଣସୁତ୍ର କହନ୍ତି |
· ଗୁଣସୁତ୍ରଗୁଡିକ ଗୁଣପିଣ୍ଡ ବହନ କରିଥାନ୍ତି |
· କୋଷ ବିଭାଜନ ବେଳେ ଗୁଣସୂତ୍ରଗୁଡିକ ସ୍ପଷ୍ଟ ଦେଖି ହୁଏ |
କୋଷଝିଲ୍ଲୀ : -
· କୋଷଜୀବକ କୋଷ ମଧ୍ୟରେ କୋଷଝିଲ୍ଲୀ ଦ୍ଵାରା ଆବୃତ ହୋଇଥାଏ |
· କୋଷଝିଲ୍ଲୀ ଛିଦ୍ରଯୁକ୍ତ | ଏହା କୋଷ ଭିତରକୁ ଓ ବାହାରକୁ ବିଭିନ୍ନ ପଦାର୍ଥ ଆଦାନ ପ୍ରଦାନ କରିବାରେ ସାହାଯ୍ୟ କରେ | କୋଷଝିଲ୍ଲୀ ମଧ୍ୟ କୋଷକୁ ଏକ ନିର୍ଦ୍ଦିଷ୍ଟ ଆକୃତି ପ୍ରଦାନ କରିଥାଏ |
6. କୋଷର କେଉଁ ଅଂଶରେ ଅଙ୍ଗିକା ଗୁଡିକ ଅଛି ଓ ସେଗୁଡିକ କ’ଣ କ’ଣ ?
· କୋଷର କୋଷ ଜୀବକରେ ଅଙ୍ଗିକାଗୁଡିକ ଅଛି |
· କୋଷ ଅଙ୍ଗିକାଗୁଡିକ ହେଲା ମୁଖ୍ୟତଃ ମାଇଟୋକଣ୍ଡିଅନ୍ , ରାଇବୋଜୋମ୍ , ଗଲଗୀପିଣ୍ଡ ଇତ୍ୟାଦି |
7. ପ୍ରାଣୀକୋଷ ଓ ଉଦ୍ଭିଦକୋଷର ଚିତ୍ର ଅଙ୍କନ କରି ତିନୋଟି ପାର୍ଥକ୍ୟ ଲେଖ |
ପ୍ରାଣୀକୋଷ : -
· ପ୍ରାଣୀକୋଷରେ କୋଷଭିତ୍ତି ନ ଥାଏ |
· ପ୍ରାଣୀକୋଷରେ ଲବକ ନ ଥାଏ |
· ପ୍ରାଣୀକୋଷରେ ରସଧାନୀଗୁଡିକ କ୍ଷୁଦ୍ର |
ଉଦ୍ଭିଦ କୋଷ : -
· ଉଦ୍ଭିଦ କୋଷରେ କୋଷଭିତ୍ତି ଥାଏ |
· ଉଦ୍ଭିଦ କୋଷରେ ଲବକ ଥାଏ ; ଯଥା – ପତ୍ରରେ ଥିବା ହରିତ ଲବକ |
· ଉଦ୍ଭିଦ କୋଷରେ ରସଧାନୀଗୁଡିକ ବୃହଦାକାର |
8. “କୋଷଜୀବ ଶରୀରର ଗାଠନିକ ଏକକ” – ବୁଝାଅ |
· ପ୍ରତ୍ୟେକ ଜୀବର ଶରୀର ଅନେକ ଅଙ୍ଗପ୍ରତ୍ୟଙ୍ଗ ଦ୍ଵାରା ଗଠିତ |
· ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଭିନ୍ନ ଭିନ୍ନ |
· ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ କ୍ଷୁଦ୍ର ଅଂଶକୁ ନେଇ ଗଠିତ ଯାହାକୁ ଟିସୁ ବା ତନ୍ତୁ କୁହଯାଏ |
· ଟିସୁଗୁଡିକ କେତେଗୁଡିଏ ସମରୂପୀ ଓ ନିର୍ଦ୍ଧିଷ୍ଟ କାର୍ଯ୍ୟ କରୁଥିବା ଅସଂଖ୍ୟ କୋଷର ସମାହାର | ଏଣୁ କୋଷ ହେଉଛି “ଜୀବ ଶରୀରର ମୌଳିକ ଓ ଗାଠନିକ ଏକକ”|
9. କେବଳ ଉଦ୍ଭିଦ କୋଷରେ କାହିଁକି ପତ୍ରହରିତ ଦେଖାଯାଏ ?
· ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତ କରେ | ପ୍ରାଣୀ ଖାଦ୍ୟ ପ୍ରସ୍ତୁତ କରିପାରେ ନାହିଁ | ଖାଦ୍ୟ ପ୍ରସ୍ତୁତି ପାଇଁ ସବୁଜକଣା ଓ ପତ୍ରହରିତ ଏକାନ୍ତ ଆବଶ୍ୟକ | ଉଦ୍ଭିଦର ପତ୍ର ଏହି ସବୁଜକଣା ଧାରଣ କରିଥାନ୍ତି ଓ ଖାଦ୍ୟପ୍ରସ୍ତୁତ କରିଥାନ୍ତି | ହରିତ କଣିକା ମଧ୍ୟ ପତ୍ରକୁ ରଙ୍ଗ ଦେଇଥାଏ | ଏଣୁ କେବଳ ଉଦ୍ଭିଦ କୋଷରେ ପତ୍ରହରିତ ଦେଖାଯାଏ |
10. ନିମ୍ନରେ ଦିଆଯାଇଥିବା ସୂତ୍ର ପ୍ରୟୋଗ କରି ଶବ୍ଦ ଧନ୍ଦାକୁ ସମ୍ପୂର୍ଣ୍ଣ କର |
ଉପରୁ ତଳ : -
I. କୋଷ ମଧ୍ୟରେ ଥିବା ତରଳ ରସ - କୋଷ
II. ଅଣୁବୀକ୍ଷଣ ଦ୍ଵାରା ଦେଖାଯାଉଥିବା ଜୀବ - କୋଷଜୀବକ
ବାମରୁ ଡାହାଣ : -
I. ଜୀବର ଶରୀରର ମୌଳିକ ଏକକ - ଅଣୁଜୀବ
II. ଅଣୁଜୀବର ଅନ୍ୟ ନାମ - ବୀଜାଣୁ
Truly Indian Brand