• SCHOOL BOARDS
  • BSE/CHSE ODISHA
  • CLASS 10
  • HISTORY
  • Odia Medium Class 10th History 3rd Unit - 4th Chapter- ତୃତୀୟ ଅଧ୍ୟାୟ - ଚତୁର୍ଥ ପାଠ – ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ଅର୍ଥନୀତି- Notes

Odia Medium Class 10th History 3rd Unit - 4th Chapter- ତୃତୀୟ ଅଧ୍ୟାୟ - ଚତୁର୍ଥ ପାଠ – ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ଅର୍ଥନୀତି- Notes

Description

BSE Odisha Board Odia Medium Class 10th History 3rd Unit - 4th Chapter- ତୃତୀୟ ଅଧ୍ୟାୟ - ଚତୁର୍ଥ ପାଠ – ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ଅର୍ଥନୀତି- Notes 

ଚତୁର୍ଥ ପାଠ

ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ଅର୍ଥନୀତି

୧୯୧୪ ରୁ ୧୯୪୭ ମଧ୍ୟରେ ଭାରତୀୟ ଶିଳ୍ପାୟନକୁ ଆଗକୁ ନେଇଆଣି ପାରିଥିବା କେତେକ ପୁଞ୍ଜିପତି ଓ ଉଦ୍ୟୋଗପତିଙ୍କ ଉପସ୍ଥିତି | ଭାରତୀୟ ଅର୍ଥନୀତିକୁ ସୁଧାରିବା ପାଇଁ ଯେଉଁସବୁ ପଦକ୍ଷେପ ନେବାର ଆବଶ୍ୟକତା ଥିଲା ସେଗୁଡିକ ହେଲା – ଆତ୍ମନିର୍ଭରଶୀଳତା, ଆମଦାନୀହ୍ରାସ, ଦ୍ରୁତଶିଳ୍ପାୟନ, ଜମିଦାରୀ ପ୍ରଥା ଉଚ୍ଛେଦ, ଭୁସଂସ୍କାର କାର୍ଯ୍ୟକ୍ରମ ତଥା ସମବାୟ ଆନ୍ଦୋଳନ ଓ ସଶକ୍ତିକରଣ |


ଯୋଜନା ଆୟୋଗ ଓ ପଞ୍ଚବାର୍ଷିକ ଯୋଜନା :

  • ୧୯୫୦ ମସିହା ମାର୍ଚ୍ଚ ୧୫ ତାରିଖରେ ଭାରତ ସରକାର ଯୋଜନା ଆୟୋଗ ଗଠନ କଲେ | ପ୍ରଧାନ ମନ୍ତ୍ରୀ ଏହାର ଚେୟାରମେନ୍ ରହିଲେ | ୧୯୫୨ ଅଗଷ୍ଟ ୬ ତାରିଖରେ ଜାତୀୟ ଉନ୍ନୟନ ପରିଷଦ ପ୍ରତିଷ୍ଠା କରାଗଲା |

 

ପ୍ରଥମ ପଞ୍ଚବାର୍ଷିକ ଯୋଜନା :-

  • ୧୯୫୧ ରୁ ୧୯୫୬ ମସିହା ପର୍ଯ୍ୟନ୍ତ ପ୍ରଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା | ଏହି ଯୋଜନା କାଳରେ କୃଷି ଓ ଜଳସେଚନ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଥିଲା |


ଦ୍ଵିତୀୟ ପ୍ରଥମ ପଞ୍ଚବାର୍ଷିକ ଯୋଜନା: -

  • ୧୯୫୬ ରୁ ୧୯୬୧ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା ରୂପରେଖ ପ୍ରସ୍ତୁତ କରିଥିଲେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ପି. ସି. ମାହାଲନୋବିସ | ଭାରତୀୟ ସମଯରେ ସମାଜବାଦୀ ବ୍ୟବସ୍ଥାର ଏହି ପଞ୍ଚବାର୍ଷିକ ଯୋଜନାର ପ୍ରଧାନ ଉଦ୍ଦେଶ୍ୟ |


  • ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟଗୁଡିକ ଥିଲା ଜାତୀୟ ଆୟର ବୃଦ୍ଧି, ମୌଳିକ ଓ ବୃହତ ଶିଳ୍ପାୟନକୁ ଗୁରୁତ୍ଵ ଦେଇ ଶିଳ୍ପର ବିକାଶ ନିଯୁକ୍ତି ସୁଯୋଗ ଦେବାପାଇଁ ବ୍ୟାପକ ବ୍ୟବସ୍ଥା ଏବଂ ଆୟ ଓ ସମ୍ପତ୍ତି ସୁଷମ ବଣ୍ଟନ | ଶିଳ୍ପାୟନ ଓ ସରକାରୀ ଉଦ୍ୟୋଗ ପ୍ରତିଷ୍ଠା ଉପରେ ଗୁରୁତ୍ଵ ଦିଆଗଲା |


  • ବିଦେଶୀ ଜ୍ଞାନ କୌଶଳକୁ ଉପଯୋଗ କରି ୩ଟି ସମନ୍ଵିତ ଇସ୍ପାତ ପ୍ରକଳ୍ପ ମଧ୍ୟ ନିର୍ମିତ ହେଲା |

ତୃତୀୟ ପଞ୍ଚବାର୍ଷିକ ଯୋଜନା :-

  • ୧୯୬୧ ରୁ ୧୯୬୬ ଥିଲା ତୃତୀୟ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାଳ | ୧୯୬୨ ରେ ଚୀନର ଭାରତ ଉପରେ ଆକ୍ରମଣ ଓ ୧୯୬୫ ରେ ଭାରତ ପାକିସ୍ଥାନ ଯୁଦ୍ଧ ଯୋଗୁଁ ଏହି ଯୋଜନା ବିଶେଷ ଫଳପ୍ରଦ ହୋଇପାରିଲା ନାହିଁ |


  • ଏହି ଯୋଜନାର ମୁଖ୍ୟ ଉଦ୍ଦେଶୟଥିଲା ଜାତୀୟ ଆୟକୁ ଶତକଡା ୩୦ ଭାଗ ବୃଦ୍ଧି କରିବା ଏବଂ ମୁଣ୍ଡପିଛା ଆୟ ୧୭ % ବଢାଇବା | ଜାତୀୟ ଆୟରେ ବାର୍ଷିକ ୫% ଅଭିବୃଦ୍ଧି କରିବା |


  • ୧୯୬୬ ରୁ ୧୯୬୯ ପର୍ଯ୍ୟନ୍ତ ତିନୋଟି ବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା |


ଚତୁର୍ଥ ପଞ୍ଚବାର୍ଷିକ ଯୋଜନା:-

  • ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ୧୯୬୯ ରୁ ୧୯୭୪ ର ମୁଖ୍ୟ ଉଦେଶ୍ୟ ଥିଲା କୃଷିଜାତଦ୍ରବ୍ୟର ଅଧିକ ଉତ୍ପାଦନ | ଜନସାଧାରଣଙ୍କ ଜୀବନଧାରଣର ମାନକୁ ଉନ୍ନତ କରିବା ପାଇଁ ଏହି ଯୋଜନାକାଳରେ ସମତା ଓ ସାମାଜିକ ନ୍ୟାୟ ଉପରେ ଗୁରୁତ୍ଵ ଦିଆଗଲା |


  • ୧୯୬୯ ରେ ୧୪ ଟି ବ୍ୟାଙ୍କକୁ ଜାତୀୟକରଣ କରାଗଲା |


  • ବାଂଲାଦେଶୀ ଶରଣାର୍ଥୀ ସମସ୍ୟା ଓ ୧୯୭୧ ର ଭାରତ ପାକିସ୍ଥାନ ଯୁଦ୍ଧ ଯୋଗୁଁ ଏହି ପଞ୍ଚବାର୍ଷିକ ଯୋଜନା ସଫଳତା ହାସଲ କରିପାରିଲା ନାହିଁ |


ପଞ୍ଚମ ପଞ୍ଚବାର୍ଷିକ ଯୋଜନା:-

  • ପଞ୍ଚମ ପଞ୍ଚବାର୍ଷିକ ଯୋଜନା ୧୯୭୪ ରୁ ୧୯୭୯ ମଧ୍ୟରେ କାର୍ଯ୍ୟକାରୀ ହେଲା | ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା ଆର୍ଥନୀତିକ ଆତ୍ମନିର୍ଭରଶୀଳତା ହାସଲ | ଏହି ଯୋଜନା ୧୯୭୮ ରେ ବନ୍ଦ କରିଦିଆଗଲା | (୧୯୭୮ ରୁ ୧୯୮୦ ପଞ୍ଚବାର୍ଷିକ ଯୋଜନା ଯୋଜନା କାର୍ଯ୍ୟକାରୀ ହେଲା ନାହିଁ)


ଷଷ୍ଠ ପଞ୍ଚବାର୍ଷିକ ଯୋଜନା :-

  • ଷଷ୍ଠ ପଞ୍ଚବାର୍ଷିକ ଯୋଜନା ୧୯୮୦ ରୁ ୧୯୮୫ ମଧ୍ୟରେ କାର୍ଯ୍ୟକାରୀ ହେଲା | ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦାରିଦ୍ର୍ୟ ଦୂରୀକରଣ | ଏହି ଯୋଜନାରେ ଉଭୟ କୃଷି ଓ ଶିଳ୍ପ ପାଇଁ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ଗୁରୁତ୍ଵ ଦିଆଯାଇଥିଲା | ଏହି ଯୋଜନାରେ ଶତକଡା ୫.୨ ଜାତୀୟ ଅଭିବୃଦ୍ଧି ହାର ହାସଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା |


ସପ୍ତମ ପଞ୍ଚବାର୍ଷିକ ଯୋଜନା :-

  • ସପ୍ତମ ପଞ୍ଚବାର୍ଷିକ ଯୋଜନା ୧୯୮୫ ରୁ ୧୯୯୦ ମଧ୍ୟରେ କାର୍ଯ୍ୟକାରୀ ହେଲା |ଏହାର ଲକ୍ଷ୍ୟ ଥିଲା – ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି , ନିଯୁକ୍ତି ସୁଯୋଗ, ଆଧୁନିକୀକରଣ , ଆତ୍ମନିର୍ଭରଶୀଳତା ଏବଂ ସାମାଜିକ ନ୍ୟାୟ | ଖାଦ୍ୟ ଉତ୍ପାଦନ ଶତକଡା ୩.୨୩ ବୃଦ୍ଧି ପାଇଲା |


ଅଷ୍ଟମ ପଞ୍ଚବାର୍ଷିକ ଯୋଜନା :-

  • ଅଷ୍ଟମ ପଞ୍ଚବାର୍ଷିକ ଯୋଜନା ୧୯୯୨ ରୁ ୧୯୯୭ ମଧ୍ୟରେ କାର୍ଯ୍ୟକାରୀ ହେଲା | ଏହି ଯୋଜନାରେ ବାର୍ଷିକ ଶତକଡା ୫.୬ ଜାତୀୟ ଅଭିବୃଦ୍ଧି ହାର ପାଇଁ ଲକ୍ଷ୍ୟ ରଖିଥିଲା | ଶିଳ୍ପ ଅଭିବୃଦ୍ଧି ହାର ଲକ୍ଷ୍ୟ ଥିଲା ଶତକଡା ୭.୫ |ଏହି ପଞ୍ଚବାର୍ଷିକ ଯୋଜନାରେ ଦେଖାଗଲା ଯେ ବାର୍ଷିକ ହାରାହାରି ଅଭିବୃଦ୍ଧି ହାର ହୋଇଛି ଶତକଡା ୬.୮ | ଏହାଥିଲା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଶତକଡା ୧.୨ ଅଧିକ |


ନବମ ପଞ୍ଚବାର୍ଷିକ ଯୋଜନା :-

  • ନବମ ପଞ୍ଚବାର୍ଷିକ ଯୋଜନା ୧୯୯୭ ରୁ ୨୦୦୨ ମଧ୍ୟରେ କାର୍ଯ୍ୟକାରୀ ହେଲା | ଏହାର ଉଦ୍ଦେଶ୍ୟ ଥିଲା – କୃଷି ଓ ଗ୍ରାମୟବିକାଶକୁ ପ୍ରାଥମିକତା ପ୍ରଦାନ ଓ ଦାରିଦ୍ର୍ୟ ଦୂରୀକରଣ, ଦରଦାମ ସ୍ଥିର ରଖି ଅଭିବୃଦ୍ଧି କରିବା, ଦେଶର ସମସ୍ତ ଲୋକଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇବା , ପ୍ରାଥମିକ ସ୍ୱାସ୍ଥ୍ୟ ସେବା,ପଞ୍ଚାୟତରାଜ, ସମବାୟ ଆନ୍ଦୋଳନ ଓ ସ୍ଵୟଂସହାୟକ ଗୋଷ୍ଠୀକୁ ଶକ୍ତିଶାଳୀ କରିବା, ଲୋକସଂଖ୍ୟା ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ଇତ୍ୟାଦି |


  • ଏହି ଯୋଜନାର ଅଭିବୃଦ୍ଧିହାର ଲକ୍ଷ୍ୟ ଥିଲା ଶତକଡା ୬.୫ କିନ୍ତୁ ହାସଲ ହେଲା ବାର୍ଷିକ ୫.୫ ପ୍ରତିଶତ |


  • ଦଶମ ପଞ୍ଚବାର୍ଷିକ ଯୋଜନା ୨୦୦୨ ରୁ ୨୦୦୭ ଏବ ଏକାଦଶ ପଞ୍ଚବାର୍ଷିକ ଯୋଜନା ୨୦୦୭ ରୁ ୨୦୧୨ କାର୍ଯ୍ୟକାରୀ ହେଲା |


  • ୧୯୭୮ ରେ ଆରମ୍ଭ ହେଲା ସମନ୍ଵିତ ଗ୍ରାମ୍ୟଉନ୍ନୟନ ଯୋଜନା ଏବ ଗ୍ରାମାଞ୍ଚଳ ନାରୀ ଓ ଶିଶୁ ବିକାଶ ଯୋଜନା |


  • ୧୯୯୯ ରେ ଆରମ୍ଭ ହେଲା “ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ୍ୟ ସ୍ଵରୋଜଗାର ଯୋଜନା” |


  • ୨୦୦୦ ମସିହାରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନା | ଏହି ଯୋଜନାର ଦୁଇଟି ମୁଖ୍ୟ ବିଭାଗ ଥିଲା | ଗୋଟିଏ ପ୍ରଧାନ ମନ୍ତ୍ରୀ ଗ୍ରାମସଡ଼କ ଯୋଜନା ଓ ଅନ୍ୟଟି ଥିଲା ଇନ୍ଦିରା ଆବାସ ଯୋଜନା | ସହରାଞ୍ଚଳରେ ବସବାସ କରୁଥିବା ବେକାର ଯୁବକ ଓ ଯୁବତୀମାନଙ୍କ କର୍ମସଂସ୍ଥାନ ପାଇଁ ୧୯୯୭ ରେ “ସ୍ଵର୍ଣ୍ଣଜୟନ୍ତୀ ସହରୀ ସ୍ଵରୋଜଗାର ଯୋଜନା” ଆରମ୍ଭ ହେଲା |


  • ଗରିବ ଲୋକମାନଙ୍କ ନିକଟରେ ଖାଦ୍ଯ ନିରାପତ୍ତା ନିଶ୍ଚିତ କରିବା ପାଇଁ “ଅନ୍ତ୍ୟୋଦୟ ଅନ୍ନ ଯୋଜନା” ପ୍ରଣୟନ କରାଗଲା |


  • ୨୦୦୦ ମସିହାରେ ଏହି ଯୋଜନା ମାଧ୍ୟମରେ ପ୍ରାୟ ଏକ କୋଟି ଅତି ଦରିଦ୍ର ଲୋକଙ୍କୁ ଚିହ୍ନଟ କରାଗଲା ଓ ସେମାନଙ୍କୁ କିଲୋଗ୍ରାମ ପ୍ରତି ୨ ଟଙ୍କା ଦରରେ ଗହମ ଓ ୩ ଟଙ୍କା ଦରରେ ମାସକୁ ୩୫ କିଲୋ ଚାଉଳ ଯୋଜନା ଦେବାର ବ୍ୟବସ୍ଥା ହେଲା |


  • ୧୯୯୭ ମସିହାରେ ଭାରତ ସରକାର ନ’ଟି ଲାଭଜନକ ସରକାରୀ ଉଦ୍ୟୋଗକୁ “ନବରତ୍ନ “ ଆଖ୍ୟା ପ୍ରଦାନ କରିଥିଲେ | ବର୍ତ୍ତମାନ ଏହି “ନବରତ୍ନ” ମାନ୍ୟତପ୍ରାପ୍ତ ଉଦ୍ୟୋଗର ସଂଖ୍ୟା ୧୬ ରେ ପହଞ୍ଚିଲାଣି |


  • ସ୍ଵାଧୀନତା ପରେ ପରେ ଭାରତୀୟ ଅର୍ଥନୀତର ମୂଳମନ୍ତ୍ର ଥିଲା “ ମିଶ୍ରିତ ଓ ନିୟନ୍ତ୍ରିତ ଅର୍ଥନୀତି” | ୧୯୫୬ ରେ ଏକ ନୂଆ ଶିଳ୍ପ ଆରମ୍ଭ ହେଲା |
  • ସ୍ଵାଧୀନତା ପରେ ପ୍ରଚଳିତ “ମିଶ୍ରିତ ଅର୍ଥନୀତି” ସ୍ଥାନରେ ଭାରତରେ “ବିମୁକ୍ତ ଓ ଅବାଧ” ଅର୍ଥନୀତି ଅବଲମ୍ବନ କରାଗଲା |


  • ଭାରତରେ ମୁକ୍ତ ଅର୍ଥନୀତିର ଯୁଗ ଆରମ୍ଭ ହେଲା ୧୯୯୧ ମସିହାରେ ଏହି ପରିବର୍ତ୍ତିତ ପ୍ରକ୍ରିୟାକୁ ଆର୍ଥନୀତିକ ଉଦାରୀକରଣ ମଧ୍ୟ କୁହାଯାଏ |



Ratings
No reviews yet, be the first one to review the product.