• BSE Odisha Class 10 Life Science (ଜୀବ ବିଜ୍ଞାନ) Chapter-9 Our Environment ( ଆମ ପରିବେଶ ) Notes

BSE Odisha Class 10 Life Science (ଜୀବ ବିଜ୍ଞାନ) Chapter-9 Our Environment ( ଆମ ପରିବେଶ ) Notes

Language : Odia

BSE Odisha Class 10 Life Science (ଜୀବ ବିଜ୍ଞାନ) Chapter-9 Our Environment ( ଆମ ପରିବେଶ ) Notes

LRNR provides this material totally free

ଆମ ପରିବେଶ

( Our Environment )

  • ସୌର ଜଗତରେ ସୂର୍ଯ୍ୟଠାରୁ 149. 6 ନିୟୁତ କି. ମି. ଦୂରରେ ଏବଂ ତୃତୀୟ ସ୍ଥାନରେ ଥିବା ପୃଥିବୀ ପୃଷ୍ଠରେ ଜୀବଜଗତ ବାସ କରନ୍ତି | ପୃଥିବୀରେ ମାଟି , ପାଣି ପବନର ମିଳନ ଯୋଗୁଁ ଏହା ସମ୍ଭବ ହୋଇପାରିଛି |

ଜୀବମଣ୍ଡଳ - :

  • ପୃଥିବୀ ପୃଷ୍ଠରେ ରହିଥିବା ସମସ୍ତ ପ୍ରକାର ଜଳର ଉତ୍ସକୁ ଜଳମଣ୍ଡଳ କୁହାଯାଏ |

  • ଭୂପୃଷ୍ଠରୁ 640 କି. ମି. ଉପରକୁ ବାୟୁମଣ୍ଡଳ ରହିଛି ଯାହାକି 78. 62 %ଯବକ୍ଷାରଜାନ , 20. 84 % ଅମ୍ଳଜାନ , 0. 03 % ଅଙ୍ଗାରକାମ୍ଳ ଅବଶିଷ୍ଟ ଜଳୀୟବାଷ୍ପ ଅନ୍ୟାନ୍ୟ ଗ୍ୟାସକୁ ନେଇ ଗଠିତ |

  • ମାଟି , ପଥର , ପାହାଡ , ପର୍ବତ ଇତ୍ୟାଦିକୁ ଅଶ୍ମମଣ୍ଡଳ ବା ପ୍ରସ୍ତର ମଣ୍ଡଳ ଗଠିତ | ଏବଂ ଏହି ତିନୋଟି ମଣ୍ଡଳର ସମାହାରରେ ଜୀବନଧାରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଥିବା ଏହି ଅଞ୍ଚଳକୁ ଜୀବମଣ୍ଡଳ କୁହାଯାଏ |

  • ଜୀବମଣ୍ଡଳ ସୌରଶକ୍ତି ଦ୍ଵାରା ପରିଚାଳିତ ହୋଇଥାଏ | ଏହା ପୃଥିବୀର ସବୁଠାରୁ ବଡ ପରିସଂସ୍ଥାଭାବେ ବିବେଚନା କରାଯାଏ |

  • ଏହାର ମୁଖ୍ୟ ଉପାଦାନ ହେଉଛି -: ସମସ୍ତ ଜୀବଙ୍କ ସମଷ୍ଟି , ବାୟୁମଣ୍ଡଳ , ଜଳମଣ୍ଡଳ , ଅଶ୍ମମଣ୍ଡଳ ଏବଂ ଜୀବମାନଙ୍କ ଠାରୁ ଜାତ ପଦାର୍ଥ | ଫେରନ୍ତା ସଙ୍କେତ ବ୍ୟବସ୍ଥା ଦ୍ଵାରା ଜୀବମଣ୍ଡଳ ସମସ୍ଥିତି ବଜାୟ ରଖିଥାଏ |

ପରିସଂସ୍ଥା -:

  • ଗୋଟିଏ ନିର୍ଦ୍ଧିଷ୍ଟ ଅଞ୍ଚଳରେ ବସବାସ କରୁଥିବା ସଜୀବ ନିର୍ଜୀବ ବସ୍ତୁକୁ ନେଇ ପରିସଂସ୍ଥା ଗଠିତ |

  • ଏହା ପ୍ରକୃତିର ଏକ ଗାଠନିକ କ୍ରିୟାତ୍ମକ ଏକକ ଏବଂ ଜୀବସମୂହ ପରସ୍ପର ଉପରେ ପରିବେଶ ଉପରେ ନିର୍ଭରଶୀଳ |

  • ଉଭୟ ଉଭୟଙ୍କ ଦ୍ଵାରା ପ୍ରଭାବିତ ହେଉଥିବା ଫଳରେ ଉଭୟଙ୍କ ମଧ୍ୟରେଏକ ନିବିଡ ସମ୍ପର୍କ ଗଢି ଉଠିଛି ଏବଂ ପରିସଂସ୍ଥାରେ ଏକ ସୂକ୍ଷ୍ମ , ସମନ୍ଵିତ ସନ୍ତୁଳନ ସମ୍ଭବ ହୋଇଛି | ଏହି ସମନ୍ଵିତ ଅବସ୍ଥାକୁ ପରିବେଶ ସନ୍ତୁଳନ ବା ପ୍ରାକୃତିକ ଭାରସାମ୍ୟ କୁହାଯାଏ |

  • ଜୀବମଣ୍ଡଳରେ ଜଙ୍ଗଲ ପରିସଂସ୍ଥା , ତୃଣଭୂମି ପରିସଂସ୍ଥା , ନଦୀପରିସଂସ୍ଥା , ସମୁଦ୍ର ପରିସଂସ୍ଥା  ପରି ଅନେକ ପରିସଂସ୍ଥା ରହିଛି |

  • ଇକୋସିଷ୍ଟମଶବ୍ଦର ବ୍ୟବହାର ପ୍ରଥମେ . ଜି. ଟାନସଲେ 1935 ମସିହାରେ କରିଥିଲେ |

  • ସମସ୍ତ ପରିସଂସ୍ଥା ପରସ୍ପର ଠାରୁ ଭିନ୍ନ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅନେକ ସମାନତା ରହିଥାଏ | କାରଣ ପ୍ରତ୍ୟେକ ପରିସଂସ୍ଥା 4 ଗୋଟି ଉପାଦାନକୁ  ନେଇ ଗଠିତ , ଯଥା -:

        I.            ଅଜୈବିକ ପଦାର୍ଥ ( Abiotic Components )

      II.            ଉତ୍ପାଦକ ( Producer )

    III.            ଭକ୍ଷକ ( Consumer)

    IV.            ଅପଘଟକ ( Decomposer)

ଅଜୈବିକ ଉପାଦାନ : -

  • ରିବେଶରେ ଥିବା ସମସ୍ତ ନିର୍ଜୀବ ପଦାର୍ଥକୁ ନେଇ ପରିସଂସ୍ଥାର ଅଜୈବିକ ଉପାଦାନ ଗଠିତ |

  • ଏଗୁଡିକ ମୁଖ୍ୟତଃ 3 ଭାଗରେ ବିଭକ୍ତ , ଯଥା :-

  1. ଜଳବାୟୁ ଏହାକୁ ନିୟନ୍ତ୍ରଣ କରୁଥିବା କାରକ ଯଥାତାପମାତ୍ରା , ଆର୍ଦ୍ରତା , ଆଲୋକ ଇତ୍ୟାଦି |

  2. ଜୀବଭୂତତ୍ତ୍ଵ -ରସାୟନ ଚକ୍ର ବା ପୋଷକ ଚକ୍ରରେ ଭାଗ ନେଉଥିବା ଜଳ , ଅଙ୍ଗାରକ , ଯବକ୍ଷାରଜାନ , ଗନ୍ଧକ , ଫସଫରସ ପରି ଅଜୈବିକ ପଦାର୍ଥ |

  3. ପୁଷ୍ଟିସାର , ସ୍ନେହସାର ଶ୍ଵେତସାର ପରି ଜୈବିକ ପଦାର୍ଥ ଯାହା ଜୀବର ଶରୀର ଗଠନ ଆଦିରେ ସାହାଯ୍ୟ କରିବା ସହ ଜୈବିକ ଅଜୈବିକ ଉପାଦାନମାନଙ୍କ ମଧ୍ୟରେ ସଂଯୋଗ ସୃଷ୍ଟି କରନ୍ତି |

ଉତ୍ପାଦକ :-

  • ପରିବେଶରେ ଥିବା ସମସ୍ତ ପ୍ରକାର ସବୁଜ ଉଦ୍ଭିଦ ହେଉଛନ୍ତି ଉତ୍ପାଦକ | କାରଣ ସବୁଜ ଉଦ୍ଭିଦମାନେ କ୍ଳୋରୋଫିଲ୍ ର ଉପସ୍ଥିତିରେ ସୂର୍ଯ୍ୟର ଆଲୋକଶକ୍ତିକୁ ରାସାୟନିକ ଶକ୍ତିରେ ରୂପାନ୍ତରିତ କରି ଖାଦ୍ୟ ପ୍ରସ୍ତୁତ କରିଥାନ୍ତି | ତେଣୁ ଏମାନଙ୍କୁ ସ୍ଵ-ପୋଷୀ ବା ସ୍ଵଭୋଜୀ କୁହାଯାଏ |

ଭକ୍ଷକ :- 

  • ଏମାନେ ଖାଦ୍ୟ ପାଇଁ ଉତ୍ପାଦକଙ୍କ ଉପରେ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ନିର୍ଭର କରିଥାନ୍ତି | ତେଣୁ ଏମାନଙ୍କୁ ଭକ୍ଷକ ବୋଲି କୁହାଯାଏ | ଏମାନଙ୍କୁ ପରଭୋଜୀ ପ୍ରାଣୀ ମଧ୍ୟ କୁହାଯାଏ |

  •  ଖାଦ୍ୟ ଅଭ୍ୟାସ ଅନୁସାରେ ପରଭୋଜୀମାନେ ତିନି ଭାଗରେ ବିଭକ୍ତ ହୋଇଛନ୍ତି | ଯଥା - :

  1.  ପ୍ରାଥମିକ ଭକ୍ଷକ -: ସମସ୍ତ ପ୍ରାଥମିକ ଭକ୍ଷକ ତୃଣଭୋଜୀ | ଏମାନେ ଖାଦ୍ୟ ପାଇଁ ଉତ୍ପାଦକଙ୍କ ଉପରେ ନିର୍ଭର କରନ୍ତି | ଉଦାହରଣ -: ଠେକୁଆ , ହାତୀ , ଝିଣ୍ଟିକା ଇତ୍ୟାଦି |

  2. ଦ୍ଵିତୀୟକ ଭକ୍ଷକ -: ସମସ୍ତ ଦ୍ଵିତୀୟକ ଭକ୍ଷକ ମାଂସାଶୀ | ଏମାନେ ନିଜର ଖାଦ୍ୟ ପାଇଁ ସେମାନେ ତୃଣଭୋଜୀଙ୍କ ଉପରେ ନିର୍ଭର କରନ୍ତି | ଏମାନଙ୍କୁ ପ୍ରାଥମିକ ମାଂସାଶୀ ପ୍ରାଣୀ ବା ମାଂସାଶୀ କ୍ରମ - ମଧ୍ୟ କୁହାଯାଏ

ଉଦାହରଣ -: ବେଙ୍ଗ , ସାପ ଇତ୍ୟାଦି

  1. ତୃତୀୟକ ଭକ୍ଷକ -: ଏମାନେ ଦ୍ଵିତୀୟକ ଭକ୍ଷକ ମାନଙ୍କୁ ନିଜର ଖାଦ୍ୟ ରୂପେ ଗ୍ରହଣ କରନ୍ତି | ଏମାନଙ୍କୁ ଦ୍ଵିତୀୟକ ମାଂସାଶୀ ପ୍ରାଣୀ ବା କ୍ରମ - କୁହାଯାଏ | ଉଦାହରଣ -: ବାଘ , ସାପ , ଚିଲ ଇତ୍ୟାଦି |

ଅପଘଟକ -:

  • ଏମାନେ ଖାଦ୍ୟ ପାଇଁ ମୃତପ୍ରାଣୀ , ଉଦ୍ଭିଦ ସେମାନଙ୍କର ଶରୀରରୁ ନିଷ୍କାସିତ ହେଉଥିବା ବର୍ଜ୍ୟ ଜୈବବସ୍ତୁ ଉପରେ ନିର୍ଭର କରନ୍ତି |

  •  ବୀଜାଣୁ , କବକ , କେତେକ ଆଦିପ୍ରାଣୀ ଇତ୍ୟାଦି ପରିବେଶର ମୁଖ୍ୟ ଅପଘଟକମାନେ |

ପରିସଂସ୍ଥାର କ୍ରିୟାତ୍ମକ ଦିଗ -:

  • ପ୍ରତ୍ୟେକ ପରିସଂସ୍ଥାର କିଛି ନା  କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟକାରୀ ପ୍ରଣାଳୀ ରହିଛି | ମୁଖ୍ୟ ଟି କାର୍ଯ୍ୟକାରୀ ପ୍ରଣାଳୀ ହେଉଛି -:

  1. ଖାଦ୍ୟ ଶୃଙ୍ଖଳା ( food chain)

  2. ଶକ୍ତି ପ୍ରବାହ ( energy flow )

  3. ପୋଷକ ଚକ୍ର ( nutrient cycle )

  4. ସମସ୍ଥିତି ( homeostasis )

ଖାଦ୍ୟ ଶୃଙ୍ଖଳ -: 

  • ପରିସଂସ୍ଥାରେ ସବୁଜ ଉଦ୍ଭିଦ ହେଉଛନ୍ତି ଉତ୍ପାଦକ ଏବଂ ତୃଣଭୋଜୀମାନେ ସବୁଜ ଉଦ୍ଭିଦକୁ ନିଜର ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି |

  • ଗୋଟିଏ ପରିସଂସ୍ଥାରେ ସବୁଜ ଉଦ୍ଭିଦ ଠାରୁ ବିଭିନ୍ନ ଅନୁକ୍ରମରେ ତୃଣଭୋଜୀ ମାଂସାଶୀ ପ୍ରାଣୀମାନଙ୍କ ବାଟ ଦେଇ ଖାଦ୍ୟ ଖାଦ୍ୟସ୍ଥିତ ଶକ୍ତିର ପ୍ରବାହକୁ ଖାଦ୍ୟଶୃଙ୍ଖଳ କୁହାଯାଏ |

  •  ଖାଦ୍ୟଶୃଙ୍ଖଳ ସର୍ବଦା ଗୋଟିଏ ସରଳ ରେଖାରେ ଗତି କରିଥାଏ |  ଏହାଦ୍ଵାରା ପରିସଂସ୍ଥାନର ବିଭିନ୍ନ ଜୀବମାନଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ସୂଚନା ମିଳିଥାଏ |

  • ଖାଦ୍ୟଶୃଙ୍ଖଳର ଶେଷ ସ୍ତରରେ ଥିବା ପ୍ରାଣୀଙ୍କୁ ଶୀର୍ଷ ଭକ୍ଷକ କୁହାଯାଏ |

  • କେବଳ ତିନୋଟି ଖାଦ୍ୟ ସ୍ତରକୁ ନେଇ ମଧ୍ୟ ଖାଦ୍ୟ ଶୃଙ୍ଖଳ ଗଠିତ ହୋଇପାରେ |

  •  ପରିସଂସ୍ଥାର ଖାଦ୍ୟଶୃଙ୍ଖଳକୁ ଅନୁଧ୍ୟାନ କରି ଚାରଲର୍ସ ଏଲଟନ କହିଛନ୍ତି ଯେ ଯେ କୌଣସି ଖାଦ୍ୟଶୃଙ୍ଖଳରେ ଅତି ବେଶୀରେ ଟି ଖାଦ୍ୟସ୍ତର ଥାଏ |

  • କାରଣ ଗୋଟିଏ ଖାଦ୍ୟସ୍ତରରୁ ଅନ୍ୟ ଗୋଟିଏ ଖାଦ୍ୟ ସ୍ତରକୁ ଶକ୍ତିରେ ପ୍ରବାହ ସମୟରେ କିଛି ପରିମାଣର ଶକ୍ତି ଉତ୍ତାପ ରୂପରେ ବାୟୁମଣ୍ଡଳକୁ ଚାଲିଯାଏ ଫଳରେ ଶେଷସ୍ତରରେ ଖାଦ୍ୟ ଶକ୍ତିର ପରିମାଣ ଅତି କମ ହୋଇଥିବାରୁ ଏହା ଉପରେ ନିର୍ଭର କରି ଅନ୍ୟ କୌଣସି ଜୀବ ବଞ୍ଚିବା ଅସମ୍ଭବ |

ଖାଦ୍ୟଶୃଙ୍ଖଳର ମହତ୍ତ୍ଵ -:

  •  ଖାଦ୍ୟଶୃଙ୍ଖଳକୁ ଅନୁଧ୍ୟାନ କଲେ ଆମେ ଗୋଟିଏ ପରିସଂସ୍ଥାରେ ପ୍ରାଣୀମାନଙ୍କ ମଧ୍ୟରେ ଥିବା ଖାଦ୍ୟ ଖାଦକ ସମ୍ପର୍କ ବିଷୟରେ ଜାଣିପାରିବା | ଫଳରେ ଖାଦ୍ୟ ଉତ୍ପାଦନ ପ୍ରବାହ ଉପରେ ନିର୍ଭର କରି ପରିସଂସ୍ଥାର ବିଭିନ୍ନ ଜୀବ ଉପରେ ଗଢିଉଠିଥିବା ସମ୍ପର୍କରେ ସୂଚନା ଦିଏ |

  • ଏହାଦ୍ୱାରା ଗୋଟିଏ ପରିସଂସ୍ଥାର ଘଟୁଥିବା ଶକ୍ତି ପ୍ରବାହ ବିଷୟରେ ଜାଣିପାରିବ |

  • ଗୋଟିଏ ପରିସଂସ୍ଥାରେ ବିଷାକ୍ତ ପଦାର୍ଥ ଗୁଡିକର ଚଳନ ବିଷୟରେ ମଧ୍ୟ ଆମେ ଜାଣିପାରିବା ଏବଂ ବିଷାକ୍ତ ପଦାର୍ଥର ଜୈବପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ କରିପାରିବା |

ଖାଦ୍ୟଜାଲି :-

  • ପରିବେଶ ମଧ୍ୟରେ ଗୋଟିଏ ପ୍ରକାର ଖାଦ୍ୟ କୁ ଅନେକ ପ୍ରକାର ଜୀବ ବା ପ୍ରାଣୀ ମାନେ ଗ୍ରହଣ କରିଥାନ୍ତିସେହିପରି ଖାଦକ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ଉପରେ ନିର୍ଭର କରିଥାଏ । 

  • ଅର୍ଥାତ ପରିବେଶ ମଧ୍ୟରେ ଗୋଟିଏ ଜୀବ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାନ୍ତି ଏବମ୍ ସେହି ପ୍ରାଣୀକୁ ଅନ୍ୟ ପ୍ରାଣୀମାନେ ଖାଦ୍ୟ ରୂପେ ଗ୍ରହଣ କରନ୍ତି । 

  • ସେଥୀପାଇଁ ପ୍ରାଣୀ ମାନଙ୍କ ମଧ୍ୟରେ ଖାଦ୍ୟ ସମ୍ପର୍କ ଏକ ଗଛର ଶାଖା ପ୍ରଶାଖା ପରି ଛନ୍ଦି ହୋଇ ଖାଦ୍ୟଜାଲି ସୃଷ୍ଟି କରିଛି । 

ପରିସଂସ୍ଥାରେ ଶକ୍ତିର ପ୍ରବାହ :-

  • ପରିସଂସ୍ଥା ମଧ୍ୟରେ ଶକ୍ତି ର ପ୍ରବାହ ସୂର୍ଯ୍ୟଙ୍କ ଠାରୁ ଆରମ୍ଭ ହୋଇ ସ୍ଵପୋଷୀ ଏବମ୍ ତା ପରେ ସମସ୍ତ ଭକ୍ଷକ ଓ ଅପଘଟକମାନଙ୍କ ଭିତରେ ସିଧାସଲଖ ଖାଦ୍ୟ ମାଧ୍ୟମରେ ଶୀର୍ଷ ଭକ୍ଷକ ଠାରେ ପହଞ୍ଚେ, ତେଣୁ ଶକ୍ତିର ପ୍ରବାହ ଅଣଚକ୍ରାକାର ବା ଏକତରଫା । 

  • ପରିସଂସ୍ଥାରେ ଶକ୍ତିର ପ୍ରବାହ ତାପଗତିବିଜ୍ଞାନର୍ ଦୁଇଟି ନିୟମ ଦ୍ୱାରା ହୋଇଥାଏ, ଯଥା :-

  1. ଶକ୍ତି ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୋଇଥାଏ, କିନ୍ତୁ ଏହାର ବିଲୟ ଘଟେ ନାହିଁ  କି ଏହା ସୃଷ୍ଟି ହୋଇପାରେ ନାହିଁ । 

  2. ଯେ କୌଣସି କ୍ଷେତ୍ରରେ ଶକ୍ତିର ରୂପାନ୍ତରଣ ବା ସ୍ଥାନାନ୍ତରଣ ସମ୍ପୂର୍ଣ ଭାବେ ହୋଇନଥାଏ, କିଛି ଶକ୍ତି ତାପ ରୂପେ ଅପସାରିତ ହୋଇଯାଇଥାଏ। 

  • ପରିସଂସ୍ଥାରେ ଶକ୍ତିର ପ୍ରବାହ କୁ ଅନୁଧ୍ୟାନ କରି ଆର୍.ଏଲ୍.ଲିଣ୍ଡେମାନ୍  ନାମକ ଜଣେ ପରିବେଶବିତ୍ 1942 ମସିହାରେ ଭିନ୍ନ ଭିନ୍ନ ପୋଷାକ ସ୍ତରରେ ମିଳୁଥିବା ଶକ୍ତିର ପରିମାଣକୁ ଅଧ୍ୟୟନ କରି ‘ଦଶ ପ୍ରତିଶତ ନିୟମ’ ପ୍ରଣୟନ କରିଥିଲେ । 

  • ଉକ୍ତ ନିୟମ ଅନୁସାରେ ଗୋଟିଏ ସ୍ତରରୁ ଅନ୍ୟ ଏକ ସ୍ତରକୁ ଶକ୍ତି ପ୍ରବାହ ସମୟରେ କେବଳ ୧୦ ପ୍ରତିଶତ ଶକ୍ତି ପ୍ରବାହିତ ହୋଇଥାଏ । 

  • ଏହା ଅନୁସାରେ ପରିବେଶରେ ତୃଣଭୋଜୀ ସ୍ତରରେ ସର୍ବାଧିକ ଅଧିକ ଶକ୍ତି ପ୍ରାପ୍ତ ହୋଇଥାଏ କାରଣ ପ୍ରଥମ ସ୍ତରରେ ଥିବା ହେତୁ ଏବମ୍ ଶେଷସ୍ତରରେ ମାଂସାଶୀ ପ୍ରାଣୀ ମାନଙ୍କ ଠାରେ କମ୍ ଶକ୍ତି ମିଳିଥାଏ । 

ଇକୋଲୋଜିକାଲ ପିରାମିଡ :-

  • 1927 ମସିହାରେ ଚାରଲସ୍ ଏଲ୍ଟନ୍ ଙ୍କ ବିଭିନ୍ନ ପ୍ରକାର ପରିସଂସ୍ଥା ବିଷୟରେ ଅନୁଧ୍ୟାନ କରିବା ଫଳରେ ଉତ୍ପାଦକ ସ୍ତର ଠାରୁ ତୃତୀୟକ ଭକ୍ଷକ ସ୍ତର ପର୍ଯ୍ୟନ୍ତ ଜୀବମାନଙ୍କ ସଂଖ୍ୟା କ୍ରମାଗତ ଭାବେ କମି କମି ଯାଉଥିବାର ଦେଖିବାକୁ ପାଇଲେ । 

  • ଏମାନଙ୍କୁ ସଂଖ୍ୟା ଅନୁସାରେ ସଜାଇ ରଖିଲେ ଏକ ପିରାମିଡ ଭଳି ଦେଖାଯିବ ଏବଂ ଏହାକୁ ସଂଖ୍ୟା ପିରାମିଡ କୁହାଯାଏ । 

  • ସେହିପରି ଜୀବମାନକ ଜୈବିକ ବସ୍ତୁତ୍ଵକୁ ଆଧାର କରି ଗଠିତ ପିରାମିଡକୁ ଜୈବିକ ବସ୍ତୁତ୍ଵ ପିରାମିଡ କୁହାଯାଏ ଏବମ୍ ଜୀବମାନକର ଜୈବିକ ବସ୍ତୁତ୍ଵ ଉତ୍ପାଦକ ସ୍ତର ଠାରୁ କ୍ରମାଗତ ଭାବେ କମିଯାଏ । 

  • ଶକ୍ତି ପ୍ରବାହରେ ମଧ୍ୟ ପ୍ରତ୍ୟେକ ସ୍ତରରେ ପୂର୍ବବର୍ତ୍ତୀ ସ୍ତର ତୁଳନାରେ କମ୍ ଶକ୍ତି ଉପଲବ୍ଧ ହୋଇଥାଏ ଏବମ୍ ଏଇ ଶକ୍ତି ପ୍ରବାହକୁ ଆଧାର କରି ଗଠିତ ପିରାମିଡକୁ ଶକ୍ତି ପ୍ରବାହ ପିରାମିଡ କୁହାଯାଏ । 

  • କେବଳ ଶକ୍ତି ପିରାମିଡ ସଳଖ ହୋଇଥିବା ବେଳେ ଅନ୍ୟ ପିରାମିଡ ଦ୍ୱୟ ସଳଖ ଓ ଓଲଟ ହୋଇପାରେ । 


ପୋଷାକ ଚକ୍ର :-

  • ପ୍ରତ୍ୟେକ ଜୀବ ବଞ୍ଚିବା ଓ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ମୌଳିକ ଉପାଦାନ ଅବଶ୍ୟକ ହୋଇଥାଏ । 

  • ଆବଶ୍ୟକ ହେଉଥିବା ମୌଳିକ ଉପାଦାନ ଗୁଡିକର ଶରୀର ମଧ୍ୟରେ ଆବଶ୍ୟକତା ଅନୁସାରେ ସେଗୁଡିକୁ ୨ ଭାଗରେ ବିଭକ୍ତ କରାଯାଇଛି ।  ଯଥା:- 

i) ସ୍ଥୂଳ ପୋଷାକ ଜୀବ ଶରୀର ପାଇଁ ଅତ୍ୟଧିକ ପରିମାଣରେ ଆବଶ୍ୟକ । ଉଦା:- ଅଙ୍ଗାରକ, ଯବକ୍ଷାରଜାନ, ଅମ୍ଳଜାନ, ଉଦ୍-ଜାନ, ପଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସଲଫର୍, ଫସ୍ଫରସ୍ ଇତ୍ୟାଦି । 

ii) ସୂକ୍ଷ୍ମ ପୋଷାକ - ଜୀବ ଶରୀର ପାଇଁ ଖୁବ କମ୍ ପରିମାଣରେ ଆବଶ୍ୟକ । ଉଦା:- କପର୍, ମାଙ୍ଗାନିଜ୍, ଜିଙ୍କ୍, ବୋରନ୍, କୋବାଲ୍ଟ, ସୋଡିୟମ୍, ଲୌହ ଇତ୍ୟାଦି । 

  • ଉତ୍ପାଦକ ମାନଙ୍କଠାରୁ ପୋଷାକ ପଦାର୍ଥ ତୃଣଭୋଜୀ ଏବମ୍ ପରେ ପରେ ଭକ୍ଷକ ପ୍ରାଣୀଙ୍କ ଶରୀରକୁ ଯାଏ ଏବମ୍ ପରେ ଉଭୟଙ୍କର ମୃତ୍ୟୁ ତାଙ୍କ ଶରୀର ମଧ୍ୟରୁ ପୋଷକ ପଦାର୍ଥ ଗୁଡିକ ମାଟିରେ ଥିବା ବୀଜାଣୁ ଓ କବକ ମାନଙ୍କଦ୍ଵାରା ଅପଘଟିତ ହେଇ ପୁଣି ପରିବେଶକୁ ପ୍ରବେଶ କରିଥାଏ । 

  • ପୁନର୍ବାର ଏହି ମୁକ୍ତ ପୋଷାକ ଗୁଡିକ ଉଦ୍ଭିଦ ଏବମ୍ ଅନ୍ୟ ଜୀବଙ୍କ ଦ୍ଵାରା ବ୍ୟବହୃତ ହୋଇଥାଏ । 

  • ଜୀବ ଶରୀର ଏବମ୍ ପରିବେଶ ମଧ୍ୟଦେଇ ପୋଷକର ଏହି ନିରବଛିନ୍ନ ଚକ୍ରାକାର ପ୍ରବାହକୁ ‘ପୋଷାକ ଚକ୍ର’ କୁହାଯାଏ । 

  • ମାଟି, ଜଳ, ବାୟୁମଣ୍ଡଳ ଓ ଜୀବ ଶରୀରରେ ଅନେକ ଗୁଡିଏ ରାସାୟନିକ ପ୍ରତିକ୍ରିୟା ଦ୍ଵାରା ଏହି  ପୁନଃପ୍ରବାହ ପ୍ରକ୍ରିୟା ସଂଗଠିତ ହୋଇ ପାରୁଛି ଏଣୁ ଏହାକୁ ଜୈବ ଭୂ-ରାସାୟନିକ ଚକ୍ର ମଧ୍ୟ କୁହାଯାଏ । 

ଅମ୍ଳଜାନ ଚକ୍ର :-

  • ବାୟୁମଣ୍ଡଳ ରେ ଶତକଡା ୨୧ ଭାଗ ଅମ୍ଳଜାନ ଜଳଭାଗରେ ଦ୍ରବୀଭୂତ ହୋଇ ଏବମ୍ ବିଭିନ୍ନ ପଦାର୍ଥ ମାନଙ୍କ ସହିତ ମିଶି ଅମ୍ଳଜାନ ବାୟୁମଣ୍ଡଳରେ ଯଥା :- ସଲଫର୍ ଅକ୍ସାଇଡ, ନାଇଟ୍ରୋଜେନ ଅକ୍ସାଇଡ, ଅଙ୍ଗାରକାମ୍ଳ ଓ କାର୍ବନ୍ ମନୋକ୍ସାଇଡ୍ ଭାବରେ ରହିଛି । 

  • ସମସ୍ତ ଧାତବ ସହିତ ମିଶି ମେଟାଲ ଅକ୍ସାଇଡ୍ ଏବମ୍ ସିଲିକନ ଓ ଗନ୍ଧକ ସହିତ ମିଶି ସିଲିକେଟ୍ ଓ ସଲଫେଟ୍ ଆକାରରେ ଏବମ୍ ନାଇଟ୍ରେଟ୍ ଭାବରେ ଯବକ୍ଷାରଜାନ ସହିତ ମିଶି ଜଳ ଓ ମୂର୍ତ୍ତିକାରେ ରହିଥାଏ । 

  • ଅମ୍ଳଜାନ ଜୈବିକ ପଦାର୍ଥ ଗୁଡିକରେ ଏକ ମୁଖ୍ୟ ଅନୁ ଶ୍ଵସନ ପ୍ରକ୍ରିୟା ମାଧ୍ୟମରେ ଅମ୍ଳଜାନ ଜୀବଜଗତ ମଧ୍ୟକୁ ପ୍ରବେଶ କରିଥାଏ ଏବମ୍ ଅଙ୍ଗାରକାମ୍ଳ ଭାବରେ ବାୟୁମଣ୍ଡଳକୁ ଫେରିଥାଏ । 

  • ଜୀବ ମାନଙ୍କର ବର୍ଜ୍ୟବସ୍ତୁ ଓ ମୃତ ଶରୀରକୁ ଅଣୁଜୀବମାନେ ଅପଘଟନ କରିବା ସମୟରେ ବାୟୁମଣ୍ଡଳରୁ ଅମ୍ଳଜାନ ଶୋଷଣ କରି ଅଙ୍ଗାରକାମ୍ଳ ନିର୍ଗତ କରିଥାନ୍ତି । 

  • ଏହି ଅଙ୍ଗାରକାମ୍ଳ ଉଦ୍ଭିଦମାନଙ୍କ ଦ୍ଵାରା ଶୋଷିତ ହୋଇ ଆଲୋକଶ୍ଳେଷଣ ଦ୍ଵାରା ଶ୍ଵେତସାରରେ ପରିଣତ ହୁଏ । 

  • ଏହି ପ୍ରକ୍ରିୟା ଦ୍ଵାରା ଜଳ ଅଣୁ ଭାଙ୍ଗି ଅମ୍ଳଜାନ ଗ୍ୟାସ୍ ଆକାରରେ  ବାୟୁମଣ୍ଡଳକୁ ନିର୍ଗତ ହୋଇଥାଏ ଓ ଅମ୍ଳଜାନ ଚକ୍ର ସମ୍ପୁର୍ଣ ହୋଇଥାଏ ।

ଅଙ୍ଗାରକ ଚକ୍ର :-

  • ପୃଥିବୀ ପୃଷ୍ଠରେ ଅଙ୍ଗାରକ ବାୟୁମଣ୍ଡଳରେ ମୁଖ୍ୟତଃ ଅଙ୍ଗାରକାମ୍ଳ ବାଷ୍ପ ଆକାରରେ, ମୃତ୍ତିକାରେ ଅର୍ଦ୍ଧ ଅପଘଟିତ ଜୈବ ଅଙ୍ଗାରକ ଭାବରେ ରହିଥାଏ । 

  • ସମସ୍ତ ଜୀବ ମାନଙ୍କର ଶରୀର ଗଠନ ରେ ଅଙ୍ଗାରକ ମୁଖ୍ୟ ଭୂମିକା ବହନ କରିଥାଏ ଓ ସମସ୍ତ ଜୈବିକ ପଦାର୍ଥରେ ଅନ୍ୟ ଅଣୁମାନଙ୍କ ସହିତ ବିଭିନ୍ନ ଅନୁପାତରେ ରହିଥାଏ

  • ଭୂପୃଷ୍ଠ ରେ ମଧ୍ୟ ଖଣିଜ ତୈଳ, କୋଇଲା, ଗ୍ରାଫାଇଟ ଓ ହୀରା ଭାବରେ ପ୍ରଚୁର ପରିମାଣ ରେ ଅଙ୍ଗାରକ ଗଚ୍ଛିତ ହୋଇ ରହିଛି । 

  • ଜଳ ମଣ୍ଡଳରେ, ବାୟୁ ମଣ୍ଡଳ ଅପେକ୍ଷା ୫୦ ଗୁଣା ଅଧିକା ଅଙ୍ଗାରକାମ୍ଳ ଦ୍ରବୀଭୂତ ହୋଇ ରହିଛି । 

  • ସମୁଦ୍ରର ତଳ ଭାଗରେ ମଧ୍ୟ ବହୁ ପରିମାଣର ଅଙ୍ଗାରକ, କାର୍ବୋନେଟ୍, ପଥର ଭାବରେ ମଧ୍ୟ ଜମି ରହିଛି । 

  •  ଜୈବିକ ପ୍ରକ୍ରିୟା ଦ୍ଵାର ଅଙ୍ଗାରକ ନିୟମିତ ଭାବରେ ବାୟୁମଣ୍ଡଳରୁ ଜଳ, ମାଟି ଓ ପୁଣି ବାୟୁମଣ୍ଡଳକୁ ଯାତାୟତ କରିଥାଏ । ଏହି ପ୍ରକ୍ରିୟାକୁ ଅଙ୍ଗାରକ ଚକ୍ର କୁହାଯାଏ । 

  • ସବୁଜ ଉଦ୍ଭିଦ ମାନେ ଅଙ୍ଗାରକାମ୍ଳ ଶୋଷଣ କରି ଆଲୋକଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ଜୈବିକ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । 

  • ଏଥିରୁ ସୃଷ୍ଟି ହୋଇଥିବା ଜୈବିକ ଖାଦ୍ୟ ଉଦ୍ଭିଦ ମାନଙ୍କ ଦ୍ଵାରା ଶ୍ଵାସକ୍ରିୟା ସହାୟତାରେ ଦହନ ହୋଇ ବାୟୁମଣ୍ଡଳକୁ ପୁନର୍ବାର ଅଙ୍ଗାରକାମ୍ଳ ଗ୍ୟାସ ହୋଇ ଫେରି ଆସିଥାଏ । 

  • ଅବଶିଷ୍ଟ ଜୈବିକ ପଦାର୍ଥ ଉଦ୍ଭିଦ ମାନଙ୍କ ଶରୀର ଗଠନରେ ବ୍ୟବହୃତ ହୋଇଥାଏ । 

  • ଉଦ୍ଭିଦ ଓ ପ୍ରାଣୀମାନଙ୍କ ଦ୍ଵାରା ରେଚିତ ଏବମ୍ ମୃତ ଜୈବିକ ପଦାର୍ଥଗୁଡିକ ଅଣୁଜୀବମାନଙ୍କ ଦ୍ଵାରା ଅପଘଟିତ ହୋଇ ପୁନର୍ବାର ଅଙ୍ଗାରକାମ୍ଳ ବାଷ୍ପ ଭାବରେ ବାୟୁମଣ୍ଡଳକୁ ଫେରିଆସେ । 

  • ଜୀବ ମାନଙ୍କ ଶ୍ଵାସକ୍ରିୟାରୁ ମଧ୍ୟ ଅଙ୍ଗାରକାମ୍ଳ ସୃଷ୍ଟି ହୁଏ ଏବମ୍ ଏହା ବାୟୁମଣ୍ଡଳକୁ ନିର୍ଗତ ହୋଇଥାଏ । 

ଯବକ୍ଷାରଜାନ ଚକ୍ର :-

  • ବାୟୁମଣ୍ଡଳରେ ଯବକ୍ଷାରଜାନର ପରିମାଣ ସବୁଠାରୁ ଅଧିକ ମାତ୍ରାରେ ରହିଥାଏ । 

  • ଆମ ଶରୀରର ବିଭିନ୍ନ ଜୈବ ଅଣୁ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । 

  • ଉଦ୍ଭିଦ ଓ ପ୍ରାଣୀମାନେ ସିଧାସଳଖ ବାୟୁମଣ୍ଡଳରୁ ଗ୍ରହଣ କରି ବ୍ୟବହାର କରିପାରନ୍ତି ନାହିଁ । 

  • ବାୟୁମଣ୍ଡଳର ଯବକ୍ଷାରଜାନ ଅଣୁକୁ କେତେକ ବ୍ୟାକ୍ଟେରିଆ ବିବନ୍ଧନ ପ୍ରକ୍ରିୟାରେ ଆମୟନୀୟମ୍ ରେ, କିଛି ସାହାଜୀବୀ ବ୍ୟାକ୍ଟେରିଆ ଯଥା :- ରାଇଜୋବିଅମ୍ ଡାଲି ଜାତୀୟ ଫସଲର ଚେରରେ ଥାଇ ଯବକ୍ଷାରଜାନ ବିବନ୍ଧନ କରିଥାନ୍ତି, ଆଉକିଛି ବ୍ୟାକ୍ଟେରିଆ ଯଥା  ଆଜୋଟୋବାକ୍ଟର ଓ ନୀଳହରିତ ଶୈବାଳ ଯଥା ଆନାବିନା ସ୍ବାଧୀନ ଭାବେ ଯବକ୍ଷାରଜାନକୁ ଆମୋନୀୟମ୍ ରେ ପରିଣତ କରିଥାନ୍ତି । 

  • ଏବମ୍ ଏହି ଆମୟନୀୟମ୍ କୁ ଅନ୍ୟ କିଛି ଉପଯୋଗୀ ବ୍ୟାକ୍ଟେରିଆ ଉଦ୍ଭିଦର ବ୍ୟବହାର ଉପଯୋଗୀ ରସାୟନରେ ପରିଣତ କରିଥାନ୍ତି ଏହାକୁ ନାଇଟ୍ରିଫିକେଶନ କୁହାଯାଏ । 

  • ବିଜୁଳି ଓ ଘଡଘଡି ଯୋଙ୍ଗୁ ମଧ୍ୟ ଯବକ୍ଷାରଜାନ ଓ ଅମ୍ଳଜାନ ରାସାୟନିକ ବିବନ୍ଧନ ଘଟି ନାଇଟ୍ରୋଜେନ୍ ଅକ୍ସାଇଡ୍ ସୃଷ୍ଟି ହୋଇ ବର୍ଷା ଜଳ ସହିତ ମିଶି ମାଟିକୁ ଆସେ ଏବମ୍ ମାଟିରେ ଏହା ଉଦ୍ଭିଦ ଗ୍ରହଣ ଉପଯୋଗୀ ରସାୟନରେ ପରିଣତ ହୋଇଥାଏ

  • ଉଦ୍ଭିଦ ଓ ପ୍ରାଣୀମାନଙ୍କ ମୃତ ଶରୀର ଓ ଉସ୍ଵେଦିତ ବର୍ଜ୍ୟ ପଦାର୍ଥ ଗୁଡିକର ଅପଘଟନ, ଆମୋନିକରଣ ବ୍ୟାକ୍ଟେରିଆ ଦ୍ବାରା ପ୍ରୋଟିନ ଓ ଅମିନୋଏସିଡ୍ ଆଦି ପଦାର୍ଥ ରୁ ଅମୋନିଆ ସୃଷ୍ଟି ହୋଇଥାଏ ଏବମ୍ ପରେ ନାଇଟ୍ରିଫାଇଙ୍ଗ ବ୍ୟାକ୍ଟେରିୟା ଦ୍ଵାରା ନାଇଟ୍ରେଟ୍ ରେ ପରିଣତ ହୋଇଥାଏ । 

  • ଅମ୍ଳଜାନର ଅଭାବରେ ଅପ ଯବକ୍ଷାର ବ୍ୟାକ୍ଟେରିଆ ଡିନାଇଟ୍ରିଫିକେଶନ ପ୍ରକ୍ରିୟାରେ ନାଇଟ୍ରାଇଟ୍ ଓ ନାଇଟ୍ରେଟ୍ କୁ ଭାଙ୍ଗି ସେଥିରେ ଥିବା ଅମ୍ଳଜାନକୁ ଶ୍ଵସନ କରନ୍ତି ଓ ଯବକ୍ଷାର ଜାନ କୁ ଗ୍ୟାସୀୟ ଅଣୁ ଭାବରେ ବାୟୁମଣ୍ଡଳ କୁ ନିର୍ଗତ କରନ୍ତି । 


ଜୈବ ପରିବର୍ଦ୍ଧନ :-

  • କେତେକ ବିଷାକ୍ତ ପଦାର୍ଥ ଜୀବ ଶରୀରରୁ ରେଚନ କ୍ରିୟା ଦ୍ଵାରା ନିଷ୍କାସିତ ହୋଇପାରେ ନାହିଁ । 

  • ଫଳରେ କୋଷ ମଧ୍ୟରେ ଜମା ହୋଇଥାଏ ଏବମ୍ ଖାଦ୍ୟ ଶୃଙ୍ଖଳର ବିଭିନ୍ନ ସ୍ତର ଦେଇ ଶୀର୍ଷ ଭକ୍ଷକ ଠାରେ ପହଞ୍ଚିଲା ବେଳକୁ ଏହାର ପରିମାଣ ବହୁଗୁଣିତ ହୋଇଯାଇଥାଏ । 

  • ଫଳରେ ଶରୀର ମଧ୍ୟରେ ବିଷକ୍ତ ପଦାର୍ଥର ବୃଦ୍ଧି ହୋଇଥାଏ ଏବମ୍ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇଥାଏ । 

  • ବିଷାକ୍ତ ପଦାର୍ଥ ର କ୍ରମାଗତ ବୃଦ୍ଧିକୁ ଜୈବପରିବର୍ଦ୍ଧନ କୁହାଯାଏ । 

  • କୀଟନାଶକ ଔଷଧର ଜୈବପରିବର୍ଦ୍ଧନ ହେତୁ ଚଢେଇ ଏବମ୍ ଅନ୍ୟ ପ୍ରାଣିମାନଙ୍କର ପ୍ରଜନନ କ୍ଷମତା ହ୍ରାସ ପାଇବାରେ ଲାଗିଛି । 

  • ମନୁଷ୍ୟ ଗୋଟିଏ ସର୍ବଭୋଜୀ ପ୍ରାଣୀ ହୋଇଥିବା ହେତୁ ଜୈବପରିବର୍ଦ୍ଧନ ଯୋଗୁଁ ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ । 

ସମ ସ୍ତିତି :-

  • ପରିବେଶର ବିଭିନ୍ନ କାରକ ଗୁଡିକର ପରିବର୍ତ୍ତନ ହେତୁ ଜୀବମାନେ ସଫଳଭାବେ ବଞ୍ଚିରହିବା ପାଇଁ ଜୀବମାନେ ନିଜ ଶରୀରର ଅନ୍ତଃ ପରିବେଶକୁ ସ୍ଥିର ରଖିବାକୁ ଚେଷ୍ଟା କରନ୍ତି ଏବମ୍ ଜୀବ ନିଜ ଶରୀର ମଧ୍ୟରେ ଥିବା ନିର୍ଦ୍ଧିଷ୍ଟ ନିୟନ୍ତ୍ରଣ ପ୍ରକ୍ରିୟା ଦ୍ଵାରା ଦେହ ଭିତର ପରିବେଶରେ ସମସ୍ତିତି ରକ୍ଷା କରିପାରେ । 

  • ଗୋଟିଏ ପରିସଂସ୍ଥାରେ ସମସ୍ତିତି ରକ୍ଷା ପାଇଁ ତହିଁରେ ଥିବା ଉପାଦାନ ମାନେ ପରସ୍ପର ମଧ୍ୟରେ ସଂତୁଳନ ରକ୍ଷା କରିଥାନ୍ତି । 

  • ଯଦି ସମସ୍ତିତି ଦୁର୍ବଳ ହୁଏ କୌଣସି କାରଣରୁ ତେବେ ପରିସଂସ୍ଥାର ଭାରସାମ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। 

  • ସେଥିପାଇଁ ପରିସଂସ୍ଥାର ସଫଳ କାର୍ଯ୍ୟ କାରିତା ପାଇଁ ସମସ୍ତିତି ଏକାନ୍ତ ଆବଶ୍ୟକ। 

ପରିବେଶ ସମସ୍ୟା :-

  • ବହୁ ବର୍ଷ ପୂର୍ବେ ମନୁଷ୍ୟ ବଣ,ଜଙ୍ଗଲ ଓମ ଗୁମ୍ଫାରେ ବାସ କରୁଥିଲା । 

  • ଶିକାର ଓ ପ୍ରକୃତିରୁ ଫଳ, ମୂଳ ସଂଗ୍ରହ କରୁଥିଲା ଏବମ୍ ପ୍ରକୃତି ଓ ପ୍ରାକୃତିକ ବିପର୍ଯ୍ୟୟକୁ ଭୟ କରୁଥିଲା । 

  • ଧୀରେ ଧୀରେ ବିଜ୍ଞାନର ଅଗ୍ରଗତି ଫଳରେ ମନୁଷ୍ୟ ପ୍ରକୃତି ବିଷୟରେ ଏବମ୍ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଅଧିକ ଜାଣିପାରିଲା ଏବମ୍ ପ୍ରକୃତିକୁ ଭୟ କଲା ନାହିଁ । 

  • ଅତ୍ୟଧିକ ଲୋଭ ଯୋଗୁଁ ଆବଶ୍ୟକଠାରୁ ଅଧିକ ପରିମାଣରେ ପ୍ରାକୃତିକ ସମ୍ପଦର ଅପବ୍ୟବହାର କରିଚାଲିଲା ଫଳରେ ପ୍ରାକୃତିକ ବିଭବ ଧୀରେ ଧୀରେ କ୍ଷୟ ହେବାରେ ଲାଗିଲା । 

  • ଫଳରେ ପରିବେଶରେ ବିଭିନ୍ନ ପରିବର୍ତ୍ତନମାନ ଦେଖାଗଲା ଏବମ୍ ଏବେ ଜୀବଜଗତ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହେଲାଣି । 

  • ବିଭିନ୍ନ ପ୍ରକାର ସମସ୍ୟା ପରିବେଶରେ ଦେଖାଦେବ ଯଥା :-

୧. ଖଣି ଖନନ, ରାସ୍ତା ତିଆରି, କଳକାରଖାନା ପ୍ରତିଷ୍ଠା, ନଦୀବନ୍ଧ ଯୋଜନା ଇତ୍ୟାଦ୍ଵାରା ପୃଥିବୀର ଜଙ୍ଗଲ ସମ୍ପଦ ହ୍ରାସ ପାଇବା ସହିତ ଜୈବବିବିଧତା ଉପରେ ଏହାର ପ୍ରଭାବ ପଡୁଛି । 

୨. ଜଙ୍ଗଲ ଓ ମୂର୍ତିକା କ୍ଷୟ ଦ୍ଵାରା ପତିତଜମି ସୃଷ୍ଟିହେବା ସହିତ ମରୁ ପ୍ରସାର ଘଟୁଛି । 

୩. ଶିତଳୀ କରଣ ଯନ୍ତ୍ରରେ ବ୍ୟବହୃତ କ୍ଲୋରୋଫ୍ଲୋରୋକାର୍ବନ ଓଜୋନ୍ ସ୍ତରରେ ଛିଦ୍ର ସୃଷ୍ଟି କଲାଣି ଫଳରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣି ରଶ୍ମୀ ଏବେ ପୃଥିବୀ ପୃଷ୍ଟରେ ସିଧାସଳଖ ପହଞ୍ଚିଲାଣି ଏହାର ପ୍ରଭାବରେ ମନୁଷ୍ୟ ମାନଙ୍କ ଦେହରେ ଚର୍ମ କର୍କଟ ରୋଗ ଓ ଆଖିରେ ପରଳ ରୋଗ ଦେଖା ଦେଉଛି । 

୪. ବାୟୁମଣ୍ଡଳରେ ସବୁଜ କୋଠରି ଗ୍ୟାସର ପରିମାଣ ବୃଦ୍ଧି ଯୋଗୁଁ ଧିରେ ଧିରେ ବାୟୁମଣ୍ଡଳର ତାପମାତ୍ରା ବଢି ବିଶ୍ଵତାପନ ବା ଗ୍ଲୋବାଲୱାର୍ମିଂର କାରଣ ହେଲାଣି । 

୫. ଅମ୍ଳ ବର୍ଷା ହେବା ଫଳରେ ଜଙ୍ଗଲ ଓ ଘାସ ପଡିଆ ଏବମ୍ ଶସ୍ୟ କ୍ଷେତ୍ର ରେ ଉତ୍ପାଦନ କ୍ଷମତା ହ୍ରାସ ପାଇଲାଣି । 

୬. ପ୍ରତିଦିନ ସହରାଞ୍ଚଳରେ ଗଦା ଗଦା ସୃଷ୍ଟି ହେଉଥିବା କଠିନ ବର୍ଜ୍ୟର ପରିଚାଳନା ଠିକ ରୂପେ ହୋଇପାରୁନାହିଁ ।  ଅନ୍ୟ ପକ୍ଷରେ ବଡ  ବଡ ସହର ମାନଙ୍କରୁ ବାହାରୁଥିବା ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ, ପାରଦ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ, ଧାତୁ ନିର୍ମିତ ପଦାର୍ଥ ଆଦି ଜୈବ – ଅବନମିତ ଅକ୍ଷମ ଫଳରେ ଅନୁଜୀବଙ୍କ ଦ୍ଵାରା ଅପଘଟନ ହୋଇ ପାରେ ନାହିଁ ଏବମ୍ ପରିବେଶକୁ ପ୍ରଦୂଷିତ କରିଥାଏ ଫଳରେ ମଣିଷ ଓ ଗୃହ ପାଳିତ ପଶୁ ବହୁ ରୋଗରେ ଆକ୍ରାନ୍ତ ହେଲେଣି । 

ଆମେ କଅଣ କରିପାରିବା :- 

  • ମନୁଷ୍ୟର ଲୋଭ ଏବମ୍ ଅସଂଯତ ବ୍ୟବହାର ହେତୁ ପରିବେଶ ଧ୍ଵଂସ ମୁଖକୁ ଗତି କରୁଛି । 

  • ତେଣୁ ସମସ୍ତ ମନୁଷ୍ୟ କୁ ପରିବେଶ ସୁରକ୍ଷା ଏବମ୍ ପରିବେଶର ଉନ୍ନତି ଦିଗରେ ଯତ୍ନବାନ ହେବା ଉଚିତ୍ । 

  • ଚୀନ୍ ଦେଶରେ ଏକ ଲୋକ ପ୍ରବାଦ ରହିଛି 

“ ଯଦି ଗୋଟିଏ ବର୍ଷ ପାଇଁ ଯୋଜନା କରୁଛ ତ ଧାନ ଚାଷ କର ଯଦି ଦଶ ବର୍ଷ ପାଇଁ ଯୋଜନା କରୁଛ ତେବେ ଗଛ ଲଗାଅ ଯଦି ୧୦୦ ବର୍ଷ ପାଇଁ ଯୋଜନା କରୁଛ ତେବେ ଜନସାଧାରଣଙ୍କୁ ଶିକ୍ଷିତ କରାଅ

  • ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ମାନ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମାନଙ୍କରେ ଅନୁଷ୍ଠିତ କରି ସମସ୍ତ ଯୁବ ପିଢୀ ଏବମ୍ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ସଚେତନ କରାଯାଉଛି । 

  • ଏ ଦିଗରେ ଭାରତର କେତେକ ଉତ୍ସାହୀ ସ୍ଵେଛାସେବି ସଂଗଠନ କାର୍ଯ୍ୟ କରୁଛନ୍ତି ଯଥା :-

୧. ଦିଲ୍ଲୀ ଏବମ୍ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଉପରେ ଗବେଷଣା କରିବା ସହିତ ସବୁଜ ବଳୟ ସୃଷ୍ଟି ପାଇଁ ୧୯୭୯ ମସିହା ଠାରୁ ‘କଳ୍ପବୃକ୍ଷ’ ନାମକ ଏକ ସଂସ୍ଥା କାର୍ଯ୍ୟ କରୁଛିସଂସ୍ଥା ତରଫରୁ ସ୍କୁଲ ଛାତ୍ର ମାନଙ୍କୁ ପରିବେଶ ସୁରକ୍ଷା ବିଷୟରେ ଶିକ୍ଷା ଦିଆଯାଉଛି । 

୨. “କେରଳ ଶାସ୍ତ୍ର ସାହିତ୍ୟ ପରିଷଦ” ନାମକ ଏକ ସଂସ୍ଥା ଗୋବର ଗ୍ୟାସ୍, ଧୂମହୀନ କୋଇଲା ଓ ଚୁଲାର ବ୍ୟବହାର ପାଇଁ ଗାଁମାନଙ୍କରେ ସଚେତନତା ସୃଷ୍ଟି ଉଦେଶ୍ୟରେ ୧୯୭୦ ମସିହା ଠାରୁ କାର୍ଯ୍ୟ କରୁଛି । 

୩. ୧୮୮୩ ମସିହାରେ ପ୍ରତିଷ୍ଠିତ “ବମ୍ବେ ନାଚୁରାଲ୍ ହିଷ୍ଟ୍ରି ସୋସାଇଟି” ବନ୍ୟଜୀବ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରୁଛି । 

  • ଏହା ଦ୍ଵାରା ସମସ୍ତଙ୍କୁ ସୂଚିତ କରାଯାଏ ଯେ ମାଟି, ପାଣି, ପବନ, ବୃକ୍ଷଲତା, ସମସ୍ତ ଜୀବ ଓ ସୂର୍ଯ୍ୟାଲୋକର ବ୍ୟବହାର ଉପରେ ସମଗ୍ର ଜୀବ ଜଗତର ଅଧିକାର ରହିଛି । 

  • ଆମର କର୍ତ୍ତବ୍ୟ ହେଉଛି ଏହି ୬ ଗୋଟି ପ୍ରାକୃତିକ ସମ୍ବଳକୁ ଆମର ଭବିଷ୍ୟତ ପିଢି ପାଇଁ ଠିକ୍ ଭାବରେ ରଖିବା । 

Ratings
No reviews yet, be the first one to review the product.