Bharatare Asahojoga Andolona O Odishare Ehara Prabhaba ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡିଶାରେ ଏହାର ପ୍ରଭାବ Class 10 History Unit 1- Chapter 2- Question and Answer

Language : Odia

BSE Odisha Board Class 10 History Unit 1- Chapter 2- Non - Cooperation Movement in India and Its impact in Odisha - Bharatare Asahojoga Andolona O Odishare Ehara Prabhaba 


ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡିଶାରେ ଏହାର ପ୍ରଭାବ

ପ୍ରଶ୍ନାବଳୀ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

କ) ଖିଲାଫତ୍ ଆନ୍ଦୋଳନ କାହିଁକି ହୋଇଥିଲା ଏବଂ ଏହାର ପରିଚାଳନା ପାଇଁ ଗଠିତ କମିଟିରେ କେଉଁମାନେ ସଦସ୍ୟ ରହିଥିଲେ ?

  • ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ମିତ୍ରଶକ୍ତି ବିରୋଧରେ ଯୁଦ୍ଧ କରିଥିଲା | ଯୁଦ୍ଧ ସମୟରେ ତୁର୍କୀ ସାମ୍ରାଜ୍ୟକୁ  ବିଭାଜିତ କରି ଦିଆଗଲା |
  • ତୁର୍କୀ ପ୍ରତି ଏତାଦୃଶ ବ୍ୟବହାର ଭାରତର ମୁସଲମାନମାନଙ୍କୁ ବ୍ୟଥିତ ଓ କ୍ରୋଧାନ୍ୱିତ କରିଥିଲା |
  • ତୁର୍କୀର ସୁଲତାନ ଥିଲେ ମୁସଲମାନମାନଙ୍କ ଧର୍ମଗୁରୁ ବା ଖଲିଫା |
  • ତୁର୍କୀର ସୁଲତାନଙ୍କୁ ସମର୍ଥନ ଜଣାଇ ତାଙ୍କର କ୍ଷମତା ହ୍ରାସ ବିରୋଧରେ ଦୁଇ ଅଲ୍ଲୀଭ୍ରାତା ସୌକତ ଅଲ୍ଲୀ ଓ ମହମ୍ମଦ ଅଲ୍ଲୀଙ୍କ ନେତୃତ୍ୱରେ ଖିଲାଫତ ଆନ୍ଦୋଳନ ଆରମ୍ଭ କଲେ | ଖଲିଫାଙ୍କୁ ସମର୍ଥନ କରି ଏହି ଆନ୍ଦୋଳନ ହୋଇଥିବାରୁ ଏହାକୁ ଖିଲାଫତ ଆନ୍ଦୋଳନ କୁହାଯାଏ |
  • ଆନ୍ଦୋଳନ ପରିଚାଳନା ପାଇଁ ଗଠିତ ଖିଲାଫତ କମିଟିରେ ଦୁଇ ଅଲ୍ଲୀ ଭ୍ରାତାଙ୍କ ବ୍ୟତୀତ ମୌଲାନା ଆବୁଲ କାଲାମ ଆଜାଦ୍‌, ହକିମ୍‌ ହଜମଲ୍ ଖାଁ ଓ ହସରତ୍ ମୋହାନୀ ସଦସ୍ୟ ରହିଲେ |

ଖ) ଖିଲାଫତ୍ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର |

  • ମହାତ୍ମାଗାନ୍ଧୀ ହିନ୍ଦୁ ଓ ମୁସଲମାନମାନଙ୍କୁ ଏକତ୍ର କରିବା ସହିତ ଜାତୀୟ ଆନ୍ଦୋଳନର ଭିତ୍ତିଭୂମିକୁ ଦୃଢ କରିବା ପାଇଁ ଆନ୍ଦୋଳନକୁ ସମର୍ଥନ କଲେ |
  • ୧୯୧୯ ନଭେମ୍ବରରେ ଗାନ୍ଧିଜୀ ନିଖିଳ ଭାରତ ଖିଲାଫତ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହେଲେ |
  • ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ନିଖିଳ ଭାରତ ଖିଲାଫତ୍ କମିଟି ଅସହଯୋଗ କାର୍ଯ୍ୟକ୍ରମ ଗ୍ରହଣକରି ଆନ୍ଦୋଳନ ଆରମ୍ଭ କଲା |
  • ୧୯୨୦ ଜୁନ୍ ୯ ତାରିଖରେ ଆଲ୍ଲାହାବାଦ ଠାରେ  ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଗଲା |
  • ଗାନ୍ଧିଜୀଙ୍କ ନେତୃତ୍ୱରେ ଖିଲାଫତ୍ କମିଟି ଇଂରେଜ ସରକାରଙ୍କ ସହିତ ସମ୍ପର୍କ ଛିନ୍ନ କରିବା ନିଷ୍ପତ୍ତି ନେଲା | ମୁସଲିମ୍ ଲିଗ୍ ଓ ଭାରତୀୟ ଜାତୀୟ କଂଗ୍ରେସ୍ ଖିଲାଫତ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ |

ଗ) ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କ'ଣ ଥିଲା ?

  • ୧୯୧୯ ମସିହାରେ ଭାରତ ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ ହେବାକୁଥିବା ନିର୍ବାଚନ ଏବଂ ସରକାରୀ ଉତ୍ସବ ବର୍ଜନ |
  • ସମସ୍ତ ପ୍ରକାର ସରକାରୀ ଉପାଧି ଫେରସ୍ତ ଓ ସରକାରୀ ପଦବୀରୁ ଇସ୍ତଫା |
  • ଆଇନଜୀବୀଙ୍କ ଦ୍ୱାରା ବିଚାରଳୟ ବର୍ଜନ ଏବଂ ଛାତ୍ରମାନଙ୍କ ଦ୍ୱାରା ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବର୍ଜନ |
  • ବିଦେଶୀ  ଦ୍ରବ୍ୟ ତଥା ବିଦେଶୀ ଲୁଗା ବର୍ଜନ |
  • ଏହା ବ୍ୟତୀତ କେତେକେ ଗଠନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବାପାଇଁ ସ୍ଥିର କରାଯାଇଥିଲା | ସେଗୁଡିକ ହେଲା ଖଦୀ ଓ ଗ୍ରାମୋଦ୍ୟୋଗର ପ୍ରସାର, ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଏକତା ସୃଷ୍ଟି, ଅସ୍ସୃଶ୍ୟତା ନିରାକରଣ ଓ ଜାତୀୟ ଶିକ୍ଷାନୁଷ୍ଠାନ ସ୍ଥାପନ |

ଘ)  ଅସହଯୋଗ ଆନ୍ଦୋଳନର ଫଳାଫଳ କ'ଣ ହେଲା?

  • ୧୯୨୨ ମାର୍ଚ୍ଚ ୧୦ ତାରିଖରେ ଗାନ୍ଧିଜୀଙ୍କୁ ଗିରଫକରାଯାଇ ୬ ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା | ଏହି ଆନ୍ଦୋଳନ ସ୍ଥଗିତ ହୋଇଥିଲା ସତ କିନ୍ତୁ ଆନ୍ଦୋଳନର ପ୍ରଭାବ ସୁଦୂରପ୍ରସାରୀ ଥିଲା |
  • ପ୍ରଥମ ଥର ପାଇଁ ଇଂରେଜସରକାର ବିରୋଧୀ ଆନ୍ଦୋଳନ ସଂଗଠିତ ଭାବେ ପରିଚାଳିତ  ହୋଇଥିଲା ଏବଂ ଭବିଷ୍ୟତ ବିପ୍ଲବ ପାଇଁ ଭାରତବାସୀଙ୍କୁ ଉତ୍ସାହିତ କରିଥିଲା |
  • ପ୍ରଥମ ଥର ପାଇଁ କଂଗ୍ରେସ ଆନ୍ଦୋଳନ ଜନ ଆନ୍ଦୋଳନରୁ ଗଣ ଆନ୍ଦୋଳନରେ ପରିଣତ ହୋଇ ପାରିଥିଲା |
  • ୧୯୨୨ ରେ ମୁସ୍ତାଫା କମାଲ ପାଶାଙ୍କ ନେତୃତ୍ୱରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠିତ ହେବା ଦ୍ୱାରା ସେଠାରେ ଖଲିଫା  ବ୍ୟବସ୍ଥାର ଉଚ୍ଛେଦ ହେଲା | ଫଳରେ ଖିଲାଫତ ଆନ୍ଦୋଳନର ଯୌକ୍ତିକତା ରହିଲା ନାହିଁ  |
  • ଅସହଯୋଗ ଆନ୍ଦୋଳନ ସ୍ଥଗିତ  ରଖାଯିବା ପରେ ଭାରତରେ ଖିଲାଫତ  ଆନ୍ଦୋଳନର ମଧ୍ୟ ଅବସାନ ଘଟିଲା |
  • ସ୍ଵାଧୀନତା ଆନ୍ଦୋଳନର ପ୍ରଥମ ଶକ୍ତ ଧକ୍‌କାକୁ ଇଂରେଜ ସରକାର ବରଦାସ୍ତ କରିଥିଲା ସତ ମାତ୍ର ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଭାରତୀୟମାନଙ୍କର ସମ୍ମୁଖୀନ ହେବା ଯୋଗୁଁ  ଇଂରେଜ ସରକାରକୁ ବହୁ କଷ୍ଟ ସହିବାକୁ ପଡିଥିଲା |

ଙ) ଅସହଯୋଗ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ଓଡ଼ିଶା ପରିଦର୍ଶନର ଏକ ବିବରଣୀ ଦିଅ |

  • ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାରେ ଲୋକାଭିମୁଖୀ କରାଇବା ନିମନ୍ତେ ୧୯୨୧ରେ ମହାତ୍ମାଗାନ୍ଧୀ ଓଡ଼ିଶା ଆସିଥିଲେ |
  • ୧୯୨୧ ମାର୍ଚ୍ଚ ୨୩ରେ ସେ କଟକଠାରେ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ  |
  • ଗାନ୍ଧିଜୀଙ୍କର ଉଦ୍‌ବୋଧନରେ ଅନୁପ୍ରାଣିତ ହୋଇ ରମାଦେବୀଙ୍କ ସମେତ ବହୁ ନାରୀ ସେମାନଙ୍କର ଅଳଙ୍କାର ସାମଗ୍ରୀ ‘ତିଳକ ସ୍ଵରାଜ ପାଣ୍ଡି’କୁ ଦାନ କରିଥିଲେ | ଏହା ପରେ ଗାନ୍ଧୀ ଭଦ୍ରକ, ପୁରୀ ଓ ବ୍ରହ୍ମପୁର ଠାରେ ଉଦ୍‌ବୋଧନ ଦେଇ ଓଡ଼ିଶାବାସୀଙ୍କ ମନରେ ଜାତୀୟ ଉନ୍ମାଦନା ସୃଷ୍ଟି କରିଥିଲେ |
  • ଖଦୀର ବ୍ୟବହାର, ଚରଖାର  ପ୍ରଚଳନ ଏବଂ ସ୍ଵଦେଶୀ ଦ୍ରବ୍ୟ ପ୍ରତି ଆଗ୍ରହ ଉପରେ ସେ ଗୁରୁତ୍ୱ  ଦେଇଥିଲେ |

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ |

କ) ଅସହଯୋଗ ଆନ୍ଦୋଳନ କେବେ ଓ କିପରି ଆରମ୍ଭ ହୋଇଥିଲା ?

ଉତ୍ତର : ୧୯୨୦ ଅଗଷ୍ଟ ୧ ରେ ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା | ଉକ୍ତ ଦିନ ପୂର୍ବାହ୍ଣରେ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ୍‌ଙ୍କ ଦେହାନ୍ତ ହୋଇଥିଲା | ବାଲ୍ ଗଙ୍ଗାଧର ତିଲକ୍‌ଙ୍କ ବିୟୋଗ ଜନିତ ଶୋକ ପାଳନ ଓ ଆନ୍ଦୋଳନ ଆରମ୍ଭର ମିଶ୍ରିତ ପ୍ରତିକ୍ରିୟାରେ ସମଗ୍ର ଦେଶରେ ହରତାଳ ଓ ଶୋଭାଯାତ୍ରା ସଂଗଠିତ ହେଲା |

ଖ) କେଉଁ ଘଟଣାଗୁଡ଼ିକ ଅସହଯୋଗ ଆନ୍ଦୋଳନର ଆହ୍ଵାନକୁ ସାକାର କରିବାରେ ସହାୟକ ହୋଇଥିଲା ?

ଉତ୍ତର : ଭାରତ ଶାସନ ଆଇନ ୧୯୧୯ ରେ ତ୍ରୁଟି, ଅମୃତସର ଘଟଣାର ତଦନ୍ତ ପାଇଁ ନିଯୁକ୍ତ ହଣ୍ଟର କମିଟିଙ୍କ  ବିବାରଣୀର ପକ୍ଷପାତିତା ତଥା  ଭାରତର ମୁସଲମାନମାନଙ୍କ ଇଂରେଜ ବିରୋଧୀ ଖିଲାଫତ ଆନ୍ଦୋଳନ ମହାତ୍ମାଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନର ଆହ୍ଵାନକୁ ସାକାର କରିବାରେ ସହାୟକ ହୋଇଥିଲା |

ଗ) କେବେ ଓ କାହିଁକି ହଣ୍ଟର କମିଟି ଗଠିତ ହୋଇଥିଲା ?

ଉତ୍ତର : ଜାଳିଆନାୱାଲାବାଗ ହତ୍ୟାକାଣ୍ଡ ପରେ ଏକ ସରକାରୀ ତଦନ୍ତ ପାଇଁ ଦାବି ହେବାରୁ  ସରକାର ୧୯୧୯ ଅକ୍ଟୋବର ୧୪ ରେ ଲର୍ଡ ହଣ୍ଟରଙ୍କ ନେତୃତ୍ଵରେ ଏକ କମିଟି ଗଠନ କରିଥିଲେ |

ଘ) କଂଗ୍ରେସର କେଉଁ ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ କେଉଁ ଅଧିବେଶନରେ ଏହା ଅନୁମୋଦିତ ହୋଇଥିଲା ?

ଉତ୍ତର : କଂଗ୍ରେସର ୧୯୨୦ ସେପ୍ଟେମ୍ବର ୪ ରୁ ୯ ତାରିଖ ପର୍ଯ୍ୟନ୍ତ କଲିକତା ଠାରେ ଏକ ସ୍ଵତନ୍ତ୍ର  ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ୧୯୨୦ ଡିସେମ୍ବର ମାସରେ ନାଗପୁର ଠାରେ ଅନୁଷ୍ଠିତ କଂଗ୍ରେସର ବାର୍ଷିକ  ଅଧିବେଶନରେ ଏହା ଅନୁମୋଦିତ ହୋଇଥିଲା  |

ଙ) “ତିଳକ ସ୍ଵରାଜ ପାଣ୍ଠି” କ’ଣ ପାଇଁ ଗଠନ କରାଯାଇଥିଲା ?                 

ଉତ୍ତର : ଅସହଯୋଗ ଆନ୍ଦୋଳନ ସମୟରେ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ୍ ଙ୍କ ସ୍ମୃତିରେ “ତିଲକ୍ ସ୍ଵରାଜ ପାଣ୍ଠି” ଗଠିତ ହୋଇଥିଲା | ଅସହଯୋଗ ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ ଏହି ପାଣ୍ଠି ଗଠିତ ହୋଇଥିଲା ଏବଂ ଏହି ପାଣ୍ଠିକୁ ଜନସାଧାରଣ ମୁକ୍ତହସ୍ତରେ ଦାନ କରିଥିଲେ |

ଚ) ୧୯୨୨ ଫେବୃଆରୀ ୧ ତାରିଖରେ ଇଂରେଜ ସରକାରଙ୍କୁ ଗାନ୍ଧିଜୀ କ’ଣ ଚେତାବନୀ ଦେଇଥିଲେ ?

ଉତ୍ତର : ଗାନ୍ଧିଜୀ ଇଂରେଜ ସରକାରଙ୍କୁ ୧୯୨୨ ଫେବୃୟାରୀ ୧ ତାରିଖରେ ଚେତାବନୀ ଦେଲେ ଯେ ସାତଦିନ ଭିତରେ ସମସ୍ତ ରାଜନୈତିକ ଦଳକୁ ମୁକ୍ତ କରା ନଗଲେ ଓ ସମ୍ବାଦପତ୍ରକୁ ପୂର୍ଣ୍ଣ ସ୍ଵାଧୀନତା ଦିଆ ନଗଲେ ସେ ଆଇନ ଅମାନ୍ୟ  ଆନ୍ଦୋଳନ ଆରମ୍ଭ କରିବେ |

ଛ) ମହାତ୍ମାଗାନ୍ଧୀ କେଉଁ କାରଣ ପାଇଁ ଅସହଯୋଗ ଆନ୍ଦୋଳନ ସ୍ଥଗିତ ରଖିଲେ ?

ଉତ୍ତର : ୧୯୨୨ ଫେବୃୟାରୀ ୫ରେ ଉତ୍ତର ପ୍ରଦେଶର ଗୋରଖପୁର ଅଞ୍ଚଳର ଚୌରିଚୌରା ନାମକ ସ୍ଥାନରେ ଆନ୍ଦୋଳନକାରୀମାନେ ଏକ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଲେ | ଏହା ଫଳରେ ୨୨ ଜଣ ପୋଲିସ କର୍ମଚାରୀ ଜୀବନ୍ତ ଦଗ୍‌ଧ ହୋଇଥିଲେ | ଏହି ହିଂସାତ୍ମକ ଘଟଣା ଗାନ୍ଧିଜୀଙ୍କୁ ବ୍ୟଥିତ କଲା ତେଣୁ କାହା ସହିତ ପରାମର୍ଶ ନ କରି ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଘୋଷଣା କଲେ |

ଜ) ନାଗପୁର କଂଗ୍ରେସ ଅଧବେଶନ କେବେ ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ କେତେ ଜଣ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ?

ଉତ୍ତର : ନାଗପୁର କଂଗ୍ରେସ ଅଧବେଶନ ୧୯୨୦ ମସିହା ଡିସେମ୍ବର ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ ୩୫  ଜଣ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ|

ଝ) ଗୋପବନ୍ଧୁ ଦାସ କେଉଁଠାରେ ଏବଂ କ'ଣ ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ?   

ଉତ୍ତର : ଗୋପବନ୍ଧୁ ଦାସ ୧୯୦୯ ରେ ସାକ୍ଷୀଗୋପାଳ ଠାରେ ଏବଂ ଜାତୀୟତାବାଦ ଶିକ୍ଷା ପ୍ରଦାନ ନିମନ୍ତେ  ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ

ଞ) ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦମନ ପ୍ରକ୍ରିୟାରେ ସମ୍ବଲପୁର ମିଶ୍ର ପ୍ରେସ୍‌କୁ କେତେ ଟଙ୍କା ଜୋରିମାନା  କରାଯାଇଥିଲା ଏବଂ କାହିଁକି ?

ଉତ୍ତର : ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦମନ ପ୍ରକ୍ରିୟାରେ ସମ୍ବଲପୁର ମିଶ୍ର ପ୍ରେସ୍‌କୁ ୨୫  ଟଙ୍କା ଜୋରିମାନା  କରାଯାଇଥିଲା କାରଣ  “ସ୍ଵରାଜ ସଙ୍ଗୀତ” ନାମକ ପ୍ରାଚୀର ପତ୍ର ଛାପି ଥିବାରୁ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

କ) କେବେ ଗାନ୍ଧିଜୀ ନିଖିଳ  ଭାରତ ଖଲାଫତ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ?

ଉତ୍ତର : ୧୯୧୯ ନଭେମ୍ବର

ଖ) କେଉଁ ତାରିଖରୁ ଭାରତ ଶାସନ ଆଇନ ୧୯୧୯ ପ୍ରଚଳିତ ହେଲା ?

ଉତ୍ତର : ଡିସେମ୍ବର ୨୩ 

ଗ) ଅସହଯୋଗ ଆନ୍ଦୋଳନ ସମୟରେ କାହାର ପରିଦର୍ଶନକୁ ସତ୍ୟାଗ୍ରହୀମାନଙ୍କ ଦ୍ୱାରା ବାସନ୍ଦ କରାଯାଇଥିଲା ?

ଉତ୍ତର : ୱେଲ୍ସ୍ ର   ଯୁବରାଜଙ୍କ

ଘ) କେଉଁ ସ୍ଥାନରେ ଅନୁଷ୍ଠିତ କଂଗ୍ରେସର ବାର୍ଷିକ ଅଧିବେଶନରେ ଅସହଯୋଗ ଆନ୍ଦୋଳନ ଚାଲୁ ରଖିବାପାଇଁ ନିଷ୍ପତ୍ତି ନିଆଗଲା ?   

ଉତ୍ତର : ୧୯୨୧ ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସରେ କଂଗ୍ରେସର ଅହମ୍ମଦାବାଦ ରେ

ଙ) ମହତ୍ମାଗାନ୍ଧୀ କେଉଁଦିନ କଟକରେ ଜନସମାବେଶକୁ ଉଦ୍ ବୋଧନ ଦେଇଥିଲେ ?     

ଉତ୍ତର : ୧୯୨୧ ମାର୍ଚ୍ଚ ୨୩

ଚ) କାହାର ପ୍ରେରଣାରେ ସମ୍ବଲପୁର ଜିଲ୍ଲା ସ୍କୁଲର ଛାତ୍ରମାନେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ?

ଉତ୍ତର : ଲକ୍ଷ୍ମୀ ନାରାୟଣ ମିଶ୍ର

ଛ) "ଅଳକା ଅଶ୍ରମ" କେଉଁଠାରେ ପ୍ରତିଷ୍ଠିତ ହୋଇଥିଲା ?

ଉତ୍ତର : ଜଗତସିଂହପୁର ଠାରେ

ଜ) କେଉଁ ଲେଖା ପାଇଁ ଗୋପବନ୍ଧୁଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା ?

ଉତ୍ତର : “ସତ୍ୟ ହେଲେ ସାଂଘାତିକ” ସ୍ତମ୍ଭରେ ସରକାରୀ ବିରୋଧୀ ଲେଖା ପାଇଁ ଗୋପବନ୍ଧୁଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା ?

ଜ) କନିକା ପ୍ରକା ଆନ୍ଦୋଳନ ସମୟରେ କନିକାର ରାଜା କିଏ ଥିଲେ ?

ଉତ୍ତର : ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ

ଝ) କେଉଁ ସମ୍ବାଦପତ୍ର ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା ?

ଉତ୍ତର : “ସମାଜ” ଓ “ଉତ୍କଳ ଦୀପିକା” ସମ୍ବାଦପତ୍ର ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା |

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ ଉତ୍ତରଟି ବାଛି ତାର କ୍ରମିକ ନମ୍ବର ସହିତ ଲେଖ |

କ) ହଣ୍ଟର କମିଟି କେବେ ଗଠିତ ହୋଇଥିଲା ?

    i.  ୧୯୧୯ ଅକ୍ଟୋବର ୧୪      ii. ୧୯୧୯ ଡିସେମ୍ବର ୨୩     iii. ୧୯୨୦ ଜୁନ ୯    iv. ୧୯୨୦ ଅଗଷ୍ଟ ୧

ଖ)କେଉଁଟି ଅସହଯୋଗ ଆନ୍ଦୋଳନ ସହିତ ସଂପୃକ୍ତ ନୁହେଁ ?

    i.  ବିଦେଶୀ ଭାଷା ବର୍ଜନ     ii. ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ     iii. ନିର୍ବାଚନ ବର୍ଜନ     iv. ଅସ୍ପୃଶ୍ୟତା ବର୍ଜନ

ଗ) କେଉଁଠାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଅସହଯୋଗ ଆନ୍ଦୋଳନ ସ୍ଥଗିତ  ଘୋଷଣା ଅନୁମୋଦନ କରିଥିଲା ?

    i. ଆଲ୍ଲାହାବାଦ    ii. ବର୍ଦ୍ଦୋଳି      iii.  ଗୋରଖପୁର    iv. ନାଗପୁର

ଘ) କିଏ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି ଥିଲେ ?

    i. ହରେକୃଷ୍ଣ ମହତାବ     ii. ଗୋପବନ୍ଧୁ ଦାସ    iii. ଗୋପବନ୍ଧୁ ଚୌଧୁରୀiv.  ଭାଗରଥୀ ମହାପାତ୍ର

ଙ) କେଉଁ ଅନୁଷ୍ଠାନ  "ସ୍ଵରାଜ୍ୟ ସମାଚାର" ପତ୍ରିକା ପ୍ରକାଶ କରୁଥିଲା ?

    i. ସ୍ଵରାଜ ଆଶ୍ରମ    ii. ସ୍ଵରାଜ ସେବକସଂଘ     iii.  ସ୍ଵରାଜ ମନ୍ଦିର     iv.  ଉତ୍କଳ ସ୍ଵରାଜ୍ୟ ଶିକ୍ଷା ପରିଷଦ

ଉତ୍ତର : କ - ୧୯୧୯ ଅକ୍ଟୋବର ୧୪ , ଖ - ବିଦେଶୀ ଭାଷା ବର୍ଜନ, ଗ - ବର୍ଦ୍ଦୋଳି , ଘ - ଗୋପବନ୍ଧୁ ଦାସ , ଙ - ସ୍ଵରାଜ ମନ୍ଦିର

Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP