Subhash Chandra Bose O Bharatiya Jatiyasena ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା Class 10 History Unit 1- Chapter - 5 -Notes

Language : Odia

ପ୍ରଥମ ଅଧ୍ୟାୟ 

ପଞ୍ଚମ ପାଠ : ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା


  • ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନ ଅବିସ୍ମରଣୀୟ ଅଟେ | "ଜୟହିନ୍ଦ" ଓ "ଦିଲ୍ଲୀ ଚଲୋ" ସ୍ଲୋଗାନ ସୁଭାଷ ବୋଷଙ୍କର ଯାହା ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଭାରତୀୟଙ୍କ ମନରେ ଅଭୁଲା ସ୍ମୃତି |
  • ସୁଭାଷ ଚନ୍ଦ୍ର ବୋଷ ୧୮୯୭ ଜାନୁୟାରୀ ୨୩ରେ ଓଡ଼ିଶାର କଟକ ଠାରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ| ତାଙ୍କ ପିତା ଜାନକୀନାଥ ବୋଷ ଜଣେ ଆଇନଜୀବୀ ଥିଲେ |
  • କଟକରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଛାତ୍ର ଥିବା ସମୟରେ ଛାତ୍ରମାନଙ୍କୁ ସଂଗଠିତ କରି ସ୍କୁଲ ହଷ୍ଟେଲରେ “ଖୁଦିରାମ ସହିଦ ଦିବସ ପାଳନ” କରିଥିଲେ |
  • ମାଧ୍ୟମିକ ଶିକ୍ଷା ସମାପ୍ତ କରି କୋଲକାତାସ୍ଥିତ ପ୍ରେସିଡେନ୍ସି କଲେଜରେ ଦର୍ଶନଶାସ୍ତ୍ର ଅଧ୍ୟୟନ କରିଥିଲେ | 
  • ରାମକୃଷ୍ଣ ପରମହଂସ, ସ୍ଵାମୀବିବେକାନନ୍ଦ ଓ ରବୀନ୍ଦ୍ରନାଥ ଠାକୁର ପ୍ରମୁଖ ମହାମନୀଷୀଙ୍କର ବାଣୀ ଦ୍ଵାରା ସେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ | ବେନିଟୋ ମୁସୋଲିନି, ମୁସ୍ତଫା କମାଲ୍ ପାଶା, କାଉଣ୍ଟ ଡି କାଭୁର, ଗାରିବାଲ୍ଡି ଓ ଲେନିନ୍ ଙ୍କ ଭଳି ମହାନ ବିପ୍ଲବୀଙ୍କମାନଙ୍କ ଚିନ୍ତାଧାରା ଓ ବ୍ୟକ୍ତିତ୍ଵ ତଥା ଆମେରିକାର ସ୍ଵାଧୀନତା ସଂଗ୍ରାମ ଓ ଫରାସୀ ରାଷ୍ଟ୍ର ବିପ୍ଳବ ମଧ୍ୟ ବହୁ ପ୍ରଭାବ ପକାଇଥିଲା |
  • ପ୍ରେସିଡେନ୍‌ସୀ କଲେଜରେ ପଢୁଥିବା ସମୟରେ ଗୋଟିଏ ଘଟଣା ଯୋଗୁଁ କ୍ଷମା ନ ମାଗିବାରୁ ୧୯୧୬ରେ ତାଙ୍କୁ କଲେଜରୁ ବହିଷ୍କାର କରାଗଲା |
  • ସ୍କଟିସ ଚର୍ଚ୍ଚ କଲେଜରେ ନାମ ଲେଖାଇଲେ ଏବଂ ସେଠାରୁ ଦର୍ଶନ ଶାସ୍ତ୍ର ସମ୍ମାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ଡିଗ୍ରୀ ହାସଲ କଲେ |
  • ମନସ୍ତତ୍ତ୍ୱରେ ସ୍ନାତକୋତ୍ତର ଶିକ୍ଷା ଅସମ୍ପୂର୍ଣ୍ଣ କରି ୧୯୧୯ ରେ କେମ୍ୱ୍ରିଜ ଚାଲିଗଲେ |
  • ୧୯୨୦ ସୁଭାଷ ଆଇ.ସି.ଏସ୍‌. ପରୀକ୍ଷାରେ ଚତୁର୍ଥ ସ୍ଥାନ ହାସଲ କରି ଉତ୍ତୀର୍ଣ୍ଣ ହୋଇଥିଲେ |

    ରାଜନୈତିକ ଜୀବନ:-

  • ୧୯୨୩ ରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଲେ ଓ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ହେଲେ | (ଚିତ୍ତରଞ୍ଜନ ଦାସ ଥିଲେ ରାଜନୈତିକ ଗୁରୁ)
  • ୧୯୨୪ରେ ସେ କଲକାତା ନଗର ନିଗମର ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିର୍ବାଚିତ ହେଲେ |
  • ସେ ଉଭୟ ବଙ୍ଗଳା ପ୍ରାଦେଶିକ କଂଗ୍ରେସ ସମିତି ଓ ସର୍ବଭାରତୀୟ ଶ୍ରମିକ କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ |
  • ୧୯୨୪ରେ ସୁଭାଷଙ୍କ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପ ପାଇଁ ଇଂରେଜ ସରକାର ସନ୍ଦେହରେ ତାଙ୍କୁ ଗିରଫକଲେ ଏବଂ ଏକ ବର୍ଷ ପରେ ବର୍ମାର ମାଣ୍ଡାଲେ ଜେଲକୁ ପ୍ରେରଣ କଲେ |
  • ୧୯୩୮ ହରିପୁର ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମନୋନୀତ ହୋଇଥିଲେ ଏବଂ ୧୯୩୯ ରେ ଗାନ୍ଧିଜୀଙ୍କର ବିରୋଧ ସତ୍ତ୍ୱେ ସେ ତ୍ରିପୁରୀ ଅଧିବେଶନରେ ମଧ୍ୟ ସଭାପତି ହୋଇଥିଲେ|
  • ଗାନ୍ଧିଜୀଙ୍କ ସହ ମତଭେଦ ହେବାରୁ କଂଗ୍ରେସ ତ୍ୟାଗ କରି ୧୯୩୯ ମେ ୩ ତାରିଖରେ “ ଫରୱାର୍ଡ ବ୍ଳକ” ନାମରେ ଗୋଟିଏ ନୂତନ ରାଜନୈତିକ ଦଳ ଗଠନ କଲେ |
  • ୧୯୪୦ ଜୁଲାଇ ୨ ତାରିଖରେ ସୁଭାଷ ଚନ୍ଦ୍ର ବୋଷ ଗିରଫ ହୋଇଥିଲେ ଓ ଇଂରେଜ ସରକାରଙ୍କ ଦ୍ୱାରା କୋଲକାତାରେ ନଜର ବନ୍ଦୀ ରୂପେ ରହିଥିଲେ|
  • ୧୯୪୧ ରେ ସୁଭାଷ ବୋଷ ଛଦ୍ମବେଶରେ ଭାରତ ପରିତ୍ୟାଗ କଲେ | “ଶତ୍ରୁର ଶତ୍ରୁ ଆମର ମିତ୍ର” ନିତି ଅନୁସରଣ କରି ସେ ଦେଶ ବାହାରୁ ବ୍ରିଟିଶ ଶକ୍ତିକୁ ଆଘାତ କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ | ଇଂଲଣ୍ଡର ପ୍ରଧାନ ଶତ୍ରୁ ଜର୍ମାନୀ ଓ ଜାପାନର ସମର୍ଥନ ହାସଲ କରିବା ପାଇଁ ଉଦ୍ୟମ କଲେ| ୧୯୪୧ ଜାନୁଆରୀ୨୬ ଭାରତ ସୀମା ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ୍ ଋଷ ମଧ୍ୟ ଦେଇ ମାର୍ଚ୍ଚ ୨୫ ରେ ମୁସଲମାନ୍ ବେଶରେ ବର୍ଲିନରେ ପହଞ୍ଚିଲେ |
  • ଜର୍ମାନ ସରକାରଙ୍କ ସାହାଯ୍ୟରେ ସେ ବର୍ଲିନ୍ ଠାରେ ଏକ “ସ୍ୱାଧୀନ ଭାରତ କେନ୍ଦ୍ର” ପ୍ରତିଷ୍ଠା କଲେ ଏବଂ “ଫ୍ରି ଇଣ୍ଡିଆ ଆର୍ମି” ବା ସ୍ୱାଧୀନ ଭାରତ ସୈନ୍ୟବାହିନୀ” ଗଠନ କଲେ | ସେଠାରେ ଥିବା ପ୍ରାୟ କୋଡିଏ ହଜାର ଭାରତୀୟ ଯୁଦ୍ଧବନ୍ଦୀ ଏଥିରେ ସାମିଲେ ହେଲେ |
  • ଜର୍ମାନୀରେ ୧୯୪୧ରେ ସୁଭାଷ ବୋଷ “ଆଜାଦ ହିନ୍ଦ ରେଡିଓ” ପ୍ରତିଷ୍ଠା କରି ସେଠାରୁ ୧୯୪୨ ରେ ଫେବୃୟାରୀ ୧୯ରେ ତାଙ୍କର ପ୍ରଥମ ଗୁପ୍ତ ବେତାର ବାର୍ତ୍ତା ବିଶ୍ୱବାସୀଙ୍କ ନିମନ୍ତେ ପ୍ରସାରଣ କରିଥିଲେ |

    ଆଜାଦ ହିନ୍ଦ୍ ଫୌଜ ଗଠନ : -

  • ଜାପାନରେ ବାସକରୁଥିବା ଭାରତୀୟ ବିପ୍ଳବୀ ରାସବିହାରୀ ବୋଷ ସେଠାରେ “ଭାରତୀୟ ସ୍ୱାଧୀନତା ସଂଘ” ଗଠନ କରିଥାନ୍ତି | ସେ କ୍ୟାପେଟେନ ମୋହନ ସିହଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ ବାହିନୀ ବା ଆଜାଦ ହିନ୍ଦ୍ ଫୌଜ ଗଠନ କରିଥିଲେ |
  • ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ଠାରେ ଅନୁଷ୍ଠିତ ଭାରତ ସ୍ୱାଧୀନତା ସମ୍ମିଳନୀର ନିଷ୍ପତ୍ତି ଅନୁଯାୟୀ ରାସବିହାରୀ ବୋଷଙ୍କୁ ଆଜାଦ୍ ହିନ୍ଦ୍ ଫୌଜର ନେତୃତ୍ୱ ନେବାପାଇଁ ଜାପାନ ଆସିବାକୁ ନିମନ୍ତ୍ରଣ କଲେ |
  • ୧୯୪୩ ଫେବୃୟାରୀ ୮ ତାରିଖରେ ସୁଭାଷ କିଲେ ବନ୍ଦରରୁ ବୁଡା ଜାହାଜରେ ଜାପାନ ଅଭିମୁଖେ ଯାତ୍ରା କଲେ ଓ ୧୯୪୩ ଜୁନ ୧୩ରେ ଟୋକିଓ ସହରରେ ପହଞ୍ଚିଲେ | ଜାପାନର ପ୍ରଧାନମନ୍ତ୍ରୀ ଟୋଜୋଙ୍କ ସହିତ ସାକ୍ଷାତକରି ଦୁଇଟି ରେଡିଓ ଷ୍ଟେସନ ପ୍ରତିଷ୍ଠା କଲେ |
  • ୧୯୪୩ ଜୁଲାଇ ୨ରେ ସୁଭାଷ ଜର୍ମାନୀରେ ପହଞ୍ଚିଲେ ଓ ସେଠାରେ ଭାରତୀୟ ସ୍ୱାଧୀନତା ସଂଘ ଏବଂ ଆଜାଦ୍ ହିନ୍ଦ୍ ଫୌଜର ନେତୃତ୍ୱ ନେଲେ |
  • ଆଜାଦ୍ ହିନ୍ଦ୍ ଫୌଜର ସୈନ୍ୟମାନେ ସୁଭାଷଙ୍କୁ “ନେତାଜୀ” ଆଖ୍ୟାରେ ଭୂଷିତ କରିଥିଲେ | ସୁଭାଷ ଚନ୍ଦ୍ର ବୋଷ ଆଜାଦ୍ ହିନ୍ଦ୍ ଫୌଜକୁ ଚାରୋଟି ଯୋଦ୍ଧା ବାହିନୀ ବା ବ୍ରିଗେଡ୍‌ରେ ବିଭକ୍ତ କଲେ |ସେଗୁଡିକ ହେଲା ଗାନ୍ଧୀ ବ୍ରିଗେଡ୍, ନେହେରୁ ବ୍ରିଗେଡ୍, ଆଜାଦ୍ ବ୍ରିଗେଡ୍ ଓ ସ୍ୱତନ୍ତ୍ର ମହିଳା ଶାଖା ଝାନ୍‌ସୀ ରାଣୀ ବ୍ରିଗେଡ୍ | କ୍ୟାପଟେନ୍ ଲକ୍ଷ୍ମୀ ସେହଗଲ ଏହି ମହିଳା ବ୍ରେଗେଡ୍‌ର ନେତୃତ୍ୱ ନେଇଥିଲେ |
  • କ୍ୟାପଟେନ୍ ଲକ୍ଷ୍ମୀ ସେହଗଲଙ୍କୁ ଭାରତ ସରକାର ତରଫରୁ ୧୯୯୮ରେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା |
  • ଆଜାଦ ହିନ୍ଦ୍ ସରକାର ଗଠନ :-
  • ନେତାଜୀ ଆୟାର୍‌ଲାଣ୍ଡର୍ ଅସ୍ଥାୟୀ ସରକାର ଅନୁକରଣରେ ୧୯୪୩ ଅକ୍ଟୋବର ୨୧ରେ ସିଙ୍ଗାପୁରଠାରେ “ଆଜାଦ୍‌ ହିନ୍ଦ୍ ସରକାର” ଗଠନ କରିଥିଲେ |
  • ଜାପାନ, ଜର୍ମାନୀ, ଇଟାଲୀ, ମିଆଁମାର,ଥାଇଲାଣ୍ଡ,ଚୀନ, ଫିଲିପାଇନ୍‌ସ, ଓ ମାଞ୍ଚୁରିଆ ଏହି ସରକାରକୁ ସ୍ୱୀକୃତି ଦେଇଥିଲେ |ନେତାଜୀ ଏହାର କର୍ଣ୍ଣଧାର, ପ୍ରଧାନ ସେନାପତି ଥିଲେ | “ଆଜାଦ୍ ହିନ୍ଦ୍ ସରକାର” ପ୍ରତିଷ୍ଠା କରି ଭାରତର ଇଂରେଜ ସରକାରଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲେ |
  • ସେ କହିଥିଲେ “ ଦିଲ୍ଲୀର ପଥ ହେଲା ସ୍ୱାଧୀନତାର ପଥ”, ତାଙ୍କର ଆହ୍ୱାନ ଥିଲା – “ ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” |

    ଭାରତ ଅଭିଯାନ :-

  • ନେତାଜୀଙ୍କ ନେତୃତ୍ୱରେ ଆଜାଦ୍ ହିନ୍ଦ୍ ଫୌଜ ଭାରତ ଅଭିଯାନ ଆରମ୍ଭ କରିଥିଲା |ନେତାଜୀଙ୍କ ଗଣଧ୍ୱନି “ଦିଲ୍ଲୀ ଚଲୋ” ଓ “ଜୟହିନ୍ଦ୍‌” ମନ୍ତ୍ରେ ଆଜାଦ୍ ହିନ୍ଦ ବାହିନୀ ଭାରତର ପୂର୍ବ ସୀମାନ୍ତରେ ପହଞ୍ଚିଲା |
  • ୧୯୪୩ ନଭେମ୍ବର ୬ ତାରିଖରେ ଜାପାନ ସରକାରଠାରୁ ଆନୁଷ୍ଠାନିକ ଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଦାୟିତ୍ୱ ଗ୍ରହଣ କରିଥିଲେ | ଉକ୍ତ ଦ୍ୱୀପ ଯଥାକ୍ରମେ “ଶହୀଦ” ଓ “ସ୍ୱରାଜ” ଦ୍ୱୀପ ଭାବେ ନାମିତ କରିଥିଲେ |
  • ୧୯୪୪ ମସିହା ଏପ୍ରିଲ୍ ମାସରେ ଆଜାଦ୍ ହିନ୍ଦ ଫୌଜ ତତ୍‌କାଳୀନ ବ୍ରହ୍ମଦେଶ (ମିଆଁମାର) ପାରି ହୋଇ ମଣିପୁର ରାଜ୍ୟରେ ପ୍ରବେଶ କରି କୋହିମା ଦଖଲ କରି ସେଠାରେ ପତାକା ଉତ୍ତୋଳନ କରିବା ପରେ ମଣିପୁର ରାଜଧାନୀ ଇମ୍ପାଲ ଦଖଲ କରିବା ପାଇଁ ଅଗ୍ରସର ହୋଇଥିଲା |
  • ୧୯୪୫ ସେପ୍ଟେମ୍ବର ମାସରେ ତିନି ସେନାଧ୍ୟକ୍ଷ ସାହାନୱାଜ ଖାଁ, ପ୍ରେମ ସେହଗଲ ଓ ଗୁରୁଦୟାଲ୍ ସିଂ ଧିଲନ୍ ବ୍ରିଟିଶ ସରକାର ଦ୍ୱାରା ଗିରଫ ହେଲେ | ନଭେମ୍ବର ୫ ରେ ଲାଲକିଲ୍ଲାରେ ଅନୁଷ୍ଠିତ ସାମରିକ ଅଦାଲତ ର ସମ୍ମୁଖୀନ ହେଲେ |
  • ଭୁଲୁଭାଇ ଦେଶାଇ ତେଜ୍ ବାହାଦୁର ସାପ୍ରୁ, ଜବାହରଲାଲ୍ ନେହେରୁ ଓ ଆସଫ ଅଲ୍ଲୀ ପ୍ରମୁଖ ଆଇନଜୀବୀ ସେମାନଙ୍କ ସପକ୍ଷରେ ମକଦ୍ଦମା ଲଢିଲେ |
  • ଭାରତର ତତ୍‌କାଳୀନ ଭାଇସରାୟ ଲର୍ଡ ୱାଭେଲ୍ ଅଭିଯୁକ୍ତମାନଙ୍କୁ ୧୯୪୬ ଜାନୁୟାରୀ ୧ ମୁକ୍ତ କରି ଦେଇଥିଲେ |
  • ସୁଭାଷ ବୋଷ ୧୯୪୫ ଅଗଷ୍ଟ ୧୮ ତାରିଖରେ ଜାପାନର ଫର୍ମୋଜାରୁ ଟୋକିଓକୁ ଯାଉଥିବା ବେଳେ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମ୍ବାଦ ପ୍ରକାଶ ପାଇଥିଲା | ଏହି ଘଟଣାକୁ ଅନେକ ସତ୍ୟ ବୋଲି ମନେ କରନ୍ତି ନାହିଁ |
Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP