Desiya Rajya Manankara Misharna ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ Class 10 History 3rd Unit - Chapter -1

Language : Odia

Desiya Rajya Manankara Misharna ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ Class 10 History 3rd Unit - Chapter -1

ପ୍ରଥମ ପାଠ

ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

  • ୧୯୪୭ର ଭାରତ ସ୍ଵାଧୀନତା ଆଇନ ଭାରତ କିମ୍ବା ପାକିସ୍ଥାନକୁ ପୂର୍ଣ ରାଷ୍ଟ୍ରରେ ପରିଣତ କରିପାରିନଥିଲା । ଇଂରେଜମାନଙ୍କ ଦ୍ଵାରା ଶାସିତ ହେଉଥିବା ବ୍ରିଟିଶ ଭାରତ ଥିଲା ଅଖଣ୍ଡ ଭାରତର ସମୁଦାୟ ଭୂଭାଗର ୬୦ ପ୍ରତିଶତ ଓ ଅନ୍ୟ ୪୦ ପ୍ରତିଶତ ଭୂଭାଗ ଏହି କ୍ଷମତା ହସ୍ତାନ୍ତର ପ୍ରକ୍ରିୟାର ସାମିଲ ହୋଇ ନ ଥିଲା | ଏହି ୪୦ ଭାଗ ଅଞ୍ଚଳ ଦେଶୀୟ ରାଜାମାନଙ୍କ ଦ୍ଵାରା ଶାସିତ ହେଉଥିଲା |
  • ୧୮୫୮ ମସିହା ପରଠାରୁ ଭାରତରେ ମୁଖ୍ୟ ବ୍ରିଟିଶ ଶାସକଙ୍କୁ ଭାଇସରାୟ ବୋଲି କୁହାଗଲା |
  • ୧୯୪୭ ଜୁନ୍ ୨୭ ତାରିଖରେ ଭାରତ ସରକାର ‘ଦେଶୀୟ ରାଜ୍ୟ ବିଭାଗ’ ନାମରେ ଏକ ନୂତନ ବିଭାଗ ସୃଷ୍ଟି କରିଥିଲେ ।ଏହି ବିଭାଗର ମନ୍ତ୍ରୀ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ଶାସନ ସଚିବ ଥିଲେ ଭି.ପି. ମେନନ |
  • ୧୯୪୭ ମସିହା ଜୁଲାଇ ୯ ତାରିଖରେ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଦେଶୀୟ ରଜ୍ୟ ବିଭାଗର ମନ୍ତ୍ରୀ ସର୍ଦ୍ଦାର ପଟେଲ ଭାରତର ଗଭର୍ଣ୍ଣର ଜେନେରାଲ ମାଉଣ୍ଟ ବ୍ୟାଟେନଙ୍କୁ ଦେଶୀୟ ରାଜ୍ୟ ଗୁଡ଼ିକର ଶାସକମାନଙ୍କୁ ଠିକ୍ ଉପଦେଶ ଦେଇ ସେମାନଙ୍କୁ ଭାରତ ସହିତ ଏକ ସଂଘୀୟ ବ୍ୟବସ୍ଥାରେ ଅନୁବନ୍ଧିତ କରିବାକୁ ଅନୁରୋଧ କରିଥିଲେ |
  • ମାଉଣ୍ଟ ବ୍ୟାଟେନ୍ ଏହି ଅନୁରୋଧକୁ ଗ୍ରହଣ କରି ୧୯୪୭ ଜୁଲାଇ ୨୫ରେ ରାଜନ୍ୟମଣ୍ଡଳିର ଏକ ବୈଠକ ଡକାଇ ଥିଲେ |
  • ମିଳନ ପତ୍ରର ପ୍ରସ୍ତାବ ଅନୁଯାୟୀ ଦେଶୀୟ ରାଜ୍ୟମାନେ ଭାରତକୁ ତିନିଗୋଟି କ୍ଷମତା ହସ୍ତାନ୍ତର କରିବା ଆବଶ୍ୟକ ଥିଲା, ସେଗୁଡ଼ିକ ହେଲା – ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ |
  • କେନ୍ଦ୍ରୀୟ ଭାରତର ପିପ୍ଲୋଦା ୧୯୪୮ ମାର୍ଚ୍ଚ ମାସରେ ଏହି ମିଳନପତ୍ରରେ ସ୍ଵାକ୍ଷର କରିଥିଲା | ଯୋଧପୁର, ଜୁନାଗଡ଼, ହାଇଦ୍ରାବାଦ ଓ କାଶ୍ମୀର ଭାରତ ସହିତ ମିଳନ ପତ୍ରରେ ସ୍ଵାକ୍ଷର କଲେ ନାହିଁ |
  •  ଯୋଧପୁରର ରାଜା ହନ୍ଵନ୍ତସିଂହ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହିତ ହାତମିଳାଇ ପାକିସ୍ଥାନ ସହ ମିଶିଯିବାର ମସୁଧା କରୁଥିଲେ | ଜୁନାଗଡ଼ରେ ଗଣଭୋଟର ଆୟୋଜନ ପରେ ଜୁନାଗଡ଼ ଭାରତ ସହିତ ମିଶିଥିଲା |
  • ଜାମ୍ମୁ କାଶ୍ମୀରର ମହାରାଜା ହରିସିଂହ କାଶ୍ମୀରକୁ ସ୍ଵାଧୀନ ରଖୁବାକୁ ଚାହିଁଥିଲେ | ମାତ୍ର ତାଙ୍କର ଏହି ମତଙ୍କୁ କାଶ୍ମୀରର ଲୋକପ୍ରିୟ ନେତା ଶେଖ୍ ଅବଦୁଲ୍ଲା ପ୍ରତ୍ୟାଖ୍ୟାନ କରିଥିଲେ |
  • ପାକିସ୍ଥାନର ପ୍ରରୋଚନା ଓ ସାହାଯ୍ୟରେ ଉତ୍ସାହିତ ହୋଇ ହଜାର ହଜାର ‘ପଠାଣ’ କାଶ୍ମୀରର ଅନେକ ଅଞ୍ଚଳ ଦଖଲ କରିନେଇ ‘ଆଜାଦ କାଶ୍ମୀର’ ଗଠନ କରିଥିଲେ ଏବଂ ଝେଲମ୍ ନଦୀ ଟପି ଶ୍ରୀନଗର ଆଡ଼କୁ ଅଗ୍ରସର ହୋଇଥିଲେ | ଏହା ଥିଲା ପାକିସ୍ଥାନର ଅପରେସନ ଗୁଲମାର୍ଗର ଅଂଶବିଶେଷ |
  • କୌଣସି ଉପାୟ ନ ପାଇ ହରିସିଂହ ଭାରତ ସରକାରଙ୍କୁ ସାମରିକ ସହାୟତା ପାଇଁ ଅନୁରୋଧ କଲେ | ଏଥିପାଇଁ ତାଙ୍କୁ ମିଳନ ପତ୍ରରେ ସ୍ଵାକ୍ଷର କରିବାକୁ ପଡ଼ିଥିଲା | ଜାମ୍ମୁ ଓ କାଶ୍ମୀର ବୈଧାନିକ ରୂପେ ଭାରତର ଏକ ଅଂଶ ହୋଇଥିଲା |
  • ହାଇଦ୍ରାବାଦର ଶାସକ ନିଜାମ ଓସ୍‌ମାନ ଅଲ୍ଲୀ ଖାଁ ସ୍ଵାଧୀନ ରହିବାକୁ ଚାହିଁଥିଲେ | ସୟଦ କାଶିମ୍ ରଜ୍‌ଭିଙ୍କ ନେତୃତ୍ଵରେ  ‘ରଜାକର’ ନାମକ ଏକ ସଶସ୍ତ୍ର ସଂଗଠନ ନିଜାମଙ୍କୁ ସମର୍ଥନ କରିଥିଲେ ଏବଂ ଭାରତ ସହିତ ମିଶିବାକୁ ଚାହୁଁଥିବା ଜନସାଧାରଣଙ୍କୁ ନୃଶଂସ ଭାବରେ ହତ୍ୟାକଲେ |
  •  ସର୍ଦ୍ଦାର ପଟେଲ ନିଜାମଙ୍କ ଭାରତ ବିରୋଧୀ କାର୍ଯ୍ୟ କଳାପରେ କ୍ଷୁବ୍ଧ ହେଲେ ଏବଂ ହାଇଦ୍ରାବାଦ ଉପରେ ‘ଅପରେସନ୍ ପୋଲୋ’ ନାମକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା |
  • ୧୯୪୮ ସେପ୍ଟେମ୍ବର ୧୩ ରୁ ୫ ଦିନ ମଧ୍ୟରେ ହାଇଦ୍ରାବାଦ ଭାରତୀୟ ସୈନ୍ୟବାହିନୀର ଅକ୍ତିଆରକୁ ଆସିଲା | ୧୯୪୯ ନଭେମ୍ବରରେ ହାଇଦ୍ରାବାଦ ନିଜାମ ମିଳନ ପତ୍ରରେ ସ୍ଵାକ୍ଷର କଲେ |

    ଅଧିମିଳନରୁ ଅଧିମିଶ୍ରଣ  :

  • ଭାରତର  ନେତୃବୃନ୍ଦ ଓ ଜନସାଧାରଣ ଅନୁଭବ କଲେ ଯେ ସ୍ଵାଧୀନ ଭାରତ ଭିତରେ ଯଦି ପାଞ୍ଚଶହରୁ ଊର୍ଦ୍ଧ୍ଵ  ଦେଶୀୟ ରାଜାମାନେ ନିଜ ନିଜର ପୃଥକ୍ ଓ ସ୍ଵାଧୀନ ରାଜନୈତିକ ସ୍ଥିତି ଜାହିର୍ କରନ୍ତି ତା’ ହେଲେ ଭାରତକୁ ଏକ ଶକ୍ତିଶାଳୀ ସାର୍ବଭୌମ ରାଷ୍ଟ୍ରରେ ପରିଣତ କରିବା ସମ୍ଭବ ହେବ ନାହିଁ |
  • ପ୍ରଥମେ ଛୋଟ ଛୋଟ ଦେଶୀୟ ରାଜ୍ୟମାନଙ୍କୁ ଭାରତ ସହିତ ସର୍ବାନ୍ତକରଣରେ ମିଶାଇ ଦେବାପାଇଁ ଭାରତ ସରକାର ସ୍ଥିର କଲେ | ପଟେଲ ଓ ମେନନ୍‌ଙ୍କ ପୂର୍ଣ୍ଣ ମିଶ୍ରଣ ସପକ୍ଷରେ କିଛି ଯୁକ୍ତି ଉପସ୍ଥାପନ କଲେ | ସେଗୁଡିକ ହେଲା  :
  • ମିଶ୍ରଣ ନ ହେଲେ ରାଜ୍ୟମାନଙ୍କର ଆର୍ଥିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ |
    ରାଜ୍ୟମାନଙ୍କରେ ଗଣତନ୍ତ୍ର ପରିବର୍ତ୍ତେ ରାଜତନ୍ତ୍ର ଚାଲିଲେ ପ୍ରଜାମାନେ ବିଦ୍ରୋହ କରିବେ ଓ ଅରାଜକତା ବ୍ୟାପିଯିବ
    ଅର୍ଥବ୍ୟବସ୍ଥା ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ଥ‌ିବା ଦେଶୀୟ ରାଜ୍ୟମାନେ ସ୍ଵାଧୀନ  ଭାବରେ କୌଣସି ଜନହିତକର କାର୍ଯ୍ୟ କରିପାରିବେ ନାହିଁ
    ଭାରତ ଭିତରେ ଅବାଧ ବାଣିଜ୍ୟ ବ୍ୟବସାୟ ବାଧାପ୍ରାପ୍ତ ହେବ
    ଅପରାଧୀମାନଙ୍କୁ ଦମନ କରିବା ସମ୍ଭବ ହେବ ନାହିଁ; କାରଣ ସେମାନେ ଦେଶୀୟ ରାଜ୍ୟମାନଙ୍କରେ ଆତ୍ମଗୋପନ କରିବେ ଏକ ପୂର୍ଣ୍ଣାଙ୍ଗ ରାଜନୀତିକ ଭାରତ ଗଠିତ ନ ହୋଇପାରିବା ଦ୍ୱାରା ଭାରତୀୟ ଜାତୀୟତା ବିଭିନ୍ନ ଭାବରେ ପ୍ରତିହତ ହେବ
    ସ୍ଵାଧୀନ ଭାରତର ସୁଫଳ ଦେଶବାସୀଙ୍କୁ ସମ୍ପୂର୍ଣ୍ଣଭାବେ ମିଳିପାରିବ ନାହିଁ
  • ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟରେ ଓଡ଼ିଶାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ |
  • ଏହି କାର୍ଯ୍ୟରେ ନେତୃତ୍ବ ନେଇଥିଲେ ଭାରତ ସରକାରଙ୍କର ତତ୍‌କାଳୀନଗୃହ ଓ ଦେଶୀୟ ରାଜ୍ୟସମୂହ ଦାୟିତ୍ଵ  ଥ‌ିବା କେନ୍ଦ୍ରମନ୍ତ୍ରୀ ସର୍ଦାର ବଲ୍ଲଭଭାଇ ପଟେଲ | ଏହି କାର୍ଯ୍ୟକ୍ରମରେ ଦେଶୀୟ ରାଜ୍ୟସମୂହ ବିଭାଗର ପ୍ରମୁଖ ସଚିବ ଭି.ପି. ମେନନଙ୍କର ଭୂମିକା ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଥିଲା |
  • ସ୍ଵାଧୀନତା ପ୍ରାପ୍ତିଠାରୁ ୧୯୫୦ ମସିହା ପର୍ଯ୍ୟନ୍ତ ଭାରତ ସରକାର ସମସ୍ତ ଦେଶୀୟ ରାଜ୍ୟଗୁଡ଼ିକୁ ଭାରତ ସହିତ ସର୍ବାନ୍ତକରଣରେ ମିଶ୍ରଣ କରି ସମଗ୍ର ଭାରତବାସୀଙ୍କୁ ଗୋଟିଏ ଗଣତାନ୍ତ୍ରିକ ସମ୍ବିଧାନର ପରିଧି ଭିତରକୁ ଆଣିବା ଦିଗରେ କାର୍ଯ୍ୟ କଲେ |
  • ମିଳନ ପତ୍ର ଅନୁସାରେ କେବଳ ତିନିଗୋଟି କ୍ଷମତା ବ୍ୟତିରେକ ଦେଶୀୟ ରାଜାମାନଙ୍କୁ ସ୍ଵତନ୍ତ୍ର  ସ୍ଥିତି ପ୍ରଦାନ କରିବାକୁ ଭାରତ ସରକାର ଅନୁବନ୍ଧିତ ଥିଲେ | ମାତ୍ର ଭାରତ ସରକାର ସମ୍ପୂର୍ଣ୍ଣ ମିଶ୍ରଣ ହିଁ ଦେଶୀୟ ରାଜ୍ୟ ସମସ୍ୟାର ଏକମାତ୍ର ସମାଧାନ ବୋଲି ଅନୁଭବ କଲେ |
  • ଦେଶୀୟ ରାଜ୍ୟମାନଙ୍କର ପ୍ରଜାମାନେ ମଧ୍ୟ ରାଜାମାନଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରିବା ଆରମ୍ଭ କଲେ | କେନ୍ଦ୍ର ସରକାର ଓ କଂଗ୍ରେସ ନେତୃବୃନ୍ଦ ଦେଶୀୟ ରାଜ୍ୟମାନଙ୍କରେ ଏହି ପ୍ରକାର ଶାସକ ବିରୋଧୀ ଜନ ଆନ୍ଦୋଳନ ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁଲେ ନାହିଁ |
  • ୧୯୪୭ ମସିହା ଡିସେମ୍ବର ମାସରେ ପୂର୍ବ ଭାରତ ଏଜେନ୍ସି ଓ ଛତିଶଗଡ଼ ଏଜେନ୍ସି ଅଧିନସ୍ଥ ଦେଶୀୟ ରାଜାମାନେ ମିଶ୍ରଣ ଚୁକ୍ତିରେ ସ୍ଵାକ୍ଷର କଲେ ଏବଂ ସେମାନେ ଓଡ଼ିଶା, ମଧ୍ୟପ୍ରଦେଶ ଓ ବିହାର ସହିତ ୧୯୪୮ ଜାନୁଆରୀ ୧ ତାରିଖ ଠାରୁ ମିଶିଗଲେ ସେହିବର୍ଷ ଗୁଜୁରାଟ ଓ ଦକ୍ଷିଣରେ ଥିବା ୬୬ଟି ଦେଶୀୟ ରାଜ୍ୟ ବମ୍ବେ ପ୍ରଦେଶ ସହିତ ମିଶିଥୁଲା | କୋହ୍ଲାପୁର ଓ ବରୋଦା ଭଳି ଦୁଇଟି ବଡ଼ ରାଜ୍ୟ ମଧ୍ୟ ବମ୍ବେ ସହିତ ମିଶିଥିଲା | ପଞ୍ଜାବର ପାର୍ବତ୍ୟ ରାଜ୍ୟ ଏଜେନ୍ସିର ୩୦ ଟି ରାଜ୍ୟକୁ ମିଶାଇ ହିମାଚଳ ପ୍ରଦେଶ ଗଠିତ ହେଲା |

        ମିଶ୍ରଣ ଚୁକ୍ତିର ସର୍ତ୍ତ :

  • ମିଶ୍ରଣ ଚୁକ୍ତି ଅନୁଯାୟୀ ଦେଶୀୟ ରାଜାମାନେ ଶାସନ ସଂପର୍କିତ ସମସ୍ତ କ୍ଷମତା ସଂପୂର୍ଣ୍ଣଭାବେ ଭାରତ ସରକାରଙ୍କୁ ହସ୍ତାନ୍ତର କରିଥିଲେ | ରାଜ୍ୟ ହରାଇଥିବା ରାଜାମାନଙ୍କ ପାଇଁ ବାର୍ଷିକ ପେନସନ୍ ବ୍ୟବସ୍ଥା କରାଯାଇଥିଲା |
  • କେତେକ ଦେଶୀୟ ରାଜ୍ୟ “ ମିଶ୍ରଣ ଅଙ୍ଗୀକାର ପତ୍ର” ରେ ସ୍ଵାକ୍ଷର କଲେ | କଟିହାର ଉପଦ୍ୱୀପର ୨୨୨ଟି ରାଜ୍ୟକୁ ମିଶାଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ୧୯୪୮ ମସିହା ଜାନୁୟାରୀ ମାସରେ ସୌରାଷ୍ଟ୍ର ଦେଶୀୟ ରାଜ୍ୟ ସଂଘ ଗଠନ କରିଥିଲେ | ପରେ ଏହି ସଂଘରେ ଆଉ ଛ’ଟି ରାଜ୍ୟ ଯୋଗ ଦେଇଥିଲେ |
  •  ୧୯୪୮ ମସିହା ମେ ମାସରେ ଗୋଆଲିୟର, ଇନ୍ଦୋର ଓ ଅଠରଟି ଛୋଟରାଜ୍ୟକୁ ନେଇ ମଧ୍ୟ ଭାରତ ଆତ୍ମପ୍ରକାଶ କରିଥିଲା । ୧୯୪୮ ଜୁଲାଇରେ ପଟିଆଲା, କପୁରତାଲା, ନଲାରଗଡ଼, ଜିନ୍ଦ, ନାଭା, ଫରିଦକୋଟ, ମାଲେରକୋଟଲା ଓ କଳସିଆକୁ ନେଇ ପୂର୍ବ ପଞ୍ଜାବ ରାଜ୍ୟ ସଂଘ ପ୍ରତିଷ୍ଠା ହୋଇଥିଲା |
  • ୧୯୪୯ ମସିହା ମେ ମାସରେ ଅନେକ ଦେଶୀୟ ରାଜ୍ୟକୁ ସମ୍ମିଳିତ କରି ରାଜସ୍ଥାନ ମିଳିତ ପ୍ରଦେଶର ସୃଷ୍ଟି କରାଗଲା | ୧୯୪୯ ର ମଧ୍ୟଭାଗରେ ତ୍ରିବାଙ୍କୁଡ଼ ଓ କୋଚିନ ‘ମିଶ୍ରଣ ଅଙ୍ଗୀକାର’ ପତ୍ରରେ ସ୍ଵାକ୍ଷର କରିଥିଲେ | କେବଳ ତିନୋଟି ଦେଶୀୟ ରାଜ୍ୟ ଯଥା କାଶ୍ମୀର, ମହୀଶୂର ଓ ହାଇଦ୍ରାବାଦ କୌଣସି ଚୁକ୍ତି ପତ୍ରରେ ସ୍ଵାକ୍ଷର କରିନଥିଲେ |
  • ୧୯୫୬ ମସିହାରେ ରାଜ୍ୟ ପୁନର୍ଗଠନ ଆଇନ ଗଠିତ ହୋଇଥିଲା |
  • ଦେଶୀୟ ରାଜ୍ୟଗୁଡିକର ଭାରତ ସହିତ ମିଶ୍ରଣ ପ୍ରକ୍ରିୟାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ କୂଟନୈତିକ ପାରଦର୍ଶିତା, ଏବଂ ରାଜନୀତିକ ବିଚକ୍ଷଣତା ବଳରେ ଭାରତକୁ ଏକତ୍ର କରିବାରେ ସଫଳତା ଯୋଗୁଁ "ଭାରତର ବିସମାର୍କ" ଆଖ୍ୟା ମିଳିଛି |

Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP