- SCHOOL BOARDS
- BSE/CHSE ODISHA
- CLASS 10
- PHYSICAL SCIENCE
- ପ୍ରଥମ ଅଧ୍ୟାୟ : ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ (Chemical Reaction and Equations)
- Rasayanika Pratikriya O Rasayanika Samikarana ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ (Chemical Reaction and Equations) Class 10 Physical Science Chapter 1 Question Answer
Rasayanika Pratikriya O Rasayanika Samikarana ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ (Chemical Reaction and Equations) Class 10 Physical Science Chapter 1 Question Answer
Language : Odia
Chapter – 1 – ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ
1. ନିମ୍ନରେ ଦର୍ଶାଯାଇଥିବା ରାସାୟନିକ ପ୍ରତିକ୍ରିୟା ସମ୍ବନ୍ଧରେ କେଉଁ ଉକ୍ତିଗୁଡ଼ିକ ଠିକ୍ ନୁହେଁ ?
2PbO (s) + C(s) → 2Pb(s) + CO2 (g)
a. ଲେଡ୍ (Pb) ବିଜାରିତ ହେଉଛି |
b. କାର୍ବନ୍ ଡାଇଅକ୍ସାଇଡ୍ (CO2) ଜାରିତ ହେଉଛି |
c. କାର୍ବନ୍ (C) ଜାରିତ ହେଉଛି |
d. ଲେଡ୍ ଅକ୍ସାଇଡ୍ (Pbo ) ବିଜାରିତ ହେଉଛି |
i. (a) ଓ (b)
ii. (a) ଓ (c)
iii. (a), (b) ଓ (c)
iv. ସମସ୍ତ ଉକ୍ତି
ଉ : a) ଲେଡ୍ (Pb) ବିଜାରିତ ହେଉଛି |
b) କାର୍ବନ୍ ଡାଇଅକ୍ସାଇଡ୍ (CO2) ଜାରିତ ହେଉଛି |
2. Fe2O3 + 2Al → Al2O3 + 2Fe
ଉପରେ ଦିଆଯାଇଥିବା ରାସାୟନିକ ପ୍ରତିକ୍ରିୟାଟି ଏକ |
a. ସଂଶ୍ଳେଷଣ ପ୍ରତିକ୍ରିୟା
b. ଦ୍ଵୈତ ବିସ୍ଥାପନ ପ୍ରତିକ୍ରିୟା
c. ବିଘଟନ ପ୍ରତିକ୍ରିୟ
d. ବିସ୍ଥାପନ ପ୍ରତିକ୍ରିୟା
ଉ : d. ବିସ୍ଥାପନ ପ୍ରତିକ୍ରିୟା
3. ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍କୁ ଲୁହାଗୁଣ୍ଡରେ ମିଶାଇଲେ କ’ଣ ଘଟେ ? ଠିକ୍ ଉତ୍ତରରେ ଟିକ୍ (√ ) ଚିହ୍ନ ଦିଅ |
a. ହାଇଡ୍ରୋଜେନ୍ ଗ୍ୟାସ୍ ଓ ଆଇରନ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ |
b. ହାଇଡ୍ରୋଜେନ୍ ଗ୍ୟାସ୍ ଓ ଆଇରନ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ |
c. କ୍ଲୋରିନ୍ ଗ୍ୟାସ୍ ଓ ଆଇରନ୍ ହାଇଡ୍ରିକସାଇଡ୍ ଉତ୍ପନ୍ନ ହୁଏ |
d. ଲୌହ ଲବଣ ଓ ଜଳ ଉତ୍ପନ୍ନ ହୁଏ |
ଉ : a. ହାଇଡ୍ରୋଜେନ୍ ଗ୍ୟାସ୍ ଓ ଆଇରନ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ |
4. ଏକ ସମତୁଲ ରାସାୟନିକ ସମୀକରଣ କ’ଣ ? ରାସାୟନିକ ସମୀକରଣଗୁଡ଼ିକ କାହିଁକି ସମତୁଲ ହେବା ଉଚିତ ?
ସମତୁଲ ରାସାୟନିକ ସମୀକରଣ : କୌଣସି ରାସାୟନିକ ସମୀକରଣର ପ୍ରତିକାରକ ପାର୍ଶ୍ଵ ଓ ଉତ୍ପାଦ ପାର୍ଶ୍ଵରେ ଥିବା ପ୍ରତ୍ୟେକ ମୌଳିକର ପରମାଣୁ ସଂଖ୍ୟା ସମାନ ଥିଲେ ତାହାକୁ ତାହାକୁ ସମତୁଲ ରାସାୟନିକ ସମୀକରଣ କୁହାଯାଏ |
- ବସ୍ତୁତ୍ୱ ସଂରକ୍ଷଣ ନିୟମ ଅନୁଯାୟୀ ରାସାୟନିକ ପ୍ରତିକ୍ରିୟାରେ ବସ୍ତୁତ୍ଵର ସୃଷ୍ଟି ବା ବିନାଶ ହୁଏ ନାହିଁ |
- ରାସାୟନିକ ସମୀକରଣର ପ୍ରତିକାରକ ପାର୍ଶ୍ଵର ମୌଳିକ ଗୁଡ଼ିକର ମୋଟ ବସ୍ତୁତ୍ଵ ଉତ୍ପାଦ ପାର୍ଶ୍ଵରେ ଥିବା ମୌଳିକ ଗୁଡିକର ମୋଟ ବସ୍ତୁତ୍ଵ ସହ ସମାନ ହେବ |
- ଏଥିପାଇଁ ବାମପାର୍ଶ୍ୱସ୍ଥ ପ୍ରତ୍ୟେକ ମୌଳିକ ମାନଙ୍କର ପରମାଣୁ ସଂଖ୍ୟା ଦକ୍ଷିଣ ପାର୍ଶ୍ଵସ୍ଥ ପ୍ରତ୍ୟେକ ମୌଳିକର ପରମାଣୁ ସଂଖ୍ୟା ସମାନ ହେବା ଆବଶ୍ୟକ |
5. ନିମ୍ନଲିଖିତ ଉକ୍ତିଗୁଡ଼ିକୁ ରାସାୟନିକ ସମୀକରଣରେ ଲେଖି ସେଗୁଡ଼ିକ ସମତୁଲ କର | a. ହାଇଡ୍ରୋଜେନ୍ ଗ୍ୟାସ୍ ନାଇଟ୍ରୋଜେନ୍ ସହିତ ମିଳିତ ହେଲେ ଏମୋନିଆ ହୁଏ | ଉ : N2 +H2 →NH3 ସମତୁଲ ସମୀକରଣ : N2 + 3H2→ 2NH3
b. ହାଇଡ୍ରୋଜେନ୍ ସଲ୍ଫାଇଡ୍ ଗ୍ୟାସ୍ ବାୟୁରେ ଜଳିଲେ ଜଳ ଓ ସଲ୍ଫର୍ ଡାଇଅକ୍ସାଇଡ୍ ହୁଏ | ଉ : H2S + O2 → H2O + SO2
2H2S (g) + 3O2(g) ) → 2SO2 (g) + 2H2O
C. ବେରିୟମ୍ କ୍ଲୋରାଇଡ୍ ଓ ଏଲୁମିନିୟମ୍ ସଲ୍ଫେଟ୍ ଦ୍ରବଣର ରାସାୟନିକ ପ୍ରତିକ୍ରିୟା ହେଲେ ବେରିୟମ୍ ସଲ୍ଫେଟ୍ର ଅବକ୍ଷେପ ଏବଂ ଏଲୁମିନିୟମ୍ କ୍ଲୋରାଇଡ୍ ଦ୍ରବଣ ମିଳେ |
ଉ : BaCl2 + Al2 (SO4)3 → BaSO4 + AICI3
ସମତୁଲ ସମୀକରଣ
3BaCl2 (aq) + Al2 (SO4)3 → 3BaSO4 (s) + 2AICI2
d. ପୋଟାସିୟମ୍ ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରି ପୋଟାସିୟମ୍ ହାଇଡ୍ରକ୍ସାଇଡ୍ ଓ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରେ |
ଉ : K + H2O → KoH + H2
2K + 2H2O → 2KoH + H2
6. ନିମ୍ନଲିଖିତ ରାସାୟନିକ ସମୀକରଣଗୁଡ଼ିକୁ ସମତୁଲ କର |
a. HNO3 + Ca(OH)2 → Ca(NO3)2 + H2O
ସମତୁଲ ସମୀକରଣ : 2HNO3 + Ca(OH)2 → Ca (NO3)2 + H2O
b. NaoH + H2SO4 → Na2SO4 + H2O
ସମତୁଲ ସମୀକରଣ : 2NaOH + H2SO4 → Na2SO4 + 2H2O
c. NaCl + AgNo3 → AgCl + N2NO3
ସମତୁଲ ସମୀକରଣ : NaCl + AgNO3 → AgCl + NaNO3
d. BaCl2 + H2SO4 → BaSO4 + HCI
ସମତୁଲ ସମୀକରଣ : BaCl2 + H2SO4 → BaSO4 + 2HCI
7. ନିମ୍ନଲିଖିତ ରାସାୟନିକ ପ୍ରତିକ୍ରିୟାଗୁଡ଼ିକ ପାଇଁ ସମତୁଲ ରାସାୟନିକ ସମୀକରଣ ଲେଖ |
a. କ୍ୟାଲସିୟମ୍ ହାଇଡ୍ରକ୍ସାଇଡ୍ + କାର୍ବନ୍ ଡାଇଅକ୍ସାଇଡ୍ → କ୍ୟାଲ୍ସିୟମ୍ କାର୍ବୋନେଟ୍ + ଜଳ
ଉ : ସୂଚକ ସମୀକରଣ : Ca (OH)2 + CO2 → CaCO3 + H2O
b. ଜିଙ୍କ୍ + ସିଲଭର୍ ନାଇଟ୍ରେଟ୍ → ଜିଙ୍କ୍ ନାଇଟ୍ରେଟ୍ + ସିଲ୍ଭର୍
ଉ : ସୂଚକ ସମୀକରଣ: Zn + 2AgNO3 → Zn(NO3)2 + 2Ag
C. ଏଲୁମିନିୟମ୍ + କପର୍ କ୍ଲୋରାଇଡ୍ → ଏଲୁମିନିୟମ୍ କ୍ଲୋରାଇଡ୍ + କପର
ଉ : ସୂଚକ ସମୀକରଣ: Al + CaCl2 → AlCl3 + Cu
d. ବେରିୟମ୍ କ୍ଲୋରାଇଡ୍ + ପୋଟାସିୟମ୍ ସଲଫେଟ୍ → ବେରିୟମ ସଲ୍ଫେଟ୍ + ପୋଟାସିୟମ୍ କ୍ଲୋରାଇଡ୍
ଉ : ସୂଚକ ସମୀକରଣ: BaCl2 + K2SO4 → BaSO4 + 2KCI
8 . ନିମ୍ନଲିଖିତ ରାସାୟନିକ ପ୍ରତିକ୍ରିୟାଗୁଡିକ ପାଇଁ ସମତୁଲ ରାସାୟନିକ ସମୀକରଣ ଲେଖ ଏବଂ ସେଗୁଡିକ କେଉଁ ପ୍ରକାରର ରାସାୟନିକ ପ୍ରତିକ୍ରିୟା ସୂଚାଅ |
a. ଆଇରନ୍ ସଲ୍ଫାଇଡ୍ (କଠିନ) + ସଲ୍ଫ୍ୟୁରିକ୍ ଏସିଡ୍ (ଜଳୀୟ) → ଆଇରନ୍ ସଲ୍ଫେଟ୍ (ଜଳୀୟ) + ହାଇଡ୍ରୋଜେନ୍ ସଲ୍ଫାଇଡ୍ (ଗ୍ୟାସ୍)
ଉ : FeS (s) + H2SO4 (ag) → FeSO4 (ag) + H2S (g) ଏହି ପ୍ରତିକ୍ରିୟାଟି ଦ୍ୱୈତ ବିସ୍ଥାପନ ପ୍ରତିକ୍ରିୟା ଅଟେ |
b. ଜିଙ୍କ୍ କାର୍ବୋନେଟ୍ (କଠିନ) → ଜିଙ୍କ୍ ଅକସାଇଡ୍ (କଠିନ) + କାର୍ବନ୍ ଡାଇଅକ୍ସାଇଡ୍ (ଗ୍ୟାସ୍)
ଉ : ZnCO3 (s) → ZnO(s) + CO2 (g) ଏହା ବିଘଟନ ପ୍ରତିକ୍ରିୟା ଅଟେ |
c. ହାଇଡ୍ରୋଜେନ୍ (ଗ୍ୟାସ୍) + କ୍ଲୋରିନ୍ (ଗ୍ୟାସ୍) → ହାଇଡ୍ରୋଜେନ କ୍ଲୋରାଇଡ୍ (ଗ୍ୟାସ୍)
ଉ : H2(g) + Cl2 (g) → 2HCl (g) ଏହା ସଂଶ୍ଳେଷଣ ପ୍ରତିକ୍ରିୟା ଅଟେ |
(d) ମ୍ୟାଗ୍ନେସିୟମ (କଠିନ) + ହାଇଡ୍ରୋକ୍ଲୋରିକ୍ ଏସିଡ୍ (ଜଳୀୟ) → ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍ (ଜଳୀୟ) + ହାଇଡ୍ରୋଜେନ୍ (ଗ୍ୟାସ୍)
ଉ : Mg (s) + 2HCl (ag) → MgCl2 (ag) + H2(g) ଏହା ଏକ ବିସ୍ଥାପନ ପ୍ରତିକ୍ରିୟା ଅଟେ |
9. ତାପଉତ୍ପାଦୀ ଓ ତାପଶୋଷୀ ରାସାୟନିକ ପ୍ରତିକ୍ରିୟା କହିଲେ କ’ଣ ବୁଝ ? ଉଦାହରଣ ଦିଅ |
ଉ : ତାପଉତ୍ପାଦୀ ପ୍ରତିକ୍ରିୟା : ଯେଉଁ ରାସାୟନିକ ପ୍ରତିକ୍ରିୟାରେ ତାପଶକ୍ତି ନିର୍ଗତ ହୁଏ, ତାହାକୁ ତାପଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା କୁହାଯାଏ |
ଉଦାହରଣ: 1 : କୋଇଲାର ଦହନ : c(s) +o2(g)→co2(g) ତାପ
ଉଦାହରଣ: 2 : ଉଦଜାନ ବା ହାଇଡ୍ରୋଜେନ୍ ଗ୍ୟାସର ଦହନ : 2H2 (g) + o2(g)→2H2O (l)
ତାପଶୋଷୀ ପ୍ରତିକ୍ରିୟା: ଯେଉଁ ରାସାୟନିକ ପ୍ରତିକ୍ରିୟାରେ ତାପଶକ୍ତି ଶୋଷିତ ହୁଏ, ତାହାକୁ ତାପଶୋଷୀ ପ୍ରତିକ୍ରିୟା କୁହାଯାଏ |
ଉଦାହରଣ: 1 : ସିଲଭର୍ କ୍ଲୋରାଇଡ୍ ସୂର୍ଯ୍ୟାଲୋକରେ ବିଘଟନ ହେବା ଦ୍ଵାରା ସିଲଭର୍ ଓ କ୍ଳୋରିନ୍ ଗ୍ୟାସ୍ ଉତ୍ପନ୍ନ ହୁଏ |
2AgCl(s) ସୂର୍ଯ୍ୟାଲୋକ 2 Ag(s) +Cl2(g)
10. ଶ୍ଵାସକ୍ରିୟାକୁ କାହିଁକି ଏକ ତାପଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ଭାବରେ ଧରାଯାଇଥାଏ ? ବୁଝାଅ |
ଶ୍ଵାସକ୍ରିୟାକୁ ଏକ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟାକାରଣ : ଆମେ ଖାଉଥିବା ଖାଦ୍ୟ ଯଥା : - ଭାତ, ରୁଟି , ଆଳୁ ଇତ୍ୟାଦିରେ ଶ୍ଵେତସାର (Carbohydrate) ଥାଏ
ଏହି ଶ୍ଵେତସାରରୁ ପରିପାକ କ୍ରିୟା ଦ୍ଵାରା ଗ୍ଲୁକୋଜ୍ (C6H12O6 ) ଜାତ ହୁଏ |
ଶରୀରରେ କୋଷରେ ଅମ୍ଳଜାନ ଥାଏ, ଯାହାଦ୍ୱାରା ଗ୍ଲୁକୋଜ୍ ର କାରଣ ହୁଏ ଓ ସେଥିରୁ ଶକ୍ତି ସୃଷ୍ଟି ହୋଇ ଶରୀରରେ ବିନିଯୋଗ ହୁଏ | ଏହି ପ୍ରକ୍ରିୟାକୁ ଶ୍ଵସନ (Respiration) କୁହାଯାଏ | ଏଥିପାଇଁ ଉଦ୍ଦିଷ୍ଟ ସମୀକରଣଟି
C6H12O6 (ag) + 6O2 (ag) → 6CO2(ag) + 6H2O (l) + energy (ଶକ୍ତି)
11. ବିଘଟନ ପ୍ରତିକ୍ରିୟାକୁ କାହିଁକି ସଂଶ୍ଳେଷଣ ପ୍ରତିକ୍ରିୟାର ବିପରୀତ ବୋଲି କୁହାଯାଏ ? ଏହି ଦୁଇଟି ରାସାୟନିକ ପ୍ରତିକ୍ରିୟା ପାଇଁ ରାସାୟନିକ ସମୀକରଣ ଲେଖ |
ଉ : ସଂଶ୍ଳେଷଣ ପ୍ରତିକ୍ରିୟାରେ ଦୁଇ ବା ତତୋଧିକ ପ୍ରତିକାରକରୁ ଗୋଟିଏ ମାତ୍ର ଉତ୍ପାଦ ସୃଷ୍ଟି ହୁଏ | କିନ୍ତୁ ବିଘଟନ ପ୍ରତିକ୍ରିୟାରେ ଗୋଟିଏ ମାତ୍ର ପ୍ରତିକାରକରୁ ଏକାଧିକ ସରଳତର ଉତ୍ପାଦ ସୃଷ୍ଟିହୁଏ | ସେଥିପାଇଁ ବିଘଟନ ପ୍ରତିକ୍ରିୟାକୁ ସଂଶ୍ଳେଷଣ ପ୍ରତିକ୍ରିୟାର ବିପରୀତ ବୋଲି କୁହାଯାଏ |
କ୍ୟାଲସିୟମ୍ ଅକ୍ସାଇଡ୍ (cao)ଜଳ ସହ ତୀବ୍ର ପ୍ରତିକ୍ରିୟା କରି ଶମିତ ଚୂନ (slaked lime) ସୃଷ୍ଟି ହେବା ସହ ପ୍ରଚୁର ତାପଶକ୍ତି ନିର୍ଗତ ହୁଏ |
CaO(s)+H2O(l)→Ca(OH)2(aq)
କ୍ୟାଲସିୟମ୍ କାର୍ବୋନେଟ୍ କୁ ଉତ୍ତପ୍ତ କ୍ୟାଲସିୟମ୍ ଅକ୍ସାଇଡ୍ ଓ କାର୍ବନ୍ ଡାଇଅକ୍ସାଇଡ୍ ସୃଷ୍ଟି ଏକ ବିଘଟନ ପ୍ରତିକ୍ରିୟା |
CaCo3 (s) ତାପ CaO(S)+CO2(g)
ଚୂନପଥର ବା କ୍ୟାଲସିୟମ୍ କାର୍ବୋନେଟ୍ କ୍ୟାଲସିୟମ୍ ଅକ୍ସାଇଡ୍
12 .ତାପ, ଆଲୋକ କିମ୍ବା ବିଦ୍ୟୁତ୍ ଶକ୍ତି ପ୍ରୟୋଗ ଦ୍ଵାରା ସମ୍ପାଦିତ ହେଉଥିବା ପ୍ରତ୍ୟେକ ବିଘଟନ ପ୍ରତିକ୍ରିୟା ପାଇଁ ରାସାୟନିକ ସମୀକରଣ ଲେଖ |
ଉ : ତାପଦ୍ଵାରା ବିଘଟନ ର ଲେଡ୍ ନାଇଟ୍ରେଟ୍ କୁ ତାପପ୍ରୟୋଗ କଲେ ଏହା ବିଘଟିତ ହୋଇ ଲେଡ୍ ଅକ୍ସାଇଡ୍ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଓ ଅକ୍ସିଜେନ୍ ଗ୍ୟାସ୍ ଉତ୍ପନ୍ନ ହୁଏ |
2Pb(NO3)2 ତାପ 2PbO + 4NO2 + O2(g)
ଲେଡ୍ ନାଇଟ୍ରେଟ୍ ଲେଡ୍ ଅକ୍ସାଇଡ୍ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍
ସୂର୍ଯ୍ୟାଲୋକ ଦ୍ଵାରା :
ସିଲଭର୍ ବ୍ରୋମାଇଡ୍ (AgBr) ସୂର୍ଯ୍ୟାଲୋକରେ ବିଘଟିତ ହୋଇ ସିଲଭର୍ ଓ ବ୍ରୋମିନ୍ ସୃଷ୍ଟି ହୁଏ |
2AgBr (s) ସୂର୍ଯ୍ୟାଲୋକ 2Ag (s) +Br2 (g)
ବିଦ୍ୟୁତ୍ ଶକ୍ତି ଦ୍ଵାରା :
ଅମ୍ଳୀକୃତ ଜଳ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ କଲେ ଜଳ ବିଘଟିତ ହୋଇ ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ସୃଷ୍ଟି ହୁଏ |
2H2O(l) ବିଦ୍ୟୁତ୍ ଶକ୍ତି 2H2(g) +O2(g)
13. ବିସ୍ଥାପନ ଓ ଦ୍ଵୈତ ବିସ୍ଥାପନ ପ୍ରତିକ୍ରିୟା ମଧ୍ୟରେ ପାର୍ଥକ୍ୟ କ’ଣ ? ଏହି ଦୁଇ ରାସାୟନିକ ପ୍ରତିକ୍ରିୟା ପାଇଁ ରାସାୟନିକ ସମୀକରଣ ଲେଖ |
ଉ : ବିସ୍ଥାପନ ପ୍ରତିକ୍ରିୟା : ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଗୋଟିଏ ମୌଳିକ କୌଣସି ଯୌଗିକର ମୌଳିକକୁ ଅପସାରଣ କରେ ତାହାକୁ ବିସ୍ଥାପନ ପ୍ରତିକ୍ରିୟା କୁହାଯାଏ |
ଏହି ପ୍ରତିକ୍ରିୟା ସମୀକରଣର ଉଭୟ ପ୍ରତିକାରକ ଓ ଉତ୍ପାଦ ପାର୍ଶ୍ଵରେ ଗୋଟିଏ ଲେଖାଏଁ ଯୌଗିକ ଓ ମୌଳିକ ରହି ଥାଆନ୍ତି |
ଜିଙ୍କ୍ ଓ କପର ସଲଫେଟ୍ ମଧ୍ୟରେ ପ୍ରତିକ୍ରିୟା ବେଳେ ଜିଙ୍କ୍ କପର ସଲଫେଟ୍ ରୁ କପରକୁ ବିସ୍ଥାପିତ କରେ | Zn(s) + CuSO4 (ag ) → ZnSO4 (ag) + Cu(s)
କପର ସଲଫେଟ୍ ଜିଙ୍କ୍ ସଲଫେଟ୍
ଦ୍ଵୈତ ବିସ୍ଥାପନ ପ୍ରତିକ୍ରିୟା : ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଦୁଇଟି ପ୍ରତିକାରକ ମଧ୍ୟରେ ଆୟନ ବିନିମୟ ଘଟେ ତାହାକୁ ଦୈତ ବିସ୍ଥାପନ ପ୍ରତିକ୍ରିୟା କୁହାଯାଏ |
ସୋଡିୟମ୍ ସଲଫେଟ୍ ଓ ବେରିୟମ୍ କ୍ଲୋରାଇଡ୍ ମଧ୍ୟରେ ପ୍ରତିକ୍ରିୟା ବେଳେ ସୋଡିୟମ୍ କ୍ଲୋରାଇଡ୍ ଓ ବେରିୟମ୍ ସଲଫେଟ୍ ଉତ୍ପନ୍ନ ହୁଏ |
Na2So4(aq) + BaCl2(Aq)→ 2NaCl(Aq) + BaSo4 (s)
ସୋଡିୟମ୍ ସଲଫେଟ୍ ବେରିୟମ କ୍ଲୋରାଇଡ୍ ସୋଡିୟମ୍ କ୍ଲୋରାଇଡ୍ ବେରିୟମସଲଫେଟ୍
14. ସିଲ୍ଭର୍ ଶୋଧନରେ, କପର୍ ଧାତୁ ଦ୍ଵାରା ସିଲ୍ଭର୍ ନାଇଟ୍ରେଟ୍ ଦ୍ରବଣରୁ ସିଲ୍କଭରକୁ ଅପସାରଣ କରି ସିଲ୍ଭର୍ ନିଷ୍କାସନ କରାଯାଏ | ଏହା ସହିତ ସମ୍ପୃକ୍ତ ରାସାୟନିକ ପ୍ରତିକ୍ରିୟାଟିକୁ ଲେଖ |
ଉ : କପର ଧାତୁ ସିଲ୍ଭର୍ ନାଇଟ୍ରେଟ୍ ସହ ପ୍ରତିକ୍ରିୟା |
ଏହି ପ୍ରତିକ୍ରିୟାରେ Cu2 ସହ ସିଲଭର୍ ନାଇଟ୍ରେଟ୍ ଥିବା No3 ସଂଯୁକ୍ତ ହୋଇ କପର୍ ନାଇଟ୍ରେଟ୍ ସୃଷ୍ଟି ହୁଏ ଓ ସିଲଭର୍ ବିସ୍ଥାପନ ଘଟେ |
Cu(s) + AgNO3→ Cu(NO3)2(aq) + 2Ag (s)
15.ଅବକ୍ଷେପଣ ପ୍ରତିକ୍ରିୟା କହିଲେ କଣ ବୁଝ ? ଉଦାହରଣ ଦେଇ ବୁଝାଅ |
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଅବକ୍ଷେପ ସୃଷ୍ଟି ହୁଏ ତାହାକୁ ଅବକ୍ଷେପଣ ପ୍ରତିକ୍ରିୟା କୁହାଯାଏ |
ଉଦାହରଣ : - ସୋଡିୟମ୍ ସଲଫେଟ୍ ସହ ସମାନ ପରିମାଣର ବେରିୟମ କ୍ଲୋରାଇଡ୍ ଦ୍ରବଣ ମିଶାଇଲେ ସୋଡିୟମ୍ କ୍ଲୋରାଇଡ୍ ଉତ୍ପନ୍ନ ହେବା ସହ ବେରିୟମ – ସଲଫେଟ୍ ର ଧଳା ଅବକ୍ଷେପ ସୃଷ୍ଟି ହୁଏ |
ରାସାୟନିକ ପ୍ରତିକ୍ରିୟା :
Na2So4(aq) + BaCl2(Aq) → BaSo4 (s) + 2NaCl(Aq)
(ସୋଡିୟମ୍ ( ବେରିୟମ (ସୋଡିୟମ୍ କ୍ଲୋରାଇଡ୍) (ବେରିୟମସଲଫେଟ୍)
ସଲଫେଟ୍ ) କ୍ଲୋରାଇଡ୍)
16. ଅକ୍ସିଜେନ୍ ଗ୍ରହଣ ଓ ଅକ୍ସିଜେନ୍ ପରିହାର ଦୃଷ୍ଟିରୁ ନିମ୍ନଲିଖତ ରାସାୟନିକ ପ୍ରତିକ୍ରିୟା ଦୁଇଟିକୁ ବୁଝାଅ । ପ୍ରତ୍ୟେକ ପାଇଁ ଦୁଇଟି ଲେଖାଏଁ ଉଦାହରଣ ଦିଅ |
a) ଜାରଣ : କୌଣସି ପଦାର୍ଥ ସହିତ ଅକ୍ସିଜେନ୍ ଯୋଗ ହେଲେ ସେହି ପ୍ରତିକ୍ରିୟାକୁ ଜାରଣ ପ୍ରତିକ୍ରିୟା କୁହାଯାଏ |
ଉଦାହରଣ : କପର୍ ସହ ଅମ୍ଳଜାନର ପ୍ରତିକ୍ରିୟା ଦ୍ଵାରା କପର୍ ଅକ୍ସାଇଡ୍ ସୃଷ୍ଟି ହୁଏ |
ସମୀକରଣ : 2cu +o2 ତାପ 2cuo
ଉଦାହରଣ : କୋଇଲାର ବାୟୁରେ ଦହନ ହେଲେ କାର୍ବନ ଡାଇଅକ୍ସାଇଡ୍ ସୃଷ୍ଟି ହୁଏ |
C+O2 ତାପ Co2
17.ଏକ ଉଜ୍ଜଳ ବାଦାମୀ ବର୍ଷର ମୌଳିକ ‘X’କୁ ଗରମ କଲେ କଳା ହୋଇଯାଏ | ମୌଳିକ ‘X’ ଏବଂ ସୃଷ୍ଟି ହୋଇଥିବା କଳା ଯୌଗିକର ନାମ ଲେଖ |
ଉ: ଉଜ୍ଜଳ ବାଦାମୀ ରଙ୍ଗର ମୌଳିକ ‘X’ ହେଉଛି କପର୍ | ଏହାକୁ ଗରମ କଲେ ସୃଷ୍ଟି ହେଉଥିବା କଳା ଯୌଗିକଟିର ନାମ କପର୍ ଅକ୍ସାଇଡ୍ (cuo) |
18. ଲୌହ ନିର୍ମିତ ପଦାର୍ଥଗୁଡ଼ିକ ଉପରେ ଆମେ କାହିଁକି ରଙ୍ଗ ଲଗାଇଥାଉ ?
ଉ : ଲୌହ ନିର୍ମିତ ପଦାର୍ଥ ବାୟୁ ସଂସ୍ପର୍ଶରେ ଆସିଲେ ଏହା ଉପରେ ଏକ ଲୌହିତ ବାଦାମୀ ରଙ୍ଗର ପ୍ରଲେପ ମାଡ଼ିଯାଏ | ଏହାକୁ ଲୁହାର କଳଙ୍କି କୁହାଯାଏ |
ଲୁହାରେ କଳଙ୍କି ଲାଗିବା ଯୋଗୁଁ ଏହାର କ୍ଷୟ ଘଟେ |
ଲୌହ ନିର୍ମିତ ପଦାର୍ଥ ଉପରେ ରଙ୍ଗ ଲଗାଇବା ଦ୍ଵାରା ଲୁହା ବାୟୁ ସଂସ୍ପର୍ଶରେ ଆସିପାରେ ନାହିଁ | ଯାହା ଫଳରେ କି ଲୁହାରେ କଳଙ୍କି ଜନିତ ଧାତୁ କ୍ଷୟ ଘଟେ ନାହିଁ |
19. ତୈଳ ଓ ଚର୍ବିଯୁକ୍ତ ଖାଦ୍ୟସାମଗ୍ରୀ ଥିବା ଡବା ମଧ୍ୟରେ ନାଇଟ୍ରୋଜେନ୍ ଗ୍ୟାସ୍ କାହିଁକି ପ୍ରବେଶ କରାଯାଇଥାଏ ?
ତୈଳ ଓ ଚର୍ବି ବାୟୁ ସଂସ୍ପର୍ଶରେ ଆସିଲେ ସେମାନଙ୍କର ଜାରଣ ଘଟି ସେଥିରୁ ରହଣିଆ ଗନ୍ଧ ବାହାରେ |
ଏଥିଯୋଗୁଁ ତେଲ ଓ ଚର୍ବି ଯୁକ୍ତ ଖାଦ୍ୟପଦାର୍ଥର ଗନ୍ଧ ଓ ସ୍ଵାଦ ବଦଳିଯାଏ |
ନାଇଟ୍ରୋଜେନ୍ ଗ୍ୟାସ୍ ଏକ ପ୍ରତିକାରକ (Antioxidant)ହୋଇଥିବାରୁ ଏହା ତୈଳ ଓ ଚର୍ବିଯୁକ୍ତ ଖାଦ୍ୟ ସାମଗ୍ରୀର ଜାରଣ ପ୍ରକ୍ରିୟାକୁ ପ୍ରତିହତ କରେ | ଫଳତଃ ଖାଦ୍ୟ ସାମଗ୍ରୀକୁ ଆଧିକ ଦିନ ଡବା ମଧ୍ୟରେ ସତେଜ ରଖାଯାଇପାରେ |
20. ପ୍ରତ୍ୟେକ ପାଇଁ ଉଦାହରଣ ଦେଇ ନିମ୍ନଲିଖିତ ପ୍ରତିକ୍ରିୟାକୁ ବୁଝାଅ |
a. ସଂକ୍ଷାରଣ : ଲୌହ, କପର୍, ସିଲଭର୍ ଆଦି ଧାତୁ ଜଳୀୟବାଷ୍ପ ଅମ୍ଳ ଇତ୍ୟାଦି ସହିତ ରାସାୟନିକ ପ୍ରତିକ୍ରିୟା କଲେ ଉକ୍ତ ଧାତଉଗୁଡିକର କ୍ରମଶଃ କ୍ଷୟ ଘଟେ | ଏହି ପ୍ରକ୍ରିୟାକୁ ଧାତୁର ସଂକ୍ଷାରଣ କୁହାଯାଏ |
ଜଳୀୟବାଷ୍ପ ସଂସ୍ପର୍ଶରେ ଆସିଲେ ଲୁହା ଉପରେ ଲୋହିତ ବାଦାମୀ ରଙ୍ଗର ଏକ ଆସ୍ତରଣ ସୃଷ୍ଟି ହୁଏ | ଏହାକୁ ଲୁହାର କଳଙ୍କି କୁହାଯାଏ |
ସେହିଭଳି ସିଲଭର୍ ଉପରେ ପଡୁଥିବା କଳା ଆସ୍ତରଣ ଏବଂ କପର୍ ଉପରେ ସୃଷ୍ଟି ହେଉଥିବା ସବୁଜ ଆସ୍ତରଣ ସଂକ୍ଷାରଣର ଗୋଟିଏ ଗୋଟିଏ ଉଦାହରଣ ଅଟେ |
b. ରହଣିଆ ଅବସ୍ଥା :
ତୈଳ ଓ ଚର୍ବି ଜାତୀୟ ପଦାର୍ଥ ବାୟୁ ସଂସ୍ପର୍ଶରେ ଆସିଲେ ସେମାନଙ୍କର ଜାରଣ ଘଟେ |
ଏହି ଜାରଣ ପ୍ରକ୍ରିୟା ଯୋଗୁଁ ସେହି ଖାଦ୍ୟ ପଦାର୍ଥରୁ ଏକ ପ୍ରକାର ଗନ୍ଧ ବାହାରେ ଯାହାକୁ ରହଣିଆ ଗନ୍ଧ ବୋଲି କୁହାଯାଏ | ଚର୍ବି ଓ ତୈଳଜାତୀୟ ଖାଦ୍ୟ ପଦାର୍ଥର ଏହି ଅବସ୍ଥାକୁ ରହଣିଆ ଅବସ୍ଥା କୁହାଯାଏ | ଏହାଦ୍ୱାରା ଖାଦ୍ୟ ପଦାର୍ଥର ଗନ୍ଧ ଓ ସ୍ଵାଦ ବଦଳି ଯାଏ |