Ame Kipari Amaku Shasana Karu - ଆମେ କିପରି ଆମକୁ ଶାସନ କରୁ - Class 5 Social Science Chapter-2 Question Answers

Language : Odia

Odia Medium Class 5 Social Science Chapter-2 ଆମେ କିପରି ଆମକୁ ଶାସନ କରୁ ଅଭ୍ୟାସ (Ame Kipari Amaku Sasana Karu) Question Answers


୧. ଠିକ୍ ଉତ୍ତର ବାଛି ଲେଖ |

କ) ରାଜ୍ୟପାଳଙ୍କୁ କିଏ ନିଯୁକ୍ତ କରନ୍ତି ?

ଉ : ରାଷ୍ଟ୍ରପତି

ଖ) କିଏ ନିର୍ବାଚିତ ହୋଇ ନଥାନ୍ତି ?

ଉ : ରାଜ୍ୟପାଳ

ଗ) ନିମ୍ନଲିଖିତ ମଧ୍ୟରୁ କେଉଁ ପ୍ରକାର ଶାସନ ଆମ ଦେଶରେ ଚାଲୁଛି ?

ଉ : ଗଣତନ୍ତ୍ର ଶାସନ

୨. ଭାରତର ସଂସଦ (ପାର୍ଲାମେଣ୍ଟ) କେଉଁମାନଙ୍କୁ ନେଇ ଗଠିତ ?

ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ସଂସଦ ଗଠିତ |

୩. ଭାରତର ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?

ଲୋକସଭା , ରାଜ୍ୟସଭା ଓ ରାଜ୍ୟ ବିଧାନସଭାର ସଭ୍ୟମାନଙ୍କ ଦ୍ଵାରା ଭାରତର ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି ?

୪. ଲୋକସଭା –

  • ଏହା ଏକ ସ୍ଥାୟୀ ସଭା ନୁହେଁ | ଏହାର କାର୍ଯ୍ୟକାଳ ୫ ବର୍ଷ |
  • ଏହି ସଭାର ସଭ୍ୟମାନେ ପ୍ରତ୍ୟକ୍ଷ ଭାବେ ଲୋକମାନଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି |
  • ବାଚସ୍ପତି ଏହି ସଭାର ସଭାପତି | ଏହାର ମୋର ସଭ୍ୟ  ୫୪୫ | ଆଙ୍ଗ୍ଲୋ ଇଣ୍ଡିଆନ ସମ୍ପ୍ରଦାୟର କେହି ନ ଥିଲେ ରାଷ୍ଟ୍ରପତି ୨ ଜଣଙ୍କୁ ମନୋନୀତ କରନ୍ତି |
  • ଏହି ସଭାର ପ୍ରତ୍ୟେକ ସଭ୍ୟ  ୫ ବର୍ଷ ରହନ୍ତି |

ରାଜ୍ୟସଭା :

  • ଏହା ଏକ ସ୍ଥାୟୀ ସଭା ଅଟେ |
  • ଏହା ସଭାର ସଭ୍ୟମାନେ ବିଧାନସଭାର ସଭ୍ୟମାନଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି |
  • ଉପରାଷ୍ଟ୍ରପତି ଏହି ସଭାର ସ୍ଥାୟୀ ସଭାପତି |
  • ଏହାର ମୋଟ ସଭ୍ୟ ସଂଖ୍ୟା ୨୫୦ | ଏଥିରୁ ୧୦ ଜଣଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି |
  • ଏହି ସଭାର ପ୍ରତ୍ୟେକ ସଭ୍ୟ ୬ ବର୍ଷ ରହନ୍ତି | ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସଭ୍ୟ ଅବସର ନିଅନ୍ତି |

୫. ନିମ୍ନରେ କେତୋଟି କାର୍ଯ୍ୟ ଦିଆଯାଇଛି | ସେହି କାର୍ଯ୍ୟଗୁଡ଼ିକ କରିବା ପାଇଁ କେଉଁ ସ୍ତରରେ ନିଷ୍ପତ୍ତି ନିଆଯାଏ √ ଚିହ୍ନ ଦ୍ଵାରା ଦର୍ଶାଅ |

କ) ଚଳିତ ବର୍ଷ ଓଡ଼ିଶାର ସମସ୍ତ କୃଷକଙ୍କୁ ମାଗଣାରେ ବିଜୁଳି ଶକ୍ତିପ୍ରଦାନ |

ଉ : ରାଜ୍ୟ

ଖ) ଏକ ନୂଆ ୧୦୦୦ ଟଙ୍କିଆ ନୋଟର ପ୍ରଚଳନ |

ଉ : କେନ୍ଦ୍ର

ଗ) ଜାମ୍ମୁରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦୁଇଟି ଟ୍ରେନ ଚଳାଇବା ନିଷ୍ପତ୍ତି |

ଉ : କେନ୍ଦ୍ର

୬. ସାରଣୀରେ ଥିବା ଖାଲି ଘରଗୁଡିକ ପୂରଣ କର |

ନାମ

କାର୍ଯ୍ୟକାଳ

ସଭ୍ୟସଂଖ୍ୟା

କେଉଁଠି  ଅଛି

ବିଧାନସଭା

୫ ବର୍ଷ

୧୪୭

ଭୁବନେଶ୍ୱର

ଲୋକସଭା

୫ ବର୍ଷ

୫୪୫

ଦିଲ୍ଲୀ

ରାଜ୍ୟସଭା

ସ୍ଥାୟୀ ସଭା

୨୫୦

ଦିଲ୍ଲୀ

୭. ତୁମେ ଯଦି ପ୍ରଧାନମନ୍ତ୍ରୀ ହେବ କ’ଣ କରିବ ?

  • ଦେଶରେ ଘଟୁଥିବା ହିଂସାତ୍ମକ କାର୍ଯ୍ୟ ବିରୋଧରେ କଠୋର ପଦକ୍ଷେପ ନେବି |
  • ଧନୀ ଗରିବ ମଧ୍ୟରେ ଅସମତା ଦୂର କରିବା ପାଇଁ ଉଦ୍ୟମ କରିବି |

Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP