Samajika Srunkhala - ସାମାଜିକ ଶୃଙ୍ଖଳା ଅଭ୍ୟାସ Class 5 Paribesha Bigyan Chapter-1 Question Answers

Language : Odia

Odia Medium Class 5 Social Science Chapter-1 ସାମାଜିକ ଶୃଙ୍ଖଳା ଅଭ୍ୟାସ(Samajika Srunkhala) Question Answers


ସାମାଜିକ ଶୃଙ୍ଖଳା

1.   ମନ୍ଦ ଅଭ୍ୟାସ ଓ ଭଲ ଅଭ୍ୟାସ ସାରଣୀ |

ମନ୍ଦ ଅଭ୍ୟାସ : - ରାସ୍ତା ମଝିରେ ସାଇକେଲ ଚଳାଇବା ,ଧୂମପାନ କରିବା ,ପ୍ରତିଦିନ ସିନେମା ଦେଖିବା ,ଜୋରରେ ମାଇକ୍ ବଜାଇବା ,ବିଦ୍ୟାଳୟ କାନ୍ଥରେ ଗାରେଇବା  ,ବେଞ୍ଚ, ଗଛ, ଟାୟାର ଜାଳି ରାସ୍ତା ଅବରୋଧ କରିବା , ଜବରଦସ୍ତ ଚାନ୍ଦା ଆଦାୟ କରିବା, ଅନ୍ୟ ବାଡିରୁ ଫୁଲ ଓ ଫଳ ଚୋରି କରିବା |        ଭଲ ଅଭ୍ୟାସ : - ଗୀତା ଗାଇବା, ଛୁଟିରେ ବନ୍ଧୁ ଘର ବୁଲିଯିବା , ଖବର କାଗଜ ପଢିବା, ରାସ୍ତା କଡରେ ଗଛ ଲଗାଇବା , ଠିକ୍ ସମୟରେ ଟିକସ ଦେବା

2.   ତୁମେ ଜାଣିଥିବା ଯେକୌଣସି ୫ ଟି ଅପରାଧର ନାମ ଲେଖ |

ଚୋରି , ଡକାୟତି , ମାରପିଟ କରିବା, ବିନା ଟିକଟରେ ବସ୍ ଟ୍ରେନରେ ଯିବା, ରାସ୍ତା ଅବରୋଧ କରିବା , ମଦ୍ୟପାନ |

3.   ତୁମର ଜଣେ ସମ୍ପର୍କୀୟ ମଦ୍ୟପାନ କରୁଥିଲେ କ’ଣ କରିବ ?

ମଦ୍ୟ ପାନର ମନ୍ଦଫଳ ଓ ପରିବାରରେ ଘଟୁଥିବା ଅଭାବ ଅସୁବିଧା ଓ ତାର ସ୍ୱାସ୍ଥ୍ୟ ଏଥିରେ କେତେମାତ୍ରାରେ କ୍ଷତିଗ୍ରସ୍ଥ ହେବ ତାହା ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବୁ |

4.   ତୁମ ଅଞ୍ଚଳରେ ଘଟୁଥିବା ଅପରାଧ ତାଲିକା କର | ସେହି ଅପରାଧଗୁଡିକୁ କିପରି ନିରାକରଣ କରାଯାଇପାରିବ ତାର ଉପାୟଗୁଡ଼ିକ ଲେଖ |

ଅପରାଧ                            ନିରାକରଣର ଉପାୟ

ଚୋରି , ଡକାୟତି , ମାରପିଟ –          ଅପରାଢୀକୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରାଯିବା ଉଚିତ୍ |

ମଦପିଇ ଗାଡି ଚଳାଇବା –            ନିଶାଦ୍ରବ୍ୟର କୁପ୍ରଭାବ ବିଷୟରେ ସେମାନଙ୍କୁ ସଚେତନ କରାଯିବା ଉଚିତ୍ |

5.   ତଳେ କେତୋଟି ଉକ୍ତି ଦିଆଯାଇଛି | ସେହି ଉକ୍ତିଗୁଡିକ ମଧ୍ୟରୁ ତୁମକୁ ଭଲ ଲାଗୁଥିବା ଉକ୍ତିଗୁଡିକ ମଧ୍ୟରୁ ତୁମକୁ ଭଲ ଲାଗୁଥିବା ଉକ୍ତିଗୁଡିକର ( ) ଚିହ୍ନ ଦିଅ |

କ. ନିୟମିତ ବିଦ୍ୟାଳୟକୁ ଆସିବା |√

ଖ. ଘରର ଅପରିଷ୍କାର ପାଣି ରାସ୍ତାକୁ ଯିବା | X

ଗ. ରାସ୍ତାକଡରେ ଝାଡା ବସିବା | X

ଘ. ରାସ୍ତାଉପରେ ମଇଳା ଜମାଇବା ଓ ରାସ୍ତାରେ କଦଳୀ ଚୋପା ପକାଇବା | X

ଙ. ବିଜୁଳିବାଟିକୁ ଟେକାମାରି ଭାଙ୍ଗିବା | X

ଚ. ପ୍ରାର୍ଥନା ସରିବା ପରେ ଧାଡ଼ି କରି ନିଜ ଶ୍ରେଣୀ କକ୍ଷକୁ ଫେରିବା |√ଛ. ସାଙ୍ଗ ପିଲାମାନଙ୍କ ସହିତ ଗଣ୍ଡଗୋଳ କରିବା | X

ଜ. ଦିନରେ ଆବଶ୍ୟକ ନ ଥାଇ ବିଜୁଳିବାଟି ଜାଳିବା | X

ଝ. ଗୁରୁଜନଙ୍କୁ ସମ୍ମାନ ପ୍ରଦର୍ଶନ କରିବା |√

6.   ଯେକୌଣସି ୪ ଟି ମନ୍ଦ ଅଭ୍ୟାସ ଲେଖ |

·    ଗଛ କାଟିବା

·    ଚୋରି କରିବା

·    ହତ୍ୟା କରିବା

·    ମଦପିଇବା

·    ଟ୍ରାଫିକ ନିୟମ ନ ମାନିବା

7.   ଅପରାଧ ନିରାକରଣ ପାଇଁ ସହାୟକ ହେବାଭଳି ଉକ୍ତି ନିକଟରେ ଠିକ୍ (√) ଚିହ୍ନ ଓ ସହାୟକ ନ ହେବା ଭଳି ଉକ୍ତି ନିକଟରେ ଭୁଲ (X) ଚିହ୍ନ ଦିଅ |

·    ଚୋରିରୁ ରକ୍ଷା ପାଇବା ପାଇଁ ଦୁଆର ଓ ଝରକାଗୁଡିକ ମଜବୁତ କରିବା | √

·    ଆମ ପାଖରେ ଥିବା ଟଙ୍କା , ପଇସା ଓ ସୁନା ଗହଣାକୁ ସୁରକ୍ଷିତ ସ୍ଥାନରେ ରଖିବା |√

·    ଉତ୍ତମ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିବା |√

·    ଅପରାଧର କୁପରିଣାମ ସମ୍ପର୍କରେ ସଭା , ସମିତି ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକମାନଙ୍କୁ ଅବଗତ କରିବା √

·    ମଦପିଇ ଗୋଳମାଳ କଲେ ପୋଲିସକୁ ଜଣାଇବା |√

·    ଓଜନ ମାପରେ ଠକୁଥିବା ଲୋକଙ୍କୁ କୌଣସି ବାଧାଦେବା ନାହିଁ | X

·    ଚୋରକୁ ଧରିବା ପାଇଁ ଘରେ କୁକୁର ପାଳିବା |√

·    ସ୍ଥାନୀୟ ଜଣାଶୁଣା ଅପରାଧ୍ୟମାନଙ୍କ ଉପରେ ପୋଲିସ୍ ର କଡାନଜର ରଖିବା |√

·    ଦୋଷୀକୁ କଠିନ ଦଣ୍ଡଦେବାର ବ୍ୟବସ୍ଥା କରିବା |√

·    ଅପରାଧୀକୁ ଜାଣି ମଧ୍ୟ ପୋଲିସ୍ କୁ ନ ଜଣାଇବା | X

·    ସ୍ଥାନୀୟ ଲୋକମାନେ କିଛି ପଇସା ଦେଇ ରାତ୍ରି ଜଗୁଆଳି ରଖିବା |√

·    ରେଡିଓ, ଟେଲିଭିଜନ ଓ ସମ୍ବାଦପତ୍ର ଅପରାଧ ନିରାକରଣ ସମ୍ପର୍କରେ ପ୍ରଚାର କରିବା |√

·    ଅପରାଧୀର ଚରିତ୍ର ପରିବର୍ତ୍ତନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବା |√

·    ଖରାପ ବ୍ୟବହାରକୁ ସହିବା | X

·    ଅପରାଧକୁ ଘୃଣା କରିବା ମାତ୍ର ଅପରାଧୀକୁ ନୁହେଁ | √



Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP