crown
Premium

Bharata: Jalabayu,Prakrutika Udvida,Banyaprani O Ehara Sarankhyana(ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ) Class 6 Geography Chapter-7 (Part-2) :- Question & Answer

Language : Odia

(ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ) Question & Answer




1.       ନିମ୍ନଲିଖିତ ପ୍ରଶ୍ନଗୁଡିକର ଉତ୍ତର ସଂକ୍ଷେପରେ ଲେଖ |


a)      କେଉଁ ବାୟୁଦ୍ଵାରା ଭାରତରେ ବୃଷ୍ଟିପାତ ହୋଇଥାଏ ? ଏହା କାହିଁକି ଏତେ ଗୁରୁତ୍ବପୂର୍ଣ୍ଣ ?

ମୌସୁମୀ ବାୟୁଦ୍ଵାରା ଭାରତରେ ବୃଷ୍ଟିପାତ ହୋଇଥାଏ |

ଏହା ଏକ ଋତୁକାଳୀନ ବାୟୁ ପ୍ରବାହ ଭାରତର କୃଷି ଏହି ବୃଷ୍ଟିପାତ ଉପରେ ନିର୍ଭର କରୁଥିବାରୁ ଏହା ଖୁବ ଗୁରୁତ୍ଵପୂର୍ଣ୍ଣ |


b)      ଭାରତରେ ଅନୁଭୂତ ୪ ଗୋଟି ମୁଖ୍ୟ ଋତୁ ହେଲା –

·         ଗ୍ରୀଷ୍ମ ଋତୁ

·         ବର୍ଷା ଋତୁ

·         ଶରତ ଋତୁ

·         ଶୀତ ଋତୁ


c)       ପ୍ରାକୃତିକ ଉଦ୍ଭିଦ କାହାକୁ କୁହାଯାଏ ?

ମଣିଷର ବିନା ସାହାଯ୍ୟରେ ଆପେ ଆପେ ବଢିଥିବା ଘାସ, ଓ ଗଛଲତାକୁ ପ୍ରାକୃତିକ ଉଦ୍ଭିଦ କୁହାଯାଏ |


d)      ଭାରତରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ପ୍ରାକୃତିକ ଉଦ୍ଭିଦର ନାମ ଲେଖ |


ଭାରତରେ ଦେଖାଯାଉଥିବା ପ୍ରାକୃତିକ ଉଦ୍ଭିଦଗୁଡିକୁ ପାଞ୍ଚୋଟି ଶ୍ରେଣୀରେ ବିଭକ୍ତ କରାଯାଏ | ସେଗୁଡିକ ହେଲା :-

·         କ୍ରାନ୍ତିୟ ଚିରହରିତ ଅରଣ୍ୟ

·         କ୍ରାନ୍ତିୟ ପର୍ଣ୍ଣମୋଚି ଅରଣ୍ୟ

·         କଣ୍ଟାବୁଦା ଜଙ୍ଗଲ

·         ପାର୍ବତ୍ୟ ଅରଣ୍ୟ

·         ହେନ୍ତାଳ ବଣ


e)      ଚିରହରିତ ଅରଣ୍ୟ ଓ ପର୍ଣ୍ଣମୋଚି ଅରଣ୍ୟ ମଧ୍ୟରେ କି ପାର୍ଥକ୍ୟ ରହିଛି ?


ଚିରହରିତ ଅରଣ୍ୟ -

·         ପ୍ରଚୁର ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଚିରହରିତ ଅରଣ୍ୟ ଦେଖାଯାଏ |

·         ଏହି ଅରଣ୍ୟର ବୃକ୍ଷଗୁଡ଼ିକ ଅତି ଘଞ୍ଚ ହୋଇଥିବାରୁ ସୂର୍ଯ୍ୟକିରଣ ବହୁପୃଷ୍ଠରେ ପଡିପାରେ ନାହିଁ  |· ଉଦାହରଣ :-ମେହେଗାନି, ଏବୋନି, ରୋଜଉଡ


ପର୍ଣ୍ଣମୋଚି ଅରଣ୍ୟ –

·         ମଧ୍ୟମ ଧରଣର ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ପର୍ଣ୍ଣମୋଚି ଅରଣ୍ୟ ଦେଖାଯାଏ |

·         ଏହି ଅରଣ୍ୟର ବୃକ୍ଷଗୁଡ଼ିକ ଏତେ ଘଞ୍ଚ ନୁହନ୍ତି |·         ଉଦାହରଣ :- ଶାଳ, ପିଆଶାଳ, ଶାଗୁଆନ


f)       କ୍ରାନ୍ତିୟ ବୃଷ୍ଟି ଅରଣ୍ୟକୁ ଚିରହରିତ ଅରଣ୍ୟ କୁହାଯାଏ କାହିଁକି ?


·         ପ୍ରଚୁର ବୃଷ୍ଟି ହେଉଥିବା କ୍ରାନ୍ତିୟ ଅଞ୍ଚଳର ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଭିନ୍ନ ଭିନ୍ନ ସମୟରେ ପତ୍ରଝଡ଼ା ଦେଇଥାନ୍ତି | ଫଳରେ ଅରଣ୍ୟରେ ଚିର ସବୁଜିମା ଭରି ରହିଥାଏ | ତେଣୁ କ୍ରାନ୍ତିୟ ବୃଷ୍ଟି ଅରଣ୍ୟକୁ ଚିରହରିତ ଅରଣ୍ୟ କୁହାଯାଏ  


2.       ଉତ୍ତର ଲେଖ |


a)      ପୃଥିବୀର ସର୍ବାଧିକ ବୃଷ୍ଟିପାତ ପାଉଥିବା ସ୍ଥାନ :- ମାଓସିନରାମ

b)      ମେହେଗାନି ଓ ରୋଜଉଡ ବୃକ୍ଷ ଦେଖାଯାଉଥିବା ଅରଣ୍ୟ :- କ୍ରାନ୍ତିୟ ଚିରହରିତ ଅରଣ୍ୟ

c)       ହେନ୍ତାଳ ବଣ ବଢିବା ପାଇଁ ଆବଶ୍ୟକ :- ଲୁଣିଜଳ

d)      ବଣ୍ୟଛେଳି  ଓ ବର ଚିତାବାଘ ଦେଖାଯାନ୍ତି :- ହିମାଳୟ ଅଞ୍ଚଳ

e)      ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସମୟରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ :- ସମୁଦ୍ରରୁ ସ୍ଥଳଭାଗକୁ


3.       ଶୂନ୍ୟସ୍ଥାନ ପୂରଣ କର |

A )  ଗ୍ରୀଷ୍ମକାଳରେ ଉତ୍ତର ପଶ୍ଚିମ ଭାରତରେ ବହୁଥିବା ଉଷ୍ଣ ଶୁଷ୍କ ବାୟୁକୁ ଲୁ କୁହାଯାଏ |

       

B)ଶୀତ

C) ଗୀର, ଏସିଆସିଂହ

D) ହେନ୍ତାଳବୃକ୍ଷ

E) କ୍ରାନ୍ତିୟ ପର୍ଣ୍ଣମୋଚି ଅରଣ୍ୟ


|




To get the premium content

Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP