Sarata Nai Kule Class 6 Odia Chapter 4 | MIL Class 6

Language : Odia

Sarata Nai Kule Class 6 Odia Chapter 4 | ଶରତ ନଈ କୂଳେ | BSE Odisha Board Odia Medium Class 6 Question and Answer  Subject Odia Chapter 4 Sarat-Nai-Kule (ଶରତ-ନଈ-କୂଳେ) by Radhamohan Gadanayak || LRNR Classes || Soumya Madam


ଶରତ – ନଈ – କୂଳେ

2.କବିତାର ଯେଉଁ ପଦରେ ଏକଥା କୁହାଯାଇଛି ସେହି ପଦକୁ ଆବୃତ୍ତି କର |

କ. ବଗ ଶିକାର ପାଇଁ ବସିଛି |

ଉତ୍ତର : ମଉନ ବକ ବସିଛି ତା’ର

ସୁଅର ଏକ ପାଶେ

ଶିକାର ଅଭିଳାଷେ

ପାଉଛି ଯାହା , ଅତୁଳ ସୁଖେ

ଦେଉଚି ଭରି ଆପଣା ମୁଖେ |

ଖ. ଶଙ୍ଖଚିଲ ଆକାଶରେ ଉଡୁଛି |

ଉତ୍ତର : ସେତିକି ବେଳେ ତହିଁ

ଶଙ୍ଖଚିଲ ଉଠଇ ଡାକି

ଅକାଶେ ରହି ରହି |

ଗ. ଗୋପାଳ ପିଲା ବଂଶୀ ବଜାଉଛି |

ଉତ୍ତର : ଗୋପାଳ ପୁଅ ସେଇଠି କାହିଁ

ବଇଁଶୀ ସୁରେ ଦେଉଚି ଗାଈ ,

ସତେକି ତାଳେ ତାଳେ |

ଘ. ଶରତ – ଆକାଶରେ ନୀଳ ମେଘ ଅତି ସୁନ୍ଦର ଦେଖାଯାଉଛି |

ଉତ୍ତର : ଶରତ ଲଗନରେ

ସୁନୀଳ ଏକ ବଉଦ ଉଡେ

ଧୂସର ଗଗନରେ |

 

3. ନିମ୍ନଲିଖିତ ବାକ୍ୟଗୁଡିକୁ ଉତ୍ତର ମନେକରି ଏଗୁଡିକ ପାଇଁ କେତୋଟି ପ୍ରଶ୍ନ ପ୍ରସ୍ତୁତ କର |

କ. କବି ଶରତ ଋତୁରେ ନଈକୂଳ ଆମ୍ବଗଛ ମୂଳେ ବସିଥିଲେ |

ଉତ୍ତର : କବି ଶରତ ଋତୁରେ କେଉଁଠାରେ ବସିଥିଲେ ?

ଖ. ନଈର ଜଳଧାରା ମନୋହର ଦେଖାଯାଉଛି |

ଉତ୍ତର : କ’ଣ ମନୋହର ଦେଖାଯାଉଛି ?

ଗ. ବଗ ନଈ ସୁଅର ଗୋଟିଏ ପଟେ ଶିକାର ପାଇଁ ବସିଛି |

ଉତ୍ତର : ବଗ କେଉଁଠି ଶିକାର ପାଇଁ ବସିଛି ?

4. ସବୁଜ କୋଳ , ମଉନ ବକ , ଧୀର ସମୀର ଶବ୍ଦରେ ଥିବା ବିଶେଷ୍ୟ ପଦଗୁଡିକ ଲେଖ |

ବିଶେଷ୍ୟ ପଦ କାହାକୁ କୁହାଯାଏ ?

ଉତ୍ତର : ଯେଉଁ ପଦ କୌଣସି ବ୍ୟକ୍ତି , ସ୍ଥାନ , ଜାତି , ବସ୍ତୁ ,ଅବସ୍ଥା ଗୁଣ ବା କ୍ରିୟା ନାମକୁ ପ୍ରକାଶ କରେ ତାହାକୁ ବିଶେଷ୍ୟ ପଦ କହନ୍ତି |

ସବୁଜ କୋଳ : କୋଳ (ଏଠାରେ ସ୍ଥାନକୁ ବୁଝାଏ) |

ମଉନ ବକ : - ବଗ / ବକ (ପଶୁ ପକ୍ଷୀ ଜାତିକୁ ବୁଝାଉଛି) |

ଧୀର ସମୀର : - ଧୀର ଗୁଣକୁ ବୁଝାଉଛି |

5.ନିମ୍ନଲିଖିତ ପ୍ରତ୍ୟେକ ଶବ୍ଦର ଅର୍ଥ ବୁଝାଉଥିବା ଆଉ ଗୋଟିଏ ଶବ୍ଦ ଲେଖ |

ନୟନ – ଆଖି , ଚକ୍ଷୁ

ଢେଉ – ଲହରୀ

ଗଛ – ବୃକ୍ଷ ,ତରୁ , ଦ୍ରୁମ

ଭ୍ରମର – ଭଅଁର

ଜଳ – ନୀର ,ପାଣି

ସମୀର – ପବନ ,ବାୟୁ

ଶେଫାଳୀ – ଗଙ୍ଗ ଶିଉଳି

6.ପରବର୍ତ୍ତୀ ଧାଡ଼ି ପୂରଣ କର |

କ. ମଧୁର ତାର ମହକ ରାଶି ପବନ ସାଥେ ଆସୁଛି ଭାସି |

ଖ. ଦୂରେ ଯେ ଥିଲେ ବାଳକ ଦଳ ଉଚ୍ଚେ ମିଳି ତଳିଲେ ସ୍ଵର |

ଗ. ସୁଅର ଏକ ପାଶେ ମଉନ ବକ ବସିଛି ତାର ଶିକାର ଅଭିଳାଶେ |

ଘ.ହଲାଇ ଗଛ ପତର ରାଶି ସମୀର ଧୀରେ ପଡ଼ଇ ଝାସି |

7.ନିମ୍ନଲିଖିତ ଶବ୍ଦଗୁଡିକର ଗଦ୍ୟରୁପ ଲେଖ |

ଚକର – ଚକ୍ର

ଲଗନ – ଲଗ୍ନ

ମଉନ – ମୌନ

ମୁରଚ୍ଛନା – ମୂର୍ଚ୍ଛନା

8. ‘ନୀଳ’ ଶବ୍ଦ ପୂର୍ବରୁ ‘ସୁ’ ଯୋଡ଼ିଲେ ‘ସୁନୀଳ’ ହୁଏ |ସେହିପରି ‘ସୁ’ ଲଗାଇ ଆଉ ତିନି ଗୋଟି ଶବ୍ଦ ତିଆରି କର |

କନ୍ୟା – ସୁକନ୍ୟା

ମଧୁର – ସୁମଧୁର

ନୟନା – ସୁନୟନା

ଧୀର – ସୁଧିର

ବାସିତ – ସୁବାସିତ

ଗମ – ସୁଗମ

9. ତଳେ ଦିଆଯାଇଥିବା ପଦଟିରୁ ସ୍ଵରବର୍ଣ୍ଣ ଗୁଡିକୁ ବାଛି ଲେଖ |

ସୁଅର ଏକ ପାଶେ –ଅ ,ଏ

ମଉନ ବକ ବସିଛି ତାର – ଉ

ଶିକାର ଅଭିଳାଷେ – ଅ

ସ୍ଵର ବର୍ଣ୍ଣ : ଅ , ଆ , ଇ , ଈ , ଉ , ଊ , ଏ , ଐ , ଓ , ଔ - ୮ ଟି

ଈ , ଊ – ଏ ଉଭୟ ଧ୍ଵନିର ଉଚ୍ଚାରଣ ଇ / ଉ ପରି ହୋଇଥାଏ | ଓଡିଆରେ ଋ ଧ୍ଵନିର ସ୍ଵତନ୍ତ୍ର ଉଚ୍ଚାରଣ ନାହିଁ |






Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP