Upajukta Besha Pakai Asa ଉପଯୁକ୍ତ ବେଶ ପକାଇ ଆସ Class 5 Odia Chapter 2

Language : Odia

Upajukta Besha Pakai Asa (ଉପଯୁକ୍ତ ବେଶ ପକାଇ ଆସ) Class 5 Odia | BSE Odisha Board Odia Medium Class 5 Subject Odia Chapter 2 || MIL Class 5 Chapter 2 || Best Odia Teacher || LRNR Classes || Soumya Madam

ଉପଯୁକ୍ତ ବେଶ ପକାଇ ଆସ

୧. ଆସ କଥାବାର୍ତ୍ତା ହେବା |

କ) ରାଜା ରାଜ୍ୟ ଜୟ କଲେ ପୋଷାକରେ ନୂଆ ହୀରା ଖଣ୍ଡିଏ ଲଗାନ୍ତି କାହିଁକି ?

ଉ : ରାଜା ରାଜ୍ୟ ଜୟ କଲେ ନିଜର ପ୍ରଭାବ ପ୍ରଜାଙ୍କୁ ଜଣାଇବା ପାଇଁ ପୋଷାକରେ ନୂଆ ହୀରା ଖଣ୍ଡିଏ ଲଗାନ୍ତି |

ଖ) ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇ କ’ଣ ଦେଖାଇଲେ ?

ଉ :  ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇ ପର୍ବତ ଉପରେ ଦେଖାଯାଉଥିବା ଆଲୋକକୁ  ଦେଖାଇଲେ |

ଗ) ସନ୍ନ୍ୟାସୀ ତାଙ୍କ ଚେଲା ଦ୍ଵାରା  ରାଜାଙ୍କ ନିକଟକୁ ପଠାଉଥିବା ଖବରଟି କୁହ ?

ଉ : ସନ୍ନ୍ୟାସୀ ତାଙ୍କ ଚେଲା ଦ୍ଵାରା  ରାଜାଙ୍କ ପାଖକୁ ଖବର ପଠାଉଥିଲେ ଯେ ରାଜା ଉପଯୁକ୍ତ ବେଶ ପକାଇ ଆସନ୍ତୁ |

ଘ) ଜଣେ ମନୁଷ୍ୟର ଉପଯୁକ୍ତ ବେଶଟି କ’ଣ ?

ଉ : ଜଣେ ମନୁଷ୍ୟର ଉପଯୁକ୍ତ ବେଶଟି ହେଉଛି ତା’ର  ହୃଦୟ ନମ୍ରତା ବୋଧ |

ଙ) ରାଜା ନିଜକୁ ମୂର୍ଖ ବୋଲି ମନେକଲେ କାହିଁକି ?

ଉ : ରାଜା ଏତେ ଚେଷ୍ଟା ସତ୍ତ୍ୱେ ବି ସନ୍ନ୍ୟାସୀଙ୍କୁ ଦର୍ଶନ କରି ପାରିଲେନାହିଁ | ସେ ଯେତେଥର ବେଶ ବଦଳାଇ ଥିଲେ ବି ସନ୍ନ୍ୟାସୀ ଖବର ପଠାଉଥାନ୍ତି ଯେ ସେ ଉପଯୁକ୍ତ ବେଶରେ ଆସନ୍ତୁ | ପୂର୍ବରୁ ରାଜା ନିଜକୁ ଖୁବ୍ ପ୍ରଭାବଶାଳୀ ଓ କ୍ଷମତାଶାଳୀ ଭାବି ଗର୍ବରେ ଅନ୍ଧ ହୋଇଯାଉଥିଲେ | ମାତ୍ର ଆଜି ସେ ଜଣେ ସାଧୁଙ୍କୁ ଭେଟିବାକୁ ଅଯୋଗ୍ୟ ବିବେଚିତ ହେଉଛନ୍ତି | ଏକଥା ଚିନ୍ତାକରି ରାଜା ନିଜକୁ ମୂର୍ଖ ବୋଲି ହୃଦୟଙ୍ଗମ କଲେ |

୨. ବନ୍ଧନୀ ମଧ୍ୟରୁ ଠିକ୍ ଶବ୍ଦ ନେଇ ଶୂନ୍ୟସ୍ଥାନ ପୂରଣ କରିବା |

( ଆଖପାଖ, କାଠପତ୍ର, ଲୁଗାପଟା, ଚଲାବୁଲା, ହସଖୁସି, ସୁନାରୁପା)

କ) ସକାଳୁ କିଛି ସମୟ ଚଲାବୁଲା କଲେ ଦେହ ଫୁର୍ତ୍ତି ଲାଗେ |

ଖ) ଚଇତନ ଜଙ୍ଗଲରୁ କାଠପତ୍ର ସଂଗ୍ରହ କରି ଚଳେ |

ଗ) ବୁବୁର ଜନ୍ମଦିନରେ ସମସ୍ତେ ହସଖୁସି ରେ ମାତିଛନ୍ତି |

ଘ) ଯାତ୍ରା ଦେଖିବା ପାଇଁ ଆଖପାଖ ର ବହୁତ ଲୋକ ରୁଣ୍ଡ ହେଲେ |

ଙ) ନମ୍ରତା ସୁନାରୁପା  ଠାରୁ ବଳି ବଡ଼ ସମ୍ପଦ |

୩. “ଜନହୀନ” କହିଲେ “ଜନଶୂନ୍ୟ” ଅର୍ଥକୁ ବୁଝାଏ ସେପରି ତଳ ଶବ୍ଦଗୁଡ଼ିକୁ କେଉଁ ଅର୍ଥକୁ ବୁଝାଇବ ଲେଖିବା |

: ଦିଆଯାଇଥିବା ଶବ୍ଦ

ଧନହୀନ          ଧନଶୂନ୍ୟ

ବୁଦ୍ଧିହୀନ          ବୁଦ୍ଧିଶୂନ୍ୟ

ମନ୍ତ୍ରହୀନ          ମନ୍ତ୍ରଶୂନ୍ୟ

ଜ୍ଞାନହୀନ                     ଜ୍ଞାନଶୂନ୍ୟ

ବସ୍ତ୍ରହୀନ          ବସ୍ତ୍ରଶୂନ୍ୟ

୪. ମୁଁ ତୁମ ସହିତ ମାମୁଁ ଘରକୁ ଯିବି |

 ଏଠାରେ “ମୁଁ” ପଦଟି ପ୍ରଥମ ପୁରୁଷ “ତୁମ” ପଦଟି ଦ୍ଵିତୀୟ ପୁରୁଷ ଓ ମାମୁଁ ପଦଟି ତୃତୀୟ ପୁରୁଷ ଅଟେ | ଯେକୌଣସି ନାମକୁ ବୁଝାଇଥିବା ପଦ ମଧ୍ୟ ତୃତୀୟ ପୁରୁଷ | ସେହି ପରି ତଳବାକ୍ୟ ରେ ପ୍ରଥମ ପୁରୁଷରେ ଥିବା ପଦ ଚାରିପଟେ “O” ବୁଲାଅ , ଦ୍ଵିତୀୟ ପୁରୁଷ ଥିବା ପଦ ଚାରିପଟେ       ଓ ତୃତୀୟ ପୁରୁଷରେ ଟିବା ପଦ ଚାରିପଟେ           ଦେବା |

କ) ମୁଁ ମୋ ଜନ୍ମଭୂମିକୁ ଭଲ ପାଏ |

ଉ : ମୁଁ – ପ୍ରଥମ ପୁରୁଷ , ଜନ୍ମଭୂମି – ତୃତୀୟ ପୁରୁଷ

ଖ) ପଙ୍କଜବାବୁ ଜଣେ ନମ୍ର ବ୍ୟକ୍ତି|

ପଙ୍କଜବାବୁ - ତୃତୀୟ ପୁରୁଷ

ଗ) ତୁମେ କାହାକୁ ଖୋଜୁଛ ?

ଉ :  ତୁମେ – ଦ୍ଵିତୀୟ ପୁରୁଷ

ଘ) ଆପଣଙ୍କୁ ମୁଁ କିଛି କହିବି |

ଉ : ମୁଁ – ପ୍ରଥମ ପୁରୁଷ

ଙ) ସେ କଦାପି ମିଛ କହେ ନାହିଁ ।

ଉ : ସେ – ତୃତୀୟ ପୁରୁଷ

୫. ଠିକ୍ ବନାନ ଲେଖାଥୁବା ଶବ୍ଦଟିକୁ ବାଛି ପାଖ କୋଠରୀରେ ଲେଖିବା |

କ) ବିସ୍ମୟ, ବୀଶ୍ମୟ, ବୀସ୍ମୟ, ବିଷ୍ମୟ

ଉ : ବିସ୍ମୟ

ଖ) ପୋଶାକ, ପୋଷାକ, ପୋସକ, ପୋସାକ

ଉ : ପୋଷାକ

ଗ) ସମୁଖ, ଶମ୍ମୁଖ, ସମ୍ମୁଖ, ଷମ୍ମୁଖ

ଉ : ସମ୍ମୁଖ

ଘ) ସନ୍ୟାସୀ, ସନ୍ନ୍ୟାସି, ସନ୍ୟାଶୀ, ସନ୍ନ୍ୟାସୀ

ଉ : ସନ୍ନ୍ୟାସୀ

ଙ) ଅଶ୍ମ, ଅଶ୍ରୁ, ଅସ୍ରୁ  ଅସୃ

ଉ : ଅଶ୍ରୁ

୬. ତଳେ ଲେଖା ଯାଇଥିବା ଶବ୍ଦଗୁଡ଼ିକ ମଧ୍ୟରୁ ଯେଉଁ ଶବ୍ଦଗୁଡ଼ିକ କୌଣସି ଶବ୍ଦର ବିପରୀତ ଅର୍ଥକୁ ବୁଝାଉଛି ତାକୁ ବାଛି ଅଲଗା ଲେଖିବା |

ଅବଶ୍ୟ , ଅସାଧାରଣ, ଅନୁମତି , ଅପୂର୍ବ, ଅବକାଶ, ଅଭୂତ, ଅଗତ୍ୟା , ଅଯୋଗ୍ୟ

: ଅସାଧାରଣ, ଅଯୋଗ୍ୟ

୭. ତଳେ ଦିଆଯାଇଥିବା ଅନୁଚ୍ଛେଦରୁ ପ୍ରଶ୍ନଗୁଡ଼ିଏ ତିଆରି କରି ଲେଖିବା |

ରାତିରେ ବୁଢ଼ାକୁ ସ୍କୁଲରେ ଅତିଥି ଭାବରେ ରଖାଗଲା | ଖାଇସାରି ପିଲାମାନଙ୍କ ସଙ୍ଗେ କଥାବାର୍ତ୍ତା ହେଉ ହେଉ ତାଙ୍କରି ପାଖରେ ବୁଢ଼ା ଶୋଇପଡ଼ିଲା | ହେଲେ, ତାକୁ ନିଦ ହେଲା ନାହିଁ | ବୁଢ଼ା ଭାବୁଥାଏ, ସ୍କୁଲ୍‌ର ବାବୁମାନେ ଯେଉଁ ଉପାୟରେ ଏଡ଼େ ସୁନ୍ଦର ଫସଲ କରିଛନ୍ତି, ତାକୁ ଟିକିଏ ସେ ଉପାୟ ବତାଇ ଦିଅନ୍ତେ କି ? ସେ ମଧ୍ୟ ତା’ କ୍ଷେତକୁ ଉଠିଆ କରନ୍ତା | ନିଜ କ୍ଷେତରେ ସେ ଚଳନ୍ତା, ମୁଠାଏ ଖାଦ୍ୟ ପାଇବାକୁ ଜଙ୍ଗଲର ଅନ୍ଦିକନ୍ଦି ବୁଲିବାରୁ ରକ୍ଷା ପାଆନ୍ତା | ଏମିତି ଭାବୁ ଭାବୁ ବୁଢ଼ାକୁ ନିଦ ଲାଗିଗଲା |

କ) ବୁଢ଼ାକୁ ରାତିରେ କେଉଁଠାରେ ରଖାଗଲା ?

ଖ) ବୁଢା କେଉଁ ମାନଙ୍କ ପାଖରେ ଶୋଇପଡ଼ିଲା ?

ଗ) ବୁଢା କ’ଣ ଭାବୁଥିଲା ?

ଘ) ବୁଢା କ’ଣ ପାଇଁ ଜଙ୍ଗଲର ଅନ୍ଦିକନ୍ଦି ବୁଲୁଥିଲା ?

ଙ) ସେ କିପରି ଚଳନ୍ତା ବୋଲି ଇଚ୍ଛା କରୁଥିଲା ?

୮. ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଭାବି ଲେଖିବା |

କ) ଅର୍ଦ୍ଧରାତ୍ର ସମୟରେ ରାଜା କିପରି ଆଲୋକ ଦେଖିବାକୁ ପାଇଲେ ?

ଉ : ଅର୍ଦ୍ଧରାତ୍ର ସମୟରେ ରାଜା ଏକ ଅଦ୍ଭୁତ ନୀଳାଭ ଆଲୋକ ଦେଖିବାକୁ ପାଇଲେ |

ଖ) ମନ୍ତ୍ରୀଙ୍କ ଉତ୍ତରରୁ ରାଜା କ’ଣ ବୁଝିଲେ ?

ଉ : ମନ୍ତ୍ରୀଙ୍କ ଉତ୍ତରରୁ ରାଜା ବୁଝିଲେ ଯେ ଆଲୋକର ଯେଉଁ ବିଶେଷତ୍ଵ ସେ ଦେଖୁଛନ୍ତି ମନ୍ତ୍ରୀ ତାହାକୁ ଦେଖିପାରୁ ନାହାନ୍ତି |

ଗ) ତୃତୀୟ ଚେଲାଟିର କଥାଶୁଣି ହୋଇଗଲେ କାହିଁକି ?

ଉ : ରାଜା ଦୁଇ ଦୁଇ ଥର ବେଶ ବଦଳାଇ ଥିଲେ ମଧ୍ୟ ସନ୍ନ୍ୟାସୀଙ୍କ ଦର୍ଶନ ପାଇପାରିନଥିଲେ | ତୃତୀୟ ଥର ଗେରୁଆ ଲୁଗାପଟା ପିନ୍ଧି ପର୍ବତ ଚଢିବା ଆରମ୍ଭ କଲାବେଳକୁ ତୃତୀୟ ଚେଲାଟି ଆସି ଉପଯୁକ୍ତ ବେଶ ପକାଇ ଯିବାକୁ ଗୁରୁଦେବଙ୍କ ନିର୍ଦ୍ଦେଶ ଜଣାଇ ଦେଲା | ତେଣୁ ତା’ର କଥାରେ ରାଜା କାନ୍ଦ କାନ୍ଦ ହୋଇଗଲେ |

ଘ) କେଉଁ ସବୁ କାର୍ଯ୍ୟ ପାଇଁ ରାଜା ନିଜକୁ ଅଯୋଗ୍ୟ ବୋଲି ମନେ କଲେ ?

ଉ : ରାଜା ଅନେକ ରାଜ୍ୟ ଜୟ କରିଥିଲେ ; ଅନେକ ଲୋକଙ୍କ ମୁଣ୍ଡ କାଟିଥିଲେ, ନିଜକୁ ବହୁତ ପ୍ରଭାବଶାଳୀ ଓ କ୍ଷମତାଶାଳୀ ଭାବୁଥିଲେ | ମାତ୍ର ସାଧୁଙ୍କ ଦର୍ଶନ ପାଇବା ପାଇଁ ତାଙ୍କର ଯୋଗ୍ୟତା ନଥିବାରୁ ସେ ନିଜକୁ ଅଯୋଗ୍ୟ ବୋଲି ମନେ କଲେ |

ଙ) କେଉଁ ବେଶରେ ମଣିଷ ଅଧକ ସୁନ୍ଦର ଲାଗେ ?

ଉ : ନମ୍ରତା ଯୁକ୍ତ ବେଶରେ ମଣିଷ ଅଧିକ ସୁନ୍ଦର ଲାଗେ |

୯. ନିଜ ଭାଷାରେ ବୁଝାଇ ଲେଖିବା ।

“ ପୁଅ ବେଶରେ ତୁମେ କେଡ଼େ ସୁନ୍ଦର ଦିଶୁଛ |”

“ପୁଅ .......................................ଦିଶୁଛ |”

ଉକ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ବହିର “ଉପଯୁକ୍ତ ବେଶ ପକାଇ ଆସ” ‘ବିଷୟରୁ ଆସିଅଛି | ଏଠାରେ ଲେଖକ ମନୋଜ ଦାସ ନମ୍ରତା ହିଁ ମଣିଷର ଉପଯୁକ୍ତ ବେଶ ବୋଲି ବର୍ଣ୍ଣନା କରିଛନ୍ତି |

ରାଜା ସନ୍ନ୍ୟାସୀଙ୍କ ପାଖକୁ ଯେତେଥର ବେଶ ବଦଳାଇ ଯିବାକୁ ଚେଷ୍ଟାକଲେ ମଧ୍ୟ ତାଙ୍କର ଦର୍ଶନ ପାଇ ପାରିନଥିଲେ | ସମସ୍ତ ଚେଷ୍ଟା ସତ୍ତ୍ୱେ  ରାଜା ବିଫଳ ହେବାପରେ ହତାଶ ହୋଇ ଶିବିର ମଧ୍ୟରେ ଏକାକୀ କାନ୍ଦିବାକୁ ଲାଗିଲେ | ନିଜେ ପୂର୍ବରୁ କରିଥିବା ସମସ୍ତ କାର୍ଯ୍ୟକୁ ମନେ ପକାଇଥିଲେ | ଶେଷରେ ସେ ଉପଯୁକ୍ତ ବେଶର ଅର୍ଥ ନିଜର ଯୋଗ୍ୟତା ବୋଲି ବୁଝିପାରିଥିଲେ | ରାଜା ନିଜର ବିଜୟକୁ ଆତ୍ମ ବଡିମା ବୋଲି ଜାଣିପାରିଲେ | ତାଙ୍କ ହୃଦୟ ଅନୁତାପ କରି ଉଠିଲା | ସେ ବୁଝିପାରିଲେ କାହିଁକି ସାଧୁ ତାଙ୍କୁ ବାରମ୍ବାର ଉପଯୁକ୍ତ ବେଶରେ ଆସିବାକୁ କହୁଥିଲେ | ଏହି ସମୟରେ ସାଧୁଙ୍କର ଅପୂର୍ବ କଣ୍ଠ ସ୍ଵର ତାଙ୍କୁ ଶୁଭିଲା | ସାଧୁ କହିଥିଲେ ଯେ ଏହି ବେଶରେ ହିଁ ରାଜା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି | “ନମ୍ରତା ହିଁ ତାଙ୍କ ଉପଯୁକ୍ତ ଭୂଷଣ” ବୋଲି ସାଧୁ ବୁଝାଇଦେଲେ |

୧୦. ତଳେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି | ପ୍ରତ୍ୟେକ ଶବ୍ଦ ପାଇଁ ଦିଆଯାଇଥିବା ଅର୍ଥଗୁଡ଼ିକ ମଧ୍ୟରୁ ଠିକ୍ ଅର୍ଥଟି ବାଛିବା ଏବଂ ତାକୁ ନେଇ ବାକ୍ୟ ଗଠନ କରିବା |

ଉଦାହରଣ : ଅବନୀ – ପୃଥିବୀ । ପୃଥିବୀ ଆମ୍ଭମାନଙ୍କ ମାଆ ପରି  |

କ) ଦୃଷ୍ଟିଗୋଚର : ଆଖି ବୁଜି ଦେଖିବା, କଳ୍ପନାରେ ଦେଖିବା, ପରିଷ୍କାର ଭାବରେ ଦେଖିବା |

: ପରିଷ୍କାର ଭାବରେ ଦେଖିବା – କୁହୁଡି ମଧ୍ୟ ଦେଇ କିଛି ଯାନବାହନ ପରିଷ୍କାର ଭାବରେ ଦେଖିହୁଏ ନାହିଁ |

ଖ) ଅଗତ୍ୟା : ଅନ୍ୟଗତି ନଥିବାରୁ ଦ୍ରୁତଗତି, ଦୁର୍ଗତି

ଉ : ଅନ୍ୟଗତି ନଥିବାରୁ : ଅନ୍ୟଗତି ନଥିବାରୁ ଶୂନ୍ୟହସ୍ତରେ ଘରକୁ ଫେରିଲା |

ଗ) ଉଦ୍ଧତ : ଜଟିଳ, ଅବିନୀତ, ଅସହାୟ

ଉ : ଅବିନୀତ  - ଅବିନୀତ ଲୋକମାନଙ୍କୁ କେହି ସମ୍ମାନ ଦିଅନ୍ତି ନାହିଁ |

ଘ) ପରିଧେୟ : ତ୍ୟାଗ କରିବା, ପିନ୍ଧା ଯାଇଥିବା, ଗ୍ରହଣ

ଉ : ପିନ୍ଧାଯାଇଥବା – ପିନ୍ଧାଯାଇଥିବା ପୋଷାକକୁ ଅନ୍ୟ ଜଣେ ବ୍ୟବହାର କରିବା ଅନୁଚିତ୍ |

୧୧. ଯେପରି “ବିଶେଷ “ଶବ୍ଦରୁ ‘ବିଶେଷତ୍ଵ ହୋଇଛି, ସେହିପରି ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ବଦଳାଇ ଲେଖିବା |

: ଦିଆଯାଇଥିବା ଶବ୍ଦ

ମନୁଷ୍ୟ – ମନୁଷ୍ୟତ୍ଵ

ଘନ – ଘନତ୍ଵ

ବ୍ୟକ୍ତି – ବ୍ୟକ୍ତିତ୍ଵ

ଗୁରୁ – ଗୁରୁତ୍ଵ

ପଶୁ – ପଶୁତ୍ଵ

ଦେବ – ଦେବତ୍ଵ 

Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP