Sukhila Patra Ra Katha Class 5 Odia Chapter 3

Language : Odia

BSE Odisha Board Odia Medium Class 5 Subject Odia Chapter 3 Sukhila Patra Ra Katha (ଶୁଖିଲା ପତ୍ର ର କଥା) 🥰 || Sahitya Kusuma || LRNR Classes || Soumya Madam

 ଶୁଖିଲା ପତ୍ରର କଥା

୧.

କ) ପୂର୍ବ କାଳରେ ଶିଷ୍ୟମାନେ ଅଧ୍ୟୟନ ପାଇଁ କେଉଁ ସ୍ଥାନକୁ ଯାଉଥିଲେ ?

ଉ : ପୂର୍ବ କାଳରେ ଶିଷ୍ୟମାନେ ଅଧ୍ୟୟନ ପାଇଁ ଗୁରୁଙ୍କ ଆଶ୍ରମକୁ ଯାଉଥିଲେ ?

ଖ) ପାଠପଢା ବ୍ୟତୀତ ଶିଷ୍ୟମାନେ ଆଶ୍ରମରେ ଆଉ କେଉଁ କେଉଁ କାର୍ଯ୍ୟ କରୁଥିଲେ ?

ଉ : ପାଠପଢା ବ୍ୟତୀତ ଶିଷ୍ୟମାନେ ଆଶ୍ରମରେ ହୋମ ପାଇଁ ସମିଧ ସଂଗ୍ରହ , ଗାଈ ଗୋରୁଙ୍କୁ ଚରାଇବା କାର୍ଯ୍ୟ କରୁଥିଲେ | ଏହାଛଡା ସେମାନେ ଆଶ୍ରମବାସୀଙ୍କ ପାଇଁ ଫଳମୂଳ ସଂଗ୍ରହ କରିବା କାର୍ଯ୍ୟ ମଧ୍ୟ କରୁଥିଲେ | ମୋଟ ଉପରେ ଶିଷ୍ୟମାନେ ଆଶ୍ରମର ଯାବତୀୟ କାର୍ଯ୍ୟ କରୁଥିଲେ |

ଗ) ପାଠପଢା ସରିବା ପରେ ଦୁଇ ଶିଷ୍ୟ ଗୁରୁଙ୍କୁ କ’ଣ ଜଣାଇଲେ ?

ଉ : ପାଠପଢା ସରିବା ପରେ ଦୁଇ ଶିଷ୍ୟ ଗୃହକୁ ଫେରିବା ପୂର୍ବରୁ ଗୁରୁଙ୍କୁ ସାକ୍ଷାତ କଲେ ଓ ଗୁରୁଦକ୍ଷିଣା ଦେବା ପାଇଁ ନିଜନିଜର ଅଭିଳାଷ ଜଣାଇଲେ |

ଘ) କେଉଁ ଜିନିଷ ଦକ୍ଷିଣା ରୂପେ ଦେବାପାଇଁ ଗୁରୁ ଶିଷ୍ୟଙ୍କୁ କହିଥିଲେ ?

ଉ : କାହାର ଦରକାରରେ ଆସୁନଥିବା କେତୋଟି ଶୁଖିଲା ପତ୍ର ଦକ୍ଷିଣା ରୂପେ ଦେବାପାଇଁ ଗୁରୁ ଶିଷ୍ୟ ଦୁହିଁଙ୍କୁ କହିଥିଲେ |

ଙ) ଗୁରୁ ଦକ୍ଷିଣା ରୂପେ ଏପରି ଜିନିଷ ମାଗିବାର କାରଣ କ’ଣ ଥିଲା ?

ଉ : ଗୁରୁ ଦକ୍ଷିଣା ରୂପେ ଏପରି ଜିନିଷ ମାଗିଥିଲେ , କାରଣ ସେ ଶିଷ୍ୟଦ୍ୱୟଙ୍କୁ ଶିକ୍ଷା ଦେବାକୁ ଚାହୁଁଥିଲେ ଯେ ଈଶ୍ଵରଙ୍କ ସୃଷ୍ଟିର ଯେତେ କ୍ଷୁଦ୍ରଦ୍ରବ୍ୟ ହେଉନା କାହିଁକି , ତାହା ଅଦରକାରୀ ନୁହେଁ ତାହା ଆବଶ୍ୟକ ସମୟରେ କାର୍ଯ୍ୟରେ ଲାଗିଥାଏ | ସାମାନ୍ୟ ଶୁଖିଲାପତ୍ର ଜୀବମାନଙ୍କର ଉପକାରରେ ଲାଗୁଛି ବୋଲି ଜଣାଇ ଦେବା ଗୁରୁଙ୍କର ଉଦ୍ଦେଶ୍ୟ ଥିଲା |

୨. କ) ବୁଢୀଟି ଶୁଖିଲା ପତ୍ର ନେଇ କ’ଣ କରିବା ବୋଲି କହିଥିଲେ ?

ଉ : ବୁଢୀଟି ଶୁଖିଲାପତ୍ର ନେଇ ଜାଳି ଖୁଦ ମୁଠେ ଜାଉ କରିବ ବୋଲି କହିଥିଲା |

ଖ) ଶୁଖିଲାପତ୍ରକୁ କିପରି ବ୍ୟବହାର କରିବ ବୋଲି ଲୋକଟି ଉତ୍ତର ଦେଲା ?

ଉ : ଶୁଖିଲାପତ୍ରକୁ ଜାଳି ପାଉଁଶ କରି ଜମିରେ ସାର ଭାବରେ ପକାଇବା ବୋଲି ଲୋକଟି ଉତ୍ତର ଦେଲା |

ଗ) ଶୁଖିଲାପତ୍ର ଔଷଧରେ ପରିଣତ ହେବ ବୋଲି ଶିଷ୍ୟ ଦୁହେଁ  ଜାଣିପାରିଲେ କିପରି ?

ଉ : ଶୁଖିଲାପତ୍ର ସାଉଁଟୁଥିବା ବୁଢାଟି ଶିଷ୍ୟ ଦୁହିଁଙ୍କୁ କହିଲା ଯେ ସେହି ପତ୍ରକୁ ଗୁଣ୍ଡ କରି ପାଣିରେ ଫୁଟାଇ ଛାଣିକରି ସେହି ଫୁଟାପାଣି ପିଇଲେ ସବୁ ପ୍ରକାର ଜ୍ୱର ଭଲ ହୋଇଯିବ | ଏହା ଶୁଣି ଶିଷ୍ୟ ଦୁହେଁ ଶୁଖିଲାପତ୍ର ଔଷଧରେ ପରିଣତ ହେବ ବୋଲି ଜାଣିପାରିଲେ |

ଘ) ମାଆପାଇଁ କିପରି ଔଷଧ କିଣିପାରିବ ବୋଲି ଝିଅଟି କହିଲା ?

ଉ : ଶୁଖିଲାପତ୍ରରେ ଖଲି ଓ ଗୋଲା ତିଆରି କରି ବିକ୍ରି କରିବ ଓ ସେହି ଟଙ୍କାରେ ତା’ ମାଆ ପାଇଁ ଔଷଧ କିଣିବ ବୋଲି ଝିଅଟି କହିଲା |

ଙ) ପକ୍ଷୀଟି ଶୁଖିଲାପତ୍ର ନେଇ କ’ଣ କଲା ?

ଉ : ପକ୍ଷୀଟି ଶୁଖିଲାପତ୍ର ନେଇ ତା’ର ବସା ତିଆରି କଲା |

ଚ) ଶୁଖିଲାପତ୍ରକୁ ପିମ୍ପୁଡି କିପରି ବ୍ୟବହାର କରୁଥିବାର ଶିଷ୍ୟ ଦୁହେଁ ଦେଖିଲେ ?

ଉ : ଶୁଖିଲାପତ୍ରକୁ ପିମ୍ପୁଡି ପାଣିନାଳ ପାରିହେବା କାର୍ଯ୍ୟରେ ବ୍ୟବହାର କରୁଥିବାର ଶିଷ୍ୟ ଦୁହେଁ ଦେଖିଲେ |

୩. କ) ସରଳ ଭାଷାରେ ବୁଝାଇ ଲେଖିବା |

“କିନ୍ତୁ ମନେରଖ ଏମିତି ପତ୍ର ଆଣିବ ଯାହାକି ଅନ୍ୟ କାହାର ଦରକାରରେ ଆସୁନଥିବ” |

ଉ) “କିନ୍ତୁ ମନେରଖ .....................................................ଆସୁନଥିବ” |

    ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ବହିର ‘ଶୁଖିଲା ପତ୍ରର କଥା” ବିଷୟରୁ ଆସିଅଛି | ଏଠାରେ ଲେଖକ ଶୁଖିଲା ପତ୍ରର ମହତ୍ତ୍ଵ ପ୍ରତିପାଦନ କରିଛନ୍ତି | ଲେଖକ ନନ୍ଦକିଶୋର ସିଂହଙ୍କ ମତରେ ଈଶ୍ଵରଙ୍କ ସୃଷ୍ଟିରେ ପ୍ରତ୍ୟେକ ଜିନିଷ ଆବଶ୍ୟକ ସମୟରେ ଲାଗିଥାଏ | ବହୁଦିନ ପୂର୍ବେ ଶିଶିର ଓ ତୁଷାର ନାମରେ ଦୁଇଜଣ ଶିଷ୍ୟ ଗୁରୁକୁଳରେ ବିଦ୍ୟା ଅଧ୍ୟୟନ କରୁଥିଲେ | ଦୁହିଁଙ୍କ ଶିକ୍ଷା ସମାପ୍ତ ହେବାରୁ ସେମାନେ ଗୁରୁଙ୍କୁ ଗୁରୁ ଦକ୍ଷିଣା ଦେବା ପାଇଁ ନିଜନିଜର ଅଭିଳାଷ ଜଣାଇଲେ | ଗୁରୁ ତାଙ୍କର ଏହି ନିଷ୍ଠାବାନ ଶିଷ୍ୟ ଦ୍ଵୟଙ୍କ ଉପରେ ସନ୍ତୁଷ୍ଟ ଥିବାରୁ ଗୁରୁଦକ୍ଷିଣା ନେବାପାଇଁ ଇଚ୍ଛା କଲେ ନାହିଁ |ସେମାନେ ବାଧ୍ୟ କରିବାରୁ ଗୁରୁ ଦୁହିଁଙ୍କୁ ଶିକ୍ଷାଦେବା ପାଇଁ ଗୁରୁଦକ୍ଷିଣା ସ୍ଵରୂପ କେତୋଟି ଶୁଖିଲାପତ୍ର ମାଗିଲେ | ଯାହା ଅନ୍ୟ କାହାରି ଦରକାରରେ ଲାଗୁନଥିବ | ଗୁରୁ ଜାଣିଥିଲେ ଏ ସଂସାରରେ ଏଭଳି କିଛି ଜିନିଷ ନାହିଁ ଯାହା ଅନ୍ୟର ଦରକାରରେ ଆସେ ନାହିଁ , ଶିଷ୍ୟ ଦ୍ଵୟଙ୍କୁ ପରୀକ୍ଷା କରିବା ପାଇଁ ସେ ଗୁରୁଦକ୍ଷିଣା ସ୍ଵରୂପ ଅଳ୍ପ କେତୋଟି ଶୁଖିଲାପତ୍ର ମାଗିଥିଲେ |

ଖ) ସୃଷ୍ଟିର ମଙ୍ଗଳପାଇଁ ତୁମେ କାର୍ଯ୍ୟ କରିଗଲେ ସେହି ହେବ ମୋର ପ୍ରକୃତ ଗୁରୁଦକ୍ଷିଣା |

ଉ) “ସୃଷ୍ଟିର ମଙ୍ଗଳ .........................................ଗୁରୁଦକ୍ଷିଣା” |

ଉକ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ବହିର “ଶୁଖିଲାପତ୍ରର କଥା” ବିଷୟରୁ ଆସିଅଛି | ଏଠାରେ ଲେଖକ ନନ୍ଦକିଶୋର ସିଂହ ଶୁଖିଲାପତ୍ର ଯେପରି ସମସ୍ତଙ୍କ କାର୍ଯ୍ୟରେ ଲାଗୁଛି ମଣିଷମାନେ ମଧ୍ୟ ସେପରି ଅନ୍ୟମାନଙ୍କ ଉପକାରରେ ଆସିବା ଉଚିତ ବୋଲି ବର୍ଣ୍ଣନା କରିଛନ୍ତି | ଶିଷ୍ୟଦ୍ୱୟ ଅଦରକାରୀ ଶୁଖିଲାପତ୍ର କେତୋଟି ପାଇବାପାଇଁ ସମର୍ଥ ନହୋଇ ଶୂନ୍ୟହସ୍ତରେ ଫେରି ଗୁରୁଙ୍କୁ ଦକ୍ଷିଣା ଦେବାରେ ଅସହାୟତା ପ୍ରକାଶ କଲେ | ଗୁରୁ ଦୁହିଁଙ୍କୁ କହିଲେ “ତୁମେ ଯେଉଁ ଜ୍ଞାନ ଲାଭ କରିଛ ତାହାହିଁ ମୋର ପ୍ରକୃତ ଗୁରୁଦକ୍ଷିଣା | ଭଗବାନଙ୍କ ସୃଷ୍ଟିରେ ସାମାନ୍ୟ ଶୁଖିଲା ପତ୍ରଟାଏ ମଧ୍ୟ କେତେ ଜୀବଙ୍କର ଉପକାର କରୁଛି |ତୁମେ ମଣିଷ ଜନ୍ମ ପାଇଛ | ତୁମର ଜୀବନ ମଧ୍ୟ ଅନ୍ୟ ଉପକାର କରିବାପାଇଁ ଉଦ୍ଦିଷ୍ଟ | ଦୁଃଖ କଷ୍ଟରେ ପୀଡ଼ିତ ବ୍ୟକ୍ତି ରୋଗୀ , ଦରିଦ୍ର , ବୃଦ୍ଧ , ଲୋକଙ୍କୁ , ସାହାଯ୍ୟ କରିବାର ସୁଯୋଗ ମିଳିଲେ ତାକୁ କେବେ ଛାଡ଼ିବ ନାହିଁ | ସୃଷ୍ଟିର ମଙ୍ଗଳ କରିବା ପାଇଁ ତୁମେମାନେ କାର୍ଯ୍ୟ କଲେ ତାହାହିଁ ମୋର ଉପଯୁକ୍ତ ଗୁରୁଦକ୍ଷିଣା ହେବ |

୪. ଯେପରି ‘କର୍ତ୍ତବ୍ୟ’ ଶବ୍ଦ ପୂର୍ବରୁ ‘ପରମ’ ଯୋଗ ହୋଇ ‘ପରମକର୍ତ୍ତବ୍ୟ’ ହୋଇଛି ସେହିପରି ଆଉ କେଉଁ କେଉଁ ଶବ୍ଦ ପୂର୍ବରୁ ‘ପରମ’ ଯୋଗ ହୋଇପାରିବ ଯୋଗ କରି ସେପରି ୫ ଟି ନୂତନ ଶବ୍ଦ ତିଆରି କରି ତଳେ ଲେଖ |

ଉ : ପରମଧର୍ମ , ପରମପୁରୁଷ , ପରମଆତ୍ମା , ପରମଇଶ୍ଵର , ପରମପୂଜ୍ୟ |

୫. ଯାହା ବୁଝିହୁଏ ନାହିଁ ତାହା ‘ଅବୁଝା’ କିମ୍ବା ‘ଅବୋଧ୍ୟ’ ସେହିପରି ତଳେ ଦିଆଯାଇଥିବା ଶବ୍ଦ ଗୁଡିକୁ ଗୋଟିଏ ଶବ୍ଦରେ ପ୍ରକାଶ କରି ଲେଖ |

ଉ :  ଯାହା କାଟି ହୁଏ ନାହିଁ ଅକାଟ୍ୟ

ଯେଉଁଠାକୁ ଯାଇହୁଏ ନାହିଁ ଅଗମ୍ୟ

ଯାହା କହିହୁଏ ନାହିଁ        ଅକଥ୍ୟ

ଯାହା ସହ୍ୟ ହୁଏ ନାହିଁ      ଅସହ୍ୟ

୬. ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ବାକ୍ୟରେ ରେଖାଙ୍କିତ ପଦମାନଙ୍କ ବଦଳରେ ଲେଖିବା |

(ପ୍ରତ୍ୟାବର୍ତ୍ତନ କଲେ , ସାକ୍ଷାତ , ନାନାବିଧ , ସାଉଁଟି , ଅନ୍ୟତ୍ର)

କ) ଶିଷ୍ୟଦୁହେଁ ଶୁଖିଲାପତ୍ର ଆଣିବା ପାଇଁ ଅନ୍ୟସ୍ଥାନକୁ ଗଲେ |

ଉ – ଶିଷ୍ୟଦୁହେଁ ଶୁଖିଲାପତ୍ର ଆଣିବା ପାଇଁ ଅନ୍ୟତ୍ର ଗଲେ |

ଖ) ବୁଢୀଟି ଗଛମୂଳରେ କିଛି ପତ୍ର ଗୋଟାଇ ରଖିଥିଲା |

ଉ – ବୁଢୀଟି ଗଛମୂଳରେ କିଛି ପତ୍ର ସାଉଁଟି ରଖିଥିଲା |

ଗ) ଚରକ ଉଦ୍ୟାନରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଦେଖିବାକୁ ମିଳେ |

ଉ – ଚରକ ଉଦ୍ୟାନରେ ନାନାବିଧ ଔଷଧୀୟ ବୃକ୍ଷ ଦେଖିବାକୁ ମିଳେ |

ଘ) ଶିଷ୍ୟ ଦୁହେଁ ଶୁଖିଲାପତ୍ର ଆଣିନପାରି ଫେରି ଆସିଲେ |

ଉ – ଶିଷ୍ୟଦୁହେଁ  ଶୁଖିଲାପତ୍ର ଆଣିନପାରି ପ୍ରତ୍ୟାବର୍ତ୍ତ ନ କଲେ |

ଙ) ଝିଅଟି ପତ୍ର ଗୋଟାଇବା ସମୟରେ ତା’ ସହିତ ଶିଷ୍ୟ ଦୁହିଁଙ୍କର ଦେଖାହେଲା |

ଉ – ଝିଅଟି ପତ୍ର ଗୋଟାଇବା ସମୟରେ ତା’ ସହିତ ଶିଷ୍ୟ ଦୁହିଁଙ୍କର ସାକ୍ଷାତ ହେଲା |

୭. ନିମ୍ନରେ ଦିଆଯାଇଥିବା ଶବ୍ଦମାନଙ୍କୁ ବ୍ୟବହାର କରି ଗୋଟିଏ ଗୋଟିଏ ବାକ୍ୟ ଖାତାରେ ଲେଖିବା |

ଦକ୍ଷିଣା, ଶୂନ୍ୟହସ୍ତ, ଅଭିଳାଷ, ଆଶ୍ରା, ପ୍ରତ୍ୟାବର୍ତ୍ତନ, ପୂର୍ଣ୍ଣ, ହତାଶ, ନିଷ୍ଠା, ସନ୍ତୁଷ୍ଟ, ପରିହାସ, ପାତ୍ର

ଦକ୍ଷିଣା – ବ୍ରାହ୍ମଣଙ୍କୁ ଦକ୍ଷିଣା ଦିଅ |

ଶୂନ୍ୟହସ୍ତ – ଭିକାରୀଟି ଭିକ ନ ପାଇ ଶୂନ୍ୟହସ୍ତରେ ଫେରିଗଲା |

ଅଭିଳାଷ – ପ୍ରଫୁଲ ନିଜ ମନର ଅଭିଳାଷ ପୁଅମାନଙ୍କ ଆଗରେ ପ୍ରକାଶ କଲା |

ଆଶ୍ରା – ବୁଡିଯାଇଥିବା ଲୋକଟିଏ କୁଟାଖିଅକୁ ମଧ୍ୟ ଆଶ୍ରା କରେ |

ପ୍ରତ୍ୟାବର୍ତ୍ତନ –  ଛାତ୍ରମାନେ ସ୍କୁଲରୁ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି |

ପୂର୍ଣ୍ଣ – ବର୍ଷା ଦିନେ ନଦୀଗୁଡିକ ଜଳପୂର୍ଣ୍ଣ ହୁଏ |

ହତାଶ – ଅପର୍ଣ୍ଣା ପରୀକ୍ଷାରେ ଅସଫଳ ହେବାରୁ ହତାଶ ହୋଇପଡ଼ିଲା |

ନିଷ୍ଠା – ରାଜେନ୍ଦ୍ର ବାବୁଙ୍କର ନିଜ କର୍ତ୍ତବ୍ୟ ପାଳନରେ ଖୁବ୍ ନିଷ୍ଠା ରହିଛି |

ସନ୍ତୁଷ୍ଟ – ପ୍ରଧାନ ଶିକ୍ଷକ ଆମ ଉପରେ ସନ୍ତୁଷ୍ଟ ଅଛନ୍ତି |

ପରିହାସ – ଗୁରୁଜନଙ୍କୁ ପରିହାସ କରିବା ଅନୁଚିତ |

ପାତ୍ର – ପାତ୍ର ଅପାତ୍ର ବିଚାର କରି ଦାନ କରିବା ଉଚିତ |

୮. ତଳେ ଦିଆଯାଇଥିବା ଅନୁଚ୍ଛେଦକୁ ପଢି କେତୋଟି ପ୍ରଶ୍ନ ତିଆରି କରିବା, ଯାହାର ଉତ୍ତର ଏହି ଅନୁଚ୍ଛେଦରେ ଥିବା |

         ଯଥା ସମୟରେ ସେମାନଙ୍କର ଗୁରୁକୁଳ ଶିକ୍ଷା ଶେଷ ହେଲା | ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଶିଶିର ଓ ତୁଷାର ଗୁରୁଙ୍କ ସାକ୍ଷାତ କଲେ | ଗୁରୁ ଦକ୍ଷିଣା ଦେବା ପାଇଁ ନିଜ ନିଜର ଅଭିଳାଷ ଜଣାଇଲେ | ଶିଷ୍ୟ ଦୁହିଁକର ନିଷ୍ଠାରେ ଗୁରୁ ଅତ୍ୟନ୍ତ ସନ୍ତୁଷ୍ଟ ଥିଲେ | ସେମାନଙ୍କ ପାଖରୁ କୋଣସି ଦକ୍ଷିଣା ଗ୍ରହଣ କରିବା ପାଇଁ ଗୁରୁ ଅନିଚ୍ଛା ପ୍ରକାଶ କଲେ | ଏଥିରେ  ଶିଷ୍ୟ ଦୁହିଁଙ୍କର ମନ ବୁଝିଲା ନାହିଁ | ଗୁରୁଙ୍କୁ ଦକ୍ଷିଣା ନ ଦେଇ ଗୁରୁକୁଲରୁ ବିଦାୟ  ନେବେ କିପରି ! ତେଣୁ କିଛି ହେଲେ ଦକ୍ଷିଣା ଗ୍ରହଣ କରିବା ପାଇଁ ସେମାନେ ଗୁରୁଙ୍କୁ ଅନୁରୋଧ କଲେ | ଶିଷ୍ୟ ଦୁହିଁଙ୍କ କଥାକୁ ଗୁରୁ ଏଡାଇ ପାରିଲେ ନାହିଁ ,  କିଛି ସମୟ ଚିନ୍ତା କରି କହିଲେ, “ ଠିକ୍ ଅଛି, ତୁମେ ଦୁହେଁ ଯଦି ମୋତେ ଦକ୍ଷିଣା ଦେବା ନିମିତ୍ତ ଏତେ ଆଗ୍ରହୀ, ତେବେ କେତୋଟି ଶୁଖିଲା ପତ୍ର ଦକ୍ଷିଣା ସ୍ୱରୂପ ଆଣି ମୋତେ ଦିଅ |”

. ଶିଷ୍ୟ ଦୁହେଁ ଗୁରୁଙ୍କୁ କାହିଁକି ସାକ୍ଷାତ କଲେ ?

ଖ. ଶିଷ୍ୟ ଦୁହେଁ କେତେବେଳେ ଗୁରୁଙ୍କୁ ସାକ୍ଷାତ କଲେ ?

ଗ. ଗୁରୁ କାହିଁକି ଶିଷ୍ୟ ଦୁହିଁକୁ ପାଖରୁ ଦକ୍ଷିଣା ନେବାପାଇଁ ଅନିଚ୍ଛା ପ୍ରକାଶ କଲେ ?

ଘ. ଶିଷ୍ୟ ଦୁହେଁ ଗୁରୁଙ୍କୁ କ’ଣ ଅନୁରୋଧ କଲେ ?

ଙ. ଗୁରୁଶିଷ୍ୟ ଦୁହିଁକୁ କ’ଣ ଦକ୍ଷିଣା ସ୍ୱରୂପ ମାଗିଲେ ?

୯. ଯେପରି “ହାସ” ସହ “ପରି” ଯୋଗ ହୋଇ “ପରିହାସ “ ଶବ୍ଦଟି ହୋଇଛି , ସେହିପରି ପୂର୍ବରୁ “ପରି” ଯୋଗ କରି ଆଉ ୮ଟି ଶବ୍ଦ ଗଢିବା |

ପରିପାକ, ପରିତ୍ୟାଗ, ପରିପ୍ରକାଶ , ପରିଯୋଜନା, ପରିସୀମା , ପରିସ୍ଥିତି , ପରିବେଷ୍ଟିତ , ପରିଭ୍ରମଣ

୧୦. ଯେପରି “ ଶୁଖିଲା ପତ୍ର” ସେପରି ଏହି ଗପଟିରେ ଥିବା ନିମ୍ନଲିଖିତ ଶବ୍ଦ ମାନଙ୍କ ପୂର୍ବରୁ କେଉଁ ଶବ୍ଦ ଯୋଗ ହୋଇଛି ଖୋଜି ଲେଖିବା |

ବିରାଟ – ଆମ୍ବତୋଟା

ଭଲ – ଫସଲ

ଅବ୍ୟର୍ଥ – ଔଷଧ

ଶୂନ୍ୟ – ହସ୍ତ

 

 

 

 

 

 

Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP