Kana Sikhiba Class 6 Odia Chapter 8 | କ'ଣ ଶିଖିଵା

Language : Odia

Kana Sikhiba କ'ଣ ଶିଖିଵା Class 6 Odia Chapter 8 | MIL Class 6 | BSE Odisha Board Odia Medium Class 6 Subject Odia Chapter 8 Question and Answer  Kana  Sikhiba କ'ଣ ଶିଖିଵା  by Golok Bihari Dhal | LRNR Classes || Soumya Madam

କ’ଣ ଶିଖିବା

1.ଉତ୍ତର ଲେଖ |

କ. ଲେଖକ ମଣିଷର ଦୋଷ ଓ ଗୁଣ ସମ୍ପର୍କରେ କ’ଣ କହିଛନ୍ତି ?

ଉତ୍ତର: ଲେଖକଙ୍କ ମତରେ ପ୍ରତ୍ୟେକଙ୍କର ଦୋଷ ଓ ଗୁଣ ଅଛି | ଆମେ ଦୋଷକୁ ଛାଡି ଗୁଣ ଶିଖିବା |

ଖ. ଲେଖକଙ୍କ ମତରେ ଆମେରିକାରେ ସବୁଠୁ ଭଲ କଥାଟି କ’ଣ ?

ଉତ୍ତର : ଲେଖକଙ୍କ ମତରେ ଆମେରିକାରେ ସବୁଠୁ ଭଲ କଥାଟି ହେଉଛି ଶାରୀରିକ ପରିଶ୍ରମ |

ଗ. ଆମେରିକୀୟ ମାନଙ୍କର କେଉଁ ଗୁଣଟି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ?

ଉତ୍ତର :ପରିଶ୍ରମକୁ ସମ୍ମାନ ଦେଖାଇବା ଲାଗି ଆମେରିକୀୟ ମାନେ କେମିତି ଶିଖିଛନ୍ତି , ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ |

ଘ. ଲେଖକ ମର୍ଗାନଙ୍କ ବନ୍ଧୁଙ୍କୁ ଦେଖି ସେ କିଏ ବୋଲି ଭାବିଲେ ?

ଉତ୍ତର : ଲେଖକ ମର୍ଗାନଙ୍କ ବନ୍ଧୁଙ୍କୁ ଦେଖି ସେ ସାଇ ପଡ଼ିଶାର କେହି ଜଣେ ଚିହ୍ନା କୁଲି ବୋଲି ଭାବିଲେ |

2.ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ |

କ. ମର୍ଗାନ୍ ଙ୍କ ବନ୍ଧୁ କାହିଁକି ଲେଖକଙ୍କ ପାଖରେ କ୍ଷମା ମାଗିଲେ ?

ଉତ୍ତର : ମର୍ଗାନଙ୍କ ବନ୍ଧୁଙ୍କର ହାତଯାକ କାଦୁଅ ଲାଗିଥିବାରୁ ସେ ଲେଖକଙ୍କ ସହିତ କରମର୍ଦ୍ଦନ କରିପାରିଲେ ନାହିଁ ବୋଲି କ୍ଷମା ମାଗିଲେ |

ଖ. ବୁଢା ବୟସରେ ବେକର କୋଡି ଶାବଳ ଧରି ଏତେ କାମ କରିବାର ଉଦ୍ଦେଶ୍ୟ କ’ଣ ଥିଲା ?

ଉତ୍ତର : ବେକର ତାଙ୍କର ଜୀବନକୁ ଉପଭୋଗ କରିବା ପାଇଁ ବୁଢା ବୟସରେ କୋଡି ଶାବଳ ଧରି ଏତେ କାମ କରୁଥିଲେ | କାରଣ କାମ ପ୍ରତି ଆମେରିକାନ ଜୀବନରେ ସୁଖ କଳ୍ପନା ଅସମ୍ଭବ |

ଗ. ଆମେରିକାର ଲୋକଙ୍କଠାରୁ ଶିଖିବା ଭଳି ସବୁଠୁଁ ବଡ କଥାଟି କ’ଣ ?

ଉତ୍ତର : ଆମେରିକା – ଲୋକଙ୍କଠୁଁ ଶିଖିବାର ସବୁଠୁ ବଡ କଥା ହେଉଛି ଅନ୍ୟର ପ୍ରଶଂସା କରିବା |

ଘ. ଆମେରିକାର ଲୋକେ କ’ଣ ପାଇଁ ଅଧିକ ବ୍ୟସ୍ତ ?

ଉତ୍ତର : ଆନ୍ତର୍ଜାତିକ ଭାବ – ବିନିମୟ ଲାଗି ଆମେରିକାର ଲୋକେ ଅଧିକ ବ୍ୟସ୍ତ |

ଙ . ଲେଖକଙ୍କ ମତରେ ଆମେ ଦେଶ ଓ ଜାତି ପାଇଁ କ’ଣ କରିବା ଉଚିତ ?

ଉତ୍ତର : ଲେଖକଙ୍କ ମତରେ ଆମେ ଦେଶ ଓ ଜାତି ପାଇଁ ମୁକ୍ତି ପଥ ଖୋଜିବା |

3.ସରଳାର୍ଥ ଲେଖ |

କ. ଶିକ୍ଷିତ ବଡ ଲୋକ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ କେବଳ ଅଧା ପେଟିଆ ଦୁର୍ବଳ ମୁଲିଆ ହାତରେ ଦେଶ ଉଠି ପାରିବ ନାହିଁ |

ଶିକ୍ଷିତ ବଡ ଲୋକ ------------ଉଠି ପାରିବ ନାହିଁ |

    ଉକ୍ତ ଗଦ୍ୟାଂଶଟି ଗୋଲକ ବିହାରୀ ଧଳ ଙ୍କ ରଚିତ “କଣ ଶିଖିବା” ପ୍ରବନ୍ଧରୁ ଆସିଅଛି |ଏଠାରେ ଲେଖକ ଆମ ଦେଶର ଶିକ୍ଷିତ ଲୋକମାନେ କିପରି କର୍ମ କରିବାକୁ କୁଣ୍ଠିତ ହୁଅନ୍ତି ସେ ବିଷୟରେ ଆଲୋକପାତ କରିଛନ୍ତି |

    ଆମେରିକାର ଲୋକମାନେ ଖୁବ ପରିଶ୍ରମୀ | ସେମାନେ ପରିଶ୍ରମ କରିବାକୁ ଭଲ ପାଆନ୍ତି | କାମ କରିବାକୁ କେହି ଲଜ୍ଜାବୋଧ କରନ୍ତି ନାହିଁ | ଏହି ପ୍ରସଙ୍ଗରେ ଲେଖକ ଗୋଟିଏ ଉଦାହରଣ ଦେଇଛନ୍ତି | ଦିନେ କଲଗେଟ ବିଶ୍ଵବିଦ୍ୟାଳୟର ଇଂରାଜୀ ପ୍ରଫେସର ହାତରେ ମାଟି ଚକଟୁଥିବାର ଲେଖକ ଦେଖିଥିଲେ | ସେହିପରି ଗ୍ରୀଷ୍ମ ଛୁଟିରେ ଶିକ୍ଷକ ମାନେ ଦୋକାନରେ ପରିବା ବିକନ୍ତି କିମ୍ବା ନିଜ କ୍ଷେତରେ ଆଳୁ ଖୋଳୁଥାନ୍ତି | ଅଥଚ ଆମ ଦେଶର ଶିକ୍ଷିତ ଲୋକମାନେ ଶାରୀରିକ ପରିଶ୍ରମ କରିବାକୁ ନାକ ଟେକନ୍ତି | ଲେଖକଙ୍କ ମତରେ ଯେ ପର୍ଯ୍ୟନ୍ତ ଆମ ଦେଶର ଶିକ୍ଷିତ ଲୋକମାନେ ପରିଶ୍ରମର ମୂଲ୍ୟ ବୁଝି ନାହାନ୍ତି ସେ ପର୍ଯ୍ୟନ୍ତ ଆମ ଦେଶ ଉଠି ପାରିବ ନାହିଁ | କେବଳ ଅଧା ପେଟ ଖାଇ ଦୁର୍ବଳ ଦିଶୁଥିବା ମୁଲିଆ କେବେହେଲେ ଦେଶକୁ ପ୍ରଗତି ପଥରେ ଆଗେଇ ନେଇ ପାରିବ ନାହିଁ | ବାସ୍ତବରେ ଲେଖକଙ୍କର ଉକ୍ତି ଯଥାର୍ଥ ଅଟେ |

ଖ. କାମ ବ୍ୟତିରେକ ଆମେରିକାନ ଜୀବନରେ ସୁଖ କଳ୍ପନା ଅସମ୍ଭବ |

କାମ ବ୍ୟତିରେକେ ----------ଅସମ୍ଭବ

    ଉକ୍ତ ଗଦ୍ୟାଂଶଟି ଗୋଲକ ବିହାରୀ ଧଳ ଙ୍କ ରଚିତ କ’ଣ ଶିଖିବା ପ୍ରବନ୍ଧରୁ ଆନୀତ | ଏଠାରେ ଲେଖକ ଆମେରିକୀୟ ମାନେ କିପରି କାମବିନା ଜୀବନରେ ଅନ୍ୟ କିଛି ସୁଖ ଆଶା କରନ୍ତି ନାହିଁ , ସେ ବିଷୟରେ ଆଲୋକପାତ କରିଛନ୍ତି |

    ମିଷ୍ଟର ବେକର ଆମେରିକାର ଜଣେ ଅବସର ପ୍ରାପ୍ତ ଇଞ୍ଜିନିଅର | ବୁଢା ବୟସରେ କୋଡି , ଶାବଳ ଧରି ପର୍ବତ ଭାଙ୍ଗି ପଡିଆ କରି ସେଠାରେ ଘର କରିବା ତାଙ୍କର ଉଦ୍ଦେଶ୍ୟ | ଏଭଳି ବୁଢା ବୟସରେ କୋଡି, ଶାବଳର ସଉକ ଦେଖି ଲେଖକ ଆଶ୍ଚର୍ଯ୍ୟ ହୋଇଥାନ୍ତି ଓ ଏପରି ସଉକ ବିଷୟରେ ପଚାରିଛନ୍ତି | ଲେଖକଙ୍କୁ ଉତ୍ତର ଦେବାକୁ ଯାଇ ବେକର୍ କହିଛନ୍ତି – ଆମେରିକା ଜୀବନର ମୂଳ ଦର୍ଶନ ହେଲା – କାମରୁ ଆନନ୍ଦ ନେବା | ଜୀବନକୁ ଉପଭୋଗ କରିବା ପାଇଁ ସେ କାମ କରୁଛନ୍ତି | କାମ ଭିତରେ ଆନନ୍ଦ ଲୁଚି ରହିଛି | ତାହାକୁ ଯିଏ ଥରେ ଚାଖିଛି ସେ ଆଉ ଛାଡି ପାରିବ ନାହିଁ | ତେଣୁ କାମକୁ ଛାଡି ଆମେରିକୀୟ ମାନନଙ୍କର ଜୀବନରେ ସୁଖ କଳ୍ପନା ଅସମ୍ଭବ ଅଟେ | ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ |

ଗ. ମାଛି ନ ହୋଇ ମହୁମାଛି ହେବା, ଘାଆରେ ନ ବସି ଫୁଲରେ ବସିବା |

ମାଛି ନ ହୋଇ ---------------- ଫୁଲରେ ବସିବା |

    ଉକ୍ତ ଗଦ୍ୟାଂଶଟି ଗୋଲକ ବିହାରୀ ଧଳ ଙ୍କ ରଚିତ କ’ଣ ଶିଖିବା ପ୍ରବନ୍ଧରୁ ଆନୀତ | ଏଠାରେ ଲେଖକ ଆମ ଦେଶର ଲୋକଙ୍କର କାର୍ଯ୍ୟଧାରା ବିଷୟରେ ଆଲୋକପାତ କରିଛନ୍ତି |

    ଆମେରିକାର ଲୋକମାନେ ଅନ୍ୟର ପ୍ରଶଂସା କରନ୍ତି | କୌଣସି କାର୍ଯ୍ୟ ଛୋଟ ନୁହେଁ ବୋଲି ସେମାନେ ଭାବନ୍ତି | ତେଣୁ ଜଣେ ଘାସ କଟାଳିଙ୍କୁ ମଧ୍ୟ ପ୍ରଶଂସା କରି ବଢିଆ ଘାସ କଟାଳି ବୋଲି କହିଥାନ୍ତି | ସେମାନେ ଜାଣିଛନ୍ତି ପରିଶ୍ରମୀକୁ ପ୍ରଶଂସା କଲେ ସେ ଅଧିକ କାମ କରିବ | ତେଣୁ ସେମାନଙ୍କ ପରି ଆମ୍ଭେମାନେ ମଧ୍ୟ ଅନ୍ୟର ପ୍ରଶଂସା କରିବାକୁ ଲେଖକ ପରାମର୍ଶ ଦେଇଛନ୍ତି | ସେ ମାଛି ଓ ମହୁମାଛିର ଉଦାହରଣ ଦେଇଛନ୍ତି | ମାଛି ଘାଆ ରେ ବସେ କିନ୍ତୁ ମହୁମାଛି ଫୁଲରେ ବସି ମହୁ ସଂଗ୍ରହ କରେ | ଠିକ୍ ସେହିପରି ହୀନମନା ଅନ୍ୟର ଦୋଷଦୁର୍ବଳତା ଖୋଜି ବସେ; କିନ୍ତୁ ଉଚ୍ଚମନା ଅନ୍ୟର ପ୍ରଶଂସା କରେ | ଅନ୍ୟ ଠାରେ ଭଲ ଖୋଜିବସେ | ତେଣୁ ଆମ୍ଭେମାନେ ଆମେରିକୀୟ ମାନଙ୍କର ଏହି ଭଲ ଗୁଣ ଶିକ୍ଷା କରିବା | ଦେଶ ଓ ଜାତିର ମୁକ୍ତିପଥ ଖୋଜିବା |

    ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ |

4. ଆବଶ୍ୟକ ସ୍ଥଳେ ବିରାମ ଚିହ୍ନ ଦିଅ |

କ. ସେହି ମୂଲିଆ ମାନଙ୍କ ଭିତରୁ ଜଣେ ପାଟିକରି ଅଭିବାଦନ ଜଣାଉଛି ହାଏ ମର୍ଗାନ ହାଓ ଆର୍ ଇଉ ଭାବିଲି ସାଇପଡ଼ିଶାର କେହି ଜଣେ ଚିହ୍ନା କୁଲି ହୋଇଥିବ ମାତ୍ର ନିକଟକୁ ଗଲାରୁ ପ୍ରଫେସର ମର୍ଗାନ ତାଙ୍କୁ କଲଗେଟ୍ ବିଶ୍ୱବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବୋଲି ମୋ ସହିତ ପରିଚିତ କରାଇଦେଲେ |

ଉତ୍ତର : ସେହି ମୂଲିଆ ମାନଙ୍କ ଭିତରୁ ଜଣେ ପାଟିକରି ଅଭିବାଦନ ଜଣାଉଛି “ହାଏ ମର୍ଗାନ , ହାଓ ଆର୍ ଇଉ ?” ଭାବିଲି ସାଇପଡ଼ିଶାର କେହି ଜଣେ ଚିହ୍ନା କୁଲି ହୋଇଥିବ ; ମାତ୍ର ନିକଟକୁ ଗଲାରୁ ପ୍ରଫେସର ମର୍ଗାନ ତାଙ୍କୁ କଲଗେଟ୍ ବିଶ୍ୱବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବୋଲି ମୋ ସହିତ ପରିଚିତ କରାଇଦେଲେ |

ଖ. ମଣିଷ ଜୀବନରେ ଯେତେ କାମ ଅଛି ଘାସକଟାରୁ ଘୋଡାଚଢା ପର୍ଯ୍ୟନ୍ତ ସବୁ ବିଜ୍ଞାନ ଚାଞ୍ଚରେ ପକାଇ ଦିଆଯାଇଛି ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟ ଅଛି ତେଣୁ ସେ ଘାସ କାଟୁଛି ଲୋକେ ତାକୁ ବି ପ୍ରଶଂସା କରି କହନ୍ତି ସେ ଗୋଟାଏ ବଢିଆ ଘାସକଟାଳି |

ଉତ୍ତର: ମଣିଷ ଜୀବନରେ ଯେତେ କାମ ଅଛି , ଘାସକଟାରୁ ଘୋଡାଚଢା ପର୍ଯ୍ୟନ୍ତ ସବୁ ବିଜ୍ଞାନ ଚାଞ୍ଚରେ ପକାଇ ଦିଆଯାଇଛି | ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟ ଅଛି | ତେଣୁ ସେ ଘାସ କାଟୁଛି , ଲୋକେ ତାକୁ ବି ପ୍ରଶଂସା କରି କହନ୍ତି , “ସେ ଗୋଟାଏ ବଢିଆ ଘାସକଟାଳି |”

5. “କ” ସ୍ତମ୍ଭରେ ଦିଆଯାଇଥିବା ଶବ୍ଦ ସହିତ “ଖ” ସ୍ତମ୍ଭରେ ଥିବା ଶବ୍ଦ ମିଳାଇ ଦିଆ ଶବ୍ଦ ତିଆରି କର |

“କ”                   “ଖ”

ଶାରୀରିକ              ପରିଶ୍ରମ

ବୁଢା                   ବୟସ

ଧନ                   ସଂପତ୍ତି

ଦାୟିତ୍ଵ                  ଜ୍ଞାନ

6.“ସାଇପଡିଶା” – ଏହିପରି, ଆଉ ୩ ଟି ଯୁଗ୍ମ ଶବ୍ଦ ପଠିତାଂଶ ରୁ ବାଛି ଲେଖ |

ଉତ୍ତର : ଦୋଷଗୁଣ, ଭାବଭଙ୍ଗୀ , କଥାବାର୍ତ୍ତା

7.ବାକ୍ୟଗଠନ କର :

କ. କଣ୍ଟାବାଡ଼ରେ ଲୁଗାପକାଇ କଳିକରିବା ରାମର ଅଭ୍ୟାସ |

ଖ. ନିଜ ଦୋଷ ନିଜେ ଦେଖ, ପର ଉପରକୁ କାଦୁଅ ଫିଙ୍ଗିଲେ କିଛି ଲାଭ ହେବନି |

ଗ. ଆମର ସ୍ଵାଧୀନତା ଲାଭ ପାଇଁ ଦେଶ ସେବକମାନେ ଯେ କେତେ ଲହୁ – ଲୁହ ତ୍ୟାଗ କରିଛନ୍ତି ତାହାର ତୁଳନା ନାହିଁ |

8.ଯେପରି ‘ପଦାର୍ଥ’ ଶବ୍ଦ ପୂର୍ବରୁ ‘ଅ’ ଯୋଗ ହେଲେ ‘ଅପଦାର୍ଥ’ ହୁଏ – ସେହିପରି ପୂର୍ବରୁ ‘ଅ’ ଯୋଗ କରି ଆଉ ୪ ଟି ଶବ୍ଦ ଲେଖ |

ଉତ୍ତର : ଅଦେଖା , ଅକାର୍ଯ୍ୟ , ଅଧର୍ମ , ଅମାନିଆ |

9.ଖାଲିସ୍ଥାନ ପୂରଣ କର |

କ. ‘ଉଚ୍ଚମନା ଉଚ୍ଚେ ଅମୃତ ଲଭଇ – ନୀଚମନା ଲଭେ ବିଷ’ |

ଖ. କାମ ହିଁ ଆମେରିକା ଜୀବନର ମୂଳମନ୍ତ୍ର |

ଗ. ବେଳ ଆସିଛି ମାଛି ନ ହୋଇ ମହୁମାଛି ହେବା , ଘାଆରେ ନ ବସି ଫୁଲରେ ବସିବା |

10.ଜ୍ଞାନ’ ସହିତ ‘ସାପେକ୍ଷ’ ମିଶି ନୂତନ ଶବ୍ଦଟି ହୋଇଛି ‘ଜ୍ଞାନ ସାପେକ୍ଷ’ ଏହିପରି ‘ସାପେକ୍ଷ’ ବ୍ୟବହାର କରି ଆଉ ଦୁଇଟି ନୂଆ ଶବ୍ଦ ଲେଖ |

ଉତ୍ତର : ବିଚାର ସାପେକ୍ଷ , ସମୟ ସାପେକ୍ଷ |






Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP