Barsha (ବର୍ଷା) Kabita Class 6 Odia Chapter 1

Language : Odia

BSE Odia Medium Class 6 Subject Odia Chapter-1 Poem Barsha LRNR Classes || Soumya Madam

Odia Medium Class 6 Odia Chapter 1 Barsha ( ବର୍ଷା ) Question & Answer

ବର୍ଷା 



1.ନିମ୍ନଲିଖିତ ପ୍ରଶ୍ନଗୁଡିକର ଉତ୍ତର କୁହ |

କ) ବର୍ଷରେ କେତୋଟି ଋତୁ ଆସେ ?

ଉ : ବର୍ଷରେ ଛଅଟି ଋତୁ ଆସେ |

ଖ) ଗ୍ରୀଷ୍ମଋତୁ ପରେ କେଉଁ ଋତୁ ଆସେ ?

ଉ: ଗ୍ରୀଷ୍ମଋତୁ ପରେ ବର୍ଷା ଋତୁ ଆସେ |

ଗ)  ମେଘମାନେ କେଉଁଠି ମିଳିତ ହୁଅନ୍ତି ?

ଉ : ମେଘମାନେ ଶୂନ୍ୟପଥରେ ବା ଆକାଶରେ ମିଳିତ ହୁଅନ୍ତି |

ଘ) ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ କେତେ ମାସ ଉତ୍ତପ୍ତ ଥିଲା ?

ଉ : ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠ ମାସ ଧରି ଉତ୍ତପ୍ତ ଥିଲା |

ଙ) ଖଦ୍ୟୋତ କେତେବେଳେ ଉଡ଼ିବୁଲେ ?

ଉ : ଖଦ୍ୟୋତ ବର୍ଷାବେଳେ ଆକାଶରେ ଉଡ଼ିବୁଲେ |

2.ଉତ୍ତର ଲେଖ |

କ) ମେଘମାଳ କିପରି ଭାବରେ ଜଳ ବର୍ଷା କରେ ?

ଉ: ବର୍ଷାଋତୁରେ ମହାଶୂନ୍ୟରେ ମେଘମାନେ ବିଜୁଳି ଓ ଘଡଘଡି ସହ ମିଳିତ ହୁଅନ୍ତି | ବିଜୁଳି ଓ ଘଡଘଡି ଶବ୍ଦ ଅହଘୋର ଗର୍ଜନ କରି ମେଘମାନେ ତୋଷଚିତ୍ତରେ ଜଳ ବୃଷ୍ଟି କରିବାକୁ ଲାଗିଲେ |

ଖ)  “ଗର୍ଜନ୍ତି ଆବୋରିଣ ପାଣି" – ଏଠାରେ କିଏ ଗର୍ଜିବା କଥା କୁହାଯାଇଛି ?

ଉ : ଏଠାରେ ବେଙ୍ଗମାନେ ଗର୍ଜିବା କଥା କୁହାଯାଇଛି | ବର୍ଷାର ଗର୍ଜନ ଶୁଣି ବେଙ୍ଗାମାନେ ଜଳାଶୟର ଚତୁଃପାର୍ଶ୍ଵରେ ରହି ଗର୍ଜନ ବା ରାବ କରନ୍ତି |

ଗ) ଏହି କବିତରେ କାହାକୁ ରାଜା ବୋଲି କୁହାଯାଇଛି ?

ଉ : ଏହି କବିତାରେ ପୃଥିବୀକୁ ରାଜା ବୋଲି କୁହାଯାଇଛି |

ଘ) ବର୍ଷାଋତୁକୁ ସକଳ ଋତୁଙ୍କର ସାରା ବୋଲି କବି କାହିଁକି କହିଛନ୍ତି ?

ଉ : ବର୍ଷାଋତୁ ଯୋଗୁଁ ପୃଥିବୀ ସୁଜଳା, ସୁଫଳା ଶସ୍ୟ ଶ୍ୟାମଳା ହୁଏ | ରସହୀନ ପୃଥିବୀ ସବୁଜିମାରେ ହସି ଉଠେ | ପ୍ରାଣୀମାନଙ୍କରର ଜୀବନ ତୁଲ୍ୟ ଜଳ ପୃଥିବୀ ଚାରିଆଡେ ଭରି ରହିଥାଏ | ପୃଥିବୀର ଜୀବଜନ୍ତୁ କବଳ ଦାନ କରି ଜୀବନ ରକ୍ଷା କରୁଥିବାରୁ ବର୍ଷାଋତୁକୁ ସକଳ ଋତୁ ମଧ୍ୟରେ ସାରା ବୋଲି କୁହାଯାଏ |

ଙ) ମୟୂର କାହାକୁ ଚାହିଁ ନୃତ୍ୟ କରେ ?

ଉ : ମୟୂର ପର୍ବତ ଶିଖରରେ ଥାଇ ମେଘକୁ ଦେଖି ନୃତ୍ୟ କରେ |

3.ସରଳ ଭାଷାରେ ବୁଝାଇ ଲେଖ |

କ. ମହୀ ମଣ୍ଡଳ ………………………………………….ତୋଷ ହୋଇ |

    ଉଦ୍ଧୃତାଂଶଟି କବି ଜଗନ୍ନାଥ ଦାସଙ୍କ ରଚିତ “ବର୍ଷା” କବିତାରୁ ଉଦ୍ଧୃତ | ପୃଥିବୀର ଦୁଃଖ ଦେଖି ମେଘ କିପରି ଜଳଦାନ କରେ , ତାହା ଏଠାରେ ବର୍ଣ୍ଣିତ |ପ୍ରଚଣ୍ଡ ସୂର୍ଯ୍ୟ ତାପରେ ପୃଥିବୀ ଆଠମାସ ଧରି ସନ୍ତାପିତ ହେଉଥାଏ | ଗ୍ରୀଷ୍ମ ଋତୁପରେ ବର୍ଷା ଋତୁ ଆସେ | ଏହି ଋତୁ ଜଳଦାନ କରି ପୃଥିବୀକୁ ଶସ୍ୟଶ୍ୟାମଳା କରେ ; ତେଣୁ ଜୀବଜଗତ ଛ’ ଋତୁ ମଧ୍ୟରେ ବର୍ଷା ଋତୁକୁ ଶ୍ରେଷ୍ଠ ବୋଲି କହିଥା’ନ୍ତି | ଶୂନ୍ୟ ଆକାଶ ବ୍ୟାପି ମେଘମାନେ ଚାରି ଆଡେ ଘୋଟି ଯାଆନ୍ତି | ସୂର୍ଯ୍ୟ ତାପ ଫଳରେ ଧରଣୀ ପୃଷ୍ଠରୁ ଆଠମାସ ଧରି ଜଳ ବାଷ୍ପ ହୋଇ ଶେଷ ହୋଇଯାଇଥାଏ | ବର୍ଷାକାଳ ଆସିବା କ୍ଷଣି ସୂର୍ଯ୍ୟତାପ କଷ୍ଟ ନଷ୍ଟ ହୁଏ | ମେଘରେ ସୂର୍ଯ୍ୟର ପ୍ରକୋପତା ଲୋପ ପାଏ | ପୃଥିବୀର ଦୁଃଖ ଦେଖି ମେଘ ଜଳଦାନ କରେ | ଘୋର ଗର୍ଜନ କରି ମେଘମାଳା ଜଳ ବର୍ଷିଥା’ନ୍ତି | କବି ମଧୁସୂଦନ ଲେଖିଛନ୍ତି |

ଖ. ଅଳପ ନଦିଏ …………………………………………. ଉଚ୍ଛୁଳିଲେ |

    ଉଦ୍ଧୃତାଂଶଟି କବି ଜଗନ୍ନାଥ ଦାସଙ୍କ ଲିଖିତ “ ବର୍ଷା” କବିତାରୁ ଉଦ୍ଧୃତ | ଏଠାରେ କବି ବର୍ଷାକାଳରେ କ୍ଷୁଦ୍ର କ୍ଷୁଦ୍ର ନଦୀର ଅବସ୍ଥା ସମ୍ପର୍କରେ ଆଲୋକପାତ କରିଛନ୍ତି |

    ବର୍ଷାଋତୁ ଆସିବା ମାତ୍ରେ ଚାରିଆଡେ ଅନବରତ ବର୍ଷା ଜଳ ଲାଭ କରି ପ୍ରାଣୀଜଗତ ଆନନ୍ଦିତ ହୋଇଥାନ୍ତି | ଜୁଳୁଜୁଳିଆ ପୋକମାନେ ସନ୍ଧ୍ୟାବେଳେ ଉଡ଼ିବୁଲନ୍ତି | ମେଘର ଗୁରୁଗମ୍ଭୀର ଗର୍ଜନ ଶୁଣି ବେଙ୍ଗମାନେ ଜଳାଶୟ ଚାରିପାଖରେ ଥାଇ ଗର୍ଜନ କରନ୍ତି | ଛୋଟ ଛୋଟ ନଦୀ ଜଳରେ ପୂର୍ଣ୍ଣ ହୋଇ ଉଠନ୍ତି | ସେ ସବୁ ନଦୀରେ ହଠାତ୍ ବନ୍ୟା ଦେଖାଯାଏ | ଲହରି ସହିତ ଛୋଟ ଛୋଟ ନଦୀ ଗୁଡିକ ଉଛୁଳି ଉଠି ଦୁଇକୁଳକୁ ଛୁଇଥାଆନ୍ତି |

ଗ. ଛତୁ ଯେ …………………………………………. ଦିଶେ ମହୀ |

    ଉଦ୍ଧୃତାଂଶଟି କବି ଜଗନ୍ନାଥ ଦାସଙ୍କ ଲିଖିତ “ ବର୍ଷା” କବିତାରୁ ଉଦ୍ଧୃତ | ଏଠାରେ କବି ପୃଥିବୀକୁ ରାଜା ସହିତ କିପରି ତୁଳନା କରିଛନ୍ତି, ତାହା ବର୍ଣ୍ଣିତ ହୋଇଛି |

    ବର୍ଷାଋତରୁ ଆଗମନରେ ପୃଥିବୀ ଶସ୍ୟ ଶ୍ୟାମଳା ହୋଇଉଠେ | ପୃଥିବୀ ପୃଷ୍ଠରେ ବିଭିନ୍ନ ଶସ୍ୟରାଶି ଭରପୂର ହୋଇଯାଏ | ଶସ୍ୟରେ ଭରପୂର କ୍ଷେତକୁ ଦେଖି ମଣିଷ ଚିତ୍ତରେ ଆନନ୍ଦ ସଞ୍ଚାର ହୁଏ | ଏହି ଋତୁରେ ଚାରିପଟେ ଛତୁଗୁଡକ ଛତା ପରି ଫୁଟି ଥାଏ | ରାଜଙ୍କର ମସ୍ତକରେ ପାଟଛତା ଶୋଭା ପାଇଲା ପରି ପୃଥିବୀ ରାଜାଙ୍କର ମସ୍ତକରେ ଛତୁ ଗୁଡିକ ଛତା ପରି ଶୋଭା ପାଉଥାଏ | ଏ ସବୁ ଦୃଶ୍ୟ ଦେଖି ସମସ୍ତେ ଆନନ୍ଦରେ ଆତ୍ମହରା ହୋଇ ଉଠନ୍ତି | ବାସ୍ତବରେ କବିଙ୍କର ଏହି ତୁଳନାତ୍ମକ ବର୍ଣ୍ଣନାଟି ଖୁବ୍ ହୃଦୟସ୍ପର୍ଶୀ ହୋଇପାରନ୍ତି |

4.

କ. ପ୍ରାଣୀ ଜୀବନ ଜଳରାଶି |

କରୁଣା ଚିତ୍ତରେ ବରଷି |

ଖ. ନାନା ପ୍ରକାର ଶସ୍ୟରାଶି

ଏଣେ ପୂରିତ ମହୀ ଦିଶି |

5.ଏହି କବିତାରେ “ସୂର୍ଯ୍ୟ” ଓ “ପୃଥିବୀ” ଶବ୍ଦ ପାଇଁ ଅନ୍ୟ ଯେଉଁ ଶବ୍ଦଗୁଡିକ ବ୍ୟବହାର କରାଯାଇଛି, ତାହାକୁ ଲେଖ |

ସୂଯ୍ୟ – ରବି

ପୃଥିବୀ – ମହୀ


6.ନିମ୍ନ ଶବ୍ଦଗୁଡିକର ଗଦ୍ୟ ରୂପ ଲେଖ |

ପଦ୍ୟ ରୂପ    ଗଦ୍ୟରୂପ

ବରଷା      ବର୍ଷା

ଶବଦ      ଶବ୍ଦ

ବରଷି      ବର୍ଷି

ଗରଜି      ଗରଜି

ଗ୍ରୀଷମ      ଗ୍ରୀଷ୍ମ

ତପତ      ତପ୍ତ

ଅଳପ      ଅଳ୍ପ

7. ତଳେ ଦିଆଯାଇଥିବା ଶବ୍ଦଗୁଡିକର ଅର୍ଥ ସୂଚାଉଥିବା ଶବ୍ଦକୁ ବନ୍ଧନୀ ମଧ୍ୟରୁ ଲେଖ |

ମଞ୍ଚପୁର – ମର୍ତ୍ତ୍ୟପୁର

ଭୁଞ୍ଜନ୍ତି – ଭୋଗକରନ୍ତି

ମଣ୍ଡୁକ – ବେଙ୍ଗ

ନିଶାମୁଖ – ସନ୍ଧ୍ୟାବେଳ

8. “ଆଠ” କୁ ଯେପରି “ ଅଷ୍ଟ” କୁହାଯାଏ, ସେହିପରି ନିମ୍ନଲିଖିତ ଶବ୍ଦଗୁଡକୁ କ’ଣ କୁହାଯିବ ଲେଖ |

ନଅ ନବ

ସାତ ସପ୍ତ

ଛ   ଷଷ୍ଠ

ଏଗାର  ଏକାଦଶ

9.ଭିନ୍ନଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ |

ବର୍ଷା , ବିଜୁଳି, ଗିରିଶିଖ , ପବନ = ଗିରିଶିଖ

ମଣ୍ଡୁକ , ମୟୂର , ଛତୁ, ଖଦ୍ୟୋତ = ଛତୁ

Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP