Rastra ରାଷ୍ଟ୍ର Class 6 Political Science Chapter 2

Language : Odia

ଦ୍ଵିତୀୟ ଅଧ୍ୟାୟ

ରାଷ୍ଟ୍ର

ରାଷ୍ଟ୍ରର ଅର୍ଥ :

  • ରାଷ୍ଟ୍ର ରାଜନୀତି ବିଜ୍ଞାନର ମୁଖ୍ୟ ବିଷୟବସ୍ତୁ ଓ କେନ୍ଦ୍ର ବିନ୍ଦୁ | ଆମ ସାମାଜିକ ଜୀବନରେ ରାଷ୍ଟ୍ରର ଭୂମିକା ଖୁବ୍ ବେଶି | କାରଣ, ଏହା ସବୁଠାରୁ ବଡ଼ କ୍ଷମତାଶାଳୀ ସାମାଜିକ ତଥା ରାଜନୈତିକ ଅନୁଷ୍ଠାନ ଅଟେ | ଏହା ଏକ ରାଜନୈତିକ ସଂଘ |
  • ରାଷ୍ଟ୍ର ସବୁଠାରୁ କ୍ଷମତାଶାଳୀ ସଂଗଠନ ହୋଇଥିବାରୁ ବ୍ୟକ୍ତି ଓ ସଂହମାନଙ୍କର ବିଭିନ୍ନ କାର୍ଯ୍ୟକଳାପ ମଧ୍ୟରେ ସମନ୍ୱୟ ସ୍ଥାପନ କରିଥାଏ |
  • ରାଷ୍ଟ୍ର ଦ୍ଵାରା ହିଁ ପ୍ରତ୍ୟେକ ବ୍ୟକ୍ତିର ଉପଯୁତକ ବିକାଶ ହୋଇଥାଏ | କାରଣ, ସାଧାରଣ ବ୍ୟକ୍ତିମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ରାଷ୍ଟ୍ର ଅନେକଗୁଡିଏ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିଥାଏ | ରାଷ୍ଟ୍ର ଏକ ସ୍ଥାୟୀ ଅନୁଷ୍ଠାନତେଣୁ ଏହାର ଆବଶ୍ୟକତା ସର୍ବଦା ଦରକାର ହୋଇଥାଏ | ରାଷ୍ଟ୍ରର ନୀତିନିୟମ ମନୁଷ୍ୟର ସାମାଜିକ ଜୀବନକୁ ଶୃଙ୍ଖଳିତ ଦୃଢ଼ୀଭୂତ କରେ

ମନେରଖ : ଆରିଷ୍ଟୋଟଲଙ୍କ ମତରେ, ପରିବାର ଗ୍ରାମମାନଙ୍କର ସମଷ୍ଟିରେ ରାଷ୍ଟ୍ରର ସୃଷ୍ଟି |

  • ଅଧ୍ୟାପକ ଗାରନରଙ୍କ ମତରେ, ସ୍ଥାୟୀ ଭାବରେ ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ଭୋଗଦଖଲକାରୀ, ବାହ୍ୟ ନିୟନ୍ତ୍ରଣ ମୁକ୍ତ ଏବଂ ଅଧିକାଂଶ ଅଧିବାସୀଙ୍କ ନିରବଚ୍ଛିନ୍ନ ଆନୁଗତ୍ୟ ଲାଭ କରୁଥିବା ଏକ ସଙ୍ଗଠିତ ସରକାରର ଅଧିକାରୀ, ଊଣା ଅଧିକେ ଲୋକମାନଙ୍କର ସମ୍ପ୍ରଦାୟକକୁ ରାଷ୍ଟ୍ର କହନ୍ତି |

ରାଷ୍ଟ୍ରର ବୈଶିଷ୍ଟ୍ୟ/ଉପାଦାନ

  • ରାଷ୍ଟ୍ରର ମୁଖ୍ୟତଃ ଚାରିଗୋଟି ମୁଖ୍ୟ ଉପାଦାନ ରହିଛି | ସେଗୁଡ଼ିକ ହେଲା ଜନସଂଖ୍ୟା, ଆୟତନ, ସରକାର ସାର୍ବଭୌମତ୍ୱ |

ଜନସଂଖ୍ୟା

  • ରାଷ୍ଟ୍ର ଗଠନ ପାଇଁ ଅଧିବାସୀ/ଜନସଂଖ୍ୟା ଆବଶ୍ୟକ | କାରଣ, ଜନ ମାନବ ଶୂନ୍ୟ ମରୁଭୂମି, ସାଗର ଓ ପଶୁମାନଙ୍କର ବାସସ୍ଥଳୀ ଜଙ୍ଗଲକୁ ରାଷ୍ଟ୍ର କୁହାଯାଇପାରିବ ନାହିଁ | ଜନସଂଖ୍ୟା ବିନା ରାଷ୍ଟ୍ରର କଳ୍ପନା ଅସମ୍ଭବ | ଜନସଂଖ୍ୟାର କୌଣସି ନିର୍ଦ୍ଦିଷ୍ଟ ସୀମା ନଥାଏ | ଏହା ଚୀନ ଓ ଭାରତ ଭଳି ବହୁଳ ରାଷ୍ଟ୍ର କିମ୍ବା ମୋନାକୋ ଓ ସାନମାରିନୋ ଭଳି ଜନ ବିରଳ ରାଷ୍ଟ୍ର ହୋଇପାରେ | ପ୍ରକୃତରେ କହିବାକୁ ଗଲେ ଗୋଟିଏ ରାଷ୍ଟ୍ର ଜନସଂଖ୍ୟା ସେହି ରାଷ୍ଟ୍ରର ଆୟତନ ସମ୍ବଳ ଅନୁସାରେ ହେବା ଉଚିତ |
  • ପ୍ଲାଟୋଙ୍କ ମତରେ ରାଷ୍ଟ୍ରର ଜନସଂଖ୍ୟା ୫୦୪୦ ହେବା ଦରକାର | ଋଷୋଙ୍କ ମତରେ ରାଷ୍ଟ୍ରର ଜନସଂଖ୍ୟା ୧୦, ୦୦୦ ହେବା ଦରକାର |

 ଆୟତନ

  • ଜନସଂଖ୍ୟା ପରି ପ୍ରତ୍ୟେକ ରାଷ୍ଟ୍ରର ଏକ  ନିର୍ଦ୍ଦିଷ୍ଟ ଭୂ-ଖଣ୍ଡ ରହିବା ଆବଶ୍ୟକ | ଏହା ନଥିଲେ ରାଷ୍ଟ୍ର ହୋଇପାରିବ ନାହିଁ | ତେଣୁ ଏହାର ନିର୍ଦ୍ଦିଷ୍ଟ ପରିସୀମା ରହିବା ଦରକାର | ରାଷ୍ଟ୍ର ପାଇଁ ଭୂଭାଗ ଆବଶ୍ୟକ ହେଉଥିଲେ ଆୟତନ ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ | ଏହା ରୁଷ, ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ ପରି ଦେଶ ପରିସୀମା ବଡ ହୋଇପାରେ କିମ୍ବା ମୋନାକୋ ଓ ସାନମାରିନୋ ପରି ଛୋଟ ସୀମା ହୋଇପାରେ |

ସରକାର

  • ସରକାର ରାଷ୍ଟ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ | ଗୋଟିଏ ନିର୍ଦ୍ଧିଷ୍ଟ ଭୂଭାଗରେ ଅଧିବାସୀ ଥିଲେ ମଧ୍ୟ ସରକାର ନଥିଲେ ତାକୁ ରାଷ୍ଟ୍ର କୁହାଯାଇ ପାରିବ ନାହିଁ | ସରକାର ଏକ ରାଜନୈତିକ ସଙ୍ଗଠନ | ଜନସାଧାରଣଙ୍କ ସାମାଜିକ ଜୀବନକୁ ନିୟନ୍ତ୍ରଣ କରନ୍ତି | ସରକାର ଆଇନ୍ ଦ୍ଵାରା ପରିଚାଳିତ | ସରକାର ନଥିଲେ ଅରାଜକତା ସୃଷ୍ଟି ହୋଇ ରାଷ୍ଟ୍ର ତଥା ସମାଜ ଓ ବ୍ଯକ୍ତିର ସ୍ଥିତି ବିପନ୍ନ ହୋଇଥାଏ |

ସାର୍ବଭୌମତ୍ୱ

  • ସାର୍ବଭୌମତ୍ୱ ରାଷ୍ଟ୍ରର ସବୁଠାରୁ ଗୁରୁତ୍ୱପୂରର୍ଶ ଉପାଦାନ ରାଷ୍ଟ୍ରର ଜୀବନ ଶକ୍ତି | ସାର୍ବଭୌମତ୍ଵ ରାଷ୍ଟ୍ରର ସବୁଠାରୁ ବଡ କ୍ଷମତା, ଯାହା ଉପରେ କୌଣସି କ୍ଷମତା ନାହିଁ |  ସାର୍ବଭୌମତ୍ୱ କ୍ଷମତା ପ୍ରୟୋଗ କରି ରାଷ୍ଟ୍ର ନିଜ ଦେଶର ନାଗରିକ, ଗୋଷ୍ଠୀ, ଅନୁଷ୍ଠାନ ଉପରେ ନିୟନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ସ୍ଵାଧୀନ ଭାବରେ ବୈଦେଶିକ ନୀତି ନିର୍ଦ୍ଧାରଣ କରେ |
  • ସାର୍ବଭୌମତ୍ୱ ଲାଟିନ୍ ଶବ୍ଦ ସୁପରଆନସ୍” ରୁ ଆସିଅଛି | ଯାହାର ଅର୍ଥ ହେଉଛି ସର୍ବୋଚ୍ଚ କ୍ଷମତା” |
  • ସାର୍ବଭୌମତ୍ୱକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି | ଆଭ୍ୟନ୍ତରୀଣ ସାର୍ବଭୌମତ୍ୱ ଓ ବହିଃ ସାର୍ବଭୌମତ୍ୱ |
  • ଆଭ୍ୟନ୍ତରୀଣ ଆଭ୍ୟନ୍ତରୀଣ ବଳରେ ରାଷ୍ଟ୍ର ବ୍ୟକ୍ତି, ନାଗରିକ, ଗୋଷ୍ଠୀ ଓ ଅନୁଷ୍ଠାନ ଉପରେ ନିୟନ୍ତ୍ରଣ ଜାରି କରେ |
  • ବହିଃ ସାର୍ବଭୌମତ୍ୱ ବଳରେ ରାଷ୍ଟ୍ର ନିଜର ବୈଦେଶିକ ନୀତି ଓ ସମ୍ପର୍କ ନିର୍ଦ୍ଧାରଣ କରେ |

ରାଷ୍ଟ୍ରର ଉତ୍ପତ୍ତି ବିକାଶ

  • ପ୍ରାଚୀନମତ ଅନୁସାରେ ରାଷ୍ଟ୍ର ଈଶ୍ଵରଙ୍କ ଦ୍ଵାରା ସୃଷ୍ଟି ଏହାର ଶାସକ ରାଜା ହେଉଛନ୍ତି ଈଶ୍ଵରଙ୍କ ପ୍ରତିନିଧି |
  • ଖ୍ରୀଷ୍ଟଧର୍ମର ପୁରାତନ ଟେଷ୍ଟମେଣ୍ଟ ହିନ୍ଦୁ ଧର୍ମର ମନୁଶ୍ରୁତି ମହାଭାରତର ଭଗବାନଙ୍କ ଦ୍ଵାରା ରାଷ୍ଟ୍ର ସୃଷ୍ଟି ହୋଇଛି ବୋଲି କୁହାଯାଇଛି | ଭଗବାନଙ୍କ ଦ୍ଵାରା ରାଷ୍ଟ୍ର ସୃଷ୍ଟି ହୋଇଛି | ଏହି ମତକୁ ଐଶ୍ଵରିକ ସୃଷ୍ଟି ତତ୍ତ୍ଵ କୁହାଯାଏ |
  • ଅନ୍ୟ ଏକ ମତ ଅନୁସାରେ ଶକ୍ତି ବା ଯୁଦ୍ଧ ଦ୍ଵାରା ରାଷ୍ଟ୍ରର ଉତ୍ପତ୍ତି ହୋଇଛି ବୋଲି କୁହାଯାଏ | ଯୁଦ୍ଧ ବା ଶକ୍ତିଦ୍ୱାରା ରାଷ୍ଟ୍ର ସୃଷ୍ଟିଏହି ମତବାଦକୁ ଶକ୍ତିତତ୍ତ୍ଵ କୁହାଯାଏ | ଏହି ପ୍ରକାର ପ୍ରଥା ଅତୀତରେ ପ୍ରଚଳିତ ଥିଲା |
  • ପିତା ବା ମାତାଙ୍କ କର୍ତ୍ତୃତ୍ଵର ରୂପାନ୍ତରରେ ରାଷ୍ଟ୍ର ସୃଷ୍ଟି ହୋଇଛି- ଏହା ପିତୃଶାସିତ ମାତୃଶାସିତ ସିଦ୍ଧାନ୍ତ କୁହାଯାଏ |
  • ପରିବାରରୁ ବଂଶ ଓ ବଂଶରୁ ଗୋଷ୍ଠୀ ସୃଷ୍ଟି ହୋଇଥିଲା | ଏହି ଗୋଷ୍ଠୀରୁ ରାଷ୍ଟ୍ରର ଉତ୍ପତ୍ତି ହୋଇଛି |
  • ଇଂରେଜ ଦାର୍ଶନିକ ହବସ୍, ଲକ୍ ଫରାସୀ ଦାର୍ଶନିକ ଋଷୋ ସାମାଜିକ ଚୁକ୍ତି ମତବାଦ” ସମର୍ଥକ ଅଟନ୍ତି |
  • ମନୁଷ୍ୟ ଚୁକ୍ତି କରି ରାଷ୍ଟ୍ର ସୃଷ୍ଟି ହେବା ମତବାଦକୁ ସାମାଜିକ ଚୁକ୍ତି ମତବାଦ କୁହାଯାଏ |

ରାଷ୍ଟ୍ରର ଉତ୍ପତ୍ତି ସମ୍ବନ୍ଧୀୟ ବିଭିନ୍ନ ମତବାଦ
    ରକ୍ତଗତ ସମ୍ପର୍କ ରକ୍ତଗତ ସମ୍ପର୍କରୁ ପରିବାର ବୃଦ୍ଧି କାଳକ୍ରମେ ବଂଶ ଗୋଷ୍ଠୀର ଉତ୍ପତ୍ତି ହୋଇ ସେହି ଗୋଷ୍ଠୀ ଶେଷରେ     ରାଷ୍ଟ୍ରରେ ପରିଣତ ହେଲା

  • ଧର୍ମ ଅତି ପ୍ରାଚୀନ କାଳରୁ ଧର୍ମ ସାହାଯ୍ୟରେ ଐକ୍ୟଭାବ ସୃଷ୍ଟି କରି ଲୋକମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥିଲେ | ତେଣୁ ଧାର୍ମିକ ଏକତା ଯୋଗୁଁ ରାଷ୍ଟ୍ର ସୃଷ୍ଟି ହୋଇଥିଲା |
  • ଶକ୍ତି ଅତୀତରେ ଶକ୍ତି ପ୍ରୟୋଗଦ୍ଵାରା କେତେଗୁଡିଏ ରାଷ୍ଟ୍ର ରାଷ୍ଟ୍ରନିର୍ମାଣ ହୋଇଥିଲା | ରାଜାମାନେ ଯୁଦ୍ଧ ସାହାଯ୍ୟରେ ସୀମା ବୃଦ୍ଧି କରି ସାମ୍ରାଜ୍ୟ ପ୍ରତିଷ୍ଠା କରୁଥିଲେ | ଶକ୍ତି ରାଷ୍ଟ୍ରର ସ୍ଥିତିକୁ ନିୟନ୍ତ୍ରଣ କରୁଥିଲା |
  • ବ୍ୟକ୍ତିଗତ ସମ୍ପତ୍ତି ଯାଯାବର ଜୀବନ ପରିତ୍ୟାଗ କରି ମଣିଷ ଏକ ସମୟରେ ବ୍ୟକ୍ତିଗତ ସମ୍ପତ୍ତିର ମାଲିକ  ହେଲା |  ମଣିଷ ନିଜର ବ୍ୟକ୍ତିଗତ ସମ୍ପତ୍ତିର ସୁରକ୍ଷାପାଇଁ ରାଷ୍ଟ୍ରର ଆବଶ୍ୟକତା ଉପଲବ୍ଧି କଲା |
  • ରାଜନୈତିକ ଚେତନା ରାଷ୍ଟ୍ରଗଠନ ପାଇଁ  ରାଜନୈତିକ ଚେତନା ବା ଇଚ୍ଛାଶକ୍ତିକୁ ପ୍ରମୁଖ ଉପାଦାନ ଭାବରେ ଗ୍ରହଣ କରାଯାଇଛି | ଏହି ଚେତନା ବା ଇଚ୍ଛାଦ୍ଵାରା ରାଷ୍ଟ୍ର ସୃଷ୍ଟି ହୋଇଛି | ସମୟର ଅଗ୍ରଗତି ସହିତ ମନୁଷ୍ୟର ରାଜନୈତିକ ଚେତନାର ଅଗ୍ରଗତି ଘଟିଲା | ରାଷ୍ଟ୍ରଦ୍ୱାରା ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତି ହୋଇପାରିଲା |

ରାଷ୍ଟ୍ରର କାର୍ଯ୍ୟ

  • ରାଷ୍ଟ୍ରର କାର୍ଯ୍ୟକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ ରାଯାଇଛି | ଯଥା –  ବାଧ୍ୟତାମୂଳକ କାର୍ଯ୍ୟ ଇଚ୍ଛାଧୀନ କାର୍ଯ୍ୟ |
  • ବାଧ୍ୟତାମୂଳକ କାର୍ଯ୍ୟ ରାଷ୍ଟ୍ରର ସ୍ଥିତି, ବ୍ୟକ୍ତିର ସୁରକ୍ଷା ଦେଶର ସ୍ଵାଧୀନତା ରକ୍ଷାପାଇଁ ଯେଉଁ କାର୍ଯ୍ୟ କରାଯାଏ, ତାକୁ ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟ କୁହାଯାଏ |

ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ ହେଲା :

  • ଦେଶ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ଧନଜୀବନ ସୁରକ୍ଷା, ବହିଃଶତ୍ରୁ ଆକ୍ରମଣରୁ ରକ୍ଷା, ଅନ୍ୟ ଦେଶ ସହ ସମ୍ପର୍କ ସ୍ଥାପନା |
  • ଦେଶକୁ ବହିଃଶତ୍ରୁ ଆକ୍ରମଣରୁ ରକ୍ଷା କରିବା |
  • ଉତ୍ତମ ବୈଦେଶିକ ନୀତି ପ୍ରଣୟନ କରି ଅନ୍ୟ ଦେଶମାନଙ୍କ ସହ ସୁସଂପର୍କ ସ୍ଥାପନ କରିବା |
  • ଲୋକମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ଆଇନ୍ ଅଦାଲତର ବ୍ୟବସ୍ଥା କରିବା |
  • ଇଚ୍ଛାଧୀନ କାର୍ଯ୍ୟ ଯେଉଁ କାର୍ଯ୍ୟଗୁଡ଼ିକ ଜନସାଧାରଣଙ୍କ କଲ୍ୟାଣପାଇଁ ଉଦ୍ଦିଷ୍ଟ ତାକୁ ରାଷ୍ଟ୍ରର ଇଚ୍ଛାଧୀନ କାର୍ଯ୍ୟ କୁହାଯାଏ |

ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ ହେଲା:

  • ଶିଳ୍ପ ସଂସ୍ଥା ନିୟନ୍ତ୍ରଣ କରିବା
  • କୃଷିର ଆଧୁନିକୀକରଣ, ଜଳସେଚନ ଓ ସମବାୟ ସଂସ୍ଥାର ଉନ୍ନତି କରିବା |
  • ଅତ୍ୟାବଶ୍ୟକ ଜିନିଷର ଉଚିତ୍ ଦରରେ ଯୋଗାଣ ଓ ବିକ୍ରି |
  • ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଓ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବା |
  • ଗମନାଗମନର ଓ ଯୋଗାଯୋଗ ବ୍ୟବସ୍ଥାର ଉପଯୁକ୍ତ ପରିଚାଳନା କରିବା |
  • ଅର୍ଥନୈତିକ ଯୋଜନା ଦ୍ଵାରା ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ କରିବା |
  • ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ସାମାଜିକ ଓ ଅର୍ଥନୈତିକ ବ୍ଯବସ୍ଥା କରିବା |
  • ବୃଦ୍ଧ/ବୃଦ୍ଧା ପିତାମାତୃ ହୀନ ଓ ଭିନ୍ନକ୍ଷମମାନଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରଦାନ କରିବା |

Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP