Padartha ( ପଦାର୍ଥ ) Class 7 Science Chapter 1 Question & Answer

Language : Odia

Class 7 Science Chapter 1 Padartha ( ପଦାର୍ଥ ) Question & Answer

ପଦାର୍ଥ

1.   ଶୂନ୍ୟସ୍ଥାନ ପୂରଣ କର |

a)   ପଦାର୍ଥର ତରଳାବସ୍ଥାରେ ନିର୍ଦ୍ଦିଷ୍ଟ ଆୟତନ ଥାଏ କିନ୍ତୁ ନିର୍ଦ୍ଦିଷ୍ଟ ଆକୃତି ନ ଥାଏ |

b)   ପଦାର୍ଥର ଗ୍ୟାସୀୟାବସ୍ଥାରେ କଣିକାଗୁଡିକ ମଧ୍ୟରେ ଥିବା ପାରସ୍ପାରିକ ଆକର୍ଷଣ ବଳ ଅତିକମ୍ ଥାଏ |

c)   ଯେଉଁ ବିଶୁଦ୍ଧ ପଦାର୍ଥ ପରମାଣୁଗୁଡିକ ସହଧର୍ମୀ ହୋଇଥାଏ, ତାହାକୁ ମୌଳିକ ପଦାର୍ଥ କୁହାଯାଏ |

d)   ବାୟୁ ଗୋଟିଏ ମିଶ୍ରଣ ପଦାର୍ଥ, କିନ୍ତୁ ଅଙ୍ଗାରକାମ୍ଳ ଗୋଟିଏ ଯୌଗିକ ପଦାର୍ଥ |

e)   ଗୋଟିଏ ମୌଳିକ ପଦାର୍ଥରେ ସମାନ ପ୍ରକାର ପରମାଣୁ ଥାଏ |

2.   ନିମ୍ନଲିଖିତ ପଦାର୍ଥଗୁଡିକରୁ ମୌଳିକ, ଯୌଗିକ ଓ ମିଶ୍ରଣକୁ ଅଲଗା କରି ଲେଖ |

(କ୍ଳୋରିନ, ପାରଦ ବା ମର୍କୁରି , ଲାଇମ୍ ବା ଚୂନ , ଚିନି ସର୍ବତ, ଗନ୍ଧକାମ୍ଳ , ଫିଟକିରୀ, ବରଫ, କ୍ଷୀର , ହୀରା, ଲୁଣ )

ମୌଳିକ – କ୍ଳୋରିନ , ପାରଦ , ହୀରା

ଯୌଗିକ – ଚୂନ , ଫିଟକିରୀ, ବରଫ, ଲୁଣ , ଗନ୍ଧକାମ୍ଳ

ମିଶ୍ରଣ – ଚିନି ସର୍ବତ, କ୍ଷୀର

3.   ପ୍ରତୀକ ଓ ସଂକେତ ବ୍ୟବହାର କରି ନିମ୍ନଲିଖିତ ପଦାର୍ଥଗୁଡିକ ଲେଖ |

ମାଙ୍ଗାନିଜ୍ ର ପରମାଣୁ – Mn

କ୍ଳୋରିନ ଅଣୁ – Cl2

ଚୂନପାଣିର ସଙ୍କେତ – Ca (oH)2

ଯବକ୍ଷାରଜାନର ଅଣୁ – N2

4.   ଯୌଗିକ ଓ ମିଶ୍ରଣ ଭିତରେ ଦୁଇଟି ପାର୍ଥକ୍ୟ ଲେଖ |

ଯୌଗିକ :

·    ଏକାଧିକ ମୌଳିକ ପଦାର୍ଥର ରାସାୟନିକ ସଂଯୋଗରେ ଗଠିତ ନୂତନ ପଦାର୍ଥକୁ ଯୌଗିକ କୁହାଯାଏ |

·    ଯୌଗିକ ଏ ବିଶୁଦ୍ଧ ପଦାର୍ଥ |

·    ଉଦାହରଣ – H2O

ମିଶ୍ରଣ :

·    ଯେଉଁ ପଦାର୍ଥରେ ଏକାଧିକ ମୌଳିକ ବା ଯୌଗିକ ବା ଉଭୟ ମୌଳିକ ଓ ଯୌଗିକ ଯେକୌଣସି ଅନୁପାତରେ ମିଶିକରି ଥାଏ, ତାହାକୁ ମିଶ୍ରଣ କୁହାଯାଏ |

·    ମିଶ୍ରଣ ଏକ ବିଶୁଦ୍ଧ ପଦାର୍ଥ ନୁହେଁ |

·    ଉଦାହରଣ – ଚିନି ସରବତ୍ |

5.   ଯେଉଁ ମୌଳିକର ଅଣୁରେ ଏକରୁ ଅଧିକ ପରମାଣୁ ଥାଏ ସେହିପରି ମୌଳିକର ତିନିଗୋଟି ଉଦାହରଣ ଦିଅ |

. Cl2 , Br2 , O2 l

6.   ତୁମେ ଜାଣିଛ O2 ଏବଂ O3 , , ଗୋଟିଏ ଅନ୍ୟଟିର ସମସ୍ଥାନିକ | ତେବେ ଏହି ଦୁଇଟି, ଭିନ୍ନ ପଦାର୍ଥ, O3 ର ନାମ ଲେଖ ଓ ଏହା ଆଜିକାଲି ସବୁଠାରେ କାହିଁକି ଆଲୋଚନା ହେଉଛି, ସଂକ୍ଷେପରେ ଲେଖ |

O ------------ O

O2

·    ଅମ୍ଳଜାନ ଓ ଓଜୋନ ଗୋଟିଏ ଅନ୍ୟଟିର ସମସ୍ଥାନିକ ଏବଂ ଏହି ଦୁଇଟି ଭିନ୍ନ ପଦାର୍ଥ |

·    ଓଜୋନ ସ୍ତର ବାୟୁମଣ୍ଡଳରେ ଷ୍ଟ୍ରାଟୋସ୍ପିଅର୍ ସ୍ତର ରେ ଅବସ୍ଥିତି ଯାହାକି ସୂର୍ଯ୍ୟଙ୍କ ଠାରୁ ଆସୁଥିବା କ୍ଷତିକାରକ ଅତି ବାଇଗଣୀ ରଶ୍ମୀ ଠାରୁ ଜନସମାଜକୁ ରକ୍ଷା କରୁଛି |

·    ବର୍ତ୍ତମାନ ସମୟରେ CFC ଭଳି କ୍ଷତିକାରକ ଗ୍ୟାସ ପାଇଁ ଓଜୋନ ସ୍ତର ନଷ୍ଟ ହେବାକୁ ଲାଗୁଛି ତେଣୁ ଆଜିକାଲି ସବୁଠାରେ ଏହାର ଆଲୋଚନା ହେଉଛି |

7.   ପ୍ରୋଟିଏମ୍ , ଡିଉଟେରିୟମ ଓ ଟ୍ରାଇଟିୟମ୍ , ଉଦଜାନ ର ତିନିଗୋଟି ସମସ୍ଥାନିକ | ଜଳର ସଙ୍କେତ H2O ଓ ଏହାର ବ୍ୟବହାର ବହୁଳ | ଡିଉଟେରିୟମ ଓ ଅମ୍ଳଜାନରୁ ପ୍ରସ୍ତୁତ ଯୌଗିକର ନାମ ଓ ସଙ୍କେତ ଲେଖ ଏବଂ ସେହି ଯୌଗିକର ବ୍ୟବହାର ସମ୍ବନ୍ଧରେ କ’ଣ ଜାଣିଛ ଲେଖ |

ପ୍ରୋଟିଏମ୍ , ଡିଉଟେରିୟମ ଓ ଟ୍ରାଇଟିୟମ୍

·    ଡିଉଟେରିୟମ ଓ ଅମ୍ଳଜାନରୁ ପ୍ରସ୍ତୁତ ଯୌଗିକର ନାମ ଓ ସଙ୍କେତ ହେଉଛି D2O |

·    ଏହି ଯୌଗିକର ଅନ୍ୟ ନାମ ମଧ୍ୟ ଡିଉଟେରିୟମ |

·    ଏହା ଆଲୋକ ଶ୍ଲେଷଣ ଓ ଶ୍ଵସନରେ ଅନୁରେଖକ ଭାବରେ କାର୍ଯ୍ୟ କରିଥାଏ |

·    ନିଉକ୍ଲିଆର ରିଆକ୍ଟର ରେ ମନ୍ଦକ ରୂପରେ ବ୍ୟବହାର କରାଯାଏ |

8.   ଗୋଟିଏ ଧାତୁ ଓ ଅଧାତୁର ନାମ ଓ ସଙ୍କେତ ଲେଖ, ଯାହା ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ଥାଏ |


·    ପାରଦ ଏକ ଧାତୁ ଓ ବ୍ରୋମିନ ଏକ ଅଧାତୁ ଯାହାକି ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ଥାଏ |

ପାରଦର ସଙ୍କେତ – Hg

ବ୍ରୋମିନ୍ ର ସଙ୍କେତ – Br

Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP