Bande Utkala Janani (ବନ୍ଦେ ଉତ୍କଳ ଜନନୀ) Class 9 odia Chapter 1- Question and Answer

Language : Odia

ବନ୍ଦେ ଉତ୍କଳ ଜନନୀ

୧. ନିମ୍ନଲିଖିତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତିଗୁଡ଼ିକ ବାଛି ଲେଖ |
କ) ଉତ୍କଳ ଜନନୀଙ୍କ ହସ ସୁନ୍ଦର, ଭାଷା ସୁନ୍ଦର ବୋଲି କୁହାଯାଇଛି | ଠିକ୍
ଖ) ନୀଳ ବନଭୂମି ଉତ୍କଳ ଜନନୀଙ୍କ ଦେହରେ ଶୋଭାପାଉଛି | ଠିକ୍
ଗ) ସୁନ୍ଦର ପକ୍ଷୀମାନଙ୍କ କଳରବରେ ମୁଖରିତ ହୁଏ ପରିବେଶ | ଠିକ୍
ଘ) ଓଡ଼ିଶା ମାଆ ସୁନ୍ଦର ସୋରିଷ କ୍ଷେତରେ ସୁଶୋଭିତା | ଭୂଲ୍
ଙ) ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନବିଜ୍ଞାନର ଆଲୋକରେ ଆଲୋକିତ | ଠିକ୍
ଚ) ପଶୁମାନଙ୍କ ରକ୍ତରେ ଚର୍ଚ୍ଚିତ ହୋଇଛି ଉତ୍କଳ ଜନନୀଙ୍କ ପାଦ | ଭୂଲ୍
ଛ) ପବିତ୍ର ତୀର୍ଥସ୍ଥାନମାନଙ୍କରେ ପରିପୂର୍ଣ୍ଣ ହୋଇଛି ଉତ୍କଳ ପ୍ରଦେଶ | ଠିକ୍
୨. ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର |
(କୃତବର, ଉଟଜ, ତାଳତମାଳ, ମୁଖରିତ, ତୀର୍ଥଚୟ)
କ) କଳକଳ ମୁଖରିତ  ଚାରୁ ବିହଙ୍ଗେ |
ଖ) ତାଳତମାଳ  ସୁଶୋଭିତ ତୀରା |
ଗ) ଯୋଗୀ ଋଷିଗଣ ଉଟଜ ପବିତ୍ରା |
ଘ) ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶ |
ଙ) ବିଶ୍ଵଭୂମଣ୍ଡଳ କୃତବର ସ୍ନେହା |
୩. ନିମ୍ନଲିଖିତ ଶବ୍ଦମାନଙ୍କୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ଗଠନ କର |​
ପୟୋଧି, ଜନନୀ, ନୀଳ, ଯୋଗୀ, ପୁଣ୍ୟ, ଶୋଣିତ, ମନ୍ଦିର
ଉତ୍ତର :

ପୟୋଧିପୟୋଧି ଜଳରେ ଭଗବାନ ମୀନ ଅବତରରେ ଜନ୍ମଗ୍ରହଣ କରିଥିଲେ |

ଜନନୀଜନନୀର  ଆଶୀର୍ବାଦ ସନ୍ତାନକୁ ଉଚ୍ଚତମ ସୋପାନରେ ପହଞ୍ଚାଇ ଦେଇଥାଏ | ଜନନୀ ଜନ୍ମଭୂମିର ଟେକ ରଖିବା ଆମର କର୍ତ୍ତବ୍ୟ |

ନୀଳ – ସମୁଦ୍ରର ନୀଳ  ଜଳରାଶିରେ  ଦର୍ଶକ ପ୍ରାଣରେ ପୁଲକ ସଞ୍ଚାର କରେ
ଯୋଗୀ ଭାରତ ବର୍ଷକୁ ଯୋଗୀ ଋଷିମାନନଙ୍କର ଦେଶ ଭାବରେ ଅଭିହିତ କରାଯାଇଥାଏ |
ପୁଣ୍ୟ – କୋଟି ଜନ୍ମର ପୁଣ୍ୟ ଯୋଗୁଁ ଆମେ ଭାରତବର୍ଷରେ ଜନ୍ମଗ୍ରହଣ କରିଛୁ
ଶୋଣିତ – ଉତ୍କଳର ବୀରପୁରୁଷମାନେ ଶତ୍ରୁବକ୍ଷର ଶୋଣିତ୍ରରେ ଉତ୍କଳମାଟିକୁ ରଞ୍ଜିତ କରିଥିଲେ
ମନ୍ଦିର – ଦେବଦେବୀଙ୍କ ପୂଜନ ପାଇଁ ଲୋକମାନେ ମନ୍ଦିରକୁ ଯାଆନ୍ତି

୪. ନିମ୍ନଲିଖିତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ  |

ପବିତ୍ର, ସୁଶୋଭିତ, ସୁନ୍ଦର, ସ୍ନେହ, ସୁନନ୍ଦନ, ପୁଣ୍ୟ
ଉତ୍ତର :

ଶବ୍ଦ – ବିପରୀତ ଶବ୍ଦ
ପବିତ୍ର – ଅପବିତ୍ର
ସୁଶୋଭିତ – ଅଶୋଭିତ
ସୁନ୍ଦର – କୁସିତ
ସ୍ନେହ – ଘୃଣା

ସୁନନ୍ଦନ – କୁନନ୍ଦନ

ପୁଣ୍ୟ – ପାପ

୫. ଏପଟ ସେପଟ ହୋଇ ଲେଖା ଯାଇଥିବା ଅକ୍ଷରଗୁଡ଼ିକୁ ସଜାଇ ଅର୍ଥପୂର୍ଣ୍ଣ ଶବ୍ଦ ଗଠନ କର |
ଭିଶୋସୁତ, ମାତାଳତଳ, ମଣ୍ଡଭୂଶ୍ୱଳବି, ଅଭିକୀର୍ଯ୍ୟାନି, ରଶୂରବ
ଅସଜଡ଼ା  – ଅର୍ଥପୂର୍ଣ୍ଣ ଶବ୍ଦ
ଭିଶୋସୁତ – ସୁଶୋଭିତ
ମାତାଳତଳ – ତାଳତମାଳ
ମଣ୍ଡଭୂଶ୍ୱଳବି – ବିଶ୍ୱଭୂମଣ୍ଡଳ
ଆର୍ତ୍ତିକୀନ୍ଦ୍ୟାନି – କୀର୍ତ୍ତି ଅନିନ୍ଦ୍ୟା

ରଶୂରବ – ଶୂରବର

୬. ନିମ୍ନଲିଖତ ପ୍ରତ୍ୟେକ ଶବ୍ଦର ଚାରିଗୋଟି ଅର୍ଥ ସୂଚିତ ହୋଇଛି | ତହିଁରୁ ଠିକ୍ ଉତ୍ତରଟି ବାଛି ଲେଖ |​
କ) ଚାରୁ ହାସମୟୀ – ଯାହାର ହସ ସୁନ୍ଦର, ହସିହସିକା, ଠୋଠୋ ହସ, ମୁରୁକି ହସ
ଖ) ତଟିନୀ – ସମୁଦ୍ର, ବିଲ, ନଦୀ, ତୋଟା
ଗ) ଭୂଧର – ପୃଥିବୀ , ପର୍ବତ, ଭୂମିକମ୍ପ, ଭୂଗୋଳ
ଘ) ଊଟଜ – ଓଟ, ପତ୍ରକୁଡ଼ିଆ, ବଗିଚା, ମୁନିଋଷି
ଙ) ଅରି – ଅରମା, ଅରଣା, ଶତ୍ରୁ, ରୋଷ
ଚ) ବିହଙ୍ଗ – ଉଡ଼ାଜାହାଜ, ଆକାଶ, ପକ୍ଷୀ, ବିଲୁଆ
ଉତ୍ତର

) ଚାରୁ ହାସମୟୀ – ଯାହାର ହସ ସୁନ୍ଦର
) ତଟିନୀ – ନଦୀ
) ଭୂଧର – ପର୍ବତ
) ଊଟଜ – ପତ୍ରକୁଡ଼ିଆ
) ଅରି – ଶତ୍ରୁ
) ବିହଙ୍ଗ – ପକ୍ଷୀ

. ନିମ୍ନଲିଖତ ଶବ୍ଦଗୁଡ଼ିକର ବ୍ୟାସବାକ୍ୟ ସହ ସମାସର ନାମ ଲେଖ |
ଶୂରବର, ପୟୋଧ, ଅନିଦ୍ୟା, ଭୂଧର, ଶୋଣିତ- ଚର୍ଚ୍ଚିତ
ଉତ୍ତର :
ଶୂରବର – ଶୂରମାନଙ୍କ ମଧ୍ୟରେ ବର – ୭ ମୀ
ପୟୋଧ – ପୟୋକୁ  ଧାରଣ କରିଛି ଯେ – ଉପପଦ୍ ତତ୍ପୁରୁଷ
ଅନିନ୍ଦ୍ୟା – ନ ନିନ୍ଦ୍ୟା/ ନୁହେଁ ନିନ୍ଦ୍ୟାନଞ୍ ତତ୍ପୁରୁଷ
ଭୂଧର ଭୂକୁ ଧାରଣ କରେ  ଯେ – ଉପପଦ ତତ୍ପୁରୁଷ
ଶୋଣିତ-ଚର୍ଚ୍ଚିତ – ଶୋଣିତଦ୍ୱାରା ଚର୍ଚ୍ଚିତ- ତୃତୀୟା ତତ୍ପୁରୁଷ

୮. ନିମ୍ନଲିଖତ ପ୍ରତ୍ୟେକ ଶବ୍ଦଗୁଚ୍ଛରୁ ଅଲଗା ଶବ୍ଦଟିକୁ ବାଛ |
କ) ଜନନୀ, ମାଆ, ଭଗିନୀ, ବୋଉ, ମାତା

: ଭଗିନୀ
) ଘନ, ବନ, ଅରଣ୍ୟ, ବଣ, ଜଙ୍ଗଲ

: ଘନ
) ଯୋଗୀ, ଋଷି, ତପସ୍ୱୀ, ଦୟାଳୁ, ମୁନି

: ଦୟାଳୁ
) ପବନ, ବାୟୁ, ମରୁତ, ଶୀକର, ଅନିଳ

ଉ : ଶୀକର
ଙ) ଭୂଧର, ପାହାଡ଼, ବାରିଧି  ପର୍ବତ, ଅଚଳ
ଉ : ବାରିଧି
୯.  ନିମ୍ନଲିଖ୍ ଶବ୍ଦଗୁଡ଼ିକର ଅର୍ଥଗତ ପାର୍ଥକ୍ୟ ଦର୍ଶାଅ |

ପୂତ – ପୁତ, ଶାଳି – ଶାଳୀ, ଧନ୍ୟ – ଧନ, ସଜ -ସାଜ, ଚାରୁ  – ଚରୁ ।
ଉତ୍ତର :
ପୂତ – ପବିତ୍ର
ପୁତ – ପୁତ୍ର
ଶାଳି – ଧାନ୍ୟ ବିଶେଷ

ଶାଳୀ – ସ୍ତ୍ରୀର  ସାନଭଉଣୀ
ଧନ୍ୟ – ପ୍ରଶଂସାର ଯୋଗ୍ୟ
ଧନ – ସମ୍ପତ୍ତି
ସଜ – କାରିଗରଙ୍କ ଯନ୍ତ୍ରପାତି ତଟକା
ସାଜ – ବେଶ, ଅଳଙ୍କାର

ଚାରୁ  – ସୁନ୍ଦର , ମନୋରମ
ଚରୁ – ଯଜ୍ଞରୁ ପ୍ରସ୍ତୁତ ପ୍ରସାଦ

୧୦. ନିମ୍ନଲିଖିତ ପ୍ରତ୍ୟେକ ଶବ୍ଦର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ |
ପୟୋଧି , ଶୁଭ୍ର, ଋଷି, ବିହଙ୍ଗ, ତରଙ୍ଗ
ଉତ୍ତର :
ପୟୋଧି – ସାଗର, ସମୁଦ୍ର , ପାରାବାର

ଶୁଭ୍ର – ସ୍ଵଚ୍ଛ , ନିର୍ମଳ
ଋଷି – ମୁନି, ତପସ୍ଵୀ
ବିହଙ୍ଗ – ପକ୍ଷୀ, ଖଗ, ଚଢେଇ
ତରଙ୍ଗ – ଢେଉ , ଊର୍ମି

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର :
୧୧. ଚିର ହାସମୟୀ ଚିର ଭାଷମୟୀ କାହାକୁ କୁହାଯାଇଛି ?​

ଉ : ଚିର ହାସମୟୀ ଚିର ଭାଷମୟୀ ଓଡ଼ିଶାକୁ କୁହାଯାଇଛି |

୧୨. ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଇଛି ?​
ଉ : ଉତ୍କଳ ଜନନୀଙ୍କ ଶରୀରକୁ ସାଗରର ପବିତ୍ର ନୀଳ ଜଳରାଶି ଧୋଇ ଦେଉଛି |

୧୩. ଉତ୍କଳ ଜନନୀ କାହାର ଶୀତଳ ପବନରେ ଉତ୍‌ଫୁଲ୍ଲିତ ହେଉଛନ୍ତି ?
ଉ : ଉତ୍କଳ ଜନନୀ ସ୍ଵଚ୍ଛ ଜଳଧାରଣ କରିଥିବା ନଦୀ କୂଳରେ ଶୀତଳ ପବନରେ ଉତ୍‌ଫୁଲିତ ହେଉଛନ୍ତି |

୧୪. ଉତ୍କଳ ଜନନୀଙ୍କ ସମୁଦ୍ର ତଟଦେଶ କେଉଁଥ‌ିରେ ସୁଶୋଭିତ ?
ଉ : ତାଳତମାଳ ପରି ସୁନ୍ଦର ବୃକ୍ଷରାଜିରେ ଉତ୍କଳ ଜନନୀଙ୍କ ସମୁଦ୍ରତଟ ଦେଶ ସୁଶୋଭିତ |

୧୫. ନୀଳ ପର୍ବତଗୁଡ଼ିକ କେଉଁ ଆକୃତିରେ ଉତ୍କଳ ଜନନୀଙ୍କ ଦେହକୁ ସଜାଇଛନ୍ତି ?
ଉ : ନୀଳ ପର୍ବତଗୁଡ଼ିକ ତରଙ୍ଗ ଆକୃତିରେ ଉତ୍କଳ ଜନନୀଙ୍କ ଦେହକୁ ସଜାଇଛନ୍ତି |

୧୬. ଉତ୍କଳ ଜନନୀଙ୍କ ଅଙ୍ଗ କେଉଁଥିରେ ଶୋଭିତ ?
ଉ : ଉତ୍କଳ ଜନନୀଙ୍କ ଅଙ୍ଗ ନୀଳ ପର୍ବତମାଳାରେ ଶୋଭିତ |

୧୭. ଉତ୍କଳ ଜନନୀଙ୍କ ଚକ୍ଷୁ କେଉଁ ଆଲୋକରେ ଉଜ୍ଜ୍ଵଳ ?
ଉ : ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନବିଜ୍ଞାନ ଆଲୋକରେ ଉଜ୍ଜ୍ଵଳ |

୧୮. କେଉଁମାନଙ୍କ ପତ୍ର କୁଡ଼ିଆରେ ଉତ୍କଳ ଜନନୀ ପବିତ୍ର ?
ଉ : ବହୁ ଯୋଗୀ ଋଷିମାନଙ୍କ ପତ୍ର କୁଡ଼ିଆରେ ଉତ୍କଳ ଜନନୀ ପବିତ୍ର |

୧୯. ଉତ୍କଳ ମାତାଙ୍କ ଶରୀର କାହାର ରକ୍ତରେ ଚର୍ଚ୍ଚିତ ହୋଇଛି ?
ଉ : ଉତ୍କଳ ମାତାଙ୍କ ଶରୀର ଶତ୍ରୁର ରକ୍ତରେ ଚର୍ଚ୍ଚିତ ହୋଇଛି |

୨୦. ଉତ୍କଳ ପ୍ରଦେଶ କେଉଁଥ‌ିରେ ପୂର୍ଣ୍ଣ ହୋଇଛି ?
ଉ : ଉତ୍କଳ ପ୍ରଦେଶ ପବିତ୍ର ତୀର୍ଥସ୍ଥାନରେ ପୂର୍ଣ୍ଣ ହୋଇଛି |

୨୧. ଉତ୍କଳ ଜନନୀ କେଉଁମାନଙ୍କ ପାଇଁ ବନ୍ଦନୀୟା ?
ଉ : ମହାନ କବି ଓ ବର ପୁତ୍ରମାନଙ୍କ ପାଇଁ ଉତ୍କଳ ଜନନୀ ବନ୍ଦନୀୟା |

୨୨. ଉତ୍କଳର କ୍ଷେତ କେଉଁଥିରେ  ସୁଶୋଭିତ ?
ଉ : ଉତ୍କଳର କ୍ଷେତ ସ୍ଵର୍ଣ୍ଣଧାନରେ ସୁଶୋଭିତ |

୨୩. ଉତ୍କଳ ଭୂମିରେ କେଉଁମାନଙ୍କ ଗୃହ ଶୋଭାପାଉଛି ?
ଉ : ଉତ୍କଳ ଭୂମିରେ ବହୁ ବୀର ଓ ଯୋଦ୍ଧାଙ୍କ ଗୃହ ଶୋଭାପାଉଛି |

୨୪. କେଉଁମାନେ ସାରା ବିଶ୍ୱରେ ସ୍ନେହଭାଜନ ହୋଇଛନ୍ତି ?
ଉ :  ଗୁଣୀ, ଜ୍ଞାନୀ ଓ ବିଦ୍ୱାନ୍‌ମାନେ ସାରା ବିଶ୍ଵରେ ସ୍ନେହଭାଜନ ହୋଇଛନ୍ତି |

୨୫. କାହାର ଅନିନ୍ଦ୍ୟା କୀର୍ତ୍ତି ଭୁବନ ବିଦିତ ?
ଉ : ଉତ୍କଳ ମାଟିର କବି ଓ ସୁପୁତ୍ରମାନଙ୍କ ଅନିନ୍ଦ୍ୟା କୀର୍ତ୍ତି ଭୁବନ ବିଦିତ |

୨୬. କେଉଁମାନଙ୍କ କଳରବରେ ଉତ୍କଳ ଭୂମିର ପରିବେଶ ମୁଖରିତ ହେଉଛି ?
ଉ : ପକ୍ଷୀମାନଙ୍କର  କଳରବରେ ଉତ୍କଳଭୂମିର ପରିବେଶ ମୁଖରିତ ହେଉଛି |

୨୭. ଉତ୍କଳ ଜନନୀଙ୍କ ବେଶ କେଉଁଥିରେ ଶୋଭା ପାଉଛି ?
ଉ : ଉତ୍କଳ ଜନନୀଙ୍କ ବେଶ ସୁନ୍ଦର କଳାକୃତିରେ ଶୋଭା ପାଉଛି |

ସପ୍ରସଙ୍ଗ ସରଳାର୍ଥ ଲେଖ :

୨୮. ପୂତ – ପୟୋଧି ............ଜନନୀ, ଜନନୀ |

   ଉକ୍ତ ପଦ୍ୟାଂଶଟି ଆମ ପଠିତ ସାହିତ୍ୟ ବହିର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଦ୍ଵାରା ଲିଖିତବନ୍ଦେଉତ୍କଳ ଜନନୀକବିତାରୁ ଆନୀତ | ଏଠାରେ କବି ଉତ୍କଳ ମାତାର ବନ୍ଦନା କରିବା ସହିତ ସମୁଦ୍ର ତଟସ୍ଥ ଉତ୍କଳର ସୁଷମାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି |

    ଉତ୍କଳ ମାତା ସଦାସର୍ବଦା ଆମର ବନ୍ଦନୀୟା | ତା’ର ସମୁଦ୍ର ତଟର ଅପରୂପ ଶୋଭା ସମସ୍ତଙ୍କୁ ଆକର୍ଷିତ କରେ,ବିମୋହିତ କରେ | ସାଗରର ପବିତ୍ର ଜଳଧାରା ଉତ୍କଳ ଜନନୀଙ୍କର ଶରୀରକୁ ଧୋଇ ଦିଏ | ତାଳ ତମାଳ ପରି ସୁନ୍ଦର ବୃକ୍ଷରାଜି ସମୁଦ୍ରର ତଟ ଦେଶରେ ଦଣ୍ଡାୟମାନ ହୋଇ ଉତ୍କଳ ମାତାର ଶୋଭାକୁ ବର୍ଦ୍ଧନ କରିଥାନ୍ତି | ପୁନଶ୍ଚ ସ୍ଵଚ୍ଛ ନିର୍ମଳ ଜଳଧାରଣ କରିଥିବା ନଦୀକୂଳର ଧୀର ସମୀରଣ ସର୍ଭିଙ୍କୁ ଆହ୍ଲାଦିତ କରିଥାଏ | ଉତ୍କଳ ମାତାର ସମୁଦ୍ର ତଟର ପ୍ରାକୃତିକ ପରିବେଶ ସତରେ ଅତ୍ୟନ୍ତ ଚିତ୍ତାକର୍ଷକ, ମନଲୋଭା ଆଉ ଆକର୍ଷଣୀୟ |

ଏଠାରେ କବିଙ୍କର ଉକ୍ତଟି ହୃଦୟସ୍ପର୍ଶୀ ହୋଇଛି |

୨୯. ଉତ୍କଳ ଶୂରବର ............... ଜନନୀ, ଜନନୀ |

ଉକ୍ତ ପଦ୍ୟାଂଶଟି ଆମ ପଠିତ ସାହିତ୍ୟ ପୁସ୍ତକର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ଲିଖିତ  ‘ବନ୍ଦେ ଉତ୍କଳ ଜନନୀ’ କବିତାରୁ ଉଦ୍ଧୃତ | ଏଠାରେ କବି ଉତ୍କଳ ମାଆ କୋଳରେ ବହୁ ବୀର, ଯୋଦ୍ଧା ତଥା ଜ୍ଞାନୀ ବିଦ୍ଵାନ୍ମାନେ

ଜନ୍ମଲାଭ କରି ଉତ୍କଳ ମାତାକୁ ଗୌରବ ମଣ୍ଡିତା କରିଥିବା କଥା ବର୍ଣ୍ଣନା  କରିଛନ୍ତି |

ଏହି ଉତ୍କଳ ମାଟି ହେଉଛି ବୀରର ମାଟିଅନେକ ବୀର ଏହିଠାରେ ଜନ୍ମଲାଭ କରି ଏହି ମାଟି ପାଇଁ ଲଢ଼ିଛନ୍ତି | ଶତ୍ରୁ ସହିତ ସମର କରି ଶତ୍ରୁର ରକ୍ତରେ ମାଟିକୁ ସିକ୍ତ କରିଛନ୍ତି | ଉତ୍କଳ ମାତାର ସମ୍ମାନକୁ ଅକ୍ଷୁଣ୍ଣ ରଖୁଛନ୍ତି | ସେହିପରି ଜ୍ଞାନୀ, ଗୁଣୀ, ବିଦ୍ଵାନ୍ମାନେ ମଧ୍ୟ ଓଡ଼ିଶା ମାଟିର କୀର୍ତ୍ତିକୁ ଅମ୍ଳାନ ରଖିଛନ୍ତି | ନିଜର କର୍ମ ଦ୍ଵାରା  ଉତ୍କଳ ମାତାକୁ ସାରା ବିଶ୍ଵରେ ବନ୍ଦନୀୟା କରି ଗଢ଼ିତୋଳିଛନ୍ତିନିଜେ ମଧ୍ୟ ଅନ୍ୟମାନଙ୍କ ପାଖରେ ସ୍ନେହଭାଜନ ହୋଇପାରିଛନ୍ତି | ଏଭଳି ସନ୍ତାନମାନଙ୍କୁ ଗର୍ଭରେ ଧାରଣ କରିଥିବାରୁ ଉତ୍କଳ ଜନନୀ ଧନ୍ୟା |

୩୦. କବିକୁଳମୌଳି ............... ଜନନୀ, ଜନନୀ |

ଉକ୍ତ ପଦ୍ୟାଂଶଟି ପଠିତ ସାହିତ୍ୟ ବହିର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ରଚିତ ‘ବନ୍ଦେ ଉତ୍କଳ ଜନନୀ’ କବିତାରୁ ଉଦ୍ଧୃତ | ଏଠାରେ କବି ଉତ୍କଳର ମହାନ୍ତି କବି ବରପୁତ୍ରମାନଙ୍କ ଦ୍ଵାରା ଉତ୍କଳ ଜନନୀ କିପରି ବନ୍ଦନୀୟା, ସେ ବିଷୟରେ ଉଲ୍ଲେଖ କରିଛନ୍ତି |

    ଉତ୍କଳ ମାତାର କୋଳରେ ଅନେକ କବି ତଥା ବରପୁତ୍ରମାନେ ଜନ୍ମଲାଭ କରିଛନ୍ତି | ସେମାନେ ସେମାନଙ୍କ କାବ୍ୟ କବିତାରେ ଉତ୍କଳ ମାତାକୁ ଚିର ବନ୍ଦନୀୟା, ଚିର ପୂଜନୀୟା ଭାବରେ ଅଭିହିତ କରିଛନ୍ତି | ସେମାନଙ୍କ ଦ୍ଵାରା  ଉତ୍କଳ ମାତାର କୀର୍ତ୍ତି ସାରା ବିଶ୍ଵରେ ପ୍ରଖରିତ ପ୍ରସାରିତ ହୋଇପାରିଛିସେଥିପାଇଁ ଉତ୍କଳ ଜନନୀ ଧନ୍ୟା, ପୁଣ୍ୟବତୀ ସଦାସର୍ବଦା ଶରଣଦାତ୍ରୀ ଭାବରେ ପରିଚିତସାର ବିଶ୍ଵରେ ସେ ଚିର ନମସ୍ୟା

କବିଙ୍କ ଉକ୍ତିଟିରେ ବାସ୍ତବତା ଭରିରହିଛି |

୩୧. “ବନ୍ଦେଉତ୍କଳ ଜନନୀ” କବିତାରୁ କବିଙ୍କ ଦେଶଭକ୍ତିର ପରିଚୟ ଦିଅ |

    ଉ : ଓଡ଼ିଆ ସାହିତ୍ୟକୁ ଚଳଚଞ୍ଚଳ କରି ତାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଉତ୍କଳ ମାତାର ଯେଉଁ କେତେଜଣ ଯୋଗ୍ୟ ସନ୍ତାନ ଆଗେଇ ଆସିଥିଲେ ତନ୍ମଧ୍ୟରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ | କଟକରେ ଜନ୍ମିତ ତଥା ଭଦ୍ରକ ପଲ୍ଲୀର ତାଳପଦା ଗ୍ରାମରେ ଲାଳିତ ପାଳିତ ହୋଇଥିବା ଏହି ସୁଯୋଗ୍ୟ ସନ୍ତାନଙ୍କ କଲମ ମୁନରୁ ଝରିପଡ଼େ କାଳଜୟୀ ଗଳ୍ପ ‘ବୁଢ଼ାଶଙ୍ଖାରି’, ଉପନ୍ୟାସ ‘କଣାମାମୁ’, ପ୍ରବନ୍ଧ ‘ଶରୀରମାଦ୍ୟଂ’ ଇତ୍ୟାଦି ସହିତ ଅନେକ ଦେଶାତ୍ମବୋଧକ ସଂଗୀତ | ଏହିଭଳି ଏକ ଲୋକପ୍ରିୟ ଦେଶାତ୍ମବୋଧକ ସଂଗୀତ ହେଉଛି ‘ବନ୍ଦେ ଉତ୍କଳ ଜନନୀ’ |  ଯେଉଁଥରେ କବି ଉତ୍କଳ ମାଟିକୁ ମାଆ ବୋଲି ସମ୍ବୋଧନ କରି ବନ୍ଦନା କରିଛନ୍ତି ଏବଂ ତା’ର ଯଶକୀର୍ତ୍ତିକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରି ନିଜ ଦେଶଭକ୍ତିର ପରିଚୟ ଦେଇଛନ୍ତି |

    କୀର୍ତ୍ତି-କିରୀଟିନୀ, ଚିର ହାସ୍ୟମୟ, ଚିର ଲାସ୍ୟମୟୀ ବୀର ପ୍ରସବିନୀ ଉତ୍କଳ ସାରା ବିଶ୍ଵରେ ଅଦ୍ଵିତୀୟ | କବି ଉତ୍କଳ ମାଟିକୁ ଅମୃତମୟୀ ମାଆରୂପରେ ବର୍ଣ୍ଣନା କରିଛନ୍ତି | ତା’ର ଅପରୂପ ଶୋଭାକୁ କଲମ ମୁନରେ ତୋଳିଧରି ତା’ର ଯଶକୁ ସାରା ବିଶ୍ଵରେ ପରିଚିତ କରାଇଛନ୍ତି |

    ଉତ୍କଳ ଜନନୀର ଶରୀରକୁ ସାଗରର ପବିତ୍ର ଜଳଧାରା ଧୋଇ ଦିଏ | ରାଶି ରାଶି ତାଳତମାଳ ପରି ବୃକ୍ଷରାଜି ସାଗର ତଟ ଦେଶର ସୌନ୍ଦର୍ଯ୍ୟ ବଢ଼ାଇଥାଏ | ସ୍ଵଚ୍ଛ ଜଳ ଧାରଣ କରିଥିବା ନଦୀର ଶୀତଳ ପବନ ସମସ୍ତଙ୍କୁ ଆନନ୍ଦ ଦେଇଥାଏ | ତରଙ୍ଗ ସଦୃଶ ନୀଳ ପର୍ବତମାଳା ତା’ ଶରୀରର ଶୋଭାକୁ ବଢ଼ାଇଥାନ୍ତି | ବୃକ୍ଷମାନଙ୍କରେ ବସାବାନ୍ଧିଥିବା ପକ୍ଷୀମାନଙ୍କର କଳରବ ସମସ୍ତଙ୍କ ମନକୁ ମୁଗ୍ କରିଥାଏ | ପୁନଶ୍ଚ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟରେ ଖଚିତ ମନ୍ଦିରମାନଙ୍କର ପୀଠସ୍ଥଳୀ ହେଉଛି ଏଇ ଉତ୍କଳ ଭୂମି | ଅନେକ ପୁଣ୍ୟ ତୀର୍ଥର ସମାଗମ ହେଉଛି ଆମର ଉତ୍କଳ ଭୂମିକବିଙ୍କ ଭାଷାରେ,

ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,

ଚାରୁ  କଳାବଳି-ଶୋଭିତ-ବେଶା,

ପୁଣ୍ୟ ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା

ଜନନୀ, ଜନନୀ, ଜନନୀ |

    କବି ଉତ୍କଳ ମାତାର ଗୌରବ ଗାଥା ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି,  ଅନେକ ଶୂରବୀର ଉତ୍କଳ ମାତାର କୋଳମଣ୍ଡନ କରି ନିଜ ଜୀବନକୁ ଚରିତାର୍ଥ କରିଛନ୍ତି | ଶତ୍ରୁ ଆଗରେ ବିରଦର୍ପରେ ଠିଆ ହୋଇ ତାକୁ ଦମନ କରିଛନ୍ତି ଯେଉଁଥିପାଇଁ ଉତ୍କଳ ଜନନୀ ଆଜି ଗର୍ବିତା | ସେହିପରି ଅନେକ କବି, ପଣ୍ଡିତ , ବିଦ୍ଵାନ୍ ମଧ୍ୟ ମାଟିରେ ଜନ୍ମ ହୋଇ ମାଟିର ଶୋଭାବର୍ଦ୍ଧନ କରିଛନ୍ତି | ବିଶ୍ଵ ଦରବାରରେ ଉତ୍କଳ ଜନନୀ ଚିର ବନ୍ଦନୀୟା, ପୂଜନୀୟା ବୋଲି ପ୍ରତିପାଦନ କରିଛନ୍ତି | ପୁନଶ୍ଚ ଉତ୍କଳ ଜନନୀ ଚିର ଶରଣଦାତ୍ରୀ, ସମସ୍ତଙ୍କୁ ତା କୋଳନରେ ଆଶ୍ରୟ ଦେଇଥାଏ | କବିଙ୍କ ଭାଷାରେ - 

କବିକୁଳମୌଳିସୁନନ୍ଦନବନ୍ଦ୍ୟା,

ଭୁବନବିଘୋଷିତ କୀର୍ତ୍ତିଅନିନ୍ଦ୍ୟା

ଧନ୍ୟେ, ପୁଣ୍ୟେ, ଚିର ଶରଣ୍ୟେ

ଜନନୀ, ଜନନୀ, ଜନନୀ |

ବାସ୍ତବିକ କବି ଉତ୍କଳ ଜନନୀ ଉତ୍କଳ ଜନନୀଙ୍କର ପ୍ରାକୃତିକ ଶୋଭା, ଯଶ, କୀର୍ତ୍ତି, କଳାକୃତି, ବୀରତ୍ଵ ଗାଥାକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟାକରି ନିଜ ଦେଶଭକ୍ତି, ଦେଶପ୍ରିତୀର ପରିଚୟ ଦେଇଛନ୍ତି |

୩୨. ଉତ୍କଳ ଜନନୀ କାହିଁକି ବନ୍ଦନୀୟା ? ପଠିତ କବିତା ଅବଲମ୍ବନରେ ଆଲୋଚନା କର |

    ଉ: ଯେଉଁ କେତେଜଣ ସାରସ୍ଵତ ସାଧକଙ୍କ ପ୍ରଚେଷ୍ଟାରେ ଆମ ଓଡ଼ିଆ ସାହିତ୍ୟ, ଜୀବନ୍ତ ହୋଇଉଠିଲା, ପୂର୍ଣ୍ଣ ଶଶୀପରି ହସି ଉଠିଲା, ସେମାନଙ୍କ ମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମର ଏହି ସୁଯୋଗ୍ୟ ସନ୍ତାନ ଓଡ଼ିଆ ସାହିତ୍ୟକୁ ଦେଇଛନ୍ତି ଅତୁଳନୀୟ ଅବଦାନ | ତାଙ୍କଦ୍ୱାରା ଲିଖିତ ଗଳ୍ପବୁଢ଼ାଶଙ୍ଖାରି, ଉପନ୍ୟାସକଣାମାମୁ’ ଓଡ଼ିଶାର ଘରେ ଘରେ ସୁପରିଚିତ | ଅନେକ ପ୍ରବନ୍ଧ ସଙ୍ଗୀତ ରଚନା କରି କଥା ସାହିତ୍ୟ କାବ୍ୟ  ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି | “ବନ୍ଦେ ଉତ୍କଳ ଜନନୀ କବିତାଟି ତାଙ୍କର ଏକ ଅମ୍ଳାନ ଦେଶାତ୍ମବୋଧକ କବିତା ଯାହା ଓଡ଼ିଶାର ଆବାଳ-ବୃଦ୍ଧ-ଜନତାଙ୍କ ମନକୁ ଆକର୍ଷିତ କରିଥିଲା | ସେଥିପାଇଁ ଓଡ଼ିଶା ସରକାର ୨୦୨୦ ମସିହା ଜୁନ ତାରିଖରେ ଏହି ସଂଗୀତଟିକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଥିଲେ | ଏହି କବିତାଟିରେ ଉତ୍କଳ ଜନନୀ ଯେ ଚିର ବନ୍ଦନୀୟା, ସେ କଥାକୁ ଅତି ସୁନ୍ଦର ଭାବରେ ପ୍ରତିପାଦନ କରିଛନ୍ତି |

    ଚାରୁ  ହାସ୍ୟମୟୀ, ଚିର ଲାସ୍ୟମୟୀ, ଅରଣ୍ୟକୁନ୍ତଳା, ତଟିନୀ- ମେଖଳା ଛବିଳ ଉତ୍କଳ  ମାତା ହେଉଛନ୍ତି ଚିର ବନ୍ଦନୀୟା | ଏହାର ପ୍ରକୃତିରେ ଭରିରହିଛି ଶୋଭା ସଂମ୍ପଦର ପ୍ରାଚୁର୍ଯ୍ୟ ଯାହା ସୌନ୍ଦର୍ଯ୍ୟ ପ୍ରାଣ ମାନବ ଚକ୍ଷୁରେ ଲେପନ କରିଥାଏ ମାୟାଞ୍ଜନଉତ୍କଳ ମାତା ଶୋଭାମୟୀ, ଚିରାମୟୀ ଏବଂ ବିଭବମୟୀ, ଯାହାଙ୍କୁ ଦାନ କରିବାକୁ ଯାଇ କବି ଲେଖିଛନ୍ତି ,

ବନ୍ଦେ ଉତ୍କଳ ଜନନୀ,

ଚାରୁ  ହାସମୟୀ, ଚାରୁ ଭାଷମୟୀ

ଜନନୀ, ଜନନୀ, ଜନନୀ |

    ଉତ୍କଳ ମାତା ହେଉଛନ୍ତି ଅମୃତମୟୀ ମାଆ ଯାହାର ହସ ଚିରସୁନ୍ଦର, ଭାଷା ମଧ୍ୟ ଚିର ସୁନ୍ଦର | ସାଗରରେ ପବିତ୍ର ଜଳଧାରା ଏହି ମମତାମୟୀ ମାଆର ଶରୀର ପ୍ରକ୍ଷାଳନ କରେ | ତାଳତମାଳ ବୃକ୍ଷରାଜି ଏହାର ଶୋଭାବର୍ଦ୍ଧନ କରେ | ସ୍ଵଚ୍ଛ  ନିର୍ମଳ ଜଳ ଧାରଣ କରିଥିବା ତଟିନୀ କୂଳର ଶୀତଳ ସମୀର ସମସ୍ତଙ୍କ ମନକୁ ଆହ୍ଲାଦିତ କରିଥାଏ | ଉତ୍କଳ ଜନନୀଙ୍କ ଶରୀର କାନନରେ ସୁଶୋଭିତ ନୀଳ ପର୍ବତମାଳା, ତରଙ୍ଗ ସଦୃଶ ତାଙ୍କର ଦେହକୁ ସୁସଜ୍ଜିତ କରିଥାଏ | ବିହଙ୍ଗମାନଙ୍କର କଳରବରେ ସମଗ୍ର ପରିବେଶ ଆନନ୍ଦ ମୁଖରିତ ହୋଇଉଠନ୍ତି |

    କେବଳ ସେତିକି ନୁହେଁ, ସୁଜଳାସୁଫଳା  ଶସ୍ୟଶ୍ୟାମଳାରେ ଉତ୍କଳ ମାଟି ହସିଉଠେ | କ୍ଷେତ୍ରଗୁଡ଼ିକ ଧାନରେ  ଶୋଭାଯାଏ ପୁଣି ଉତ୍କଳ ମାତାଙ୍କର ଚକ୍ଷୁ ଜ୍ଞାନ-ବିଜ୍ଞାନ ପ୍ରଦର୍ଶନରେ ଉଦ୍‌ଭାସିତ ହୋଇଉଠେ | ବନ୍ଧୁ ଯୋଗୀ ଋଷିମାନଙ୍କର ପବିତ୍ର ବାସସ୍ଥଳୀ ରୂପେ ଏହି ଉତ୍କଳ ମାଟି ହିଁ ଅଭିହିତ ହୋଇଛି | କବିଙ୍କ ଲେଖନୀରେ,

ସୁନ୍ଦର ଶାଳି-ସୁଶୋଭିତ-କ୍ଷେତ୍ରା,

ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,

ଯୋଗୀଋଷିଗଣ-ଊଟଜ-ପବିତ୍ରା

ଜନନୀ, ଜନନୀ, ଜନନୀ |

    ସୁନ୍ଦର କାରୁକାର୍ଯ୍ୟରେ ନିର୍ମିତ ମନ୍ଦିରଗୁଡ଼ିକ ଏହି ଉତ୍କଳ ମାଟିରେ ହିଁ ଶୋଭାଯାଇଛି | ପୂଣ୍ୟ ତୀର୍ଥମାନଙ୍କର ସଙ୍ଗମସ୍ଥଳ ହେଉଛି ଏହି ଉତ୍କଳ ଭୂମି  | ଅନେକ ଶୂରବୀର  ତଥା କବି, ପଣ୍ଡିତ, ବିଦ୍ଵାନମାନେ ଏଇ ଉତ୍କଳ ମାତାର କୋଳମଣ୍ଡନ କରିଛନ୍ତି | ସେମାନଙ୍କ ବୀରତ୍ଵ  ମାଆ ତଥା  କାଳଜୟୀ କୃତି ସାରା ବିଶ୍ୱରେ ସ୍ଥାନ ପାଇଛି ଯେଉଁଥିପାଇଁ ଉତ୍କଳ ମାତା ଆଜି ଗର୍ବିତ | ଉତ୍କଳର ଆଉ ଏକ ମହାନ ଗୁଣ ହେଉଛି, ସେ ଶରଣଦାତ୍ରୀ  ମା’ ପରି ସମସ୍ତଙ୍କୁ କୋଳେଇ ନେଉଛି, ଆପଣାର ନେଇଛି | ତା’ ସ୍ନେହ ମମତାଙ୍କୁ ସେ ସମାନ ଭାବରେ ବାଣ୍ଟି ଦେଇଛି |

    ବାସ୍ତବିକ କବିଙ୍କର କବିତାରୁ ସ୍ପଷ୍ଟ ଅନୁମେୟ ଉତ୍କଳ ଜନନୀ ହେଉଛି ଚିର ବନ୍ଦନୀୟା, ଚିର ପୂଜନୀୟା, ସେ ସମସ୍ତଙ୍କର ଚିର ନମସ୍ୟା  |

୩୩. ଏକ ସାର୍ଥକ ଦେଶାତ୍ମବୋଧକ କବିତା ଭାବେ ‘ବନ୍ଦେ ଉତ୍କଳ ଜନନୀ’କୁ ବିଚାର କର |

    ଉ : ଓଡ଼ିଆ ସାହିତ୍ୟର ଜଣେ ଅନନ୍ୟ ପ୍ରତିଭା ହେଉଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର | ଏହି କାଳଜୟୀ ସ୍ରଷ୍ଟାଙ୍କର ଜନ୍ମ ହୁଏ ୧୮୮୮ ମସିହା ଡିସେମ୍ବର ୯ ତାରିଖ ମାଣବସା ଗୁରୁବାର ଦିନ |  ତାଙ୍କ ପୈତୃକ ଗ୍ରାମ ଥିଲା ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମ | ତାଙ୍କର ଅନେକ ସାରସ୍ଵତ ସୃଷ୍ଟି ମଧ୍ୟରେ ଗଳ୍ପ ‘ବୁଢ଼ା ଶଙ୍ଖାରି’, ଉପନ୍ୟାସ ‘କଣାମାମୁ’, ଲାଳିକା, ‘ଚଟକ ଚନ୍ଦ୍ରହାସ ଚମ୍ପୂ’, ପ୍ରବନ୍ଧ ‘ଶରୀରମାଦ୍ୟଂ,’ ଇତ୍ୟାଦି ତାଙ୍କୁ ଅମର କରି ରଖିଛି |  ତାଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ଜାତୀୟ

ସଂଗୀତଟି ସାରା ଓଡ଼ିଶାବାସୀଙ୍କ ମନକୁ ଆକର୍ଷିତ କରିଥିଲା| ଉତ୍କଳ ମାତାର ଶୋଭାବର୍ଦ୍ଧନ କରିଥିବା ଏହି ସଂଗୀତକୁ ଓଡ଼ିଶା ସରକାର ୨୦୨୦ ମସିହା ଜୁନ୍ ୭ ତାରିଖରେ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି | ଏହି କବିତାଟିରେ କବି ନିଜର ଦେଶାତ୍ମବୋଧକ ଭାବନାକୁ ଅତି ସୁନ୍ଦର ଭାବରେ ପରିସ୍ଫୁଟନ କରିଛନ୍ତି |

ଉତ୍କଳ ପ୍ରଦେଶକୁ ମାତା ରୂପରେ ଅଭିହିତ କରି କବି ତାଙ୍କର ବନ୍ଦନା କରିବା ସହିତ ତାଙ୍କର ଯଶ, କୀର୍ତିକୁ କଲମ ମୁନରେ ତୋଳିଧରି ନିଜ ଦେଶଭକ୍ତିର ପରିଚୟ ଦେଇଛନ୍ତି |

ପ୍ରକୃତରେ ଉତ୍କଳରେ ପ୍ରକଟିତ ହୁଏ ପ୍ରକୃତି ରାଣୀର ଲୀଳା ବିଳାସ |  ଉତ୍କଳ ମାତାର ପ୍ରକୃତିର ରୂପଛଟା ଜନମାନସକୁ ବିମୁଗ୍‌ଧ କରେ | ସମସ୍ତ ସୁଷମାର ପ୍ରାଣକେନ୍ଦ୍ର ହେଉଛି ଏଇ ଉତ୍କଳ ମାଟି | ଯାହାର ଶରୀରକୁ ସାଗରର ପବିତ୍ର ଜଳରାଶି ପ୍ରକ୍ଷାଳନ କରେ, ରାଶି ରାଶି ତାଳତମାଳ ତରୁ ଯାହାର ଶରୀରକୁ ଆବୃତ କରିଥାଏ, ଯାହାର ଶୀତଳ ପବନ ପ୍ରାଣକୁ ପୁଲକିତ କରେ, ନୀଳ ପର୍ବତମାଳା ତରଙ୍ଗ ସଦୃଶ ଯାହା ଦେହକୁ ସଜାଇଥାଏ, ପକ୍ଷୀମାନଙ୍କର ସୁମଧୁର କଳରାବ

ଯେଉଁଠାରେ ମୁଖରିତ ହୋଇଥାଏ ସେ ତ’ ହେଉଛି ଆମର ଉତ୍କଳ ମାତା | କବିଙ୍କ ଭାଷାରେ,

ପୂତ-ପୟୋଧ-ବିଧୌତ-ଶରୀରା,

ତାଳତମାଳ-ସୁଶୋଭିତ-ତୀରା,

ଶୁଭ୍ର-ତଟିନୀ-କୂଳ-ଶୀକର-ସମୀରା

ଜନନୀ, ଜନନୀ, ଜନନୀ |

ପୁନଶ୍ଚ ଓଡ଼ିଶା ହେଉଛି ମନ୍ଦିରମାଳିନୀ। ପବିତ୍ର ଉପାସନାର ପୀଠସ୍ଥଳ ହେଉଛି ଏଇ ଉତ୍କଳ ମାଟି | ଯୋଗୀ ଋଷିମାନଙ୍କର ପବିତ୍ର ବାସସ୍ଥଳୀ ଭାବରେ ଏହା ପରିଚିତ | ଅନେକ ବୀର ଯୋଦ୍ଧାମାନଙ୍କୁ ଏଇ ଉତ୍କଳ ଜନନୀ ନିଜ  କୋଳରେ ଧାରଣ କରିଛି ଯେଉଁମାନଙ୍କ ଶୌର୍ଯ୍ୟ, ବୀର୍ଯ୍ୟ, ସାହସ ଶତ୍ରୁମାନଙ୍କୁ ଧରାଶାୟୀ କରିଛି |

କବିଙ୍କ ଭାଷାରେ,

ଉତ୍କଳ ଶୂରବର-ଦର୍ପିତ ଗେହା,

ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,

ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା

ଜନନୀ, ଜନନୀ, ଜନନୀ|

ଅନେକ କବି, ବିଦ୍ଵାନ୍‌ମାନେ ଏଇ ଉତ୍କଳ ମାତାର କୀର୍ରିରାଜିକୁ ତାଙ୍କ କାବ୍ୟକବିତାରେ ସ୍ଥାନ ଦେଇ ତା’ର ଶ୍ରେଷ୍ଠତାକୁ ପ୍ରତିପାଦନ କରିଛନ୍ତି  | ଏଇ ଉତ୍କଳ ମାଟି ଯେ ପୁଣ୍ୟବତୀ, ଶରଣଦାତ୍ରୀ ତାହା ମଧ୍ୟ ପ୍ରମାଣିତ |

ବାସ୍ତବିକ ଦେଖିବାକୁ ଗଲେ କବି ଏହି କବିତାଟିରେ ଉତ୍କଳ ମାତାର ପ୍ରାକୃତିକ ସୁଷମା, ବୀରଗାଥା, କଳାକୃତି, କାରୁକାର୍ଯ୍ୟ, ଜ୍ଞାନବିଜ୍ଞାନ ପ୍ରଦର୍ଶନ, ପୁଣ୍ୟ ତୀର୍ଥକ୍ଷେତ୍ର ପ୍ରଭୃତି ସମସ୍ତ ଦିଗରୁ ଉତ୍କଳ ମାତା ଯେ ବନ୍ଦନୀୟା, ପୂଜନୀୟା, ତାହାକୁ ବର୍ଣନା କରି ଦେଶପ୍ରେମର ପରିଚୟ ଦେଇଛନ୍ତି |

୩୪. ‘ବନ୍ଦେ ଉତ୍କଳ ଜନନୀ’ କବିତାରୁ ଉତ୍କଳ ଜନନୀଙ୍କ ମହନୀୟତା ପ୍ରତିପାଦନ କର ।

ଉ: ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବା ବରେଣ୍ୟ ପ୍ରତିଭା ମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ |  ସଂପ୍ରତି

ଭଦ୍ରକ ଜିଲ୍ଲା ତାଳପଦା ଗ୍ରାମରେ ଲାଳିତପାଳିତ ହୋଇଥିବା ଏହି ଉଦୀୟମାନ ପ୍ରତିଭା ଓଡ଼ିଆ ସାହିତ୍ୟ ଜଗତରେ ଛାଡ଼ିଯାଇଛନ୍ତି ତାଙ୍କର ଅମ୍ଳାନ ସ୍ଵାକ୍ଷର | ତାଙ୍କ ରଚିତ ଗଳ୍ପ ‘ବୁଢ଼ା ଶଙ୍ଖାରି’, ଉପନ୍ୟାସ ‘କଣାମାମୁ’, ଲାଳିକା ‘ଚଟକ ଚନ୍ଦ୍ରହାସ ଚମ୍ପୁ’ ଏବେ ମଧ୍ୟ ଜନମାନସରେ ଉଦ୍‌ଭାସିତ | ଅନେକ ଦେଶାତ୍ମବୋଧକ କବିତା, ଆଧ୍ୟାତ୍ମିକ ଭାବପୂର୍ଣ୍ଣ କବିତା ରଚନା କରି ସେ ସୁନାମ ଅର୍ଜନ କରିଛନ୍ତି | ତାଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ କବିତା ଓଡ଼ିଶାର ପୁରପଲ୍ଲୀରେ ଗୁଞ୍ଜରଣ ସୃଷ୍ଟି କରିପାରିଛି ଯେଉଁଥିପାଇଁ ଓଡ଼ିଶା ସରକାର ୨୦୨୦ ମସିହା ଜୁନ୍ ୨ ତାରିଖରେ ଏହାକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି | ଏହି ସଂଗୀତଟିରେ କବି ଉତ୍କଳ ଜନନୀଙ୍କର ମହନୀୟତାକୁ  ଅତି ସୁନ୍ଦର ଭାବରେ ପ୍ରତିପାଦନ କରିଛନ୍ତି  |

ଉତ୍କଳ ମୋର ପୁଣ୍ୟତୀର୍ଥ

ଉତ୍କଳ ମୋର ମାଆ

ଇତିହାସ ଭରା ଇତିହାସ ଯା’ର

ତା’ ପାଦରେ ଶିର ନୁଆଁ |

‘ବନ୍ଦେ ଉତ୍କଳ ଜନନୀ’ କବିତାଟିରେ କବି ଉତ୍କଳ ଜନନୀ ଚିର ବନ୍ଦନୀୟା, ଚିର ପୂଜନୀୟା ବୋଲି ଅଭିହିତ କରିଛନ୍ତି। ଉତ୍କଳ ଜନନୀଙ୍କର ହସ ଯେପରି ସୁନ୍ଦର, ଭାଷା ମଧ୍ୟ ସେହିପରି ସୁନ୍ଦର | କବିଙ୍କ ଭାଷାରେ,

ବନ୍ଦେ ଉତ୍କଳ ଜନନୀ,

ଚାରୁ  ହାସମୟୀ ଚାରୁ  ଭାଷମୟୀ

ଜନନୀ, ଜନନୀ, ଜନନୀ |

ସେହିପରି ଉତ୍କଳ ଜନନୀଙ୍କର ପ୍ରାକୃତିକ ଶୋଭା ଅବର୍ଣ୍ଣନୀୟ |  ତାଙ୍କର ଶରୀରକୁ ସାଗରର ନୀଳ ଜଳରାଶି ଧୌତ କରିଥାଏ | ଲହରୀ ସଦୃଶ ନୀଳ ପର୍ବତମାଳାତାଙ୍କ ଶରୀରକୁ ସଜାଇଥାଏ | ଘନ ବନାନୀ ତାଙ୍କ ଶରୀରକୁ ଆବୃତ କରିଥାଏ | ବିହଙ୍ଗମମାନଙ୍କର କଳରବ ଉତ୍କଳ ମାତାଙ୍କ ପରିବେଶକୁ ଆନନ୍ଦ ମୁଖରିତ କରିଥାନ୍ତି |  କବିଙ୍କ ଭାଷାରେ,

ଘନ ଘନ ବନଭୂମି ରାଜିତ ଅଙ୍ଗେ,

ନୀଳ ଭୂଧରମାଳା ସାଜେ ତରଙ୍ଗେ,

କଳକଳ ମୁଖରିତ ଋରୁ ବିହଙ୍ଗେ

ଜନନୀ, ଜନନୀ, ଜନନୀ |

ପୁନଶ୍ଚ ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନବିଜ୍ଞାନର ପ୍ରଦର୍ଶନରେ ଉଦ୍‌ଭାସିତ | ସୁନ୍ଦର ସ୍ପର୍ଶ ଧାନରେ କ୍ଷେତଗୁଡ଼ିକ ସୁଶୋଭିତ | ଅନେକ ଯୋଗୀଋଷିଙ୍କ ପବିତ୍ର ବାସସ୍ଥାନ ହେଉଛି ଏଇ ଉତ୍କଳ ମାଟି | ସୁନ୍ଦର କାରୁକାର୍ଯ୍ୟରେ ନିର୍ମିତ ମନ୍ଦିରମାନଙ୍କର ପୀଠସ୍ଥଳ ତଥା ତୀର୍ଥସ୍ଥାନ ଭାବରେ ଏହା ସାରା ବିଶ୍ଵରେ ପରିଚିତ | କବିଙ୍କ ଭାଷାରେ,

ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,

ଋରୁ କଳାବଳି-ଶୋଭିତ-ବେଶା,

ପୁଣ୍ୟ ତୀର୍ଥଚୟ-ପୂର୍ଣ-ପ୍ରଦେଶା

ଜନନୀ, ଜନନୀ, ଜନନୀ |

ବହୁ ବୀର, ଯୋଦ୍ଧା ଏବଂ ବିଦ୍ଵାନ୍ ପଣ୍ଡିତମାନେ ଏଇ ଉତ୍କଳ ମାଟିରେ ଜନ୍ମଲାଭ କରି ଉତ୍କଳ ମାତାର ଯଶ-କୀର୍ତ୍ତିକୁ ଅକ୍ଷୁଣ୍ଣ ରଖୁଛନ୍ତି ତଥା ଅନ୍ୟ ପାଖରେ ସ୍ନେହଭାଜନ ହୋଇପାରିଛନ୍ତି | ପୁଣି ଉତ୍କଳ ଭୂମି ଶରଣଦାତ୍ରୀ ଭାବରେ ପରିଚିତା | ନିଜର ମାତୃତ୍ଵ ପ୍ରାଣରେ ସେ ତା’ର ସମସ୍ତ ସନ୍ତାନଙ୍କୁ ସ୍ନେହ ମମତା ଅଜାଡ଼ି ଦିଏ | ଶାକ ତଣ୍ଡୁଳ, ସ୍ଵାଦିଷ୍ଟ ଫଳମୂଳ ଇତ୍ୟାଦି ଖାଦ୍ୟଶସ୍ୟ ଦେଇ ସେ ତା’ର ସନ୍ତାନଙ୍କ ଶରୀରକୁ ବଳିଷ୍ଠ, ପରିପୁଷ୍ଠ କରେ |

 କବିତାରୁ ଏସବୁକୁ ବିୟର କଲେ ଉତ୍କଳ ଜନନୀଙ୍କର ମହନୀୟତା ପ୍ରତିପାଦିତ ହୁଏ। ଉତ୍କଳ ଜନନୀ ଚିର ପୂଜନୀୟା, ଚିର ବନ୍ଦନୀୟା ଭାବରେ ବିଦିତ ହୁଏ |

Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP