Brukhya Mahatmya ବୃକ୍ଷ ମାହାତ୍ମ୍ୟ Class 8 Odia Chapter 1

Language : Odia

Chapter -1 - ବୃକ୍ଷ ମାହାତ୍ମ୍ୟ 

୧) ଆସ, କଥାବାର୍ତ୍ତା ହେବା |

କ) ଓଡ଼ିଆ ଭାଗବତ ରଚୟିତା କିଏ ?

ଉ : ଓଡ଼ିଆ ଭାଗବତର ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସ |

ଖ) କବି ଜଗନ୍ନାଥ ଦାସ କେଉଁ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିଲେ ?

ଉ : କବି ଜଗନ୍ନାଥ ଦାସ ପଞ୍ଚଦଶ ଶତାବ୍ଦୀର ଶେଷାର୍ଦ୍ଧ ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଅର୍ଥାତ୍ ପଞ୍ଚଦଶ ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ |

ଗ) ଓଡ଼ିଆ ଭାଗବତର କେଉଁ ସ୍କନ୍ଧରୁ “ବୃକ୍ଷ ମାହାତ୍ମ୍ୟ” କବିତାଟି ଅଣାଯାଇଛି ?

ଉ : ଓଡ଼ିଆ ଭାଗବତର ଦଶମ ସ୍କନ୍ଧରୁ “ବୃକ୍ଷ ମାହାତ୍ମ୍ୟ” ଅଣାଯାଇଛି |

ଘ) କେଉଁମାନଙ୍କ ଆଗରେ ଶ୍ରୀକୃଷ୍ଣ ବୃକ୍ଷର ମହିମା କଥା କହୁଥିଲେ ?

ଉ : ଗୋପ ବାଳକମାନଙ୍କ ଆଗରେ ଶ୍ରୀକୃଷ୍ଣ ବୃକ୍ଷର ମହିମା କଥା କହୁଥିଲେ |

ଙ) ଯମୁନା ବିଷୟରେ କ'ଣ କୁହାଯାଇଛି ?

: ଯମୁନା କୂଳରେ ଗୋପବାଳକମାନଙ୍କ ସହିତ ଶ୍ରୀକୃଷ୍ଣ ସହ ଯମୁନାର ସୁଶୀତଳ ଜଳପାନ କରି ବୃକ୍ଷତଳେ ବିଶ୍ରାମ ନେବା ପାଇଁ କଥା ଯମୁନା ବିଷୟରେ କୁହାଯାଇଛି |

୨) ଆସ, ଦୁଇ ବା ତିନୋଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା |

କ) ଶ୍ରୀକୃଷ୍ଣଙ୍କ ନାମ “ଦାମୋଦର” ହୋଇଛି;  ଏହାର କାରଣ କ’ଣ ?

: “ଦାମ” ଶବ୍ଦର ଅର୍ଥ ଦଉଡ଼ି | ପିଲାଦିନେ ଅମାନିଆ ଶ୍ରୀକୃଷ୍ଣ ତାଙ୍କ ମାତା ଯଶୋଦା ଦଉଡ଼ିରେ ବାନ୍ଧିଥିବାର ଦାଗ ତାଙ୍କ ଶରୀରରେ ରହିଯାଇଥିଲା |  ସେହି ହେତୁ ଶ୍ରୀକୃଷ୍ଣଙ୍କ ନାମ ଦାମୋଦର ହୋଇଛି |

ଖ) ଗୋପବାଳକମାନେ ଦୁଃଖ ଅନୁଭବ କରୁଥିଲେ କାହିଁକି ?

: ପ୍ରଚଣ୍ଡ ଗ୍ରୀଷ୍ମତାପ ହେତୁ ଗୋପବାଳକମାନେ ଦୁଃଖ ଅନୁଭବ କରୁଥିଲେ |

ଗ) ବୃକ୍ଷକୁ ସୁଜନଙ୍କ ସହିତ ତୁଳନା କରାଯିବାର କାରଣ କ'ଣ ?

: ସୁଜନମାନେ ପରର ଉପକାର କରିଥାଆନ୍ତି | ଠିକ୍ ସେହିଭଳି ବୃକ୍ଷ ପରୋପକାରୀ ଅଟେ | ଏହା ହିଁ ବୃକ୍ଷକୁ ସୁଜନଙ୍କ ସହିତ ତୁଳନା କରାଯିବାର କାରଣ |

ଘ)  “ଜୀବିକା ହୋନ୍ତି ପ୍ରାଣୀଙ୍କର” – ଏହି ଧାଡ଼ିରୁ ବୃକ୍ଷର ଉପକାରିତା ସମ୍ପର୍କରେ ତୁମେ କ’ଣ ଜାଣିବାକୁ ପାଉଛ ?

: “ଜୀବିକା ହୋନ୍ତି ପ୍ରାଣୀଙ୍କର”– ଏହି ଧାଡ଼ିରୁ ବୃକ୍ଷର ଉପକାରିତା ସମ୍ପର୍କରେ ଜାଣିବାକୁ ପାଉଛୁ |

ଙ) କେଉଁ ସ୍ଥାନକୁ ଗଲେ ଅତିଥଙ୍କୁ ନିରାଶ ହେବାକୁ ପଡ଼େ ନାହିଁ ?

: ସୁଜନ ବା ଉତ୍ତମ ଲୋକମାନଙ୍କ ଘରକୁ ଗଲେ ଅତିଥଙ୍କୁ ନିରାଶ ହେବାକୁ ପଡ଼େ ନାହିଁ |

୩) ଆସ, ୧୦୦ ରୁ ୧୨୦ ଟି ଶବ୍ଦ ମଧ୍ୟରେ  ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବା |

କ) “ବୃକ୍ଷମାନଙ୍କ ଜୀବନ ଧନ୍ୟ”  – କବି ଏପରି କାହିଁକି କହିଛନ୍ତି ?

: କବି ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଆ ଭାଗବତର ସ୍ରଷ୍ଟା ଭାବେ ବିଶେଷ ପରିଚିତ | ଭାଗବତରେ ବିଭିନ୍ନ ପ୍ରସଙ୍ଗ ବର୍ଣ୍ଣନା କରି ସେମାନବ ସମାଜକୁ ଶିକ୍ଷା ପ୍ରଦାନ କରିଛନ୍ତି | “ବୃକ୍ଷ ମାହାତ୍ମ୍ୟ” କବିତାଟି ଭାଗବତର ଅଂଶବିଶେଷ | ଏହା ଗୋପଲୀଳାର ତ୍ରୟୋବିଂଶ ଅଧ୍ୟାୟରୁ ଗୃହୀତ | ଏହି କବିତାଟିରେ କବି ବୃକ୍ଷମାନଙ୍କର ମାହାତ୍ମ୍ୟ ବର୍ଣ୍ଣନା କରି ସେମାନଙ୍କ ଜୀବନ କିଭଳି ଧନ୍ୟ ତାହା ଆଲୋଚନା କରିଛନ୍ତି |

ଏକଦା ଶ୍ରୀକୃଷ୍ଣ ଗୋପବାଳକମାନଙ୍କ ସହିତ ବନରେ ଗୋରୁ ଚରାଇଥିବାବେଳେ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଗୋଟିଏ ବୃକ୍ଷର ସୁଶୀତଳ ଛାୟାରେ ବସିଛନ୍ତି | ସେ ଗୋପବାଳକମାନଙ୍କୁ ବୃକ୍ଷର ମାହାତ୍ମ୍ୟ ବୁଝାଇ କହିଛନ୍ତି | ବୃକ୍ଷମାନଙ୍କ ପରୋପକାରିତାର ସୂଚନା ଦେଇ କବି ଶ୍ରୀକୃଷ୍ଣଙ୍କ ମୁଖରେ ସେମାନଙ୍କ ଜୀବନ ଧନ୍ୟ ବୋଲି କହିଛନ୍ତି |

ବୃକ୍ଷ ସୁଜନମାନଙ୍କ ସ୍ଵଭାବ ଭଳି ନିଜକୁ ଅନ୍ୟମାନଙ୍କ ସୁଖବିଧାନ ପାଇଁ ସମର୍ପିତ କରିଥାଏ | ସେ ଶୀତ, ବର୍ଷା, ଗ୍ରୀଷ୍ମର ତାପ ନିଜେ ସହ୍ୟ କରି ଅନ୍ୟମାନଙ୍କୁ ସୁଖ ବିତରଣ କରେ | ପ୍ରାଣୀମାନଙ୍କ ଜୀବନ ଧାରଣର ସହାୟକ ହୋଇଥିବାରୁ ବୃକ୍ଷର ଜୀବନ ଧନ୍ୟ | କାରଣ ପରୋପକାର ସାଧନ କବିଙ୍କ ବିଚାରରେ ଏକ ପୂଣ୍ୟକର୍ମ | ଏ ସଂସାରରେ ଯେଉଁ ପ୍ରାଣୀ ମନ, ବଚନ ଧନରେ ପରର ଉପକାର କରେ ସେ ହିଁ ଧନ୍ୟ | ତା’ର ଇହକାଳ ଓ ପରକାଳ ଉଭୟ ଧନ୍ୟ ହୁଏ | କବିଙ୍କ ବର୍ଣ୍ଣନାରେ

        “ମନ ବଚନ ଧନେ କରି,

ଯେ ହୋଏ ପର ଉପକାରୀ |

ଦିନ ହରନ୍ତି  ଦୁଃଖ ସୁଖେ

ସେ ଧନ୍ୟ ଇହ ପରଲୋକେ |”

ବୃକ୍ଷ ସର୍ବଦା ପରୋପକାର କରେ | ତା’ ନିକଟରେ କାହାରି ପ୍ରତି କାର୍ପଣ୍ୟ ଥାଏ | ସେ ପତ୍ର, ଫୁଲ, ଫଳ, ଛାଇ, ମୂଳ, ବକଳ, କାଠ, କ୍ଷୀର, ଅଙ୍ଗାର, ଭସ୍ମ, ଅଠା, ଗୃହୋପଯୋଗୀ କଣ୍ଟା ଇତ୍ୟାଦି ଦେଇ ପରୋପକାର କରିଥାଏ | ତେଣୁ ତା’ର ଏହି ତ୍ୟାଗ ପାଇଁ ସେ ଧନ୍ୟ |

ଖ) ଅବିଚାରିତ ଭାବରେ ବୃକ୍ଷଛେଦନ ଫଳରେ ସମାଜରେ କି ପ୍ରକାର କ୍ଷତି ଘଟୁଛି ?

: ଓଡ଼ିଆ ସାହିତ୍ୟରେ କବି ଜଗନ୍ନାଥ ଦାସ ଜଣେ ଭକ୍ତକବି ରୂପେ ପରିଚିତ | ତାଙ୍କ ରଚିତ ଭାଗବତ ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ | ଏହି ଗ୍ରନ୍ଥରେ ସେ ଓଡ଼ିଆ ଜନଜୀବନକୁ ନୀତିଶିକ୍ଷା ପ୍ରଦାନ କରିବା ନିମିତ୍ତ ଅନେକ ଅମୂଲ୍ୟ କଥା ମାହାତ୍ମ୍ୟର ବର୍ଣ୍ଣନା କରିଛନ୍ତି | କବିଙ୍କ ରଚିତ ଭାଗବତର ଦଶମ ସ୍କନ୍ଧ ଅନ୍ତର୍ଗତ ଏକ ପ୍ରସଙ୍ଗଟି “ବୃକ୍ଷ ମାହାତ୍ମ୍ୟ” କବିତାର ପ୍ରାଣକେନ୍ଦ୍ର | ଭକ୍ତ କବିତାରେ ବୃକ୍ଷର ମାହାତ୍ମ୍ୟ ବର୍ଣ୍ଣନା କରି କବି ଏ ଜାତିକୁ ମହାନ୍ ଶିକ୍ଷା ଦେଇଛନ୍ତି | ଅବିଚାରିତ ଭାବରେ ବୃକ୍ଷ ଛେଦନ ଫଳରେ ସମାଜରେ କି ପ୍ରକାର କ୍ଷତି ଘଟୁଛି ତାହାକୁ ନିମ୍ନୋକ୍ତ ରୂପେ ବର୍ଣ୍ଣନା କରାଯାଇପାରେ |

ଏକ ସୁସ୍ଥ ପରିବେଶରେ ସମାଜର ଅଶେଷ ଉପକାର ସାଧନ ହୁଏ | ସୁସ୍ଥ ପରିବେଶ ଗଠନ ନିମିତ୍ତ ସବୁଜ ବନାନୀର ଆବଶ୍ୟକତା ଅନସ୍ଵୀକାର୍ଯ୍ୟ | ପ୍ରାଣୀ ଉଦ୍ଭିଦ ପରସ୍ପର ନିର୍ଭରଶୀଳ ହୋଇଥିବାରୁ ବୃକ୍ଷଲତା ବିନା ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ | ତେଣୁ ଆମେମାନେ ବୃକ୍ଷ ସଂରକ୍ଷଣ ଦିଗରେ ଯତ୍ନବାନ ହେବା ଉଚିତ | ବର୍ତ୍ତମାନ ଅବିଚାରିତଭାବରେ ବୃକ୍ଷଛେଦନ କରାଯାଉଥିବାରୁ ଏହାଦ୍ୱାରା ସମାଜର ବିଭିନ୍ନ କ୍ଷତି ହେଉଛି |

ବୃକ୍ଷଲତା ଆମର ବନ୍ଧୁ | ଏହା ଆମକୁ ଖାଦ୍ୟ, କାଳେଣି, ଆସବାବପତ୍ର, ଗୃହୋପକରଣ ଆଦି ଯୋଗାଇଥାଏ | ବର୍ତ୍ତମାନ ବିଜେବନ ହେତୁ ଆମେମାନେ ଏସବୁ ସମ୍ପଦ ପାଇବାରୁ ବଞ୍ଚିତ ହେଉଛୁ | ଏହା ପରିବେଶ ଉପରେ କୁପ୍ରଭାବ ପକାଉଛି |

ବୃକ୍ଷମାନେ ପରିବେଶର ସୁରକ୍ଷା ସହିତ ମୃର୍ତ୍ତିକା ସଂରକ୍ଷଣ, ଜଳବାୟୁ ନିୟନ୍ତ୍ରଣରେ ସାହାଯ୍ୟ କରନ୍ତି | ଅବିଚାରିତ ଭାବେ ବୃକ୍ଷହେବନ ହେତୁ କ୍ଷେତ୍ରରେ ସମାଜ ଜୀବନ ପ୍ରଭାବିତ ହେଉଛି | ମୂର୍ତ୍ତିକା କ୍ଷୟ ହେଉଛି | ଫସଲ ପାଇଁ ଜମି ଅନୁପଯୋଗୀ ହେଉଛି | ସୃଷ୍ଟି ପାତରେ ଅନିୟମିତତା ଦେଖାଦେଉଛି |

ବୃକ୍ଷମାନେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି | ଏହା ମନୁଷ୍ୟ ପଶୁପକ୍ଷୀମାନେ ଗ୍ରହଣ କରନ୍ତି | ପ୍ରାଣୀ ସମାଜ ବଞ୍ଚି ରହେ | ବୃକ୍ଷଛେଦନ ହେତୁ ବାୟୁମଣ୍ଡଳ ଦୂଷିତ ହେଉଛି |

ବାସ୍ତବିକ ଅବିଚାରିତଭାବେ ବୃକ୍ଷଚ୍ଛେଦନ ଫଳରେ ସମାଜର ଅଶେଷ କ୍ଷତି ସାଧୁତ ହେଉଛି | ଏ କ୍ଷେତ୍ରରେ ଆମକୁ ସଚେତନ ହେବାକୁ ପଡ଼ିବ | ଏଭଳି କାର୍ଯ୍ୟରୁ ଲୋକମାନଙ୍କୁ ନିବୃତ୍ତ କରାଇବାକୁ ହେବ | ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ପଡ଼ିବ |

ଗ) ବୃକ୍ଷମାନେ ପରର ଉପକାର କିପରି କରନ୍ତି ?

: ଓଡ଼ିଆ ସାହିତ୍ୟରେ କବି ଜଗନ୍ନାଥ ଦାସଙ୍କ ରଚିତ ଭାଗବସ୍ତ୍ର ଏକ ଲୋକଶିକ୍ଷାମୂଳକ ସୃଷ୍ଟି | ମାନବ ସମାଜକୁ ନାନାବିଧ ଉଚ୍ଚଭାବମୂଳକ ଶିକ୍ଷାଦାନ କରିବାରେ କବି ବିଭିନ୍ନ ପ୍ରସଙ୍ଗ ବର୍ଣ୍ଣନା କରି ଭାଗବତକୁ ବିଶେଷ ଲୋକପ୍ରିୟ କରିଛନ୍ତି  | “ବୃକ୍ଷର ମାହାତ୍ମ୍ୟ” କବିତାଟି ଭାଗବତର ଅଂଶବିଶେଷ ହୋଇଥିବାରୁ ଏଥିରେ କବି ବୃକ୍ଷମାନେ କିପରି ଭାବରେ ପରର ଉପକାର କରନ୍ତି, ସେ ବିଷୟରେ ଅନେକ କଥା ଆଲୋଚନା କରିଛନ୍ତି |

ଏକଦା କୃଷ୍ଣ ଗୋପବାଳକମାନଙ୍କ ମେଳରେ ଗୋରୁ ଚରାଉଥିବାବେଳେ ଗ୍ରୀଷ୍ମ ବାଧା ହେତୁ ବୃକ୍ଷର ସୁଶୀତଳ ଛାୟାରେ ବସିଛନ୍ତି | ଏହି ଅବସରରେ ସେ ବୃକ୍ଷର ଉପକାରିତା ବିଷୟରେ ସେମାନ କହିଛନ୍ତି |

ବୃକ୍ଷମାନେ ଶୀତ, ବର୍ଷା ଗ୍ରୀଷ୍ମ ତାପକୁ ସହ୍ୟ କରି ଅନ୍ୟମାନ ସୁଖଦାନ କରନ୍ତି | ସେମାନେ ପତ୍ର, ଫୁଲ, ଫଳ, ଛାଇ, ମୂଳ, ଦକ କାଠ, କ୍ଷୀର, ଅଙ୍ଗାର, ଭସ୍ମ, ଅଠା ଗୃହ ନିମିତ୍ତ ବାଡ଼ ଉପଯୋଗୀ କଣ୍ଟା ଦାନ କରନ୍ତି | କବିଙ୍କ ବର୍ଣ୍ଣନାରେ

        “ଏତେ ପ୍ରକାରେ ସେବାକରି

ନିତ୍ୟେ ପର ଉପକାରୀ |”

ବୃକ୍ଷମାନଙ୍କର ଉପକାରର ଏଭଳି ମହତ୍ତ୍ଵକୁ କବି ସୁଜନମାନେ ମହତ୍ ଗୁଣ ବୋଲି କହିଛନ୍ତି | ସୁଜନମାନଙ୍କ ଗୃହକୁ ଗଲେ ଅତିଥିମାନ ଯେଭଳି ନିରାଶ ହୁଅନ୍ତି ନାହିଁ ଠିକ୍ ସେହିଭଳି ବୃକ୍ଷମାନେ ପରୋପକାରୀ ହୋଇଥିବାରୁ କାହାରିକୁ କେବେ ନିରାଶ କରନ୍ତି ନାହିଁ |

ଉପରୋକ୍ତ ଆଲୋଚନା ଅନୁଯାୟୀ ବିଚାର କଲେ ବାସ୍ତବିକ ବୃକ୍ଷମାନେ ପରର ଉପକାର କରନ୍ତି |

ବୃକ୍ଷମାନେ ପରର ଉପକାର କରନ୍ତି

୪) ଏହି କବିତାରୁ ଭଲ ଲାଗୁଥୁବା ପଦଗୁଡ଼ିକ ନିର୍ବାଚନ କରି ଆବୃତ୍ତି କରିବା ?

ଉ :

କ) ପରେ କରନ୍ତି ଉପକାର |

ସୁଜନ ପ୍ରାଣୀଙ୍କ ବେଭାର ||

ଖ) ସୁଜନ ଘରେ ଯେହ୍ନେ ଯାଇ |

ଅତିଥି  ନିରାଶ ନୁହଇ

ଗ) ମନବଚନ ଧନେ କରି

ଯେ ହୋଏ ପର ହପକାରୀ ||

ଦିନ ହରନ୍ତି ଦୁଃଖ ସୁଖେ |

ସେ ଧନ୍ୟ ଇହ ପରଲୋକେ ||

୫) ସରଳଭାଷାରେ ବୁଝାଇ ଦିଅ |

କ) ଏହାଙ୍କ ପ୍ରାୟେ ଯେବେ ହୋଇ

   ସଂସାର ମଧ୍ୟେ ଦେହ ବହି ||

ଉ : ଏହାଙ୍କ ............................ବହି|”

ଶଂସିତ ଉଦ୍ଧୃତାଂଶଟି  ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରଚିତ “ବୃକ୍ଷମାହାତ୍ମ୍ୟ” ଶୀର୍ଷକ କବିତାରୁ ଗୃହୀତ | ଉକ୍ତ  ପ୍ରସଙ୍ଗରେ କବି ବୃକ୍ଷର ପରୋପକାରିତା ବିଷୟରେ ସୂଚନା ଦେଇଛନ୍ତି |

ଶ୍ରୀକୃଷ୍ଣ ଗୋରୁ ଚରାଉଥିବାବେଳେ ବୃକ୍ଷ ଛାୟାରେ ବସିଛନ୍ତି | ସେ ସେମାନଙ୍କୁ ବୃକ୍ଷର ମାହାତ୍ମ୍ୟ ବିଷୟରେ ବିଭିନ୍ନ କଥା ବୁଝାଇ କହିଛନ୍ତି | ସୁଜନମାନଙ୍କ ପରୋପକରିତା ଭଳି ବୃକ୍ଷର ମହତ୍ ଗୁଣ ରହିଛି ବୋଲି ଗୋପବାଳକମାନଙ୍କୁ କୃଷ୍ଣ ଜଣାଇଛନ୍ତି | ସୁଜନମାନଙ୍କ ଗୃହକୁ ଗଲେ ଅତିଥଯେଭଳି ନିରାଶ ହୁଅନ୍ତା ନାହିଁ ଠିକ୍ ସେହିଭଳି ବୃକ୍ଷମାନଙ୍କ ନିକଟକୁ ଗଲେକେହି କେବେ ନିରାଶ ହୁଅନ୍ତି ନାହିଁ | ପରୋପକାରୀ ବୃକ୍ଷ ପତ୍ର, ଫୁଲ, ଫଳ, ଛାଇ, ମୂଳ, ବକଳ, କାଠ, କ୍ଷୀର, ଅଙ୍ଗାର, ଭସ୍ମ ଅଠା ଆଦି ପ୍ରଦାନ କରି ନିଜର ସେବାପରାୟଣତାର ପରିଚୟ ଦେଇଥାଏ | ପ୍ରାଣୀମାନେ ସଂସାର ସାହିତ୍ୟିକା ମଧ୍ୟରେ ବେସ ଧରି ଏହିଭଳି ସେବାପରାୟଣ ହେବା ପରେ ଗୋପବାଳକମାନଙ୍କୁ କହିଛନ୍ତି |

ପ୍ରସଙ୍ଗଟି ଶିକ୍ଷାମୂଳକ

ଖ) ମନ ବଚନ ଧନେ କରି

ଯେ ହୋଏ ପର ଉପକାରୀ ||

ଦିନ ହରନ୍ତି ଦୁଃଖ ସୁଖେ

   ସେ ଧନ୍ୟ ଇହ ପରଲେକେ ||

ଉ : ମନ ................................ ପରଲୋକେ |

ଶଂସିତ ଉଦ୍ଧୃତାଂଶଟି “ବୃକ୍ଷ ମାହାତ୍ମ୍ୟ” ଶୀର୍ଷକ ପଦ୍ୟରୁ ଗୃହୀତ | ଉକ୍ତ ପ୍ରସଙ୍ଗରେ କବି ଜଗନ୍ନାଥ ଦାସ ପରୋପକାରୀ ଜୀବନ କିଭଳି ଧନ୍ୟ ହୁଏ ତାହା ବର୍ଣନା କରିଛନ୍ତି |

ଗୋପାଳ ବାଳକମାନଙ୍କ ମେଳରେ ଶ୍ରୀକୃଷ୍ଣ ଗୋରୁ ଚରାଉଥିବାବେଳେ ବୃକ୍ଷର ସୁଶୀତଳ ଛାୟାରେ ବସିଛନ୍ତି |

ପରୋପକାରିତା ଗୁଣ ସମ୍ପର୍କରେ ସେମାନଙ୍କୁ ବୁଝାଇବାକୁ ଯାଇ କୃଷ୍ଣ କରିଯେ ସଂସାରରେ ପରୋପକାରୀ ହିଁ ଧନ୍ୟ |  ଯେଉଁ ପ୍ରାଣୀମାନେ ମନ, ବଚନ ଓ ଧନରେ ପରୋପକାରୀ ହୁଅନ୍ତି ସେମାନେ ଦୁଃଖ ସୁଖରେ କାଳ କାଟିବା ସହିତ ଇହଜନ୍ମ ଓ ପରଜନ୍ମରେ ଧନ୍ୟ ହୁଅନ୍ତି |

ପ୍ରସଙ୍ଗଟି ମହାନ୍ ଶିକ୍ଷାମୂଳକ |

୬) ତଳ ଲିଖିତ  ନାମମାନଙ୍କ ମଧ୍ୟରୁ ଯେଉଁଗୁଡ଼ିକ ଶ୍ରୀକୃଷ୍ଣଙ୍କ ସଖାଙ୍କ ନାମ ନୁହେଁ, ତାହାକୁ ବାଛି ଲେଖ |

ଶ୍ରୀଦାମ , ଅର୍ଜୁନ, ସୁବଳ, ବିଶାଳ, ପ୍ରାଂଶୁ, ଦେବପ୍ରସ୍ଥ

ଉ : ପ୍ରାଂଶୁ

୭) ତଳେ ଦିଆଯାଇଥିବା ଶବ୍ଦର ଅର୍ଥ ଡାହାଣପଟରେ ଥିବା ବନ୍ଧନୀ ମଧ୍ୟରୁ ବାଛି ଲେଖିବା |

କ) ଘର୍ମ (ବର୍ଷା, ଝାଳ, ଲାଳ, ଚମଡ଼ା)

ଉ : ଝାଳ

ଖ) ଦାରୁ (ସୁନ୍ଦର, କର୍କଶ, ମଠ, କାଠ)

ଉ : କାଠ

ଗ) ଦ୍ୟନ୍ତି (ଥୁଅନ୍ତି , କୁହନ୍ତି, ନିଅନ୍ତି, ଦିଅନ୍ତି)

ଉ : ଦିଅନ୍ତି

୮) “ମହତ”ଶବ୍ଦରେ “ତ୍ଵ” ପ୍ରତ୍ୟୟ ଯୋଗକଲେ ଶବ୍ଦଟି ହୁଏ “ମହତ୍ଵ” | ସେହିପରି ନିମ୍ନଲିଖିତ ଶବ୍ଦମାନଙ୍କରେ “ତ୍ଵ” ପ୍ରତ୍ୟୟ

ଯୋଗ କରି ନୂଆ ଶବ୍ଦଗୁଡ଼ିକୁ ଲେଖିବା |

(ଗୁରୁ, ବିଶେଷ, ସତ୍, କ୍ଷୁଦ୍ର, ଦୂର, ସ୍ୱ)

ଦିଆଯାଇଥିବା ଶବ୍ଦ            ନୂତନ ଶବ୍ଦ

ଗୁରୁ + ତ୍ଵ =                           ଗୁରୁତ୍ଵ

ବିଶେଷ + ତ୍ଵ =             ବିଶେଷତ୍ଵ

ସତ୍ + ତ୍ଵ =                           ସତ୍ତ୍ଵ

କ୍ଷୁଦ୍ର + ତ୍ଵ  =               କ୍ଷୁଦ୍ରତ୍ଵ

ଦୂର + ତ୍ଵ  =               ଦୂରତ୍ଵ

୯) ବନ୍ଧନୀ ମଧ୍ୟରୁ ଠିକ୍ ଶବ୍ଦ ବାଛି ପଦ ପୂରଣ କର |

କ) ମନ ବଚନ ଧନେ କରି

  ଯେ ହୋଏ ପର ଉପକାରୀ |

ଖ) ଶୀତ ବରଷା ଘର୍ମ ଦୁଃଖ

  ସହି ଆମ୍ଭଙ୍କୁ ଦ୍ୟନ୍ତି ସୁଖ |

୧୦) ରେଖାଙ୍କିତ ଶବ୍ଦଗୁଡିକର ଅର୍ଥ ପାଖ କଠୋରୀରେ ଲେଖିବା |

କ)  ଲାଗି – ଦେହରେ ଲାଗି, ସଂସ୍ପର୍ଶରେ ଆସି

  ଲାଗି – ନିମିତ୍ତ , ପାଇଁ

ଖ) ଲାଗେ – କୂଳରେ, ନିକଟରେ

  ଲାଗେ – ପ୍ରୟୋଜନ ହୁଏ, କାମରେ ଲାଗେ |

୧୧) ପ୍ରତିଶବ୍ଦ |

    ରବି – ଭାନୁ, ତପନ

    ବୃକ୍ଷ – ତରୁ, ବିଟପୀ

    ପୁଷ୍ପ – ସୁମନ , କୁସୁମ

    ପଲ୍ଲବ – ପତ୍ର, ଦଳ  

 

Ratings
No reviews yet, be the first one to review the product.
Click to send whatsapp message
Copywrite 2024 by  Misiki Technologies LLP