- SCHOOL BOARDS
- BSE/CHSE ODISHA
- CLASS 8
- GEOGRAPHY
- ପ୍ରଥମ ଅଧ୍ୟାୟ : ସମ୍ବଳ
- Sambala(Resources) - ସମ୍ବଳ Class 8 Geography Chapter 1- Notes
Sambala(Resources) - ସମ୍ବଳ Class 8 Geography Chapter 1- Notes
Language : Odia
Chapter-1 :-Sambala (ସମ୍ବଳ) Notes
· କିଛି ପଦାର୍ଥର ଆର୍ଥିକ ମୂଲ୍ୟ ରହିଛି ଓ ଅନ୍ୟ କିଛି ପଦାର୍ଥର ଆର୍ଥିକ ମୂଲ୍ୟ ନ ଥାଏ |
· ଉଦାହରଣ:- ଧାତବପଦାର୍ଥର ଆର୍ଥିକ ମୂଲ୍ୟ ରହିଛି ମାତ୍ର ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଭୂମିରୁପର କୌଣସି ଆର୍ଥିକ ମୂଲ୍ୟ ନ ଥାଏ |
· କେତେକ ସମ୍ବଳ ସମୟର ଅଗ୍ରଗତି ସହ ଆର୍ଥିକ ମୂଲ୍ୟଯୁକ୍ତ ହୋଇଥାନ୍ତି |
· ସମୟ ଓ ପ୍ରଯୁକ୍ତି ବିଦ୍ୟା କୌଣସି ଦ୍ରବ୍ୟକୁ ସମ୍ବଳରେ ପରିଣତ କରିପାରେ | ଏହି ଦୁଇଟିଯାକ ମଣିଷର ଆବଶ୍ୟକତା ସହ ସମ୍ପର୍କିତ |
· ଲୋକମାନେ ନିଜେ ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମ୍ବଳ |
· ସେମାନଙ୍କର ପରିକଳ୍ପନା,ଜ୍ଞାନ,ଆବିଷ୍କାର ଓ ଉଦ୍ଭାବନ ହିଁ ନୂତନ ସମ୍ବଳ ସୃଷ୍ଟିରେ ସହାୟକ ହୋଇଥାଏ |
ଉଦାହରଣ:- ନିଆଁର ଆବିଷ୍କାର ,ଚକର ଉଦ୍ଭାବନ
ସମ୍ବଳର ପ୍ରକାରଭେଦ :-
ସାଧାରଣତଃ ,ସମସ୍ତ ସମ୍ବଳକୁ ପ୍ରାକୃତିକ ,ମାନବକୃତ ଓ ମାନବ ଶ୍ରେଣୀଭୁକ୍ତ କରାଯାଇପାରେ |
ପ୍ରାକୃତିକ ସମ୍ବଳ :-
· ପ୍ରାକୃତିକ ପରିବେଶରୁ ମିଳୁଥିବା ତଥା ଆବଶ୍ୟକ ସ୍ଥଳେ ସାମାନ୍ୟ ପରିବର୍ତ୍ତନ ଦ୍ବାରା ବ୍ୟବହାର ଉପଯୋଗୀ ପଦାର୍ଥ ବା ଉପାଦାନକୁ ପ୍ରାକୃତିକ ସମ୍ବଳ କୁହାଯାଏ |
ଉଦାହରଣ:- ଶ୍ଵାସକ୍ରିୟାରେ ବ୍ଯବହୃତ ପବନ,ସୂର୍ଯ୍ୟରଶ୍ମି,ନଦୀ,ମୃତ୍ତିକା
· ପ୍ରାକୃତିକ ସମ୍ବଳକୁ ବିକାଶସ୍ତର ଓ ବ୍ୟବହାର,ଉତ୍ପତ୍ତି,ଗଚ୍ଛିତ ପରିମାଣ ଏବଂ ବଣ୍ଟନ ଦୃଷ୍ଟିରୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇପାରେ |
ବିକାଶ ତଥା ବ୍ୟବହାର ଦୃଷ୍ଟିରୁ ସମ୍ବଳକୁ ଦୁଇ ଭାଗରେ ବିଭକ୍ତ କରାଯାଏ |
ଯଥା :- ପ୍ରକୃତ ସମ୍ବଳ
ପ୍ରଚ୍ଛନ୍ନ ସମ୍ବଳ
· ଯେଉଁ ସମ୍ବଳଗୁଡିକର ପରିମାଣ ଓ ମାନ ଜଣାପଡିଛି ସେଗୁଡିକୁ “ପ୍ରକୃତ ସମ୍ବଳ’’ କୁହାଯାଏ |
· ଏହି ସମ୍ବଳଗୁଡିକର ବ୍ୟବହାର ମଧ୍ୟ କରାଯାଉଛି |ତେଣୁ ସେଗୁଡିକୁ ବିକଶିତ ସମ୍ବଳ କୁହାଯାଏ |
ଉଦାହରଣ:- ଛୋଟ ନାଗପୁର ମାଳଭୂମି ଅଞ୍ଚଳର ଧାତବ ଦ୍ରବ୍ୟ
· ଯେଉଁ ସମ୍ବଳଗୁଡିକର ସଠିକ ପରିମାଣ ଓ ମାନ ଜଣାନାହିଁ ଏବଂ ଏବେସୁଦ୍ଧା ବ୍ୟବହାରରେ ଲାଗେନାହିଁ,ସେଗୁଡିକୁ ପ୍ରଚ୍ଛନ୍ନ ସମ୍ବଳ କୁହାଯାଏ |
ଉଦାହରଣ:- ଲଦାଖର ୟୂରାନିୟମ
· ଉତ୍ପତ୍ତି ଦୃଷ୍ଟିରୁ ସମ୍ବଳକୁ ଅଜୈବ ଓ ଜୈବ ଶ୍ରେଣୀଭୁକ୍ତ କରାଯାଏ |
· ଅଜୈବ ସମ୍ବଳ ନିର୍ଜୀବ ,ଜୈବ ସମ୍ବଳ ସଜୀବ
· ଶିଳା ମୃତ୍ତିକା ,ଅଜୈବ ,ପ୍ରାଣୀ ଓ ଉଦ୍ଭିଦ ଜୈବ
· ସମସ୍ତ ପ୍ରାକୃତିକ ସମ୍ବଳକୁ ଭରଣ ଦୃଷ୍ଟିରୁ ସାଧାରଣତଃ ନବୀକରଣଯୋଗ୍ୟ ଓ ନବୀକରଣ ଅଯୋଗ୍ୟ ଏହିପରି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ |
· ନବୀକରଣ ଯୋଗ୍ୟ ସମ୍ବଳଗୁଡିକ ଶୀଘ୍ର ଭରଣ ହୋଇଥାଏ | ଉଦାହରଣ:- ସୌରଶକ୍ତି
· ନବୀକରଣ ଅଯୋଗ୍ୟ ସମ୍ବଳଗୁଡିକର ଭଣ୍ଡାର ସୀମିତ | ଉଦାହରଣ:- କୋଇଲା
· ବଣ୍ଟନ ଦୃଷ୍ଟିରୁ ସମ୍ବଳକୁ ସର୍ବବ୍ୟାପୀ ଓ ସ୍ଥାନୀୟ ଏହିପରି ଦୁଇଶ୍ରେଣୀରେ ବିଭକ୍ତ କରାଯାଇପାରେ |
· କେତେକ ସମ୍ବଳ ଭୂପୃଷ୍ଠର ସବୁଠାରେ ମିଳିଥାଏ | ସେଥିପାଇଁ ଏଗୁଡିକୁ ସର୍ବବ୍ୟାପୀ ସମ୍ବଳ କୁହାଯାଏ | ଉଦା –ବାୟୁ
· କେତେକ ଖଣିଜ ଦ୍ରବ୍ୟଗୁଡିକ ନିର୍ଦ୍ଧିଷ୍ଟ ସ୍ଥାନରେ ମିଳୁଥିବାରୁ ଏଗୁଡ଼ିକୁ ସ୍ଥାନୀୟ ସମ୍ବଳ କୁହାଯାଏ | ଉଦା –ଲୁହ ,ତମ୍ବା
· ମଣିଷ ପାଖରେ ଜ୍ଞାନ ,ଦକ୍ଷତା ତଥା କାରିଗରୀ କୌଶଳ ଥିଲେ ପ୍ରକୃତିର ସଦୁପଯୋଗ କରି ନୂତନ ସମ୍ବଳମାନ ସୃଷ୍ଟି କରିପାରେ |ଏଥିପାଇଁ ମଣିଷ ଏକ ସ୍ଵତନ୍ତ୍ର ସମ୍ବଳ ଶ୍ରେଣୀଭୁକ୍ତ | ଲୋକମାନେ ହିଁ ମାନବ ସମ୍ବଳ |
· ସମ୍ବଳର ସଯତ୍ନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ “ସମ୍ବଳ ସଂରକ୍ଷଣ ‘’କୁହାଯାଏ |
· ସମ୍ବଳ ବିନିଯୋଗର ଆବଶ୍ୟକତା ତଥା ଅଗାମିପୀଢି ପାଇଁ ସେଗୁଡ଼ିକର ସଂରକ୍ଷଣ ମଧ୍ୟରେ ସଂତୁଳନ ରକ୍ଷା କରିବାକୁ “ଧାରଣୀୟ ବିକାଶ “କୁହାଯାଏ |