- SCHOOL BOARDS
- BSE/CHSE ODISHA
- CLASS 9
- LIFE SCIENCE
- ପ୍ରଥମ ଅଧ୍ୟାୟ : ଜୈବ ବିବିଧତା (Biodiversity)
- BSE Odisha Class 9 Life Science (ଜୀବ ବିଜ୍ଞାନ) Chapter 1 - ଜୈବ ବିବିଧତା (Biodiversity) Notes
BSE Odisha Class 9 Life Science (ଜୀବ ବିଜ୍ଞାନ) Chapter 1 - ଜୈବ ବିବିଧତା (Biodiversity) Notes
Language : Odia
BSE Odisha Class 9 Life Science (ଜୀବ ବିଜ୍ଞାନ) Chapter 1 - ଜୈବ ବିବିଧତା (Biodiversity) Notes
ଜୈବ ବିବିଧତା
· ପୃଥିବୀରେ ବାସ କରୁଥିବା ପ୍ରତ୍ୟେକ ଜୀବ , ସେ ପ୍ରାଣୀ ହେଉ ବା ଉଦ୍ଭିଦ ପରସ୍ପର ଠାରୁ ଅଲଗା |
ବିବିଧତା
· ଜଣେ ମନୁଶୀକୁ ଗୋଟିଏ ମାଙ୍କଡ ସହିତ ତୁଳନା କରିବା ତାହାଲେ ଉଭୟଙ୍କ ମଧ୍ୟରେ ଗଠନର କିଛି ସାମଞ୍ଜସ୍ୟ ଓ କିଛି ପାର୍ଥକ୍ୟ ରହିଥିବାର ଦେଖିବା |
· ପୃଥିବୀ ପୃଷ୍ଠରେ ଥିବା ଅସଂଖ୍ୟ ଜୀବମାନଙ୍କୁ ଆନୁଧ୍ୟାନ କଲେ ଜଣାଯାଏ ଯେ ଏକ ବ୍ୟାକ୍ଟେରିଆର ଆକାର ଅତି ଛୋଟ ହୋଇଥିବା ବେଳେ ତିମି ଓ ରେଡଉଡ୍ ବୃହତ୍ କାୟ |
· ତେଣୁ ବ୍ୟାକ୍ଟେରିଆ ମାନଙ୍କର ଦୈର୍ଘ୍ୟ ଓ ପ୍ରସ୍ଥାକୁ ମାଇକ୍ରୋମିଟରରେ (µm) ପ୍ରକାଶ କରାଯିବା ସମୟରେ ବୃହତ୍ କାୟ ପ୍ରାଣୀମାନଙ୍କର ଦୈର୍ଘ୍ୟ ଓ ପ୍ରସ୍ଥକୁ ମିଟରରେ ପ୍ରକାଶ କରାଯାଏ |
· 1 µm = 10 – 6
· ଜୀବମାନଙ୍କର ଜୀବନ କାଳରେ ମଧ୍ୟ ବିଶେଷ ଅସମାନତା ରହିଥାଏ | ଶାଗୁଆନ ବା ଟିକ୍ ଗଛ ପ୍ରାୟ 100 ରୁ 150 ବର୍ଷ ବଞ୍ଚୁଥିବା ବେଳେ କଲିକତା ବଟାନିକାଲ ଗାର୍ଡନରେ ଥିବା ବଟ ବୃକ୍ଷ ପ୍ରାୟ 200 ବର୍ଷ ଅଧିକ ସମୟ ବଞ୍ଚି ରହିଥିବାର ପ୍ରମାଣ ରହିଛି |
· ପ୍ରାଣୀମାନଙ୍କ ମଧ୍ୟରେ ମଶାଭଳି କେତେକ ପତଙ୍ଗର ଆୟୁଷ ମାତ୍ର ଅଳ୍ପ କିଛିଦିନ ହୋଇଥିବା ବେଳେ କେତେକ କଇଁଛ ପ୍ରାୟ 200 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥାନ୍ତି |
· ଜୀବମାନଙ୍କର ଜୀବଙ୍କାଳରେ ତାରତମ୍ୟ ଭଳି ସେମାନଙ୍କ ଶରୀର ରଙ୍ଗର ତାରତମ୍ୟ ଦେଖାଯାଏ |
· ଯେ କୌଣସି ପ୍ରାକୃତିକ ପରିବେଶରେ ପ୍ରକୃତିର ଅନନ୍ୟ ବିଭିନ୍ନତାକୁ ନେଇ ବିଭିନ୍ନ ପ୍ରକାର ଜୀବମାନଙ୍କର ଏକତ୍ର ସହାବସ୍ଥାନକୁ ଜୀବ ବିବିଧତା ବା ଜୈବ ବିବିଧତା କୁହାଯାଏ |
· ପରିବେଶର ପାର୍ଥକ୍ୟ ହେତୁ ଗୋଟିଏ ପ୍ରାକୃତିକ ପରିବେଶରେ ଦେଖାଯାଉଥିବା ଜୀବଗୋଷ୍ଠୀର ବିଭିନ୍ନତା ଅନ୍ୟ ପ୍ରାକୃତିକ ପରିବେଶରେ ଜୀବଗୋଷ୍ଠୀ ଠାରୁ ଭିନ୍ନ ହୋଇଥାଏ |
· କୋଟି କୋଟି ବର୍ଷର ଜୈବ ବିବର୍ତ୍ତନ ର ପରିଣତି ଯୋଗୁଁ ବର୍ତ୍ତମାନ ସମୟରେ ପୃଥିବୀରେ କେବଳ ନୂତନ ଜାତିର ଜୀବ ଦେଖା ଦେଇଛନ୍ତି ତାହା ନୁହେଁ ବରଂ ଅନେକ ବିଲୁପ୍ତ ମଧ୍ୟ ହୋଇ ଯାଇଛନ୍ତି |
· ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀରେ ବାସ କରୁଥିବା ସବୁ ଜୀବ ମାନଙ୍କ ମଧ୍ୟରୁ କେତେକ ଜୀବମାନଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ |
· ଜୀବମାନଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବାକୁ ହେଲେ ସେମାନଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟକୁ ବିଚାର କରି ଶ୍ରେଣୀ ବିଭାଗ କରାଯାଏ | ଏହି ପଦ୍ଧତିକୁ ଟାକ୍ ସୋନମି ବା ସିଷ୍ଟେମାଟିକ୍ସ କୁହାଯାଏ |
ବିଜ୍ଞାନିକ ନାମକରଣର ମୌଳିକ ପ୍ରସଙ୍ଗ : -
· ବୈଜ୍ଞାନିକ କ୍ୟାରୋଲସ୍ ଲିନିୟସ୍ ଙ୍କୁ ଉଦ୍ଭିଦ ଓ ପ୍ରାଣୀମାନଙ୍କର ଆଧୁନିକ ବୈଜ୍ଞାନିକ ନାମକରଣ ଓ ଶ୍ରେଣୀ ବିଭାଗ ପଦ୍ଧତିର ଜନକ ବୋଲି କୁହାଯାଏ |
· ସିଷ୍ଟେମା ନେଚୁରେ ପୁସ୍ତକରେ ଲିନିୟସ୍ ଙ୍କ ଦ୍ଵାରା ଉପସ୍ଥାପିତ ପ୍ରାୟ ସମସ୍ତ ନିୟମ ଅନ୍ତର୍ଜାତୀୟ ଜୈବିକ ନାମକରଣ ନିୟମାବଳୀ ଦ୍ଵାରା ଗୃହୀତ ଓ ନିୟନ୍ତ୍ରିତ ହୋଇଛି |
· ଏହି ପଦ୍ଧତି ଅନୁସାରେ ସବୁଠାରୁ କ୍ଷୁଦ୍ରତମ ବିଭାଗକୁ ‘ଜାତି’ ବୋଲି କୁହାଯାଏ |
· ଆଧୁନିକ ଶ୍ରେଣୀବିଭାଗ ପଦ୍ଧତିରେ ଜୀବର ବାହ୍ୟଲକ୍ଷଣଗୁଡିକ ସହିତ ତାହାର ଶରୀର କ୍ରିୟା , କୋଷ ବିଜ୍ଞାନ ଓ ଭ୍ରୁଣତତ୍ତ୍ଵ ଇତ୍ୟାଦି ବିଷୟ ବିଚାରକୁ ନିଆଯାଇଥାଏ |
· ଏକ ବା ଏକାଧିକ ଜାତିକୁ ନେଇ ‘ପ୍ରଜାତି’ ଗଠିତ ହୋଇଥାଏ |
· ଉଦାହରଣ ସ୍ୱରୂପ ,ସିଂହ , ବାଘ , କଲରା ପତରିଆ ବାଘ ଓ ବିରାଡି ଏ ସମସ୍ତ ଫେଲିସ ପ୍ରଜାତିର ଅନ୍ତର୍ଭୁକ୍ତ |
· ମଣିଷର ବୈଜ୍ଞାନିକ ନାମ ହେଲା ହୋମୋ ସାପିଏନସ |
· ଲିନିୟସଙ୍କ ପ୍ରବର୍ତ୍ତିତ ଦ୍ଵିପଦ ନାମକରଣ ପଦ୍ଧତିକୁ ବାଇନୋମିଆଲ ନୋମେନ୍ କ୍ଲେଚର କୁହାଯାଏ |
· ଦ୍ଵିପଦରେ ଦୁଇଟି ପଦ ମଧ୍ୟରୁ ପ୍ରଥମ ପଦଟି ପ୍ରଜାତିକୁ ଓ ଦ୍ଵିତୀୟ ପଦଟି ଜାତିକୁ ବୁଝାଏ |
· ଦ୍ଵିପଦୀ ନାମଗୁଡିକ ଇଂରାଜୀ ଅକ୍ଷରରେ ଲେଖିଲା ବେଳେ ପ୍ରଜାତି ଓ ଜାତି ପଦର ତଳେ ପୃଥକ ଭାବେ ରେଖାଙ୍କନ କରିବାକୁ ପଡେ କିମ୍ବା ପ୍ରାଥମିକ ଇଟାଲୀୟ ହସ୍ତଲିପି ଭଳି ବକ୍ର ଅକ୍ଷରରେ ଲେଖାଯାଏ |
· ପ୍ରଜାତିର ପ୍ରଥମ ଅକ୍ଷରଟି ବଡଲିପି ହୋଇଥିବା ବେଳେ ଜାତିର ପ୍ରଥମ ଅକ୍ଷର ସାନଲିପି ର ହୋଇଥାଏ |
ଶ୍ରେଣୀ ବିଭାଗର ଆଧାର : -
· ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଆରିଷ୍ଟଟଲ ପ୍ରାଣୀମାନଙ୍କର ବାସସ୍ଥାନକୁ ଭିତ୍ତି କରି ସେମାନଙ୍କର ଶ୍ରେଣୀ ବିଭାଗ କରିଥିଲେ |
· ଶ୍ରେଣୀ ବିଭାଗ କିଛି ଭୁଲ ଧାରଣା ଉପରେ ଆଧାରିତ ଥିଲା |
· ଜୀବଜଗତର ଶ୍ରେଣୀ ବିଭାଗୀକରଣ ସମୟରେ ଜୀବଗୋଷ୍ଠୀ ମଧ୍ୟରେ ରହିଥିବା ସେମାନଙ୍କ ଆକାର ବ୍ୟବହାର ବା ପ୍ରକୃତି ଶାରୀରିକ ଗଠନ କିମ୍ବା କାର୍ଯ୍ୟ ଧାରାରେ ସମାନତା ଅଥବା ପୃଥକ୍ ଗୁଣଗୁଡିକୁ ସାଧାରଣତଃ ଲକ୍ଷଣ ଭାବରେ ଗ୍ରହଣ କରାଯାଇଥା | ଏହି ଲକ୍ଷଣ ଗୁଡିକ ଜୀବର ଗୋଟିଏ ଲେଖାଏଁ ନିର୍ଦ୍ଦିଷ୍ଟ ଗୁଣକୁ ବୁଝାଇଥାଏ |
· ଜୀବଜଗତର ଶ୍ରେଣୀ ବିଭାଜନ ବେଳେ ଗୋଟିଏ ସ୍ତରର ପ୍ରାଣୀ ବା ଉଦ୍ଭିଦ ତା ତଳ ସ୍ତରର ପ୍ରାଣୀ ବା ଉଦ୍ଭିଦର ଲକ୍ଷଣଗୁଡିକ ଦ୍ଵାରା ପ୍ରଭାବିତ ହେବା ସହ କେତେକ ସମାନତା ବଜାୟ ରଖିଥାଏ |
· କୋଷର ପ୍ରକୃତି ଠାରୁ ଆରମ୍ଭ କରି ବିଭିନ୍ନ ଜୀବ ମଧ୍ୟରେ ଅନେକ ସାମଞ୍ଜସ୍ୟ ପୂର୍ଣ୍ଣ ଲକ୍ଷଣ ଥିଲେ ମଧ୍ୟ ଜୀବମାନଙ୍କର ଶ୍ରେଣୀ ବିଭାଗ ସମୟରେ କେତେକ ଆନ୍ତଃ ସମ୍ବନ୍ଧିତ ଲକ୍ଷଣ ଦ୍ଵାରା ହିଁ ଜୀବ ଗୋଷ୍ଠୀର ଶ୍ରେଣୀ ବିଭାଗ କରାଯାଇଥାଏ |
· ଅନେକ କୋଷ ଏକାଠି ହୋଇ ଗୋଟିଏ ଜୀବ ଗଠନ କରିଥାନ୍ତି | ଗଠନ ସମୟରେ ହିଁ ସେମାନଙ୍କ ଠାରେ ଶ୍ରମ ବିଭାଜନ ନୀତିଟି କାର୍ଯ୍ୟ କରିଥାଏ | ଜୀବ ଗଠନର ପରିକଳ୍ପନାକୁ ନେଇ ଏହା ଏକ ମୂଳ ପାର୍ଥକ୍ୟ ଦର୍ଶାଇଥାଏ |
ଶ୍ରେଣୀ ବିଭାଗର ପଦାନୁକ୍ରମ : -
· ଏକାଧିକ ଜାତିର ସମାହାରରେ ଗୋଟିଏ ପ୍ରଜାତି , ଏକାଧିକ ପ୍ରଜାତିର ସମାହାରରେ ଗୋଟିଏ ବଂଶ , ଏକ ବା ଏକାଧିକ ବଂଶର ସମାହାରରେ ଗୋଟିଏ ବର୍ଗ ଏବଂ ଏକାଧିକ ବର୍ଗର ସମାହାରରେ ଗୋଟିଏ ଶ୍ରେଣୀ ଗଠନ ହୋଇଥାଏ |
· ସେହିପରି କେତେକ ଶ୍ରେଣୀର ସମାହାରରେ ପର୍ବ ଓ ବିଭିନ୍ନ ପର୍ବର ସମାହାରରେ ପ୍ରାଣୀଜଗତ ଓ ଉଦ୍ଭିଦଜଗତ ଗଠିତ ହୋଇଥାଏ |
ଜୀବଜଗତ :-
· ପ୍ରାଣୀଜଗତ / ଉଦ୍ଭିଦ ଜଗତ
· ପର୍ବ (Phylum )
· ଶ୍ରେଣୀ (Class)
· ବର୍ଗ (Order )
· ବଂଶ ( Family )
· ପ୍ରଜାତି ( Genus)
· ଜାତି (Species)
· ଏହି ଶ୍ରେଣୀ ବିଭାଗରେ ଜାତିକୁ ଏକକ ଭାବରେ ଗ୍ରହଣ କରାଯାଇଥାଏ | ସାଧାରଣତଃ ଶରୀର ଗଠନର ସମାନତା ସହିତ ଜନନ ପ୍ରକ୍ରିୟାର ସମାନତାକୁ ନେଇ ଜାତି ଗଠନ ହୋଇଥାଏ |
· ପ୍ରଥମ ପର୍ଯ୍ୟାୟର ଶ୍ରେଣୀ ବିଭାଗ ବେଳେ ଯିବାଜଗତକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଥିଲା |
· 1844 ମସିହାରେ ଇ. ଏଚ. ହେକେଲ୍ ଏକକୋଷୀ ଜୀବମାନଙ୍କୁ ପ୍ରୟତିଷ୍ଟା ନାମକ ଅନ୍ୟ ଏକ ଭାଗରେ ବିଭକ୍ତ କରି ତିନିଜଗତ ଶ୍ରେଣୀ ବିଭାଗର ପ୍ରସ୍ତାବ ଦେଇଥିଲେ |
ପଞ୍ଚଜଗତ ବିଶିଷ୍ଟ ବର୍ଗୀକରଣ :-
ପଞ୍ଚଜଗତ ବିଶିଷ୍ଟ ଶ୍ରେଣୀ ବିଭକ୍ତିକରଣ୍ କୋଷର ଗଠନ , ପୋଷଣର ଉତ୍ସ ଓ ଖାଦ୍ଯ ଗ୍ରହଣ ପ୍ରଣାଳୀ ତଥା ଜୀବଶରୀରର ସଂଗଠନ ଉପରେ ଆଧାରିତ | ଉକ୍ତ ଶ୍ରେଣୀବିଭାଗ ବେଶ୍ ଗ୍ରହଣୀୟ ହେଲେ ମଧ୍ୟ କିଛି ନୂତନ ତଥ୍ୟ ମିଳିଲେ ଶ୍ରେଣୀ ବିଭାଗ ପଦ୍ଧତିରେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ଆସିଥାଏ |
i. ମୋନେରା (Monera ) :-
· ନିର୍ଦ୍ଦିଷ୍ଟ ନ୍ୟଷ୍ଟି କିମ୍ବା କୋଷ ଅଙ୍ଗିକା ନ ଥାଏ |
· ସମସ୍ତେ ଏକକୋଶୀୟ ପ୍ରୋକରିଓଟ୍ ।
· କେତେକଙ୍କର କୋଷଭିତ୍ତି ରହିଥାଏ |
· ଏମାନେ ସ୍ଵଭୋଜୀ କିମ୍ବା ପରଭୋଜୀ ହୋଇଥାନ୍ତି |
· ଉଦାହରଣ : ବ୍ୟାକ୍ଟେରିଆ , ନିଳହରିତ ଶୈବାଳ , ମାଇକୋପ୍ଲାଜମ ଇତ୍ୟାଦି |
ii. ପ୍ରୋଟିଷ୍ଟା :–
· ଏକକୋଷୀୟ , ଇଉକାରିଓଟ୍
· ନ୍ୟଷ୍ଟି ଓ କୋଷ ଅଙ୍ଗିକା ସହିତ ଚଳନ ଅଙ୍ଗିକା ରହିଥାଏ |
· ଏମାନେ ସ୍ୱଭୋଜୀ କିମ୍ବା ପରଭୋଜୀ ଅଟନ୍ତି |
· ଉଦାହରଣ : ଏକକୋଷୀ ଶୈବାଳ, ଏମୋବା , ପ୍ଲାସମୋଡିୟମ ଆଦି ପ୍ରୋଟୋଜୋଆ |
iii. ଫଞ୍ଜାଇ :–
· ଏମାନେ ପରଭୋଜୀ କବକ ଅନ୍ତର୍ଭୁକ୍ତ |
· ମୃତୋପଜୀବୀୟ ପୋଷଣ ଦେଖାଯାଏ |
· ଇଷ୍ଟ୍ ରୁ ଆରମ୍ଭ କରି ବହୁକୋଷୀୟ ଛତୁ ପର୍ଯ୍ୟନ୍ତ ସମସ୍ତେ ଫଞ୍ଜାଇ ଅନ୍ତର୍ଭୁକ୍ତ |
· କେତେକ ଫଞ୍ଜାଇ ଓ ଆଲ୍-ଜି ଏକାଠି ବାସ କରନ୍ତି , ଏହାକୁ ସହଜୀବିତା କୁହାଯାଏ |
· ସହଜୀବିତାରେ ଆଲ୍-ଜି ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ଫଞ୍ଜାଇ ଜଳ ସଂଗ୍ରହ କରେ |
· ସାଧାରଣତଃ ଗଛର ଗଣ୍ଡି ଓ ପଥର ଉପରେ ଦେଖା ଯାଇଥାନ୍ତି ଓ ସେହିମାନଙ୍କୁ ଲାଇକେନ୍ କୁହାଯାଏ |
· ଉଦାହରଣ : ଆସପେରୋଜେଲସିସ୍ , ପେନସିଲିୟମ , ଛତୁ
iv. ପ୍ଲାଣ୍ଟି (Plantae) :-
· ଏମାନେ ସାଧାରଣତଃ ସ୍ଵଭୋଜୀ , ବହୁକୋଷୀୟ ଓ କୋଶଭିତ୍ତି ବିଶିଷ୍ଟ ଉଦ୍ଭିଦ |
· ଉଦାହରଣ : ଜିଆ , ପ୍ରବାଳ , ମାଛି, ମଶା , ଗେଣ୍ଡା , ବେଙ୍ଗ, ସାପ , ପକ୍ଷୀ, ମନୁଷ୍ୟ ଇତ୍ୟାଦି |
ଉଦ୍ଭିଦଜଗତ : -
· କୋଷର ଭିନ୍ନତା , ଶରୀରଗଠନ ଜଳପରିବହନ , ଓ ବୀଜ ଧାରଣ କ୍ଷମତା ଅନୁସାରେ ଉଦ୍ଭିଦ ଜଗତକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଥାଏ |
1. ଥାଲୋଫାଇଟା (Thallophyta) :-
· ସରଳ ଆକାର , ଏକ ଅବିଭକ୍ତ ପିଣ୍ଡି ବା ଥାଲସ୍ ଆକାରରେ ରହିଥାଏ |
· ଏମାନେ ଏକକୋଷୀ ବା ବହୁକୋଷୀ ବିଶିଷ୍ଟ ହୋଇପାରନ୍ତି |
· ଏମାନଙ୍କର ସଂବାହୀ ଟିସୁ ନ ଥାଏ |
· ଉଦାହରଣ : ସ୍ପାଇରୋଗାଇରା , କାରା, କ୍ରାଡୋଫୋରା ଆଦି ଶୈବାଳ |
2. ବ୍ରାଇଓଫାଇଟା (Bryophyta):-
· ଶରୀର ଚେପ୍-ଟା ଓ ସେଥିରେ କାଣ୍ଡ, ମୂଳ , ପତ୍ର ଆଦି ବାରି ହୁଏ ନାହିଁ |
· ଏମାନଙ୍କର ଚେର ଭଳି କେତେକ ରାଇଜଏଡ୍ ରହିଥାଏ |
· ଉଦାହରଣ : - ମସ୍ (ଫ୍ୟୁନେରିଆ), ମାରକାନସିଆ , ରିକସିଆ ଇତ୍ୟାଦି |
3. ଟେରିଡୋଫାଇଟା (pteridophyta) : -
· ଛୋଟ କାଣ୍ଡ , ପତ୍ର ଓ ମୂଳ ଥାଏ | ସଂବାହୀ ଟିସୁ ଥାଏ |
· ପତ୍ରର ପଛପଟରେ ବିନ୍ଦୁଭଳି ସ୍ପୋରାନଜିଆରେ ସ୍ପୋର ତିଆରି ହୁଏ |
· ଉଦାହରଣ : - ମାରସେଲିଆ , ଫର୍ଣ୍ଣ ଇତ୍ୟାଦି |
· ଥାଲୋଫାଇଟା , ବ୍ରାଇଓ ଫାଇଟା ଓ ଟେରିଡୋଫାଇଟାର ନଗ୍ନ ଭ୍ରୁଣକୁ ସ୍ପୋର କୁହାଯାଏ |
· ଏମାନଙ୍କର ଫୁଲ , ଫଳ ବା ମଞ୍ଜି ନ ଥାଏ , ତେଣୁ ଏମାନଙ୍କୁ କ୍ରିପ୍ଟୋଗ୍ରାମ୍ ଉଦ୍ଭିଦ କୁହାଯାଏ |
· ସପୁଷ୍ପକ ଉଦ୍ଭିଦକୁ ଫାନେରୋଗ୍ରାମ କୁହାଯାଏ |
· ଏମାନଙ୍କର ବୀଜ ବା ମଞ୍ଜିଗୁଡିକ ନଗ୍ନ ଅବସ୍ଥାରେ ଅଥବା ଫଳ ମଧ୍ୟରେ ଆବଦ୍ଧ ହୋଇ ରହିଥାଏ | ଏହି ଆଧାରରେ ଫାନେରୋଗ୍ରାମସକୁ ପୁଣି ନଗ୍ନବୀଜୀ ଓ ଆବୃତବୀଜୀ ଏହିପରି ଦୁଇ ଭାଗରେ ବିଭକ୍ତ କରାଯାଇଛି |
4. ନଗ୍ନବୀଜୀ ବା ଜିମନୋ ସ୍ପର୍ମ (gymnosperm) :-
· Gymno - ନଗ୍ନ
· Sperma - ବୀଜ
· ବୀଜ ଗୁଡିକ ଫଳ ଭିତରେ ନ ରହି ନଗ୍ନ ଅବସ୍ଥାରେ ଏକ ରେଣୁପିଣ୍ଡ ଭାବରେ ରହିଥାନ୍ତି |
· ବୀଜଗୁଡିକୁ ବହନ କରିଥିବା ରେଣୁପତ୍ର ଏକ ଶଙ୍କୁ ବା କୋନରେ ସଜ୍ଜିତ ହୋଇଥାଏ |
· ବୟଃପ୍ରାପ୍ତ ହେଲେ କୋନଶଳକଗୁଡିକ ଖୋଲିଯାଏ ଏବଂ ବୀଜ ଗୁଡିକ ନଗ୍ନ ଅବସ୍ଥାକୁ ଆସି କ୍ରମେ ଖସିଯାଏ |
· ଉଦାହରଣ : - ଓଡଶମାରୀ ବା ସାଇକସ୍ , ପାଇନ୍ , ଥୁଜା ଇତ୍ୟାଦି |
5. ଆବୃତବୀଜୀ (Angiosperm): -
· Angio – ଆବୃତ୍ତ
· Sperma - ବୀଜ
· ଫଳ ମଧ୍ୟରେ ବୀଜ ଗୁଡିକ ଆବଦ୍ଧ ହୋଇରହିଥାଏ |
· ବୀଜ ଭିତରେ ସାଧାରଣତଃ ଗୋଟିଏ କିମ୍ବା ଦୁଇଟି ବୀଜପତ୍ର ଥାଏ |
· ବୀଜରେ ଥିବା ବୀଜପତ୍ରର ସଂଖ୍ୟା ଅନୁଯାୟୀ ଆବୃତ୍ତ ବୀଜୀ ମାନଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ |
· ଯଥା : -
ଏକବୀଜପତ୍ରୀ – ଧାନ , ଗହମ , ନଡିଆ ,ଆଖୁ , ପିଆଜ ଇତ୍ୟାଦି |
ଦ୍ଵିବୀଜପତ୍ରୀ – ମୁଗ , ବୁଟ , କଖାରୁ , ତେନ୍ତୁଳି କଲରା ଇତ୍ୟାଦି |
ପ୍ରାଣୀଜଗତ : -
i. ପୋରିଫେରା (porifera) : -
· ଶରୀର ଛିଦ୍ର ବା ରନ୍ଧ୍ର ଯୁକ୍ତ ଏଣୁ ଏମାନଙ୍କୁ ଛିଦ୍ରାଳ ପ୍ରାଣୀ ମଧ୍ୟ କୁହାଯାଏ |
· ଏମାନେ ଜଳଚର ଏବଂ ଗୋଟିଏ ଜାଗାରେ ସ୍ଥିର ହୋଇ ରହିଥାନ୍ତି |
· ଏମାନଙ୍କ ଶରୀରରେ କେନାଲ ତନ୍ତ୍ର ଥାଏ ଯାହାଦ୍ୱାରା ଜଳରୁ ଖାଦ୍ୟ ଓ ଅମ୍ଳଜାନ ସଂଗ୍ରହ କରିଥାନ୍ତି |
· ଏମାନଙ୍କ ଶରୀରରେ ସିଲିକାମୟ , କଣ୍ଟିକା ଓ ସ୍ପନ୍-ଜିନ୍ ତନ୍ତୁ ରହିଥାଏ |
· ଉଦାହରଣ : - ସାଇକନ୍ , ସ୍ପନଜୀଲା ଇତ୍ୟାଦି |
ii. ସିଲେନ୍-ଟେରାଟା (coelenterate):-
· ଏମାନେ ମଧୁର ଜଳ ଓ ସମୁଦ୍ରରେ ଏକାକୀ ଅଥବା କଲୋନୀ ପଠନ କରି ଏକତ୍ରିତ ରହିଥାନ୍ତି |
· ଶରୀର ୨ ପ୍ରକାରର। ଯଥା : -
1. ନଳାକୃତି (polyp)
2. ଛତାକୃତି (medusa)
· ଏକନଳୀ ବିଶିଷ୍ଟ ପ୍ରାଣୀ ମଧ୍ୟ କୁହାଯାଏ |
· ମୁଖର ଚାରିପାଖରେ ସରୁଆ ଲମ୍ବା ,ପୋଲା ବା ନିଦା କଣିକାମାନ ରହିଥାଏ |
· ଉଦାହରଣ : - ହାଇଡ୍ରା , ପ୍ରବାଳ , ସିଏନିମୋନ ଇତ୍ୟାଦି |
iii. ପ୍ଲାଟିହେଲମିନଥେସ (Platyhelminthes) : -
· ଏମାନଙ୍କ ଶରୀର ଚେପଟା , ପତଳା ଓ କୋମଳ ହୋଇଥିବା ହେତୁ ଚେପଟା କୃମି ମଧ୍ୟ କୁହାଯାଏ |
· ଏମାନଙ୍କ ମୁଖ ଦେଇ ଖାଦ୍ୟ ଗ୍ରହଣ ଓ ମଳ ନିଷ୍କାସନ କାର୍ଯ୍ୟ ହୋଇଥାଏ |
· ଅଧିକାଂଶ ପର ଜୀବୀ ଏବଂ କେତେକ ମୁକ୍ତ ଭାବରେ ବସବାସ କରନ୍ତି |
· ଶରୀରରେ ପ୍ରଗୁହା ନଥାଏ |
· ଉଦାହରଣ : ଯକୃତ କୃମି, ଫିତାକୃମି , ପ୍ଲାନାରିଆ ଇତ୍ୟାଦି |
· ମେଣ୍ଢାମାନଙ୍କର ଯକୃତରେ ଯକୃତ କୃମି ଓ ମେରୁଦଣ୍ଡୀ ପ୍ରାଣୀଙ୍କ ଅନ୍ତନଳୀରେ ଫିତାକୃମି ରହିଥିବା ଦେଖାଯାଏ |
iv. ନିମାଟୋହେଲମିନଥେସ୍ (Nematohelminothes):-
· ଜଳ ବା ଓଦା ମାଟିରେ ଦେଖାଯାନ୍ତି |
· ଏମାନଙ୍କୁ ଗୋଲକୃମି ମଧ୍ୟ କୁହାଯାଏ |
· ଏମାନଙ୍କ ଶରୀର ବହୁକୋଷ ଓ ତ୍ରିସ୍ତରୀୟ ହୋଇଥାଏ |
· ଶରୀର ମଧ୍ୟରେ ପ୍ରକୃତ ପ୍ରଗୁହା ନ ଥାଏ |
· ଶ୍ଵସନ ଓ ରକ୍ତ ସଞ୍ଚାଳନ ତନ୍ତ୍ର ନ ଥାଏ କିନ୍ତୁ ରେଚନ ଓ ସ୍ନାୟୁତନ୍ତ୍ର ଥାଏ |
· ଏମାନଙ୍କର ଲିଙ୍ଗ ଅଲଗା |
· ଉଦାହରଣ : ଦଶକୃମି , ଜିଆକୃମି , ଗୋଦର କୃମି ଇତ୍ୟାଦି |
v. ଏନିଲିଡା (Annelida):-
· ଶରୀର କ୍ଷୁଦ୍ର କ୍ଷୁଦ୍ର ମୁଦି ପରି ଅଂଶ ଦ୍ଵାରା ଗଠିତ ହୋଇଥିବାରୁ ଏମାନଙ୍କୁ ଅଙ୍ଗୁରୀୟ ମାଳ ପ୍ରାଣୀ କୁହାଯାଏ |
· ଏମାନଙ୍କ ଶରୀର ଅନେକ କାୟଖଣ୍ଡ ବା କକ୍ଷରେ ବିଭକ୍ତ | ପାର୍ଶ୍ଵପଦ ଓ ସିଟା ଦ୍ଵାରା ଚଳପ୍ରଚଳ କରନ୍ତି |
· ପାଚକନଳୀ ସିଧା ଓ ସମ୍ପୂର୍ଣ୍ଣ ଅଟେ | ଶ୍ଵାସକ୍ରିୟା ଚର୍ମ ବା ଗାଲି ମାଧ୍ୟମାରେ ହୋଇଥାଏ |
· ସ୍ନାୟୁତନ୍ତ୍ର, ରେଚନ ତନ୍ତ୍ର , ରକ୍ତ ସଂଚାଳନ ତନ୍ତ୍ର ମଧ୍ୟ ରହିଛି | ରେଚନ ଆଦି ବୃକକ୍ ବା ନେଫ୍ରିଡିଆ ଦ୍ଵାରା ସମ୍ପାଦିତ ହୁଏ |
· ଉଦାହରଣ : ଜିଆ , ଜୋକ , ନେରିସ ଇତ୍ୟାଦି |
vi. ଆରଥ୍ରୋପଡ଼ା (Arthropoda) :-
· ଏହି ଜାତୀୟ ପ୍ରାଣୀମାନଙ୍କର ସଂଖ୍ୟା ପୃଥିବୀରେ ଅଧିକ |
· ଏମାନଙ୍କର ଶରୀର ତିନିଭାଗରେ ବିଭକ୍ତ |
· ଉପାଙ୍ଗ ଓ ଗୋଡ଼ଗୁଡ଼ିକ ଗଣ୍ଡିଯୁକ୍ତ ହୋଇଥିବାରୁ ଏମାନଙ୍କୁ ଆରଥ୍ରୋପଡ଼ା ବା ସନ୍ଧିପଦ ପ୍ରାଣୀ କୁହାଯାଏ।
· ଶରୀରର ବାହ୍ୟ ଆବରଣ କାଇଟିନ୍ ଦ୍ଵାରା ଗଠିତ |
· ମଶା, ମାଛି, ପରି କେତେକଙ୍କର ଡେଣା ଓ ମୁଣ୍ଡରେ ଶୃଙ୍ଗିକା ଥାଏ |
· ଶରୀର ଗହ୍ଵର ମଧ୍ୟ ଦେଇ ରକ୍ତ ସଞ୍ଚାଳନ ହୁଏ | ଶ୍ଵାସକ୍ରିୟା ପାଇଁ ଗାଲି ଅଥବା ଶ୍ଵାସନଳୀକା ତନ୍ତ୍ର ଥାଏ |
· ଏମାନଙ୍କମଧ୍ୟରେ ଅଣ୍ଡିରା ଓ ମାଈ ସନ୍ଧିପଦ ପ୍ରାଣୀ ଅଲଗା ଭାବରେ ଦେଖିବାକୁ ମିଳିଥାନ୍ତି |
· ଉଦାହରଣ : ଚିଙ୍ଗୁଡ଼ି, କଙ୍କଡା , ମାଛି , ମଶା ଇତ୍ୟାଦି |
vii. ମୋଲୁସ୍କା (Mollusca):-
· ଶରୀର କୋମଳ, ବହୁକୋଷୀ ଓ ତ୍ରିସ୍ତରୀୟ ଶକ୍ତ ଆବରଣ ମଧ୍ୟରେ ରହିଥାଏ |
· ପାଚକନଳୀଟି ମଣ୍ଡଳାକୃତି ବା ‘U’ ଆକୃତିର |
· ଶରୀରରେ ରକ୍ତ ସଞ୍ଚାଳନର କୌଣସି ବ୍ୟବସ୍ଥା ନ ଥାଏ |
· ଉଦାହରଣ : ଗେଣ୍ଡା, ଶାମୁକା, ଓ ଅକ୍ଟୋପସ୍ ଇତ୍ୟାଦି |
viii. ଏକାଇନୋଡର୍ମାଟା (Echinodermata) :-
· ବାହାର ଆବରଣ କଣ୍ଟକପୂର୍ଣ୍ଣ | ପ୍ରଗୁହା ବା ସିଲୋମ୍ ଟି ଜଳ ସମ୍ବାହନୀ ତନ୍ତ୍ର ବିଶିଷ୍ଟ |
· ଟ୍ୟୁବପାଦ ଦ୍ଵାରା ଏମାନେ ଚଳପ୍ରଚଳ କରନ୍ତି | ରକ୍ତସଞ୍ଚାଳନ ଓ ରେଚନ ତନ୍ତ୍ର ନାହିଁ କିନ୍ତୁ ସ୍ନାୟୁତନ୍ତ୍ର ରହିଥାଏ |
· ଶ୍ଵାସକ୍ରିୟା ଗାଲି ଓ ଅନ୍ୟାନ୍ୟ ଶ୍ଵାସତନ୍ତ୍ର ଦ୍ଵାରା ହୋଇଥାଏ| କେତେକ ପ୍ରାଣୀଙ୍କଠାରେ ପୁନରୁଉଦ୍ଭବନ ପ୍ରକ୍ରିୟା ସମ୍ଭବ ହୋଇଥାଏ |
· ଉଦାହରଣ : ସମୁଦ୍ରତାରା , ସମୁଦ୍ର କାକୁଡ଼ି ଇତ୍ୟାଦି |
ix. ହେମିକର୍ଡାଟା (Hemichordata) :-
· ଉଭୟ ଅମେରୁଦଣ୍ଡୀ ଓ କର୍ଡ଼ାଟାଙ୍କର ମିଶ୍ରିତ ଗୁଣଥାଏ |
· ଗ୍ରସନୀରେ ଥିବା ଗାଲିଛିଦ୍ର ହିଁ କେବଳ ଏକମାତ୍ର ଲକ୍ଷଣ ଯାହା କର୍ଡ଼ାଟା ମାନଙ୍କଠାରେ ରହିଥାଏ |
· ଶରୀର ତିନିଭାଗରେ ବିଭକ୍ତ ଯଥା - ପ୍ରୋବୋସିସ , କୋଲାର , ଓ ଗଣ୍ଡି ଶ୍ଵାସକ୍ରିୟା ଗାଲିଛିଦ୍ର ଦ୍ଵାରା ସଂପାଦିତ ହୁଏ|
· ଉଦାହରଣ : ବାଲାନୋଗ୍ଲୋସାସ୍
x. କର୍ଡାଟା (Chordata) :-
· ଏହି ପ୍ରାଣୀଙ୍କ ନିକଟରେ ତିନୋଟି ମୁଖ୍ୟ ବିଶେଷ ଲକ୍ଷଣ ରହିଥାଏ। ଯଥା :
1.ପୃଷ୍ଠରଜୁ ବା ନୋଟୋକର୍ଡ଼
2. ନଳାକୃତି ପୃଷ୍ଠ ସ୍ନାୟୁରଜ୍ଜୁ
3. ଗ୍ରସନୀରେ ଗାଲିଛିଦ୍ର
. ଏହି ପର୍ବଟି ତିନୋଟି ଉପପର୍ବରେ ବିଭକ୍ତ |
କ) ଇଉରୋକର୍ତ୍ତାଟା (Urochordata) :-
· ଶରୀର ଟ୍ୟୁନିକ୍ ନାମକ ଏକ ଆବରଣ ଦ୍ଵାରା ଆବୃତ |
· ନୋଟୋକର୍ଡ଼ ଓ ନଳାକୃତି ପୃଷ୍ଠ ସ୍ନାୟୁରଜ୍ଜୁ କେବଳ ଶୂକ ବା ଲାର୍ଭା ଅବସ୍ଥାରେ ଥାଏ |
· ଗ୍ରସନୀରେ ଗାଲିଛିଦ୍ର , ହୃତପିଣ୍ଡ ଓ ରକ୍ତବାହୀ ନଳୀ ଥାଏ | ସ୍ନାୟୁତନ୍ତ୍ର ଅତି ସରଳ |
ଖ) ସେଫାଲୋକର୍ଡ଼ାଟ (Cephalochordata) :-
· ଆକାରରେ ଛୋଟ (ପ୍ରାୟ 5-7cm) ମାଛ ଭଳି କିନ୍ତୁ ମୁଣ୍ଡଟି ସୂକ୍ଷ୍ମ |
· କର୍ଡ଼ାଟାର ସମସ୍ତ ଗୁଣ ଏମାନଙ୍କ ଠାରେ ପରିଲକ୍ଷିତ ହୋଇଥାଏ |
· ନୋଟୋକର୍ଡ ଶରୀରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଥାଏ |
· ଉଦାହରଣ : ଆମ୍ପିଓକମାସ ବା ବ୍ରାନକିଓଷ୍ଟୋମା
ଗ) ଭଟିବ୍ରାଟା (Vertebrata) :-
· ସମସ୍ତ ମେରୁଦଣ୍ଡୀ ପ୍ରାଣୀ ଏହି ପର୍ବର ଅର୍ନ୍ତଭୁକ୍ତ| ପୂର୍ଣ୍ଣାଙ୍ଗ ଅବସ୍ଥାରେ ଏମାନଙ୍କର ପୃଷ୍ଠରଜ୍ଜୁ ମେରୁଦଣ୍ଡରେ ରୂପାନ୍ତରିତ ହୋଇଥାଏ |
· ଶରୀରର ବିଭିନ୍ନ ଭାଗରେ ଅସ୍ଥି ବା ଉପାସ୍ଥି ର ଅନ୍ତକଙ୍କାଳ , ମସ୍ତିଷ୍କଟି ଖପୁରୀ ଦ୍ଵାରା ଆବୃତ ହୋଇ ସୁରକ୍ଷିତ ରହେ |
i. ସାଇକ୍ଲୋଷ୍ଟୋମାଟା (Cyclostomata):-
· ଆଦିମ ମେରୁଦଣ୍ଡୀ ପ୍ରାଣୀ କୁହାଯାଏ |
· ଶରୀର ଦୀର୍ଘାୟିତ ଓ ମୁଖହନୁ ବିହୀନ |
· ଏମାନେ ପରଜୀବୀ ଭାବରେ ଜୀବନଯାପନ କରନ୍ତି |
· ଉଦାହରଣ : ପେଟ୍ରୋମାଇଜନ୍ , ମିକ୍ସିନ୍ ଇତ୍ୟାଦି |
ii. ପାଇସେସ୍ (Pisces) :-
· ସାଧାରଣ ମାଛ ଏହାର ଉଦାହରଣ | ଶରୀର ଅସ୍ଥି ବା ତରୁଣାସ୍ତିରେ ଗଠିତ | ଶରୀର କାତିଦ୍ୱାରା ଆବୃତ | କାତିରେ ବୃଦ୍ଧିବଳୟ ଥାଏ ଓ ତାହା ଆକାରରେ ମଧ୍ୟ ଭିନ୍ନ ଭିନ୍ନ |
· ପାଚକନଳୀର ଶେଷଭାଗରେ ଅବସାରଣୀ ଛିଦ୍ର ଥାଏ । ମୁଖର ହନୁ ଦାନ୍ତ ଯୁକ୍ତ | ଗାଲି ଦ୍ଵାରା ଶ୍ଵାସକ୍ରିୟ ସଂପାଦନ କରିଥାନ୍ତି |
· ଉଦାହରଣ : ଯଥା— ଶାଙ୍କୁଚମାଛ , ମଗର ମାଛ , ହିପୋକେମ୍ପସ ଇତ୍ୟାଦି | ରୋହି, ଭାକୁର, ମିରିକାଳି, ଶେଉଳ (ମଧୁରଜଳ)
· ଇଲିସି, ଖଇଙ୍ଗା (ଲୁଣିଜଳ) ଇତ୍ୟାଦି |
iii. ଆମ୍ପିବିଆ (Amphibia) :-
· ଏମାନେ ଉଭୟଚର ପ୍ରାଣୀ | ଚର୍ମ, ସାଧାରଣତଃ ପତଳା, ଆର୍ଦ୍ର, ଗ୍ରନ୍ଥିଳ ଓ ଏମାନଙ୍କ ଅନ୍ତଃକଙ୍କାଳ |
· ଏମାନେ ମାଂସାଶୀ ଏକ କୀଟପତଙ୍କ ଏମାନଙ୍କର ମୁଖ୍ୟ ଖାଦ୍ୟ |
· ଲାର୍ଭା ଅବସ୍ଥାରେ ଗାଲି ଓ ପୁର୍ଣାଙ୍ଗ ଅବସ୍ଥାରେ ଫୁସ୍ଫୁସ୍ ଦ୍ଵାରା ଶ୍ଵାସକ୍ରିୟା କରିଥାନ୍ତି | ବେଳେ ବେଳେ ଚର୍ମ ଦ୍ଵାରା କରିଥାନ୍ତି |
· ହୃତପିଣ୍ଡ ତିନି କୋଠରୀଯୁକ୍ତ ଏବଂ ବୃକ୍କ ଦ୍ଵାରା ରେଚନ କାର୍ଯ୍ୟ ହୁଏ |
· ଉଦାହରଣ : ପାଣିବେଙ୍ଗ , ହାଇଲା, ସାଇମେଣ୍ଡର ଇତ୍ୟାଦି |
iv. ରେପଟିଲିଆ ( Reptilia):-
· ସରୀସୃପ ପ୍ରାଣୀ ମଧ୍ୟ କୁହାଯାଏ | କେତେକ ଜଳରେ ବାସକରୁଥିବା ବେଳେ କେତେକ ସ୍ଥଳରେ ବାସ କରନ୍ତି |
· ଏମାନଙ୍କ ପାଦ ପାଞ୍ଚ ଆଙ୍ଗୁଳି ବିଶିଷ୍ଟ ଶରୀର ପଛପଟେ ଲାଞ୍ଜ ଥାଏ | ଚର୍ମଶୁଷ୍କ ଓ ଗ୍ରନ୍ଥି ବିହୀନ ଅଧିକାଂଶ ମାଂସଭୋଜୀ |
· ଶ୍ଵାସକ୍ରିୟା ଫୁସଫୁସ୍ ଦ୍ଵାରା ଏବଂ ରେଚନ ବୃକକ୍ ଦ୍ଵାରା ହୋଇଥାଏ |
· ଉଦାହରଣ – ଏଣ୍ଡୁଅ , କଇଁଚ , କୁମ୍ଭୀର ,ଝିଟିପିଟି , ସାପ ଇତ୍ୟାଦି |
v. ଏଭସ୍ (Aves):-
· ଏମାନଙ୍କୁ ପକ୍ଷୀ ବା ବିହଙ୍ଗ କୁହାଯାଏ | ଶରୀର ଡଙ୍ଗା ପରି ଏବଂ ପର ଦ୍ଵାରା ଆବୃତ |
· ଦୁଇଯୋଡ଼ା ଗୋଡ ମଧ୍ୟରୁ ଗୋଟିଏ ଯୋଡ଼ା ଗୋଡ , ଡେଣା ଭାବରେ ଏବଂ ଅନ୍ୟ ଯୋଡ଼ା ଗୋଡ ଚାଳିବାରେ ବ୍ୟବହୃତ ହୋଇଥାଏ ।
· ଥଣ୍ଟ ସାହାଯ୍ୟରେ ବସା ତିଆରି କରନ୍ତି | ପାଟିରେ ଦାନ୍ତ ନ ଥାଏ |
· ଖାଦ୍ୟ ସଞ୍ଚୟ ପାଇଁ ଗଳଧାନିକା ଓ ପ୍ୟାକ ନଳୀରେ ପେଷଣ ରହିଥାଏ |
· ହୃତପିଣ୍ଡ ଚାରି କଠୋରୀ ବିଶିଷ୍ଟ ମଳରେ ୟୁରିକ ଅମ୍ଳ ଥାଏ |
· ଉଦାହରଣ : କୁକୁଡ଼ା , କାଉ , ପାରା , ଚିଲ , ପେଙ୍ଗୁଇନ୍ ଇତ୍ୟାଦି |
vi. ମାମାଲିଆ (Mammalia):-
· ଏମାନେ ସ୍ତନ୍ୟପାୟୀ | ମସ୍ତିଷ୍କ ଓ ଜ୍ଞାନେନ୍ଦ୍ରୀୟ ଉନ୍ନତ | ଶରୀର ଲୋମଯୁକ୍ତ | କେତେକ ଆଦିସ୍ତନ୍ୟ ପାୟୀ ଅଣ୍ଡା ଦିଅନ୍ତି (ପ୍ଲାଟିପସ୍) | ମାତ୍ର ଅନ୍ୟମାନେ ଛୁଆ ଜନ୍ମ କରନ୍ତି |
· ଶ୍ଵାସକ୍ରିୟା , ରକ୍ତସଂଚାଳନ ଓ ରେଚନ ତନ୍ତ୍ର ବେଶ ଉନ୍ନତ ଧରଣର |
· ଉଦାହରଣ : କଙ୍ଗାରୁ, ଗାଈ , କୁକୁର , ଗଧ , ବାଦୁଡି , ତିମି ,ମାଙ୍କଡ , ମନୁଷ୍ୟ ଇତ୍ୟାଦି |