- SCHOOL BOARDS
- BSE/CHSE ODISHA
- CLASS 9
- ODIA GRAMMAR
- ପ୍ରଥମ ଅଧ୍ୟାୟ : ଶବ୍ଦ ଗଠନ
- Shabda Gathan ଶବ୍ଦ ଗଠନ Class 9 Odia Grammar Chapter 1
Shabda Gathan ଶବ୍ଦ ଗଠନ Class 9 Odia Grammar Chapter 1
Language : Odia
Class 9 Odia Grammar ମାଧ୍ୟମିକ ବ୍ୟାକରଣ ପ୍ରଥମ ଅଧ୍ୟାୟ - ଶବ୍ଦ ଗଠନ
ପ୍ରଥମ ଅଧ୍ୟାୟ
ଶବ୍ଦ ଗଠନ
ଶବ୍ଦର ସଂଜ୍ଞା - ଏକ ବର୍ଣ୍ଣ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ ଅର୍ଥ ପ୍ରକାଶ କଲେ ତାହାକୁ ଶବ୍ଦ କୁହାଯାଏ |
ଉଦାହରଣ – ଗରନ – ନଗର
ତସରମ – ସରବତ
ଭାଷା ହେଉଛି ଭାବ ବିନିମୟର ମାଧ୍ୟମ | ଶବ୍ଦପୁଞ୍ଜ ହେଉଛନ୍ତି ଭାଷାର ଅଙ୍ଗସଦୃଶ | ଏହି ଶବ୍ଦମାନଙ୍କୁ ନେଇ ଭାଷା ନିଜର ବୁଦ୍ଧି କରେ | ଗୋଟିଏ ଭାଷାର ଶବ୍ଦ ଭଣ୍ଡାର ହିଁ ତା’ର ମେରୁଦଣ୍ଡ ଆମ ଓଡିଆ ଭାଷାର ଏହି ଶବ୍ଦ ଭଣ୍ଡାର ଅସୀମ |
ଶବ୍ଦର ପ୍ରକାରଭେଦ
ବ୍ୟବହାର ଦୃଷ୍ଟିରୁ ଓଡିଆ ଭାଷାର ଶବ୍ଦ ଭଣ୍ଡାରକୁ ଚାରି ଭାଗରେ ବିଭକ୍ତ କରାଯାଇଛି | ଯଥା – ତତସମ , ତଦଭବ , ଦେଶଜ ଓ ବୈଦେଶିକ |
ତତସମ –
ତତ + ସମ = ତତସମ , ତତ ଅର୍ଥ ତାହା ଓ ସମ ଅର୍ଥ ସମାନ | ଯେଉଁ ଶବ୍ଦ ଗୁଡିକ ସଂସ୍କୃତ ଭାଷାରୁ ଅବିକଳ ଓଡିଆ ଭାଷାରେ ବ୍ୟବହୃତ ତାହାକୁ ତତ୍ସମ ଶବ୍ଦ କହନ୍ତି | ସଂସ୍କୃତ ଭାଷା ସହ ସମାନ | ଉଦାହରଣ – ଚକ୍ର , ଚନ୍ଦ୍ର , ନଦୀ , ଅଙ୍କ , ସଂସାର , ପର୍ବତ , ଆକାଶ , ଅରଣ୍ୟ , ଆଚାର୍ଯ୍ୟ
ତତଭବ –
ତଦ + ଭବ = ତଦଭବ ଅର୍ଥାତ ତତର ଅର୍ଥ ତାହା , ଭବ ଅର୍ଥ ଜାତ ତହିଁରୁ ଜାତ | ଯେଉଁ ଓଡିଆ ଶବ୍ଦଗୁଡିକ ଶବ୍ଦମାନଙ୍କରୁ ସୃଷ୍ଟି ହୋଇଛି ତାହାକୁ ତଦଭବ କୁହାଯାଏ |
ଉଦାହରଣ
ସଂସ୍କୃତ ଓଡିଆ
ଘୃତ ଘିଅ
ଗାଭୀ ଗାଈ
ଗବ୍ଦଭ ଗଧ
ଭୂମି ଭୂଇଁ
କୂପ କୂଅ
ନଦୀ ନଈ
ଦେଶଜ –
ଆମ ଦେଶର ଲୋକଙ୍କ ମୁଖରୁ ନିସୃତ ଶବ୍ଦକୁ ଦେଶଜ କୁହାଯାଏ | ଦେଶଜ ଅର୍ଥ ଦେଶରୁ ଜାତ ବା ଦେଶବାସୀଙ୍କଠାରୁ ଜାତ ଦେଶଜ ଶବ୍ଦ ୩ ପ୍ରକାରର ଯଥା:
ଦ୍ରାବିଡ – ଅଜା , ଆରିସା , ଏଣ୍ଡୁରି , ଅଗାଡି
ଆଦିବାସୀ – ଅଟେଇ , ଅରମା , ଆଣ୍ଠୁ ଇତ୍ୟାଦି
ମୁଖନିସୃତ – ଢିଙ୍କି , ଛାଞ୍ଚୁଣି , ଜନ୍ତାଳ , କର
ବୈଦେଶିକ –
ଭାରତକୁ ବହୁ ବିଦେଶୀ ବିଭିନ୍ନ ସମୟରେ ଆସିଛନ୍ତି | ତାଙ୍କ ସାହିତ୍ୟ ଓ ସଂସ୍କୃତିର ପ୍ରଭାବ ଆମ ଉପରେ ପଡିଛି | ତାଙ୍କର କିଛି ଶବ୍ଦ ଆମ ଭାଷାରେ ମିଶିଯାଇଛି , ତାହାକୁ ବୈଦେଶିକ ଶବ୍ଦ କୁହାଯାଏ |ଏହା ୫ ପ୍ରକାରର
ଯଥା –
ପର୍ତ୍ତୁଗୀଜ – ଗୀର୍ଜା , ପାଦ୍ରି
ଯାବନିକ – ଅଦାଲତ , ଆଇନ , ଓକିଲ
ପାରସିକ – ଅଙ୍ଗୁର , ଖଜଣା , କରଜ , ଚଷମା
ତୁର୍କୀ – କଇଞ୍ଚି , ବନ୍ଧୁକ , ବାରୁଦ
ଇଂରାଜୀ – ଟିକେଟ , ବେଞ୍ଚ , ଟେବୁଲ
ଶବ୍ଦଭଣ୍ଡାର ଅତି ବିଶାଳ | ଗଠନ ଦୃଷ୍ଟିରୁ ଏହାକୁ ଦୁଇ ଭାଗରେ’ବିଭକ୍ତ କରାଯାଏ | ଯଥା ମୌଳିକ ଶବ୍ଦ ଓ ବ୍ୟୁତ୍ପନ୍ନ ଶବ୍ଦ |
ମୌଳିକ – ଯେଉଁ ଶବ୍ଦରୁ କୌଣସି ଉପାଯରେ ଗୋଟିଏ ବର୍ଣ୍ଣ କଟିଦେଲେ ଅର୍ଥ ପ୍ରକାଶ ପାଏ ନାହିଁ ତାହାକୁ ମୌଳିକ ଶବ୍ଦ କହନ୍ତି | ଯଥା – ବହି, ପାଟ, ଧଳା, ଗଛ, ଧୂଳି ଇତ୍ୟାଦି
ବ୍ୟୁତ୍ପନ୍ନ – ଶବ୍ଦର ପୂର୍ବରୁ କିମ୍ବା ପରେ ପ୍ରତ୍ୟୟ ଯୋଗ କରି ନୂତନ ଶବ୍ଦ ଗଠନ କରାଗଲେ ତାହାକୁ ବ୍ୟୁତ୍ପନ୍ନ ଶବ୍ଦ କହନ୍ତି | ଉଦାହରଣ ଘର + ଉଆ = ଘରୁଆ , ପ୍ର + ତାପ = ପ୍ରତାପ , କୃ +ଅନୀୟ = କରଣୀୟ , କାଠ + ଇ = କାଠି
ଯେଉଁ ଗଠନ ରୀତି ଦ୍ଵାରା ଆମେ ନୂତନ ଶବ୍ଦ ପାଇଥାଉ ସେଗୁଡିକ ହେଲା ଲିଙ୍ଗ , ବଚନ , ବିଭକ୍ତି ,ସନ୍ଧି , ସମାସ , ଯୁଗ୍ମ ଶବ୍ଦ ,ବିପରୀତ ଶବ୍ଦ , ସମୋଚ୍ଚାରିତ ଶବ୍ଦ , କୁଦନ୍ତ , ତଦ୍ଧିତ ,ଉପସର୍ଗ , ସନନ୍ତ ,
ଲିଙ୍ଗ -: ଓଡିଆ ଭାଷାରେ ପ୍ରାଣୀବାଚକ ବିଶେଷ୍ୟକୁ ଲିଙ୍ଗ କହନ୍ତି | ଏହା ଦୁଇ ପ୍ରକାରର ଯଥା ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ | ଅପ୍ରାଣୀବାଚକ ବିଶେଷ୍ୟଗୁଡିକୁ କ୍ଲୀବଲିଙ୍ଗ ଭାବେ ଗ୍ରହଣ କରାଯାଏ | ଏହି ଲିଙ୍ଗ ପରିବର୍ତ୍ତନ ବା ପୁଲିଙ୍ଗକୁ ସ୍ତ୍ରୀଲିଙ୍ଗ କରିବାର ୫ଟି ନିୟମ ଅଛି |
ଆ ପ୍ରତ୍ୟୟ – ଶିକ୍ଷକ – ଶିକ୍ଷିକା
ବାଳକ – ବାଳିକା
କୋକିଳ – କୋକିଳା
ଈ ପ୍ରତ୍ୟୟ – ନର – ନାରୀ
ଛାତ୍ର – ଛାତ୍ରୀ
କିଶୋର – କିଶୋରୀ
ଆନୀ ଓ ଆଣୀ ପ୍ରତ୍ୟୟ – ଶିବ – ଶିବାନୀ
ଭବ – ଭବାନୀ
ଇନ୍ଦ୍ର – ଇନ୍ଦ୍ରାଣୀ
ଉଲୀ ପ୍ରତ୍ୟୟ – ବେଙ୍ଗ – ବେଙ୍ଗୁଲୀ
ବଗ – ବଗୁଲୀ
ଭିନ୍ନ ଅର୍ଥ ବା ଶବ୍ଦ ଦ୍ଵାରା – ରାଜା – ରାଣୀ
ଜନକ – ଜନନୀ
ସ୍ୱାମୀ – ସ୍ତ୍ରୀ
ବଚନ – ଯେଉଁଥିରୁ ବସ୍ତୁର ବ୍ୟକ୍ତିର ସଂଖ୍ୟା ଜଣାପଡେ ତାହାକୁ ବଚନ କହନ୍ତି | ଏହା ଦୁଇ ପ୍ରକାରର ଏକ ବଚନ ଓ ବହୁବଚନ |
ଉଦାହରଣ – ଗୋଟିଏ ପିଲା , ଅନେକ ଲୋକ
ଯେଉଁ ପଦରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବୋଲି ଜଣାପଡେ ତାହାକୁ ଏକ ବଚନ କହନ୍ତି | ଉଦାହରଣ – ମୁଁ , ତୁ , ସେ , ନଈ , ଗଛ
ଯେଉଁ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ଜଣାଯାଏ , ତାହାକୁ ବହୁବଚନ କହନ୍ତି | ଉଦାହରଣ - ପର୍ବତ ରାଜି , ଗାଈପଲ , ପୁସ୍ତକଗୁଡିକ , ସେମାନେ , ଆମ୍ଭେ
ଯୁଗ୍ମଶବ୍ଦ – ଯୁଗ୍ମଶବ୍ଦର ଅର୍ଥ ଯୋଡ଼ା , ଦୁଇଟି ଶବ୍ଦମିଶି ଯେଉଁ ଶବ୍ଦ ଗଠିତ ହୁଏ ତାହାକୁ ଯୁଗ୍ମଶବ୍ଦ କହନ୍ତି | ଯୁଗ୍ମଶବ୍ଦ ୫ ପ୍ରକାରର ଯଥା -:
ବିପରିତାର୍ଥବୋଧକ ଯୁଗ୍ମଶବ୍ଦ -: ଦିନରାତି , ସୁଖଦୁଃଖ , ହାନିଲାଭ , ଧର୍ମଅଧର୍ମ , ବଡସାନ
ସମାର୍ଥକ ଯୁଗ୍ମଶବ୍ଦ -: ହଣାମରା , ଗୋରୁଗାଈ , ଧନରତ୍ନ , ଜୀବଜନ୍ତୁ , ବନ୍ଧୁବାନ୍ଧବ ଇତ୍ୟାଦି
ଅର୍ଥଥିବା ଅର୍ଥ ନଥିବା ଯୁଗ୍ମଶବ୍ଦ -: କାମଦାମ , ବାସନକୁସନ , ପେଟପାଟଣା , ଘରଫର
କ୍ରିୟାବାଚକ ଯୁଗ୍ମଶବ୍ଦ -: ପଢାପଢି , କରାକରି , ଧରାଧରି , ଲେଖାଲେଖି , ପିଟାପିଟି
ଦ୍ଵିରକ୍ତ ଯୁଗ୍ମ ଶବ୍ଦ -: ପେଁ ପେଁ , ଆପେ ଆପେ , ସିଧାସିଧା , ଧୁଧୁ , ଛଳଛଳ , ଠକ୍ ଠକ୍
ସମୋଚ୍ଚାରିତ ଶବ୍ଦ
ଆମ ମାତୃଭାଷାରେ କେତେକ ଶବ୍ଦ ଅଛି ଯାହାର ଉଚ୍ଚାରଣ ସମାନ ହେଲେ ମଧ୍ୟ ଅର୍ଥଗତ ପାର୍ଥକ୍ୟ ପରିଲକ୍ଷିତ ହୁଏ ତାହାକୁ ସମୋଚ୍ଚାରିତ ଶବ୍ଦ କହନ୍ତି | ବିଶେଷ ଭାବରେ ବାକ୍ୟ କବିତାରେ ଏହାର ପ୍ରଚୁର ବ୍ୟବହାର କରାଯାଏ |
ଉଦାହରଣ :
ଅଶନ – ଭୋଜନ ଅସନ – କ୍ଷେପଣ
ଈଶ – ଈଶ୍ଵର ଈଶ – ଲଙ୍ଗଳଦଣ୍ଡ
ଚିର – ଦୀର୍ଘକାଳ ଚୀର – ଛିଣ୍ଡାକନା
କୁଳ – ବଂଶ କୁଳ – ତଟ
କୃତି – କାର୍ଯ୍ୟ କୃତୀ – ଦକ୍ଷ
ବଳି – ତ୍ୟାଗ ବଳୀ – ବଳୁଆ
ଦିନ – ଦିବସ ଦୀନ – ଗରିବ
ପୂତ – ପବିତ୍ର ପୁତ – ପୁଅ
ବିପରୀତାର୍ଥକ ଶବ୍ଦ :
ଖରା – ବର୍ଷା
ଦିନ – ରାତି
ସତ – ମିଛ
ହସ – କାନ୍ଦ
ଅପେକ୍ଷା – ଉପେକ୍ଷା
ଅସଲ – ନକଲ
ଅଲଣା – ଲୁଣିଆ
ଆଗ – ପଛ
ଲୋଭୀ – ନିର୍ଲୋଭ
ଆନନ୍ଦ – ନିରାନନ୍ଦ
ସାମ୍ୟ – ବୈଷମ୍ୟ
ଦେବ – ଦାନବ
ସନ୍ନନ୍ତ :
ଇଚ୍ଛା ଅର୍ଥରେ ଧାତୁ ପରେ ସନ ପ୍ରତ୍ୟୟ ଯୋଗ ହୋଇ ଯେଉଁ ଶବ୍ଦ ଗଠିତ ହୁଏ ତାହାକୁ ସନନ୍ତ କହନ୍ତି | ଉଦାହରଣ
ପିଇବାର ଇଚ୍ଛା – ପା +ସନ = ପିପାସା
ଜୟ କରିବାର ଇଚ୍ଛା = ଜି +ସନ = ଜିଗୀଷା
ପଠନ କରିବାର ଇଚ୍ଛା = ପଠ୍ + ସନ = ପିପଠିଷା
ଗମନ କରିବାର ଇଚ୍ଛା – ଗମ + ସନ = ଜିଗମିଷା
ଯଙନ୍ତ -: ଅତିଶଯ୍ୟ ବୁଝାଇବା ପାଇଁ ଧାତୁରେ ଯଙ ପ୍ରତ୍ୟୟ ଯୋଗ କରାଯାଇ ଯେଉଁ ଶବ୍ଦ ଗଠନ କରାଯାଏ ତାହାକୁ ଯଙନ୍ତ କହନ୍ତି | ଏଥିରେ ମାନ ପ୍ରତ୍ୟୟ ବ୍ୟବହାର କରାଯାଏ |
ଉଦାହରଣ -: ଜ୍ଵଳ + ଯଙ = ଜାଜ୍ଵଲ୍ୟ + ମାନ = ଜାଜୁଲ୍ୟମାନ
ଦୀପ + ଯଙ = ଦେଦୀପ୍ୟ + ମାନ = ଦେଦୀପ୍ୟମାନ
ଣିଜନ୍ତ -: ପ୍ରୟୋଜନ ଅର୍ଥରେ ଧାତୁ ସହ ଣିଚ ପ୍ରତ୍ୟୟ ଯୋଗ କରି ଯେଉଁ ଶବ୍ଦ ଗଠିତ ହୁଏ ତାହାକୁ ଣିଜନ୍ତ କହନ୍ତି | ଉଦାହରଣ
ସ୍ଥା + ଣିଚ = ସ୍ଥାପି – ସ୍ଥାପନ
ପଠ + ଣିଚ = ପାଠି – ପଠନ
ଜ୍ଞା +ଣିଚ =ଜ୍ଞାପି – ଜ୍ଞାପନ
ଚଳ + ଣିଚ = ଚାଳି – ଚଳନ
ପ୍ରଶ୍ନାବଳୀ
୧. ଶବ୍ଦ କାହାକୁ କହନ୍ତି ?
ଉ : ଏକ ବର୍ଣ୍ଣ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କହନ୍ତି |
୨. ଶବ୍ଦ କେତେ ପ୍ରକାରର ଓ କ’ଣ କ’ଣ ?
ଉ : ଶବ୍ଦ ଚାରି ପ୍ରକାରର ଯଥା -: ତତସମ , ତଦଭବ , ଦେଶଜ , ବୈଦେଶିକ
୩. ନଈ ଶବ୍ଦଟି କେଉଁ ମୂଳଶବ୍ଦରୁ ଉତ୍ପନ୍ନ ହୋଇଛି ?
ଉ : ନଈ ଶବ୍ଦଟି ମୂଳଶବ୍ଦ ‘ନଦୀ’ରୁ ଉତ୍ପନ୍ନ ହୋଇଛି |
୪. ଗଧରୁ ତତସମ ରୂପଟି କ’ଣ ?
ଉ : ଗଧର ତତସମ ରୂପଟି ହେଉଛି – ଗର୍ଦ୍ଦଭ
୫. ଦ୍ରାବିଡ ଭାଷାରୁ ଆମ ଭାଷାକୁ ଆସିଥିବା ଦୁଇଟି ଶବ୍ଦର ନାମ ଲେଖ ?
ଉ : ଦ୍ରାବିଡ ଭାଷାରୁ ଆମ ଭାଷାକୁ ଆସିଥିବା ଦୁଇଟି ଶବ୍ଦର ନାମ ଲେଖ – ଆରିସା , ଏଣ୍ଡୁରି
୬. ଅକଲ ଶବ୍ଦଟି କେଉଁ ଭାଷାରୁ ଆମ ଭାଷାକୁ ଆସିଛି ?
ଉ : ଅକଲ ଶବ୍ଦଟି ଯାବନିକ ଭାଷାରୁ ଆମ ଭାଷାକୁ ଆସିଛି |
୭. ଆମ ଭାଷାରେ ପ୍ରଚଳିତ ୫ଟି ଇଂରାଜୀ ଶବ୍ଦ କୁହ ?
ଉ : ଆମ ଭାଷାରେ ପ୍ରଚଳିତ ଇଂରାଜୀ ଶବ୍ଦ ଟିକେଟ , ବିସ୍କୁଟ , ରକେଟ , ହେଲମେଟ , ଜଜମେଣ୍ଟ
୮. କିଶୋର , ବଧୂ , ବଗୁଲୀ , ପିତା , ସ୍ୱାମୀ ଶବ୍ଦ ଗୁଡିକର ଲିଙ୍ଗ ପରିବର୍ତ୍ତନ କର |
ଉ : କିଶୋର - କିଶୋରୀ
ବଧୂ - ବର
ବଗୁଲୀ - ବଗ
ପିତା - ମାତା
ସ୍ୱାମୀ - ସ୍ତ୍ରୀ
୯. ବଚନର ସଂଜ୍ଞା ନିରୂପଣ କର ?
ଉ : ଯେଉଁଥିରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାପଡେ ତାହାକୁ ବଚନ କହନ୍ତି |
୧୦. ପୁତ ,ପୂତ ମଧ୍ୟରେ ଅର୍ଥଗତ ପାର୍ଥକ୍ୟ ଦର୍ଶାଅ |
ପୁତ - ପୁଅ
ପୂତ - ପବିତ୍ର
୧୧. କୃପଣର ବିପରୀତ ଶବ୍ଦ ଲେଖ ?
ଉ : କୃପଣର ବିପରୀତ ଶବ୍ଦ ବଦାନ୍ୟ |
୧୨. ଣିଜନ୍ତ ଓ ଯଙନ୍ତ ମଧ୍ୟରେ କ’ଣ ପ୍ରଭେଦ ଅଛି ଲେଖ |
ଣିଜନ୍ତ – ପ୍ରୟୋଜନ ଅର୍ଥରେ ଧାତୁ ସହ ପ୍ରତ୍ୟୟ ଣିଚ ବ୍ୟବହାର ହେଲେ ଣିଜନ୍ତ ହୁଏ | ଉଦାହରଣ – ସ୍ଥା + ଣିଚ = ସ୍ଥାପି
ଯଙନ୍ତ – ଅତି ଶଯ୍ୟ ବୁଝାଇବା ପାଇଁ ଧାତୁରେ ଯଙ ପ୍ରତ୍ୟୟ ଯୋଗ କରାଯାଇ ଶବ୍ଦ ହେଲେ ଯଙନ୍ତ ହୁଏ | ଉଦାହରଣ – ଜୁଳ + ଯଙ = ଜାଜ୍ଵଲ୍ୟ
୧୩. ବିଶେଷ୍ୟ ପଦକୁ ବିଶେଷଣ କର ?
ସ୍ଥାପନ , ଜ୍ଞାପନ , ପାଳନ , ଚାଳନ , ପାଠନ
ସ୍ଥାପନ – ସ୍ଥାପିତ , ଜ୍ଞାପନ – ଜ୍ଞାପିତ , ପାଳନ – ପାଳିତ , ପଠନ – ପଠିତ , ଚାଳନ – ଚାଳିତ |
୧୪. ପ୍ରତ୍ୟେକ ଧାଡିରେ ଥିବା ଭିନ୍ନ ଶବ୍ଦକୁ ବାଛ |
ଧନରତ୍ନ , ଭଲମନ୍ଦ , କିଣାବିକା , ସୁଖଦୁଃଖ = ଧନରତ୍ନ
ପେଟପାଟଣା , ବନ୍ଧୁବାନ୍ଧବ , ବାସନକୁସନ , ଲୁଗାପଟା = ବନ୍ଧୁବାନ୍ଧବ
ପିପାସା ,ଜିଜ୍ଞାସା , ତମାସା , ପିପଠିଷା = ତମାସା