Odia Medium Class 4 Social Science Chapter-11 ପୃଥିବୀ ଓ ଆକାଶ (Pruthibi O Akasha) Notes

Language : Odia

LRNR provides this material totally free

Odia Medium Class 4 Social Science Chapter-11 ପୃଥିବୀ ଓ ଆକାଶ (Pruthibi O Akasha) Notes


·    ଆକାଶରେ ଦେଖୁଥିବା ସୂର୍ଯ୍ୟ ମଧ୍ୟ ଏକ ନକ୍ଷତ୍ର ବା ତାରା |ଅନ୍ୟ ତାରାମାନଙ୍କ ତୁଳନାରେ ସେ ଆମର ନିକଟରେ ଥିବାରୁ ଟିକେ ବଡ ଦେଖାଯାଏ |


·    ସୂର୍ଯ୍ୟତାରା ହୋଇଥିବାରୁ ତାହାର ଆଲୋକ ଅଛି |


·    ପୃଥିବୀ କିନ୍ତୁ ତାରା ନୁହେଁ |


·    ସୌରଜଗରେ ସାତୋଟି ଗ୍ରହ ଅଛନ୍ତି | ସେମାନେ ମଧ୍ୟ ସୂର୍ଯ୍ୟ ଚାରିପାଖେ ଘୂରନ୍ତି | ସେମାନେ ହେଲେ – ବୁଧ, ଶୁକ୍ର , ମଙ୍ଗଳ, ବୃହସ୍ପତି , ଶନି , ଇନ୍ଦ୍ର ଓ ବରୁଣ |


·    ପୃଥିବୀ ଚାରିପଟେ ଚନ୍ଦ୍ର ଘୂରେ |


·    ଏହି ଚନ୍ଦ୍ର ପୃଥିବୀର ଏକମାତ୍ର ଉପଗ୍ରହ |


·    ସୂର୍ଯ୍ୟ, ଆଠଟି ଗ୍ରହ ଓ ସେମାନଙ୍କ ଉପଗ୍ରହ ଆଦିକୁ ନେଇ ସୌରଜଗତ ଗଠିତ |


·    ସୂର୍ଯ୍ୟ ଆମକୁ ଆଲୋକ ଓ ତାପ ଦିଏ | କାରଣ ସୂର୍ଯ୍ୟ ବକ୍ଷରେ ପ୍ରତି ମୁହୂର୍ତ୍ତରେ ଅସୀମ ଶକ୍ତି ଜାତ ହୋଇଥାଏ | ସୂର୍ଯ୍ୟ ପୃଷ୍ଠର ତାପମାତ୍ରା ୬୦୦୦ °ସେଲସିୟସ |


·    ଆକାରରେ ସୂର୍ଯ୍ୟ ପୃଥିବୀର ୧୩ ଲକ୍ଷ ଗୁଣ ଅଟେ |


·    ପୃଥିବୀ ଚନ୍ଦ୍ରଠାରୁ ଆକାରରେ ବଡ | ପୃଥିବୀ ଭିତରେ ୫୦ ଟା ଚନ୍ଦ୍ର ରହିଯାଇପାରିବ |


·    ପୃଥିବୀ ନିଜ ଅକ୍ଷ ଚାରିପଟେ ଥରେ ଘୂରି ଆସିବାକୁ - ଆବର୍ତ୍ତନ |


·    ସୂର୍ଯ୍ୟ ଚାରିପାଖରେ ଥରେ କକ୍ଷ ପଥରେ ଘୂରି ଆସିବାକୁ – ପରିକ୍ରମଣ


·    ପୃଥିବୀର ଆବର୍ତ୍ତନ କାଳ ୨୪ ଘଣ୍ଟା ବା ୧ ଦିନ ପରିକ୍ରମଣ କାଳ ୩୬୫ ଚନ୍ଦ୍ରର ଆବର୍ତ୍ତନ ଓ ପରିକ୍ରମଣ କାଳ ପ୍ରାୟ ୨୮ ଦିନ |


·    ସୂର୍ଯ୍ୟ ମଧ୍ୟ ନିଜ ଅକ୍ଷ ଚାରିପଟେ ୨୫ ଦିନରେ ଥରେ ଘୂରେ |


·    ଚନ୍ଦ୍ରର ଆବର୍ତ୍ତନ କାଳ ୨୮ ଦିନ | ପୃଥିବୀର ଆବର୍ତ୍ତନ କାଳ ୧ ଦିନ (୨୪ ଘଣ୍ଟା) ସୂର୍ଯ୍ୟର ଆବର୍ତ୍ତନ କାଳ ୨୫ ଦିନ |


·    ସୂର୍ଯ୍ୟର ଓଜନ ପୃଥିବୀର ଓଜନଠାରୁ ବହୁତ ଅଧିକ |


·    ପୃଥିବୀ, ସୂର୍ଯ୍ୟ ଓ ଚନ୍ଦ୍ର ଓଜନ ଅଛି |


·    ସୂର୍ଯ୍ୟର ମଧ୍ୟ ଆକର୍ଷଣ ବଳ ଅଛି |


·    ସାତୋଟି ନକ୍ଷତ୍ର ଥିବା ମଣ୍ଡଳଟିକୁ ସପ୍ତର୍ଷି ମଣ୍ଡଳ କହନ୍ତି |


·    ପୂର୍ଣ୍ଣିମା ଠାରୁ ଅମବାସ୍ୟା ପର୍ଯ୍ୟନ୍ତ ଚନ୍ଦ୍ରର ଆଲୋକିତ ଅଂଶ କମି କମି ଯାଉଥିବାରୁ ଏହାକୁ କୃଷ୍ଣପକ୍ଷ କହନ୍ତି |


·    ଅମବାସ୍ୟା ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୫ ଦିନକୁ ଶୁକ୍ଲପକ୍ଷ କହନ୍ତି | ଚନ୍ଦ୍ରର ଆଲୋକିତ ଅଂଶର ବଢିବା ଓ କମିବାକୁ ଚନ୍ଦ୍ରକଳାର ହ୍ରାସ ବୃଦ୍ଧି କୁହାଯାଏ |


·    ପୃଥିବୀ ମଧ୍ୟ ନିଜ କକ୍ଷ ପଥରେ ସୂର୍ଯ୍ୟଙ୍କ ଚାରିପାଖରେ ୩୬୫ ଦିନରେ ଥରେ ବୁଲିଥାଏ | ଏହାକୁ ପୃଥିବୀର ବାର୍ଷିକ ଗତି କହନ୍ତି |


·    ଗ୍ଲୋବର ମଧ୍ୟଭାଗରେ ଏକ ମୋଟା ଗାଈ ଦିଆଯାଇଛି | ଏହା ବିଷୁବ ବୃତ୍ତ | ବିଷୁବ ବୃତ୍ତ | ବିଷୁବ ବୃତ୍ତର ଉତ୍ତର ଭାଗକୁ ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଭାଗକୁ ଦକ୍ଷିଣ ଗୋଲାର୍ଦ୍ଧ କୁହାଯାଏ |


Ratings
No reviews yet, be the first one to review the product.