Odia Medium Class 4 Social Science Chapter-2 ବିପର୍ଯ୍ୟୟ ଓ ସୁରକ୍ଷା (Biparjyaya O Surakhya) Notes

Language : Odia

LRNR provides this material totally free

Odia Medium Class 4 Social Science Chapter-2 ବିପର୍ଯ୍ୟୟ ଓ ସୁରକ୍ଷା (Biparjyaya O Surakhya) Notes



କୌଣସି ଏକ ଅସହାୟ ଗୋଷ୍ଠୀ ଉପରେ ଅଚାନକ ଗୋଟିଏ ବିପଦପୂର୍ଣ୍ଣ ଘଟଣା ଘଟିଲେ ତାହାକୁ ସାଧାରଣତଃ ବିପର୍ଯ୍ୟୟ କୁହାଯାଏ | ଏହା ଘଟିଲେ ଜୀବନ ଜୀବିକା, ସମ୍ପତ୍ତି ଓ ଭିତ୍ତିଭୂମି ନଷ୍ଟ ହୁଏ ଏବଂ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଥାଏ |


ବିପର୍ଯ୍ୟୟ

କାରକ

    ମନୁଷ୍ୟକୃତ                     ପ୍ରାକୃତିକ

ଘରପୋଡି ଖଣିଜ ଉତ୍ତୋଳନ ଫଳରେ ଭୁସ୍କଳନ     ଅଂଶୁଘାତ, ବଜ୍ରଘାତ , ବନ୍ୟା, ବାତ୍ୟା , ଭୂମିକମ୍ପ , ସୁନାମି

ଅଂଶୁଘାତ : -


·    ଅତ୍ୟାଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ ଦେହରେ ଜଳୀୟବାଷ୍ପର ପରିମାଣ କମିଯାଏ, ଯାହାଫଳରେ ମନୁଷ୍ୟ ଦୁର୍ବଳ ଓ ମୂର୍ଚ୍ଛା ଗଲାପରି ଲାଗେ, ଏହାକୁ ଅଂଶୁଘାତ କୁହାଯାଏ | ଏହି କାରଣରୁ ମଧ୍ୟ ମନୁଷ୍ୟ ଓ ଜୀବଜନ୍ତୁ ମୃତ୍ଯୁ ମୁଖରେ ପଡିଥାନ୍ତି |


ଅଂଶୁଘାତରୁ ସୁରକ୍ଷା ପାଇଁ ପ୍ରସ୍ତୁତି : -


·    ଘରୁ ବାହାରିବା ପୂର୍ବରୁ ପ୍ରଚୁର ପାଣି ପିଇ ଓ ଜୋତା ପିନ୍ଧି ବାହାରିବା ଆବଶ୍ୟକ |


·    ଘରୁ ବାହାରିବା ସମୟରେ ଛତା , କଳାଚଷମା , ଓଦା ଗାମୁଛା ଓ ଟୋପି ସହ ପାଣି ମଧ୍ୟ ନେବା ଉଚିତ୍ |


·    ଟାଣଖରା ସମୟରେ ଘରୁ ବାହାରିବା ଅନୁଚିତ |


ବଜ୍ରପାତ : ସାଧାରଣତଃ ବର୍ଷାଦିନେ ତୁମେମାନେ ଆକାଶରେ ହଠାତ୍ ଆଲୋକ ସହ ବଡ ଧରଣର ଶବ୍ଦ ଶୁଣିଥିବ | ଏହାକୁ ବିଜୁଳି ଓ ଘଡଘଡି ବା ବଜ୍ରପାତ ବୋଲି କୁହାଯାଏ | ବାୟୁମଣ୍ଡଳର ଉପର ଓ ତଳ ଜଳକଣାବାହୀ ଏବଂ ବାୟୁର ଘର୍ଷଣ ଫଳରେ ଏହା ସୃଷ୍ଟି ହୋଇଥାଏ | ଏହାଦ୍ୱାରା ମଧ୍ୟ ବହୁ ଲୋକ ମୃତ୍ୟୁବରଣ କରିଥାନ୍ତି |


ବଜ୍ରାଘାତରୁ ସୁରକ୍ଷା ପାଇଁ ଉପାୟ : -


·    ଘର ଭିତରେ ଥିବାବେଳେ ଝରକା , କବାଟ ବନ୍ଦ କରିବା |


·    ଘରେ ବ୍ୟବହାର କରୁଥିବା ବୈଦ୍ୟୁତିକ ଉପକରଣଗୁଡିକୁ ବନ୍ଦ କରିବା |


ବନ୍ୟା : -

·    ବର୍ଷାଋତୁରେ ଅତ୍ୟଧିକ ବର୍ଷାଯୋଗୁଁ ନଦୀ ଉଛୁଳି ଏହାର ଜଳ , ବିଲ , ବାଡି ଓ ଘର ଆଡକୁ ମାଡ଼ିଯାଇ ଧନଜୀବନର କ୍ଷୟକ୍ଷତି ଘଟାଇଥାଏ | ଏହାକୁ ବନ୍ୟା କୁହାଯାଏ |

ବନ୍ୟାରୁ ସୁରକ୍ଷା ପାଇଁ ପ୍ରସ୍ତୁତି : -


·    ନିଜ ପରିବାର ସହିତ ମୂଲ୍ୟବାନ ଜିନିଷପତ୍ରକୁ ନେଇ ନିରାପଦା ଆଶ୍ରୟ ସ୍ଥଳକୁ ଶୀଘ୍ର ଚାଲିଯିବା ଉଚିତ୍ |


·    ବନ୍ୟାଜଳରେ ପିଲାମାନେ ଖେଳିବା ଅନୁଚିତ୍ |




Ratings
No reviews yet, be the first one to review the product.