- SCHOOL BOARDS
- BSE/CHSE ODISHA
- CLASS 4
- SOCIAL SCIENCE
- Odia Medium Class 4 Social Science Chapter-2 ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା (Sthaniya Swayata Sasana Sanstha) Question & Answer

Odia Medium Class 4 Social Science Chapter-2 ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା (Sthaniya Swayata Sasana Sanstha) Question & Answer

Language : Odia
LRNR provides this material totally free
Odia Medium Class 4 Social Science Chapter-1 ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା (Sthaniya Swayata Sasana Sanstha) Question & Answer
1. କେଉଁ କାମ ଗ୍ରାମପଞ୍ଚାୟତ ପାଇଁ ବାଧ୍ୟତାମୂଳକ , କୋଠରି ମଧ୍ୟରୁ ବାଛି ଲେଖ |
ଉତ୍ତର : ଶିକ୍ଷାର ବିକାଶ , ରାସ୍ତା ମରାମତି , ଆଲୋକ ବ୍ୟବସ୍ଥା , ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟର ଯତ୍ନ
2. କେଉଁ କେଉଁ କାମ ପୌରପରିଷଦର ଇଚ୍ଛାଧୀନ , ଗୋଲ ମଧ୍ୟରୁ ବାଛି ଲେଖ |
ଉତ୍ତର : ଯାନବାହନ ଚଳାଚଳର ବ୍ୟବସ୍ଥା , ପାର୍କ ନିର୍ମାଣ , ସାଂସ୍କୃତିକ ଅନୁଷ୍ଠାନ ନିର୍ମାଣ
3. ଗ୍ରାମ ପଞ୍ଚାୟତ କାହାଠାରୁ ଟିକସ ଆଦାୟ କରେ , ସେଥିରେ (√) ଚିହ୍ନ ଦିଅ |
a) ମଟର ଗାଡି
b) ସାଇକେଲ √
c) ଅଟୋରିକସା √
d) ବସ୍
4. ନିମ୍ନରେ ଥିବା ପ୍ରଶ୍ନ ଅନୁଯାୟୀ ଉତ୍ତର ପାଖୁଡ଼ାରେ ଲେଖ |
a) ଯାହାର ଲୋକସଂଖ୍ୟା ୧ ଲକ୍ଷରୁ ଅଧିକ ସେହି ପୌରପରିଷଦର ନାମ କ,ଣ ?
ଉତ୍ତର : ନଗରପାଳିକା ବା ମ୍ୟୁନିସିପାଲିଟି
b) ଦୋକାନବଜାର ନିର୍ମାଣ ପୌରପରିଷଦର କେଉଁ ପ୍ରକାର କାର୍ଯ୍ୟ ଅଟେ ?
ଉତ୍ତର :ଇଚ୍ଛାଧୀନ କାର୍ଯ୍ୟ
c) ଆମ ରାଜ୍ୟର ମହାନଗର ନିଗମଗୁଡିକର ନାମ କ’ଣ ?
ଉତ୍ତର : କଟକ , ଭୁବନେଶ୍ୱର , ବ୍ରହ୍ମପୁର
d) ନଗରପାଳଙ୍କ ଅନୁପସ୍ଥିତିରେ କିଏ ପୌରସଭାରେ ସଭାପତିତ୍ଵ କରନ୍ତି ?
ଉତ୍ତର :ଉପନଗରପାଳ
e) ମହାନଗର ନିଗମର ଦୈନନ୍ଦିନ କାର୍ଯ୍ୟ କିଏ ବୁଝନ୍ତି ?
f) ଉତ୍ତର : ମହାନଗରନିଗମ କମିଶନର
5. କେବଳ ନିର୍ବାଚିତ ପ୍ରତିନିଧିଙ୍କ ପଦବୀ ଶୂନ୍ୟସ୍ଥାନରେ ଲେଖ |
a) ଗ୍ରାମ ପଞ୍ଚାୟତ – ନାଏବ ସରପଞ୍ଚ,ସରପଞ୍ଚ,ୱାର୍ଡ ମେମ୍ବର
b) ଏନ. ଏ. ସି. – ଚେୟାରମ୍ୟାନ,ଭାଇସଚେୟାରମ୍ୟାନ,କାଉନସିଲର
c) ମହାନଗରନିଗମ – ଡେପୁଟିମେୟର,ମେୟର,କର୍ପୋରେଟର
6. ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର |
a) ସହରାଞ୍ଚଳର ଉନ୍ନତି ପାଇଁ ପୌରସଂସ୍ଥା ଥାଏ |
b) ବି. ଡି. ଓ. ପଞ୍ଚାୟତ ସମିତି କାର୍ଯ୍ୟର ସୁପରିଚାଳନା ନିମନ୍ତେ ନିଯୁକ୍ତ ହୋଇଥାନ୍ତି |
c) କଟକ , ଭୁବନେଶ୍ୱର ଓ ବ୍ରହ୍ମପୁର ଆମ ରାଜ୍ୟର ତିନୋଟି ମହାନଗର ନିଗମ |
d) ଦୁଇ ହଜାରରୁ ଦଶହଜାର ପର୍ଯ୍ୟନ୍ତ ଲୋକ ଥିବା ଅଞ୍ଚଳକୁ ନେଇ ଗ୍ରାମପଞ୍ଚାୟତ ଗଠିତ |
7. ତୁମେ ତୁମ ଅଞ୍ଚଳର କେଉଁ କାମ ପାଇଁ କେଉଁଠାକୁ ଯିବ , ତୀର ଚିହ୍ନ ଦେଇ ଚିହ୍ନାଅ |
‘କ’ ‘ଖ’
ଘର ଆଗରେ ଜମିଥିବା ଅଳିଆ ଆବର୍ଜନା ସଫେଇ ପାଇଁ ଗ୍ରାମପଞ୍ଚାୟତ
ମାଛ ଚାଷ ପାଇଁ ଋଣ ପଞ୍ଚାୟତ ସମିତି
ଜନ୍ମମୃତ୍ୟୁ ପଞ୍ଜୀକରଣ ମ୍ୟୁନିସିପାଲିଟି
ସାଇକେଲ ଟିକସ ଦେବା ମହାନଗର ନିଗମ
8. ଗାର ଦିଆଯାଇଥିବା ଅଂଶକୁ ନ ବଦଳାଇ ଭୁଲ ଥିଲେ ଠିକ୍ କର |
a) ସରପଞ୍ଚ ଗ୍ରାମପଞ୍ଚାୟତର ମୁଖ୍ୟ ଅଟନ୍ତି |
b) ମହାନଗରନିଗମର ଲୋକ ସଂଖ୍ୟା ଦଶଲକ୍ଷରୁ ଅଧିକ |
c) ଗ୍ରାମପଞ୍ଚାୟତରେ ନିର୍ବାଚନ ପାଞ୍ଚ ବର୍ଷରେ ଥରେ ହୁଏ |
d) ନିଜ ଅଞ୍ଚଳର ପ୍ରତିନିଧିଙ୍କୁ ନିର୍ବାଚନ ପ୍ରକ୍ରିୟାରେ ବାଛିବାପାଇଁ ଜଣକର ବୟସ ୧୮ ବର୍ଷ ବା ତା’ଠାରୁ ଅଧିକ ହେବା ଆବଶ୍ୟକ |
9. ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ |
a) ଗ୍ରାମପଞ୍ଚାୟତକୁ ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା କୁହାଯାଏ କାହିଁକି ?
ଉତ୍ତର :ଗ୍ରାମପଞ୍ଚାୟତରେ ଲୋକେ ନିଜର ଶାସନ ନିଜେ ତୁଲାଉଥିବାରୁ ଏହାକୁ ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା କୁହାଯାଏ |
b) ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପରିଷଦ ମଧ୍ୟରେ ପାର୍ଥକ୍ୟ କ’ଣ ?
ଉତ୍ତର : ଦଶହଜାରରୁ ଅଧିକ ଲୋକ ବାସକରୁଥିବା ଛୋଟ ଛୋଟ ସହରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଥାଏ |
ସହରାଞ୍ଚଳରେ ଉନ୍ନତିପାଇଁ ପୌରସଂସ୍ଥା ବା ପରିଷଦ ରହିଥାଏ |
c) ଏନ. ଏ. ସି. ଓ ମ୍ୟୁନିସିପାଲିଟି ମଧ୍ୟରେ ପାର୍ଥକ୍ୟ କ’ଣ ?
ଉତ୍ତର : ଦଶ ହଜାରରୁ ଅଧିକ ଲୋକ ବାସ କରୁଥିବା ସହରରେ ଏନ. ଏ. ସି. ଗଠିତ ହୋଇଥାଏ |
କିନ୍ତୁ ଏକ ଲକ୍ଷରୁ ଅଧିକ ଲୋକ ବାସ କରୁଥିବା ସହରରେ ମ୍ୟୁନିସିପାଲିଟି ଗଠିତ ହୋଇଥାଏ |
d) ଜିଲ୍ଲାପରିଷଦ କିପରି ଗଠିତ ହୋଇଥାଏ |
ଉତ୍ତର : ରାଜ୍ୟର ପ୍ରତି ଜିଲ୍ଲାରେ ଗୋଟିଏ ଜିଲ୍ଲା ପରିଷଦ ରହିବାର ବ୍ୟବସ୍ଥା ରହିଛି |
ପ୍ରତି ଜିଲ୍ଲାକୁ କେତେଗୁଡିଏ ଜିଲ୍ଲା ପରିଷଦ ଅଞ୍ଚଳରେ ବିଭକ୍ତ କରାଯାଇଅଛି | ପ୍ରତି ଅଞ୍ଚଳରୁ ଜଣେ ଜଣେ ସଭ୍ୟ ନିର୍ବାଚିତ ହୁଅନ୍ତି ସେହି ସବୁ ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ନିର୍ବାଚିତ କରିଥାନ୍ତି |
Truly Indian Brand
Truly Indian Brand