Odia Medium Class 4 Social Science Chapter-3 ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା (Sthaniya Swayatta Sasana Sanstha ) Notes

Language : Odia

LRNR provides this material totally free

Odia Medium Class 4 Social Science Chapter-3 ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା (Sthaniya Swayatta Sasana Sanstha ) Notes


ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା


·    ଆମ ଦେଶର ଶାସନକୁ ଲୋକଙ୍କ ଶାସନ ବା ଗଣତନ୍ତ୍ର ଶାସନ କୁହାଯାଏ |


·    ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି |


·    ଗ୍ରାମାଞ୍ଚଳ ସ୍ଵାୟତ୍ତ ଶାସନ ସଂସ୍ଥା ଓ ସହରାଞ୍ଚଳ ସ୍ଵାୟତ୍ତ ଶାସନ ସଂସ୍ଥା |


·    ଗ୍ରାମାଞ୍ଚଳ ସ୍ଵାୟତ୍ତ ଶାସନ ସଂସ୍ଥା


·    ଗ୍ରାମ ପଞ୍ଚାୟତର ମୁଖ୍ୟଙ୍କୁ ସରପଞ୍ଚ କୁହାଯାଏ |


·    ପଞ୍ଚାୟତ ସମିତିର ମୁଖ୍ୟଙ୍କୁ ଚେୟାରମ୍ୟାନ କୁହାଯାଏ |


·    ପଞ୍ଚାୟତ ସମିତି ପାଇ ପ୍ରତ୍ୟେକ ପଞ୍ଚାୟତର ଜଣେ ଲେଖାଏଁ ସଦସ୍ୟ ଲୋକମାନଙ୍କ ଦ୍ଵାରା ସିଧାସଳଖ ନିର୍ବାଚିତ ହୋଇଥାନ୍ତି |


·    ପଞ୍ଚାୟତ ସମିତି କାର୍ଯ୍ୟର ସୁପରିଚାଳନା ନିମନ୍ତେ ପ୍ରତି ବ୍ଲକରେ ଜଣେ ବ୍ଲକ ଉନ୍ନୟନ ଅଧିକାରୀ (ବି. ଡି. ଓ) ସରକାରଙ୍କ ଦ୍ଵାରା ନିଯୁକ୍ତ ହୋଇ ଥାଆନ୍ତି |


·    ସହରାଞ୍ଚଳରେ ଉନ୍ନତି ପାଇଁ ପୌର ସଂସ୍ଥା ଥାଏ | ଦଶ ହଜାରରୁ ଅଧିକ ଲୋକ ବାସ କରୁଥିବା ସହରରେ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ . ଏ . ସି ) ଗଠିତ ହୁଏ |


·    ପ୍ରତ୍ୟେକ ୱାର୍ଡରେ ବାସ କରୁଥିବା ୧୮ ବର୍ଷ ବା ତା’ଠାରୁ ଅଧିକ ବଯସର ଭୋଟରମାନେ ଭୋଟ ଦେଇ ନିଜ ପ୍ରତିନିଧି ବାଛିଥାନ୍ତି |


·    ନଗରପାଳ ଏନ . ଏ . ସି ଏବଂ ମ୍ୟୁନିସିପାଲିଟିର ମୁଖ୍ୟ ଅଟନ୍ତି |


·    ମହନଗର ନିଗମ ୱାର୍ଡ ପ୍ରତିନିଧିଙ୍କୁ କାର୍ପୋରେଟର୍ କୁହାଯାଏ |


·    ମେୟର ମହାନଗର ନିଗମର ମୁଖ୍ୟ ଅଟନ୍ତି |


·    ମହାନଗର ନିଗମର ଶାସନ କାର୍ଯ୍ୟ ବୁଝୁଥିବା ସରକାରୀ ମୁଖ୍ୟଙ୍କୁ ମହାନଗର ନିଗମ କମିଶନର କୁହାଯାଏ |


·    ଗ୍ରାମପଞ୍ଚାୟତ ପରି ପୌରପରିଷଦର କାର୍ଯ୍ୟକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ |


·    ଯଥା – ବାଧ୍ୟତାମୂଳକ

ଇଚ୍ଛାଧୀନ କାର୍ଯ୍ୟ


·    ଇଚ୍ଛାଧୀନ – ଯାନବାହାନ ଚଳାଚଳର ବ୍ୟବସ୍ଥା

ପାଠାଗାର, ଯୁବକସଂଘ , ସଂସ୍କୃତିକ ଅନୁଷ୍ଠାନ ନିର୍ମାଣ

ପାର୍କ ନିର୍ମାଣ  


·    ବାଧ୍ୟତାମୂଳକ – ପାନୀୟଜଳ ପାଇଁ କୂଅ, ନଳକୂଅ, ପାଣି ପାଇପର ବ୍ୟବସ୍ଥା

ସହରର ପ୍ରତ୍ୟେକ ସ୍ଥାନକୁ ବିଦ୍ୟୁତ୍ ଆଲୋକ ଯୋଗାଣ

ରାସ୍ତାଘାଟ ନିର୍ମାଣ ଓ ମରାମତି


Ratings
No reviews yet, be the first one to review the product.