Odia Medium Class 4 Social Science Chapter-5 (Part-2)ଆମ ରାଜ୍ୟର କେତେକ ପ୍ରଧାନ ସ୍ଥାନ (Ama Rajyara Keteka Pradhana Sthana ) Notes

Language : Odia

LRNR provides this material totally free

Odia Medium Class 4 Social Science Chapter-5 (Part-2)ଆମ ରାଜ୍ୟର କେତେକ ପ୍ରଧାନ ସ୍ଥାନ (Ama Rajyara Keteka Pradhana Sthana ) Notes



ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନେକ ସହର ଓ ଦର୍ଶନୀୟ ସ୍ଥାନ ଅଛି |


କଟକ :- କଟକ ଏକ ବଡ ସହର ଓ ଜିଲ୍ଲାର ସଦର ମହକୁମା |


ବାରବାଟୀ ଦୁର୍ଗ,କାଠଯୋଡି ପଥର ବନ୍ଧ, ଓଡ଼ିଶାର ଉଚ୍ଚ ନ୍ୟାୟଳୟ ଆକାଶବାଣୀ କେନ୍ଦ୍ର ଆଦି ଏଠାରେ ଅଛି |


ଭୁବନେଶ୍ୱର :- ଆମ ରାଜ୍ୟର ରାଜଧାନୀର ନାମ ଭୁବନେଶ୍ୱର |


ଏହା ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ |


ଏଠାରେ ଆମ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ କାର୍ଯ୍ୟାଳୟମାନ ଅଛି |


ରାଜଭବନ, ବିଧାନସଭା, ସଚିବାଳୟ, ରାଜ୍ୟ ସଂଗ୍ରହାଳୟ, ଦୂରଦର୍ଶନ କେନ୍ଦ୍ର ପଠାଣିସାମନ୍ତ ପ୍ଲାନେଟୋରିୟମ, ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନଘାଟି |


ନନ୍ଦନକାନନଠାରେ ଏକ ଚିଡିଆଖାନା ଓ ଉଦ୍ଭିଦଉଦ୍ୟାନ ରହିଅଛି |


ଖୋର୍ଦ୍ଧା :- ଖୋର୍ଦ୍ଧା ଏକ ଇତିହାସ ପ୍ରସିଦ୍ଧ ସହର |


ସ୍ଵାଧୀନଦୁର୍ଗ, ବରୁଣେଇ ପାହାଡ଼, କାଇପଦରର ବାବା ବୋଖାରୀ ଅଟ୍ରିର ଉଷ୍ଣ ପ୍ରସବଣ |


ବ୍ରହ୍ମପୁର :- ବ୍ରହ୍ମପୁର ଓଡ଼ିଶାର ଏକ ବଡ ସହର |


ପାଟଲୁଗା ଓ ସୁନାରୂପାର ଗହଣା ପାଇଁ ଏହି ସହରଟି ପ୍ରସିଦ୍ଧ |


ପୁରୀ :- ପୁରୀ ଏକ ତୀର୍ଥ ସ୍ଥାନ |


ଏହା ବଙ୍ଗୋପସାଗର କୂଳରେ ଅବସ୍ଥିତ |


ଏଠାରେ ପୃଥିବୀପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଅଛି |


କୋଣାର୍କ :- କୋଣାର୍କ ବଙ୍ଗୋପସାଗର କୂଳରେ ଅବସ୍ଥିତ | ଏଠାରେ ସୂର୍ଯ୍ୟଙ୍କର ମନ୍ଦିର ଅଛି |


ଯାଜପୁର :- ଯାଜପୁର ଏକ ବଡ ସହର | ଏଠାରେ ମା’ ବିରଜାଙ୍କ ମନ୍ଦିର ଓ ଦଶାଶ୍ଵମେଧ ଘାଟ ଅଛି |


ସମ୍ବଲପୁର :- ସମ୍ବଲପୁର ଗୋଟିଏ ବଡ ସହର ଓ ଜିଲ୍ଲାର ସଦର ମହକୁମା ଅଟେ |


ରାଉରକେଲା :- ରାଉରକେଲା ଏକ ବଡ ସହର |

ଏଠାରେ ଇସ୍ପାତ କାରଖାନା, ଜାତୀୟ ବୈଷୟିକ ପ୍ରତିଷ୍ଠାନ, ବେଦବ୍ୟାସ, ହନୁମାନ ବାଟିକା ଅଛି |


ତାଳଚେର :- ତାଳଚେର ଏକ ବଡ ସହର |

ଏଠାରେ କୋଇଲା ଖଣି, ଭାରିଜଳ କାରଖାନା ଓ ତାପଜବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଅଛି |


ବାରିପଦା :- ବାରିପଦା ସହର ବୁଢାବଳଙ୍ଗ ନଦୀ କୂଳରେ ଅବସ୍ଥିତ |

ମଠା ଓ ଟସର ଲୁଗାପାଇଁ ଏହି ସହର ପ୍ରସିଦ୍ଧ |





Ratings
No reviews yet, be the first one to review the product.