LRNR

Moulika Gudikara Parjyaya Sarani ମୌଳିକ ଗୁଡିକର ପର୍ଯ୍ୟାୟ ସାରଣୀ Class 10 Physical Science Chapter 5


Language: en


1. ପର୍ଯ୍ୟାୟ ସାରଣୀର ପର୍ଯ୍ୟାରଗୁଡ଼ିକରେ କାମରୁ ଡାହାଣକୁ ଗଲେ କ'ଣ ହୁଏ ନାହିଁ ?

a) ମୌଳିକଗୁଡ଼ିକର ଧାତବ ପ୍ରକୃତି କମିଯାଏ |

b) ସଂଯୋଜକ ଇଲେକ୍‌ଟ୍ରୋନ୍ ସଂଖ୍ୟା ବୃଦ୍ଧି ପାଏ |

c) ପରମାଣୁଗୁଡିକ ସହଜରେ ଇଲେକଟ୍ରନ୍ ତ୍ୟାଗ କରିପାରନ୍ତି |

d) ଅକ୍ସାଇଡ୍ ଗୁଡ଼ିକ ଅଧିକ ଅମ୍ଳୀୟ ହୋଇଥାଏ |

ଉ : ପରମାଣୁଗୁଡିକ ସହଜରେ ଇଲେକଟ୍ରନ୍ ତ୍ୟାଗ କରିପାରନ୍ତି |

2. X ମୌଳିକ, XCL2 ସଙ୍କେତ ସହ ଏକ କ୍ଲୋରାରେ ସୃଷ୍ଟି କରେ | ତାହା କଠିନ ଏବଂ ଉଚ୍ଚ ଗଳନାଙ୍କର ଏକ ଯୌଗିକ | ପର୍ଯ୍ୟାୟ ସାରଣୀର କେଉଁ ମୌଳିକ ରୂପରେ X ରହିଥିବାର ସବୁଠାରୁ ଅଧିକ ସମ୍ଭାବନା ଅଛି ?

a) Na

b) Mg

e) Al

d) Si

ଉ : b) Mg

3. କେଉଁ ମୌଳିକର

a) ଦୁଇଟି କକ୍ଷ ରହିଛି ଯେଉଁଗୁଡ଼ିକରେ ସଂପୂର୍ଣ ମାତ୍ରାରେ ଇଲେକ୍ଟ୍ରନ ଭର୍ତ୍ତି ହୋଇଛି ?

ଉ : ନିୟନ୍ (Ne)

b) ଇଲେକ୍‌ଟ୍ରନ୍ ସଂରଚନା 2, 8, 2 ?

ଉ : ମ୍ୟାଗ୍ନେସିୟମ (Mg)

c) ସଂଯୋଜକ ରକ୍ଷରେ ଚାରୋଟି ଇଲେକ୍ଟ୍ରନ ସହିତ ସମୁଦାୟ ତିନୋଟି କକ୍ଷ ରହିଛି ?

ଉ : ସିଲିକିନ୍ (Si)

d) ସଂଯୋଜକ ଲକ୍ଷରେ ତିନୋଟି ଇଲେକ୍ଟ୍ରନ ସହିତ ସମୁଦାୟ ଦୁଇଟି କକ୍ଷ ଅଛି ?

ଉ : ବୋରନ୍ (B)

e) ଦ୍ଵିତୀୟ କକ୍ଷରେ ପ୍ରଥମ କକ୍ଷରେ ପୂଳା ଇଲେକ୍ଟ୍ରନ ସଂଖ୍ୟାର ଦୁଇଗୁଣ ରହିଛି ?

ଉ : କାର୍ବନ (C)

4. a) ବୋରନ୍ ର କେଉଁ ଧର୍ମଟି ପର୍ଯ୍ୟାୟ ସାରଣୀର ବୋରନ୍ ଥିବା ସ୍ତମ୍ଭର ଅନ୍ୟ ମୌଳିକଗୁଡ଼ିକର ଧର୍ମ ସହିତ ସମାନ ?

ଉ : ବୋରନ୍‌ ତଥା ସେହି ସ୍ତମ୍ଭର ସମସ୍ତ ମୌଳିକମାନଙ୍କର ବାହ୍ୟତମ କକ୍ଷରେ 3 ଟି ଇଲେକ୍ଟ୍ରନ ଅଛି | ଅର୍ଥାତ୍ ସେମାନଙ୍କର ସଂଯୋଜକ ଇଲେକ୍ଟ୍ରନ ସଂଖ୍ୟା 3 |

b) ଫ୍ଲୋରିନ ଗ୍ରୁପର ସମସ୍ତ ମୌଳିକର କେଉଁ ପ୍ରକୃତିଟି ସମାନ?

ଉ : ଫ୍ଲୋରିନ ଗ୍ରୁପର ସମସ୍ତ ମୌଳିକ ବାହ୍ୟତମ କକ୍ଷରେ 7 ଟି ଇଲେକ୍ଟ୍ରନ ଅଛି | ପ୍ରତ୍ୟେକର ସଂଯୋଜକ ଇଲେକ୍ଟ୍ରନ ସଂଖ୍ୟା 7 |

5. ଗୋଟିଏ ପରମାଣୁ କ୍ରମାଙ୍କ କେତେ ?

a) ଏହି ମୌଳିକର ପରମାଣୁ କ୍ରମାଙ୍କ କେତେ ?

ଉ : ମୌଳିକର ପରମାଣୁ କ୍ରମାଙ୍କ 7 |

b) ଏହା ନିମ୍ନରେ ଦିଆଯାଇଥିବା କେଉଁ ମୌଳିକର ରାସାୟନିକ ପ୍ରକୃତି ସହ ସାମଞ୍ଜସ୍ୟ ରହିବ ? (ବନ୍ଧନୀ ମଧ୍ୟରେ ମୌଳିକର ପରମାଣୁ କ୍ରମାଙ୍କ ଦିଆଯାଇଛି) | N (7), F (9), P (15), Ar (18)

ଉ : ମୌଳିକର ପରମାଣୁ କ୍ରମାଙ୍କ 7 |

F (9) ର ରାସାୟନିକ ପ୍ରକୃତି ସହ ଏହି ମୌଳିକର ଧର୍ମର ସାମଞ୍ଜସ୍ୟ ରହିବ |

6. ଲିଥିୟମ, ସୋଡ଼ିୟମ, ପୋଟାସିୟମ, ଏହିସବୁ ଧାତୁ ଜଳ ସହିତ ପ୍ରତିକ୍ରିୟା କରି ହାଇଡ୍ରୋଜେନ୍ ଗ୍ୟାସ୍ ସୃଷ୍ଟି କରିଥା'ନ୍ତି | ଏହି ମୌଳିକଗୁଡ଼ିକର ପରମ୍ପାଣୁରେ କୌଣସି ସାମଞ୍ଜସ୍ୟ ରହିଛି କି ?

  1. ଏମାନେ ପ୍ରତ୍ୟେକ ପ୍ରଥମ ଗ୍ରୁପ୍‌ର ମୌଳିକ |
  2. ପ୍ରତ୍ୟେକ ପରମାଣୁର ଯୋଜ୍ୟତା “1”|
  3. ଏମାନେ ପ୍ରତ୍ୟେକ କ୍ଷାରୀୟ (Alkali) ଧାତୁ ଅଟନ୍ତି |

7. ନିମ୍ନରେ ତିନୋଟି ମୌଳିକ A, B ଏବଂ Cର ପର୍ଯ୍ୟାୟ ସାରଣୀରେ ଅବସ୍ଥିତି ଦର୍ଶାଯାଇଛି |


ଉ : ଲିଥିୟମ୍, ସୋଡ଼ିୟମ୍‌ ଓ ପୋଟାସିୟମ୍ ଆଦି ଧାତୁଗୁଡ଼ିକର ନିମ୍ନ ସାମଞ୍ଜସ୍ୟ ମାନ ରହିଛି |

ଗ୍ରୁପ୍ ଗ୍ରୁପ୍

16 17

- -

- A

- -

B C


  1. A ଏକ ଧାତୁ କିମ୍ବା ଅଧାତୁ ଲେଖ |

ଉ : A ଏକ ଅଧାତୁ । ଏହାର ନାମ କ୍ଲୋରିନ୍ |

  1. C, A ଠାରୁ ଅଧିକ ପ୍ରତିକ୍ରିୟାଶୀଳ କିମ୍ବା କମ୍ ପ୍ରତିକ୍ରିୟାଶୀଳ ?

ଉ : ଗ୍ରୁପ୍‌ର ଉପରୁ ତଳକୁ କ୍ରିୟାଶୀଳତା ବୃଦ୍ଧିପାଏ । ତେଣୁ “C” A ଠାରୁ ଅଧିକ କ୍ରିୟାଶୀଳ |

  1. C ର ଆକାର B ଠାରୁ ବଡ଼ କିମ୍ଵା ଛୋଟ ?

ଉ : ଏକ ପର୍ଯ୍ୟାୟରେ ବାମରୁ ଡାହାଣକୁ ପରମାଣୁର ଆକାର କମେ | ତେଣୁ “C” ଆକାର B ଠାରୁ ଛୋଟ |

  1. A ମୌଳିକ ଦ୍ଵାରା କେଉଁ ପ୍ରକାର ଆୟନ ସୃଷ୍ଟି ହେବ, କ୍ୟାଟାୟନ କିମ୍ବା ଏନାୟନ ?

ଉ : “A” ମୌଳିକ ଏନାୟନ ସୃଷ୍ଟି କରିବ |

8. ଅକ୍‌ସିଜେନ (ପରମାଣୁ କ୍ରମାଙ୍କ ୫) ଏବଂ ସଲ୍‌ଫର (ପରମାଣୁ କ୍ରମାଙ୍କ 16) ପର୍ଯ୍ୟାୟ ସାରଣୀର ଗ୍ରୁପ୍ 16ରେ ଅନ୍ତର୍ଭୁକ୍ତ | ଏହି ଦୁଇଟି ମୌଳିକର ଇଲେକ୍ଟ୍ରନ ସଂରଚନା ଲେଖ | ଏ ଦୁଇଟି ମଧ୍ୟରୁ କେଉଁଟି ଅଧିକ ବିଦ୍ୟୁତ୍ ବିଯୁକ୍ତାତ୍ମକ ? କାହିଁକି ?

  1. ଅକ୍ସିଜେନ୍‌ର ଇଲେକ୍ଟ୍ରନ୍ ସଂରଚନା - 2, 6 |

ସଲଫର୍‌ର ଇଲେକ୍ଟ୍ରନ ସଂରଚନା - 2, 8, 6 |

  1. ଏ ଦୁଇଟି ମୌଳିକ ମଧ୍ୟରୁ ଅକ୍ସିଜେନ୍ ଅଧିକ ବିଦ୍ୟୁତ ବିଯୁକ୍ତାତ୍ମକ | କାରଣ ଏକ ଶ୍ରେଣୀ ବା ଗ୍ରୁପ୍ ରେ ବିଦ୍ୟୁତ୍ ଧନାତ୍ମକତା ଉପରୁ ତଳକୁ ବୃଦ୍ଧିପାଏ |

9. ଏକ ପରମାଣୁର ଇଲେକ୍ ଟ୍ରନ୍‌ ସଂରଚନା, ଏହି ପରମାଣୁର ଆ ଆଧୁନିକ ପର୍ଯ୍ୟାୟ ସାରଣୀରେ ଅବସ୍ଥିତି ସହିତ କ’ଣ ସଂପର୍କ ରହିଛି ?

ଉ : ମନେକରାଯାଉ ଏକ ମୌଳିକ ଏଲୁମିନିୟମ | ଏହାର ପରମାଣୁ କ୍ରମାଙ୍କ 13 ଓ ଏହାର ଇଲେକ୍ଟ୍ରନ ସଂରଚନା 2,8,3 |

  1. ଏହାର ମୋଟ ତିନୋଟି K, L, M ଥିବାରୁ ଏହା ତୃତୀୟ ପର୍ଯ୍ୟାୟ ମୌଳିକ ଅଟେ |
  2. ଏହାର ସଂଯୋଜକ ଇଲେକ୍ଟ ନ୍ ସଂଖ୍ୟା “3” | ଏହା ତୃତୀୟ ଗ୍ରୁପ୍‌ର ମୌଳିକ ଅଟେ |
  3. ଅର୍ଥାତ୍ ମୌଳିକର ଇଲେକ୍ସନ୍ ସଂରଚନାରୁ ଏହା କେଉଁ ପର୍ଯ୍ୟାୟ ଓ ଗ୍ରୁପ୍‌ର ମୌଳିକ ତାହା ଜଣାପଡ଼ିଥାଏ |

10. ଆଧୁନିକ ପର୍ଯ୍ୟାୟ ସାରଣୀରେ କ୍ୟାଲ୍‌ସିୟମ୍ (ପରମାଣୁ କ୍ରମାଙ୍କ 20)ର ଚତୁଃପାର୍ଶ୍ଵରେ ଥିବା ମୌଳିକଗୁଡ଼ିକର ପରମାଣୁ କ୍ରମାଙ୍କ ହେଉଛି (12, 19, 21 ଏବଂ 38) | ଏଗୁଡ଼ିକ ମଧ୍ୟରୁ କେଉଁ ମୌଳିକଗୁଡ଼ିକର ଭୌତିକ ଓ ରାସାୟନିକ ପ୍ରକୃତିରେ କ୍ୟାଲସିୟମ୍ ସହିତ ସାମଞ୍ଜସ୍ୟ ରହିଛି ?

ଉ : i ) ଗୋଟିଏ ଗ୍ରୁପ୍‌ର ମୌଳିକ ମାନଙ୍କର ଭୌତିକ ଓ ରାସାୟନିକ ଗୁଣମାନ ସମାନ ହୋଇଥାଏ |

ii) କ୍ୟାଲ୍‌ସିୟମ୍ (Ca)ର ଇଲେକଟ୍ରୋନ ସଂରଚନା 2, 8, 8, 2 ଅର୍ଥାତ୍ ଏହା ଦ୍ୱିତୀୟ ଗ୍ରୁପ୍‌ର ମୌଳିକ |

iii) ଏହି ଗ୍ରୁପ୍‌ରେ Mg (12) ଓ (Sr (38) ଅବସ୍ଥିତ | ତେଣୁ ଏହି ଦୁଇ ମୌଳିକର ଭୌତିକ ଓ ରାସାୟନିକ ଗୁଣ କ୍ୟାଲ୍‌ସିୟମ୍ ସହ ସମାନ |

12. ମେଣ୍ଡେଲିଫଙ୍କ ପର୍ଯ୍ୟାୟ ସାରଣୀ ଏବଂ ଆଧୁନିକ ପର୍ଯ୍ୟାୟ ସାରଣୀ ମଧ୍ୟରେ ଥିବା ସାମଞ୍ଜସ୍ୟ ଏବଂ ପ୍ରଭେଦର ଏକ ତୁଳନାତ୍ମକ ବିବରଣୀ ଦିଅ |

ଉ : ସାମଞ୍ଜସ୍ୟ

  1. ଉଭୟ ଆଧୁନିକ ପର୍ଯ୍ୟାୟ ସାରଣୀ ଓ ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀରେ ପର୍ଯ୍ୟାୟ ସଂଖ୍ୟା 7 |
  2. ଉଭୟ ପର୍ଯ୍ୟାୟ ସାରଣୀର ପ୍ରଥମ ମୌଳି କଟି ହାଇଡ୍ରୋଜେନ୍ |
  3. ଉଭୟ ପର୍ଯ୍ୟାୟ ସାରଣୀରେ ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ବାମରୁ ଡାହାଣକୁ ମୌଳିକମାନ‌ଙ୍କର ଧର୍ମରେ କ୍ରମାଗତ ପରିବର୍ତ୍ତନ ଘଟେ |
  4. ଉଭୟ ପର୍ଯ୍ୟାୟ ସାରଣୀରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀରେ ମୌଳିକମାନଙ୍କର ଧର୍ମରେ ସାମଞ୍ଜସ୍ୟ ଦେଖାଯାଏ |


ପାର୍ଥକ୍ୟ

ଆଧୁନିକ ପର୍ଯ୍ୟାୟ ସାରଣୀ ମେଣ୍ଡେଲିଫ୍ ଙ୍କ ପର୍ଯ୍ୟାୟ ସାରଣୀ
  1. ଏହି ପର୍ଯ୍ୟାୟ ସାରଣୀରେ 76 ପର୍ଯ୍ୟାୟ ଓ 18ଟି ସ୍ତମ୍ଭ ଅଛି | ଏହି ପର୍ଯ୍ୟାୟ ସାରଣୀରେ 76 ପର୍ଯ୍ୟାୟ ଓ 18ଟି ସ୍ତମ୍ଭ ଅଛି |
  2. ଏହି ସାରଣୀରେ ଆଜି ପର୍ଯ୍ୟନ୍ତ 63 ମୌଳିକ ପାଇଥିଲା | ଏହି ସାରଣୀରେ ଆଜି ପର୍ଯ୍ୟନ୍ତ 118 ମୌଳିକ ପାଇଅଛି |
  3. ଆଧୁନିକ ପର୍ଯ୍ୟାୟ ସାରଣୀରେ କୌଣସି ଫାଙ୍କା ସ୍ଥାନ ରଖାଯାଇ ନାହିଁ | ମେଣ୍ଡେଲିଫ୍ ଙ୍କ ପର୍ଯ୍ୟାୟ ସାରଣୀରେ କେତେଗୁଡିଏ ଫାଙ୍କା ସ୍ଥାନ ରଖାଯାଇଥିଲା |
  4. ଆଧୁନିକ ପର୍ଯ୍ୟାୟ ସାରଣୀରେ ମୌଳିକମାନଙ୍କୁ ପରମାଣୁ କ୍ରମାଙ୍କ ବର୍ଦ୍ଧିତ କ୍ରମାଙ୍କରେ ସଜାଯାଇଥିଲା | ମେଣ୍ଡେଲିଫ୍ ଙ୍କ ପର୍ଯ୍ୟାୟ ସାରଣୀରେ ମୌଳିକ ମାନଙ୍କୁ ପାରମାଣବିକ ବସ୍ତୁତ୍ଵର ବର୍ଦ୍ଧିତ କ୍ରମରେ ସଜାଯାଇଥିଲା |








RATINGS

No reviews yet, be the first one to review the product


Other Chapters