- SCHOOL BOARDS
- BSE/CHSE ODISHA
- CLASS 7
- HISTORY
- ପ୍ରଥମ ଅଧ୍ୟାୟ : ନୂତନ ଶକ୍ତିର ଅଭ୍ୟୁଦୟ
- Nutana Shaktira Abhyutthana Class 7History Chapter 1 Question and Answer

Nutana Shaktira Abhyutthana Class 7History Chapter 1 Question and Answer
Language : Odia
ପ୍ରଥମ ଅଧ୍ୟାୟ
ନୂତନ ଶକ୍ତିର ଅଭ୍ୟୁତ୍ଥାନ
ଐତିହାସିକମାନେ ଏବଂ ସେମାନଙ୍କରଉପାଦାନ :
- ଐତିହାସିକଉପାଦାନକୁ ବିଶ୍ଳେଷଣ କରି ଇତିହାସ ରଚନା କରାଯାଏ |
- ମଧ୍ୟଯୁଗରେଭାରତରଇତିହାସ ରଚନା କରିବା ପାଇଁ ବହୁ ଉପାଦାନ ରହିଛି | ତାହାକୁ ଆଧାର କରି ଐତିହାସିକମାନେ ତୁର୍କ ଆକ୍ରମଣ, ରାଜପୁତମାନଙ୍କର ଅଭ୍ୟୁଦୟ, ଗଙ୍ଗବଂଶର ଶାସନ, ଭକ୍ତି ଆନ୍ଦୋଳନ, ମୋଗଲମାନଙ୍କର ଶାସନ ଓ ଭାରତରେ ୟୁରୋପୀୟମାନଙ୍କର ଆଗମନ ଉପରେ ଆଲୋକପାତ କରିଛନ୍ତି |
ମଧ୍ୟଯୁଗରେ ରଚିତ ପୁସ୍ତକ ସମ୍ପର୍କରେ ସୂଚନା :
ରଚୟିତା | ପୁସ୍ତକ | କାହା ବିଷୟରେ ଆଲୋଚନା କରାଯାଇଛି |
ଫିର୍ଦ୍ଦୋସି | ଶାହାନାମା | ସୁଲତାନ ମାମୁଦ୍ ଙ୍କ ଶାସନ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ | |
ମିନହାଜ – ଉଦ୍ଦିନ – ସିରାଜ | ତବାକତ୍ – ଇ – ନାସିରୀ | ମହମ୍ମଦ ଘୋରି, ଇଲତୁତମିସ୍ , ବଲବନ୍ ଙ୍କ ସମ୍ପର୍କରେ |
ଅମୀର ଖୁସ୍ରୁ | ତୁଗଲକନାମା | ମହମ୍ମଦ ବିନ – ତୁଘଲକ୍ |
ବାବର | ବାବରନାମା | ବାବରଙ୍କ ଶାସନ ସମ୍ପର୍କରେ |
ଆବୁଲ୍ ଫାଜଲ୍ | ଆକବରନାମା | ଆକବରଙ୍କ ଶାସନ ସମ୍ପର୍କରେ |
ଅମୀର ଖୁସ୍ରୁ | ଖାଜାଇନ – ଉଲ୍ – ଫୁତୁ | ଆଲାଉଦ୍ଦିନ ଖିଲିଜୀଙ୍କ ସମ୍ପର୍କରେ |
ଅଫିଫକା | ତାରଖ୍–ଇ– ରୋଜଶାହୀ | ଫିରୋଜଶାହା ତୁଘଲକ୍ ସମ୍ପର୍କରେ |
ଗୁଲବଦନ ବେଗ୍ | ହୁମାୟୁନନାମା | ହୁମାୟୁନ୍ ଙ୍କ ସମ୍ପର୍କରେ |
ଇନାୟତ୍ ଖାଁ | ଶାହାଜାହାନନାମା | ଶାହାଜାହାନ୍ଙ୍କ ସମ୍ପର୍କରେ |
କୃଷ୍ଣଦେବରାୟ | ଆମୁକ୍ତ ମାଲ୍ୟବ | ବିଜୟନଗର ରାଜ୍ୟ ଓ ଏହାର ଶାସନ ସମ୍ପର୍କରେ |
ଚାନ୍ଦ ବରଦାୟୀ | ପୃଥ୍ୱୀରାଜ ରାସୋ | ପୃଥ୍ୱୀରାଜଙ୍କ ବୀରତ୍ଵ ସମ୍ପର୍କରେ |
ସତାନାଦ | ଭାସ୍ଵତୀ | ସ୍ଵର୍ଗୀୟ ପିଣ୍ଡଗୁଡିକର ସ୍ଥିତି ଏବଂ ସମ୍ପର୍କରେ |
- “ବୀଜକ” ଗ୍ରନ୍ଥରେ ଥିବା “ଦୋହା”ରୁ କବୀରଙ୍କ ଧର୍ମବାଣୀ ସମ୍ବନ୍ଧରେ ଜାଣି ହୋଇଥାଏ |
- “ଆଦିଗ୍ରନ୍ଥ” ବା “ଗୁରୁଗ୍ରନ୍ଥ ସାହେବ”ରୁ ନାନକଙ୍କ ନୀତିବାଣୀ ସମ୍ପର୍କରେ ସୂଚନା ମିଳିଥାଏ |
- ଗୋଆରେ ଥିବା ସେଣ୍ଟ ଜାଭିୟାର୍ସ ଚର୍ଚ୍ଚ ନଥିରୁ ଭାରତରେ ପର୍ତ୍ତୁଗୀଜ୍ ମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ମିଳେ |
- କଲିକତାରେ ଥିବା ଦୁର୍ଗ ଫୋର୍ଟ ଉଇଲିୟମ ନଥିରୁ ଭାରତରେ ଇଂରେଜମାନଙ୍କର ପ୍ରାଥମିକ କାର୍ଯ୍ୟକଳାପ ବିଷୟରେ ଜାଣି ହୋଇଥାଏ ମଧ୍ୟଯୁଗରେ ଛାପାଖାନାଥିବାରୁ ପାଣ୍ଡୁଲିପିଗୁଡ଼ିକ ମୁଦ୍ରିତ ହୋଇପାରୁନଥିଲା|ତୁର୍କମାନଙ୍କରଆକ୍ରମଣ :
- ଦଶମଶତାବ୍ଦୀରେଭାରତରରାଜନୈତିକ ଅସ୍ଥିରତା ଅବସ୍ଥାରସୁଯୋଗନେଇ ବିଭିନ୍ନ ରାଜବଂଶର ରାଜାମାନେ ଉତ୍ତର-ପଶ୍ଚିମରୁତୁର୍କମାନେଭାରତ ଆକ୍ରମଣକରିଥିଲେ| ପ୍ରଥମେ ଗଜନୀର ସୁଲତାନ ମାମୁଦ୍ ଭାରତ ଆକ୍ରମଣ କରିଥିଲେ |
ମାମୁଦ୍ ଗଜନୀଙ୍କର ଭାରତ ଆକ୍ରମଣ :
- ଦଶମ ଶତାବ୍ଦୀରେ ଆଫଗାନିସ୍ତାନ ରେ ଆଲପ୍ତଗିନ୍ ଗଜନୀ ନାମକ ଏକ କ୍ଷୁଦ୍ର ରାଜ୍ୟ ସ୍ଥାପନ କରିଥିଲେ | ୯୯୭ ଖ୍ରୀଷ୍ଟାବ୍ଦରେ ମାମୁଦ୍ ଗଜନୀର ଶାସନକର୍ତ୍ତା ହୋଇଥିଲେ| ଭାରତର ଧନ ରତ୍ନ ମାମୁଦ୍ ଙ୍କୁ ପ୍ରଲୋଭିତ କରିଥିଲା | ସେ ୧୦୦୦ରୁ ୧୦୨୭ଖ୍ରୀଷ୍ଟାବ୍ଦ ମଧ୍ୟରେ ୧୭ଥର ଭାରତ ଆକ୍ରମଣ କରିଥିଲେ |
- ୧୦୨୫ ଖ୍ରୀଷ୍ଟାବ୍ଦରେ ମାମୁଦ୍ ଗୁଜୁରାଟର ପ୍ରସିଦ୍ଧ ସୋମନାଥ ମନ୍ଦିର ଲୁଣ୍ଠନ କରି ବହୁ ଧନରତ୍ନ ଭାରତରୁ ଗଜନୀକଉ ନେଇଯାଇଥିଲେ |
- ୧୦୩୦ଖ୍ରୀଷ୍ଟାବ୍ଦରେମାମୁଦ୍ ଙ୍କରମୃତ୍ୟୁପରେଉତ୍ତରଭାରତଏହିଆକ୍ରମଣକାରୀଓଲୁଣ୍ଠନକାରୀଙ୍କକବଳରୁମୁକ୍ତହେଲା |
- ମାମୁଦ୍ ତାଙ୍କ ଦରବାରରେ ଥିବା ପ୍ରସିଦ୍ଧ ପାରସିକ କବି ଫିର୍ଦ୍ଦୋସି “ଶାହାନାମା”ନାମକ ଏକ ବିରାଟ ଗ୍ରନ୍ଥ ରଚନା କରିଥିଲେ | ଆଲବେରୁଣୀ ନାମକ ଜଣେ ବ୍ୟକ୍ତି ଭାରତ ସମ୍ପର୍କରେ ଜ୍ଞାନ ଆହରଣ କରିବା ଭାରତ ଆସିଥିଲେ | ଭାରତରେ ରହି ଏକ ପୁସ୍ତକ ରଚନା କରିଥିଲେ | ତାହାର ନାମ ହେଉଛି “ତହକିକ୍ – ଇ – ହିନ୍ଦ୍” ଅର୍ଥାତ “ଭାରତ ବିଷୟରେ ଯାହା ସତ୍ୟ”|
ମହମ୍ମଦ ଘୋରୀଙ୍କ ଭାରତ ଆକ୍ରମଣ :
- ଦ୍ଵାଦଶ ଶତାବ୍ଦୀରଶେଷଭାଗରେଘୋରରାଜ୍ୟରଶାସକମହମ୍ମଦଘୋରୀଭାରତଆକ୍ରମଣକରିଥିଲେ|
- ମହମ୍ମଦଘୋରୀଙ୍କଅନ୍ୟନାମଥିଲାସାହାବ୍-ଉଦ୍-ବିନ୍-ମହମ୍ମଦ|
- ୧୧୭୫ଖ୍ରୀଷ୍ଟାବ୍ଦରେମୁଲତାନଅଧ୍ୟାରକରିସେଭାରତଆକ୍ରମଣପାଇଁପଥପ୍ରସ୍ତୁତକରିଥିଲେ | ସିନ୍ଧୁ ପ୍ରଦେଶ ଏବଂ ପଞ୍ଜାବ ଅଧିକାର କରି ଦିଲ୍ଲୀ ଆଡକୁ ଅଗ୍ରସର ହେଲେ |
- ୧୧୯୧ଖ୍ରୀଷ୍ଟାବ୍ଦରେପ୍ରଥମତିରୋରୀଯୁଦ୍ଧରେଦିଲ୍ଲୀରଚୌହାନବଂଶୀୟଶାସକପୃଥ୍ୱୀରାଜରାଜପୁତମାନଙ୍କୁସଙ୍ଗଠିତକରିସେମାନଙ୍କସାହାଯ୍ୟରେମହମ୍ମଦଘୋରୀଙ୍କୁପରାଜିତକରିଥିଲେ | (ପୃଥ୍ୱୀରାଜଙ୍କ ବିରତ୍ଵ ସଂପର୍କରେ ଚାନ୍ଦ ବରଦାୟୀଙ୍କ “ପୃଥ୍ୱୀରାଜ ରାସୋ” ଗ୍ରନ୍ଥରୁ ଜଣାପଡେ |
- ମହମ୍ମଦଘୋରୀପରାଜୟରପ୍ରତିଶୋଧନେବା ପାଇଁ ୧୧୯୨ଖ୍ରୀଷ୍ଟାବ୍ଦରେ ଦ୍ଵିତୀୟ ତିରୋରୀ ଯୁଦ୍ଧରେ ପରାସ୍ତ କରିଥିଲେ | ୧୨୦୬ଖ୍ରୀଷ୍ଟାବ୍ଦରେଲାହୋରଠାରେଘୋରୀଙ୍କରମୃତ୍ୟୁହୋଇଥିଲା | ମହମ୍ମଦ ଘୋରୀଙ୍କର ମୁଖ୍ୟ ସେନାପତି କୁତବୁଦ୍ଦିନ ଆଇବାକ୍ ଦିଲ୍ଲୀରେ “ଦାସବଂଶ” ଶାସନ ପ୍ରତିଷ୍ଠା କରିଥିଲେ |
ପ୍ରତିହାର, ଚୋଳ, ପାଣ୍ଡ୍ୟ,ହୟଶାଳଓଯାଦବବଂଶ :
- ଭାରତରରାଜନୈତିକପୃଷ୍ଠଭୂମିରେଅଷ୍ଟମଶତାବ୍ଦୀରୁଦ୍ଵାଦଶଶତାବ୍ଦୀମଧ୍ୟରେଅନେକରାଜବଂଶରଉତ୍ଥାନଘଟିଥିଲା |
- ସେମାନଙ୍କ ମଧ୍ୟରୁ ପ୍ରତିହାରମାନେ ଉତ୍ତର ଭାରତରେ ଶାସନକରୁଥିଲା ବେଳେ ଦକ୍ଷିଣଭାରତରେଚୋଳ,ପାଣ୍ଡ୍ୟ, ହୟଶାଳ ଓ ଯାଦବ ବଂଶର ଶାସକମାନେ ଶାସନ କରୁଥିଲେ |
ପ୍ରତିହାରବଂଶ
- “ପ୍ରତିହାର” ଅର୍ଥ ଜଗୁଆଳୀ | ଉତ୍ତର – ପଶ୍ଚିମ ଗିରିପଥଦେଇ ଭାରତ ମଧ୍ୟକୁ ବହୁ ବୈଦେଶିକ ଶତ୍ରୁ ପ୍ରବେଶ କରୁଥିଲେ | ସେମାନଙ୍କୁ ପ୍ରତିରୋଧ କରି ଗିରିପଥ ଜଗୁଥିବାରୁ ପ୍ରତିହାର (ପ୍ରତିହାର ମାନଙ୍କୁ ଗୁର୍ଜ୍ଜର – ପ୍ରତିହାର ମଧ୍ୟ କୁହାଯାଏ) ନାମକରଣ ହୋଇଥିବାରୁ ଅନୁମାନ କରାଯାଏ | ରାଜାମାନଙ୍କମଧ୍ୟରେପ୍ରଥମମିହିରଭୋଜଓମହେନ୍ଦ୍ରପାଳପ୍ରଧାନଥିଲେ। ସେମାନଙ୍କରରାଜଧାନୀଥିଲାକନୌଜ | ପ୍ରତିହାର ମାନେ ବିଷ୍ଣୁ ଓ ସୂର୍ଯ୍ୟଙ୍କ ଉପାସକ ଥିଲେ | ପ୍ରତିହାରମାନଙ୍କର ରାଜ୍ୟ ଉତ୍ତରରେ କାଶ୍ମୀରଠାରୁ ଦକ୍ଷୀଣରେ ନର୍ମଦା ନଦୀ ପର୍ଯ୍ୟନ୍ତ ଓ ପଶ୍ଚିମରେ କାଥିଆୱାଡ୍ ଠାରୁ ପୂର୍ବରେ ବିହାର ପର୍ଯ୍ୟନ୍ତ ବିସ୍ତୃତ ଥିଲା |
- “କାବ୍ୟ ମୀମାଂସା” ପୁସ୍ତକ ରାଜଶେଖରଙ୍କ ଦ୍ଵାରା ରଚିତ ହୋଇଥିଲା |
ଚୋଳବଂଶ
- ଦଶମ ଶତାବ୍ଦୀରେ ଦକ୍ଷିଣ ଭାରତରେ ସୃଷ୍ଟି ହୋଇଥିବା ରାଜ୍ୟମାନଙ୍କ ମଧ୍ୟରୁ ଚୋଳ ରାଜ୍ୟ ଅନ୍ୟତମ | ଏହାର ରାଜା ପ୍ରଥମ ରାଜରାଜ ୯୮୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ | ସେ ଚାଲୁକ୍ୟ, ପାଣ୍ଡ୍ୟ ଏବଂ ଚେରିମାନଙ୍କୁ ପରାସ୍ତ କରିଥିଲେ | ପ୍ରଥମ ରାଜରାଜଙ୍କ ପରେ ପୁତ୍ର ରାଜେନ୍ଦ୍ରଚୋଳ୧୦୧୨ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ | ଚୋଳ ମାନଙ୍କର ରାଜଧାନୀଥିଲା ତାଞ୍ଜାଭୁର (ତାଞ୍ଜୋର) | ତାଞ୍ଜୋରଠାରେଥିବା ରାଜରାଜେଶ୍ୱରଶିବମନ୍ଦିରଓବିଷ୍ଣୁମନ୍ଦିରପ୍ରଥମରାଜରାଜଙ୍କଅକ୍ଷୟକୀର୍ତ୍ତି | ନୃତ୍ୟ ମୁଦ୍ରାରେ ଶିବ ବା ନଟରାଜଙ୍କ ମୂର୍ତ୍ତି ଚୋଳମାନଙ୍କଶାସନ ସମୟରେ ନିର୍ମାଣ ହୋଇଥିଲା |
- ଚୋଳମାନଙ୍କ ରାଜତ୍ୱ ସମୟରେ ଗଢି ଉଠିଥିବା ଗ୍ରାମକୁ “ଉର୍” କୁହାଯାଉଥିଲା | କେତେଗୁଡିଏ ଉର୍ କଉ ନେଇ ଏକ ଗ୍ରାମ ପରିଷଦ ଗଠିତ ହୋଇଥିଲା, ଯାହାର ନାମ ଥିଲା “ନାଡୁ”| ବ୍ରାହ୍ମଣମାନେ ବାସ କରୁଥିବା ଗ୍ରାମଗୁଡିକୁ “ବ୍ରହ୍ମାଦେୟ” କୁହାଯାଉଥିଲା |
ପାଣ୍ଡ୍ୟ ବଂଶ
- ମଧ୍ୟ ଯୁଗରେ ପାଣ୍ଡ୍ୟ ବଂଶ ଦକ୍ଷିଣଭାରତରେପ୍ରାଧାନ୍ୟଲାଭକରିଥିଲା | ପାଣ୍ଡ୍ୟ ରାଜାମାନଙ୍କମଧ୍ୟରେପ୍ରଥମଜଟାବର୍ମନସୁନ୍ଦରପାଣ୍ଡ୍ୟ ଚେର, ହୟଶାଳ, ଚୋଳ, କାଡଭ ଏବଂ ସିଂହଳୀମାନଙ୍କୁ ପରାଜିତ କରି ନିଜକୁ “ ମହାରାଜାଧୀରାଜ ଶ୍ରୀ ପରମେଶ୍ଵର” ଉପାଧିରେ ଭୂଷିତ ହୋଇଥିଲେ | କୁଳଶେଖରପାଣ୍ଡ୍ୟଙ୍କ ରାଜତ୍ୱ ସମୟରେ ମାର୍କୋପୋଲେ ନାମକ ଜଣେ ପରିବ୍ରାଜକ ଆସିଥିଲେ | ପାଣ୍ଡ୍ୟରାଜ୍ୟର ରାଜଧାନୀ ଥିଲା ମଦୁରା (ବର୍ତ୍ତମାନ ତାମିଲନାଡୁର ମଦୁରାଇ ସହର)
ହୟଶାଳବଂଶ:
- ହୟଶାଳ ବଂଶ ଆଧୁନିକମହୀଶୂରଠାରେଶାସନକରୁଥିଲେ | ଏହି ବଂଶର ରାଜାମାନଙ୍କ ମଧ୍ୟରେ ବିଟ୍ଟିଗ ବା ବିଷ୍ଣୁବର୍ଦ୍ଧନ ଥିଲେ ଅନ୍ୟତମ , ଦ୍ଵିତୀୟ ବୀରବଲ୍ଲାଳ ଓ ତୃତୀୟବୀରବଲ୍ଲାଳ ପ୍ରଧାନଥିଲେ ଏବଂ ସେମାନଙ୍କ ରାଜଧାନୀ ଥିଲା ଦ୍ଵାରସମୁଦ୍ର |
ଯାଦବ ବଂଶ :
- କଲ୍ୟାଣୀରେ ରାଜୁତି କରୁଥିବା ଚାଲୁକ୍ୟମାନଙ୍କର ପତନ ପରେ ଦକ୍ଷିଣଭାରତରେଯାଦବ ବଂଶରଶାସନ ଆରମ୍ଭ ହୋଇଥିଲା | ଯାଦବମାନଙ୍କର ରାଜଧାନୀ ଥିଲା ଦେବଗିରି (ମହାରାଷ୍ଟ୍ରର ଦୌଲତାବାଦ ସହର) | ଭିଲ୍ଲିମା ଏହି ବଂଶର ନରପତି ଥିଲେ |
ଓଡ଼ିଶାରେ ସୋମବଂଶୀ ଶାସନ– ରାଜନୈତିକ ଏବଂ ସାଂସ୍କୃତିକ କୃତିତ୍ୱ :
- ଦୀର୍ଘ୨୦୦ବର୍ଷରସୋମବଂଶୀଶାସନଓଡ଼ିଶାରରାଜନୈତିକଏବଂସାଂସ୍କୃତିକକ୍ଷେତ୍ରରେଏକନୂତନଅଧ୍ୟାୟସୃଷ୍ଟିକରିଥିଲା |
ରାଜନୈତିକ କୃତିତ୍ଵ :
- ସୋମବଂଶୀମାନେଚନ୍ଦ୍ରବଂଶୀକ୍ଷତ୍ରିୟଥିଲେଏବଂଏହିବଂଶକୁମଧ୍ୟକେଶରୀବଂଶକୁହାଯାଏ | ଏହିବଂଶରପ୍ରସିଦ୍ଧରାଜାମାନଙ୍କମଧ୍ୟରେପ୍ରଥମଜନ୍ମେଜୟ ୮୮୨ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ | ସେ ନିଜକୁ “ପରମେଶ୍ଵର” , “ପରମ ଭଟ୍ଟାରକ” ଏବଂ “ତ୍ରିକଳିଙ୍ଗାଧିପତି” ଆଦି ଉପାଧିରେ ଭୂଷିତ କରିଥିଲେ | ତାଙ୍କ ରାଜଧାନୀ ଥିଲା ସୁବର୍ଣ୍ଣପୁର (ବର୍ତ୍ତମାନର ସୋନପୁର)| ପ୍ରଥମଯଯାତି, ଭୀମରଥ, ଧର୍ମରଥ, ନହୁଷ ଦ୍ଵିତୀୟଯଯାତି, ଉଦ୍ୟୋତକେଶରୀ, ଦ୍ଵିତୀୟ ଜନମେଜୟ ପୁରଞ୍ଜୟ ପ୍ରଧାନଥିଲେ।
- ଏହି ବଂଶର ଶେଷ ରାଜା କର୍ଣ୍ଣଦେବ ବା କର୍ଣ୍ଣ କେଶରୀଙ୍କୁ ୧୧୧୦ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶର ରାଜା ଚୋଡ଼ଗଙ୍ଗ ଦେବ ପରାସ୍ତ କରି ଉତ୍କଳ ଅଧିକାର କରିଥିଲେ |
- ଭୁବନେଶ୍ଵରରଲିଙ୍ଗରାଜମନ୍ଦିର ଦ୍ଵିତୀୟ ଯଯାତିଙ୍କ ସମୟରେ ନିର୍ମିତ ହୋଇଥିଲା | ଏହାର ଉଚ୍ଚତା ୫୫ ମିଟର | ମୁକ୍ତେଶ୍ଵରମନ୍ଦିର, ରାଜରାଣୀମନ୍ଦିର, ଚଣ୍ଡିଖୋଲରମହାବିନାୟକମନ୍ଦିରଆଦିସୋମବଂଶୀମାନଙ୍କରପ୍ରମୁଖକୀର୍ତ୍ତି |
ଓଡ଼ିଶାରେ ଗଙ୍ଗବଂଶର ଶାସନ :
- ସୋମବଂଶୀଶାସନରଅବସାନପରେଓଡ଼ିଶାରେଗଙ୍ଗବଂଶରରାଜତ୍ଵଆରମ୍ଭହୋଇଥିଲାଏବଂଦୀର୍ଘ୩୦୦ବର୍ଷରଏହିଗଙ୍ଗଶାସନମଧ୍ୟଯୁଗୀୟଓଡ଼ିଶାରେଏକନୂତନଅଧ୍ୟାୟସୃଷ୍ଟିକରିଥିଲା |
ଚୋଡ଼ଗଙ୍ଗଦେବ :
- ଗଙ୍ଗମାନେ ପ୍ରଥମେ ଶ୍ରୀକାକୁଲମ୍ ଜିଲ୍ଲାର ମୁଖଲିଙ୍ଗମ୍ ଅଞ୍ଚଳରେ ଶାସନ କରୁଥିଲେ | ବଂଶଧାରା ନଦୀ କୂଳରେ ଥିବା କଳିଙ୍ଗନଗର (ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଥିବା ମୁଖଲିଙ୍ଗମ) ଥିଲା ଗଙ୍ଗ ମାନଙ୍କର ରାଜଧାନୀ | ରାଜ ରାଜଦେବଙ୍କ ମୃତ୍ୟୁପରେ ଚୋଡ଼ଗଙ୍ଗଦେବ ୧୦୭୭ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ|ତାଙ୍କର ଦୀର୍ଘ୭୦ ବର୍ଷର ରାଜତ୍ଵକାଳରେ ଓଡ଼ିଶା ଏକ ସମୃଦ୍ଧ ଏବଂଶକ୍ତିଶାଳୀ ରାଜ୍ୟରେ ପରିଣତ ହୋଇଥିଲା |
- ଚୋଡଗଙ୍ଗ ଦେବ ୧୧୧୦ଖ୍ରୀଷ୍ଟାବ୍ଦରେଉତ୍କଳଅଧିକାରକରିଥିଲେ | ଏହା ପରେ ସେ ବଙ୍ଗ ଆକ୍ରମଣ କରି ଆରମ୍ୟ ଏବଂ ରାଢ଼ ଅଞ୍ଚଳ ତାଙ୍କ ଅଧୀନକୁ ଆଣିଥିଲେ| ଦକ୍ଷିଣ ଭାରତର ବେଙ୍ଗି ରାଜ୍ୟକୁ ମଧ୍ୟ ତାଙ୍କ ସାମ୍ରାଜ୍ୟ ଭୁକ୍ତ ହୋଇଥିଲା | ଏହା ଫଳରେ ତାଙ୍କ ସାମ୍ରାଜ୍ୟ ଉତ୍ତରରେ ଗଙ୍ଗାନଦୀ ଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା |
- ସେବାରଙ୍ଗ, କଟକ, ଚୌଦ୍ଵାର, ଯାଜପୁରଏବଂ ଅମରାବତୀ ଦୁର୍ଗ ନିର୍ମାଣ କରିଥିଲେ ବୋଲି କେତେକ ଐତିହାସିକ ବିଶ୍ଵାସ କରନ୍ତି |
- ସେନିଜକୁ“ମହାରାଜାଧିରାଜ”, “ତ୍ରିକଳିଙ୍ଗାଧୂପତି”, “ଶ୍ରୀଗଙ୍ଗଚୂଡ଼ାମଣି”ଆଦିଉପାଧିରେ ଭୂଷିତହୋଇଥିଲେ | ସେ୧୧୪୭ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କରିଥିଲେ |
ରାଜ୍ୟ ଶାସନ :
ଚୋଡଗଙ୍ଗ ଦେବ ଉତ୍ପନ୍ନ ଶସ୍ୟର ଏକ–ଷଷ୍ଠାଂଶ କର ଆଦାୟ କରୁଥିଲେ | ସେ ସମସ୍ତ ଅର୍ଥ ଲୋକ ହିତକର କାର୍ଯ୍ୟରେ ବିନିଯୋଗ କରୁଥିଲେ | କିମ୍ବଦନ୍ତୀ ଅନୁସାରେ ସେ ଭୁବନେଶ୍ୱର ନିକଟବର୍ତ୍ତୀ କୌଶଲ୍ୟା ଗଙ୍ଗ ଜଳାଶୟ ଖନନ କରିଥିଲେ |ପୁରୀରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା କଥା “ଦାସଗୋବା” ଅଭିଲେଖରୁ ଜଣାପଡେ | ଚୋଡଗଙ୍ଗ ଦେବଙ୍କ ସମୟରେ ସତାନାଦ “ଭାସ୍ଵତୀ” ନାମକ ଏକ ପୁସ୍ତକ ରଚନା କରିଥିଲେ ଯାହା ସ୍ଵର୍ଗୀୟ ପିଣ୍ଡଗୁଡିକର ସ୍ଥିତି ଏବଂ ଚଳନ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ | ଚୋଡଗଙ୍ଗ ଦେବଙ୍କ ସମୟରେ ବୈଷ୍ଣବ ଧର୍ମର ପ୍ରଚାରକ ରାମାନୁଜ ଓଡ଼ିଶାକୁ ଆସିଥିଲେ | ଯାଜପୁରଠାରେ ଗଙ୍ଗେଶ୍ୱର ଶିବ ମନ୍ଦିର ଏବଂ ସୀମାଞ୍ଚଳମ୍ ଠାରେ ଏକ ବିଷ୍ଣୁ ମନ୍ଦିର ନିର୍ମାଣ କରିଥିଲେ | ତାଙ୍କର ରାଣୀ କସ୍ତୁରୀ କାମୋଦିନୀ ଟିକାଲ୍ଲି ଠାରେ ଗୋଟିଏ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ |
ପ୍ରଥମନରସିଂହଦେବ :
ପ୍ରଥମ ନରସିଂହ ଦେବ ୧୨୩୮ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ | ପ୍ରଥମ ନରସିଂହ ଦେବ ଓଡ଼ିଶା ଇତିହାସରେ ସେ ଲାଙ୍ଗୁଳା ନରସିଂହଦେବ ରୂପେ ପରିଚିତ | ସେ ଜଣେ ଦିଗ୍ବିଜୟୀ ରାଜା ଥିଲେ | ସେ ବଙ୍ଗର ଶାସକ ତୁଘ୍ରିଲ୍ ଖାଁ ଙ୍କୁପରାସ୍ତକରି ବଙ୍ଗଳାର ବର୍ଦ୍ଧମାନ, ହୁଗୁଳି ଏବଂ ମେଦିନାପୁର ଆଦିଅଞ୍ଚଳ ଓଡ଼ିଶା ସାମ୍ରାଜ୍ୟରେ ମିଶାଇଥିଲେ |
ସେଚାଲିଲାବେଳେତାଙ୍କରାଜକୀୟପୋଷାକଭୂମିସ୍ପର୍ଶକରୁଥିଲା | ତାହାଲାଙ୍ଗୁଳପରିଦେଖାଯାଉଥିବାରୁ ତାଙ୍କୁଲାଙ୍ଗୁଳାନରସିଂହଦେବକୁହାଯାଏ |
ରାଜ୍ୟ ଶାସନ :
- ବିଦ୍ୟାଧର ତାଙ୍କ ରାଜସଭାର ବିଶିଷ୍ଟ କବିଥିଲେ | ସେ ‘ଏକାବଳୀ’ ନାମକ ଏକ ପ୍ରସିଦ୍ଧ ଅଳଙ୍କାର ଶାସ୍ତ୍ର ରଚନା କରିଥିଲେ| ପ୍ରସିଦ୍ଧ ଗ୍ରନ୍ଥ “ସାହିତ୍ୟ ଦର୍ପଣ” ର ରଚୟିତା ବିଶ୍ଵନାଥ କବିରାଜ ତାଙ୍କ ସମସାମୟିକ ଥିଲେ | କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର, ବାଲେଶ୍ଵର ଜିଲ୍ଲାର ରେମୁଣା ନିକଟସ୍ଥ କ୍ଷୀରଚୋରା ଗୋପୀନାଥ ମନ୍ଦିର , ଭୁବନେଶ୍ୱରରେ ସଦାଶିବ ମଠ ନିର୍ମାଣ କରିଥିଲେ | ୧୨୯୪ଖ୍ରୀଷ୍ଟାବ୍ଦରେ ପ୍ରଥମ ନରସିଂହଦେବ ମୃତ୍ୟୁବରଣ କରିଥିଲେ |
ପୁରୀର ଜଗନ୍ନାଥ ମନ୍ଦିର :
- ପୁରୀର ଜଗନ୍ନାଥ ମନ୍ଦିର ଚୋଡ଼ ଗଙ୍ଗଦେବଙ୍କର ଏକ ଅମର କୀର୍ତ୍ତି |ଏହାର ଉଚ୍ଚତା ପ୍ରାୟ ୬୬ ମିଟର | ଏହି ମନ୍ଦିରର ବିରାଟ ପ୍ରାଚୀର ଯାହା “ମେଘନାଦ ପାଚେରୀ” ନାମରେ ପରିଚିତ |ଏହି ମନ୍ଦିରକୁ ପ୍ରବେଶ କରିବା ପାଇଁ ଚାରି ଦିଗରେଚାରିଗୋଟି ପ୍ରବେଶ ଦ୍ଵାର ରହିଛି | ମନ୍ଦିରର ପୂର୍ବଦ୍ଵାରକୁ “ସିଂହ ଦ୍ଵାର” ପଶ୍ଚିମ ଦ୍ଵାରକୁ “ବ୍ୟାଘ୍ରଦ୍ଵାର”, ଉତ୍ତର ଦ୍ଵାରକୁ “ହସ୍ତୀଦ୍ଵାର” ଦକ୍ଷିଣ ଦ୍ଵାରକୁ “ଅଶ୍ଵଦ୍ଵାର” କୁହାଯାଏ|ମନ୍ଦିରର ପୂର୍ବଦ୍ୱାର ସମ୍ମୁଖରେ୧୨ମିଟର ଉଚ୍ଚତା ବିଶିଷ୍ଟ ଏକ ଅରୁଣ ସ୍ତମ୍ଭ ରହିଅଛି| ଜଗନ୍ନାଥ ମନ୍ଦିରରେ ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥଙ୍କର ମୂର୍ତ୍ତିଶୋଭା ପାଉଅଛି |
- ମନ୍ଦିରବେଢ଼ାରେକାଶୀ-ବିଶ୍ଵନାଥମନ୍ଦିର, ନୃସିଂହମନ୍ଦିର, ବିମଳାମନ୍ଦିର, ମହାଲକ୍ଷ୍ମୀମନ୍ଦିର, ନବଗ୍ରହମନ୍ଦିରଆଦିଛୋଟଛୋଟମନ୍ଦିର ରହିଛି |ମୁକ୍ତିମଣ୍ଡପଓଆନନ୍ଦବଜାରପୁରୀଜଗନ୍ନାଥମନ୍ଦିରରଦୁଇଟିଆକର୍ଷଣୀୟସ୍ଥାନ |
- ପୁରୀକୁ “ଶ୍ରୀକ୍ଷେତ୍ର” ଏବଂ ଶଙ୍ଖକ୍ଷେତ୍ର, କେନ୍ଦ୍ରାପଡ଼ାକୁଅର୍କକ୍ଷେତ୍ର, ଯାଜପୁରକୁବିରଜାକ୍ଷେତ୍ର, କେନ୍ଦ୍ରାପଡ଼ାକୁତୁଳସୀକ୍ଷେତ୍ର, କୋରାପୁଟକୁଶାବର ଶ୍ରୀ କ୍ଷେତ୍ର କୁହାଯାଏ |
କୋଣାର୍କରସୂର୍ଯ୍ୟମନ୍ଦିର :
- କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପ୍ରଥମ ନରସିଂହଦେବଙ୍କର ଅମ୍ଳାନ କୀର୍ତି | ଚନ୍ଦ୍ରଭାଗା ନଦୀ ମୁହାଣ ନିକଟରେ ବଙ୍ଗୋପସାଗର କୂଳରେ ସୂର୍ଯ୍ୟଙ୍କ ରଥାକୃତିର ଏହି ମନ୍ଦିରକୁ ୧୨୦୦ବଢ଼େଇ ନିଯୁକ୍ତି ହୋଇଥିଲେ |ମନ୍ତ୍ରୀ ଶିବେଇ ସାମନ୍ତରାୟ ଓମୁଖ୍ୟ ଶିଳ୍ପୀ ବିଶୁ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିର୍ମାଣ କରିଥିଲେ | ବିଶୁମହାରଣାଙ୍କ୧୨ବର୍ଷର ପୁତ୍ର ଧରମା ଏହି ମନ୍ଦିରର ମୁଣ୍ଡି ମାରିଥିଲେ | ଏଥିରେ ୨୪ଟି ଚକ ଓ ୭ଗୋଟି ଘୋଡ଼ା ରହିଛନ୍ତି|
- ମନ୍ଦିରର କାନ୍ଥରେ ବିଭିନ୍ନ ଦେବଦେବୀ, ଗନ୍ଧର୍ବ, ପରୀ, ନର୍ତ୍ତକୀ, ବୃକ୍ଷଲତା, ପୁଷ୍ପ ଆଦିର ଚିତ୍ର କଳିଙ୍ଗ କୋଣାର୍କର ମୁଖ୍ୟ ମନ୍ଦିର ବର୍ତ୍ତମାନ ଭଗ୍ନ ଅବସ୍ଥାରେ ରହିଛି।
- କୋଣାର୍କର ମୁଖ୍ୟ ମନ୍ଦିର ବର୍ତ୍ତମାନ ଭଗ୍ନ ଅବସ୍ଥାରେ ରହିଛି | ସେଥିରେ ସୂର୍ଯ୍ୟଦେବଙ୍କ ସିଂହାସନ ଦେଖିବାକୁ ମିଳେ |କଳା ମୁଗୁନି ପଥରରେ ନିର୍ମିତ ନବଗ୍ରହ ମୂର୍ତ୍ତି, ଛାୟାଦେବୀ ମନ୍ଦିର, ଗଜ, ସିଂହ, ଯୁଦ୍ଧ ଅଶ୍ଵର ମୂର୍ତ୍ତି ପର୍ଯ୍ୟଟକଙ୍କୁ ବିସ୍ମିତ କରେ।
ନୂତନ ଧର୍ମ ଓ ଆଧ୍ୟାତ୍ମିକ ଗୋଷ୍ଠୀର ସୃଷ୍ଟି :
- ମଧ୍ୟଯୁଗରେ ଭାରତର ଧର୍ମକ୍ଷେତ୍ରରେ ବହୁପରିବର୍ତ୍ତନ ଆସିଥିଲା | ଏହି ସମୟରେ ବୌଦ୍ଧ ଧର୍ମର ପତନ ଘଟିବା ସହିତ ଜୈନ ଧର୍ମର ପ୍ରଭାବ ହ୍ରାସ ପାଇଥିଲା | ବ୍ରାହ୍ମଣ୍ୟଧର୍ମରେସଂସ୍କାରଆସିବାସହିତଭକ୍ତିବାଦରଜନ୍ମଏବଂପ୍ରସାରହୋଇଥିଲା |
ଶଙ୍କରାଚାର୍ଯ୍ୟ :
- ଦକ୍ଷିଣ ଭାରତରେ ଜନ୍ମଗ୍ରହଣ କରିଥିବା ଧର୍ମ ସଂସ୍କାରକମାନଙ୍କ ମଧ୍ୟରୁ ଶଙ୍କରାଚାର୍ଯ୍ୟ ଅନ୍ୟତମ ଥିଲେ | ସେ ୭୮୮ ଖ୍ରୀଷ୍ଟାବ୍ଦରେ କେରଳର କାଲାଡିଠାରେ ଜନ୍ମଗ୍ରହଣ କରିଥିଲେ | ତାଙ୍କ ମତବାଦକୁ “ଅଦ୍ଵେତ ମତବାଦ” କୁହାଯାଏ | ସେ ସମଗ୍ର ଜଗତକୁ ମିଥ୍ୟା ଓ ଏବଂ ବ୍ରହ୍ମଙ୍କୁ ସତ୍ୟ ବୋଲି ବର୍ଣ୍ଣନା କରିଥିଲେ | ଜ୍ଞାନ ବଳରେ ଈଶ୍ଵର ମିଳିପାରିବେ ବୋଲି ସେ ପ୍ରଚାର କରିଥିଲେ | ଶଙ୍କରାଚାର୍ଯ୍ୟଜ୍ଞାନମାର୍ଗରେଈଶ୍ୱରପ୍ରାପ୍ତିକହିଥିଲାବେଳେଅନ୍ୟମାନେଭକ୍ତିଏବଂପ୍ରେମବଳରେଈଶ୍ୱରପ୍ରାପ୍ତିକଥାକହିଥିଲେ| ଶଙ୍କରାଚାର୍ଯ୍ୟ ଭାରତରେ ୪ ଗୋଟି ମଠ ସ୍ଥାପନ କରିଥିଲେ | ସେଗୁଡ଼ିକ ହେଲା ପୁରୀରେ ଗୋବର୍ଦ୍ଧନ ମଠ, ବଦ୍ରିନାଥରେ ଜ୍ୟୋତିର୍ମଠ,ଦ୍ଵାରକାରେଶାରଦା ମଠ ଏବଂକର୍ଣ୍ଣାଟକ ଠାରେ ଶୃଙ୍ଗେରୀ ମଠ|
ରାମାନୁଜ :
- ଏକାଦଶ ଶତାବ୍ଦୀରେ ଦକ୍ଷିଣ ଭାରତରେ ରାମାନୁଜ ଜନ୍ମ ଗ୍ରହଣ କରିଥିଲେ |ସେ “ ଭକ୍ତିବାଦ”ର ପ୍ରଚାର କରିଥିଲେ |
- ସେ ଈଶ୍ଵରଙ୍କ ନିକଟରେ ନିଜକୁ ସମ୍ପୂର୍ଣ ରୂପେ ସମର୍ପଣ କରିବାପାଇଁ ଉପଦେଶ ଦେଇଥିଲେ |
- ପ୍ରେମ ଓ ଭକ୍ତିଦ୍ଵାରା ଈଶ୍ଵର ମିଳିପାରିବେ ବୋଲି ସେ କହୁଥିଲେ | ଜ୍ଞାନ ଅପେକ୍ଷା ଭକ୍ତି ଈଶ୍ଵରପ୍ରାପ୍ତିର ଶ୍ରେଷ୍ଠ ମାଧ୍ୟମ ବୋଲି ସେ ପ୍ରଚାର କରିଥିଲେ | ତାଙ୍କ ମତରେ ମଣିଷ ଗୋଟିଏ ଜାତି, ସେଥିରେ ଉଚ୍ଚ ନୀଚର ସ୍ଥାନ ନାହିଁ | ତାଙ୍କର ଏହି ବାଣୀ ବହୁ ଲୋକଙ୍କୁ ପ୍ରଭାବିତ କରିଥିଲା
- ଜନଶ୍ରୁତି ଅନୁସାରେ ‘ଭକ୍ତି ଦ୍ରାବିଡ଼ ଉପୁଜି ଲାୟେ ରାମାନନ୍ଦ ପରଗଟ କିଆ, କବୀରନେ ସପ୍ତଦ୍ୱୀପ ନବଖଣ୍ଡ’ ଅର୍ଥାତ୍ ‘ଭକ୍ତିବାଦ ଦକ୍ଷିଣରେ ଜନ୍ମ ନେଲା | ଏହାକୁ ରାମାନନ୍ଦ ଉତ୍ତର ଭାରତକୁ ଆଣିଲେ ଏବଂ କବୀର ସର୍ବତ୍ର ପ୍ରଚାର କଲେ |
- ନୂତନ ଭାଷା ଓ ଲିପିର ଜନ୍ମ:
- ଅଷ୍ଟମ ଶତାବ୍ଦୀରୁ ଦ୍ଵାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ସାଂସ୍କୃତିକ ଇତିହାସ ଗୌରବମେ | ଏହି ସମୟ ମଧ୍ୟରେ ବହୁ ନୂତନ ଭାଷା ଓ ଲିପି ସୃଷ୍ଟି ହେବା ସହିତ ଆଞ୍ଚଳିକ ସାହିତ୍ୟର ବିକାଶ ମଧ୍ୟ ଘଟିଥିଲା |
- ମଧ୍ୟଯୁଗରେ ଦକ୍ଷିଣ ଭାରତରେ ମୁଖ୍ୟତଃ ଦୁଇଟି ଭାଷା ପ୍ରଚଳିତ ଥିଲା | ପ୍ରଥମଟି ଥିଲା ସଂସ୍କୃତ ଏବଂ ଅନ୍ୟଟି ଥିଲା ନୂତନଭାବେ ସୃଷ୍ଟି ଆଞ୍ଚଳିକ ଭାଷା |
- ସଂସ୍କୃତ ଭାଷା ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ରମାନଙ୍କଦ୍ୱାରା ଏବଂ ଧର୍ମାନୁଷ୍ଠାନଗୁଡ଼ିକରେ ବ୍ୟବହୃତ ହେଉଥିଲା |
- ପ୍ରଥମେ ଚୋଳ ରାଜ୍ୟରେ ଆଞ୍ଚଳିକ ଭାଷାରୂପେ ତାମିଲ ଭାଷା ପ୍ରଚଳିତ ହୋଇଥିଲା ଏବଂ ତା’ ପରେ ପରେ ଆନ୍ଧ୍ରରେ ତେଲୁଗୁ ଏବଂ ମହୀଶୂରର କନ୍ନଡ଼ ଭାଷା ସୃଷ୍ଟି ହୋଇଥିଲା |
- ଆଞ୍ଚଳିକ ଭାଷାରେ ବହୁ ସାହିତ୍ୟ ସୃଷ୍ଟି କରାଯାଇଥିଲା । ତାମିଲ ଓ ତେଲୁଗୁ ଭାଷାରେ ‘ରାମାୟଣ’, ତେଲୁଗୁ ଭାଷାରେ ‘ମହାଭାରତ’ ରଚିତ ହୋଇଥିଲେ । ଲିଙ୍ଗାୟତ ଗୋଷ୍ଠୀର ସନ୍ଥମାନେ କନ୍ନଡ଼ ଭାଷା ବ୍ୟବହାର କରି ସାହିତ୍ୟ ରଚନା କରିଥିଲେ।
- ବିଶିଷ୍ଟ ଲେଖକ ଭାବେ ତାମିଲ କବି କମ୍ବାନ, ତେଲୁଗୁ କବି ଟିକାନା ଏବଂ କନ୍ନଡ଼ କବି ପମ୍ପା, ପୋନା ଓ ରାଜା ବିଖ୍ୟାତ ଥିଲେ |
କଳା କ୍ଷେତ୍ରରେ ନୂତନ ଶୈଳୀର ପ୍ରବର୍ତ୍ତନ :
- ଦକ୍ଷିଣ ଭାରତରେ ପଥର କାଟି ତା’ ମଧ୍ୟରେ ମନ୍ଦିର ନିର୍ମାଣ କରୁଥିଲେ | ମନ୍ଦିର ମଧ୍ୟକୁ ଯିବା ପାଇଁ ପ୍ରବେଶ ଦ୍ଵାର ନିର୍ମିତ ହେଲା | ତାହା “ଗୋପୁରମ” ନାମରେ ବିଖ୍ୟାତ |
- ଚୋଳମାନଙ୍କ ଦ୍ଵାରା ନିର୍ମିତ ତାଞ୍ଜୋରର ବୃହଦେଶ୍ଵର ମନ୍ଦିର ଏବଂ ଗଙ୍ଗଇକୋଣ୍ଡାଚୋଳପୁରମରେ ଥିବା ମନ୍ଦିର ଅକ୍ଷୟ କୀର୍ତ୍ତି | ମନ୍ଦିର ମୂର୍ତ୍ତିଗୁଡିକ ପଥର ବା ବ୍ରୋଞ୍ଜରେ ତିଆରି ହୋଇଥିଲା |
- ମଧ୍ୟ – ଭାରତରେ ଚାନ୍ଦେଲ ରାଜମାନଙ୍କ ଦ୍ଵାରା ନିର୍ମିତ ଖଜୁରାହୋ ମନ୍ଦିର କାରୁକାର୍ଯ୍ୟ ପାଇଁ ବିଖ୍ୟାତ |
- ରାଜସ୍ଥାନର ମାଉଣ୍ଟଆବୁରେ ନିର୍ମିତ ଦିଲ୍ ୱାରା ଜୈନ ମନ୍ଦିର ତାର ମାର୍ବଲ କଳା ପାଇଁ ପ୍ରସିଦ୍ଧ | ଓଡ଼ିଶାରେ ଏହି ସମୟରେ ଭୁବନେଶ୍ଵରରେ ମୁକ୍ତେଶ୍ଵର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ପୁରୀରେ ଜଗନ୍ନାଥ ମନ୍ଦିର ଏବଂ କୋଣାର୍କରେ ସୂର୍ଯ୍ୟ ମନ୍ଦିର ନିର୍ମିତ ହୋଇଥିଲା |