• Odia Medium Class 10th History - Chapter 2 Notes - ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡିଶାରେ ଏହାର ପ୍ରଭାବ

Odia Medium Class 10th History - Chapter 2 Notes - ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡିଶାରେ ଏହାର ପ୍ରଭାବ

Narayan Panigrahi Sir avatar
Narayan Panigrahi Sir

Language : English

LRNR provides this material totally free

ଦ୍ଵିତୀୟ ପାଠ

Odia Medium Class 10th History - Chapter 1 Notes

ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡିଶାରେ ଏହାର ପ୍ରଭାବ

    ଖିଲାଫତ୍‌ ଆନ୍ଦୋଳନ :-

  • ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ମିତ୍ରଶକ୍ତି ବିରୋଧରେ ଯୁଦ୍ଧ କରିଥିଲା | ଯୁଦ୍ଧ ସମୟରେ ତୁର୍କୀ ସାମ୍ରାଜ୍ୟକୁ ବିଭାଜିତ କରି ଦିଆଗଲା |
  • ତୁର୍କୀ ପ୍ରତି ଏତାଦୃଶ ବ୍ୟବହାର ଭାରତର ମୁସଲମାନମାନଙ୍କୁ ବ୍ୟଥିତ ଓ କ୍ରୋଧାନ୍ୱିତ କରିଥିଲା |
  • ତୁର୍କୀର ସୁଲତାନ ଥିଲେ ମୁସଲମାନମାନଙ୍କ ଧର୍ମଗୁରୁ ବା ଖଲିଫା |
  • ତୁର୍କୀର ସୁଲତାନଙ୍କୁ ସମର୍ଥନ ଜଣାଇ ତାଙ୍କର କ୍ଷମତା ହ୍ରାସ ବିରୋଧରେ ଦୁଇ ଅଲ୍ଲୀଭ୍ରାତା ସୌକତ ଅଲ୍ଲୀ ଓ ମହମ୍ମଦ ଅଲ୍ଲୀଙ୍କ ନେତୃତ୍ୱରେ ଖିଲାଫତ ଆନ୍ଦୋଳନ ଆରମ୍ଭ କଲେ | ଖଲିଫାଙ୍କୁ ସମର୍ଥନ କରି ଏହି ଆନ୍ଦୋଳନ ହୋଇଥିବାରୁ ଏହାକୁ ଖିଲାଫତ ଆନ୍ଦୋଳନ କୁହାଯାଏ |
  • ଆନ୍ଦୋଳନ ପରିଚାଳନା ପାଇଁ ଗଠିତ ଖିଲାଫତ କମିଟିରେ ଦୁଇ ଅଲ୍ଲୀ ଭ୍ରାତାଙ୍କ ବ୍ୟତୀତ ମୌଲାନା ଆବୁଲ କାଲାମ ଆଜାଦ୍‌, ହକିମ୍‌ ହଜମଲ୍ ଖାଁ ଓ ହସରତ୍ ମୋହାନୀ ସଦସ୍ୟ ରହିଲେ |


  • ୧୯୧୯ ନଭେମ୍ବରରେ ଗାନ୍ଧିଜୀ ନିଖିଳ ଭାରତ ଖିଲାଫତ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହେଲେ |
  • ପ୍ରଥମ ବିଶ୍ୱଯୁଦ୍ଧ ପରେ ତୁର୍କୀ ଉପରେ ଲଦି ଦିଆଯାଇଥିବା “ସେଭର୍ସ”ଚୁକ୍ତି ଦ୍ୱାରା ସୁଲତାନଙ୍କ ଅଧିକୃତ ଅନେକ ଅଞ୍ଚଳ ତାଙ୍କ ଅଧୀନରୁ କାଢି ନିଆଗଲା|
  • ୧୯୨୦ ଜୁନ୍ ୯ ତାରିଖରେ ଆଲ୍ଲାହାବାଦ ଠାରେ ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଗଲା |
  • ୧୯୨୦ ଅଗଷ୍ଟ ୧ ରେ ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା | ଉକ୍ତ ଦିନ ପୂର୍ବାହ୍ଣରେ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ୍‌ଙ୍କ ଦେହାନ୍ତ ହୋଇଥିଲା |
  • ଇଂଲଣ୍ଡର ବୈଦେଶିକ ସଚିବ ଏଡଉଇନ୍ ମଣ୍ଟେଗୁ ଓ ଭାରତର ଭାଇସରାୟ ଲର୍ଡ ଚେମ୍‌ସ୍‌ଫୋର୍ଡଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସମ୍ବିଧାନ ସଂସ୍କାରଗୁଡିକ ୧୯୧୯ ଡିସେମ୍ବର ୨୩ ଠାରୁ “ ଭାରତ ଶାସନ ଆଇନ ୧୯୧୯” ନାମରେ ପ୍ରଚଳିତ | ଏହି ଆଇନକୁ ମଣ୍ଟେଗୁ – ଚେମସ୍‌ଫୋର୍ଡ ସଂସ୍କାର ମଧ୍ୟ କୁହାଯାଏ |
  • ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ଏକ ସରକାରୀ ତଦନ୍ତ ପାଇଁ ୧୯୧୯ ଅକ୍ଟୋବର ୧୪ରେ ଲର୍ଡ ହଣ୍ଟରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଗଲା |
  • ୧୯୨୦ ମସିହା ସେପ୍ଟେମ୍ବର ୪ ରୁ ୯ ତାରିଖ ପର୍ଯ୍ୟନ୍ତ କଲିକତା ଠାରେ କଂଗ୍ରେସର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା | ଏହି ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ପ୍ରସ୍ତାବ କଂଗ୍ରେସ ଦ୍ୱାରା ଗୃହୀତ ହୋଇଥିଲା |
  • ୧୯୨୦ ଡିସେମ୍ବର ମାସରେ ନାଗପୁରଠାରେ ଅନୁଷ୍ଠିତ କଂଗ୍ରେସର ବାର୍ଷିକ ଅଧିବେଶନରେ ଏହା ଅନୁମୋଦିତ ହୋଇଥିଲା ଏବଂ ଅସହଯୋଗ ଆନ୍ଦୋଳନକୁ ଚାଲୁରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା |

  ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ

  • ୧୯୧୯ ମସିହାରେ ଭାରତ ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ ହେବାକୁଥିବା ନିର୍ବାଚନ ଏବଂ ସରକାରୀ ଉତ୍ସବ ବର୍ଜନ |
  • ସମସ୍ତ ପ୍ରକାର ସରକାରୀ ଉପାଧି ଫେରସ୍ତ ଓ ସରକାରୀ ପଦବୀରୁ ଇସ୍ତଫା |
  • ଆଇନଜୀବୀଙ୍କ ଦ୍ୱାରା ବିଚାରଳୟ ବର୍ଜନ ଏବଂ ଛାତ୍ରମାନଙ୍କ ଦ୍ୱାରା ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବର୍ଜନ |
  • ବିଦେଶୀ ଦ୍ରବ୍ୟ ତଥା ବିଦେଶୀ ଲୁଗା ବର୍ଜନ |
  • ଏହା ବ୍ୟତୀତ କେତେକେ ଗଠନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବାପାଇଁ ସ୍ଥିର କରାଯାଇଥିଲା | ସେଗୁଡିକ ହେଲା ଖଦୀ ଓ ଗ୍ରାମୋଦ୍ୟୋଗର ପ୍ରସାର, ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଏକତା ସୃଷ୍ଟି, ଅସ୍ସୃଶ୍ୟତା ନିରାକରଣ ଓ ଜାତୀୟ ଶିକ୍ଷାନୁଷ୍ଠାନ ସ୍ଥାପନ |


  • ଅସହଯୋଗ ଆନ୍ଦୋଳନ ସମୟରେ ୱେଲ୍‌ସ୍‌ର ଯୁବରାଜଙ୍କୁ ଭାରତ ପରିଦର୍ଶନକୁ ବାସନ୍ଦ କରାଯାଇଥିଲା |
  • ୧୯୨୧ ଡିସେମ୍ବରରେ କଂଗ୍ରେସର ଅହମ୍ମଦାବାଦ ବାର୍ଷିକ ଅଧିବେଶନରେ ଅସହଯୋଗ ଆନ୍ଦୋଳନ ଚାଲୁରଖିବା ନିମନ୍ତେ ନିଷ୍ପତ୍ତି ନିଆଗଲା |
  • ୧୯୨୨ ଫେବୃୟାରୀ ୫ରେ ଉତ୍ତର ପ୍ରଦେଶର ଗୋରଖପୁର ଅଞ୍ଚଳର ଚୌରିଚୌରା ନାମକ ସ୍ଥାନରେ ଆନ୍ଦୋଳନକାରୀମାନେ ଏକ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଲେ | ଏହା ଫଳରେ ୨୨ ଜଣ ପୋଲିସ କର୍ମଚାରୀ ଜୀବନ୍ତ ଦଗ୍‌ଧ ହୋଇଥିଲେ | ଏହି ହିଂସାତ୍ମକ ଘଟଣା ଗାନ୍ଧିଜୀଙ୍କୁ ବ୍ୟଥିତ କଲା ତେଣୁ କାହା ସହିତ ପରାମର୍ଶ ନ କରି ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଘୋଷଣା କଲେ |
  • ଫେବୃୟାରୀ ୧୨ ତାରିଖରେ ବର୍ଦ୍ଦୋଳି ଠାରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଆନ୍ଦୋଳନ ସ୍ଥଗିତ ଘୋଷଣା ଅନୁମୋଦିତ ହେଲା |
  • ୧୯୨୨ ମାର୍ଚ୍ଚ ୧୦ ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇ ୬ ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା |
  • ୧୯୨୨ରେ ମୁସ୍ତାଫା କମାଲ୍ ପାଶାଙ୍କ ନେତୃତ୍ୱରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠିତ ହେବା ଦ୍ୱାରା ସେଠାରେ ଖଲିଫା ବ୍ୟବସ୍ଥାର ଉଚ୍ଛେଦ ହେଲା |

ଓଡିଶାରେ ଅସହଯୋଗ ଆନ୍ଦୋଳନର ପ୍ରଭାବ :- 

  • ୧୯୨୦ ଡିସେମ୍ବରରେ ନାଗପୁରର କଂଗ୍ରେସ ଅଧିବେଶନରେ ଓଡିଶାର ୩୫ ଜଣ ପ୍ରତିନିଧି ଯୋଗ ଦେଇଥିଲେ | ଏହି ଅଧିବେଶନରୁ ଫେରି ଗୋପବନ୍ଧୁ ଦାସ ୧୯୨୧ ଜାନୁୟାରୀ ୨୪ରେ କଟକରେ ଛାତ୍ରମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ଓ ଓଡିଶାରେ ଅସହଯୋଗ ଆନ୍ଦୋଳନ ସଂଗଠିତ କରିଥିଲେ |
  • ୧୯୨୧ ମାର୍ଚ୍ଚରେ ଗୋପବନ୍ଧୁଙ୍କ ଉଦ୍ୟମରେ ଓଡିଶା ପ୍ରଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା |ସେ ହୋଇଥିଲେ ଏହାର ପ୍ରଥମ ସଭାପତି ଏବଂ କମିଟିର ସମ୍ପାଦକ ଥିଲେ ଭାଗୀରଥି ମହାପାତ୍ର |
  • ଅଗ୍ରଗତି ଓ ସରକାରଙ୍କ ଦମନ ଲୀଳା :-
  • ୧୯୨୧ ଅଗଷ୍ଟ ୩ ତାରିଖରେ ପୁରୀଠାରେ ବିଦେଶୀ ବସ୍ତ୍ର ଗୁଡିକରେ ଅଗ୍ନି ସଂଯୋଗ କରାଯାଇଥିଲା | ଅଗଷ୍ଟ ୧୧ ଓ ୧୪ ତାରିଖରେ କଟକ ଠାରେ ଜନସାଧାରଣ ବିଦେଶୀ ଲୁଗା ପୋଡି ଦେଇଥିଲେ |
  • ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ସମ୍ବଲପୁର ଜିଲ୍ଲା ସ୍କୁଲର ଅନେକ ଛାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ |
  • ଛାତ୍ରମାନଙ୍କୁ ଜାତୀୟତାବାଦୀ ଶିକ୍ଷା ଦେବା ନିମନ୍ତେ ସାକ୍ଷୀଗୋପାଳ ଠାରେ ଗୋପବନ୍ଧୁ ଦାସଙ୍କ ଦ୍ୱାରା ୧୯୧୯ରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା|
  • ସ୍ୱେଚ୍ଛାସେବୀ ଓ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ କଟକରେ “ ସ୍ୱରାଜ ଆଶ୍ରମ” ଓ ଜଗତସିଂହପୁରରେ “ଅଳକା ଆଶ୍ରମ” ପ୍ରତିଷ୍ଠା କରାଯାଇଥିଲା |
  • କଟକରେ ଛାତ୍ରମାନଙ୍କ ଦ୍ୱାରା “ସ୍ୱରାଜ୍ୟ ସେବକ ସଂଘ” ଗଠିତ ହୋଇଥିଲା |
  • ବାଲେଶ୍ୱରରେ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ପ୍ରତିଷ୍ଠିତ “ସ୍ୱରାଜ ମନ୍ଦିର” ଅସହଯୋଗ ଆନ୍ଦୋଳନ କରିବା ପାଇଁ ଉଦ୍ୟମ କରିଥିଲା | ଏହି ଅନୁଷ୍ଠାନ ତରଫରୁ “ସ୍ୱରାଜ୍ୟ ସମାଚାର” ନାମକ ପତ୍ରିକା ପ୍ରକାଶିତ ହୋଇଥିଲା |
  • “ସମାଜ” ସମ୍ବାଦ ପତ୍ରରେ “ସତ୍ୟ ହେଲେ ସାଂଘାତିକ” ସ୍ତମ୍ଭରେ ସରକାରୀ ବିରୋଧୀ ଲେଖା ନିମନ୍ତେ ଗୋପବନ୍ଧୁ ଦାସଙ୍କୁ ଏକମାସ ଜେଲ ଭୋଗିବାକୁ ପଡିଥିଲା |
  • “ସ୍ୱରାଜ ସଙ୍ଗୀତ” ନାମକ ପ୍ରାଚୀର ପତ୍ର ଛାପି ଥିବାରୁ ସମ୍ବଲପୁରର ମିଶ୍ର ପ୍ରେସକୁ ୨୫ ଟଙ୍କା ଜୋରିମାନା ହୋଇଥିଲା |
  • କନିକାର ରାଜା (ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ) ପ୍ରଜାମାନେ ବିଦ୍ରୋହକୁ ଦମନ କରିବା ପାଇଁ ଇଂରେଜ ସରକାରଙ୍କ ସହାୟତା  ନେଇଥିଲେ |
  • “ସମାଜ” ଓ “ଉତ୍କଳ ଦୀପିକା” ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚଙ୍କୁ ଆସିଥିଲା |
  •  ଆଇନ ଅମାନ୍ୟ କରିଥିବା ଅଭିଯୋଗରେ ଗୋପବନ୍ଧୁ ଏବଂ ଭାଗୀରଥି ମହାପାତ୍ରଙ୍କୁ ଗିରଫ କରି ହଜାରିବାଗ ଜେଲକୁ ପଠାଯାଇଥିଲା |
  • ବାଲେଶ୍ୱରରେ ଗୌରମୋହନ ଦାସ ଓ ଭଦ୍ରକରେ ବାଞ୍ଛାନିଧି ମହାନ୍ତି ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କରିଥିଲେ |
Ratings
No reviews yet, be the first one to review the product.