• Odia Medium Class 7 Science Chapter 11 Gati O Samaya ( ଗତି ଓ ସମୟ ) Question & Answer

Odia Medium Class 7 Science Chapter 11 Gati O Samaya ( ଗତି ଓ ସମୟ ) Question & Answer

Sonali Ma'am

Language : English

LRNR provides this material totally free

Odia Medium Class 7 Science Chapter 11 Gati O Samaya ( ଗତି ଓ ସମୟ ) Question & Answer

ଗତି ଓ ସମୟ 




1.   ତଳେ ଦିଆଯାଇଥିବା ପ୍ରତ୍ୟେକ ଗତି କେଉଁ ପ୍ରକାର ଗତି (ସରଳ ରୈଖିକ, ବୃତ୍ତାକାର, ଦୋଳନ, ଆବୃତ୍ତି) ବା ଏକାଧିକ ଗତିର ସମ୍ମିଶ୍ରଣ ଲେଖ |


a.   ତୁମେ ସିଧା ରାସ୍ତାରେ ଦୌଡିଲା ବେଳେ ତୁମ ହାତର ଗତି | (ଦୋଳନ ଓ ସରଳ ରୈଖିକ ଗତି)


b.   ଗୋଟିଏ ବିଦ୍ୟୁତ୍ ଘଣ୍ଟିରେ ହାତୁଡ଼ିର ଗତି (ଘଣ୍ଟି ବାଜିଲା ବେଳେ) | (ଦୋଳନ ଗତି)


c.   ବର୍ଷା ହେଉଥିବା ବେଳେ ସିଧା ରାସ୍ତାରେ ଯାଉଥିବା ଗୋଟିଏ କାରର ସାମନା କାଚୱାଇପରର ଗତି | (ଦୋଳନ ଗତି)


d.   ପବନ ସାମନାରେ ଥିବା କାଗଜ ତିଆରି ଚକ୍ରିର ଗତି | (ବୃତ୍ତିୟ ଗତି)


e.   ଗୋଟିଏ ବିଦ୍ୟୁତ୍ ଚାଳିତ ଖେଳନା ଝାଞ୍ଜ ବଜାଇଲା ବେଳେ ଖେଳନାର ହାତର ଗତି | (ଦୋଳନ ଗତି)


f.    ଗୋଟିଏ ସିଧା ପୋଲ ଉପରେ ଯାଇଥିବା ଗୋଟିଏ ଟ୍ରେନର ଗତି | (ସରଳରୈଖିକ ଗତି)



2.   ତୁମେ ଦେଖିଥିବା ତଥା ସରଳରୈଖିକ ଗତି କରୁଥିବା ଗୋଟିଏ ବସ୍ତୁର ନାମ ଲେଖ |


·    ନଦୀରେ ଭାସୁଥିବା ଏକ ପତ୍ରର ଗତି |



3.   ଚିତ୍ର ୧୧. ୧୧ ବ୍ୟବହାର କରି କାରର ବେଗ ନିର୍ଣ୍ଣୟ କର |


30 ମିନିଟରେ କାରର ଅତିକ୍ରାନ୍ତ ଦୂରତା =20 କି. ମି.

30 ମିନିଟ = 12 ଘଣ୍ଟା

କାର୍ ର ବେଗ = ଅତିକ୍ରାନ୍ତ ଦୂରତାସମୟ 

=20କି. ମି. 12 ଘଣ୍ଟା୨୦ କି. ମି. /୧/୨ ଘଣ୍ଟା

= ୪୦ କି. ମି. /ଘଣ୍ଟା



4.   ସମୟ ଅନୁସାରେ ଗୋଟିଏ କାର ଗତି କରିଥିବା ଦୂରତାର ସାରଣୀ ତଳେ ଦିଆଯାଇଛି |


କ୍ରମିକ ନ    ସମୟ ପୂର୍ବାହ୍ନ     ଘର ପାଖରୁ ଗତି କରିଥିବା ଦୂରତା

୧          ୮. ୦୦          ୦ କି. ମି.

୨         ୮. ୩୦          ୨୦ କି. ମି.

୩          ୯. ୦୦          ୬୦ କି. ମି.

୪         ୯. ୩୦          ୯୦ କି. ମି.

୫         ୧୦. ୦୦         ୧୨୦ କି. ମି.


ତୁମେ ଆଗରୁ ଆଙ୍କିଥିବା ସମୟ – ଦୂରତା ଗ୍ରାଫରେ ଏଇ ସାରଣୀ ବ୍ୟବହାର କରି ଅନ୍ୟ ଏକ ସମୟ – ଦୂରତା ଗ୍ରାଫ କର |


X ଅକ୍ଷରେ 1 ସେ. ମି. = 15 ମିନିଟ୍

Y ଅକ୍ଷରେ 1 ସେ. ମି. = 20 ମିନିଟ୍



 

ଆଗରୁ ଅଙ୍କାଯାଇଥିବା ଗ୍ରାଫ



X ଅକ୍ଷରେ 1 ସେ. ମି. = 10 ମିନିଟ୍

Y ଅକ୍ଷରେ 1 ସେ. ମି. = 10 ମିନିଟ୍



 


5.   ଗୋଟିଏ ବସ୍ତୁର ସମୟ – ଦୂରତା ଗ୍ରାଫ୍ ତଳେ ଦିଆଗଲା | ବସ୍ତୁଟି କେଉଁ ପ୍ରକାର ଗତି କରୁଛି ଲେଖ |



ବସ୍ତୁଟି ସରଳରେଖା ଗତି କରୁଛି |



6.   ତୁମେ ସାଇକେଲ ଚଳାଇ ଗଲାବେଳେ ତୁମର ବେଗ 12 କି. ମି. /ଘଣ୍ଟା | ଗୋଟିଏ ମହୁମାଛି ଉଡ଼ିଲାବେଳେ ତା’ର ବେଗ 5 ମି/ସେ | ତୁମର ଓ ମହୁମାଛିର ବେଗ ଭିତରେ କାହାର ବେଗ ଅଧିକ ଅଟେ ?


ମହୁମାଛିର ବେଗ = 5 ମି/ସେ

= 5 x 3000 ମି / 3600 ସେକେଣ୍ଡ 

=18000ମି ମି1 ଘଣ୍ଟା

18 କି.ମି./ଘଣ୍ଟା

ସାଇକେଲର ବେଗ 12 କି.ମି./ଘଣ୍ଟା

ତେଣୁ ମହୁମାଛିର ବେଗ ଅଧିକ |



7.   ଗୋଟିଏ କାର୍ 15 ମିନିଟ୍ କାଳ 40 କି.ମି./ଘଣ୍ଟା ବେଗରେ ଗତି କଲା | ତା’ ପରେ 20 ମିନିଟ୍ କାଳ 60 କି.ମି./ଘଣ୍ଟା ବେଗରେ ଗତି କଲା | ଏହି ଯାତ୍ରାରେ କାର୍ ର ହାରାହାରି ବେଗ କେତେ ?


କାର୍ ର ହାରାହାରି ବେଗ = ମୋଟ ଅତିକ୍ରାନ୍ତ ଦୂରତା / ମୋଟ୍ ସମୟ 

15 ମିନିଟ୍ ରେ 40 କି.ମି. / ଘଣ୍ଟା ବେଗରେ ଗତି କଲେ ମୋଟ ଦୂରତା ଅତିକ୍ରମ କରି 

4060 x 15 = 10କି.ମି.

60 କି.ମି. / ଘଣ୍ଟା ବେଗରେ 20 ମିନିଟ୍ ରେ ଜୀବ 

6060 x 20 = 20 କି.ମି.

ମୋଟ ଅତିକ୍ରାନ୍ତ ଦୂରତା 10 କି.ମି. + 20 କି.ମି. = 30 କି.ମି.

ମୋଟ ସମୟ 15 + 20 = 35 ମିନିଟ୍

= 3560 ଘଣ୍ଟା = 712

କାର୍ ର ହାରାହାରି ବେଗ = 30 ÷ 712 କି.ମି./ ଘଣ୍ଟା

= 30 x 127 = 3607


 

8.   ନିମ୍ନୋକ୍ତ ମଧ୍ୟରୁ ଭୁଲ ଉକ୍ତିଗୁଡିକ ସଂଶୋଧନ କରି ତୁମ ଖାତାରେ ଲେଖ |


a.   ସମୟର ମୌଳିକ ଏକକ ଘଣ୍ଟା ଅଟେ |

ଉତ୍ତର : ସମୟର ମୌଳିକ ଏକକ ସେକେଣ୍ଡ ଅଟେ |


b.   ଦୁଇଟି ସହର ମଧ୍ୟରେ ଦୂରତା କିଲୋମିଟରରେ ମପାଯାଏ |

ଉତ୍ତର : ଠିକ୍


c.   ପ୍ରତ୍ୟେକ ବସ୍ତୁ ଗତି କଲାବେଳେ ସାଧାରଣତଃ ଏକ ସମାନ ବେଗରେ ଗତି କରିଥାନ୍ତି |

ଉତ୍ତର : ଠିକ୍


d.   ଗୋଟିଏ ସରଳ ଦୋଳନର ଦୋଳନ ସମୟ ଧ୍ରୁବ ନୁହେଁ |

ଉତ୍ତର : ଗୋଟିଏ ସରଳ ଦୋଳନର ଦୋଳନ ସମୟ ଧ୍ରୁବ ଅଟେ |


e.   ଟ୍ରେନ୍ ର ବେଗ ମି./ ଘଣ୍ଟା ରେ ପ୍ରକାଶ କରଯାଏ |

ଉତ୍ତର : ଟ୍ରେନ୍ ର ବେଗ କି. ମି./ ଘଣ୍ଟା ରେ ପ୍ରକାଶ କରଯାଏ |



9.   ବେଗର ମୌଳିକ ଏକକ -

a.   କି. ମି. / ମିନିଟ୍

b.   ମି. / ମିନିଟ୍

c.   କି. ମି. / ଘଣ୍ଟା

d.   ମି./ସେ



10. ତଳେ ଚାରୋଟି ସମୟ – ଦୂରତା ଗ୍ରାଫ୍ ଦିଆଯାଇଛି | ସେଥିମଧ୍ୟରୁ କେଉଁଟି ଗୋଟିଏ କାର୍ ର ଅସମ ଗତିର ସମୟ – ଦୂରତା ଗ୍ରାଫ୍ ଅଟେ |


“ଘ” ଚିତ୍ରର ସମୟ – ଦୂରତା ଗ୍ରାଫ କାର୍ ର ଅସମ ଗତିର ଅଟେ |



11. ଗୋଟିଏ ଗତିଶୀଳ କାର୍ ର ଓଡୋମିଟର୍ ର ମାପାଙ୍କ ପୂର୍ବାହ୍ନ ୮.୦୦ ରେ ୬୩୨୧୯.୦ କି. ମି. ଓ ପୂର୍ବାହ୍ନ ୦୮.୩୫ ରେ ୬୩୩୩୦୯.୦ କି. ମି. ଅଟେ | ଏକ ସମୟ ଅନ୍ତରାଳରେ କାର୍ ର ବେଗ କି. ମି. /ମିନିଟ୍ ତଥା କି. ମି./ ଘଣ୍ଟାରେ ପ୍ରକାଶ କର |


ଅତିକ୍ରାନ୍ତ ଦୂରତା = (୬୩୩୦୯ – ୬୩୨୧୯ )

= ୯୦ କି. ମି.

ସମୟ ବ୍ୟବଧାନ = ୮.୩୫ – ୮.୦୦ = ୩୫ ମିନିଟ୍

୩୫/୬୦ ଘଣ୍ଟା = ୭/୧୨ ଘଣ୍ଟା

କାର୍ ର ବେଗ = ଦୂରତା = ସମୟ

୯୦ କି. ମି. ÷ ୭/୧୨ ଘଣ୍ଟା

= ୯୦ x ୧୨ / ୭ କି. ମି./ ଘଣ୍ଟା

ବା ୯୦/୩୫ କି. ମି./ ମିନିଟ୍ – ୧୮/ ୭ କି. ମି./ ମିନିଟ୍



12. ମନେକର ଯେ ଚିତ୍ର ୧୧.୧ ଓ ୧୧.୨ ରେ ଦର୍ଶାଯାଇଥିବା ଫଟୋ ଦୁଇଟି ୧୦ ସେ. ଅନ୍ତରାଳରେ ନିଆଯାଇଛି | ଯଦି ଫଟୋ ଗୁଡିକରେ ୧୦୦ ମି. ଦୂରତା ୧ ସେ. ମି. ରୂପରେ ଦର୍ଶାଯାଇଛି ତେବେ ନୀଳକାର୍ ର ବେଗ ନିର୍ଣ୍ଣୟ କର |


ନୀଳକାର୍ ର ଅତିକ୍ରାନ୍ତ ଦୂରତା ଚିତ୍ରରେ ୨ ସେ. ମି.

= ୨ x ୧୦୦ = ୨୦୦ ମି.

ସମୟ ବ୍ୟବଧାନ = ୧୦ ସେ.

 ନୀଳକାର୍ ର ବେଗ ୨୦୦/୧୦ = ୨୦ ମି. / ସେ  

= ୨୦ x ୩୬୦୦ /୧ = ୭୨ କି.ମି. / ଘଣ୍ଟା


Ratings
No reviews yet, be the first one to review the product.