Odia Medium Class 10 Geography ଭୂଗୋଳ Chapter 1 Bhu Sambala ( ଭୂ ସମ୍ବଳ) Unit-2

Language : Odia

LRNR provides this material totally free

Odia Medium Class 10 Geography ଭୂଗୋଳ Chapter 1 Bhu Sambala ( ଭୂ ସମ୍ବଳ) Unit-2

ଭୂ ସମ୍ବଳ

1.       ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ |

କ. ଭୂ – ସମ୍ବଳର ବିନିଯୋଗ କିପରି କରାଯାଏ ?

ଉ : ଏହା ମନୁଷ୍ୟକୁ ଖାଦ୍ୟ, ବସ୍ତ୍ର, ବାସଗୃହ ଇତ୍ୟାଦି ମୌଳିକ ଆବଶ୍ୟକତା ଯୋଗାଇଥାଏ |

ଭୂମିରେ ବିଭିନ୍ନ ପ୍ରକାର କୃଷି କାର୍ଯ୍ୟ କରାଯାଇ ଖାଦ୍ୟଶସ୍ୟ ଉତ୍ପାଦନ କରାଯାଇଥାଏ |

ଭୂମି ଉପରେ ଗ୍ରାମ, ସହର, ବିଭିନ୍ନ ଶିଳ୍ପ କେନ୍ଦ୍ର, ଶିକ୍ଷା, ସ୍ୱାସ୍ଥ୍ୟ, ବଜାର, ପ୍ରଶାସନିକ ଅନୁଷ୍ଠାନ ଇତ୍ୟାଦି ସ୍ଥାପିତ ହୋଇଥାଏ | ଭୂମି ବିଭିନ୍ନ ପ୍ରକାର ରାସ୍ତାଘାଟ, ରେଳପଥ, ଉଡ଼ାଜାହାଜ ପଡ଼ିଆ, ସାମୁଦ୍ରିକ ବନ୍ଦର ଓ ନଦୀବନ୍ଧର କେନାଲ ଇତ୍ୟାଦି ପରିବହନ ମାଧ୍ୟମ ନିର୍ମାଣ କରାଯାଇଥାଏ | ସମ୍ବାଦ ସଞ୍ଚାଳନ କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଥାଏ |

ଭୂମିର ଉପରିଭାଗରୁ ଓ ଅଭ୍ୟନ୍ତରରୁ ବିଭିନ୍ନ ପ୍ରକାରର ଖଣିଜ ଦ୍ରବ୍ୟ ଉତ୍ତୋଳନ କରି କଞ୍ଚାମାଲ ଭାବରେ ଶିଳ୍ପ କେନ୍ଦ୍ରମାନଙ୍କୁ ଯୋଗାଇ ଦିଆଯାଇଥାଏ | ଭୂ-ପୃଷ୍ଠରେ ଥିବା ଅରଣ୍ୟ ଓ ତୃଣଭୂମି ଏବଂ ସେଥିରେ  ବାସ କରୁଥିବା ପ୍ରାଣୀ ମନୁଷ୍ୟର ବିଭିନ୍ନ ଆବଶ୍ୟକତା ପୂରଣ କରିବା ସଙ୍ଗେ ସଙ୍ଗେ ଏକ ଅନୁକୂଳ ପରିସଂସ୍ଥା ସୃଷ୍ଟି କରି ବିଷ୍ଣୁ ଜଳବାୟୁକୁ ମଧ୍ୟ ନିୟନ୍ତ୍ରଣ କରିଥାଏ |

ଖ) ଭାରତରେ ଭୂ – ସମ୍ବଳ କିପରି ବ୍ୟବହୃତ ହେଉଛି |

 ଭାରତର କ୍ରାନ୍ତିୟ ଅବସ୍ଥିତି ଓ ଅନୁକୂଳ ମୌସୁମୀ ଜଳବାୟୁର ପ୍ରଭାବ ଯୋଗୁଁ ଏହାର ଭୂ – ସମ୍ବଳ ଅତ୍ୟନ୍ତ ଉପଯୋଗୀ | ଜାତୀୟ ଅରଣ୍ୟ ନୀତି ଅନୁସାରେ ଭାରତରେ ସମୁଦାୟ ଭୂମି ଅନ୍ତଣ୍ୟ ରହିବା ଆବଶ୍ୟକ |

ଦେଶର ସମୁଦାୟ କ୍ଷେତ୍ରଫଳର ୫୫ ଭାଗ ଭୂମି କୃଷିକାର୍ଯ୍ୟ ପାଇଁ ଉଦ୍ଧିଷ୍ଟ |

ଭାରତର ସମୁଦାୟ କ୍ଷେତ୍ରଫଳର ଶତକଡା ୩ . ୩ ଭାଗ ଭୂମିଚାରଣ ଓ ଗୋଚର ଭୂମି ଭାବରେ ବ୍ୟବହୃତ ହେଉଛି |

ଭୂ  – ବ୍ୟବହାର – ଜନବସତି , ଯାତାୟତପଥ , କେନାଲ , ଖଣି ,ଖାଦାନ ଇତ୍ୟାଦି ପାଇଁ ବ୍ୟବହୃତ ଭୂମି ଏବଂ ପାହାଡ , ମରୁଭୂମି , ଜଳଭୂମି , ନଦୀଗଣ୍ଡ ଆଦି ଅନ୍ତର୍ଗତ |

ଅନ୍ୟାନ୍ୟ ଅଣକୃଷି ଭୂମିର ବ୍ୟବହାର ଦେଶର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳେ |

ଗ) ଭୂ – କ୍ଷୟ ସମସ୍ୟାର ସମାଧାନ କିପରି କରାଯାଇପାରିବ ?

ଶିଳ୍ପକେନ୍ଦ୍ରରୁ ନିର୍ଗତ ବର୍ଜ୍ୟବସ୍ତୁର ସୁପରିଚାଳନା କରିବା |

 ନଦୀଦ୍ଵାରା କିମ୍ବା ପବନ ଦ୍ଵାରା ହେଉଥିବା ଭୂ – କ୍ଷୟକୁ ପ୍ରତିରୋଧ କରିବା |

 ପୁନଃବନୀକରଣ କରିବା |

 ନିୟନ୍ତ୍ରିତ ପଶୁଚାରଣ

ପ୍ରତିରକ୍ଷା ବଳୟ ରୂପେ କୃଷି କୃଷି ଓ ଅରଣ୍ୟ ଭୂମିର ସଂରକ୍ଷଣ |

2.ନିମ୍ନଲିଖିତ ଗୁଡିକୁ ଗୋଟିଏ ଲେଖାଏଁ ବାକ୍ୟରେ ପ୍ରକାଶ କର |

କ) ଅନାବାଦୀ ଭୂମି : - କେତେକ ଏକ ବା ତା’ଠାରୁ କମ୍ ଏବଂ ଅନ୍ୟ କେତେକ ଏକ ବର୍ଷରୁ  ପାଞ୍ଚ ବର୍ଷ ଧରି କୃଷିକାର୍ଯ୍ୟ ହେଉନଥିବା ଭୂମିକୁ ଅନାବାଦୀ ଭୂମି କୁହାଯାଏ |

ଖ) କ୍ଷୟିତ ଭୂମି : - ଅର୍ଥନୈତିକ ପ୍ରଗତି ସହ ଭୂମିର ବ୍ୟବହାରରେ ବିଶେଷ ପରିବର୍ତ୍ତନ କାରଣରୁ ପ୍ରାକୃତିକ ପ୍ରକ୍ରିୟାରେ ଅଧିକ ମାତ୍ରାରେ କ୍ଷୟପ୍ରାପ୍ତ ଭୂମିକୁ କ୍ଷୟିତ ଭୂମି କୁହାଯାଏ |



Ratings
No reviews yet, be the first one to review the product.