Odia Medium Class 10 Geography ଭୂଗୋଳ Chapter 1 Mrutika Sambala ( ମୃତ୍ତିକା ସମ୍ବଳ) Unit-3

Sugyani Panigrahi MA'AM

Language : Odia

LRNR provides this material totally free

BSE Odisha Board Odia Medium Class 10 Geography ଭୂଗୋଳ Chapter 1 Mrutika Sambala ( ମୃତ୍ତିକା ସମ୍ବଳ) Unit-3

Mrutika Sambala ( ମୃତ୍ତିକା ସମ୍ବଳ)

1.   ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ |

କ) ମୃତ୍ତିକା ଗଠନର ବିଭିନ୍ନ ନିୟାମକ ଗୁଡିକ କ’ଣ ?

ଯେଉଁ ମୌଳିକ ବସ୍ତୁଗୁଡିକ ମୃତ୍ତିକା ଗଠନ ପ୍ରକ୍ରିୟାକୁ ପ୍ରଭାବିତ କରନ୍ତି , ସେଗୁଡିକୁ ମୃତ୍ତିକା ଗଠନର ନିୟାମକ ବା କାରକ କୁହାଯାଏ |

ମୃତ୍ତିକା ଗଠନର କାରକଶିଳାରେଣୁ ,ଜୈବାଂଶ , ଜଳବାୟୁ ଭୂପୃଷ୍ଠର ଉଚ୍ଚବଚ  ଇତ୍ୟାଦି |

ମୃତ୍ତିକାର ଦୁଇଗୋଟି ବିଶେଷତ୍ଵ ପରିଲକ୍ଷିତ ହୋଇଥାଏ ; ଯଥାପ୍ରାକୃତିକ ବିଶେଷତ୍ଵ ରାସାୟନିକ ବିଶେଷତ୍ଵ |

ପ୍ରାକୃତିକ ବିଶେଷତ୍ଵ ମୃତ୍ତିକାର ଗଠନ , ସଂରଚନା , ରଙ୍ଗ ,ଛିଦ୍ରତା ଉପରେ ନିର୍ଭରଶୀଳ |

ରାସାୟନିକ ବିଶେଷତ୍ଵ ସାଧାରଣତଃ ମୃତ୍ତିକାର ଅମ୍ଳ ଅଂଶ , ଲବଣତା  ପ୍ରଭୃତି ଉପରେ ନିର୍ଭର କରେ |

ଖ) ଦୋରସା ମୃତ୍ତିକା କାହାକୁ କହନ୍ତି ?

କ୍ଷୟଜାତ ଶିଳାରେଣୁର ଆକାର ପରିମାଣକୁ ବିଚାର କରି ମୃତ୍ତିକାକୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଏ |

ଯଥା : -ପଟୁମାଟି , ବାଲିଆମାଟି , ଦୋରସାମାଟି ,ମଟାଳମାଟି

ବାଲିଆ , ପଟୁ ମଟାଳ ମାଟି ସମାନ ପରିମାଣରେ ମିଶିକରି ଯେଉଁ ମୃତ୍ତିକା ଗଠନ କରିଥାନ୍ତି , ତାହାକୁ ଦୋରସା ମୃତ୍ତିକା କୁହାଯାଏ |

ଦୋରସା ମୃତ୍ତିକା ଅଧିକ ଉର୍ବର |

ଆଖୁଚାଷ ପାଇଁ ଦୋରସା ମୃତ୍ତିକା ଅଧିକ ଉପଯୋଗୀ |

ଗ) ଅପସୃତ ମୃତ୍ତିକା କାହାକୁ କହନ୍ତି ?

ଚୂର୍ଣ୍ଣୀଭୂତ ଶିଳାରେଣୁ ଗୁଡିକ ବା ଅବଶିଷ୍ଟ ମୃତ୍ତିକା ,ବିଭିନ୍ନ ପ୍ରାକୃତିକ କ୍ଷୟକାରୀ ବାହକ (ଯଥା :- ନଦୀ , ବାୟୁ , ହିମବାହ) ଦ୍ଵାରା ପରିବାହିତ ହୋଇ ଅନ୍ୟ ସ୍ଥାନରେ ସଞ୍ଚିତ ହେବା ପ୍ରକ୍ରିୟା ଦ୍ଵାରା ଯେଉଁ ମୃତ୍ତିକା ସୃଷ୍ଟି କରେ ,ତାହାକୁ ପରିବାହିତ ମୃତ୍ତିକା ବା ଅପସୃତ ମୃତ୍ତିକା କୁହାଯାଏ |

ଉଦାହରଣପଟୁମାଟି , ଲୋଏସ

2. ପାର୍ଥକ୍ୟ ଦର୍ଶାଅ |

କ) ପେଡାଲଫର

ଲବଣାମ୍ଲଯୁକ୍ତ ସ୍ୱଳ୍ପ ଜୈବାଂଶ ବିଶିଷ୍ଟ ମୃତ୍ତିକାକୁ ପେଡାଲଫର ମୃତ୍ତିକା କୁହାଯାଏ |

ଏହା ଏକ ଲାଲ ମୃତ୍ତିକା |

ଦକ୍ଷିଣ ଭାରତର ବିଭିନ୍ନ ଆର୍ଦ୍ର ଅଞ୍ଚଳରେ ଦେଖାଯାଏ |

ପେଡୋକାଲ

ପେଡୋକାଲ ମୃତ୍ତିକାରେ ଚୂନ ପଦାର୍ଥ ଅଧିକ ପରିମାଣରେ ସଞ୍ଚିତ ହୋଇଥାଏ | ଏହା ଏକ କମ୍ ଅମ୍ଳୀୟ କିନ୍ତୁ ଅଧିକ କ୍ଷାରୀୟ ମୃତ୍ତିକା ହୋଇଥାଏ |

ଭାରତର ଉତ୍ତରପଶ୍ଚିମାଞ୍ଚଳରେ ଶୁଷ୍କ ବା ଅର୍ଦ୍ଧଶୁଷ୍କ ଜଳବାୟୁ ଯୋଗୁଁ କମ୍ ବୃଷ୍ଟି ହେଉଥିବା ଅଞ୍ଚଳରେ ପେଡୋକାଲ ମୃତ୍ତିକା ଦେଖାଯାଏ |

ଖ) ଖାଦର

ଗାଙ୍ଗେୟ ସମତଳ ଭୂମିରେ ଦେଖାଯାଉଥିବା ନୂତନ ପଟୁ ମୃତ୍ତିକାକୁ ଖାଦର କୁହଯାଏ |

ମୃତ୍ତିକା ନଦୀ ଶଯ୍ୟାର ପ୍ଲାବନଭୂମିରେ ଦେଖାଯାଏ |

ଏଥିରେ ଅଧିକ ବାଲୁକା , ପଟୁ , କର୍ଦ୍ଦମ ଅଂଶ ମିଶ୍ରିତ ଭାବ ରୁହେ |

ଏହାର ରଙ୍ଗ ଅଳ୍ପ କଳା |

ଭାଙ୍ଗର

ଗାଙ୍ଗେୟ ସମତଳ ଭୂମିରେ ଦେଖାଯାଉଥିବା ପୁରାତନ ପଟୁ ମୃତ୍ତିକାକୁ ଭାଙ୍ଗର କୁହାଯାଏ |

ନଦୀର ପ୍ଲାବନ ଭୂମିଠାରୁ ଦୂରରେ ବନ୍ୟାଜଳ ପହଞ୍ଚୁ ନଥିବା ଅଞ୍ଚଳରେ ଦେଖାଯାଏ |

ଏହି ମୃତ୍ତିକାରେ ମାଟି ଅଂଶ ଅଧିକ |

ଏହାର ରଙ୍ଗ କଳା |

ଗ) କଙ୍କର

ଗାଙ୍ଗେୟ ସମତଳ ଭୂମିର କେତେକ ସ୍ଥାନରେ ଭାଙ୍ଗର ମୃତ୍ତିକାରେ ଚୂନପେଡି ଅଧିକ ପରିମାଣରେ ଥିଲେ ତାକୁ କଙ୍କର କୁହାଯାଏ |

ତରାଇ

ସିୱାଲି ପର୍ବତମାଳାର ପାଦଦେଶର ପଟୁ ବ୍ୟଜନର ନିମ୍ନ ଅଞ୍ଚଳରେ ଅବସ୍ଥିତ ସନ୍ତସନ୍ତିଆ ସ୍ଥାନରେ ଦେଖାଯାଉଥିବା ପତଳା ଜୈବାଂଶ ପୂର୍ଣ୍ଣ ମୃତ୍ତିକାକୁ ତରାଇ କୁହାଯାଏ |

) ରେଗୁର ମୃତ୍ତିକା

ଦକ୍ଷଣାତ୍ୟ ମାଳଭୂମିରେ ପରିଦୃଷ୍ଟ କୃଷ୍ଣ ମୃତ୍ତିକାକୁ ସ୍ଥାନୀୟ ଭାବେ ରେଗୁର କୁହାଯାଏ |

ବରି ମୃତ୍ତିକା –

କେରଳ ରାଜ୍ୟର ପଶ୍ଚିମାଂଶରେ କୋଟାୟାମ ଆଲାପୂଜା ଜିଲ୍ଲାର ଅଧିକ ପରିମାଣରେ ଦେଖାଯାଉଥିବା ପିଟ ଜଳଭୂମି ମୃତ୍ତିକାକୁ ସ୍ଥାନୀୟ ଭାବେ ବାରି ମୃତ୍ତିକା କୁହାଯାଏ |

3. ନିମ୍ନଲିଖିତ ଶବ୍ଦକୁ ଗୋଟିଏ ଲେଖାଏଁ ବାକ୍ୟରେ ପ୍ରକାଶ କର |

) ଅବଶିଷ୍ଟ ମୃତ୍ତିକା : - ଚୂର୍ଣ୍ଣୀଭବନ ପ୍ରକ୍ରିୟାରେ ଶିଳା କ୍ଷୁଦ୍ର କ୍ଷୁଦ୍ରରେଣୁରେ ପରିଣତ ହେବା ଫଳରେ ସେହି ସ୍ଥାନରେ ଜମା ହୋଇ ସୃଷ୍ଟି କରୁଥିବା ମୃତ୍ତିକାକୁ ଅବଶିଷ୍ଟ ମୃତ୍ତିକା କୁହାଯାଏ |

) ଚେର୍ଣ୍ଣୋଜେମ : - କୃଷ୍ଣ ମୃତ୍ତିକାକୁ ଆନ୍ତର୍ଜାତୀୟ ସ୍ତରରେ କ୍ରାନ୍ତିୟ ଚେ   ଜେମ ମୃତ୍ତିକା କୁହାଯାଏ |

) ପୀତ ମୃତ୍ତିକା : - ଲୋହିତ ମୃତ୍ତିକାରେ ଜଳୀୟ ଅଂଶ ଅଧିକ ଥିଲେ ଏହାର ରଙ୍ଗ ପୀତ ହୋଇଥାଏ ଏହାକୁ ପୀତ ମୃତ୍ତିକା କୁହାଯାଏ |



Ratings
No reviews yet, be the first one to review the product.