Odia Medium Class 10th Geography 3rd Chapter- ତୃତୀୟ ଅଧ୍ୟାୟ - ଜଳ ସମ୍ବଳ - Notes

Language : Odia

LRNR provides this material totally free

ତୃତୀୟ ଅଧ୍ୟାୟ - ଜଳ ସମ୍ବଳ

  • ଜଳରେ ଜୀବନର ସୃଷ୍ଟି ହୋଇଥିଲା | ପ୍ରାଣୀ ଶରୀରରେ ୬୫ % ଓ ଉଦ୍ଭିଦରେ ପ୍ରାୟ ୬୫ % ରୁ ୯୯ % ପର୍ଯ୍ୟନ୍ତ ଜଳ ରହିଥାଏ |


  • ୨୦୨୫ ମସିହା ସୁଦ୍ଧା ପୃଥିବୀର ପ୍ରାୟ ୨୦୦ କୋଟି ଲୋକ ଜଳ ସଙ୍କଟର ସମ୍ମୁଖୀନ ହେବେ |

ଜଳ : କେତେକେ ବାସ୍ତବତା ଓ କେତେକ ତଥ୍ୟ

  • ପୃଥିବୀ ପୃଷ୍ଠରେ ଥିବା ସମୁଦାୟ ଜଳର ଶତକଡା ପ୍ରାୟ ୯୭ ଭାଗ ସାଗର ଓ ମହାସାଗରେ ଥିବାବେଳେ ୩ ପ୍ରତିଶତ ମଧୁର ଜଳ | ମଧୁର ଜଳର ଶତକଡା ୭୦ ଭାଗ ବରଫ ଓ ହିମବାହ ଆକାରରେ ଆଣ୍ଟାର୍କାଟିକା , ଗ୍ରୀନଲାଣ୍ଡ ଏବଂ ପର୍ବତ ଶିଖରଗୁଡିକରେ ଗଚ୍ଛିତ ଥିବାବେଳେ ଶତକଡା ୩୦ ଭାଗରୁ କମ୍ ଭୂଗର୍ଭ ଜଳ ରୂପେ ସଞ୍ଚିତ ହୋଇ ରହିଛି |


  • ପୃଥିବୀ ପୃଷ୍ଠରେ ସମଗ୍ର ବୃଷ୍ଟିପାତ ପରିମାଣର ଶତକଡା ମାତ୍ର ୪ ଭାଗ ଭାରତ ପାଇଥାଏ | ବାର୍ଷିକ ମୁଣ୍ଡ ପିଛା ମିଳୁଥିବା ଜଳର ପରିମାଣ ଅନୁସାରେ ଭାରତର ସ୍ଥାନ ୧୩୩ |


  • ଭାରତରେ ଉତ୍ପାଦିତ ହେଉଥିବା ସମୁଦାୟ ବିଦ୍ୟୁତଶକ୍ତିର ଶତକଡା 22 ଭାଗ ଜଳ ବିଦ୍ୟୁତଶକ୍ତିରୁ ହିଁ ମିଳିଥାଏ |


ନଦୀବନ୍ଧ କ’ଣ ଓ ଏହା କିପରି ଜଳ ସଂରକ୍ଷଣ ଓ ପରିଚାଳନାରେ ସାହାଯ୍ୟ କରିଥାଏ : -

  • ନଦୀବନ୍ଧଗୁଡିକରେ ପାରମ୍ପାରିକଭାବେ ନଦୀ ଶଯ୍ୟାରେ ବନ୍ଧ ବାନ୍ଧି ଜଳ ପ୍ରବାହାକୁ ରୋକାଯାଇ ପରବର୍ତ୍ତୀ ସମୟରେ ଏହି ସଞ୍ଚିତ ଜଳକୁ ଚାଷ ଜମିରେ ଜଳସେଚନ ପାଇଁ ବ୍ୟବାହାର କରାଯାଇଥାଏ | ଆଜିକାଲି ଏହି ନଦୀବନ୍ଧ ନିର୍ମାଣ କରା ନା ଯାଇ ଜଳବିଦ୍ୟୁତ ଉତ୍ପାଦନ, ବନ୍ୟା ନିୟନ୍ତ୍ରଣ ,ନୌକାବିହାର , ପର୍ଯ୍ୟଟନ କେନ୍ଦ୍ର ପାଇଁ ବ୍ଯବହୃତ ହେଉଛି |


  • ଆଜିକାଲି ଅଧିକାଂଶ ନଦୀବନ୍ଧଯୋଜନାକୁ ବହୁମୁଖୀ ନଦୀବନ୍ଧ ଯୋଜନା କୁହାଯାଉଛି | ଉଦାହରଣ ସ୍ଵରୁପ – ସତଲେଜ୍ ଏବଂ ବେୟାସ ନଦୀ ଅବବାହିକାରେ ନିର୍ମିତ ଭାକ୍ରାନଙ୍ଗଲ ଯୋଜନା ଜଳ ବିଦ୍ୟୁତ୍ ଉତ୍ପାଦନ ଏବଂ ଜଳସେଚନ ପାଇଁ ବ୍ୟବହୃତ ହେଉଛି |


  • ପଣ୍ଡିତ ଜବାହାରଲାଲ ନେହେରୁ ନଦୀବନ୍ଧ ଯୋଜଣାଗୁଡିକୁ “ଆଧୁନିକ ଭାରତର ମନ୍ଦିର” ବୋଲି ଅଭିହିତ କରିଥିଲେ |


  • ଖ୍ରୀ. ପୂ . ପ୍ରଥମ ଶତାବ୍ଦୀରେ ଆହ୍ଲାବାଦ ନିକଟସ୍ଥ ଶ୍ରୀଙ୍ଗାଭେରାପୁରଠାରେ ଗଙ୍ଗା ଓ ଯମୁନା ନଦୀର ଜଳପ୍ରବାହକୁ ନିୟନ୍ତ୍ରଣ କରାଯାଇ ଜଳ ଅମଳର ଏକ ସୁନିର୍ମିତ ବ୍ୟବସ୍ଥା କରାଯାଇଥିଲା |


  • ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନ କାଳରେ ନଦୀବନ୍ଧ, ହ୍ରଦ ଏବଂ ଅନ୍ୟାନ୍ୟ ଜଳସେଚନ ବ୍ୟବସ୍ଥା ବିସ୍ତୃତଭାବେ ନିର୍ମିତ ହୋଇଥିଲା |


  • ସୁଗଠିତ ଜଳସେଚନ ବ୍ୟବସ୍ଥା କଳିଙ୍ଗ (ଓଡ଼ିଶା), ନାଗାର୍ଜୁନ କୋଣ୍ଡା (ଆନ୍ଧ୍ର ପ୍ରଦେଶ) ବେନୁର (କର୍ଣ୍ଣାଟକ), କୋହ୍ଲାପୁର (ମହାରାଷ୍ଟ୍ର) ରେ ଦେଖିବାକୁ ମିଳେ |


  • ଏକାଦଶ ଶତାବ୍ଦୀରେ ବିଖ୍ୟାତ “ଭୋପାଳ ହ୍ରଦ” ଖୋଳା ଯାଇଥିଲା |


  • ଚତୁର୍ଦ୍ଦଶ ଶତାବ୍ଦୀରେ  “ହଜଖାସ୍”(ଦିଲ୍ଲୀ)ସ୍ଥିତ ଜଳାଶୟ ଇଲତୁତମିସ୍ ଙ୍କ ସମୟରେ ଶିରିଫୋର୍ଟ ଅଞ୍ଚଳକୁ ଜଳଯୋଗାଣ ପାଇଁ ନିର୍ମାଣ କରାଯାଇଥିଲା |


  • ବହୁମୂଖୀ ନଦୀବନ୍ଧ ଯୋଜନା ଏବଂ ବୃହତ୍ ନଦୀବନ୍ଧଗୁଡିକ ବିରୋଧରେ “ନର୍ମଦା ବଚାଅ ଆନ୍ଦୋଳନ” , “ତେହେରୀ ଡ୍ୟାମ୍ ଆନ୍ଦୋଳନ” ଆଦି ଅନେକ ସାମାଜିକ ଆନ୍ଦୋଳନ ହୋଇଛି |


ଭାରତର ମୁଖ୍ୟ ନଦୀବନ୍ଧ ଯୋଜନା

କ୍ର.ନ. ଯୋଜନାର ନାମ ନଦୀ ନିର୍ମିତ ନଦୀବନ୍ଧ / ଜଳଭଣ୍ଡାର ଉପକୃତ ରାଜ୍ୟ

1 ଦାମୋଦର ଉପତ୍ୟକା ଦାମୋଦର ନଦୀବନ୍ଧ – ର୍ତିଲେୟା , କୋନାର , ମେଥାନ, ପଞ୍ଚେଡ଼ ହିଲ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ


2 ଭାକ୍ରାନଙ୍ଗଲ ସତଲେଜ୍ ନଦୀବନ୍ଧ ଭାକ୍ରା,ନଙ୍ଗଲ ,ପୋଙ୍ଗ,ଜଳଭଣ୍ଡାର – ଗୋବିନ୍ଦ ସାଗର ପଞ୍ଜାବ,ହରିୟାଣା,ହିମାଚଳ ପ୍ରଦେଶ,ଦିଲ୍ଲୀ


3 ହୀରାକୁଦ ମହାନଦୀ ହୀରାକୁଦ ଓଡ଼ିଶା


4 ତୁଙ୍ଗଭଦ୍ରା ତୁଙ୍ଗଭଦ୍ରା ତୁଙ୍ଗଭଦ୍ରା ଡ୍ୟାମ୍ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ


5 ନାଗାର୍ଜୁନ ସାଗର କୃଷ୍ଣା ନାଗାର୍ଜୁନ ସାଗର ଡ୍ୟାମ୍ ଆନ୍ଧ୍ରପ୍ରଦେଶ


6 ନର୍ମଦା ଉପତ୍ୟକା ନର୍ମଦା ସର୍ଦ୍ଦାର ସରୋବର , ନର୍ମଦା ସାଗର ବର୍ଗୀ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ


7 କୋଶୀ କୋଶୀ କୋଶୀ ବ୍ୟାରେଜ୍ ବିହାର, ଝାଡ଼ଖଣ୍ଡ


8 ଚମ୍ବଲ ଉପତ୍ୟକା ଚମ୍ବଲ ଗାନ୍ଧୀ ସାଗର, ରାଣାପ୍ରତାପ ସାଗର ଜୱାହର ସାଗର ରାଜସ୍ଥାନ, ମଧ୍ୟପ୍ରଦେଶ


9 ଇନ୍ଦିରାଗାନ୍ଧୀ କେନାଲ ବେୟାସ,

ସତଲେଜ୍ , ରବି, ବେୟାସ ଓ ସତଲେଜ୍ ନଦୀର ବନ୍ଧ ରାଜସ୍ଥାନ

10 ମେଟୁର ଯୋଜନା କାବେରୀ ମେଟୁର ନଦୀବନ୍ଧ ତାମିଲନାଡୁ


11 କୋଏନା ଯୋଜନା କୃଷ୍ଣା କୋଏନା ନଦୀବନ୍ଧ ମହାରାଷ୍ଟ୍ର


  • ନର୍ମଦା ନଦୀ ଶଯ୍ୟାରେ ନିର୍ମାଣଧୀନ ସର୍ଦ୍ଦାର ସରୋବର ଡ୍ୟାମ୍ ବିରୋଧରେ ଆଦିବାସୀ, ଚାଷିମୂଲିଆ , ପରିବେଶବିତ୍ ଏବଂ ମାନବାଧିକାର କର୍ମକର୍ତ୍ତାମାନଙ୍କୁ ଏକାଠି କରି ଏକ ବେସରକାରୀ ସଂସ୍ଥା ନେତୃତ୍ୱରେ ସଂଗଠିତ ଆନ୍ଦୋଳନ ହିଁ “ନର୍ମଦା ବଞ୍ଚାଅ ଆନ୍ଦୋଳନ” |


ନଦୀବନ୍ଧ ବିବାଦ :

  • 1950 ରେ ଭାରତର ସମ୍ବିଧାନରେ ଜଳପ୍ରବାହକୁ ରାଜ୍ୟର ବିଷୟ ଭାବରେ ଗ୍ରହଣ କରାଯାଇଛି |
  • କେନ୍ଦ୍ରସରକାରଙ୍କ କ୍ଷମତା ବଳରେ 1956 ଜଳ ବିବାଦ ଆଇନ ପ୍ରଣୀତ ହୋଇଥିଲା | ଯାହାକି 2002 ରେ ସଂଶୋଧନ କରାଯାଇଥିଲା | ଭାରତର ସର୍ବୋଚ୍ଚ ଅଦାଲତର 3 ଜଣ କାର୍ଯ୍ୟରତ ଜଜ୍ ଙ୍କୁ ନେଇ ଏକ ଟ୍ରିବୁନାଲ ଗଠନ କରି ଏହି ବ୍ୟବଦର ସମାଧାନ କରିବେ |


ଜଳ ବିବାଦ

କ୍ର. ନ. ଜଳ ବିବାଦ ରାଜ୍ୟ ମଧ୍ୟରେ

1 କାବେରୀ ନଦୀ କର୍ଣ୍ଣାଟକ, କେରଳ , ତାମିଲନାଡୁ


2 କୃଷ୍ଣା ନଦୀ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ


3 ତୁଙ୍ଗଭଦ୍ରା ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ


4 ଗୋଦାବରୀ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା

5 ନର୍ମଦା ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ


6 ଯମୁନା ଉତ୍ତରପ୍ରଦେଶ , ହରିୟାଣା , ରାଜସ୍ଥାନ ,

ହିମାଚଳ ପ୍ରଦେଶ , ପଞ୍ଜାବ,ମଧ୍ୟପ୍ରଦେଶ , ଦିଲ୍ଲୀ


7 ପେରିୟାର (ମୁଲ୍ଲା ପେରିୟାର ) କେରଳ, ତାମିଲନାଡୁ


8 ମହାନଦୀ ଓଡ଼ିଶା, ଛତିଶଗଡ଼


9 ରବି , ବେୟାସ , ସତଲେଜ୍ ପଞ୍ଜାବ,ହରିୟାଣା,ରାଜସ୍ଥାନ,ଦିଲ୍ଲୀ,ଜାମ୍ମୁଓକାଶ୍ମୀର


10 ପୋଲାଭରମ୍ (ଗୋଦାବରୀ) ଓଡ଼ିଶା, ଆନ୍ଧ୍ରପ୍ରଦେଶ


ବୃଷ୍ଟିଜଳ ଅମଳ

  • ପାହାଡିଆ ଓ ପାର୍ବତ୍ୟ ଅଞ୍ଚଳରେ ବିଶେଷ କରି ପଶ୍ଚିମ ହିମାଳୟରେ ଜଳସେଚନ ସକାଶେ ଜଳର ଗତି ପରିବର୍ତ୍ତନ ପାଇଁ “ଗୁଲ୍” ଓ “କୁଲ୍” ଭଳି ପାଣିମାହାରା ଖୋଳି କୃଷିକ୍ଷେତ୍ରରେ ଜଳସେଚନ କରୁଥିଲେ |


  • ଶୁଷ୍କ ଅଞ୍ଚଳମାନଙ୍କରେ କୃଷିକ୍ଷେତ୍ରରେ ବୃଷ୍ଟି ଜଳ ସଂଗ୍ରହ ପାଇଁ ଜୈସାଲମାର ଅଞ୍ଚଳରେ “ଖାଡିନ” ଏବଂ ରାଜସ୍ଥାନର ଅନ୍ୟାନ୍ୟ ସ୍ଥାନରେ “ଜୋହାଦ୍” ନାମକ ସଂରଚନା ନିର୍ମାଣ କରୁଥିଲେ |


  • ରାଜସ୍ଥାନର ଶୁଷ୍କ ଏବଂ ଅର୍ଦ୍ଧ ଶୁଷ୍କ ଅଞ୍ଚଳରେ ମୁଖ୍ୟତଃ ବିକାନିର , ଫାଲୋଡି ଓ ବାରମାର ଜିଲ୍ଲାମାନଙ୍କରେ ପ୍ରାୟ ଘରେ ଘରେ ପାନୀୟ ଜଳ ଗଚ୍ଛିତ ରଖିବା ପାଇଁ ପାଇଁ ଭୂଗର୍ଭ ଜଳାଶୟ ଥାଏ | ଏହାକୁ ସ୍ଥାନୀୟ ଭାଷାରେ “ଟନକା” କୁହାଯାଏ | ଏହି ଜଳାଶୟଗୁଡିକ 6.1 ମିଟର ଗଭୀର , 4.25 ମିଟର ଦୈର୍ଘ୍ୟ ଓ 2.4 ମିଟର ପ୍ରସ୍ଥ ବିଶିଷ୍ଟ ହୋଇଥାଏ | ଟନକାଗୁଡିକ ଛାତ ଉପର ବୃଷ୍ଟିଜଳ ଅମଳ ବ୍ୟବସ୍ଥାର ଏକ ଅଂଶ | ଏହି ଜଳାଶୟଗୁଡିକ ଘରର ସବୁଠାରୁ ବଡ କୋଠରୀ ଭିତରେ କିମ୍ବା ଘର ଅଗଣାରେ ତିଆରି କରାଯାଉଥିଲା | ଗୋଟିଏ ପାଇପ ଯୋଗେ ଏଗୁଡିକ ଗଡାଣିଆ ଛାତ ସହ ସଂଯୋଗ ହୋଇଥାଏ | ଛାତରେ ବର୍ଷୁଥିବା ବର୍ଷାଜଳ ପାଇପ ଭିତର ଦେଇ ଭୂଗର୍ଭସ୍ଥ ଟନକାରେ ଗଚ୍ଛିତ ରହେ | ପ୍ରଥମ ଅସରା ବର୍ଷା ଜଳ ସାଧାରଣତଃ ସଂଗ୍ରହ କରାଯାଏ ନାହିଁ | କାରଣ ଏଥିରେ ଛାତ ଉପରେ ଓ ପାଇପ ଭିତରେ ଥିବା ମଇଳା ମିଶିଥାଏ | ପ୍ରଥମ ଅସରା ପରବର୍ତ୍ତୀ ବର୍ଷା ଜଳ ସଂଗ୍ରହ କରାଯାଏ | ଯେତେବେଳେ ଅନ୍ୟାନ୍ୟ ଜଳ ଉତ୍ସଗୁଡିକ ଶୁଖିଯାଏ ସେତେବେଳେ ଏହି ସଂଗୃହୀତ ଜଳ ସାଧାରଣତଃ ଗ୍ରୀଷ୍ମ ଋତୁରେ ବ୍ୟବହାର କରାଯାଏ | ଅନେକ ପରିବାରରେ ଟନକାକୁ ଲାଗି ଭୂତଳ କୋଠରୀ ନିର୍ମାଣ କରିଥା’ନ୍ତି ଯାହା ଗ୍ରୀଷ୍ମ ଋତୁରେ ଏହି କଠୋରୀଗୁଡିକ ଥଣ୍ଡା ରହେ | ସଂଗୃହୀତ ବୃଷ୍ଟି ଜଳକୁ  ରାଜସ୍ଥାନରେ “ପଲାରପାନି” କୁହାଯାଏ |


  • କର୍ଣ୍ଣାଟକ ରାଜ୍ୟ ମହୀଶୂରର ଗେଣ୍ଡାଥୁର ପରି ଏକ ଦୁର୍ଗମ ଓ ପଛୁଆ ପଲ୍ଲୀ ଗାଁର ଅଧିବାସୀ ସେମାନଙ୍କର ନିଜ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ଛାତଉପରେ ଜଳ ଅମଳ ବ୍ୟବସ୍ଥା କରିଛନ୍ତି | ଏହି ଗ୍ରାମରେ ପ୍ରାୟ 200 ପାଖାପାଖି ପରିବାର ଏପରି ବ୍ୟବସ୍ଥା ଗ୍ରହଣ କରିଥିବାରୁ ଉକ୍ତ ଗ୍ରାମଟି ବୃଷ୍ଟି ଜଳ ଅମଳ କ୍ଷେତ୍ରରେ ଏକ ସ୍ଵତନ୍ତ୍ର ସମ୍ମାନର ଅଧିକାରୀ ହୋଇପାରିଛି |

ଭାରତରେ ଭୂଗର୍ଭ ଜଳ ସମ୍ବଳ

ଭୂତଳ ଜଳର ପରିମାଣ ଅନୁସାରେ ଭାରତକୁ ଆଠ ଗୋଟି ଅଞ୍ଚଳରେ ବିଭକ୍ତ କରାଯାଇଛି |

1. ଉତ୍ତର ଭାରତର ଗଙ୍ଗା –ବ୍ରହ୍ମପୁତ୍ର ପଟୁ ପ୍ରଦେଶ

2. ହିମାଳୟ ଅଞ୍ଚଳ

3. ନର୍ମଦା ଓ ତାପ୍ତୀର ଗ୍ରସ୍ତ ଉପତ୍ୟକା ଅଞ୍ଚଳ

4. ଆନ୍ଧ୍ର ପ୍ରଦେଶ

5. ତାମିଲନାଡୁ

6. କେରଳ

7. ଗୁଜରାଟ

8. ଓଡ଼ିଶା 

  • କଠିନ ଶିଳାଯୁକ୍ତ ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳ କେନ୍ଦ୍ର ତଥା ଦକ୍ଷିଣ – ପଶ୍ଚିମ ଓଡ଼ିଶା, ମହାରାଷ୍ଟ୍ର, ଗୁଜରାଟ , ରାଜସ୍ଥାନ , ଝାଡ଼ଖଣ୍ଡ ଆଦି ରାଜ୍ୟରେ ଭୂତଳ ଜଳ ପରିମାଣ ସୀମିତ |


ବାବାଉଁଶ ନଳା ଦ୍ଵାରା ବୁନ୍ଦା ଜଳସେଚନ ବ୍ୟବସ୍ଥା

  •  ପାହାଡ ଉପରିସ୍ଥ ଝରଣାରୁ ନିମ୍ନସ୍ଥ ଜାଗାରେ ମାଧ୍ୟାକର୍ଷଣ ଶକ୍ତି ସାହାଯ୍ୟରେ ବାଉଁଶ ନଳା ସାହାଯ୍ୟରେ ପହଞ୍ଚିଥାଏ |

ମେଘାଳୟରେ ପ୍ରବାହିତ ସ୍ରୋତ ଏବଂ ଝରଣା ଜଳକୁ ବାଉଁଶ ନଳା ସାହାଯ୍ୟରେ ସଂଗ୍ରହ କରାଯାଇଥାଏ | ଏ ପ୍ରକାର ବ୍ୟବସ୍ଥା ପ୍ରାୟ 200 ବର୍ଷ ପୁରୁଣା | ପ୍ରାୟ 18 ରୁ 20 ଲିଟର ପାନି ବାଉଁଶ ନଳା ସାହାଯ୍ୟରେ ଶହ ଶହ ମିଟର ଦୂର ଗତିକଲାପରେ ଗଛ ମୂଳରେ ପ୍ରତି ମିନିଟ୍ ରେ 20 – 80 ବୁନ୍ଦା ହିସାବରେ ପଡେ |

ଛାତ ଉପର ଜଳଅମଳ ମେଘାଳୟ ରାଜ୍ୟର ରାଜଧାନୀ ଶିଲଂ ସହରରେ ଏକ ସାର୍ବଜନୀନ ବ୍ୟବସ୍ଥା | ଶିଲଂରୁ 55 କି. ମି. ଦୂରରେ ଅବସ୍ଥିତ ଚେରାପୁଞ୍ଜି ଏବଂ ମାଇସିନରାମ ପୃଥିବୀର ସର୍ବାଧିକ ବୃଷ୍ଟିପାତ ହୋଇଥାଏ | ଏହି ସହରର ପ୍ରାୟ ସବୁ ପରିବାରର ଘର ଛାତ ଉପରେ ଜଳ ଅମଳ ବ୍ୟବସ୍ଥା ଥାଏ | ଗୋଟିଏ ପରିବାର ବ୍ୟବହାର କରୁଥିବା ସମୁଦାୟ ଜଳ ପରିମାଣର ଶତକଡା 15 ରୁ 25 ଭାଗ ଏହି ଛାତ ଉପର ଜଳ ଅମଳରୁ ମିଳିଥାଏ |

 

 

   

Ratings
No reviews yet, be the first one to review the product.